Categories
ଆଜିର ଖବର ରାଜ୍ୟ ଖବର

ବଲାଙ୍ଗୀର ଜିଲ୍ଲାର ଗାନ୍ଧୀ ଷ୍ଟାଡିୟମ୍ ଠାରେ ନୂତନ ପେଭିଲିୟନ ଉଦଘାଟନ କଲେ ପଶ୍ଚିମ ଓଡିଶା ଅଧ୍ୟକ୍ଷ

ବଲାଙ୍ଗୀର: ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ଗତକାଲି ବଲାଙ୍ଗୀର ଜିଲ୍ଲାର ଗାନ୍ଧୀ ଷ୍ଟାଡିୟମ୍ ଠାରେ ନୂତନ ପେଭିଲିୟନର ଶୁଭ ଉଦଘାଟନ କରିଛନ୍ତି।ଏହି ପେଭିଲିୟନ ନିର୍ମାଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୨.୪୨ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା।

ଏହାସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଅନୁମୋଦିତ ହୋଇଥିବା ୩.୩୦ କୋଟି ଅନୁଦାନର ଫ୍ଲଡ୍ ଲାଇଟ୍ ର ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି । ଜିଲ୍ଲାର କ୍ରୀଡାବିତ୍ ମାନଙ୍କୁ ଉଦବୋଧନ ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ପଶ୍ଚିମ ଓଡିଶାର କ୍ରୀଡାର ଭିତ୍ତିଭୂମିର ବିକାଶରେ ଏହା ନିଶ୍ଚିତ ଭାବରେ ସହାୟକ ହେବ।

Categories
ଆଜିର ଖବର ରାଜ୍ୟ ଖବର

ବଲାଙ୍ଗୀର ପୁଇଁତଳା ବ୍ଲକର କଲ୍ୟାଣ ମଣ୍ଡପ ଉଦଘାଟନ କଲେ ଅସିତ ତ୍ରିପାଠୀ

ବଲାଙ୍ଗୀର: ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ପୁଇଁତଳା ବ୍ଲକର ରଣ୍ଡା ଗ୍ରାମରେ ନୂତନ କଲ୍ୟାଣ ମଣ୍ଡପର ଉଦଘାଟନ କରିଛନ୍ତି । ଏହାର ନିର୍ମାଣ ପାଇଁ ପରିଷଦ ପକ୍ଷରୁ 10 ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା ।

ଶ୍ରୀ ତ୍ରିପାଠୀ ଜନସାଧାରଣଙ୍କୁ ସମ୍ବୋଧନ କରି କଲ୍ୟାଣ ମଣ୍ଡପର ରକ୍ଷଣାବେକ୍ଷଣା ଏବଂ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ଅତିରିକ୍ତ 5 ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଅନ୍ୟପକ୍ଷେ ମାଧିଆପାଲି ଗ୍ରାମପଞ୍ଚାୟତର ରେନ୍ ବଚନ୍ ଗ୍ରାମରେ ନିର୍ମିତ ହେଉଥିବା କମ୍ୟୁନିଟି କେନ୍ଦ୍ର ପରିଦର୍ଶନ କରିଛନ୍ତି ।

ଏହାର ନିର୍ମାଣ କାର୍ଯ୍ୟ ପାଇଁ ପରିଷଦ ପକ୍ଷରୁ 7.80 ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା । ଆସନ୍ତା ଦୁଇ ମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ସଭାଘର ଉଦଘାଟନ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ। ଗସ୍ତ ସମୟରେ ମଦନପୁର ରାମପୁର ସ୍ଥିତ ଦୁର୍ଗା ମଣ୍ଡପ ସ୍ଥିତ ମୁଖ୍ୟମନ୍ତ୍ରୀ ସଭାଘରର ଶୁଭ ଉଦଘାଟନ କରିଛନ୍ତି ଶ୍ରୀ ତ୍ରିପାଠୀ।

