Categories
ଆଜିର ଖବର ରାଜ୍ୟ ଖବର

ଅଙ୍ଗନଵାଡି କର୍ମୀରୁ ସୁପରଭାଇଜର ପଦୋନ୍ନତିରେ ବ୍ୟାପକ ହେରାଫେରି ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ପ୍ରତି ଜିଲ୍ଲାରେ ବ୍ଲକ ସ୍ତରରେ ସମନ୍ଵିତ ଶିଶୁବିକାଶ ପ୍ରକଳ୍ପ ଗୁଡ଼ି କାର୍ଯ୍ୟକାରି ହେଉଛି। ଓଡ଼ିଶା ସରକାରଙ୍କ ଶିଶୁ ଓ ମହିଳା କଲ୍ୟାଣ ସର୍ଭିସ ରୁଲ ୧୯୮୯ ଅନୁସାରେ ମାଟ୍ରିକ୍ୟୁଲେଟ ଅଙ୍ଗନଵାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦବୀ କୁ ପଦୋନ୍ନତି ଦେବାର ବ୍ୟବସ୍ଥା ଥିଲା। ମହିଳା ଓ ଶିଶୁବିଭାଗ ବିଭାଗ ସଂଖ୍ୟା ୨୦୮୯୮ ତା ୨୦.୧୨.୨୦୧୪ ଯୋଗେ ଉକ୍ତ ପଦୋନ୍ନତିକୁ ସ୍ଥଗିତ ରଖିବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ବିଭାଗୀୟ ପତ୍ର ସଂଖ୍ୟା ୩୬୮୧ ତା ୦୪.୦୩.୨୦୧୬ ଯୋଗେ ଉକ୍ତ ସ୍ଥଗିତାଦେଶ କୁ ଉଠାଇ ଦିଆ ଯାଇ ମାଟ୍ରିକ୍ୟୁଲେଟ ଅଙ୍ଗନଵାଡି କର୍ମୀ ଦଶ ବର୍ଷ ଅଭିଜ୍ଞତା ଥିଲେ ସେମାନଙ୍କ ମଧ୍ୟରୁ ବରିଷ୍ଠତା ଓ ଯୋଗ୍ୟତା ଭିତ୍ତିରେ ସୁପରଭାଇଜର ପଦବୀ କୁ ପଦୋନ୍ନତି ଦେବା କୁ ନିର୍ଦ୍ଦେଶ ଦିଆ ଯାଇଛି।

ଇତି ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ଅର୍ଡର ନଂ ୨୨୩୫ତା ୧୭.୧୧.୨୦୧୨ ଅନୁସାରେ ଖାଲିଥିବା ୧୩ ଗୋଟି ପଦବୀ ରେ ମାତ୍ର ୫ ଜଣ ଅଙ୍ଗନଵାଡି କର୍ମୀଙ୍କୁ ପଦୋନ୍ନତି ଦେଇଥିବା ବେଳେ ଅର୍ଡର ନଂ ୨୯୩୪ ତା ୨୧.୧୨.୨୦୧୬ ଅନୁସାରେ ୨୮ ଜଣ ଜଣ ଅଙ୍ଗନଵାଡି କର୍ମୀଙ୍କୁ ପଦୋନ୍ନତି ଦେଇଥିବା ଜଣାପଡିଛି। ତନ୍ମଧ୍ୟରୁ କେତେକ ପ୍ରାର୍ଥୀନି ୧୯୮୬ ମସିହାରୁ ୧୯୯୩ ମସିହା ମଧ୍ୟରେ ମାଟ୍ରିକ ପାଶ କରି ଅଙ୍ଗନଵାଡି କର୍ମୀ ଭାବେ ଯୋଗ ଦେଇଥିବା ଜଣାପଡିଛି। ଏପରିକି ପଦୋନ୍ନତି ସମୟରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗୀୟ ନିର୍ଦ୍ଦେଶନାମା ଅନୁସାରେ ବରିଷ୍ଠତା ଏବଂ ଉପଯୁକ୍ତ ପ୍ରାର୍ଥୀନି ଙ୍କୁ ପଦୋନ୍ନତି ଦେବାକୁ କୁହାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ କେବଳ ବରିଷ୍ଠତା କୁ ଗୁରୁତ୍ବ ଦିଆଯାଇ ଅନ୍ୟ ଦିଗ ଗୁଡିକୁ ଅଣଦେଖା କରାଯାଇଥିବା ଅଭିଯୋଗ ହେଉଛି। ଯାହାଫଳରେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀନି ମାନେ ବାଦ ପଡି ଯାଇଥିବା ଜଣାପଡିଛି।

ଏହାବ୍ୟତୀତ ଯଦିଓ ୨୦୧୬ ମସିହାରେ ତିଆରି ହୋଇଥିବା ଗ୍ରେଡେସନ ତାଲିକା ଅନୁସାରେ କ୍ରମିକ ନଂ ୧ ରୁ ୧୮, ୨୦,୨୧,୩୧,୩୭,୩୮,୪୦,୧୧୧,୧୬୪ ଓ ୧୭୫ ନମ୍ବର ରେ ଥିବା ୨୮ ଜଣ ଅଙ୍ଗନଵାଡି କର୍ମୀ ଙ୍କୁ ଅର୍ଡର ନଂ ୨୯୩୪ ତା ୨୧.୧୨.୨୦୧୬ ଅନୁସାରେ ସୁପରଭାଇଜର ଭାବେ ପଦୋନ୍ନତି ଦିଆଯାଇଥିବା ଜଣାପଡିଛି ତଦନୁସାରେ ୨୮ ନମ୍ବର ରେ ଥିବା ପ୍ରାର୍ଥୀନି ଙ୍କ ଗ୍ରେଡେସନ ତାଲିକା ଅନୁସାରେ ୧୭୫ ନମ୍ବର କୁ ଅନୁଧ୍ୟାନ କଲେ ସମ୍ପୃକ୍ତ ଅଙ୍ଗନଵାଡି କର୍ମୀ ୧୨.୧୧.୧୯୯୨ ରେ ଯୋଗ ଦେଇଥିବା ବେଳେ ୧୯୯୯ ରେ ମାଟ୍ରିକ ପାଶ କରିଥିବା ଜଣାପଡିଛି ଏହାବ୍ୟତୀତ ୨୦୦୮ ମସିହାରେ ତିଆରି କରାଯାଇଥିବା ଗ୍ରେଡେସନ ତାଲିକାର ଅଙ୍ଗନଵାଡି କର୍ମୀ ମାନଙ୍କ ତଥ୍ୟ ଏବଂ ୨୦୧୬ ମସିହାରେ ତିଆରି କରାଯାଇଥିବା ଗ୍ରେଡେସନ ତାଲିକାର ତଥ୍ୟ ମଧ୍ୟରେ ତାଳମେଳ ରହୁନଥିବା ଅଭିଯୋଗ ହେଉଛି। ଗତ ୨୦୧୬ ମସିହାରେ କେବଳ ପଦୋନ୍ନତି ଦେବାକୁ ଶୁହାଇବା ଉଦ୍ଦେଶ୍ୟରେ ଗ୍ରେଡେସନ ତାଲିକା ତିଆରି କରାଯାଇଥିବା ଅଭିଯୋଗ ହେଉଛି।

