Categories
ଆଜିର ଖବର ରାଜ୍ୟ ଖବର

ଅଙ୍ଗନଵାଡି କର୍ମୀରୁ ସୁପରଭାଇଜର ପଦୋନ୍ନତିରେ ବ୍ୟାପକ ହେରାଫେରି ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ପ୍ରତି ଜିଲ୍ଲାରେ ବ୍ଲକ ସ୍ତରରେ ସମନ୍ଵିତ ଶିଶୁବିକାଶ ପ୍ରକଳ୍ପ ଗୁଡ଼ି କାର୍ଯ୍ୟକାରି ହେଉଛି। ଓଡ଼ିଶା ସରକାରଙ୍କ ଶିଶୁ ଓ ମହିଳା କଲ୍ୟାଣ ସର୍ଭିସ ରୁଲ ୧୯୮୯ ଅନୁସାରେ ମାଟ୍ରିକ୍ୟୁଲେଟ ଅଙ୍ଗନଵାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦବୀ କୁ ପଦୋନ୍ନତି ଦେବାର ବ୍ୟବସ୍ଥା ଥିଲା। ମହିଳା ଓ ଶିଶୁବିଭାଗ ବିଭାଗ ସଂଖ୍ୟା ୨୦୮୯୮ ତା ୨୦.୧୨.୨୦୧୪ ଯୋଗେ ଉକ୍ତ ପଦୋନ୍ନତିକୁ ସ୍ଥଗିତ ରଖିବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ବିଭାଗୀୟ ପତ୍ର ସଂଖ୍ୟା ୩୬୮୧ ତା ୦୪.୦୩.୨୦୧୬ ଯୋଗେ ଉକ୍ତ ସ୍ଥଗିତାଦେଶ କୁ ଉଠାଇ ଦିଆ ଯାଇ ମାଟ୍ରିକ୍ୟୁଲେଟ ଅଙ୍ଗନଵାଡି କର୍ମୀ ଦଶ ବର୍ଷ ଅଭିଜ୍ଞତା ଥିଲେ ସେମାନଙ୍କ ମଧ୍ୟରୁ ବରିଷ୍ଠତା ଓ ଯୋଗ୍ୟତା ଭିତ୍ତିରେ ସୁପରଭାଇଜର ପଦବୀ କୁ ପଦୋନ୍ନତି ଦେବା କୁ ନିର୍ଦ୍ଦେଶ ଦିଆ ଯାଇଛି।

ଇତି ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ଅର୍ଡର ନଂ ୨୨୩୫ତା ୧୭.୧୧.୨୦୧୨ ଅନୁସାରେ ଖାଲିଥିବା ୧୩ ଗୋଟି ପଦବୀ ରେ ମାତ୍ର ୫ ଜଣ ଅଙ୍ଗନଵାଡି କର୍ମୀଙ୍କୁ ପଦୋନ୍ନତି ଦେଇଥିବା ବେଳେ ଅର୍ଡର ନଂ ୨୯୩୪ ତା ୨୧.୧୨.୨୦୧୬ ଅନୁସାରେ ୨୮ ଜଣ ଜଣ ଅଙ୍ଗନଵାଡି କର୍ମୀଙ୍କୁ ପଦୋନ୍ନତି ଦେଇଥିବା ଜଣାପଡିଛି। ତନ୍ମଧ୍ୟରୁ କେତେକ ପ୍ରାର୍ଥୀନି ୧୯୮୬ ମସିହାରୁ ୧୯୯୩ ମସିହା ମଧ୍ୟରେ ମାଟ୍ରିକ ପାଶ କରି ଅଙ୍ଗନଵାଡି କର୍ମୀ ଭାବେ ଯୋଗ ଦେଇଥିବା ଜଣାପଡିଛି। ଏପରିକି ପଦୋନ୍ନତି ସମୟରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗୀୟ ନିର୍ଦ୍ଦେଶନାମା ଅନୁସାରେ ବରିଷ୍ଠତା ଏବଂ ଉପଯୁକ୍ତ ପ୍ରାର୍ଥୀନି ଙ୍କୁ ପଦୋନ୍ନତି ଦେବାକୁ କୁହାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ କେବଳ ବରିଷ୍ଠତା କୁ ଗୁରୁତ୍ବ ଦିଆଯାଇ ଅନ୍ୟ ଦିଗ ଗୁଡିକୁ ଅଣଦେଖା କରାଯାଇଥିବା ଅଭିଯୋଗ ହେଉଛି। ଯାହାଫଳରେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀନି ମାନେ ବାଦ ପଡି ଯାଇଥିବା ଜଣାପଡିଛି।

ଏହାବ୍ୟତୀତ ଯଦିଓ ୨୦୧୬ ମସିହାରେ ତିଆରି ହୋଇଥିବା ଗ୍ରେଡେସନ ତାଲିକା ଅନୁସାରେ କ୍ରମିକ ନଂ ୧ ରୁ ୧୮, ୨୦,୨୧,୩୧,୩୭,୩୮,୪୦,୧୧୧,୧୬୪ ଓ ୧୭୫ ନମ୍ବର ରେ ଥିବା ୨୮ ଜଣ ଅଙ୍ଗନଵାଡି କର୍ମୀ ଙ୍କୁ ଅର୍ଡର ନଂ ୨୯୩୪ ତା ୨୧.୧୨.୨୦୧୬ ଅନୁସାରେ ସୁପରଭାଇଜର ଭାବେ ପଦୋନ୍ନତି ଦିଆଯାଇଥିବା ଜଣାପଡିଛି ତଦନୁସାରେ ୨୮ ନମ୍ବର ରେ ଥିବା ପ୍ରାର୍ଥୀନି ଙ୍କ ଗ୍ରେଡେସନ ତାଲିକା ଅନୁସାରେ ୧୭୫ ନମ୍ବର କୁ ଅନୁଧ୍ୟାନ କଲେ ସମ୍ପୃକ୍ତ ଅଙ୍ଗନଵାଡି କର୍ମୀ ୧୨.୧୧.୧୯୯୨ ରେ ଯୋଗ ଦେଇଥିବା ବେଳେ ୧୯୯୯ ରେ ମାଟ୍ରିକ ପାଶ କରିଥିବା ଜଣାପଡିଛି ଏହାବ୍ୟତୀତ ୨୦୦୮ ମସିହାରେ ତିଆରି କରାଯାଇଥିବା ଗ୍ରେଡେସନ ତାଲିକାର ଅଙ୍ଗନଵାଡି କର୍ମୀ ମାନଙ୍କ ତଥ୍ୟ ଏବଂ ୨୦୧୬ ମସିହାରେ ତିଆରି କରାଯାଇଥିବା ଗ୍ରେଡେସନ ତାଲିକାର ତଥ୍ୟ ମଧ୍ୟରେ ତାଳମେଳ ରହୁନଥିବା ଅଭିଯୋଗ ହେଉଛି। ଗତ ୨୦୧୬ ମସିହାରେ କେବଳ ପଦୋନ୍ନତି ଦେବାକୁ ଶୁହାଇବା ଉଦ୍ଦେଶ୍ୟରେ ଗ୍ରେଡେସନ ତାଲିକା ତିଆରି କରାଯାଇଥିବା ଅଭିଯୋଗ ହେଉଛି।