ଏହି ଅବସରରେ ଉପସ୍ଥିତ ଗ୍ରାମବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପ୍ରାୟ 1600 ମୁଖ୍ୟମନ୍ତ୍ରୀ ସଭାଘର ନିର୍ମାଣ ନେଇ ଅନୁମୋଦନ କରାଯାଇଛି। ଏହାର କାର୍ଯ୍ୟକାରୀ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି। ଏହି ସଭାଘର ମାଧ୍ୟମରେ ସ୍ଥାନୀୟ ଜନସାଧାରଣ ଗୁରୁତ୍ବପୂର୍ଣ୍ଣ ବୈଠକ କରିପାରିବେ, ଗାଁର ଭଲମନ୍ଦ ବିଷୟରେ ଆଲୋଚନା କରିପାରିବେ। ଏହାସହ ବିଭିନ୍ନ ସଭାର ମଧ୍ୟ ଆୟୋଜନ କରାଯାଇପାରିବ।

ଦୁଇ ଦିନିଆ ଗସ୍ତରେ ଆସି ଶ୍ରୀ ତ୍ରିପାଠୀ ରାମପୁର ଠାରୁ 30 କିଲୋମିଟର ଦୂରରେ ଥିବା ମୋହନଗିରିର ପ୍ରାଚୀନ ଶୈବ ପୀଠ ପରିଦର୍ଶନ କରିଛନ୍ତି । ଏହି ପ୍ରାଚୀନ ଶୈବ ପୀଠର ବିକାଶ ନିମନ୍ତେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଅନୁଦାନ ପ୍ରଦାନ କରାଯିବା ନେଇ ଆଶ୍ବସନା ଦେଇଥିବା ବେଳେ ସ୍ଥାନୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଭିତ୍ତିଭୂମୀ ନିର୍ମାଣ, ପୋଖରୀରର ଉନ୍ନତିକରଣ, ଚତୁଃପାର୍ଶ୍ବରେ ପରିକ୍ରମା ପଥ, ଆଲୋକ ବ୍ୟବସ୍ଥା, ଉଦ୍ୟାନ, ସଂଗ୍ରହାଳୟ, ଚେକ୍ ଡ୍ୟାମ୍ ଆଦି ନିର୍ମାଣ କରାଯିବା ନେଇ ଡିପିଆର୍ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ବେଶା ରେଡ୍ଡିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗସ୍ତ ସମୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ବିଶେଷଜ୍ଞ ସଦସ୍ୟ ଶ୍ରୀ ଅବିନାଶ ଠାକୁର, ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ଅଜିତ୍ କୁମାର ମିଶ୍ର ଓ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।

 

Categories
ଆଜିର ଖବର ରାଜ୍ୟ ଖବର

ବୌଦ୍ଧ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ

ବୌଦ୍ଧ: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ବୌଦ୍ଧ ଗସ୍ତରେ ଅଛନ୍ତି। ପ୍ରଥମେ ଚାରିଛକ ସ୍ଥିତ ୫୦୦୦ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶୀତଳୀକରଣ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ଶ୍ରୀ ତ୍ରିପାଠୀ। ଚାଷୀ ମାନଙ୍କ ରୋଜଗାର ବୃଦ୍ଧିକୁ ସୁନିଶ୍ଚିତ କରିବା ଓ ଦୁଗ୍ଧ ସଂଗ୍ରହକୁ ସରଳ କରିବା ଉଦ୍ଦେଶ୍ୟରେ ଏହାର ଉଦଘାଟନ କରାଯାଇଛି।

ଏହି ଅବସରରେ ଶ୍ରୀ ତ୍ରିପାଠୀ କହିଛନ୍ତି, ପଶ୍ଚିମ ଓଡିଶା ବିକାଶ ପରିଷଦର ଏହି ଆର୍ଥିକ ଅନୁଦାନ ରେ ଶୀତଳୀକରଣ କ୍ଷମତା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ବୌଦ୍ଧ ଜିଲ୍ଲାରେ ୫୦୦୦ ଦୁଗ୍ଧ ଚାଷୀମାନଙ୍କ ଠାରୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୫୦୦୦ ଲିଟର ଦୁଗ୍ଧ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖିଯାଇଛି। ଏଥିରେ ପ୍ରାୟ ୧୦୦୦୦ ଦୁଗ୍ଧ ଚାଷୀ ପରିବାର ଲାଭାନ୍ଵିତ ହୋଇପାରିବେ।