ଯଦିଓ ଯଏନିଙ୍ଗ ତାରିଖ ଅନୁସାରେ ବରିଷ୍ଠତା ଭିତ୍ତିରେ ସଠିକ ଭାବେ ଗ୍ରେଡେସନ ତାଲିକା ତିଆରି କରାଯାଇଥିବା କୁହାଯାଉଛି ତେବେ ୨୦୨୧ ମସିହାରେ ତିଆରି କରାଯାଇଥିବା ଗ୍ରେଡେସନ ତାଲିକା ଅନୁସାରେ ୨୦୧୩ ଓ ୨୦୧୫ ମସିହାରେ ମାଟ୍ରିକ ପାଶ କରି ୧୯୮୩ ଓ ୧୯୮୪ ରେ ଅଙ୍ଗନଵାଡି କର୍ମୀ ଭାବେ ଯୋଗ ଦେଇଥିବା କ୍ରମିକ ନଂ ୩, ୬, ୭,୧୭ ରେ ଥିବା ଅଙ୍ଗନଵାଡି କର୍ମୀ ଙ୍କ ନାମ କିପରି ୨୦୧୬ ମସିହାର ଗ୍ରେଡେସନ ତାଲିକା ରେ ସ୍ଥାନ ପାଇ ନାହି ତାହା ସନ୍ଦେହ ପ୍ରକାଶ ପାଉଛି। ଯଦିଓ ୨୦୧୬ ମସିହାର ଗ୍ରେଡେସନ ତାଲିକା ଠିକ ଓ ତଦନୁସାରେ ଅଙ୍ଗନଵାଡି କର୍ମୀ ଙ୍କୁ ପଦୋନ୍ନତି ଦିଆ ଯାଇଛି ତେବେ ନିଯୁକ୍ତି ପରେ କ୍ରମିକ ନଂ ୧୯, ୨୨ ରୁ ୩୦, ୩୨, ୩୪ ରୁ ୩୬ ରେ ଥିବା ଅଙ୍ଗନଵାଡି କର୍ମୀ ଙ୍କ ନାମ ପରବର୍ତ୍ତୀ ୨୦୨୧ ଗ୍ରେଡେସନ ତାଲିକା ରେ ୧ ନଂ ରୁ ରହିବା ବିଧେୟ। ଏଥି ପାଇଁ ବ୍ୟାପକ କିକବେକ ହୋଇଥିବା ମଧ୍ୟ ଅଭିଯୋଗ ହେଉଛି। ତେଣୁ ୨୦୧୬ ମସିହାରେ ହୋଇଥିବା ପଦୋନ୍ନତି ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଦାବି ହେଉଛି।

ଅନ୍ୟପକ୍ଷରେ ଅଧିକାଂଶ ପ୍ରାର୍ଥୀନି ଅଙ୍ଗନଵାଡି କର୍ମୀ ଭାବେ ଯୋଗ ଦେବା ପରେ ମାଟ୍ରିକ ପାଶ କରିଥିବା ବିଭାଗୀୟ ଗ୍ରେଡେସନ ତାଲିକା ୨୦୨୧ ରୁ ଏବଂ ଡ୍ରାଫଟ ଗ୍ରେଡେସନ ତାଲିକା ୨୦୨୪ ରୁ ଜଣାପଡୁଛି। ହେଲେ ଅଙ୍ଗନଵାଡି କର୍ମୀ ଭାବେ କାର୍ଯ୍ୟରତ ଥାଇ ଉଚ୍ଚ ଶିକ୍ଷା ପାଇଁ ବିଭାଗୀୟ ଅନୁମତି ନେଇଛନ୍ତି କି ନାହି, ଯଦିଓ ବିଭାଗୀୟ ଅନୁମତି ନେଇନାହାନ୍ତି ତେବେ କିପରି ଭାବେ ରେଗୁଲାର କି ପତ୍ରାଳାପ ମାଧ୍ୟମରେ ସମ୍ପୃକ୍ତ କର୍ମୀ ମାଟ୍ରିକ ପାଶ କରିଛନ୍ତି ସେସବୁ ପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନ ଥିବା ଅଭିଯୋଗ ହେଉଛି।

ଅନ୍ୟ ପକ୍ଷରେ ମାଟ୍ରିକ ପାଶ କରି ଅଙ୍ଗନଵାଡି କର୍ମୀ ଭାବେ ଯୋଗ ଦେଇଥିବା କର୍ମୀ ଏବଂ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ଅଙ୍ଗନଵାଡି କର୍ମୀ ମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହେଉଛି। ସରକାରୀ ବିଧି ବ୍ୟବସ୍ଥା ମଧ୍ୟରେ ମାଟ୍ରିକ ପାଶ କରିଥିବା ଅଙ୍ଗନଵାଡି କର୍ମୀ ଙ୍କୁ ବରିଷ୍ଠତା ଏବଂ ଯୋଗ୍ୟତା (seniority & suitability) ଭିତ୍ତିରେ ସୁପର ଭାଇଜର ଭାବେ ପଦୋନ୍ନତି ଦେବାକୁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

କର୍ଲାମୁଣ୍ଡା ଠାରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି କର୍ଲାମୁଣ୍ଡା ବ୍ଲକ ସ୍ଥିତ ପଂଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ, ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ,ବ୍ଲକ ଅଧ୍ୟକ୍ଷା କୁନି ସାହୁ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ ୧୧୮ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୭୫ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୪୩ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୨୧ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଂଚାୟତ ର ଅଏନ କୁମାର ଙ୍କୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ମଞ୍ଜୁର କରଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହ ଠାରେ ଜିଲ୍ଲାପାଳ ପି ଅନ୍ଵେଷା ରେଡିଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକ ଆରମ୍ଭରେ ଜିଲ୍ଲା ଦକ୍ଷତା ପରିଷଦର ଆବାହକ ଅଜିତ କୁମାର ଉତ୍ତରାୟ ବୈଠକର ଆଭିମୁଖ୍ୟ ବିଷୟରେ ଉଦ୍ବୋଧନ ଦେଇଥିଲେ। ଏଥିରେ ଆଇ ଟି ଆଇଓ ପଲିଟେକ୍ନିକ ରେ ବାଳିକାଙ୍କ ସଂଖ୍ୟା ବଢାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ମିଶନ ଶକ୍ତି ବିଭାଗ ଓ ବ୍ଲକ ର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।

