Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓପିସିଡବ୍ଲୁ-ଦ ହେଗ୍ ପୁରସ୍କାର ୨୦୨୪ ଜିତିଲା ଭାରତୀୟ ରାସାୟନିକ ପରିଷଦ
ଆଜିର ଖବର

ଓପିସିଡବ୍ଲୁ-ଦ ହେଗ୍ ପୁରସ୍କାର ୨୦୨୪ ଜିତିଲା ଭାରତୀୟ ରାସାୟନିକ ପରିଷଦ

November 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୫ ନଭେମ୍ବରରେ ନେଦରଲ୍ୟାଣ୍ଡସ୍ ର ହେଗ୍ ଠାରେ ଆୟୋଜିତ ଅର୍ଗାନାଇଜେସନ୍ ଫର୍ ପ୍ରୋହିବିଶନ୍ ଅଫ୍ କେମିକାଲ୍ ୱେପନ୍ସ୍ (ଓପିସିଡବ୍ଲ୍ୟୁ)ର ରାଷ୍ଟ୍ର ପକ୍ଷଗୁଡ଼ିକର ସମ୍ମିଳନୀ (ସିଏସପି)ର ୨୯ତମ ଅଧିବେଶନ ଅବସରରେ ଭାରତୀୟ ରାସାୟନିକ ପରିଷଦ (ଆଇସିସି)କୁ ୨୦୨୪ ଓପିସିଡବ୍ଲ୍ୟୁ ଦି ହେଗ୍ ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୧୯୩ଟି ଦେଶର ପ୍ରତିନିଧି ଏବଂ ବିଶ୍ୱର ରାସାୟନିକ ଶିଳ୍ପର ବିଶେଷଜ୍ଞମାନେ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ କୌଣସି ରାସାୟନିକ ଶିଳ୍ପ ସଂସ୍ଥାର ଉଦ୍ୟମକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓପିସିଡବ୍ଲ୍ୟୁର ମହାନିର୍ଦ୍ଦେଶକ, ରାଷ୍ଟ୍ରଦୂତ ଫର୍ଣ୍ଣାଣ୍ଡୋ ଏରିଆସ୍ ଏବଂ ହେଗ୍ ମ୍ୟୁନିସିପାଲିଟିର ମେୟର ଜାନ୍ ଭାନ୍ ଜାନେନ୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ପରିଷଦ ତରଫରୁ ଆଇସିସିର ମହାନିର୍ଦ୍ଦେଶକ ଡି ସୋତି ସେଲଭମ୍ ଏହି ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ପ୍ରଦାନ ଉତ୍ସବରେ ଓପିସିଡବ୍ଲ୍ୟୁରେ ଭାରତର ରାଷ୍ଟ୍ରଦୂତ ଓ ସ୍ଥାୟୀ ପ୍ରତିନିଧି ଏବଂ ଭାରତର ଜାତୀୟ ରାସାୟନିକ ଅସ୍ତ୍ର ସମ୍ମିଳନୀ ପ୍ରାଧିକରଣର (ଏନଏସିଡବ୍ଲୁସି)ର ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ।

ରାସାୟନିକ ଅସ୍ତ୍ର ଚୁକ୍ତି (ସିଡବ୍ଲ୍ୟୁସି) ୧୯୯୭ରେ କାର୍ଯ୍ୟକାରୀ ହୋଇଥିଲା ଏବଂ ବର୍ତ୍ତମାନ ଏଥିରେ ୧୯୩ଟି ଦେଶ ପକ୍ଷଭୁକ୍ତ ହୋଇଛନ୍ତି । ଓପିସିଡବ୍ଲ୍ୟୁର ସଚିବାଳୟ ହେଗ୍ରେ ରହିଛି ଏବଂ ଏହା ରାସାୟନିକ ଅସ୍ତ୍ରମୁକ୍ତ ବିଶ୍ୱ ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ରାସାୟନିକ ଅସ୍ତ୍ର ଚୁକ୍ତିର କାର୍ଯ୍ୟକାରୀ ସଂସ୍ଥା ରୂପେ କାମ କରିଥାଏ। ଭାରତ ଏହି ଚୁକ୍ତିରେ ଏକ ମୂଳ ସ୍ୱାକ୍ଷରକାରୀ। ଏନଏସିଡବ୍ଲ୍ୟୁସି ହେଉଛି ଭାରତରେ ଏହି ସମ୍ମିଳନୀ କାର୍ଯ୍ୟକାରୀ କରିବା ପାଇଁ ଉତ୍ତରଦାୟୀ ଜାତୀୟ କର୍ତ୍ତୃପକ୍ଷ।