ଏହି ଅବସରରେ ଶ୍ରୀ ତ୍ରିପାଠୀ ୩୦୦ ଜଣ ଗୋପାଳକଙ୍କୁ ଗାଈ ଗୁହାଳ ନିର୍ମାଣ କରିବା ପାଇଁ କାର‌୍ୟ୍ୟାଦେଶ ବଣ୍ଟନ କରିବା ସହିତ ମିଲ୍କ କେନ୍ ମଧ୍ୟ ବିତରଣ କରିଥିଲେ କ୍ଷ ପରିଷଦ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧ କୋଟି ୩୫ ଲକ୍ଷ ୩୨ ହଜାର ୬ ଶହ ୭୦ ଟଙ୍କା ମଞ୍ଜୁର କରାଯାଇଥିଲା। ଉକ୍ତ ଅନୁଦାନରେ ବିଏମସି ଗୃହର ମରାମତି କରିବା ସହ ଦୁଗ୍ଧ ଶୀତଳୀକରଣର ବ୍ୟବସ୍ଥା କରାଯାଇଛି।

ପରେ ମନମୁଣ୍ଡା ଆରଏମସି ପରିସରରେବୁଣାକାର ସଚେତନତା ଶିବିରରେ ବୁଣାକାର ମାନଙ୍କୁ ସାକ୍ଷାତ କରିଥିଲେ। ଏହାସହ ରାଜ୍ୟ ସରକାରଙ୍କ ବୟନ ଜ୍ୟୋତି ଯୋଜନାରେ ବୟନଶିଳ୍ପ ହିତାଧିକାରୀଙ୍କୁ କର୍ମଶାଳା ତଥା ବାସଗୃହ ନିର୍ମାଣର କାର‌୍ୟ୍ୟାଦେଶ ବଣ୍ଟନ କରିଥିଲେ।

୪୭୭ ଜଣ ହିତାଧିକାରୀଙ୍କୁ ୧୭୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ବଳିଆ ଯୋଜନା ମାଧ୍ୟମରେ ୧୦୦ ଜଣ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଲେଖାଏଁ ସୁଧମୁକ୍ତ ଋଣ ପ୍ରଦାନ କରିଥିଲେ।

ଏହି ଅବସରରେ ଶ୍ରୀ ତ୍ରିପାଠୀ କହିଛନ୍ତି, ନୂତନ ଜ୍ଞାନକୌଶଳ ମାଧ୍ୟମରେ ବଜାର ଚାହିଦା ମୁତାବକ ବସ୍ତ୍ରର ଉତ୍ପାଦନ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି। ଏହାସହ ବୁଣାକାର ଉଦ୍ୟୋଗୀ ସଂଘ ମାନଙ୍କୁ ପ୍ରଶଂସା କରିଥିଲେ।

ଏହି କାର‌୍ୟ୍ୟକ୍ରମରେ ବହୁ ମାତ୍ରାରେ ବୁଣାକାର ଓ ହସ୍ତଶିଳ୍ପ ମହିଳାମାନେ ଏଥିରେ ଯୋଗ ଦେଇ ରାଜ୍ୟ ସରକାର ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦର ପଦକ୍ଷେପକୁ ପ୍ରସଂଶା କରିଥିଲେ। ଅନ୍ୟପକ୍ଷେ ବୀରନରସିଂହପୁର ସ୍ଥିତ ଅକ୍ସି ଟୁରିଜିମ୍ ଇକୋ ପାର୍କର ପରିଦର୍ଶନ କରିଥିଲେ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ। ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ନୃସିଂହ ଚରଣ ସ୍ବାଇଁ ଉପସ୍ଥିତ ଥିବା ବେଳେ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ଅଜିତ୍ କୁମାର ମିଶ୍ର ଓ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବୁର୍ଲାଠାରେ ସର୍ବସାଧାରଣ ପାଠାଗାର ଉଦ୍‌ଘାଟନ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ଭୁବନେଶ୍ୱର: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ ତ୍ରିପାଠୀଙ୍କ ମାରାଥନ୍‌ ଗସ୍ତର ପଞ୍ଚମ ଦିନରେ ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ ଥିବା ଏକ ସର୍ବସାଧାରଣ ପାଠାଗାରକୁ ଉ୍‌ଦଘାଟନ କରିଛନ୍ତି।