ଯଦିଓ ଯଏନିଙ୍ଗ ତାରିଖ ଅନୁସାରେ ବରିଷ୍ଠତା ଭିତ୍ତିରେ ସଠିକ ଭାବେ ଗ୍ରେଡେସନ ତାଲିକା ତିଆରି କରାଯାଇଥିବା କୁହାଯାଉଛି ତେବେ ୨୦୨୧ ମସିହାରେ ତିଆରି କରାଯାଇଥିବା ଗ୍ରେଡେସନ ତାଲିକା ଅନୁସାରେ ୨୦୧୩ ଓ ୨୦୧୫ ମସିହାରେ ମାଟ୍ରିକ ପାଶ କରି ୧୯୮୩ ଓ ୧୯୮୪ ରେ ଅଙ୍ଗନଵାଡି କର୍ମୀ ଭାବେ ଯୋଗ ଦେଇଥିବା କ୍ରମିକ ନଂ ୩, ୬, ୭,୧୭ ରେ ଥିବା ଅଙ୍ଗନଵାଡି କର୍ମୀ ଙ୍କ ନାମ କିପରି ୨୦୧୬ ମସିହାର ଗ୍ରେଡେସନ ତାଲିକା ରେ ସ୍ଥାନ ପାଇ ନାହି ତାହା ସନ୍ଦେହ ପ୍ରକାଶ ପାଉଛି। ଯଦିଓ ୨୦୧୬ ମସିହାର ଗ୍ରେଡେସନ ତାଲିକା ଠିକ ଓ ତଦନୁସାରେ ଅଙ୍ଗନଵାଡି କର୍ମୀ ଙ୍କୁ ପଦୋନ୍ନତି ଦିଆ ଯାଇଛି ତେବେ ନିଯୁକ୍ତି ପରେ କ୍ରମିକ ନଂ ୧୯, ୨୨ ରୁ ୩୦, ୩୨, ୩୪ ରୁ ୩୬ ରେ ଥିବା ଅଙ୍ଗନଵାଡି କର୍ମୀ ଙ୍କ ନାମ ପରବର୍ତ୍ତୀ ୨୦୨୧ ଗ୍ରେଡେସନ ତାଲିକା ରେ ୧ ନଂ ରୁ ରହିବା ବିଧେୟ। ଏଥି ପାଇଁ ବ୍ୟାପକ କିକବେକ ହୋଇଥିବା ମଧ୍ୟ ଅଭିଯୋଗ ହେଉଛି। ତେଣୁ ୨୦୧୬ ମସିହାରେ ହୋଇଥିବା ପଦୋନ୍ନତି ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଦାବି ହେଉଛି।

ଅନ୍ୟପକ୍ଷରେ ଅଧିକାଂଶ ପ୍ରାର୍ଥୀନି ଅଙ୍ଗନଵାଡି କର୍ମୀ ଭାବେ ଯୋଗ ଦେବା ପରେ ମାଟ୍ରିକ ପାଶ କରିଥିବା ବିଭାଗୀୟ ଗ୍ରେଡେସନ ତାଲିକା ୨୦୨୧ ରୁ ଏବଂ ଡ୍ରାଫଟ ଗ୍ରେଡେସନ ତାଲିକା ୨୦୨୪ ରୁ ଜଣାପଡୁଛି। ହେଲେ ଅଙ୍ଗନଵାଡି କର୍ମୀ ଭାବେ କାର୍ଯ୍ୟରତ ଥାଇ ଉଚ୍ଚ ଶିକ୍ଷା ପାଇଁ ବିଭାଗୀୟ ଅନୁମତି ନେଇଛନ୍ତି କି ନାହି, ଯଦିଓ ବିଭାଗୀୟ ଅନୁମତି ନେଇନାହାନ୍ତି ତେବେ କିପରି ଭାବେ ରେଗୁଲାର କି ପତ୍ରାଳାପ ମାଧ୍ୟମରେ ସମ୍ପୃକ୍ତ କର୍ମୀ ମାଟ୍ରିକ ପାଶ କରିଛନ୍ତି ସେସବୁ ପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନ ଥିବା ଅଭିଯୋଗ ହେଉଛି।

ଅନ୍ୟ ପକ୍ଷରେ ମାଟ୍ରିକ ପାଶ କରି ଅଙ୍ଗନଵାଡି କର୍ମୀ ଭାବେ ଯୋଗ ଦେଇଥିବା କର୍ମୀ ଏବଂ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ଅଙ୍ଗନଵାଡି କର୍ମୀ ମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହେଉଛି। ସରକାରୀ ବିଧି ବ୍ୟବସ୍ଥା ମଧ୍ୟରେ ମାଟ୍ରିକ ପାଶ କରିଥିବା ଅଙ୍ଗନଵାଡି କର୍ମୀ ଙ୍କୁ ବରିଷ୍ଠତା ଏବଂ ଯୋଗ୍ୟତା (seniority & suitability) ଭିତ୍ତିରେ ସୁପର ଭାଇଜର ଭାବେ ପଦୋନ୍ନତି ଦେବାକୁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ନେଇ ଦ୍ଵନ୍ଦ୍ଵ: ସ୍ପଷ୍ଟ କଲା ମହିଳା ଓ ଶିଶୁ ବିକାଶ ବିଭାଗ

ଭୁବନେଶ୍ଵର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟଗୁଡିକ ପାଇଁ ଆଗୁଆ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ହେଲେ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ର ଖୋଲା ରହିବାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଛି। ତେଣୁ ଏହାକୁ ନେଇ ରାଜ୍ୟ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅଙ୍ଗନବାଡି ଖୋଲିବାକୁ ନେଇ ମହିଳା ଓ ଶିଶୁ ବିଭାଗ ଏକ ସୂଚନା ମାଧ୍ୟମରେ ଅବଗତ କରିଛି।

ସୂଚନା ଅନୁଯାୟୀ, ରାଜ୍ୟରେ ସମସ୍ତ ଅଙ୍ଗନବାଡି କେନ୍ଦ୍ର ପ୍ରତ୍ୟେକ କାର୍ଯ୍ୟ ଦିବସରେ ଖୋଲା ରହିବ। ସକାଳ ୭ ଟାରୁ ୧୦ ଟା ଯାଏଁ କେନ୍ଦ୍ରଗୁଡିକ କାର୍ଯ୍ୟକ୍ଷମ ରହିବ। କିନ୍ତୁ ଆବଶ୍ୟକ ପଡିଲେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଅଙ୍ଗନବାଡି କେନ୍ଦ୍ରର ସମୟ ପରିବର୍ତ୍ତନ କରିପାରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ଇ-ଅରୁଣିମା’ ଆପ୍ ର ହେଲା ଲୋକାର୍ପିତ

ଭୁବନେଶ୍ୱର :  ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପ୍ରଥମ କରି ଏକ ସଂପୂର୍ଣ୍ଣ ଆପ୍‌ ମାଧ୍ୟମରେ ତାଲିମ ବ୍ୟବସ୍ଥାକୁ ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ ଲୋକାର୍ପଣ କରିଛନ୍ତିି ।