ଜିଲ୍ଲା ନିୟୋଜନ ଅଧିକାରୀ ଓ ଆଇ ଟି ଆଇ ,ପଲିଟେକ୍ନିକ ର ଅଧ୍ୟକ୍ଷ ମାନଙ୍କୁ ଅଧିକ ରୁ ଅଧିକ ପରାମର୍ଶ ଶିବିର ଏବଂ ସ୍ପଟ ରେଜିଷ୍ଟ୍ରସନ ପାଇଁ ପରାମର୍ଶ ଦେଇ ଥିଲେ। ଜିଲ୍ଲାପାଳ ଜିଲ୍ଲାରେ ଚାଲୁଥିବା ସମସ୍ତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ନିଯୁକ୍ତି ମେଳା/ନିଯୁକ୍ତି ଅଭିଯାନ ର ସମୀକ୍ଷା କରିଥିଲେ ଓ ସମସ୍ତ ଅଧିକାରୀଙ୍କୁ ଏକତ୍ରିତ ହୋଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କୁ ଆଗେଇ ନବାକୁ ପରାମର୍ଶ ଦେଇଥିଲେ।ସୂଚନା ଅନୁସାରେ ୨୦୨୨-୨୩ ବର୍ଷରେ ଜିଲ୍ଲା ନିୟୋଜନ କାର୍ଯ୍ୟଳୟ ଦ୍ଵାରା ଅନୁଷ୍ଠିତ ନିଯୁକ୍ତି ମେଳା ରେ ୬୦ ଟି ବିଭିନ୍ନ ନିଯୁକ୍ତିଦାତା କମ୍ପାନୀ ଯୋଗ ଦେଇ ଜିଲ୍ଳାର ମୋଟ ୭୧୯ ଜଣ ପାର୍ଥିଙ୍କୁ ନିଯୁକ୍ତି ଦେଇଛନ୍ତି।

ଆତ୍ମ ନିର୍ଭରଶୀଳ ଦକ୍ଷତା ବିକାଶ ରେ ପ୍ଲମ୍ବିଂ, ବିଉଟି କେଆର୍, ବାମ୍ବୁ କ୍ରାଫ୍ଟ, ଟେଲରିଂ, ୱେଲ୍ଡିଙ୍ଗ, ମୋଟର ସାଇକେଲ ମରାମତି, ଇଲେକ୍ଟ୍ରିସୀଅନ, ସେଲ ଫୋନ ମରାମତି ଇତ୍ୟାଦି ର ବ୍ୟବସ୍ଥା ରହିଛି।ସେଭଳି ଆଇ ଟି ଆଇ ଏବଂ ପଲିଟେକନିକ୍ ଅନୁଷ୍ଠାନ ରୁ ଉତିର୍ଣ୍ଣ ପରେ ପ୍ରାର୍ଥୀ ମାନଙ୍କ ପାଇଁ କେନ୍ଦ୍ର ସରକାରଂକ ସି ଟି ଟି ସି ଦ୍ଵାରା ସ୍ୱଳ୍ପ ଅବଧି ଏଡଭାନ୍ସଡ ଟ୍ରେନିଂ ଦିଆଯାଉଛି।

ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳ ସଚିବ ପିତାମ୍ବର ଭୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ସରକାରୀ ପଲିଟେକ୍ନିକ, ଭବାନୀପାଟଣା ର ଅଧ୍ୟକ୍ଷ ଅମୁଲ୍ୟ କୁମାର ପଣ୍ଡା, ଆଇ ଟି ଆଇ ଅଧ୍ୟକ୍ଷ ସ୍ନେହାଶିଷ ମୁଦୁଲି, ଓର୍ମାସ ଅଧିକାରୀ ଜର୍ଜ କେର୍କେଟା, ଡି ପି ସି,ମିଶନ ଶକ୍ତି ଅମୃତ ପାଢୀ, ଡି ପି ଏମ, ଓ ଏଲ ଏମ ପ୍ରଶାନ୍ତ ମିଶ୍ର, ବେଦାନ୍ତ ଆଲୁମିନା ରୁ ଅଭିନୟ ପ୍ରତାପ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ।ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ଉଦୟନ ମହାପାତ୍ର ଓ ଅମ୍ବୁଜ ତିୱାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ସମସ୍ୟାର ସମାଧାନ ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଯୁବ କଂଗ୍ରେସର ଦାବି ପତ୍ର

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସାମ୍ପ୍ରତିକ ପରିସ୍ଥିତିରେ ଜୁନାଗଡ ବ୍ଲକ ରେ ନିର୍ଦ୍ଧିଷ୍ଟ ଗୋଷ୍ଠୀ କୁ ପ୍ରାଧାନ୍ୟ ଦିଆଯାଇ ପ୍ରବଳ ପିସି କାରବାର କରାଯାଇ ନିମ୍ନ ମାନର କାର୍ଯ୍ୟ କରାଯାଉଥିବା ସହିତ ମଣ୍ଡିରେ ଚାଷୀ ହଇରାଣ ହେଉଥିବା ଆଦି ବିଭିନ୍ନ ସମସ୍ୟାଗୁଡିକର ତୁରନ୍ତ ସମାଧାନ ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଦାବିପତ୍ର ଦିଆଯାଇଛି। ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ଓ ଜିଲ୍ଲା କାର୍ଯ୍ୟକର୍ତ୍ତା ପ୍ରଭାତ ଦାସ ଙ୍କ ନେତୃତ୍ବ ରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଜୁନାଗଡ କଲ୍ୟାଣ ମଣ୍ଡପ ରୁ ବାହାରି ସହର ପରିକ୍ରମା କରିବା ସହିତ ଜୁନାଗଡ ବ୍ଲକ ପରିସରକୁ ପହଞ୍ଚିଥିଲେ। ସେଠାରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବକ ନଅ ଦଫା ଦାବିପତ୍ର ଜୁନାଗଡ ବି ଡି ଓ ଙ୍କୁ ଦାଖଲ କରିଥିଲେ।

ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ର ମରାମତି ନାମରେ ପ୍ରଚୁର ଦୂନର୍ନିଟି ହେବ ସହ ଚାଷୀଙ୍କୁ ଜଳ ଯୋଗାଣ ବନ୍ଦ ରଖାଯାଇ ଅଯଥା କ୍ଷତି ରେ ପକାଯାଉଥିବା ହେତୁ ତୁରନ୍ତ ଜଳଯୋଗାଣ ଚାଲୁ କରିବାକୁ ଦାବି ପତ୍ରରେ ଉଲ୍ଲେଖ କରାଯାଇଥିବା ବେଳେ ମଣ୍ଡିରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନକୁ ମିଲର୍ସ ମାନଙ୍କ ମର୍ଜି ଅନୁସାରେ କ୍ଵିଣ୍ଟାଲ ପିଛା ପାଞ୍ଚ କେଜିରୁ ସାତ କେଜି ଅଧିକ ନେଉଥିବା ବିଷଯ ଯାହାକୁ କଟନୀ ଛଟଣି ବୋଲି କୁହାଯାଉଛି ସେହି କଟନୀ ଛଟନି କୁ ବନ୍ଦ କରିବାକୁ ଏବଂ ଚାଷୀଙ୍କୁ ଅଗ୍ରୀମ ବସ୍ତା ଯୋଗାଣ କରାଯାଇ ଶୀଘ୍ର ଧାନ ଉଠାଣ କରିବାକୁ ଦାବି କରାଯାଇଛି।

ସେହିପରି ଜୁନାଗଡ ବ୍ଲକରେ ଯନ୍ତ୍ରୀ ତଥା ଗ୍ରାମ ପଂଚାୟତ ର ପି ଇ ଓ ମାନେ ଭାଗୁଆଳିରେ ଉନ୍ନୟନ ମୂଳକ କାମ କରିବା ସହିତ ଅଧିକ ପିସି ନେଉଥିବା ଏବଂ ନିମ୍ନ ମାନ ର କାର୍ଯ୍ୟ କରାଯାଉଥିବା ହେତୁ ସେସବୁ କୁ ବନ୍ଦ କରାଯିବାକୁ ଦାବି କରାଯାଇଛି। ବ୍ଲକ ରେ ହେଉଥିବା କାର୍ଯ୍ୟା ଗୁଡିକ ଟେଣ୍ଡର ମାଧ୍ୟମରେ କରାଯିବାକୁ ମଧ୍ୟ ଦାବି କରାଯାଇଛି। କ୍ଷତିଗ୍ରସ୍ତ ମୁଗ ଚାଷୀଙ୍କୁ ବୀମା ରାଶି ପ୍ରଦାନ କରାଯିବା ପାଇଁ ମଧ୍ୟ ଦାବି ରହିଛି।

ଯୁବ କଂଗ୍ରେସର ଏହି କାର୍ଯ୍ୟକ୍ରମରେ ଜାତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ମିଳିନ୍ଦ ଗୌତମ, କଳାହାଣ୍ଡି ଜିଲ୍ଲା ପ୍ରଭାରି ବିଶ୍ବଜିତ ଲେଙ୍କା, ନବରଙ୍ଗପୁର ଜିଲ୍ଲା ସଭାପତି ଦ୍ଵାରିକା ମହାପାତ୍ର, ଜୁନାଗଡ ନଗର ସଭାପତି ଅମିତ ଅଗ୍ରୱାଲ ଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଙ୍କ ସହିତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ବିଶ୍ଵ ମିତବ୍ୟୟିତା ଦିବସ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବିଶ୍ଵ ମିତବ୍ୟୟିତା ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ସଞ୍ଚୟ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲା ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ବିବେକାନନ୍ଦ ମହାନନ୍ଦଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଡି ଆଇ ପି ଆର୍ ଓ ମନୋଜ ବେହେରା, ବି ଡି ଓ ଭବାନୀପାଟଣା ପ୍ରିତା କୁମାର, ଡି ଏସ୍ ଡ ବ୍ଲୁ ଓ ଜ୍ୟୋସ୍ନା ରାଣୀ ପାତ୍ର, ସ୍ୱଳ୍ପ ସଞ୍ଚୟ ଏଜେଣ୍ଟ, ଅଙ୍ଗନବାଡ଼ି କର୍ମୀ, ଏନ୍ ସି ସି ଏବଂ ସ୍କାଉଟ୍ ଛାତ୍ରୀ, ବରିଷ୍ଠ ନାଗରିକ ଗଣ ଉପସ୍ଥିତ ଥିଲେ ଓ ସଞ୍ଚୟ ରଥ ସହିତ ସମସ୍ତେ ଶୋଭାଯାତ୍ରା ରେ ଯାଇ ସଚେତନତା ପ୍ରଚାର କରିଥିଲେ।

ଜିଲ୍ଲାପାଳ ନିଜ ଅର୍ଥର ମିତବ୍ୟୟୀ ବିନିଯୋଗ ଉପରେ ଗୁରୁତ୍ବ ଦେଇ ସ୍ଵୀକୃତିପ୍ରାପ୍ତ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନାରେ ସଞ୍ଚୟ କରି ନିଜର ଆର୍ଥିକ ସ୍ୱଚ୍ଛଲତା ଓ ସୁରକ୍ଷିତ ଭବିଷ୍ୟତ କୁ ନିଶ୍ଚିତ କରିବାକୁ ଆହ୍ଵାନ କରିଥିଲେ। ଆମର କଷ୍ଟଉପାର୍ଜିତ ଧନକୁ କୌଣସି ଅଣ ସ୍ଵୀକୃତିପ୍ରାପ୍ତ ଅଣ ପଞ୍ଜୀକୃତ ଆର୍ଥିକ ଅନୁଷ୍ଠାନ ରେ ଅତ୍ୟଧିକ ସୁଧ ହାର ଓ ଦ୍ଵିଗୁଣିତ ରାଶି ର ପ୍ରଲୋଭନରେ କଦାପି ଭରସା ନ କରିବା, ଚିଟ୍ ଫଣ୍ଡରୁ ଦୂରେଇ ରହିବା ତଥା କେବଳ ରିଜର୍ଭ ବ୍ୟାଙ୍କ ଓ ସରକାର ଦ୍ବାରା ସ୍ଵୀକୃତିପ୍ରାପ୍ତ,ଅଧିକୃତ ଓ ପଞ୍ଜୀକୃତ ଅନୁଷ୍ଠାନ ବା ସଂସ୍ଥା ରେ ଅର୍ଥ ନିବେଶ କରିବାକୁ ଏହି ସଞ୍ଚୟ ରଥ ଦ୍ଵାରା ସମସ୍ତଙ୍କୁ ସଚେତନ କରାଯାଉଛି।

