Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାର୍ଯ୍ୟରେ ଅବହେଳା ଅଭିଯୋଗ, ଦିନକର ଦରମା ବନ୍ଦ କଲେ ଡିଇଓ
ଆଜିର ଖବର

କାର୍ଯ୍ୟରେ ଅବହେଳା ଅଭିଯୋଗ, ଦିନକର ଦରମା ବନ୍ଦ କଲେ ଡିଇଓ

November 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନବରଙ୍ଗପୁର: କାର୍ଯ୍ୟରେ ଅବହେଳା ଦର୍ଶାଇ ୨ ଜଣ ଶିକ୍ଷକ ଏବଂ ୨ ଜଣ କର୍ମଚାରୀଙ୍କ ଗୋଟିଏ ଦିନର ଦରମା ବନ୍ଦ କରିଛନ୍ତି ଡିଇଓ ଛତ୍ରପତି ସାହୁ। ଆସନ୍ତା ତିନିଦିନ ଭିତରେ ଏହାର କୈଫିୟତ ଦେବାକୁ ନିର୍ଦ୍ଦେଶ ହୋଇଛି ସୂଚନା ଅନୁସାରେ, ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସବିତାଞ୍ଜଳି ଭତରା ଓ ପଠାଣଗୁଡା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏମଡି ସିରାଜୁଦ୍ଦିନଙ୍କର ୨୬ତାରିଖ ଗୋଟିଏ ଦିନର ଦରମା ବନ୍ଦ କରାଯାଇଛି।

ସେହିପରି, ବାରାଗାଁ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୌରହରି ସୌରାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ବାରାଗାଁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପଢାଇବାରେ ଅବହେଳା, ଲେସନପ୍ଲାନ କରି ନଥିବା, ମଧ୍ୟାହ୍ନ ଭୋଜନ ରିପୋର୍ଟ ଅପରାହ୍ନ ସାଢେ ୨ଟା ସୁଦ୍ଧା ରିପୋର୍ଟ ପ୍ରଦାନ କରା ନଯିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି। ସ୍କୁଲରେ ୧୦୭ଜଣ ଛାତ୍ରଛାତ୍ରୀଙ୍କ ନାମ ଲେଖାଥିବା ବେଳେ ଘଟଣାଦିନ ୫୭ଜଣ ଉପସ୍ଥିତ ଥିଲେ। ୫ଟି ଶ୍ରେଣୀଗୃହ ଥିବା ସତ୍ତ୍ବେ ୩ ଟିରେ ପିଲାଙ୍କୁ ବସାଇ ପାଠ ପଢାଯାଉଥିବା ଏଡିଇଓ ରେଶମ ଲାଲ ନାୟକ ବିଦ୍ୟାଳୟ ଦେଖିଥିଲେ।

ସେହିପରି, ଅପରାହ୍ନ ସାଢେ ୩ଟାରେ ପଠାଣଗୁଡା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏଡିଇଓ ଶ୍ରୀ ନାୟକ ପହଞ୍ଚିବା ବେଳେ ତାଲା ଝୁଲୁଥିଲା। ୧୭ଜଣ ଛାତ୍ରଛାତ୍ରୀଙ୍କ ନାମଲେଖା ଥିବାବେଳେ ୬ଜଣ ପିଲା ସ୍କୁଲ ସମ୍ମୁଖରେ ଖେଳୁଥିଲେ। ଏଡିଇଓଙ୍କୁ ଦେଖି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସିରାଜୁଦ୍ଦିନ ସ୍କୁଲକୁ ଆସି ୩ଟା ୩୫ରେ ତାଲା ଖୋଲିଥିଲେ। ସହକାରୀ ଶିକ୍ଷକ କୈଳାସ ବିଶୋଇ ୨୬ ଓ ୨୭ତାରିଖ ଦୁଇଦିନ ଛୁଟି ନେଇଥିବା ଏଡିଇଓ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ଡିଇଓଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା।

ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସାହୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୌରହରି ସୌରାଙ୍କୁ କୈଫିୟତ ମାଗିବା ସହ ପଠାଣଗୁଡା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏମଡି ସିରାଜୁଦ୍ଦିନ ଓ ଧଣ୍ଡରା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ସବିତାଞ୍ଜଳିଙ୍କ ଗୋଟିଏ ଦିନର ଦରମା ବନ୍ଦ କରିଛନ୍ତି।

ସେହିପରି, ଡିଇଓ ଶ୍ରୀ ସାହୁ ପାପଡ଼ାହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅପରାହ୍ନ ସାଢେ ୩ଟା ବେଳକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ଆକାଉଣ୍ଟାଣ୍ଟ ଇନ୍ଦ୍ରାଣୀ ହୋତା ଓ ଆଇଭି (ଅର୍ନ୍ତନିବେଶୀସ୍ଵେଚ୍ଛାସେବୀ) ଜଗନ୍ନାଥ ହରିଜନ ଅନୁପସ୍ଥିତ ଥିଲେ। ଏହି ଦୁଇ କର୍ମଚାରୀଙ୍କ ଦରମା ୨୬ତାରି ଗୋଟିଏ ଦିନ ପାଇଁ ବନ୍ଦ କରିଛନ୍ତି।

ଦରମା ବନ୍ଦ ନବରଙ୍ଗପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Latest News

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.