ଭୁବନେଶ୍ୱର: ବାତ୍ୟା ‘ଦାନା’ର କ୍ଷୟକ୍ଷତି ଆକଳନ କରିବା ପାଇଁ ଆସିଥିବା ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ପିକେ ରାଏଙ୍କ ନେତୃତ୍ବରେ ଏକ ସାତ ଜଣିଆ ଟିମ୍ ୨୪ ତାରିଖରେ ଆସି ସବୁଠୁ ଅଧିକ କ୍ଷତିଗ୍ରସ୍ତ ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ବର ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କ୍ଷୟକ୍ଷତିର ଭରଣା ପାଇଁ ସହାୟତା ସହିତ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ପ୍ରତି ବର୍ଷ ବାତ୍ୟା, ବନ୍ୟା ପରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଆସୁଛି। ଲୋକଙ୍କ ଜୀବନ ବଞ୍ଚାଇବାରେ ସରକାର ସଫଳ ହେଉଥିବା ବେଳେ ବିଭିନ୍ନ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହେଉଛି ଏବଂ ଏହାର ପୁନଃ ନିର୍ମାଣ ପାଇଁ ବ୍ୟାପକ ଅର୍ଥ…
Author: SM Network
ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟ ବାଣପୁରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଜୋନ ସ୍ତରୀୟ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଆଜିର ଖେଳରେ ମାଳି ସାହି, କିସ୍, ଇଟାମାଟି, ହଳଦିଆ ସମେତ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୋଗଦେଇଥିବା ବେଳେ କିସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜୟୀ ଓ ହଳଦିଆ ମହାବିଦ୍ୟାଳୟ ରନର୍ସ ଅପ୍ ପାଇଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ଏହାକୁ ଉଦଘାଟନ କରିଥିବାବେଳେ ବାଣପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଆଇନ ମନ୍ତ୍ରୀଙ୍କ ପ୍ରତିନିଧି ଜିତେନ୍ଦ୍ର ଭୋଳ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।କ୍ରୀଡା ଶିକ୍ଷାକ ବୈରାଗୀ ଚରଣ ବଳ, ଉପସଭାପତି ପୁଳିନ ବିହାରୀ ଜେନା, କ୍ୟାପଟେନ ଗୁରୁ କିଶୋର ନାୟକ, ପ୍ରଶାସନିକ ଅଧିକାରୀ ଡ଼ ଏସ ପି ଏନ୍ ଏସ ବର୍ମା, ଡ ସୁଜାତା ମିଶ୍ର, +୨ ଭାରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ମିଶ୍ର, ଅଧ୍ୟାପକ ଆଦିତ୍ୟ ସାରଥୀ ବେଡାମତ୍ତା, ଅଧ୍ୟାପକ ଅଜୟ କୁମାର ଦାସ,…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ବିଭିନ୍ନ ରାଜ୍ୟ ପାଇଁ ବିପର୍ଯ୍ୟୟ ପ୍ରଶମନ ଏବଂ ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ ୧୧୧୫.