କଳାହାଣ୍ଡି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଘରୋଇ ହସ୍ପିଟାଲର ଯୁଗ୍ମ ପରିଦର୍ଶନ

Published: Dec 29, 2021, 8:20 pm IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଆଜି ସକାଳ ୧୧.୦୦ଘଣ୍ଟା ସମୟରେ ଜିଲ୍ଲାପାଳ ଡ଼. ଗାଭାଳି ପରାଗ ହର୍ଷଦ୍, ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣା ବିବେକ ଏମ୍ ଓ ସିଡିଏମଓ ଡ. ରଞ୍ଜନ କୁମାର ମିତ୍ରଙ୍କ ଗ୍ରହଣରେ ଭବାନୀପାଟଣା ସହର ସ୍ଥିତ ମା’ ମାଣିକେଶ୍ଵରୀ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ, ଶ୍ରୀ ବାଲାଜୀ ନର୍ସିଂ ହୋମ୍ ଓ ଶ୍ରୀ ଜଗନ୍ନାଥ ନେତ୍ରାଳୟକୁ ପରିଦର୍ଶନ କରିଥଲେ।

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିବା ବି ଏସ୍ କେ ୱାଇ ସ୍ମାର୍ଟ କାର୍ଡ ପାଇଥିବା ହିତାଧିକାରୀମାନେ କିଭଳି ଚିକିତ୍ସା ସେବା ପାଉଛନ୍ତି ଓ ଉପକୃତ ହେଉଛନ୍ତି ତାହା ଅନୁଧ୍ୟାନ ପାଇଁ ଏହି ହସ୍ପିଟାଲ ରେ ଭର୍ତ୍ତି ହୋଇଥିବା ରୋଗୀ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଶ୍ରୀ ବାଲାଜୀ ନର୍ସିଂ ହୋମ୍ ରେ ବି ଏସ୍ କେ ୱାଇ କାର୍ଡ ଧାରୀ ୬ ଜଣ ରୋଗୀ ଓ ଶ୍ରୀ ଜଗନ୍ନାଥ ନେତ୍ରାଳୟରେ ଚକ୍ଷୁ ଅସ୍ତ୍ରୋପଚାର ହୋଇଥିବା ୩ ଜଣ ରୋଗୀ ଙ୍କ ସ୍ବାସ୍ଥ୍ୟ ସଂପର୍କରେ ପଚାରିଥିଲେ। ରୋଗୀମାନେ ଭଲ ଚିକିତ୍ସା ପାଉଛନ୍ତି ଓ ଶୀଘ୍ର ସୁସ୍ଥ ହେବାର ଆଶା ରଖିଛନ୍ତି ବୋଲି ଜିଲ୍ଲାପାଳଙ୍କ ନିକଟରେ ପ୍ରକାଶ କରିଥିଲେ।

ସେହିଭଳି ଗତ ୧୮ ତାରିଖରୁ ବି ଏସ୍ କେ ୱାଇ କାର୍ଡ ଧାରୀ ରୋଗୀଙ୍କ ଚିକିତ୍ସା ମାଗଣାରେ ସୁଯୋଗ ନ ଦେବା ସମ୍ପର୍କିତ ଅଭିଯୋଗ ଶୁଣି ମା’ ମାଣିକେଶ୍ଵରୀ ମଲ୍ଟି ସ୍ପେଶିଆଲିଟି କର୍ତ୍ତୁପକ୍ଷଙ୍କୁ ତାଗିଦ୍ କରିଥିଲେ ଏବଂ ଏ ସମ୍ପର୍କୀୟ କାରଣ ଦର୍ଶାଅ ନୋଟିସ ପ୍ରେରଣ କରାହେବ ବୋଲି ପ୍ରକାଶ କରିଥିଲେ। ଏ

ହି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କାର୍ଡଧାରୀ ରୋଗୀଙ୍କ ଚିକିତ୍ସା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନୁଯାୟୀ ସମସ୍ତ ବ୍ୟବସ୍ଥା କରିବାକୁ ଡାକ୍ତରଙ୍କୁ କହିଥିଲେ ଏବଂ କର୍ତ୍ତୁପକ୍ଷ ଚିକିତ୍ସା ସୁବିଧା ବିନା ଦେୟରେ କରିବାକୁ ରାଜି ହୋଇଥିଲେ।

Related posts