ରାସାୟନିକ ଅସ୍ତ୍ରଶସ୍ତ୍ର ବିଲୋପ କରିବା ପାଇଁ ବ୍ୟାପକ ପ୍ରୟାସ ନିମନ୍ତେ ୨୦୧୩ରେ ଓପିସିଡବ୍ଲ୍ୟୁକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସଫଳତାର ପରମ୍ପରାକୁ ବଜାୟ ରଖିବା ପାଇଁ ଓପିସିଡବ୍ଲ୍ୟୁ ୨୦୧୪ ମସିହାରେ ହେଗ୍ ମ୍ୟୁନିସିପାଲିଟି ସହଯୋଗରେ ‘ଓପିସିଡବ୍ଲ୍ୟୁ-ଦ ହେଗ୍ ଆୱାର୍ଡ’ ପ୍ରତିଷ୍ଠା କରିଥିଲା। ରାସାୟନିକ ଅସ୍ତ୍ର ଚୁକ୍ତିର ଲକ୍ଷ୍ୟକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବ୍ୟକ୍ତି ବିଶେଷ ଏବଂ ସଂଗଠନକୁ ଏହି ପୁରସ୍କାର ପ୍ରଦାନ କରାଯାଏ।

ରାସାୟନିକ ଶିଳ୍ପର ପ୍ରତିନିଧିତ୍ୱ କରୁଥିବା ଭାରତର ପ୍ରମୁଖ ସଂସ୍ଥା ଭାବରେ ଆଇସିସି ଭାରତୀୟ ରାସାୟନିକ ଶିଳ୍ପର ୮୦% ରୁ ଅଧିକ ପ୍ରତିନିଧିତ୍ୱ କରେ ଯାହାର ମୂଲ୍ୟ ୨୨୦ ବିଲିୟନ ଡଲାର। ରାସାୟନିକ ନିରାପତ୍ତାକୁ ପ୍ରୋତ୍ସାହିତ କରିବା, ଚୁକ୍ତିର ଅନୁପାଳନ ଏବଂ ଭାରତରେ ଶିଳ୍ପ ସୁରକ୍ଷା ଅଭ୍ୟାସ ବୃଦ୍ଧି କରିବାରେ ଆଇସିସିର ଭୂମିକାକୁ ଏହି ପୁରସ୍କାର ସମ୍ମାନ ଦେଇଥାଏ। ରାସାୟନିକ ଅସ୍ତ୍ର ଚୁକ୍ତି ହେଲ୍ପଡେସ୍କ ଭଳି ପଦକ୍ଷେପ ମାଧ୍ୟମରେ ଆଇସିସି ଶିଳ୍ପ ଅନୁପାଳନ ବୃଦ୍ଧି କରିବା ସହ ରାସାୟନିକ ଘୋଷଣା ପାଇଁ ଦକ୍ଷ ଇ-ଫାଇଲିଂ ସୁବିଧା ପ୍ରଦାନ କରିଛି। ଏହାବ୍ୟତୀତ ଆଇସିସିର ‘ନାଇସର ଗ୍ଲୋବ୍’ ପଦକ୍ଷେପ ଭାରତରେ ରାସାୟନିକ ପରିବହନ ନିରାପତ୍ତା ଉପରେ ଯଥେଷ୍ଟ ପ୍ରଭାବ ପକାଇଛି, ଯାହା ରିଅଲ୍ ଟାଇମ୍ ମନିଟରିଂ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତା ପ୍ରଦାନ କରୁଛି।

ଆଇସିସି ଏହାର ‘ଦାୟିତ୍ୱସମ୍ପନ୍ନ ଯତ୍ନ’ (ଆରସି) କାର୍ଯ୍ୟକ୍ରମ ଏବଂ ଆରସିର ସୁରକ୍ଷା କୋଡ୍ ପ୍ରଚଳନ ମାଧ୍ୟମରେ ରାସାୟନିକ ସୁରକ୍ଷା ଓ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ୟାନ୍ୟ କାର୍ଯ୍ୟକଳାପ ପରିଚାଳନା କରିଛି। ଶିଳ୍ପ ନିରାପତ୍ତା ବୃଦ୍ଧି ଏବଂ ବିଶ୍ୱର ଅନ୍ୟତମ ବୃହତ୍ତମ ରାସାୟନିକ କ୍ଷେତ୍ରରେ ସମ୍ମିଳନୀର ଜାତୀୟ କାର୍ଯ୍ୟକାରିତାକୁ ଆଗେଇ ନେବା ଉପରେ ଧ୍ୟାନ ଦେବା, ଦାୟିତ୍ୱବାନ ଶିଳ୍ପ ପରିଚାଳନା ଏବଂ ଏ ଦିଗରେ ସିଡବ୍ଲ୍ୟୁସିର ଲକ୍ଷ୍ୟ ପ୍ରତି ଏକ ଉଲ୍ଲେଖନୀୟ ପ୍ରତିବଦ୍ଧତାକୁ ଦର୍ଶାଏ।

Share. Facebook Twitter LinkedIn Email WhatsApp Copy Link

Related Posts

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026
Latest News

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.