୬୭ କୋଟି ଟଙ୍କା ମଞ୍ଜୁର କରିଛି। ଅର୍ଥମନ୍ତ୍ରୀ, କୃଷି ମନ୍ତ୍ରୀ ଏବଂ ନୀତି ଆୟୋଗର ଉପାଧ୍ୟକ୍ଷଙ୍କୁ ନେଇ ଗଠିତ ଏହି କମିଟି ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଏମଏଫ)ରୁ ପାଣ୍ଠି ଯୋଗାଣ ପାଇଁ ୧୫ଟି ରାଜ୍ୟରେ ଭୂସ୍ଖଳନ ବିପଦ ହ୍ରାସ କରିବା ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ)ର ମଧ୍ୟରୁ ପ୍ରସ୍ତୁତି ଏବଂ ଦକ୍ଷତା ବୃଦ୍ଧି ଅଧୀନରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଏବଂ ଦକ୍ଷତା ବୃଦ୍ଧି ପାଇଁ ଅନ୍ୟ ଏକ ପ୍ରସ୍ତାବ ଉପରେ ବିଚାର କରିଥିଲା। ଉଚ୍ଚସ୍ତରୀୟ କମିଟି ମୋଟ ୧୦ କୋଟି ଟଙ୍କା ବ୍ୟୟରେ ୧୫ଟି ରାଜ୍ୟ (ଅରୁଣାଚଳ ପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ,…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସଂସଦ ଭବନର ସେଣ୍ଟ୍ରାଲ ହଲରେ ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ୭୫ ବର୍ଷ ପୂର୍ବେ ଆଜିର ଦିନରେ ‘ସମ୍ବିଧାନ ସଦନ’ର ଏହି ସେଣ୍ଟ୍ରାଲ ହଲ୍ ରେ ସମ୍ବିଧାନ ସଭା ଏକ ନୂଆ ସ୍ୱାଧୀନ ଦେଶ ପାଇଁ ସମ୍ବିଧାନ ପ୍ରଣୟନର ବିଶାଳ କାର୍ଯ୍ୟ ସମ୍ପାଦନ କରିଥିଲା। ସେଦିନ ସମ୍ବିଧାନ ସଭା ମାଧ୍ୟମରେ ଆମେ ଭାରତର ଜନସାଧାରଣ ଏହି ସମ୍ବିଧାନକୁ ଗ୍ରହଣ କରିଥିଲୁ, ପ୍ରଣୟନ କରିଥିଲୁ ଏବଂ ନିଜକୁ ସମର୍ପିତ କରିଥିଲୁ। ରାଷ୍ଟ୍ରପତି କହିଛନ୍ତି, ଆମ ସମ୍ବିଧାନ ହେଉଛି ଆମ ଗଣତାନ୍ତ୍ରିକ ସାଧାରଣତନ୍ତ୍ରର ମଜବୁତ ଆଧାର। ଆମ ସମ୍ବିଧାନ ଆମର ସାମୂହିକ ଏବଂ ବ୍ୟକ୍ତିଗତ ସମ୍ମାନକୁ ସୁନିଶ୍ଚିତ କରେ। ରାଷ୍ଟ୍ରପତି କହିଛନ୍ତି ଯେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ନାଗରିକ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରିଥିଲେ। ଆସନ୍ତା ବର୍ଷ…
ବାଣପୁର: ଆଜି ବାଣପୁର କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ ଓ ବରିଷ୍ଠ ଆଇନଜୀବୀ ଶରତ ପଟ୍ଟନାୟକ ମଂଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ବିଧାନ ଦିବସର ମହତ୍ୱ, ପାଳନର ତାତ୍ପର୍ଯ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ଉଭୟ ବିଚାରପତି ଆଲୋକପାତ କରିଥିଲେ। ସମ୍ବିଧାନ ଦିବସ ଅବସରରେ ଏହାର ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ବିଷୟରେ ବିଚାରପତି ଶ୍ରୀ ମହାପାତ୍ର ଆଲୋଚନା କରିବା ସହିତ ସମସ୍ତେ ସମ୍ବିଧାନର ମୁଖବନ୍ଧ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଆଇନଜୀବୀ, କୋର୍ଟର ସମସ୍ତ କର୍ମଚାରୀ ଓ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ।
ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆଜି ସମ୍ବିଧାନ ଦିବସର ଉଦଯାପନ ସମାରୋହ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସପ୍ତାହବ୍ୟାପୀ ମହାବିଦ୍ୟାଳୟରେ ବିଭିନ୍ନ ସାଂସ୍କୃତିକ ଓ ବୌଦ୍ଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିସହ ଗତକାଲି ମହାବିଦ୍ୟାଳୟର ପ୍ରଜ୍ଞା ଭବନରେ ଏକ ବକ୍ତୃତାମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଅଧିବକ୍ତା ବିପ୍ଳବ କୁମାର ମୁଦୁଲି, ବାଣପୁର ଗ୍ରାମୀଣ ମହାବିଦ୍ୟାଳୟର ଅଧ୍ୟାପକ ମନୋଜ କୁମାର ମହାପାତ୍ର ଓ ନାଚୁଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ସନ୍ତୋଷ କୁମାର ଶତପଥୀ ‘ଏକ ଭାରତ ଶ୍ରେଷ୍ଠ ଭାରାତ”, “ସବକା ସାଥ ସବକା ବିକାଶ”, ଓ “ଆତ୍ମନିର୍ଭର ଭାରତ” ଶୀର୍ଷକ ଆଲୋଚନାରେ ବକ୍ତବ୍ୟ ରଖିଥିଲେ। ଆଜିର ଉଦଯାପନୀ ସମାରୋହରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ମହାବିଦ୍ୟାଳୟ ପ୍ରାଙ୍ଗଣରେ ସମବେତ ହୋଇ ସମ୍ବିଧାନର ପ୍ରସ୍ତାବନା ପାଠ କରି ଏହା ପ୍ରତି ନିଜ ନିଜର ସମ୍ମାନ ପ୍ରଦର୍ଶନ କରିଥିଲେ। …
ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ, ଏସପି ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ବାଣପୁର ଥାନା ଅନ୍ତର୍ଗତ କୋଷରଡ଼ା ଜଙ୍ଗଲ ଅଞ୍ଚଳରେ ପୋଲିସ ଓ ଅବକାରୀ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣରେ ପୋଚ ଜବତ ହୋଇଛି। ସୂଚନା ମୁତାବକ ଆଜି ସକାଳେ ବାଣପୁର ଅତିରିକ୍ତ ତହସିଲଦାର ସାହୀନ ନାଜଙ୍କ ଉପସ୍ଥିତିରେ ଟାଙ୍ଗୀ, ଖୋର୍ଦ୍ଧା, ବାଲୁଗାଁ ଅବକାରୀ ବିଭାଗ ଏବଂ ବାଣପୁର ପୋଲିସ ମିଳିତ ଭାବେ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସମୁଦାୟ ୧୩୧୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ୧୬୬୦୦ ଲିଟର ପୋଚ ଜବତ ହୋଇ ନଷ୍ଟ କରିଦିଆଯାଇଛି। ତେବେ ଜଙ୍ଗଲ ଅଞ୍ଚଳର ସୁଯୋଗ ନେଇ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ କରାଯାଇଥିଲା।
