Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଲୁଗାଁ: ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ହସ୍ତକ୍ଷେପ ପରେ ବିଜୁ ସ୍ୱାସ୍ଥ୍ୟ କାର୍ଡର ସୁବିଧା ପାଇଲେ ରୋଗୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଘରୋଇ ହସ୍ପିଟାଲ ଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ କାର୍ଡକୁ ଗ୍ରହଣ କରାଯାଉନଥିବାର ଅନେକ ଅଭିଯୋଗ ହେଉଛି। ସେହିଭଳି ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରୁ ସମାନ ଅଭିଯୋଗର ଏକ ମାମଲା ଆସିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ହସ୍ତକ୍ଷେପ ଯୋଗୁଁ ଉକ୍ତ କାର୍ଡ ଜରିଆରେ ଜଣେ ରୋଗୀ ଚିକିତ୍ସା ସେବା ପାଇଥିବା ଜଣାପଡିଛି।

ସୂଚନା ମୁତାବକ ବାଲୁଗାଁର ପ୍ରମୋଦ ବିଶ୍ଵାଳ (୪୦) ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ଡାକ୍ତରଙ୍କ ଦ୍ଵାରା ବିଭିନ୍ନ ପରୀକ୍ଷା ପରେ ତାଙ୍କ ପେଟରେ ଏକ ଟ୍ୟୁମର ହୋଇଥିବା ଜାଣିବାକୁ ପାଇଥିଲେ। ଟ୍ୟୁମରଟି ବଡ ଆକାରର ହୋଇଥିବାରୁ ଡାକ୍ତର ତାଙ୍କୁ ତୁରନ୍ତ ଅସ୍ତ୍ରୋପଚାର କରି ପରବର୍ତ୍ତୀ ଚିକିତ୍ସା ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ରୋଗୀଙ୍କ ଆର୍ଥିକ ଅବସ୍ଥା ଭଲନଥିବାରୁ ସେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଅଧୀନରେ ଚିକିତ୍ସା କରିବା ପାଇଁ ଚେଷ୍ଟା କରୁଥିଲେ। ଅନେକ ହସ୍ପିଟାଲରେ ବୁଝାସୁଝା କରିବା ପରେ ଚିକିତ୍ସା ସେବା ମିଳିପାରିନଥିଲା।

ତେବେ ରୋଗୀଙ୍କ ସମ୍ପର୍କୀୟ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଯୋଗାଯୋଗ କରି ଚିକିତ୍ସା ପାଇଁ ଅନୁରୋଧ କରିଥିଲେ। ଡା. ନାୟକଙ୍କ ହସ୍ତକ୍ଷେପ ପରେ ଆଜି ରୋଗୀଙ୍କୁ ଆପୋଲୋ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ବିଜୁ ସ୍ୱାସ୍ଥ୍ୟ କାର୍ଡ ଅଧୀନରେ ଚିକିତ୍ସା ସେବା ପାଇଥିବାରୁ ଆଜି ରୋଗୀଙ୍କ ପରିବାର ଲୋକେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ୫-ଟି ସଚିବ ଭି.କେ ପାଣ୍ଡିୟାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଳାହାଣ୍ଡି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଘରୋଇ ହସ୍ପିଟାଲର ଯୁଗ୍ମ ପରିଦର୍ଶନ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଆଜି ସକାଳ ୧୧.୦୦ଘଣ୍ଟା ସମୟରେ ଜିଲ୍ଲାପାଳ ଡ଼. ଗାଭାଳି ପରାଗ ହର୍ଷଦ୍, ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣା ବିବେକ ଏମ୍ ଓ ସିଡିଏମଓ ଡ. ରଞ୍ଜନ କୁମାର ମିତ୍ରଙ୍କ ଗ୍ରହଣରେ ଭବାନୀପାଟଣା ସହର ସ୍ଥିତ ମା’ ମାଣିକେଶ୍ଵରୀ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ, ଶ୍ରୀ ବାଲାଜୀ ନର୍ସିଂ ହୋମ୍ ଓ ଶ୍ରୀ ଜଗନ୍ନାଥ ନେତ୍ରାଳୟକୁ ପରିଦର୍ଶନ କରିଥଲେ।

