କଳାହାଣ୍ଡି ଜିଲ୍ଲା ଦୁଇ ଦିନିଆ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ

Published: Jun 3, 2022, 8:43 pm IST

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଲାଭାର୍ଥିଙ୍କ ସହ ବାର୍ତ୍ତାଳାପ କରିବା ସହ ସଂପୃକ୍ତ ଅଧିକାରୀଙ୍କ କାର୍ଯ୍ୟକୁ ନେଇ ସମୀକ୍ଷା କରିଥିଲେ। ସଭାରେ ଡ ବ୍ଲୁ ଓ ଡି ସି, ସି ଇ ଓ ଡ ଅଜିତ କୁମାର ମିଶ୍ର, ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି, ପି ଡି ଡି ଆର୍ ଡି ଏ ସୋମେଶ କୁମାର ଉପାଧ୍ୟାୟ, ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଉଦ୍ୟୋଗୀ ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ। ପ୍ରଥମେ ଜିଲ୍ଲାପାଳ ଡ ଗାଭାଲି ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଙ୍କ ସମେତ ଉପସ୍ଥିତ ହିତାଧିକାରୀ, ଉଦ୍ୟୋଗୀ,ବିଭାଗୀୟ ଅଧିକାରୀ ଙ୍କୁ ସ୍ଵାଗତ କରି ଉଦ୍ୟୋଗୀଙ୍କୁ ନିଜ ୟୁନିଟର ଉନ୍ନତି ନିମନ୍ତେ ସମସ୍ତ ପ୍ରକାର ସହଯୋଗ ପାଇଁ ବିଭାଗୀୟ ଅଧିକାରୀ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ।

ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଶ୍ରୀ ତ୍ରୀପାଠୀ କଳାହାଣ୍ଡି ଜିଲ୍ଲା କେବଳ ଧାନ ଓ କପା ଉତ୍ପାଦନ ରେ ସୀମିତ ନ ରହି କୃଷି ସମ୍ବଧୀୟ ଉଦ୍ୟୋଗକୁ ପ୍ରାଧାନ୍ୟ ଦେବା ସହ ଏହାର ସ୍ଥାପନା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ଆନ୍ତରିକ ଉଦ୍ୟମ ଓ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ତ୍ରିପାଠୀ କୁକୁଡ଼ା ଫାର୍ମ, ବଟନ୍ ଛତୁ ଉତ୍ପାଦନ ୟୁନିଟ୍, ଏଗ୍ରୋ ସର୍ଭିସ ସେଣ୍ଟର,ବିହନ ପ୍ରକ୍ରିୟାକରଣ ୟୁନିଟ, ରାଇସ ମିଲ,ଡାଲି ପ୍ରକ୍ରିୟାକରଣ ୟୁନିଟ , ଥର୍ମାଲ ଇଁସୁଲେସନ, ସୋୟା,ପାପଡ ଫ୍ୟାକ୍ଟ୍ରି, ସ୍ଵଂୟ ଚାଳିତ ବେକରୀ ୟୁନିଟ ସ୍ଥାପନ କରିଥିବା ଉଦ୍ୟୋଗୀ ମାନଙ୍କ ସହ ଆଲୋଚନା କରିଥିଲେ ଓ ସେମାନଙ୍କ ଉତ୍ପାଦନ,ନିଯୁକ୍ତି ଓ ଲାଭ ଉପରେ ବାର୍ତ୍ତାଳାପ କରିଥିଲେ।

ସେଭଳି ଲକ୍ଷ୍ମୀ ନାରାୟଣ ପଣ୍ଡା ଙ୍କ ୩୨ ଏକର ମାଛ ଯାଆଁଳା ଉତ୍ପାଦନ ଫାର୍ମ,ସୌରଭ ଅଗ୍ରୱାଲ ଙ୍କ ସୋୟା, ପାପଡ଼ ଓ ବଡି ଫ୍ୟାକ୍ଟ୍ରି, ସନ୍ତୋଷ ସାହୁ ଙ୍କ ପ୍ରସ୍ତାବିତ ୧୨୦ କୋଟି ଖାଦ୍ୟ କଣିକା ପ୍ରସ୍ତୁତ ଇଥାନଲ ୟୁନିଟଉପରେ ସବିଶେଷ ଆଲୋଚନା କରିଥିଲେ। ସେଭଳି କୃଷକ ଉତ୍ପାଦନ ସଂଘର କର୍ମକର୍ତ୍ତା ଓ ସଭାପତି ନିଜ ନିଜର ସଂଘ, ଉତ୍ପାଦନ ଓ ଲାଭ ଉପରେ ଅଧ୍ୟକ୍ଷ ଙ୍କୁ ଜଣାଇ ଥିଲେ। ଆସନ୍ତା କାଲି ଅଧ୍ୟକ୍ଷ ଶ୍ରୀ ତ୍ରୀପାଠୀ ଜିଲ୍ଲା ର ବିଭିନ୍ନ ରୂପାନ୍ତରିତ ହାଇସ୍କୁଲ୍, କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ,ସରକାରୀ ମେଡିକାଲ କଲେଜ, ହିତାଧିକାରୀଙ୍କ ୟୁନିଟ ପରିଦର୍ଶନ କରିବାର କାର୍ଯକ୍ରମ ରହିଛି।ସଭା ଶେଷରେ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

Related posts