ସିନାପାଲି: ବ୍ଲକ ନୂଆମାଲପଡା ପଞ୍ଚାୟତ ଡଙ୍ଗରଗାଁ ଠାରେ ସିନାପାଲି ଥାନା ପକ୍ଷରୁ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସିନାପାଲି ଥାନାଧିକାରୀ ରଶ୍ମିତା ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଏଏସଆଇ ପ୍ରଭାକର ନାୟକ ସଭା ପରିଚାଲନା କରିଥିଲେ। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ପରସ୍ପର ବନ୍ଧୁତା ମନୋଭାବରେ ଅପରାଧ ନିୟନ୍ତ୍ରଣ ପାଇଁ କାର୍ଯ୍ୟ କରିବାକୁ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ। ପୋଲିସ ପ୍ରତି ଥିବା ବିଭିନ୍ନ ଭୟଭ୍ରାନ୍ତିକୁ ଦୂର କରିବାକୁ ଚେଷ୍ଟା କରାଯାଇଥିଲା। ପୋଲିସ ବିଭାଗର ଅନେକ ନିୟରେ ପରିବର୍ତ୍ତନ ହୋଇଥିବା ବେଳେ ଅଭିଯୋଗକାରୀ ଓ ଦୋଷୀଙ୍କୁ ଥାନା ପକ୍ଷରୁ କୌଣସି ଦୁର୍ବବ୍ୟବହାର ନଦେଖାଇ ଉତ୍ତମ ବ୍ୟବହାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ରହିଛି। ଆଇନ ପ୍ରତି ସଚେତନ ହେଲେ ଅପରାଧ ଏବଂ ଠକାମିର ଶିକାର ରୁ ବଞ୍ଚିତ ହେବେ। ସ୍ୱାଧିନ ଚିନ୍ତା ଧାରାରେ ପୋଲିସ ସହ ଯୋଗାଯୋଗ ରଖି କୌଣସି ଅପରାଧକୁ ପ୍ରସୟ ଦେବା ପାଇଁ…
ନୂଆପଡ଼ା: ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ “ସ୍ୱନିଧି ରୁ ସମୃଦ୍ଧି” ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ ଖଡିଆଳ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଯୋଗ ଦେଇ ସରକାରଙ୍କ ଆଠ ଗୋଟି କଲ୍ୟାଣ ଯୋଜାନ ଲାଭ ନେବାକୁ ଆହ୍ବାନ କରିଛନ୍ତି। ବିଶେଷ ରୂପେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା,ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜନ ଧାନ ଯୋଜନା, ବି ଓ ସି ଡ଼ବ୍ଲୁ ପଞ୍ଜିକରଣ, ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା, ଜନନୀ ସୁରକ୍ଷା ଯୋଜନା, ୱାନ ନେସନ୍ ୱାନ ରାସନ୍ ଯୋଜନା, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଉପରେ ଲାଭ ନେବାକୁ ଆହ୍ବାନ କରିଛନ୍ତି। ବୈଠକରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ବାଧୀନ ମହାରଣା, ୱାର୍ଡ ସଭ୍ୟ ସୁନିଲ କୁମାର ସାହୁ, ଲକ୍ଷଣ ଦୁରିଆ, ସମାଜ ସେବୀ ରିତେଶ ପଟ୍ଟନାୟକ, କର୍ମଚାରୀ ମାନେ ଯୋଗ ଦେଇଥିଲେ।
ପୁରୀ: ଆସନ୍ତାକାଲି ୨୭ ତାରିଖ ବୁଧବାର ମାର୍ଗଶୀର କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ଗୁପ୍ତନୀତି ସମାପନ କରାଯିବ। ଏନେଇ ଆପାତତଃ ଅପରାହ୍ନ ୫ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦତ୍ତ ମହାପାତ୍ର ଓ ଦଇତାପତି ସେବକ ମାନଙ୍କ ଦ୍ୱାରା ଏହି ଗୁପ୍ତାନୀତି ସମ୍ପାଦନ କରାଯିବ।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଅଛି।
ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ସମ୍ବିଧାନ ଦିବସ ପାଳିତ ହୋଇଛି। ବିଦ୍ୟାଳୟର ପ୍ରିନ୍ସିପାଲ୍ ଭୀମସେନ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡ. କୈଳାଶ ଚନ୍ଦ୍ର ଦାସଙ୍କ ଗଣତନ୍ତ୍ର, ସମାନତା ଏବଂ ନ୍ୟାୟର ଆଧାରଶିଳା ଭାବେ ଭାରତୀୟ ସମ୍ବିଧାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଛାତ୍ରଛାତ୍ରୀଙ୍କୁ ଭାରତର ନାଗରିକ ଭାବରେ ସେମାନଙ୍କର ଅଧିକାର ଏବଂ ଦାଯ଼ିତ୍ୱ ବୁଝିବା ପାଇଁ ଉତ୍ସାହିତ କରିଥିଲେ। ଡ. ବି.ଆର.ଆମ୍ବେଦକରଙ୍କ ଭଳି ମହାନ ନେତାଙ୍କ ଆଦର୍ଶକୁ ଅନୁସରଣ କରିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ଏବଂ କର୍ମଚାରୀମାନେ ସାମୂହିକ ଭାବରେ ପ୍ରିମ୍ବଲ୍ ପାଠ କରି ସାମ୍ବିଧାନିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ସେମାନଙ୍କ ପ୍ରତିବଦ୍ଧତାକୁ ନିଶ୍ଚିତ କରିଥିଲେ ।
ନୂଆଦିଲ୍ଲୀ: 2025 ଆଇପିଏଲ୍ ମେଗା ନିଲାମରେ ମୋଟ 577 ଖେଳାଳିଙ୍କୁ ବିଡ୍ କରାଯାଇଥିଲା, ସେଥିମଧ୍ୟରୁ କେବଳ 182 ଖେଳାଳି ବିକ୍ରି ହୋଇଥିଲେ। ସମସ୍ତ 10 ଟି ଦଳ ମିଳିତ ଭାବେ ନିଲାମରେ 639.15 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ, ପଞ୍ଜାବ କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ ଏକମାତ୍ର ଦଳ ଯିଏକି ସମସ୍ତ 25 ଟି ସ୍ଲଟ୍ ପୂରଣ କରିଛନ୍ତି। ଋଷଭ ପନ୍ତ ଲିଗର ସବୁଠାରୁ ଦାମୀ ଖେଳାଳି ହୋଇଥିଲେ, ଯାହାଙ୍କ ଉପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) 27 କୋଟି ଟଙ୍କା ଖର୍ଚ୍ଚ କରିଥିଲା। ସେହିଭଳି ଶ୍ରେୟସ୍ ଆୟରଙ୍କୁ ପଞ୍ଜାବ କିଙ୍ଗ୍ସ 26.75 କୋଟିରେ କିଣିଛି। ମେଗା ନିଲାମର ଉଭୟ ଦିନ ପରେ ସମସ୍ତ 10 ଟିମର ସ୍କ୍ବାଡ୍ କିପରି ଦେଖାଯାଏ, ଆସନ୍ତୁ ଜାଣିବା…. ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB): ଜୋସ୍ ହେଜଲଉଡ୍ (12.50 କୋଟି ଟଙ୍କା), ଫିଲ୍ ସାଲ୍ଟ (11.50 କୋଟି), ଜିତେଶ ଶର୍ମା (11…
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ରାଜ୍ୟପାଳ ଶକ୍ତିକାନ୍ତ ଦାସଙ୍କୁ ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆରବିଆଇ କହିଛି ଯେ, ସେ ଏସିଡିଟିରେ ପୀଡିତ ଥିଲେ ଏବଂ ତାମିଲନାଡୁର ରାଜଧାନୀ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ଏବଂ ତାଙ୍କୁ କିଛି ଘଣ୍ଟା ମଧ୍ୟରେ ଡିସଚାର୍ଜ କରାଯିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବିଧାନ ଦିବସ ତଥା ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି: “ଭାରତୀୟ ସମ୍ବିଧାନର ୭୫ତମ ବାର୍ଷିକୀ ତଥା ସମ୍ବିଧାନ ଦିବସ ଅବସରରେ ସମସ୍ତ ଦେଶବାସୀଙ୍କୁ ବହୁତ ଶୁଭକାମନା। #75YearsOfConstitution”