ଏହି ପାଠାଗାରର ପ୍ରତିଷ୍ଠାତା ସଦସ୍ୟ, ନାଗରିକ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ଶ୍ରୀ ତ୍ରିପାଠୀ କହିଥିଲେ ଯେ ଏହା ଏକ ନୂତନ ଢାଞ୍ଚାରେ ତିଆରି ଏକ ସୁନ୍ଦର ପରିକଳ୍ପିତ ପାଠାଗାର ଯାହା ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦୃଢ ମୂଳଦୁଆ ଭାବେ ଉଭା ହୋଇପାରିବ। ଇଣ୍ଟରନେଟର ଏହି ଯୁଗରେ ଏହି ପାଠାଗାର ପିଲାମାନଙ୍କର ବହି ପଢ଼ାର ଅଭ୍ୟାସକୁ ବିକଶିତ କରିବା ସହ ସେମାନଙ୍କୁ ଭବିଷ୍ୟତରେ ସହାୟତା ପ୍ରଦାନ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ସମ୍ବଲପୁର ଜିଲ୍ଲା ପରିଦର୍ଶନର ଶେଷ ଦିନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଶ୍ରୀ ତ୍ରିପାଠୀ ଚିପିଲିମାସ୍ଥିତ କୃଷି ଓ ଉଦ୍ୟାନ କୃଷି ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି, ଡିନ୍‌, ଅଧ୍ୟାପକ, ସଦସ୍ୟ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଶ୍ରୀ ତ୍ରିପାଠୀ ଏହି ମହାବିଦ୍ୟାଳୟର ଭିତ୍ତିଭୂମି ଓ ଶୈକ୍ଷିକ ସମ୍ବଳର ସ୍ଥିତି ଅନୁଧ୍ୟାନ କରିବା ସହ ପଶ୍ଚିମ ଓଡ଼ିଶାର ଚାଷୀ ଏହି ଅନୁଷ୍ଠାନର ଗବେଷଣା ଓ ସମ୍ପ୍ରସାରଣ ସେବାର ନିଶ୍ଚିତ ଲାଭ ପାଇ ପାରିବେ ବୋଲି ମତ ପ୍ରକାଶ କରିଛନ୍ତି।

ଏହି ବିଦ୍ୟାଳୟ ଭବିଷ୍ୟତର କୃଷି ଉଦ୍ୟୋଗୀମାନଙ୍କ ପାଇଁ ସକାରାତ୍ମକ କୃଷି ବ୍ୟବସାୟ ଭାବନା ସୃଷ୍ଟି କରିବ ବୋଲି ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ତଥା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଉଦ୍ଦେଶ୍ୟ ବୋଲି ସେ ଆହ୍ୱାନ କରିଛନ୍ତି। ନିକଟରେ ପଶ୍ଚିମ ଓଡ଼ିଶା ଅଞ୍ଚଳର ଉଷ୍ମ ଜଳବାୟୁ ପାଇଁ ଅତ୍ୟନ୍ତ ଉପଯୁକ୍ତ ନୂତନ ଧାନ ବିହନ ସୂର୍ଯ୍ୟଶ୍ରୀ ଓ ନବରନି ଏହି ମହାବିଦ୍ୟାଳୟ ଦ୍ୱାରା ବିକଶିତ କରାଯାଇଛି।

ଏହି ଅନୁଷ୍ଠାନର ଗବେଷଣା କାର୍ଯ୍ୟକଳାପକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ଉତ୍ପାଦକ ଏବଂ ଉତ୍ପାଦକତା ସହିତ ସିଧାସଳଖ ସମ୍ପର୍କ ରଖି କୃଷକମାନଙ୍କର କାର୍ଯ୍ୟକଳାପରେ ଆଧୁନିକ ଉନ୍ନତି ଆଣିପାରିବେ, ଯାହା ଫଳରେ ସେମାନେ କୃଷିରେ ଲାଭବାନ ହେଇପାରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଗବେଷଣାଗାର, କୀଟ ସଂଗ୍ରହାଳୟ, ମୃତ୍ତିକା ପରୀକ୍ଷଣ ଓ ତଥ୍ୟ ଉପସ୍ଥାପନା, ଉଦ୍ୟାନ କୃଷି କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ପ୍ରକାର ଉପକରଣର ସେ ତଦାରଖ କରିଥିଲେ। ଏହି ଅନୁଷ୍ଠାନରେ ଭ୍ରମଣ ସ୍ମୃତି ସ୍ୱରୂପ ଶ୍ରୀ ତ୍ରିପାଠୀ ଏକ ନାଲି ଚନ୍ଦନ କାଠର ଚାରା ମଧ୍ୟ ରୋପଣ କରିଥିଲେ।

