Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ମିଶନ ବାତ୍ସଲ୍ୟ ଯୋଜନା” ଅଧୀନରେ ପୃଷ୍ଠପୋଷକତା ଲାଭାର୍ଥୀଙ୍କ ପରାମର୍ଶ ଶିବିର ଅନୁଷ୍ଠିତ
ଆଜିର ଖବର

“ମିଶନ ବାତ୍ସଲ୍ୟ ଯୋଜନା” ଅଧୀନରେ ପୃଷ୍ଠପୋଷକତା ଲାଭାର୍ଥୀଙ୍କ ପରାମର୍ଶ ଶିବିର ଅନୁଷ୍ଠିତ

December 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କେନ୍ଦ୍ରପଡା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା “ମିଶନ ବାତ୍ସଲ୍ୟ ଯୋଜନା” ଅଧୀନରେ ପୃଷ୍ଠପୋଷକତା ଲାଭାର୍ଥୀମାନଙ୍କର ପରାମର୍ଶ ଶିବିର ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରୁ ନୂତନ ଭାବେ ପୃଷ୍ଠପୋଷକତାର ଲାଭାର୍ଥୀ ୪୧ ଜଣ ଓ ସେମାନଙ୍କ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଭାଗ ନେବା ସହିତ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ଅର୍ଥରାଶିର ସୁବିନିଯୋଗ ନିମନ୍ତେ ପରାମର୍ଶ ଦିଆଯାଇଥିଲା।

ତଥ୍ୟ ଅନୁସାରେ ଜିଲ୍ଲାରେ ୨୦୧୨ ମସିହା ଠାରୁ କାର୍ଯ୍ୟକାରୀ ହେଉଥିବା ସମନ୍ଵିତ ଶିଶୁ ବିକାଶ ବିଭାଗ ତଥା ମିଶନ ବାତ୍ସଲ୍ୟ ଅଧୀନରେ ଏହି ପୃଷ୍ଠପୋଷକତା ଜିଲ୍ଲାରେ ଅବହେଳିତ ତଥା ପିତୃମାତୃହୀନ, ଆଇନ ସହ ଦ୍ଵନ୍ଦରେ ଥିବା ପିଲା, ଅନୁଷ୍ଠାନ ଫେରନ୍ତା, ଜେଲରେ ଥିବା ପିତାମାତାଙ୍କ ଶିଶୁମାନଙ୍କୁ ଯୋଗାଇ ଦିଆଯାଉଛି।

ଉକ୍ତ ସୀମିତ ଅର୍ଥରାଶି ସରକାରଙ୍କ ତରଫରୁ ପ୍ରୋତ୍ସାହନ ସ୍ଵରୂପ ଯୋଗାଇ ସେମାନଙ୍କ ଖାଦ୍ୟ, ସ୍ଵାସ୍ଥ୍ୟ ଓ ଶିକ୍ଷାକୁ ନିଶ୍ଚିନ୍ତ କରାଇବା ପାଇଁ ପ୍ରଦାନ କରାଯାଉଅଛି। ଅଦ୍ୟାବଧି ୨୧୩ ଜଣ ପିଲାଙ୍କୁ ଉକ୍ତ ଯୋଜନାରେ ଜିଲ୍ଲାରେ ସାମିଲ କରାଯାଇଥିବା ସ୍ଥଳେ ବର୍ତ୍ତମାନ ୧୦୧ ଜଣଙ୍କୁ ପ୍ରୋତ୍ସାହନ ଚାଲୁ ରହିଛି ଏବଂ ବଳକା ଶିଶୁ ୧୮ ବର୍ଷର ପୂର୍ତ୍ତିରେ କିମ୍ବା ସୀମିତ ସମୟ ମଧ୍ୟରେ ଏହି ଯୋଜନାରୁ ବାଦ ପଡିଛନ୍ତି।

ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶିଶୁମାନେ ଭଗବାନଙ୍କ ସ୍ଵରୂପ ଓ ସେମାନଙ୍କୁ ଉପଯୁକ୍ତ ଲାଳନ ପାଳନ, ସହଯୋଗ ଓ ପ୍ରୋତ୍ସାହନ ସରକାରଙ୍କ ତରଫରୁ ଯାହା କିଛିବି ରହିଛି ତାକୁ ଅଭିଭାବକ ଉପଯୁକ୍ତ ଭାବେ ଯତ୍ନ ଓ ସୁରକ୍ଷା ଦିଗ ପ୍ରତି ଯତ୍ନବାନ ହେଲେ ଶିଶୁର ପ୍ରକୃତ ଅଭିବୃଦ୍ଧି ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ଵ ନୁହେଁ ଏଥିରେ ସମସ୍ତଙ୍କର ଭାଗୀଦାରୀ ରହିଛି ଯାହାକି ସାମାଜିକ ଜୀବନରେ ଭବିଷ୍ୟତ ବଂଶଧର ମାନଙ୍କୁ ଗଢିତୋଳିବା ପାଇଁ ଏକ ସୁଯୋଗ ଅଟେ।

ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ସ୍ଵାଗତ ଅଭିଭାଷଣ ସହିତ ଉପଯୁକ୍ତ ବିନିଯୋଗ ନିମନ୍ତେ ଯୋଜନା ସମ୍ପର୍କିତ ପ୍ରବଧାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥି ସହିତ ଜିଲ୍ଲା ମଙ୍ଗଳ ଅଧିକାରୀ, ଅଧ୍ୟକ୍ଷା, ଶିଶୁ ମଙ୍ଗଳ କମିଟି ଏବଂ ଅଣଆନୁଷ୍ଠାନିକ ଅଧିକାରୀ ଉକ୍ତ ଯୋଜନା ସମ୍ପର୍କିତ ସମସ୍ତ ନିର୍ଦ୍ଦେଶାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ।

ଶେଷରେ ପ୍ରୋବେଶନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସମସ୍ତ ବିଭାଗୀୟ କର୍ମଚାରୀ ଓ ଚାଇଲ୍ଡ ହେଲ୍ପଲାଇନର କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

କେନ୍ଦ୍ରପଡା ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ମିଶନ ବାତ୍ସଲ୍ୟ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.