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିବା ବି ଏସ୍ କେ ୱାଇ ସ୍ମାର୍ଟ କାର୍ଡ ପାଇଥିବା ହିତାଧିକାରୀମାନେ କିଭଳି ଚିକିତ୍ସା ସେବା ପାଉଛନ୍ତି ଓ ଉପକୃତ ହେଉଛନ୍ତି ତାହା ଅନୁଧ୍ୟାନ ପାଇଁ ଏହି ହସ୍ପିଟାଲ ରେ ଭର୍ତ୍ତି ହୋଇଥିବା ରୋଗୀ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଶ୍ରୀ ବାଲାଜୀ ନର୍ସିଂ ହୋମ୍ ରେ ବି ଏସ୍ କେ ୱାଇ କାର୍ଡ ଧାରୀ ୬ ଜଣ ରୋଗୀ ଓ ଶ୍ରୀ ଜଗନ୍ନାଥ ନେତ୍ରାଳୟରେ ଚକ୍ଷୁ ଅସ୍ତ୍ରୋପଚାର ହୋଇଥିବା ୩ ଜଣ ରୋଗୀ ଙ୍କ ସ୍ବାସ୍ଥ୍ୟ ସଂପର୍କରେ ପଚାରିଥିଲେ। ରୋଗୀମାନେ ଭଲ ଚିକିତ୍ସା ପାଉଛନ୍ତି ଓ ଶୀଘ୍ର ସୁସ୍ଥ ହେବାର ଆଶା ରଖିଛନ୍ତି ବୋଲି ଜିଲ୍ଲାପାଳଙ୍କ ନିକଟରେ ପ୍ରକାଶ କରିଥିଲେ।

ସେହିଭଳି ଗତ ୧୮ ତାରିଖରୁ ବି ଏସ୍ କେ ୱାଇ କାର୍ଡ ଧାରୀ ରୋଗୀଙ୍କ ଚିକିତ୍ସା ମାଗଣାରେ ସୁଯୋଗ ନ ଦେବା ସମ୍ପର୍କିତ ଅଭିଯୋଗ ଶୁଣି ମା’ ମାଣିକେଶ୍ଵରୀ ମଲ୍ଟି ସ୍ପେଶିଆଲିଟି କର୍ତ୍ତୁପକ୍ଷଙ୍କୁ ତାଗିଦ୍ କରିଥିଲେ ଏବଂ ଏ ସମ୍ପର୍କୀୟ କାରଣ ଦର୍ଶାଅ ନୋଟିସ ପ୍ରେରଣ କରାହେବ ବୋଲି ପ୍ରକାଶ କରିଥିଲେ। ଏ

ହି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କାର୍ଡଧାରୀ ରୋଗୀଙ୍କ ଚିକିତ୍ସା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନୁଯାୟୀ ସମସ୍ତ ବ୍ୟବସ୍ଥା କରିବାକୁ ଡାକ୍ତରଙ୍କୁ କହିଥିଲେ ଏବଂ କର୍ତ୍ତୁପକ୍ଷ ଚିକିତ୍ସା ସୁବିଧା ବିନା ଦେୟରେ କରିବାକୁ ରାଜି ହୋଇଥିଲେ।

Categories
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରୁ ୪ ଲକ୍ଷର ସେବା ପାଇଲେ ରୋଗୀ

ଖୋର୍ଦ୍ଧା: ଘରୋଇ ହସ୍ପିଟାଲ ଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ କାର୍ଡକୁ ଗ୍ରହଣ କରାଯାଉନଥିବାର ଅନେକ ଅଭିଯୋଗ ହେଉଛି। ସେହିଭଳି ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରୁ ସମାନ ଅଭିଯୋଗର ଏକ ମାମଲା ଆସିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ହସ୍ତକ୍ଷେପ ଯୋଗୁଁ ଉକ୍ତ କାର୍ଡ ଜରିଆରେ ଜଣେ ରୋଗୀ ୪ ଲକ୍ଷ ଟଙ୍କା ଚିକିତ୍ସା ସେବା ପାଇଥିବା ଜଣାପଡିଛି।