ମିତବ୍ୟୟୀ ବିନିଯୋଗ ଅର୍ଥ ଅପଚୟ ରୋକିବା ସହ ସ୍ୱଳ୍ପ ସଞ୍ଚୟ ଭବିଷ୍ୟତ ର ବିଭିନ୍ନ ଆବଶ୍ୟକତା ପୁରାଣ କରିଥାଏ ଏବଂ ଜରୁରୀକାଳୀନ ଆବଶ୍ୟକତା ପୁରାଣ କରିଥାଏ।
ସଞ୍ଚୟ ରଥ ଆଜି ସଦର ବ୍ଲକର ରିଶିଗାଁ, ମାଲ ଗାଁ, କୁଟ୍ରୁଖମାର୍ ଗ୍ରାମପଞ୍ଚାୟତ ଯାଇ ମାଇକ ଦ୍ଵାରା ସଚେତନ କରିବ। ଆସନ୍ତା କାଲି ଜୁନାଗଡ ଏନ ଏ ସି ଓ ବ୍ଲକ ଅଞ୍ଚଳ ରେ ସଚେତନତା ଅଭିଯାନ କରିବ।

Categories
ଆଞ୍ଚଳିକ

କେସିଙ୍ଗାଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି କେସିଙ୍ଗା ବ୍ଲକସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ସୁଶାନ୍ତ କୁମାର ପଟେଲ, ଉପ ଜିଲ୍ଲାପାଳ ଡ଼ ବିଶ୍ୱଜିତ୍ ଦାସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ନନ୍ଦ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଉପାଧ୍ୟକ୍ଷ ରାଜଲକ୍ଷ୍ମୀ ପଟ୍ଟନାୟକ, ବିଡିଓ ପ୍ରଫୁଲ୍ଲ କୁମାର ଓଡ୍ଡୁ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ ୫୧୦ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୪୭୮ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୩୨ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୨୧ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ଅଭିଯୋଗ ମୁଖ୍ୟତଃ ଆବାସ ଗୃହ, ଭତ୍ତା, ରାସନ୍ କାର୍ଡ, ରାସ୍ତା, ପାନୀୟ ଜଳ, ଶିକ୍ଷକ ପଦବୀ ପୂରଣ ଉପରେ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଲାଞ୍ଜିଗଡ଼ ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ଲାଞ୍ଜିଗଡ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ, କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ସୁଶାନ୍ତ କୁମାର ପଟେଲ, ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ, ସି ଡ଼ି ଏମ୍ ଓ ଡ ରଞ୍ଜନ ମିତ୍ରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ,ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର, ବି ଡି ଓ ଜିତେନ୍ଦ୍ର ମିଶ୍ର ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ ୪୩୭ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୯୫ ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୪୨ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୧୭ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ଅଭିଯୋଗ ମୁଖ୍ୟତଃ ଆବାସ ଗୃହ, ଭତ୍ତା,ରାସ୍ତାଘାଟ ଉପରେ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଉପଜିଲ୍ଲାପାଳ ଡ ବିଶ୍ୱଜିତ୍ ଦାସ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ୍ ୧୧୭ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୯୯ଟି ବ୍ୟକ୍ତିଗତ ସମସ୍ୟା ଜର୍ଜରିତ ଅଭିଯୋଗ ଓ ୧୮ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୯ଟି ଅଭିଯୋଗର ସମାଧାନ ତୁରନ୍ତ କରାଯାଇଥିଲା। ଭବାନୀପାଟଣା ସହରର ଗୋଷାଲ ପଡ଼ାର ପରିତ୍ରାଣ ବାଗଙ୍କୁ ୫୦୦୦ ଟଙ୍କାର ଆର୍ଥିକ ସହାୟତା ଅନୁମୋଦନ କରାଯାଇଥିଲା।

ସେଭଳି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଭବାନୀପାଟଣା ବ୍ଲକର କୁଟୁର ଖମାର ଅଞ୍ଚଳର ରିତ୍ତିକ ମଶ୍ରା ଙ୍କୁ ତାଙ୍କର ପ୍ଲାଷ୍ଟିକ ସର୍ଜରୀ ପାଇଁ ୭୦୦୦ ଟଙ୍କା ର ସହାୟତା ଅନୁମୋଦନ କରାଗଲା।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲାପାଳ ଭାବେ ଯୋଗ ଦେଲେ ପି.ଅନ୍ୱେଷା ରେଡ୍ଡୀ, ଷଷ୍ଠ ମହିଳା ଜିଲ୍ଲାପାଳ ଭାବେ ନେଲେ ଦାୟିତ୍ଵ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାପାଳ ଭାବେ ପି. ଅନ୍ୱେଷା ରେଡ୍ଡୀ ଆଇ.ଏ.ଏସ. ଦାୟିତ୍ଵ ନେଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ପୂର୍ବରୁ ପାଂଚ ଜଣ ମହିଳା ଜିଲ୍ଲାପାଳ କାର୍ଯ୍ୟ କରିସାରିଥିବା ବେଳେ ଷଷ୍ଠ ମହିଳା ଜିଲ୍ଲାପାଳ ଭାବେ ପି. ଅନ୍ୱେଷା ରେଡ୍ଡୀ ଯୋଗ ଦେଇଛନ୍ତି। ୨୦୧୭ ବେଚର ଆଇଏଏସ ଅଧିକାରିଣୀ ମୟୁରଭଂଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ। କଳାହାଣ୍ଡିରେ ଦୀର୍ଘ ସମୟ ଧରି କାର୍ଯ୍ୟରତ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲିଙ୍କ ବଦଳି ହେବା ପରେ ପି. ଅନ୍ୱେଷା ରେଡ୍ଡୀ କଳାହାଣ୍ଡି ଜିଲ୍ଲାପାଳ ଭାବେ ବଦଳି ହୋଇଥିଲେ।

ଦାୟିତ୍ଵ ଗ୍ରହଣ ପରେ ନୂତନ ଜିଲ୍ଲାପାଳଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ସରକାରୀ ଯୋଜନା ଗୁଡିକ କିପରି ତୃଣମୂଳ ସ୍ତରକୁ ପହଂଚି ପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯିବା ସହିତ ଆଦିବାସୀ ଅଧ୍ୟୁଷିତ ଅଂଚଳକୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ଲକ୍ଷ୍ୟ ପଥରେ ଆଗେଇ ଚାଲିବା ପାଇଁ ବାର୍ତା ଦେଇଛନ୍ତି ନୂତନ ଜିଲ୍ଲାପାଳ।