ଏହି ଅବସରରେ ସମସ୍ତ ଆଇସିଡିଏସ୍‌ କର୍ମକର୍ତ୍ତା ଏବଂ ଅଙ୍ଗନବାଡ଼ି କର୍ମୀ, କାର୍ଯ୍ୟରତ ସୁପରଭାଇଜର ଓ ଶିଶୁ ବିକାଶ ଅଧିକାରୀମାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ କହିଲେ ଯେ, ମୋ ବିଭାଗର ନୂତନ କାର୍ଯ୍ୟକ୍ରମ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । କୋଭିଡ୍‌-୧୯ ସମୟରେ ବିଭିନ୍ନ ଦକ୍ଷତା ବିକାଶ ଶୈଳୀ ମଧ୍ୟରୁ ଡିଜିଟାଲ୍‌ ସାକ୍ଷରତାକୁ ପ୍ରାଧାନ୍ୟ ଦେଇଆସିଛୁ । ଏହି ଆପ୍‌ ମାଧ୍ୟମରେ ସମସ୍ତ ଅଙ୍ଗନବାଡ଼ି କର୍ମୀ, କାର୍ଯ୍ୟରତ ସୁପରଭାଇଜର ଓ ଶିଶୁ ବିକାଶ ଅଧିକାରୀମାନେ ଆଦ୍ୟଶୈଶବ ଯନି ଓ ଅନନ୍ୟ ଶିକ୍ଷା କାର୍ଯ୍ୟକ୍ରମ ‘ଇ-ଅରୁଣିମା’ ସମ୍ବନ୍ଧରେ ଉପାଦେୟ ଶିକ୍ଷା ଓ ତାଲିମ ପାଇପାରିବେ ।

ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଲେ ଯେ ଶୈଶବ ଜୀବନର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ଆଦ୍ୟବର୍ଷଗୁଡ଼ିକରେ ଶିଶୁମାନଙ୍କ ଦ୍ରୁତ ବିକାଶ ଓ ବୃଦ୍ଧି ଘଟୁଥିବାରୁ ଏହି ବର୍ଷଗୁଡ଼ିକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଏହି ସମୟରେ ସେମାନଙ୍କ ଜୀବନର ମୂଳଦୁଆ ପଡ଼ିଥାଏ । ଯଦି ସେମାନଙ୍କ ପ୍ରାରମ୍ଭିକ ସୋପାନ ଦୃଢ଼ ହୋଇଥାଏ, ତେବେ ବିକାଶର ପରବର୍ତ୍ତୀ ସୋପାନରେ ଉନ୍ନତି ଘଟିଥାଏ । ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଶିଶୁମାନଙ୍କୁ ଗୁଣାତ୍ମକ ମୂଳଦୁଆ ପ୍ରଦାନ କରାଗଲେ ତାହା ପରବର୍ତ୍ତୀ ସମୟରେ ସର୍ବାଧିକ ସୁଫଳ ଦେଇଥାଏ ।

ଶିଶୁମାନଙ୍କ ପାଇଁ ଏହି ଉତ୍ତମ ମୂଳଦୁଆ ପକାଇବାର ଗୁରୁଦାୟିତ୍ୱ ପିତାମାତା, ପରିବାରବର୍ଗ ଓ ମୋ ବିଭାଗର ସମସ୍ତ କର୍ମକର୍ତ୍ତା ଓ ପଦାଧିକାରୀଙ୍କ ଉପରେ ନ୍ୟସ୍ତ । ଏହି ଲକ୍ଷ୍ୟ ଓ ଆଭିମୁଖ୍ୟକୁ ନିଷ୍ଠାର ଓ ଦାୟିତ୍ୱର ସହ ସଂପାଦନ କରିବା ନିମନ୍ତେ ଗୁଣାତ୍ମକ ତାଲିମର ବ୍ୟବସ୍ଥା ନିହାତି ଆବଶ୍ୟକ । ସମସ୍ତ ଆଇସିଡିଏସ୍‌ କର୍ମକର୍ତ୍ତା ସେଥିପାଇଁ ନିଯୁକ୍ତି ସମୟରୁ ହିଁ ବିଭିନ୍ନ ତାଲିମ ଯଥା: Job Course, Refresher Course H Theme Based Training ନେଇଥାନ୍ତି । ଏହି ତାଲିମଗୁଡ଼ିକ ଯୋଗୁଁ ସେମାନଙ୍କ ଦ୍ୱାରା ସମାହିତ ବିଭିନ୍ନ କାର୍ଯ୍ୟକ୍ରମ ସଂପନ୍ନ କରିବାର ଜ୍ଞାନକୌଶଳ ସୁଦୃଢ଼ ହୋଇଥାଏ ଓ ଉନ୍ନତ ମାର୍ଗଦର୍ଶନ ମଧ୍ୟ ମିଳିଥାଏ ।

ଶିଶୁର ବିକାଶ ଓ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ପ୍ରଶିକ୍ଷଣକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ‘ଇ-ଅରୁଣିମା’ ଆରମ୍ଭ କରିଛନ୍ତି । ପ୍ରତ୍ୟେକ ଶିଶୁ ଅନନ୍ୟ ଓ ସ୍ୱତନ୍ତ୍ର ଏବଂ ତାଙ୍କର ଶିକ୍ଷା ଗ୍ରହଣ କରିବାର ଶକ୍ତି ଓ ଶୈଳୀ ଭିନ୍ନ । ତେଣୁ ଶିଶୁର ମନସ୍ତତ୍ତ୍ୱର ନମନୀୟତାକୁ ବୁଝି ସହଜ, ସରଳ ଓ ଆନନ୍ଦଦାୟକ ଶିକ୍ଷା ମାତୃଭାଷାରେ ପ୍ରଦାନ କଲେ ଏହା ପ୍ରତ୍ୟେକ ଶିଶୁଙ୍କ ଶିକ୍ଷାଦାନ କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି କରିବ ।

ଡିଜିଟାଲ ଶିକ୍ଷଣ ସମ୍ବନ୍ଧୀୟ ତାଲିମକୁ ଆଗ୍ରହ ଓ ସଫଳତାର ସହ ସଂପନ୍ନ କରିଥିବାରୁ ସମସ୍ତ ଆଇସିଡିଏସ୍‌ କର୍ମକର୍ତ୍ତା ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କୁ ମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।
‘ଇ-ଅରୁଣିମା’ ମାଧ୍ୟମରେ ପ୍ରଶିକ୍ଷଣକୁ ସଫଳତାର ସହିତ ଶେଷ କରି ଶିଶୁମାନଙ୍କ ପାଇଁ ନିଆଯାଉଥିବା କାର୍ଯ୍ୟକ୍ରମକୁ ସମସ୍ତ ଅଙ୍ଗନବାଡ଼ି କର୍ମୀ, କାର୍ଯ୍ୟରତ ସୁପରଭାଇଜର ଓ ଶିଶୁ ବିକାଶ ଅଧିକାରୀମାନେ ରାଜ୍ୟରେ ଆହୁରି ସୁଦୃଢ଼ ଓ ବଳିଷ୍ଠ କରିବେ ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କାମନା କରିଥିଲେ ।

ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ୟୁନିସେଫ, ଦିଲ୍ଲୀର ପ୍ରତିନିଧି ସୁନିଶା ଆହୁଜା, ୟୁନିସେଫ୍‌ ରାଜ୍ୟ କାର୍ଯ୍ୟାଳୟର ଅଧିକାରୀ ସୁଗତ ରାୟ, ଶିକ୍ଷା ବିଶେଷଜ୍ଞ ଲଳିତା ପଟ୍ଟନାୟକ, ଇସିସିଇର ପରାମର୍ଶଦାତା ଓ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ବାଳିକାମାନଙ୍କ ନିମନ୍ତେ ରାଜ୍ୟସ୍ତରୀୟ ‘ଅଦ୍ୱିକା’ ସମ୍ମିଳନୀ, ଏକ ବର୍ଷରେ ଯୋଡ଼ି ହୋଇଛନ୍ତି ୧୦ ଲକ୍ଷ

ଭୁବନେଶ୍ୱର: କିଶୋରୀ ବାଳିକାମାନଙ୍କ ସାମଗ୍ରିରକ ବିକାଶ ଏବଂ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ୨୦୨୦ ମସିହା ଅକେଫାବର ୧୧ ତାରିଖରେ ଆରମ୍ଭ ହୋଇଥିବା ‘ଅଦ୍ୱିକା’ କାର୍ଯ୍ୟକ୍ରମକୁ ଇତି ମଧ୍ୟରେ ଏକ ବର୍ଷ ପୂର୍ତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ନଭେମ୍ବର ୨୦ ତାରିଖ ଶିଶୁ ଅଧିକାର ସପ୍ତାହର ଶେଷ ଦିନରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନବାଡ଼ି ସେବାରେ ଯୋଡ଼ି ହୋଇଥିବା କିଶୋରୀବାଳିକାଙ୍କ ନିମନ୍ତେ ରାଜ୍ୟସ୍ତରୀୟ ‘ଅଦ୍ୱିକା’ ସମ୍ମିଳନୀ ଭର୍ଚୁଆଲ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।

ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ପ୍ରତ୍ୟେକ ବ୍ଲକ୍‌ରେ ସିଡ଼ିପିଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ସହ ୪ ହଜାରରୁ ଊଦ୍ଧ୍ୱର୍ କିଶୋରକିଶୋରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ୟୁନିସେଫ୍‌ ଏବଂ ୟୁଏନ୍‌ଏଫ୍‌ପିଏର ସହଯୋଗରେ ଆରମ୍ଭ ହୋଇଥିବା ‘ଅଦ୍ୱିକା’ କାର୍ଯ୍ୟକ୍ରମରେ ଗତ ଏକ ବର୍ଷ ମଧ୍ୟରେ ୧୦ ଲକ୍ଷରୁ ଊଦ୍ଧ୍ୱର୍ କିଶୋରୀବାଳିକା ସାମିଲ ହୋଇଛନ୍ତି ।

ସେମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ୬୦୦ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ପ୍ରତ୍ୟେକ କିଶୋରୀ ଗ୍ରୁପ୍‌ରେ ସଚେତନତା ପାଇଁ ୧ ଲକ୍ଷରୁ ଊଦ୍ଧ୍ୱର୍ ‘ସଖୀ-ସହେଲି’ଙ୍କୁ ଚିହ୍ନଟ କରାଯାଇଛି । ଡିଜିଟାଲ୍‌ ମାଧ୍ୟମରେ ପ୍ରତ୍ୟେକ ସ୍ତରରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ନିମନ୍ତେ ୨୦୦ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ଗଠନ କରାଯାଇଛି ।

ମୁଖ୍ୟତଃ ବାଲ୍ୟବିବାହ ରୋକିବା, ବାଳିକାମାନଙ୍କୁ ନିର୍ଯାତନା ତଥା ଘରୋଇ ହିଂସାରୁ ସୁରକ୍ଷା ଦେବା, ଡ୍ରପ୍‌ ଆଉଟ୍‌ ହ୍ରାସ, କିଶୋରୀମାନଙ୍କ ପୁଷ୍ଟିସାଧନ, ସ୍ୱଚ୍ଛତା ଏବଂ ଶାରୀରିକ ତଥା ମାନସିକ ପ୍ରସଙ୍ଗଗୁଡ଼ିକରେ ସଚେତନତା ସୃଷ୍ଟି ପାଇଁ ‘ଅଦ୍ୱିକା’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିରେ ସାମିଲ ହେବା ପରେ ତୃଣମୂଳ ସ୍ତରରେ କିଶୋରୀବାଳିକାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କ୍ଷେତ୍ରରେ ଆଖିଦୃଶିଆ ରୂପାନ୍ତରଣ ଦେଖିବାକୁ ମିଳିଛି ।

ଏହି ସଫଳତାକୁ ଆହୁରି ଉଚ୍ଚତର ପର୍ଯ୍ୟାୟକୁ ନେବା ନିମନ୍ତେ ଏଣିକି କିଶୋରବାଳକମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ସାମିଲ କରାଯିବ ଏବଂ ସେମାନଙ୍କ ମଧ୍ୟରୁ ‘ସଖା-ବନ୍ଧୁ’ମାନଙ୍କୁ ନିୟୋଜିତ କରାଯିବ । ଏହି କ୍ରମରେ ଆଜିଠାରୁ ‘ଅଦ୍ୱିକା’ରେ ଯୋଡ଼ି ହୋଇଛି ଏକ ନୂତନ ଫର୍ଦ୍ଦ ‘ସଖା-ବନ୍ଧୁ’ । ଯେଉଁମାନେ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟକୁ ସବୁସ୍ତରରେ ପହଞ୍ଚାଇବା ଦିଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବେ ସେହି ସଖୀ-ସହେଲି, ସଖା-ବନ୍ଧୁ ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ରାଜ୍ୟ ସ୍ତରରେ ପୁରସ୍କୃତ କରାଯିବ ବୋଲି ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।

ଆଜି ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ, ପ୍ରତ୍ୟେକ ଝିଅ ଆମ ପାଇଁ ଅଦ୍ୱିତୀୟ । ଝିଅମାନଙ୍କୁ ସବୁଦୃଷ୍ଟିରୁ ସଶକ୍ତ କରି ଗଢ଼ିତୋଳିବା ନିମନ୍ତେ ଆରମ୍ଭ କରାଯାଇଥିବା ‘ଅଦ୍ୱିକା’ କାର୍ଯ୍ୟକ୍ରମ ଆମ ରାଜ୍ୟର ଝିଅମାନଙ୍କୁ ସଶକ୍ତ ଏବଂ ସମର୍ଥ କରିବା ଦିଗରେ ଏକ ବଳିଷ୍ଠ ପ୍ରୟାସ । ‘ଅଦ୍ୱିକା’ ମାଧ୍ୟମରେ ବାଲ୍ୟବିବାହ, ଶିଶୁଚାଲାଣ, ଶିଶୁ ନିର୍ଯାତନା ଭଳି ଅନେକ ସମ୍ବେଦନଶୀଳ ପ୍ରସଙ୍ଗରେ ଝିଅମାନେ ମୁହଁ ଖୋଲି ପାରୁଛନ୍ତି, ସମସ୍ୟାକୁ ପ୍ରତିହତ କରି ପରିବର୍ତ୍ତନର ବାହକ ସାଜି ପାରିଛନ୍ତି । ‘ଅଦ୍ୱିକା’ ଅନେକଙ୍କ ଭିତରେ ନେତୃତ୍ୱ ନେବାର କ୍ଷମତା ତିଆରି କରିପାରିଛି ।