ସୂଚନା ମୁତାବକ ଅନ୍ଧାରୁଆ ଜଗନ୍ନାଥ ପ୍ରସାଦ ଗ୍ରାମର ସୁବାସ ମହାପାତ୍ର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦୀର୍ଘ ଏକ ମାସ ଧରି ଚିକିତ୍ସିତ ହେଉଥିଲେ। ସମସ୍ତ ଚିକିତ୍ସା ପାଇଁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ରୋଗୀ ଜଣଙ୍କ ହସ୍ପିଟାଲକୁ ୪ ଲକ୍ଷ ଟଙ୍କା ଦେଇଥିଲେ। ତେବେ ଆଉ ବକେୟା ୪ ଲକ୍ଷ ଟଙ୍କା ନଦେଲେ ରୋଗୀଙ୍କୁ ଘରକୁ ଛାଡ଼ିବେନି ବୋଲି ଉକ୍ତ ହସ୍ପିଟାଲର କର୍ତ୍ତୃପକ୍ଷ କହିଥିଲେ। ଏହାପରେ ଉପାୟଶୂନ୍ୟ ହୋଇ ଶେଷରେ ସୁବାସଙ୍କ ଧର୍ମପତ୍ନୀ ଗୀତାଞ୍ଜଳି ମହାପାତ୍ର ଗତକାଲି ରାତି ୯ ଘଟିକାରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଭେଟି ତାଙ୍କ ଦୁଃଖ ଜଣାଇଥିଲେ। ଏବଂ ସୁବାସଙ୍କୁ ସମ୍ପୃକ୍ତ ଘରୋଇ ହସ୍ପିଟାଲରୁ ନିଜ ଘରକୁ ଆଣିବା ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ ନେହୁରା ହୋଇଥିଲେ।

ଏହାଶୁଣି ସଙ୍ଗେସଙ୍ଗେ ଜିଲ୍ଲାପାଳ ସମ୍ପୃକ୍ତ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ସୁବାସଙ୍କ ହେଲଥ କାର୍ଡ ମାଧ୍ୟମରେ ବକେୟା ୪ ଲକ୍ଷ ଟଙ୍କା ପଇଠ କରାଯାଇଥିଲା ଏବଂ ସଙ୍ଗେସଙ୍ଗେ ରୋଗୀଙ୍କୁ ହସ୍ପିଟାଲରୁ ଡ଼ିସଚାର୍ଜ କରାଯାଇଥିଲା। ତେଣୁ ଜିଲ୍ଲାପାଳଙ୍କ ଏଭଳି ତ୍ୱରିତ ପଦକ୍ଷେପ ତଥା ମହନୀୟତାକୁ ଚାରିଆଡୁ ପ୍ରଶଂସା କରାଯାଉଛି।

ସେହିପରି ଭାବେ ଉକ୍ତ ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାର ଅଦ୍ୟାବଧି ୨୦୦ ରୁ ଉର୍ଦ୍ଧ୍ଵ ରୋଗୀ ଉପକୃତ ହୋଇଥିବାର ଆମ ପ୍ରତିନିଧିଙ୍କୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନିଜ ଅର୍ଥରେ ଟୀକା କିଣିବା ଲାଗି ଧାର୍ଯ୍ୟ ହେଲା ମୂଲ୍ୟ: ଜାଣନ୍ତୁ କାହାର ଦର କେତେ ରହିଛି

ଭୁବନେଶ୍ବର: ଦେଶରେ ସମସ୍ତଙ୍କୁ ମାଗଣାରେ ଟୀକା ମିଳିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ତଥାପି ଯେଉଁମାନେ ନିଜ ଅର୍ଥରେ କିଣି ଟୀକା ନେବାପାଇଁ ଚାହିଁବେ, ସେମାନଙ୍କ ପାଇଁ ଟୀକାର ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଟୀକା କିଣି ନେବାକୁ ଚାହୁଁଥିବା ଲୋକଙ୍କ ପାଇଁ ଘରୋଇ ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି।

