Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଶପଥ ଗ୍ରହଣ ପରେ ଚୀନ୍, କାନାଡା ଉପରେ ଲଗାଇବି ବଡ ଶୁଳ୍କ’: ଡୋନାଲ୍ଡ ଟ୍ରମ୍ପ
ଆଜିର ଖବର

‘ଶପଥ ଗ୍ରହଣ ପରେ ଚୀନ୍, କାନାଡା ଉପରେ ଲଗାଇବି ବଡ ଶୁଳ୍କ’: ଡୋନାଲ୍ଡ ଟ୍ରମ୍ପ

November 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, କାନାଡା ଏବଂ ମେକ୍ସିକୋରୁ ଆସୁଥିବା ସମସ୍ତ ଉତ୍ପାଦ ଉପରେ ସେ ୨୫ ପ୍ରତିଶତ ଏବଂ ଚାଇନାର ସାମଗ୍ରୀ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବେ। ସୋମବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍’ରେ ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି ଯେ, ଜାନୁଆରୀ ୨୦ ତାରିଖରେ ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ସେ ପ୍ରଥମେ ଏହି ତିନୋଟି ଦେଶ ଉପରେ ଶୁଳ୍କ ଲାଗୁ କରିବାକୁ କାର୍ଯ୍ୟକାରୀ ଆଦେଶରେ ଦସ୍ତଖତ କରିବେ।

ସେ କହିଛନ୍ତି ଯେ, ‘ଯେପରି ସମସ୍ତେ ଜାଣନ୍ତି, ହଜାର ହଜାର ଲୋକ ମେକ୍ସିକୋ ଏବଂ କାନାଡା ଦେଇ ଆସୁଛନ୍ତି ଏବଂ ସେମାନଙ୍କ ସହ ବହୁ ଅପରାଧ ଏବଂ ମାଦକ ଦ୍ରବ୍ୟ ଆଣୁଛନ୍ତି।

ଏହା ବ୍ୟତୀତ ନବ ନିର୍ବାଚିତ ରାଷ୍ଟ୍ରପତି ଆମେରିକାରେ ଡ୍ରଗ୍ସ ପ୍ରବାହକୁ ରୋକିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ‘ମୁଁ ଚାଇନା ସହିତ ଅନେକ ଥର ଡ୍ରଗ୍ସ, ବିଶେଷକରି ଫେଣ୍ଟାନିଲ ଆମେରିକା ପଠାଯାଉଥିବା ନେଇ ଅନେକ ଥର ଆଲୋଚନା କରୁଛି, କିନ୍ତୁ କୌଣସି ସମାଧାନ ମିଳିନାହିଁ। ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ, ‘ଚୀନ୍‌ର ପ୍ରତିନିଧୀମାନେ ମୋତେ କହିଛନ୍ତି ଯେ, କୌଣସି ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ପାଇଁ ସେମାନେ ସର୍ବାଧିକ ଦଣ୍ଡ, ମୃତ୍ୟୁଦଣ୍ଡ ଦେବେ, କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନେ ଏହା ଅନୁସରଣ କରିନାହାଁନ୍ତି ଏବଂ ଡ୍ରଗ୍ସ ଆମ ଦେଶରେ ପ୍ରବେଶ ଜାରି ରଖିଛନ୍ତି, ବିଶେଷ କରି ମେକ୍ସିକୋ ମାଧ୍ୟମରେ ଏକ ବଡ଼ ପରିମାଣରେ ଏଠାକୁ ଆସୁଛି।

ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ସେମାନେ ଏହା କରିବା ବନ୍ଦ ନକରନ୍ତି, ସେପର୍ଯ୍ୟନ୍ତ ଆମେ ଅତିରିକ୍ତ ଟିକସ ବ୍ୟତୀତ ଆମେରିକାକୁ ଆସୁଥିବା ସମସ୍ତ ଉତ୍ପାଦ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବୁ। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଜାନୁଆରୀ ୨୦ ତାରିଖ ୨୦୨୫ ରେ ରାଷ୍ଟ୍ରପତି ପଦ ଗ୍ରହଣ କରିବାର ପ୍ରଥମ ଦିନ ଏହା ସ୍ୱାକ୍ଷରିତ ହେବ।

canada china donald trump Justin Trudeau
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.