‘ସଖା-ବନ୍ଧୁ’ କାର୍ଯ୍ୟକ୍ରମର ଶୁଭାରମ୍ଭ ଏବଂ ତା’ର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ସଚେତନତା ସୃଷ୍ଟି ଦିଗରେ କେବଳ କିଶୋରୀବାଳିକା ନୁହେଁ ବାଳକମାନଙ୍କର ମଧ୍ୟ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ସଚେତନ ହେଲେ ଅନେକଗୁଡ଼ିଏ ସାମାଜିକ ପରିବର୍ତ୍ତନ ଆଣିବାରେ ସେମାନେ ମଧ୍ୟ କ୍ରିୟାଶୀଳ ଭୂମିକା ନିର୍ବାହ କରିପାରିବେ । କେବଳ ସେତିକି ନୁହେଁ ଅଙ୍ଗନବାଡ଼ିର ସମସ୍ତ କାର୍ଯ୍ୟକ୍ରମରେ ମଧ୍ୟ ପୁରୁଷମାନଙ୍କ ସହଭାଗିତା ଏକାନ୍ତ ଆବଶ୍ୟକ । କିଶୋରମାନଙ୍କୁ ମଧ୍ୟ ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ଭାବେ ନିୟୋଜିତ କରିବାରେ ‘ସଖା-ବନ୍ଧୁ’ କାର୍ଯ୍ୟକ୍ରମ ଯଥେଷ୍ଟ ସହାୟକ ହେବ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ।

‘ଅଦ୍ୱିକା’ କାର୍ଯ୍ୟକ୍ରମର ସଫଳତା ଏବଂ ଉପଲବ୍ଧି ଏବଂ ଆଗାମୀ ଦିନର କାର୍ଯ୍ୟଖସଡ଼ା ସଂପର୍କରେ ନିଜ ସ୍ୱାଗତ ଭାଷଣରେ ନିର୍ଦ୍ଦେଶକ, ସମନ୍ୱିତ ଶିଶୁ ବିକାଶ ଏବଂ ସମାଜ କଲ୍ୟାଣ ଶ୍ରୀ ଅରବିନ୍ଦ ଅଗ୍ରୱାଲ୍‌ ବିସ୍ତୃତ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍‌, ଓଡ଼ିଶାର ଚିଫ ଫିଲଡ୍‌ ଅଫିସ୍‌, ମୋନିକା ନିଲେସନ୍‌ ଏବଂ ୟୁଏନ୍‌ଏଫ୍‌ପିଏର ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ମହମ୍ମଦ ନଦିମ୍‌ ନୁର୍‌ କିଶୋରୀମାନଙ୍କ ସାମୂହିକ କଲ୍ୟାଣ ପାଇଁ ବିଭାଗ ଦ୍ୱାରା କରାଯାଉଥିବା ପ୍ରୟାସଗୁଡ଼ିକ ବେଶ୍‌ ଫଳପ୍ରଦ ହୋଇଛି ବୋଲି କହିଥିଲେ ।

କିଶୋରକିଶୋରୀମାନଙ୍କ ପାଇଁ ଆୟୋଜିତ ହୋଇଥିବା ଆଜିର ଏହି ସମ୍ମିଳନୀର ପ୍ରମୁଖ ଆକର୍ଷଣ ଥିଲେ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଦୂତୀ ଚାନ୍ଦ ଏବଂ ଓଲିଉଡ୍‌ ଅଭିନେତ୍ରୀ ଭୂମିକା ଦାସ। ସେମାନେ ନିଜ ସଂଘର୍ଷ ଏବଂ ସଫଳତାର କାହାଣୀ ବର୍ଣ୍ଣନା କରିବା ସହ ବିଭିନ୍ନ ଜିଲ୍ଲାରୁ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିବା କିଶୋରୀମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ।

ଏହି ଅବସରରେ ପ୍ରାକ୍‌ଶୈଶବ ଯନି ପାଇଁ ୦ରୁ ୩ ବର୍ଷ ବୟସର ପିଲାଙ୍କ ପାଇଁ ଆରମ୍ଭ ହୋଇଥିବା ବାତ୍ସଲ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ଶିଶୁମାନଙ୍କ ପାଇଁ ‘ବାତ୍ସଲ୍ୟ-ମୋ ବିକାଶ ପତ୍ର’ ଏବଂ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ପାଇଁ ଇ-ଅରୁଣିମା ଅନ୍‌ଲାଇନ୍‌ ମଡୁ୍ୟଲ୍‌ ଲୋକାର୍ପିତ ହୋଇଥିଲା । ‘ଅଦ୍ୱିକା’ ପାଇଁ ‘ଲୋଗୋ’ ମଧ୍ୟ ଉନ୍ମୋଚିତ ହୋଇଥିଲା । ନବରଙ୍ଗପୁରରୁ ସଖୀ ସରିତା ଗାରଦ, ମାଲକାନଗିରିରୁ ସଖୀ ସୁନିତା ସରକାର ତଥା ଢେଙ୍କାନାଳର ଅଙ୍ଗନବାଡ଼ି କର୍ମୀ ଅପରାଜିତା ମହାନ୍ତି ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ ।

ବୈଷୟିକ ଅଧିବେଶରେ କିଶୋରକିଶୋରୀମାନଙ୍କ ମଧ୍ୟରେ ଲିଙ୍ଗଗତ ପ୍ରଭେଦର ପ୍ରଭାବ, ସଖୀ-ସହେଲି ଏବଂ ସଖା-ବନ୍ଧୁମାନଙ୍କୁ ଭୂମିକା ସଂପର୍କରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରରେ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ବିଭାଗର ଉପଦେଷ୍ଟା ସୁଲତା ଦେଓଙ୍କ ସମେତ ସିଡ଼ିପିଓ, ଡିସିପିଓ, ଅଙ୍ଗନବାଡ଼ି କର୍ମୀ ଏବଂ ୪ ହଜାରରୁ ଊଦ୍ଧ୍ୱର୍ କିଶୋର କିଶୋରୀ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଅନୁଷ୍ଠିତ