ସେଥିପାଇଁ ପ୍ରତି ଟୀକାକୁ ସେବ କର ଭାବେ ଲୋକଙ୍କୁ ଅତିରିକ୍ତ ୧୫୦ ଟଙ୍କା ଦେବାକୁ ପଡିବ। ହେଲେ ପ୍ରତ୍ୟେକ  କମ୍ପାନୀର ଟୀକା ଦର ଭିନ୍ନ ଭିନ୍ନ ରହିଛି। ପ୍ରତି ଡୋଜ ପିଛା କୋଭିସିଲ୍ଡ ଟୀକାର ମୂଲ୍ୟ ୭୮୦ ଟଙ୍କା ରହିଥିବା ବେଳେ ସ୍ପୁଟିନିକ-ଭି ଟୀକାର ମୂଲ୍ୟ ୧୧୪୫ ଟଙ୍କା  ଏବଂ କୋଭାକ୍ସିନ ଟୀକାର ମୂଲ୍ୟ ୧୪୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାସହ ପ୍ରତ୍ୟେକ ଡୋଜ ପାଇଁ ଲୋକଙ୍କୁ ୫ ପ୍ରତିଶତ ଜିଏସଟି ମଧ୍ୟ ଦେବାକୁ ପଡିବ। ସ୍ୱାସ୍ଥ୍ୟ ଓ ଅର୍ଥ ସଚିବଙ୍କ ମିଳିତ ବୈଠକ ପରେ ଏହି ନିଷ୍ପତି ନିଆଯାଇଛି। ଟିକା ପାଇଁ କେନ୍ଦ୍ର ସରକାର ପ୍ରାୟ ୪୫ ହଜାରରୁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମାତ୍ର ୪୬ ବର୍ଷ ବୟସରେ ସାଂସଦ ରାଜୀବ ସାତୱଙ୍କ ନିଧନ: କରୋନାରେ ଆକ୍ରାନ୍ତ ଥିଲେ

ପୁଣେ: କଂଗ୍ରେସ ସାଂସଦ ରାଜୀବ ସାତୱଙ୍କ ଆଜି ଏକ ଘରୋଇ ହସ୍ପିଟାଲରେ ନିଧନ ହୋଇଯାଇଛି। ଏପ୍ରିଲ ୨୨ ତାରିଖକୁ ରାଜୀବ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ମାତ୍ର ୪୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୫ ଟି ବଡ ସହରରେ ୧୮ ରୁ ୪୪ ବର୍ଷର ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟୀକା: ଘରୋଇ ହସ୍ପିଟାଲରେ ମାଗଣାରେ ଟୀକାକରଣ

ଭୁବନେଶ୍ବର: ଟୀକା କମ ଥିବାରୁ ଏବେ ରାଜ୍ୟରେ ୫ ଟି ବଡ ସହରରେ ୧୮ ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉଲକେଲାରେ ଏବେ ୧୮ ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ଏନେଇ ସବୁ ସିଡିଏମଓ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଏସିଏସ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ସକାଳ ୮ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଟୀକା ଦେବା ପାଇଁ ସମୟ ନିର୍ଦ୍ଧାରଣ ହୋଇଥିବା ବେଳେ ୪୪ ରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ଟୀକାକରଣ  ଦିନ ୨ ଟାରୁ ୬ ଟା ପର୍ଯ୍ୟନ୍ତ ଚାଲିବ।

ସେହିଭଳି ଜିଲ୍ଲା ଟାସ୍କ ଫୋର୍ସ ଅନୁମୋଦିତ ଘରୋଇ ହସ୍ପିଟାଲରେ ମାଗଣା ଟୀକା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର। ହେଲେ ସେଥିପାଇଁ କେବଳ ୧୦୦ ଟଙ୍କା ଦେବାକୁ ପଡିବ ବୋଲି ଏସିଏସ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଘରୋଇ ହସ୍ପିଟାଲରେ ଟିକାର ମୂଲ୍ୟ ୨୫୦ ଟଙ୍କା!: ଖୁବ ଶୀଘ୍ର ହୋଇପାରେ ଔପଚାରିକ ଘୋଷଣା

ନୂଆଦିଲ୍ଲୀ: ଭାରତରେ କରୋନା ଟିକା ୧୬ ଜାନୁୟାରୀଠାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ କର୍ମଚାରୀମାନଙ୍କୁ ସାମିଲ କରାଯାଇଛି। ମାର୍ଚ୍ଚ ୧ ତାରିଖରୁ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଘରୋଇ ହସ୍ପିଟାଲରେ ମଧ୍ୟ ଏହି ଟିକା ନେବାର ବ୍ୟବସ୍ଥା ରହିଛି। ତେବେ ଘରୋଇ ହସ୍ପିଟାଲରେ ୧୦୦ ଟଙ୍କାର ସର୍ଭିସ ଚାର୍ଜକୁ ମିଶାଇ ଗୋଟିଏ ଡୋଜ ପିଛା ୨୫୦ ଟଙ୍କା ହେବ ବୋଲି ସୂଚନା ରହିଛି।