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, କାନାଡା ଏବଂ ମେକ୍ସିକୋରୁ ଆସୁଥିବା ସମସ୍ତ ଉତ୍ପାଦ ଉପରେ ସେ ୨୫ ପ୍ରତିଶତ ଏବଂ ଚାଇନାର ସାମଗ୍ରୀ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବେ। ସୋମବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍’ରେ ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି ଯେ, ଜାନୁଆରୀ ୨୦ ତାରିଖରେ ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ସେ ପ୍ରଥମେ ଏହି ତିନୋଟି ଦେଶ ଉପରେ ଶୁଳ୍କ ଲାଗୁ କରିବାକୁ କାର୍ଯ୍ୟକାରୀ ଆଦେଶରେ ଦସ୍ତଖତ କରିବେ। ସେ କହିଛନ୍ତି ଯେ, ‘ଯେପରି ସମସ୍ତେ ଜାଣନ୍ତି, ହଜାର ହଜାର ଲୋକ ମେକ୍ସିକୋ ଏବଂ କାନାଡା ଦେଇ ଆସୁଛନ୍ତି ଏବଂ ସେମାନଙ୍କ ସହ ବହୁ ଅପରାଧ ଏବଂ ମାଦକ ଦ୍ରବ୍ୟ ଆଣୁଛନ୍ତି। ଏହା ବ୍ୟତୀତ ନବ ନିର୍ବାଚିତ ରାଷ୍ଟ୍ରପତି ଆମେରିକାରେ ଡ୍ରଗ୍ସ ପ୍ରବାହକୁ ରୋକିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ‘ମୁଁ ଚାଇନା…
ନୂଆଦିଲ୍ଲୀ: ବାଗେଶ୍ୱର ଧାମର ପିଠାଧୀଶ୍ୱର ଧିରେନ୍ଦ୍ର ଶାସ୍ତ୍ରୀଙ୍କ ହିନ୍ଦୁ ଏକତା ଯାତ୍ରା ୟୁପିରେ ଝାଂଶୀରେ ପହଞ୍ଚିଥିଲା, ଯେଉଁଠାରେ ଏକ ଅପ୍ରୀତିକର ଘଟଣା ଘଟିଥିଲା। ଯାତ୍ରା ସମୟରେ କେହି ଜଣେ ବାବାଙ୍କ ଉପରେ ମୋବାଇଲ୍ ଫୋନ୍ ଫିଙ୍ଗିଥିଲେ, ଯାହା ତାଙ୍କ ଗାଲରେ ବାଜିଥିଲା। ମୋବାଇଲ୍ ଫିଙ୍ଗିବା ଘଟଣା ସତ୍ତ୍ୱେ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ସମର୍ଥକମାନଙ୍କୁ ସଂଯମତା ବଜାୟ ରଖିବାକୁ ବାର୍ତ୍ତା ଦେଇଥିଲେ। ସେ ମାଇକ ମାଧ୍ୟମରେ ନିଜର ଭକ୍ତ ଏବଂ ସମର୍ଥକମାନଙ୍କୁ ସମ୍ବୋଧିତ କରି ଯାତ୍ରାକୁ ଶାନ୍ତିପୂର୍ଣ୍ଣ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଯାତ୍ରା ସମୟରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ସତର୍କ ରହିଛି। ଏହି ଘଟଣା ପରେ ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି। ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଛି ଏବଂ ମୋବାଇଲ୍ ଫୋପାଡିଥିବା ବ୍ୟକ୍ତି କିଏ ଏବଂ ତାଙ୍କର ଉଦ୍ଦେଶ୍ୟ କ’ଣ ତାହା ଜାଣିବାକୁ ଚେଷ୍ଟା କରୁଛି। ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଏହି ଯାତ୍ରା ହିନ୍ଦୁ ସମାଜକୁ ଏକଜୁଟ କରିବାର…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ଜୁଲାଇ ମାସରେ ହିଞ୍ଜିଳି ପୌରାଞ୍ଚଳରୁ ଜନୈକା ନାବାଳିକାକୁ ଅପହରଣ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ବ୍ରହ୍ମପୁର ସଦର ଥାନା ଅର୍ନ୍ତଗତ ଅଲାରିଗଡ ଗ୍ରାମର କୃଷ୍ଣଚନ୍ଦ୍ର ସ୍ବାଇଁ ନାମକ ଜଣେ ଯୁବକ ଉକ୍ତ ନାବାଳିକାକୁ ଅପହରଣ କରିନେଇଥିବା ସୁଚନା ପାଇ ପୋଲିସ ଅନୁସନ୍ଧାନ ଚଳାଇଥିଲେ। ଅଭିଯୁକ୍ତ କୃଷ୍ଣ ନାବାଳିକାକୁ ଅପହରଣ ପରେ ଆନ୍ଧ୍ରପ୍ରଦେଶର କୌଣସି ଏକ ସ୍ଥାନରେ ରଖି ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବାର ଜଣାପଡିଛି। ଏହିଭଳି ସମସ୍ତ ତଥ୍ୟକୁ ଆଧାର କରି ହିଞ୍ଜିଳି ପୋଲିସ ଆନ୍ଧ୍ରପ୍ରଦେଶରେ ଚଢ଼ାଉ କରି ଉଭୟ ପୀଡ଼ିତା ଓ ଅଭିଯୁକ୍ତକୁ ସେଠାରୁ ଉଠାଇ ଆଣି ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ କୃଷ୍ଣକୁ ପୋକ୍ସ ଅଦାଲତକୁ ଚାଲାଣ କରିଛନ୍ତି।
ନୂଆଦିଲ୍ଲୀ: ୨୦୨୫ ଆଇପିଏଲ୍ ମେଗା ନିଲାମକୁ ଆସିବା ପୂର୍ବରୁ ମଧ୍ୟ ୧୩ ବର୍ଷର ବାଳକ ବୈଭବ ସୂର୍ଯ୍ୟବଂଶୀ ଖବରରେ ଥିଲେ। ଯେତେବେଳେ ରାଜସ୍ଥାନ ରୟାଲ୍ସ ନିଲାମରେ ତାଙ୍କ ପାଇଁ ୧.୧୦ କୋଟି ଟଙ୍କା ଟେଣ୍ଡର କରିଥିଲା ସେତେବେଳେ କ୍ରିକେଟ୍ ଜଗତ ଚକିତ ହୋଇଯାଇଥିଲା। ବୈଭବ ବର୍ତ୍ତମାନ ରାଜସ୍ଥାନ ଦଳରେ କିମ୍ବଦନ୍ତୀ କ୍ରିକେଟର ରାହୁଲ ଦ୍ରାବିଡଙ୍କ ଅଧୀନରେ ଅନେକ କିଛି ଶିଖିବାକୁ ଯାଉଛନ୍ତି। ଏହି ସମୟରେ ବୈଭବ ମଧ୍ୟ ଏକ ଭୁଲ କାରଣରୁ ଚର୍ଚ୍ଚାକୁ ଆସିଛନ୍ତି। କାରଣ ସେ ନିଲାମରେ କୋଟିପତି ହେବା ମାତ୍ରେ ଇଣ୍ଟରନେଟରେ ତାଙ୍କ ବିରୋଧରେ ଏକ ବୟାନ ଠକେଇ ଅଭିଯାନ ଆରମ୍ଭ ହୋଇଛି। ଅନେକ ଲୋକ ବିଶ୍ଵାସ କରନ୍ତି ଯେ, ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରକୃତ ବୟସ ୧୫ ବର୍ଷ ଅଟେ। ବର୍ତ୍ତମାନ ବୟସ ଠକେଇ ମନ୍ତବ୍ୟ ଉପରେ ସମାଲୋଚକଙ୍କୁ ବୈଭବଙ୍କ ପିତା ସଞ୍ଜୀବ ସୂର୍ଯ୍ୟବଂଶୀ ଉପଯୁକ୍ତ ଉତ୍ତର ଦେଇଛନ୍ତି। ପିଟିଆଇ ଅନୁଯାୟୀ, ସଂଜୀବ ସୂର୍ଯ୍ୟବଂଶୀ କହିଛନ୍ତି ଯେ, “ଯେତେବେଳେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅରୁଣାଚଳ ପ୍ରଦେଶର ଶି ୟୋମି ଜିଲ୍ଲାରେ ହିଓ ଜଳ ବିଦ୍ୟୁତ ପ୍ରକଳ୍ପ (ଏଚଇପି) ନିର୍ମାଣ ପାଇଁ ୧୯୩୯ କୋଟି ଟଙ୍କା ନିବେଶକୁ ଅନୁମୋଦନ କରିଛି । ପ୍ରକଳ୍ପର ସମ୍ପୂର୍ଣ୍ଣତା ଅବଧି ୫୦ ମାସ ହେବ ବୋଲି ଆକଳନ କରାଯାଇଛି। ୨୪୦ ମେଗାୱାଟ (୩ x ୮୦ ମେଗାୱାଟ୍) କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ୧୦ ମିଲିୟନ୍ ୟୁନିଟ୍ (ଏମୟୁ) ଶକ୍ତି ଉତ୍ପାଦନ କରିବ। ଏହି ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ୍ ଅରୁଣାଚଳ ପ୍ରଦେଶ ରାଜ୍ୟରେ ବିଦ୍ୟୁତ ଯୋଗାଣ ସ୍ଥିତିରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ଜାତୀୟ ଗ୍ରିଡ୍ ର ସନ୍ତୁଳନ ରକ୍ଷା କରିବାରେ ମଧ୍ୟ ସହାୟକ ହେବ। ନର୍ଥ ଇଷ୍ଟର୍ଣ୍ଣ ଇଲେକ୍ଟ୍ରିକ୍ ପାୱାର କର୍ପୋରେସନ୍ ଲିମିଟେଡ୍ (ନିପକୋ) ଏବଂ ଅରୁଣାଚଳ ପ୍ରଦେଶ ସରକାରଙ୍କ ମିଳିତ ଉଦ୍ୟୋଗ କମ୍ପାନୀ ମାଧ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଭାରତ…
ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ତିନି ଗୋଟି ଶିଶୁ ଯତ୍ନ କେନ୍ଦ୍ର, ଉତ୍କଳ ବାଲା ଶ୍ରମ, ନବାପ୍ରଭାତ ସ୍ଥଳୀ ଏବଂ କାରୁନ୍ୟ ବାଲ ନିକେତନରୁ ୧୮ ଜଣ ପ୍ରତିନିଧି ଦଳ ଭୁବନେଶ୍ବର ଗସ୍ତ କରିଛନ୍ତି। ଖଡିଆଳ ବସ ଷ୍ଟାଣ୍ଡରୁ ଏହି ପ୍ରତିନିଧି ଦଳକୁ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ଡ଼ ଫାଣନ୍ଦମ ଦେଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବଲିହାର ସିଂ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ପ୍ରତିନିଧି ଦଳକୁ ପଠାଇ ଥିଲେ। ଏହି ପ୍ରତିନିଧି ଦଳରେ ତିନି ଜଣ ଗାଇଡ ଗସ୍ତ କରିଛନ୍ତି। ଉତ୍ସାହ ଓ ମହକ-୨୦୨୪ ରାଜ୍ୟସ୍ତରୀୟ ଉତ୍ସବ ରେ ଯୋଗଦାନ କରି ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ। ମହକ ସାଂସ୍କୃତିକ ମହୋତ୍ସବ ଏବଂ ଉତ୍ସାହ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହେବ। ୨୫ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି କ୍ରୀଡା ଓ ସାଂସ୍କୃତିକ ମହୋତ୍ସବ ପାଳିତ…
ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣ ପ୍ରାୟ ୫ଟାରେ ସୁପ୍ରିମକୋର୍ଟର ପ୍ରଶାସନିକ ଭବନ ପରିସରରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗଦେବେ। ସେ ଭାରତୀୟ ନ୍ୟାୟପାଳିକାର ବାର୍ଷିକ ରିପୋର୍ଟ (୨୦୨୩-୨୪) ଉନ୍ମୋଚନ କରିବେ। ଏହି ଅବସରରେ ସେ ଏକ ସମାବେଶକୁ ସମ୍ବୋଧିତ କରିବେ। ସୁପ୍ରିମକୋର୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରଧାନ ବିଚାରପତି ଏବଂ ସୁପ୍ରିମକୋର୍ଟର ଅନ୍ୟ ବିଚାରପତିମାନେ ମଧ୍ୟ ଉପସ୍ଥିତ ରହିବେ।