ଗତ ୧୯୭୨ ମସିହାରେ ଚନ୍ଦ୍ରମଣି ନାରାୟଣ ସ୍ୱାମୀ ପ୍ରଥମ ମହିଳା ଜିଲ୍ଲାପାଳ ଭାବେ କଳାହାଣ୍ଡିରେ ଯୋଗ ଦେଇଥିବା ବେଳେ ୧୯୮୦ ରେ ମୀନା ଗୁପ୍ତା, ୧୯୯୬ ରେ ଜି. ସୁବର୍ଣ୍ଣାରାଣି ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ। ୨୦୦୯ ମସିହାରେ ରୂପା ମିଶ୍ର, ୨୦୧୫ ରେ ଡ. ବୃନ୍ଦା ଡି ଯୋଗ ଦେଇଥିଲେ। ଷଷ୍ଠ ମହିଳା ଜିଲ୍ଲାପାଳ ଙ୍କ ଠାରୁ କଳାହାଣ୍ଡି ବାସୀ ଅନେକ ଆଶା ରଖିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ଦୁଇ ଦିନିଆ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଲାଭାର୍ଥିଙ୍କ ସହ ବାର୍ତ୍ତାଳାପ କରିବା ସହ ସଂପୃକ୍ତ ଅଧିକାରୀଙ୍କ କାର୍ଯ୍ୟକୁ ନେଇ ସମୀକ୍ଷା କରିଥିଲେ। ସଭାରେ ଡ ବ୍ଲୁ ଓ ଡି ସି, ସି ଇ ଓ ଡ ଅଜିତ କୁମାର ମିଶ୍ର, ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି, ପି ଡି ଡି ଆର୍ ଡି ଏ ସୋମେଶ କୁମାର ଉପାଧ୍ୟାୟ, ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଉଦ୍ୟୋଗୀ ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ। ପ୍ରଥମେ ଜିଲ୍ଲାପାଳ ଡ ଗାଭାଲି ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଙ୍କ ସମେତ ଉପସ୍ଥିତ ହିତାଧିକାରୀ, ଉଦ୍ୟୋଗୀ,ବିଭାଗୀୟ ଅଧିକାରୀ ଙ୍କୁ ସ୍ଵାଗତ କରି ଉଦ୍ୟୋଗୀଙ୍କୁ ନିଜ ୟୁନିଟର ଉନ୍ନତି ନିମନ୍ତେ ସମସ୍ତ ପ୍ରକାର ସହଯୋଗ ପାଇଁ ବିଭାଗୀୟ ଅଧିକାରୀ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ।

ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଶ୍ରୀ ତ୍ରୀପାଠୀ କଳାହାଣ୍ଡି ଜିଲ୍ଲା କେବଳ ଧାନ ଓ କପା ଉତ୍ପାଦନ ରେ ସୀମିତ ନ ରହି କୃଷି ସମ୍ବଧୀୟ ଉଦ୍ୟୋଗକୁ ପ୍ରାଧାନ୍ୟ ଦେବା ସହ ଏହାର ସ୍ଥାପନା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ଆନ୍ତରିକ ଉଦ୍ୟମ ଓ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ତ୍ରିପାଠୀ କୁକୁଡ଼ା ଫାର୍ମ, ବଟନ୍ ଛତୁ ଉତ୍ପାଦନ ୟୁନିଟ୍, ଏଗ୍ରୋ ସର୍ଭିସ ସେଣ୍ଟର,ବିହନ ପ୍ରକ୍ରିୟାକରଣ ୟୁନିଟ, ରାଇସ ମିଲ,ଡାଲି ପ୍ରକ୍ରିୟାକରଣ ୟୁନିଟ , ଥର୍ମାଲ ଇଁସୁଲେସନ, ସୋୟା,ପାପଡ ଫ୍ୟାକ୍ଟ୍ରି, ସ୍ଵଂୟ ଚାଳିତ ବେକରୀ ୟୁନିଟ ସ୍ଥାପନ କରିଥିବା ଉଦ୍ୟୋଗୀ ମାନଙ୍କ ସହ ଆଲୋଚନା କରିଥିଲେ ଓ ସେମାନଙ୍କ ଉତ୍ପାଦନ,ନିଯୁକ୍ତି ଓ ଲାଭ ଉପରେ ବାର୍ତ୍ତାଳାପ କରିଥିଲେ।

ସେଭଳି ଲକ୍ଷ୍ମୀ ନାରାୟଣ ପଣ୍ଡା ଙ୍କ ୩୨ ଏକର ମାଛ ଯାଆଁଳା ଉତ୍ପାଦନ ଫାର୍ମ,ସୌରଭ ଅଗ୍ରୱାଲ ଙ୍କ ସୋୟା, ପାପଡ଼ ଓ ବଡି ଫ୍ୟାକ୍ଟ୍ରି, ସନ୍ତୋଷ ସାହୁ ଙ୍କ ପ୍ରସ୍ତାବିତ ୧୨୦ କୋଟି ଖାଦ୍ୟ କଣିକା ପ୍ରସ୍ତୁତ ଇଥାନଲ ୟୁନିଟଉପରେ ସବିଶେଷ ଆଲୋଚନା କରିଥିଲେ। ସେଭଳି କୃଷକ ଉତ୍ପାଦନ ସଂଘର କର୍ମକର୍ତ୍ତା ଓ ସଭାପତି ନିଜ ନିଜର ସଂଘ, ଉତ୍ପାଦନ ଓ ଲାଭ ଉପରେ ଅଧ୍ୟକ୍ଷ ଙ୍କୁ ଜଣାଇ ଥିଲେ। ଆସନ୍ତା କାଲି ଅଧ୍ୟକ୍ଷ ଶ୍ରୀ ତ୍ରୀପାଠୀ ଜିଲ୍ଲା ର ବିଭିନ୍ନ ରୂପାନ୍ତରିତ ହାଇସ୍କୁଲ୍, କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ,ସରକାରୀ ମେଡିକାଲ କଲେଜ, ହିତାଧିକାରୀଙ୍କ ୟୁନିଟ ପରିଦର୍ଶନ କରିବାର କାର୍ଯକ୍ରମ ରହିଛି।ସଭା ଶେଷରେ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେସିଙ୍ଗାଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ କେସିଙ୍ଗା ବ୍ଲକ ସ୍ଥିତ ବିଡିଓଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦ୍ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପି ଡି, ଡି ଆର୍ ଡି ଏ, କଳାହାଣ୍ଡି ସୋମେଶ ଉପାଧ୍ୟାୟ, ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ ଙ୍କ ସମେତ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଓ କେସିଙ୍ଗା ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ୍ ୩୨୬ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୧୩ଟି ବ୍ୟକ୍ତିଗତ ସମସ୍ୟା ଜର୍ଜରିତ ଅଭିଯୋଗ ଓ ୧୩ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୩୩ଟି ଅଭିଯୋଗ ର ସମାଧାନ ତୁରନ୍ତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ କେସିଙ୍ଗା ର ଶ୍ରୀ ଗଣେଶ ସିକ୍କା, ବେଲଖଣ୍ଡିରୁ ଗୁଣନିଧି ସାହୁ ଏବଂ ଜଗତ ଭୋଇ ଙ୍କୁ ଚିକିତ୍ସା ସହାୟତା ବାବଦକୁ ପ୍ରତ୍ୟେକ ଟ ୫୦୦୦/- ଅନୁମୋଦନ କରାଯାଇଥିଲା।