ଏହା ସହ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକର ସ୍ୱଧାର ଗୃହ ପରିଦର୍ଶନ କରିବା ସହ ସମଲେଇ ଧୂପ ଉତ୍ପାଦନ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି। ବର୍ଜ୍ୟ ଫୁଲରୁ ଅଗରବତୀ ଉତ୍ପାଦନ ପାଇଁ ଡିଏମ୍‌ଏଫ ତରଫରୁ ନୂଆ ମେସିନ୍‌ କିଣା ଯାଇଛି। ଶ୍ରୀ ତ୍ରିପାଠୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଅନ୍ତେବାସୀ ଓ ପ୍ରଶିକ୍ଷକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଅନ୍ୟାନ୍ୟ ବ୍ୟବସାୟିକ କାର୍ଯ୍ୟକଳାପ ଓ ବଜାର ସମ୍ପର୍କରେ ପୌରପାଳିକା କମିଶନରଙ୍କ ସହ ଆଲୋଚନା କରିଥିଲେ।

ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଗତ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକର ଦଳେଇପଡାଠାରେ ୧୯୯.୯୯ ଲକ୍ଷ ଟଙ୍କାର ଶ୍ରୀରାମ ବାଟିକା କୃଷି ପର୍ଯ୍ୟଟନ ପ୍ରକଳ୍ପକୁ ମଧ୍ୟ ପରିଦର୍ଶନ କରିଛନ୍ତି। ଏହି ପ୍ରକଳ୍ପର ସମନ୍ୱିତ ପରିସର ଭ୍ରମଣ କରିବା ସହ କୃଷି ଉଦ୍ୟୋଗୀ ଶ୍ରୀମତୀ ଦେବୀଦାନୀ ସାହା ଓ ତାଙ୍କ ସହଯୋଗୀମାନଙ୍କ ସହ ଦୁU ଉତ୍ପାଦନ, ଛେଳି ପାଳନ, କୁକୁଡ଼ା ଚାଷ, ଉଦ୍ୟାନ କୃଷି ଓ ଆଧୁନିକ ଯନ୍ତ୍ର ଉପଯୋଗ ଦ୍ୱାରା ପୁଷ୍ପଚାଷ ସହ ଭଳି ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସେ ଆଲୋଚନା କରିଥିଲେ।

ଏହି ଅବସରରେ ସମ୍ବଲପୁର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ସମ୍ବଲପୁର ମହାନଗର ନିଗମର କମିଶନର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ କୁମାର ମିଶ୍ର ଓ ବୈଷୟିକ ପରାମର୍ଶଦାତା ଏବଂ ଅନ୍ୟ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପାଞ୍ଚ ଦିନିଆ ପଶ୍ଚିମ ଓଡିଶା ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ

ଭୁବନେଶ୍ବର: ୨୦୩୦ ସୁଦ୍ଧା ଓଡିଶାକୁ ଏକ ସମୃଦ୍ଧ ରାଜ୍ୟ ରୂପେ ଗଢି ତୋଳିବାକୁ ହେଲେ କର୍ମ ସ୍ବଚ୍ଛତା ଓ ସାମୁହିକ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଲୋକଙ୍କ ନିକଟରେ ଜନହିତକର ପ୍ରକଳ୍ପର ସୁଫଳ ପହଞ୍ଚାଇବା ପାଇଁ ଆମ ସମସ୍ତଙ୍କୁ ପରିବର୍ତ୍ତନର ବାହକ ରୂପେ କର୍ମ କରିବାକୁ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ।

ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ହରଭଙ୍ଗା ବ୍ଲକର ବିରନରସିଂହପୁରରେ ଇକୋ ପାର୍କ ନିର୍ମାଣ ନେଇ ବିସ୍ତୃତ ଆଲୋଚନା କରିବା ସହ ସୁବର୍ଣ୍ଣପୁର ଜିଲ୍ଲାର ଝିଙ୍କି ଠାରେ ୬ କୋଟି ୪୫ ଲକ୍ଷ ଟଙ୍କା ଅନୁଦାନରେ ହସ୍ତତନ୍ତ ମଲ୍ ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି।

ଆଲୋଚନାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଓ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ନୃସିଂହ ଚରଣ ସ୍ବାଇଁ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି।

ପାଞ୍ଚ ଦିନିଆ ପଶ୍ଚିମ ଓଡିଶା ଗସ୍ତର ପ୍ରଥମ ଦିନରେ ଶ୍ରୀ ତ୍ରିପାଠୀ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ବାରା ନିର୍ମାଣ ହେଉଥିବା ବିଭିନ୍ନ ପ୍ରକଳ୍ପର
ସମୀକ୍ଷା କରିବା ସହ ଜିଲ୍ଲାରେ ଥିବା ବିଭିନ୍ନ ଚାଷୀ ମାନଙ୍କ ଅଗ୍ରଗତି ନିମନ୍ତେ ନିଆଯାଉଥିବା
ପଦକ୍ଷେପ ବିଷୟରେ ତଥ୍ୟ ନେଇଛନ୍ତି।

ଏହି ଅବସରରେ ସେ କହିଛନ୍ତି, ରାଜ୍ୟର ଚାଷୀ ମାନଙ୍କୁ ଉତ୍ସାହିତ କରିବା ଜରୁରୀ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧିନରେ ନୂତନ ଜ୍ଞାନ କୌଶଳର ପ୍ରୟୋଗ କରି ପାରମ୍ପରିକ ଚାଷ ବ୍ୟତୀତ ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦର ବିକାଶ, ଦୁଗ୍ଧ ଉତ୍ପାଦନ ଓ ପଶୁପାଳନ ଇତ୍ୟାଦି କ୍ଷେତ୍ରରେ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାରେ ଆବଶ୍ୟକତା
ରହିଛି। ଦୁଗ୍ଧ ଯୋଗାଣ କୁ ସୁପରିଚାଳତି କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଭିତ୍ତିଭୂମି ନିର୍ମାଣ କରିବାରେ ସାହାଯ୍ୟ କରିବ।

ଆଗାମୀ ନଭେମ୍ବର ମାସର ପ୍ରଥମ ସପ୍ତାହ ମଧ୍ୟରେ ଦୁଗ୍ଧ ଉତ୍ପାଦନ ପାଇଁ ଭିତ୍ତିଭୂମିର ଶୁଭାରମ୍ଭ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି। ସ୍ବୟଂ ସହାୟକ ଗୋଷ୍ଠୀ କାଫେ ନିର୍ମାଣ କରି ବିତରଣ ଓ ବିକ୍ରୟ ବ୍ୟବସ୍ଥା କରାଯିବ ଫଳରେ ସମାଜର ସବୁ ବର୍ଗଙ୍କ ନିକଟରେ ଉପଯୁକ୍ତ ସହାୟତା ପହଞ୍ଚି ପାରିବ ଓ ସବୁ କ୍ଷେତ୍ରରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଯାଇପାରିବ। ଏଥିପାଇଁ ସମସ୍ତ ଜିଲ୍ଲାର ଅଧିକାରୀଙ୍କୁ ଏକାଠି ହୋଇ କାର‌୍ୟ୍ୟ କରିବାକୁ ହେବ ବୋଲି କହିଛନ୍ତି ଶ୍ରୀ ତ୍ରିପାଠୀ।

ଜିଲ୍ଲାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ କର‌୍ୟ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ ସଭାଗୃହ ନିର୍ମାଣ କାର‌୍ୟ୍ୟର ସମୀକ୍ଷା କରିବା ସହ ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ପାଇଁ ଡାଏଲେସିସ୍ ମେସିନ୍ ଓ ସି ଆର୍ମ ମେସିନ ପାଇଁ ଅର୍ଥ ଅନୁମୋଦନ କରାଯାଇଛି। ଏହାସହ ଜିଲ୍ଲାର ପାଠାଗାରା ପରିସରକୁ ବଢାଇବା ପାଇଁ ୫୦ ଲକ୍ଷ ଟଙ୍କାର ଅତିରିକ୍ତ ରାଶି ପ୍ରଦାନକୁ ଅନୁମୋଦନ କରାଯାଇଛି। ଫଳରେ ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ପାଇଁ ଗୌରବ ଆଣିପାରିବେ।

