Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରୁଥିବା ଆଇନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ
ଜାତୀୟ ଖବର

ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରୁଥିବା ଆଇନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ

November 27, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅଶ୍ୱିନୀ ବୈଷ୍ଣବ
ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ ପାଇଁ କେନ୍ଦ୍ରର ଦୁଇଟି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରୁଥିବା ପ୍ରଚଳିତ ଆଇନଗୁଡ଼ିକୁ ସୁଦୃଢ଼ କରିବାର ଜରୁରୀ ଆବଶ୍ୟକତା ରହିଛି।

ସମ୍ପାଦକୀୟ ଯାଞ୍ଚଠାରୁ ଆରମ୍ଭ କରି ଅନିୟନ୍ତ୍ରିତ ଅଭିବ୍ୟକ୍ତି ପର୍ଯ୍ୟନ୍ତ

ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମେ ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମର ଯୁଗରେ ବାସ କରୁଛୁ । ତେବେ ଗଣତାନ୍ତ୍ରିକ ଅନୁଷ୍ଠାନ ଓ ଗଣମାଧ୍ୟମର ପାରମ୍ପରିକ ରୂପ, ଯେଉଁମାନେ ଏକଦା ସମ୍ପାଦକୀୟ ଯାଞ୍ଚ ଉପରେ ନିର୍ଭର କରି ବିଷୟବସ୍ତୁର ଉତ୍ତରଦାୟିତ୍ୱ ଓ ଶୁଦ୍ଧତା ସୁନିଶ୍ଚିତ କରୁଥିଲେ, ତାହା ସମୟ କ୍ରମେ ହ୍ରାସ ପାଇବାରେ ଲାଗିଛି। ସେ କହିଛନ୍ତି ଯେ ଗଣମାଧ୍ୟମର ସ୍ୱାଧୀନତା ପାଇଁ ସୋସିଆଲ ମିଡିଆ ଏକ ମଞ୍ଚ ପାଲଟିଛି, କିନ୍ତୁ ସମ୍ପାଦକୀୟ ତଦାରଖ ଅଭାବରୁ ଏହା ଅନିୟନ୍ତ୍ରିତ ଅଭିବ୍ୟକ୍ତିର ଏକ ସ୍ଥାନରେ ପରିଣତ ହୋଇଛି, ଯେଉଁଥିରେ ପ୍ରାୟତଃ ଅଶ୍ଳୀଳ ବିଷୟବସ୍ତୁ ରହୁଛି।

କଠୋର ଆଇନ ଉପରେ ସହମତି

ଭାରତ ଏବଂ ଏହି ପ୍ଲାଟଫର୍ମ ଉତ୍ପତି ହୋଇଥିବା ଭୌଗଳିକ କ୍ଷେତ୍ର ମଧ୍ୟରେ ଭିନ୍ନ ଭିନ୍ନ ସାଂସ୍କୃତିକ ଭିନ୍ନତାକୁ ସ୍ୱୀକାର କରି ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତର ସାଂସ୍କୃତିକ ସମ୍ବେଦନଶୀଳତା ଏହି ପ୍ଲାଟଫର୍ମ ଉତ୍ପତି ହୋଇଥିବା ସ୍ଥାନ ଠାରୁ ବହୁତ ଭିନ୍ନ। ତେଣୁ ଭାରତ ପାଇଁ ପ୍ରଚଳିତ ଆଇନକୁ ଅଧିକ କଠୋର କରିବା ଜରୁରୀ ହୋଇପଡିଛି। ଏହି ପ୍ରସଙ୍ଗରେ ସାଧାରଣ ସହମତି ସୃଷ୍ଟି କରିବାକୁ ସେ ଅନୁରୋଧ କରିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ପ୍ରାଥମିକତା ଭିତ୍ତିରେ ଗ୍ରହଣ କରିବାକୁ ସଂସଦୀୟ ସ୍ଥାୟୀ କମିଟିକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି ଆହ୍ୱାନର ମୁକାବିଲା ପାଇଁ ସାମାଜିକ ସହମତି ରହିବା ସହ କଠୋର ଆଇନ ମଧ୍ୟ କରାଯିବା ଦରକାର ବୋଲି ସେ କହିଛନ୍ତି।

ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଗଣମାଧ୍ୟମ ସୋସିଆଲ ମିଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Latest News

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.