ହେଲେ କରୋନା ଟିକାର ମୂଲ୍ୟ ଏଯାଏଁ ଘୋଷଣା କରାଯାଇ ନାହିଁ। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହାର ଔପଚାରିକ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଘୋଷଣା ପରେ ଏହାର ପ୍ରକୃତ ମୂଲ୍ୟ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ଉଲ୍ଲେଖ ଯୋଗ୍ୟଯେ , ଆସନ୍ତା ମାର୍ଚ୍ଚ ୧ ତାରିଖରୁ ବହୁବିଧି ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ। ସେଥିପାଇଁ ଭୁବନେଶ୍ୱରରେ ମୋଟ ୨୨ଟି ହସ୍ପିଟାଲକୁ ଚିହ୍ନଟ କରାଯାଇଛି। ୨୨ ଟି ହସ୍ପିଟାଲ ମଧ୍ୟରୁ ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକା ଦିଆଯିବ। ଘରୋଇ ହସ୍ପିଟାଲରେ ଟିକା ସଂପୂର୍ଣ୍ଣ ମାଗଣାରେ ମିଳିବ। ଟିକା ନେବା ପାଇଁ କୋୱିନ ୨.୦ରେ ପଞ୍ଜୀକରଣ କରିବାକୁ ପଡିବ। ସୋମବାର ଠାରୁ ଘରୋଇ ହସ୍ପିଟାଲରେ ଟିକା ନେବା ପାଇଁ ପଞ୍ଜୀକରଣ କରିହେବ। ମଙ୍ଗଳବାରଠାରୁ ଘରୋଇ ହସ୍ପିଟାଲରେ ଟିକା ନେଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଥର ୪୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ନେବେ ଟିକା: ଜାଣନ୍ତୁ କେଉଁ ଘରୋଇ ହସ୍ପିଟାଲଗୁଡିକୁ କରାଗଲା ଚୟନ

ଭୁବନେଶ୍ୱର: ୩ୟ ପର୍ଯ୍ୟାୟ ଟିକାକରଣ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ। ୪୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଓ ୨୨ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ କରୋନା ଟିକା ଦିଆଯିବ। ସେଥିପାଇଁ ଭୁବନେଶ୍ୱରରେ ମୋଟ ୨୨ଟି ହସ୍ପିଟାଲକୁ ଚିହ୍ନଟ କରାଯାଇଛି। ୨୨ ଟି ହସ୍ପିଟାଲ ମଧ୍ୟରୁ ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକା ଦିଆଯିବ। ଘରୋଇ ହସ୍ପିଟାଲରେ ଟିକା ସଂପୂର୍ଣ୍ଣ ମାଗଣାରେ ମିଳିବ। ହେଲେ ଘରୋଇ ହସ୍ପିଟାଲରେ ଟିକା ପାଇଁ ନିର୍ଦ୍ଧିଷ୍ଟ ଶୁଳ୍କ ଦେବାକୁ ପଡିବ। ପୂର୍ବରୁ ଚିହ୍ନଟ ଲୋକଙ୍କୁ ଘରୋଇ ହସ୍ପିଟାଲରେ ଟିକା ଦିଆଯିବ। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ତେବେ ପ୍ରଥମ ଦିନରେ ପ୍ରତି କେନ୍ଦ୍ରରେ ୬୦ ଜଣ ଲେଖାଏଁ ଲୋକଙ୍କୁ ଟିକା ଦିଆଯିବ। ଟିକା ନେବା ପାଇଁ କୋୱିନ ୨.୦ରେ ପଞ୍ଜୀକରଣ କରିବାକୁ ପଡିବ। ସୋମବାର ଠାରୁ ଘରୋଇ ହସ୍ପିଟାଲରେ ଟିକା ନେବା ପାଇଁ ପଞ୍ଜୀକରଣ କରିହେବ। ମଙ୍ଗଳବାରଠାରୁ ଘରୋଇ ହସ୍ପିଟାଲରେ ଟିକା ନେଇପାରିବେ। ଏଥିପାଇଁ ସର୍ଭିସ ଚାର୍ଜ ୧୦୦ ଟଙ୍କା ଦେବାକୁ ପଡିବ। କେନ୍ଦ୍ର ସରକାର ଟିକାର ମୂଲ୍ୟ ଖୁବ ଶୀଘ୍ର ଜଣାଇବେ ବୋଲି କମିଶନର ସୂଚନା ଦେଇଛନ୍ତି। ରବିବାର ସୁଦ୍ଧା ଟିକାର ମୂଲ୍ୟ ଜଣାପଡ଼ିବ ବୋଲି କମିଶନର କହିଛନ୍ତି।