ଏହାସହ ତରଭା ଷ୍ଟାଡିୟମ କ୍ଷେତ୍ର ପରିଦର୍ଶନରେ ଯାଇ ୧ କୋଟି ଟଙ୍କା ଅନୁଦାନରେ ପ୍ୟାଭିଲିୟନ ନିର୍ମାଣ ପାଇଁ ସହୟତା ରାଶି ପ୍ରଦାନ କରିବା ନେଇ ବିଚାର କରିବେ ବୋଲି ମତ ରଖିଛନ୍ତି ଶ୍ରୀ ତ୍ରିପାଠୀ। ଆଜିର ସମୀକ୍ଷା ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ର, ବୈଷୟିକ ପରାମର୍ଶଦାତା ଓ ବିଶେଷଜ୍ଞ ସଦସ୍ୟ ଏବଂ ଦୁଇ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଶେଷ ହେଲା ଦୁଇଦିନିଆ ଦେବଗଡ଼ ଗସ୍ତ 

ଭୁବନେଶ୍ୱର: ଦେବଗଡ଼ ଜ଼ିଲ୍ଲା ଗସ୍ତର ଦ୍ଵିତୀୟ ଦିବସରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଆଜି ସକାଳୁ ବାରକୋଟ ବ୍ଲକ ଅନ୍ତର୍ଗତ ବଲମ୍ ଗ୍ରାମରେ ସ୍ଥାପିତ ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ୫-ଟି ଗ୍ରାମ ପଂଚାୟତର ୧୮୫ ଜଣ ଦୁଗ୍ଧ ଚାଷୀଙ୍କୁ ନେଇ ୭ଟି ବହୁବିଧ ଉପଯୋଗୀ ସମବାୟ ସମିତି ଖୋଲାଯାଇଛି ଓ ପ୍ରାୟ ୬୧୦ ଲିଟର ଦୁଗ୍ଧ ସଂଗ୍ରହ କରାଯାଉଛି।

ଏହି ଦୁଗ୍ଧ ସଂଗ୍ରହ ହାରାହାରି ପ୍ରତି ଚାଷୀ ପିଛା ୩୫ ଲିଟର ହୋଇ ପାରୁଛି ଯାହା ସେମାନଙ୍କ ସ୍ୱାବଲମ୍ବନଶୀଳତା ବଢ଼ାଇଛି ପରେପରେ ଡବ୍ଲ୍ୟୁଓଡିସି ପାଣ୍ଠିରୁ ୪ ଲକ୍ଷ ୪୬ ହଜାର ଟଙ୍କା ବ୍ୟୟରେ ବାରକୋଟ ବ୍ଲକର ଦଣ୍ଡସିଂହା ଗ୍ରାମ ପଂଚାୟତ ଅନ୍ତର୍ଗତ ରେଙ୍ଗାଳବାହାଲ ମଝି ସାହିରେ ନୂତନ ଭାବେ ଶେଷ ହୋଇଥିବା ମୁଖ୍ୟମନ୍ତ୍ରୀ ସଭା ଗୃହକୁ ପରିଦର୍ଶନ କରିଥିଲେ। ଅତ୍ୟନ୍ତ ମନୋରମ ପ୍ରାକୃତିକ ପରିବେଶରେ ନିର୍ମିତ ଏହି ସୁଦୃଶ୍ୟ ମୁଖ୍ୟମନ୍ତ୍ରୀ ସଭା ଗୃହକୁ ଦେଖି ଶ୍ରୀ ତ୍ରିପାଠୀ ଅଭିଭୂତ ହେବା ସହ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଭାର ନେଇଥିବା ଗ୍ରାମ କମିଟିର ଉଦ୍ୟମକୁ ପ୍ରଶଂସା କରିଥିଲେ।

