Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରା ସମୟରେ ତୀର୍ଥଯାତ୍ରୀ ମାନଙ୍କ ପାଇଁ ସୁବିଧା ଗୁଡିକର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ

ପୁରୀ: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ଗସ୍ତରେ ଆସି ଗତକାଲି ସନ୍ଧ୍ୟାରେ ତୀର୍ଥଯାତ୍ରୀ ତଥା ଭକ୍ତ ମାନଙ୍କ ପାଇଁ ରେଳବାଇ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧା ଗୁଡିକୁ ନିରୀକ୍ଷଣ କରିଥିଲେ।

ଶ୍ରୀ ବୈଷ୍ଣବ ମଧ୍ୟ ପୁରୀ ଷ୍ଟେସନ ଠାରେ ବିଭିନ୍ନ ସ୍ଥାନରୁ ଆସିଥିବା ଭକ୍ତଙ୍କୁ ଭେଟିଥିଲେ ଯେଉଁମାନେ ରେଳବାଇ ଦ୍ୱାରା ବ୍ୟବହୃତ ଯାତ୍ରୀ ବିଶ୍ରାମଗାରରେ ବିଶ୍ରାମ ନେଉଥିଲେ ଏବଂ ରେଳବାଇ ଦ୍ୱାରା ପ୍ରଦାନ କରାଯାଉଥିବା ଯାତ୍ରା ସମ୍ବନ୍ଧରେ ଅଭିଜ୍ଞତା ଏବଂ ସୁବିଧାରେ ଉନ୍ନତି ଆଣିବା ପାଇଁ ମତାମତ ନେଇଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଭାରତୀୟ ରେଳ, ଦେଶର ଜୀବନ ରେଖା ଏବଂ ରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବିକାଶ ଦିଗରେ ପ୍ରତିବଦ୍ଧ। ଭାରତୀୟ ରେଳବାଇ ମଧ୍ୟ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିର ବାର୍ତ୍ତା ଅଟେ। ରେଳବାଇ କେବଳ ଏହାର ଅଞ୍ଚଳ ଗୁଡିକରେ ଭିତ୍ତିଭୂମି ବିକାଶ କରୁନାହିଁ ବରଂ ଯାତ୍ରୀମାନଙ୍କ ଯାତ୍ରା ଅଭିଜ୍ଞତା ଓ ଯାତ୍ରୀ ପରିସେବାକୁ ମଧ୍ୟ ଉନ୍ନତ କରୁଛି।

ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ରଥ ଯାତ୍ରା ସମୟ ମଧ୍ୟରେ ରେଳବାଇ ପକ୍ଷରୁ ୬୪୦ ଟି ନିୟମିତ ଏବଂ ୨୦୮ ଟି ବିଶେଷ ଟ୍ରେନ୍ ଚଳାଚଳ କରୁଛି। ବିଶେଷ ଟ୍ରେନ୍ ଗୁଡିକ ଚଳିତ ବର୍ଷ ମହାରାଷ୍ଟ୍ରର ନନ୍ଦେଡ୍, ତେଲେଙ୍ଗାନାର କାଛିଗୁଡା ଓ ସିକନ୍ଦରାବାଦ, ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଏବଂ ପଲାସା; ଛତିଶଗଡର ଜଗଦଳପୁର ସହିତ ଓଡ଼ିଶାର ବିଭିନ୍ନ ପ୍ରାଣରୁ ପୁରୀକୁ ଚଳାଚଳ କରୁଛି।

ସେ ଏହା ମଧ୍ୟ କହିଛନ୍ତି ଯେ ଭିଡ ନିୟନ୍ତ୍ରଣ, ଟ୍ରେନ୍ ସୂଚନା ପ୍ରଣାଳୀ/ଅନୁସନ୍ଧାନ କେନ୍ଦ୍ର, ଭିଡିଓ ୱାଲ୍ ପ୍ରଦର୍ଶନ, ମୋବାଇଲ୍ ଆପରେ ଇକୋଆର୍ ଯାତ୍ରା ଆପ୍ ଏବଂ ୟୁଟିଏସ୍ ଆପ୍ ବ୍ୟବସ୍ଥା, ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ଏବଂ ଭ୍ରାମ୍ୟମାଣ ଟିକେଟ୍ କାଉଣ୍ଟର, ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର/ଶେଡ୍, ସୁରକ୍ଷା ବ୍ୟବସ୍ଥା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି। ଏହା ସହିତ ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା ଏବଂ ନିରାପତ୍ତା, ପାନୀୟ ଜଳ, ଯାତ୍ରୀମାନଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ସୌଚାଳୟ, କ୍ୟାଟରିଂ ଆଣ୍ଡ୍ ଆତିଥ୍ୟ, ମେଡିକାଲ୍ ସୁବିଧା ଏବଂ ଆମ୍ବୁଲାନ୍ସ ଇତ୍ୟାଦିକୁ ମଧ୍ୟ ବ୍ୟବସ୍ତା କରାଯାଇ ଯାତ୍ରୀ ମାନଙ୍କୁ ସୁବିଧା ପ୍ରଦାନ କରାଯାଉ ଅଛି।

Categories
ବିଶେଷ ଖବର

୫-ଟି ସଚିବଙ୍କ ପୁରୀ ଗସ୍ତ: ଶ୍ରୀ ସେତୁ ଓ ବାଶେଳୀ ସାହି ଧର୍ମଶାଳା ଓ ସମଙ୍ଗ ପାର୍କିଂ କାମର ଅଗ୍ରଗତି ସମୀକ୍ଷା

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ପ୍ରତ୍ୟୁଷରେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି।

ପ୍ରଥମେ ଶ୍ରୀ ପାଣ୍ଡିଆନ ଶ୍ରୀ ସେତୁ ପ୍ରକଳ୍ପ ଅଗ୍ରଗତି ବୁଲି ଦେଖିଥିଲେ। କାର୍ଯ୍ୟର ଅଗ୍ରଗତିରେ ସେ ସନ୍ତୋଷ ପ୍ରକାଶ କରିବା ସହିତ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ।

ପରେ ସେ ବାଶେଳୀ ସାହିକୁ ଯାଇ ୧୦ ଏକର ଜମିରେ ନିର୍ମିତ ହେଉଥିବା ଧର୍ମଶାଳା କାମ ବୁଲି ଦେଖିଥିଲେ। ଏହି ଧର୍ମଶାଳାରେ ଚାରିହଜାର ଲୋକ ରହିବାର ବ୍ୟବସ୍ଥା ଏ କରାଯାଉଛି।

ଏହାସହ ସମଙ୍ଗ ଠାରେ ୪୩ ଏକର ଜମିରେ ନିର୍ମିତ ହେଉଥିବା କାର ଓ ବସ ପାର୍କିଂ କାର୍ଯ୍ୟ ମଧ୍ୟ ଶ୍ରୀ ପାଣ୍ଡିଆନ ବୁଲି ଦେଖିଥିଲେ। ଏ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ରଥଯାତ୍ରା ପୂର୍ବରୁ ଶେଷ କରିବା ପାଇଁ ଶ୍ରୀ ପାଣ୍ଡିଆନ ପ୍ରଶାସନକୁ ପରାମର୍ଶ ଦେଉଥିଲେ।

ସୂଚନାଯୋଗ୍ୟ ଯେ, ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରୀ ପାଣ୍ଡିଆନ ଗତ ଶନିବାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।