Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତା ୪ ତାରିଖରେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ: ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା, ଜାଣନ୍ତୁ କେବେ?
ଆଜିର ଖବର

ଆସନ୍ତା ୪ ତାରିଖରେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ: ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା, ଜାଣନ୍ତୁ କେବେ?

November 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗାମୀ ଡିସେମ୍ବର ୪ ତାରିଖରେ ପୁରୀ ଗସ୍ତ ଥିବା ବେଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଡିସେମ୍ବର ୪ ତାରିଖରେ ଶ୍ରୀମନ୍ଦିର ନୀତି ଶୃଙ୍ଖଳା ନେଇ ଆଲୋଚନା କରାଯାଇଥିଲା।

ଡିସେମ୍ବର ୪ ତାରିଖରେ ଭୋର ୫ ଟାରେ ଶ୍ରୀମନ୍ଦିର ଦ୍ୱାର ଖୋଲିବା ସହ ଦୈନନ୍ଦିନ ନୀତିକାନ୍ତି ଶୃଙ୍ଖଳିତ ଭାବେ କରାଯିବାକୁ ନିଷ୍ପତ୍ତି ନିଆଗଲା। ସକାଳ ୧୦.୧୫ ରୁ ୧୧ ମଧ୍ୟରେ ରାଷ୍ଟ୍ରପତି ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଗର୍ଭଗୃହ ଭିତରେ ଦର୍ଶନ ନେଇ ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ହେତୁ ସକାଳ ୮ ଟାରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା କରାଯିବ।

ରାଷ୍ଟ୍ରପତି ଦର୍ଶନ ସାରି ଫେରିବା ପରେ ସାଧାରଣ ଭକ୍ତ ଦର୍ଶନ ପାଇଁ ଛଡ଼ାଯିବ।ସେହିପରି ରାଷ୍ଟ୍ରପତି ଙ୍କ କୌଳିକ ପଣ୍ଡାଙ୍କ ସହ ଆଲୋଚନା ହୋଇଥିବା ବେଳେ ନୀତି ସଅଳ କରାଯିବା ନେଇ ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଅଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ବୈଠକ ଶେଷ ପରେ ରାଷ୍ଟ୍ରପତିଙ୍କ ଗସ୍ତ କୁ ନେଇ ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ନୀତି କାନ୍ତି କରାଯାଇଛି ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।

ଦ୍ରୌପଦୀ ମୁର୍ମୁ ପୁରୀ ଗସ୍ତ ମହାପ୍ରଭୁଙ୍କୁ ଦର୍ଶନ ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ପଦତ୍ୟାଗ କଲେ ଆମେରିକୀୟ ସେନା ସଚିବ ଡାନ ଡ୍ରିସକୋଲ

September 1, 2026

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ୧୧ ମୃତ, ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ସହାୟତା ଘୋଷଣା

September 1, 2026

ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଜାରି

September 1, 2026

ଇଣ୍ଡିଗୋ ବିମାନର ଯାନ୍ତ୍ରିକ ତ୍ରୁଟି: ଗୋଆରେ ହେଲା ଜରୁରୀକାଳୀନ ଅବତରଣ

September 1, 2026
Latest News

ପଦତ୍ୟାଗ କଲେ ଆମେରିକୀୟ ସେନା ସଚିବ ଡାନ ଡ୍ରିସକୋଲ

September 1, 2026

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ୧୧ ମୃତ, ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ସହାୟତା ଘୋଷଣା

September 1, 2026

ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଜାରି

September 1, 2026

ଅପରିହାର୍ଯ୍ୟ ନହେଲେ ସୁନା କିଣନ୍ତୁ ନାହିଁ, ବିଦେଶ ଭ୍ରମଣରୁ ଦୂରେଇ ରୁହନ୍ତୁ: ପ୍ରଧାନମନ୍ତ୍ରୀ

September 1, 2026

ଇଣ୍ଡିଗୋ ବିମାନର ଯାନ୍ତ୍ରିକ ତ୍ରୁଟି: ଗୋଆରେ ହେଲା ଜରୁରୀକାଳୀନ ଅବତରଣ

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.