ଜନଶୁଣାଣୀ ଶିବିର ପୂର୍ବରୁ ଜିଲ୍ଲାପାଳ ଡ଼ ଗାଭାଲି ସାମାଜିକ ଗଣମାଧ୍ୟମ, ମେଲ୍ ଓ ପତ୍ର ମାଧ୍ୟମରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲ,ଜନଶୁଣାଣୀ ପୋର୍ଟାଲ ତଥା ଜିଲ୍ଲାପାଳଙ୍କ ଅଫିସ୍ କୁ ଆସିଥିବା ଆବେଦନ ର ଅଭିଯୋଗ ଓ ସମସ୍ୟା ସଂଯୁକ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀ ଠାରେ ପ୍ରାପ୍ତ ହୋଇଥିବା ଅଭିଯୋଗ ର ସମୀକ୍ଷା କରି ଏହାର ଅଗ୍ରଗତି ଓ ସମାଧାନ ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପେନସନ,ରାସନ୍ କାର୍ଡ, ଭତ୍ତା,ପାନୀୟ ଜଳ, ରାସ୍ତା, ଶିକ୍ଷକ ପଦବୀ ପୂରଣ, ଉଠାଜଳ ସେଚନ ଉପରେ ଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଳାହାଣ୍ଡି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଘରୋଇ ହସ୍ପିଟାଲର ଯୁଗ୍ମ ପରିଦର୍ଶନ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଆଜି ସକାଳ ୧୧.୦୦ଘଣ୍ଟା ସମୟରେ ଜିଲ୍ଲାପାଳ ଡ଼. ଗାଭାଳି ପରାଗ ହର୍ଷଦ୍, ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣା ବିବେକ ଏମ୍ ଓ ସିଡିଏମଓ ଡ. ରଞ୍ଜନ କୁମାର ମିତ୍ରଙ୍କ ଗ୍ରହଣରେ ଭବାନୀପାଟଣା ସହର ସ୍ଥିତ ମା’ ମାଣିକେଶ୍ଵରୀ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ, ଶ୍ରୀ ବାଲାଜୀ ନର୍ସିଂ ହୋମ୍ ଓ ଶ୍ରୀ ଜଗନ୍ନାଥ ନେତ୍ରାଳୟକୁ ପରିଦର୍ଶନ କରିଥଲେ।

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିବା ବି ଏସ୍ କେ ୱାଇ ସ୍ମାର୍ଟ କାର୍ଡ ପାଇଥିବା ହିତାଧିକାରୀମାନେ କିଭଳି ଚିକିତ୍ସା ସେବା ପାଉଛନ୍ତି ଓ ଉପକୃତ ହେଉଛନ୍ତି ତାହା ଅନୁଧ୍ୟାନ ପାଇଁ ଏହି ହସ୍ପିଟାଲ ରେ ଭର୍ତ୍ତି ହୋଇଥିବା ରୋଗୀ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଶ୍ରୀ ବାଲାଜୀ ନର୍ସିଂ ହୋମ୍ ରେ ବି ଏସ୍ କେ ୱାଇ କାର୍ଡ ଧାରୀ ୬ ଜଣ ରୋଗୀ ଓ ଶ୍ରୀ ଜଗନ୍ନାଥ ନେତ୍ରାଳୟରେ ଚକ୍ଷୁ ଅସ୍ତ୍ରୋପଚାର ହୋଇଥିବା ୩ ଜଣ ରୋଗୀ ଙ୍କ ସ୍ବାସ୍ଥ୍ୟ ସଂପର୍କରେ ପଚାରିଥିଲେ। ରୋଗୀମାନେ ଭଲ ଚିକିତ୍ସା ପାଉଛନ୍ତି ଓ ଶୀଘ୍ର ସୁସ୍ଥ ହେବାର ଆଶା ରଖିଛନ୍ତି ବୋଲି ଜିଲ୍ଲାପାଳଙ୍କ ନିକଟରେ ପ୍ରକାଶ କରିଥିଲେ।

ସେହିଭଳି ଗତ ୧୮ ତାରିଖରୁ ବି ଏସ୍ କେ ୱାଇ କାର୍ଡ ଧାରୀ ରୋଗୀଙ୍କ ଚିକିତ୍ସା ମାଗଣାରେ ସୁଯୋଗ ନ ଦେବା ସମ୍ପର୍କିତ ଅଭିଯୋଗ ଶୁଣି ମା’ ମାଣିକେଶ୍ଵରୀ ମଲ୍ଟି ସ୍ପେଶିଆଲିଟି କର୍ତ୍ତୁପକ୍ଷଙ୍କୁ ତାଗିଦ୍ କରିଥିଲେ ଏବଂ ଏ ସମ୍ପର୍କୀୟ କାରଣ ଦର୍ଶାଅ ନୋଟିସ ପ୍ରେରଣ କରାହେବ ବୋଲି ପ୍ରକାଶ କରିଥିଲେ। ଏ

ହି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କାର୍ଡଧାରୀ ରୋଗୀଙ୍କ ଚିକିତ୍ସା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନୁଯାୟୀ ସମସ୍ତ ବ୍ୟବସ୍ଥା କରିବାକୁ ଡାକ୍ତରଙ୍କୁ କହିଥିଲେ ଏବଂ କର୍ତ୍ତୁପକ୍ଷ ଚିକିତ୍ସା ସୁବିଧା ବିନା ଦେୟରେ କରିବାକୁ ରାଜି ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜୁନାଗଡ ଆରଏମ୍‌ସି ଦୁର୍ନୀତି ପ୍ରସଙ୍ଗ : ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଜିଲ୍ଲାପାଳଙ୍କ ତଦନ୍ତ ଶୀତଳ ଭଣ୍ଡାରରେ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦେଢ ମାସ ମଧ୍ୟରେ ଜୁନାଗଡ ଆରଏମସିର ଦୁର୍ନୀତି ଅଭିଯୋଗର ତଦନ୍ତ କରିବା ପାଇଁ ମାନ୍ୟବର ହାଇକୋର୍ଟ ଡବଲୁ୍ୟପିସି ୨୬୩୯୯/୨୦୧୯ ରେ ନିଦେ୍ର୍ଦଶ ଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲାପାଳ ଗତ ୨୮.୦୨.୨୦୨୦ ଦିନ ତଦନ୍ତ କରିବା ପରେ ତାହା ଶୀତଳ ଭଣ୍ଡାରରେ ପଡିରହିଥିବା ଅଭିଯୋଗ ହୋଇଛି।