ଟିକା ପାଇଁ ମନୋନୀତ ହୋଇଥିବା ଘରୋଇ ହସ୍ପିଟାଲ:

ସମ୍ ହସ୍ପିଟାଲ, କିମ୍ସ ହସ୍ପିଟାଲ, କଳିଙ୍ଗ ହସ୍ପିଟାଲ, ବ୍ଲୁ ହ୍ଵିଲ ହସ୍ପିଟାଲ, ଆଦିତ୍ୟ ଅଶ୍ଵିନୀ ହସ୍ପିଟାଲ, ଆମ୍ରି ହସ୍ପିଟାଲ, ଉତ୍କଳ ହସ୍ପିଟାଲ, ନୀଳାଚଳ ହସ୍ପିଟାଲ, କେୟାର ହସ୍ପିଟାଲ, ହାଇଟେକ୍ ହସ୍ପିଟାଲରେ କରୋନା ଟିକା ମିଳିପାରିବ।

Categories
ଆଜିର ଖବର ରାଜ୍ୟ ଖବର

କଟକର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ: କଟକର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ହସପିଟାଲର ଉପର ମହଲାରେ ନିଆଁ ଲାଗିଥିବା କୁହାଯାଉଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ଯନ୍ତ ସ୍ପଷ୍ଟ ହୋଇନି। ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମ ବିଭାଗ ଲାଗି ପଡିଛି। ପାଖାପାଖି ଅପରାହ୍ନ ୧୨ ଟା ବେଳେ ହସ୍ପିଟାଲରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ କହିଛନ୍ତି। ହସ୍ପିଟାଲରେ ଥିବା ଚିକିତ୍ସାଧୀନ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ତେବେ ସେହି ହସ୍ପିଟାଲରେ କେତେ ରୋଗୀ ଚିକିତ୍ସା ହେଉଥିଲେ ଏବଂ କେତେ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଘରୋଇ ହସ୍ପିଟାଲ ପାଇଁ ଜାରି ହେଲା ଗାଇଡଲାଇନ୍

ଭୁବନେଶ୍ୱର, ହସ୍ପିଟାଲ ଗୁଡିକରେ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏବଂ ଅନେକ କ୍ଷେତ୍ରରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନେ ସଂକ୍ରମିତ ହେଉଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଘରୋଇ ଡାକ୍ତରଖାନାର ଚିକିତ୍ସକଙ୍କ ପାଇଁ ଗାଇଡଲାଇନ ଜାରି କରିଛି ।

ସମସ୍ତ ନର୍ସିଂହୋମ ଓ କ୍ଲିନିକରେ ସ୍ୱତନ୍ତ୍ର ଫିଭର କ୍ଲିନିକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ପିନ୍ଧିବା ଓ ହାତ ଧୋଇବା ପାଇଁ ଉତ୍ତମ ବ୍ୟବସ୍ଥା ରହିବ । ରକ୍ତଚାପ ଯାଂଚ ମେସିନ ଓ ଷ୍ଟେଥୋସ୍କୋପ ପ୍ରତି ଯାଂଚରେ ବିଶୋଧନ କରାଯିବ । ସମସ୍ତ ରୋଗୀଙ୍କ ପଂଜୀକରଣ ସହ ହଟସ୍ପଟ ଅଂଚଳରୁ ଆସିଥିବା ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହେବେ । କରୋନା ସଚେତନତା ନେଇ ଡାକ୍ତରଖାନାରେ ଡିସପ୍ଲେ ବୋର୍ଡ ରହିବ । ନିୟମ ଉଲ୍ଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।