ଭୁବନେଶ୍ୱର: ପ୍ରାକୃତିକ ଦୁର୍ବିପାକ ଓ ବିପର୍ଯ୍ୟୟ ମାନବସମାଜର ଚିରସହଚର। ବିପର୍ଯ୍ୟୟଟିଏ ଆସିଲେ ପରିବାର ତରଫରୁ ଏହାର ମୁକାବିଲା ନିମନ୍ତେ ପ୍ରସ୍ତୁତି କରିହୁଏ। ଜନବସତିରେ ପରିବାର ସହିତ ବସବାସ କରୁଥିବା ଶିଶୁମାନେ ପାରିବାରିକ ସୁରକ୍ଷା ପାଇ ପାରୁଥିବାବେଳେ, କୌଣସି କାରଣରୁ ସେଥିରୁ ଦୂରେଇଯାଇ ଆନୁଷ୍ଠାନିକ ଯନି ବ୍ୟବସ୍ଥାରେ ରହିଥିବା ଶିଶୁମାନଙ୍କୁ ବିପର୍ଯ୍ୟୟ ନିମନ୍ତେ ପ୍ରସ୍ତୁତ ରଖିବା ସହିତ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଶିଶୁମାନେ ଅଧିକ ସମ୍ବେଦନଶୀଳ ହୋଇଥିବାରୁ ସେମାନଙ୍କୁ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରଖିବା ଦିଗରେ ଶିଶୁଯନି ଅନୁଷ୍ଠାନଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି ପୂର୍ବାହ୍ନରେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଶିଶୁମାନଙ୍କ ପାଇଁ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ମତବ୍ୟକ୍ତ କରିଛନ୍ତି।

୧୯୯୯ ଅକେଫାବର ୨୯ ତାରିଖରେ ସଂଘଟିତ ମହାବାତ୍ୟା ପରେ ସମଗ୍ର ରାଜ୍ୟରେ ଏହି ଦିନଟିକୁ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଭାସି ମାଧ୍ୟମରେ ବିଭାଗ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ ଓଡ଼ିଶା ଭଳି ଏକ କ୍ରମାଗତ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ବନ୍ୟା, ବାତ୍ୟା, ମରୁଡ଼ି, ବଜ୍ରପାତ, ଅଂଶୁଘାତ, ଭୂସ୍ଖଳନ ଏବଂ ମହାମାରୀ ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଶିଶୁଯନି ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ଏହାର ମୁକାବିଲା କରିବା ନିମନ୍ତେ ପର୍ଯ୍ୟାପ୍ତ ପ୍ରସ୍ତୁତି ଦିଗରେ ବିଭାଗ ପକ୍ଷରୁ କରାଯାଇଥିବା ଆକ୍ସନ୍‌ ପ୍ଲାନ୍‌ ବେଶ୍‌ ଫଳପ୍ରଦ ହୋଇପାରିବ ଏବଂ ଏହାର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଉପରେ ମନ୍ତ୍ରୀ ଶ୍ରୀମତୀ ସାହୁ ଗୁରୁତ୍ୱ ଆରୋପ କରିଛନ୍ତି।

କାର୍ଯ୍ୟକ୍ରମ ସହିତ ସଂପୃକ୍ତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉଦ୍‌ବୋଧନ ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ, ଆମ ରାଜ୍ୟର ୨୩୮ଟି ଶିଶୁଯନି ଅନୁଷ୍ଠାନରେ ୮୫୦୦ ଶିଶୁଙ୍କୁ ଏକ ନିରାପଦ ଏବଂ ଭୟମୁକ୍ତ ପରିବେଶରେ ରଖିବା ନିମନ୍ତେ ବହୁବିଧ ପଦକ୍ଷେପ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଛି। କିନ୍ତୁ କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା, ବିପର୍ଯ୍ୟୟ ପରିଚାଳନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସାରା ବିଶ୍ୱରେ ପ୍ରଶଂସିତ ହୋଇଛି।

ଏହି ପରିପ୍ରେକ୍ଷୀରେ ଶିଶୁଯନି ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀମାନଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନାକୁ ଆହୁରି ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ କରିବା ନିମନ୍ତେ ବିଭାଗ ତରଫରୁ ଅତି ସ୍ୱଳ୍ୱ ସମୟ ମଧ୍ୟରେ ୟୁନିସେଫ୍‌ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ମିଳିତ ସହଭାଗିତାରେ ଏସ୍‌ଓପି, ହ୍ୟାଣ୍ଡବୁକ୍‌, ପ୍ରଶିକ୍ଷଣ ପୁସ୍ତିକା ଆଦି ପ୍ରସ୍ତୁତ କରାଯାଇଛି। ଏଥି ସହିତ ଅନୁଷ୍ଠାନଗୁଡ଼ିକର ଯନି ପ୍ରଦାନକାରୀମାନଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ପ୍ରଦାନ କରାଯି। ଏହା ଦ୍ୱାରା ଶିଶୁମାନଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଆମେ ଉତ୍କର୍ଷ ପ୍ରଦର୍ଶନ କରିପାରିବା ବୋଲି ପ୍ରମୁଖ ଶାସନ ସଚିବ ଆଶା ପ୍ରକାଶ କରିଥିଲେ।

ଏହି ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ନିର୍ଦ୍ଦେଶକ, ସମନ୍ୱିତ ଶିଶୁ ବିକାଶ ଅରବିନ୍ଦ ଅଗ୍ରୱାଲ୍‌ କହିଥିଲେ, ‘ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଜିରୋ କାଜୁଆଲିଟିକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ତେଣୁ ବିପର୍ଯ୍ୟୟ ପ୍ରତିକାର, ପ୍ରସ୍ତୁତି, ପରିଚାଳନା ଓ ଦକ୍ଷତା ବୃଦ୍ଧି ମାଧ୍ୟମରେ ଶିଶୁଯନି ଅନୁଷ୍ଠାନଗୁଡ଼ିକରେ ସୁରକ୍ଷିତ ପରିବେଶକୁ ସୁନିଶ୍ଚିତ କରାଯାଇପାରିବ। ଏଥି ପାଇଁ ସେବା ପ୍ରଦାନକାରୀ କର୍ମଚାରୀମାନଙ୍କୁ ବାତ୍ୟା, ବନ୍ୟା ଭଳି ବିପର୍ଯ୍ୟୟର ମୁକାବିଲା ତଥା ଅଗ୍ନିଜନିତ ଦୁର୍ଘଟଣାରୁ ପ୍ରତିହତ କରିବା ନିମନ୍ତେ ନିୟମିତ ପ୍ରଶିକ୍ଷଣ ପ୍ରଦାନପୂର୍ବକ ଶିଶୁଯନି ଅନୁଷ୍ଠାନଗୁଡ଼ିକୁ ଆହୁରି ସୁଦୃଢ଼ କରାଯିବ।’

ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍‌ର ଓଡ଼ିଶା ରାଜ୍ୟ ମୁଖ୍ୟ ମୋନିକା ନିଲେସନ୍‌ ଶିଶୁଯନି ଅନୁଷ୍ଠାନଗୁଡ଼ିକର ପରିଚାଳନାରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ କନ୍‌ସଲଣ୍ଟାଣ୍ଟ ଗୌତମ ଆର୍ଯ୍ୟଭୂଷଣ ଟ୍ରେନିଂ ମଡୁ୍ୟଲ୍‌ର ବିଭିନ୍ନ ପ୍ରାବଧାନ ସଂପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ଓସ୍‌ଡମା ସହାୟତାରେ ପ୍ରସ୍ତୁତ ବିପର୍ଯ୍ୟୟ ପ୍ରସ୍ତୁତି ସଂପର୍କିତ ମାନକ ପରିାଳନା ପଦ୍ଧତି (ଏସ୍‌ଓପି), ମାର୍ଗଦର୍ଶିକା (ଡୁ ଆଣ୍ଡ ଡୁନଟସ୍‌), ଯନି ପ୍ରଦାନକାରୀମାନଙ୍କ ନିମନ୍ତେ ପ୍ରଶିକ୍ଷଣ ପୁସ୍ତିକା ଆଦିକୁ ମନ୍ତ୍ରୀ ଶ୍ରୀମତୀ ସାହୁ ଲୋକାର୍ପଣ କରିଥିଲେ। ଏହି ସବୁ ସାମଗ୍ରୀଗୁଡ଼ିକ ଯଥାଶୀଘ୍ର ସମସ୍ତ ଶିଶୁଯନି ଅନୁଷ୍ଠାନମାନଙ୍କୁ ପ୍ରେରଣ କରାଯିବ ବୋଳି ବୈଠକରେ ସୂଚନା ଦିଆଯାଇଥିଲା। ପ୍ରାରମ୍ଭରେ ଅତିରିକ୍ତ ଶାସନ ସଚିବ, ଶିଶୁକଲ୍ୟାଣ ରେଗା ଗୀତାରାଣୀ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ୟୁନିସେଫ୍‌ର ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡୁ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକ୍ରମ ପରିଚାଳକ ପ୍ରୀତିକାନ୍ତ ପଣ୍ଡା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ସଦସ୍ୟ, ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ, ଡିଏସ୍‌ଡବ୍ଲୁ୍ୟଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସେ୍ୱଚ୍ଛାସେବୀ ଅନୁଷ୍ଠାନ ତଥା ଶିଶୁଯନି ଅନୁଷ୍ଠାନର ଅନ୍ତେବାସୀମାନଙ୍କ ସହ ପ୍ରାୟ ୫୦୦ରୁ ଊଦ୍ଧ୍ୱର୍ ସଦସ୍ୟ ଅଂଶଗ୍ରହଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

୫-ଟି ଉପକ୍ରମ ଅଧିନରେ ମହିଳା ଓ ଶିଶୁ ବିକାଶ ବିଭାଗର ୫ଟି ଅନଲାଇନ ସେବା ଲୋକାର୍ପିତ, ଜାଣନ୍ତୁ କଣ ?

ଭୁବନେଶ୍ୱର, ଆଜି ୫-ଟି ଉପକ୍ରମ ଅଧିନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ୫ ଗୋଟି ନୁଆ ଅନଲାଇନ ସେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ସେହି ୫ ଗୋଟି ସେବାଗୁଡ଼ିକ ହେଲା (୧) ଇ-କଳିକା (୨) ମୋ ଛତୁଆ ଆପ୍‌(୩) ଇ-ମାନଦେୟ ପୋର୍ଟାଲ (୪) ମମତା ଆପ୍‌ ଏବଂ (୫) ମୋ ଶିଶୁ ପୋର୍ଟାଲ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟ ସରକାର ଗତ ୨୦ ବର୍ଷ ଧରି ମହିଳାମାନଙ୍କର ସଶକ୍ତିକରଣ ଏବଂ ଶିଶୁମାନଙ୍କର କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରିଆସୁଛି । ଏଥିପାଇଁ ପଞ୍ଚାୟତ ଅନୁଷ୍ଠାନଗୁଡିକରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ଠାରୁ ଆରମ୍ଭ କରି ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି ।

ରାଜ୍ୟ ସରକାରଙ୍କର ଉଦ୍ୟମରେ ଓଡ଼ିଶା ଆଜି ମହିଳା ସଶକ୍ତି କରଣ, ଶିଶୁମାନଙ୍କର ଯତ୍ନ ଏବଂ ପୁଷ୍ଟି କ୍ଷେତ୍ରରେ ସାରା ଦେଶରେ ଏକ ଆଦର୍ଶ ରାଜ୍ୟ ହୋଇପାରିଛି। ସାରା ଦେଶରେ ଏ ପର୍ଯ୍ୟନ୍ତ କେବଳ ଓଡ଼ିଶାରେ ହିଁ ପୁଷ୍ଟି ବଜେଟ୍ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମା ଓ ଶିଶୁମାନଙ୍କୁ ସବୁ ପ୍ରକାର ସେବା ଯୋଗାଇ ଦେବା ପାଇଁ ଅଙ୍ଗନବାଡ଼ି ଠାରୁ ଆରମ୍ଭ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କ୍ରେଚ୍‌, କର୍ମଜୀବି ମହିଳାମାନଙ୍କ ପାଇଁ ହଷ୍ଟେଲ, ଅନାଥାଶ୍ରମ ଏବଂ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ମାନ କାର୍ଯ୍ୟ କରୁଛି ।

ରାଜ୍ୟ ସରକାରଙ୍କର ଏହି ସବୁକାର୍ଯ୍ୟକ୍ରମ ଯେପରି ଅଧିକ ଦକ୍ଷତାର ସହିତ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ଦିଗରେ ରାଜ୍ୟ ସରକାର ବିଶେଷ ଯତ୍ନବାନ ଅଛନ୍ତି ଏବଂ ବୈଷୟିକ ଜ୍ଞାନକୌଶଳ ଏହି ଉପକ୍ରମକୁ ବିଶେଷ ସୁଗମ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆଜି ଲୋକାର୍ପିତ ୫-ଟି ଅନ୍‌ଲାଇନ୍ ସେବା,ପରିବର୍ତ୍ତିତ ପରିସ୍ଥିତିରେ ହିତାଧିକାରୀଙ୍କୁ ଗୁଣାତ୍ମକ ସେବା ଯୋଗାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏ ଅବସରରେ ଉଦ୍‌ବୋଧନ ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଥିଲେ ଯେ ରାଜ୍ୟ ସରକାର ମହିଳା ଓ ଶିଶୁ ବିଭାଗର କଲ୍ୟାଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଜି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟର କୋଣ ଅନୁକୋଣରେ ପ୍ରତି ପରିବାର ପାଖରେ ପହଞ୍ଚି ପାରିଛି ବୋଲି ଶ୍ରୀମତୀ ସାହୁ କହିଥିଲେ ।

ବିଭାଗୀୟ ପ୍ରମୁଖ ସଚିବ ଶ୍ରୀମତୀ ଅନୁଗର୍ଗ ଲୋକାର୍ପିତ ହୋଇଥିବା ଅନ୍‌ଲାଇନ ସେବା ବିଷୟରେ ସମ୍ୟକ ସୁଚନା ତାଙ୍କ ସ୍ୱାଗତ ଭାଷଣରେ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଇ-କଳିକା ଆପ ଜରିଆରେ କ୍ରେଚ୍‌ରେ ରହୁଥିବା ୩ ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କ ପାଇଁ ଥିବା ଆନୁସାଙ୍ଗିକ ବ୍ୟବସ୍ଥା ପାଇଁ ତଦାରଖ କରାଯାଇ ପାରିବ । ଏଥିରେ ମା ମାନଙ୍କୁ ଶିଶୁ ମାନଙ୍କ ଯତ୍ନ, ତତ୍ ସମ୍ବନ୍ଧୀୟ ତଥ୍ୟ, ପ୍ରତି ଶିଶୁର ଶାରୀରିକ ତଥା ବୌଦ୍ଧିକ ବିକାଶକୁ ନଜର ରଖାଯାଇପାରିବ ।