ପ୍ରକାଶ ଯେ, ଜୁନାଗଡ ଆରଏମସିରେ ନିୟମିତ ଭାବେ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି, ସରକାରୀ ଗୋଚର ଜମିରେ ଆରଏମସି ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ତରବରିଆ ନିର୍ମାଣ, ସିସିଡିଟିଏଫ ଯୋଜନାରେ ଆରଏମି ପାଣ୍ଢିରୁ ଖଳା ନିର୍ମାଣ, ସରକାରୀ ନିୟମକୁ ଆଖିଠାର ମାରି କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ପାଣ୍ଠି ପ୍ରଦାନ, ଗୋଦାମ ମରାମତି ଓ ବାଉଣ୍ଢ୍ରି ମରାମତି ନାମରେ ଫଲ୍ସ ବିଲ ପ୍ରଦାନ, ସଭ୍ୟ ମାନଙ୍କୁ ଷ୍ଟଡିଟୁର ନାମରେ ନିଜ ପସନ୍ଦର କର୍ମଚାରୀଙ୍କୁ ଭ୍ରମଣ କରାଇବା, ବିନା କୌଣସି ଟେଣ୍ଡର କଲ ନୋଟିସ କରାଯାଇ ନିଜ ମନଇଚ୍ଛା ସାମଗ୍ରୀ କିଣା, ମଣ୍ଡି ମାନଙ୍କରେ ୱେବ୍ରିଜ ଓ ସିସିଟିଭି ସ୍ଥାପନ ଆଦି ଅନେକ ଗୁଡାଏ ଆର୍ଥିକ କାରବାରରେ ସଂପୃକ୍ତ ହିସାବ ରକ୍ଷକ କିକବେକ କରିଥିବା ଅଭିଯୋଗ ମାନ ହୋଇଥିଲା।

ଏସବୁ ସଂପର୍କରେ କଳାହାଣ୍ଡି ଆରଏମଓ ଗତ ୨୬.୦୪.୨୦୧୮ଦିନ ଜୁନାଗଡ ଆରଏମସିରେ ତଦନ୍ତ କରି ଏସବୁ ଦୁର୍ନୀତି ଅଭିଯୋଗରେ ହିସାବ ରକ୍ଷକ ତଥା ଭାରପ୍ରାପ୍ତ ସଂପାଦକଙ୍କୁ ଦାୟୀ କରିବା ସହ ଜୁନାଗଡ ଆରଏମସି ପାଇଁ କ୍ଷତିକାରକ ହୋଇଥିବା ଦର୍ଶାଇ ତୁରନ୍ତ ଆରଏମସିରୁ ହଟାଇବାକୁ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଥିଲେ। ହେଲେ ସେହି ତଦନ୍ତ ରିପୋର୍ଟକୁ ଚପାଇ ଦେଇ ନିଜ ସପକ୍ଷରେ ଅଫିସିଆଲ ମତାମତ କରାଇନେଇ ସ୍ଥାୟୀ ସଂପାଦକ ହୋଇଯିବାକୁ ହିସାବ ରକ୍ଷକ ଚକ୍ରାନ୍ତ କରିଥିବା ଅଭିଯୋଗ ହୋଇଥିଲା। ସେସବୁର ସତ୍ୟାସତ୍ୟ ଜାଣିବା ପାଇଁ ଅନେକ ସୂଚନା ଦରଖାସ୍ତ ଦାଖଲ କରିବା ସହିତ ଜନୈକ ବୁଦ୍ଧିଜୀବି ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଜୁନାଗଡ ଆରଏମସିରେ ହୋଇଥିବା ଦୁର୍ନୀତି ସଂପର୍କରେ ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରାର୍ଥନା କରିଥିବା ଜଣାପଡିଛି।

ମାନ୍ୟବର ହାଇକୋର୍ଟଙ୍କ ନିଦେ୍ର୍ଦଶରେ କଳାହାଣ୍ଡି ଜିଲ୍ଲାପାଳ ତଦନ୍ତ କରିବା ପରେ ତାହା ଅଦ୍ୟାବଧି କାର୍ଯ୍ୟନୁଷ୍ଠାନ ହୋଇପାରିନଥିବାରୁ ଏବଂ ସୂଚନା ଦରଖାସ୍ତ ଅନୁସାରେ ସୂଚନା ମିଳିବା ପାଇଁ ଆରଏମସି ଅଧ୍ୟକ୍ଷ ତଥା ଧର୍ମଗଡ ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ ମଧ୍ୟ ସେସବୁ ଚପାଇ ଦିଆଯାଇଥିବା ସଙ୍ଗେ ସଙ୍ଗେ  ଉପଜିଲ୍ଲାପାଳ କ୍ଷମତା ଅନୁସାରେ ପତ୍ରସଂଖ୍ୟା ୧୬୧୧ ତା.୧୬.୦୫.୨୦୨୦ ରେ  ଅଭିଯୋଗକାରୀଙ୍କୁ କୋଭିଡ-୧୯ ଗାଇଡଲାଇନ ଓ ଆଇପିସି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଣାଇବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗକାରୀଙ୍କ ପକ୍ଷରୁ ସୁରକ୍ଷା ପାଇଁ ଆବେଦନ କରିଥିବା ଜଣାପଡିଛି।

ଦୀର୍ଘଦିନ ହେବ ଜୁନାଗଡ ଆରଏମସିରେ ଦୁର୍ନୀତି ଅଭିଯୋଗର ତଦନ୍ତ କରାଯାଇ ତାକୁ ଚପାଇ ଦିଆଯାଇଥିବା ହେତୁ ସାଧାରଣରେ ସନେ୍ଦହ ପ୍ରକାଶ ପାଇବାରେ ଲାଗିଛି। ଜୁନାଗଡ ଆରଏମସି ରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ରିପୋର୍ଟ ପ୍ରକାଶ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ମତପ୍ରକାଶ ପାଇବାରେ ଲାଗିଛି।