ମୋ-ଛତୁଆ ଆପ୍‌

ମୋ-ଛତୁଆ ଆପ୍‌ ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ଛତୁଆ ଓ ଏହାର ଯୋଗାଣ ପଦ୍ଧତିକୁ ଅଧିକ ବ୍ୟବସ୍ଥିତ ଓ ପାରିଦର୍ଶି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟକମାନଙ୍କୁ ମାନଦେୟ, ପ୍ରୋତ୍ସାହନ ପାଇଁ ଇ-ମାନଦେୟ ପୋର୍ଟାଲ କାର୍ଯ୍ୟକାରୀ କରାଯାଉଅଛି । ଏହାଦ୍ୱାରା ରାଜ୍ୟର ୧ ଲକ୍ଷ ୩୪ ହଜାର ୭୫୮ ଜଣ ଅଙ୍ଗନ ବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟକ ଉପକୃତ ହେବେ ।

ମମତା ମୋବାଇଲ ଆପ୍‌

ରାଜ୍ୟ ସରକାରଙ୍କର ଅନ୍ୟତମ ଲୋକପ୍ରିୟ କାର୍ଯ୍ୟକ୍ରମ ମମତାକୁ ଆହୁରି ଲୋକାଭିମୁଖୀ ଓ ସେବା କୈନ୍ଦ୍ରିକ କରିବା ପାଇଁ ମମତା ମୋବାଇଲ ଆପ୍‌ ଖୋଲାଯାଇଛି । ଏଥିରେ ଘରେ ବସି ମା ମାନେ ପଞ୍ଜିକରଣ ଠାରୁ ଆରମ୍ଭ କରି ବ୍ୟାଙ୍କ ଖାତାରେ ଟଙ୍କା ଦାଖଲ ପର୍ଯ୍ୟନ୍ତ ସବୁ ତଥ୍ୟ ପାଇପାରିବେ ଏବଂ ଅଭିଯୋଗ ପାଇଁ ୧୮୧ ହେଲ୍ପଲାଇନକୁ ମଧ୍ୟ ବ୍ୟବହାର କରିପାରିବେ ।

ମୋ ଶିଶୁ ପୋର୍ଟାଲ

ସେହିପରି ମୋ ଶିଶୁ ପୋର୍ଟାଲ ଶିଶୁ ସୁରକ୍ଷା ସେବାକୁ ତଦାରଖ ଓ ଦ୍ରୁତଗାମୀ କରିବା ପାଇଁ ଏକ ସରଳ ବ୍ୟବସ୍ଥା । ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନେ ଏହା ଦ୍ୱାରା ଉପକୃତ ହୋଇ ପାରିବେ । ଶିଶୁ ମଙ୍ଗଳ କମିଟି ଓ କିଶୋର ନ୍ୟାୟ ବୋର୍ଡ଼ ମଧ୍ୟ ଅନଲାଇନରେ ବିଭିନ୍ନ ତଥ୍ୟକୁ ଅନୁଧ୍ୟାନ କରି ଶିଶୁମାନଙ୍କ ଥଇଥାନ କାର୍ଯ୍ୟକାରୀ କରିପାରିବେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳା ଶିଶୁ ବିଭାଗରେ ୫-ଟି କାର୍ଯ୍ୟକ୍ରମ ସମ୍ପର୍କିତ ଏକ ପୁସ୍ତିକ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ମିଶନ ଶକ୍ତି ବିଭାଗର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ସଚିବ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

୫ଟି ଜାତୀୟ ଆନ୍ତର୍ଜାତୀୟ ସଂସ୍ଥା ସହିତ ବୁଝାମଣା

ଏହି ଅବସରରେ ୫ଟି ଜାତୀୟ ଆନ୍ତର୍ଜାତୀୟ ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଘରକୁ ନେବା ଶୁଖିଲା ଖାଦ୍ୟର ମାନବୃଦ୍ଧି ପାଇଁ ବୈଷୟିକ ସହଯୋଗ ଓ ମିଶନ ଶକ୍ତି ମା ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସି.ଏଫ୍‌.ଟି.ଆର.ଆଇ ସହିତ,ଘରକୁ ନେବା ଶୁଖିଲା ଖାଦ୍ୟର ଗୁଣବତ୍ତାର ଉନ୍ନତି ଏବଂ ପୁଷ୍ଟିକର ଅଭ୍ୟାସରେ ଉନ୍ନତି ଆଣିବା ପାଇଁ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସହିତ,ମାଶିଶୁ ଓ କିଶୋରୀ ମାନଙ୍କର ପୁଷ୍ଟିହୀନତା ଚିହ୍ନଟ କରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଆଇ.ସି.ଏମ୍‌.ଆର ସହିତ ଏବଂ ଶିଶୁ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ତୃଣମୂଳ ସ୍ତରରୁ ଜିଲ୍ଲା ଓ ରାଜ୍ୟ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟରତ ମାନବ ସମ୍ବଳର ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଓ ୟୁନିସେଫ ମଧ୍ୟରେ ବୁଝାମୁଣା ପତ୍ର ସ୍ୱାକ୍ଷରିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡିଶାରୁ ଆରମ୍ଭ ହେଲା ତିନି ବର୍ଷ କମ ଶିଶୁଙ୍କ ପାଇଁ ନୂଆ ଅଭିଯାନ ‘ବାତ୍ସଲ୍ୟ’

ଭୁବନେଶ୍ବର, ତିନି ବର୍ଷରୁ କମ ବୟସର ଶିଶୁମାନଙ୍କ ସ୍ବାସ୍ଥ୍ୟ ଯତ୍ନ ବହୁତ ଜରୁରୀ। କାରଣ ଏହି ବୟସର ଶିଶୁଙ୍କୁ ହିଁ ବହୁ ମାତ୍ରାରେ ପୃଷ୍ଟିକର ଖାଦ୍ୟର ଆବଶ୍ୟକତା ଥାଏ। ତାହାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆରମ୍ଭ ହୋଇଛି ‘ବାତ୍ସଲ୍ୟ’ ଅଭିଯାନ। ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଏହାକୁ ଉଦଘାଟନ କରିଥିଲେ।

ଏଥିରେ ଅଙ୍ଗନବାଡି କର୍ମିମାନେ ଏହି ବୟସର ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ପ୍ରଦାନ ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବେ। ଏଥିସହିତ ଏହା ଉପରେ ସଚେତନତା କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନର ମଧ୍ୟ ଆରମ୍ଭ କରାଯାଇଛି। ବିଭିନ୍ନ ଆଦିବାସୀ ଭାଷାରେ ଏହି ପ୍ରଚାର ପ୍ରସାର କରାଯିବ ବୋଲି ନିଷ୍ପତି କରାଯାଇଛି।