ଗ୍ରାମ କମିଟିର ସଦସ୍ୟ ମାନେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସହାୟତାରେ ନିର୍ମିତ ଏହି ମୁଖ୍ୟମନ୍ତ୍ରୀ ସଭାଗୃହ ନିର୍ମାଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ସଭାଗୃହ ସମୀପରେ ଥିବା ଖେଳ ପଡ଼ିଆକୁ ବିକଶିତ କରିବା ସହ ସମ୍ପ୍ରତି ବର୍ଷାଋତୁ ସମୟରେ ଏହାର ଚତୁଃପାର୍ଶ୍ଵରେ ବୃକ୍ଷରୋପଣ କରି ସବୁଜ ବାଡ଼ ବା ଗ୍ରୀନ୍ ଫେନସିଂ ପାଇଁ ଅଧ୍ୟକ୍ଷଙ୍କୁ ଗ୍ରାମ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା। ମାନ୍ୟବର ଅଧ୍ୟକ୍ଷ ଜିଲ୍ଲାପାଳଙ୍କୁ ବିସ୍ତୃତ ପ୍ରକଳ୍ପ ବିବରଣୀ ସହ ପ୍ରକଳ୍ପ ରୂପରେଖ ପ୍ରସ୍ତୁତି ନିମନ୍ତେ ପରାମର୍ଶ ଦେଇଥିଲେ।

ଶ୍ରୀ ତ୍ରିପାଠୀ ବାରକୋଟ ବ୍ଲକ ଅନ୍ତର୍ଗତ ଡଂରା ଗ୍ରାମ ପଂଚାୟତର ବଳିତା ଗ୍ରାମରେ ମିଶନ ଶକ୍ତି ଗୋଷ୍ଠୀ ଦ୍ଵାରା ସଂଚାଳିତ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଥିଲେ। ମିଶନ ଶକ୍ତି ଗୋଷ୍ଠୀ ସଭାନେତ୍ରୀ ଅନିତା ମୁଣ୍ଡା ଏବଂ ଅନ୍ୟ ୧୩ ଜଣ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ, ଯେଉଁମାନେ ଅନୁଦାନ ସ୍ୱରୂପ ୧୦ ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି। ସେମାନେ ୨ ଲକ୍ଷ ୪୦ ହଜାର ଟଙ୍କାର ମସରୁମ ସ୍ପନ୍ ବା ଛତୁ ମଞ୍ଜି ବିକ୍ରି କରି ମାସିକ ୪୦ ହଜାର ଟଙ୍କା ଲାଭ ପାଉଛନ୍ତି। ମାନ୍ୟବର ଅଧ୍ୟକ୍ଷ ସେମାନଙ୍କ ଆତ୍ମବିଶ୍ୱାସ ଏବଂ ବୈଷୟିକ ଦକ୍ଷତାକୁ ଦେଖି ବେଶ ପ୍ରଭାବିତ ହୋଇଥିଲେ ଏବଂ ସେମାନେ ଏସଏଚଜିରୁ ଏସଏମଇ ବା ମିଶନ ଶକ୍ତି ଗୋଷ୍ଠୀରୁ କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗକୁ ଉନ୍ନୀତ ହେବା ଏକ ସକାରାତ୍ମକ ସଙ୍କେତ ବହନ କରୁଛି ବୋଲି ମତ ଦେଇଥିଲେ।

ଶ୍ରୀ ତ୍ରିପାଠୀ ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ବିଶେଷଜ୍ଞ ସଦସ୍ୟ ଭୁପେନ୍ଦ୍ର ପ୍ରସାଦ ନାୟକ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ଏହି ଅଞ୍ଚଳକୁ ବୋଟିଂ ସୁବିଧା ସହ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବା ପାଇଁ ଅନୁରୋଧ କରିଥିଲେ।

ଜଳସମ୍ପଦ ବିଭାଗରୁ ଉପୟୁକ୍ତ ଅନୁମତି ମିଳିବା ପରେ ରକ୍ଷଣାବେକ୍ଷଣ ଓ ସ୍ଥାୟୀତ୍ୱ ପାଇଁ ଏକ ପେସାଦାର ସଂସ୍ଥାକୁ ଦାୟିତ୍ୱ ଦେବା ସହ ଏକ ଡିପିଆର୍ ପ୍ରସ୍ତୁତ କରି ଅନୁଧ୍ୟାନ କରିବାକୁ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।। ପରେପରେ ସେ ତିଳେଇବଣି ବ୍ଲକର ଦେଓଝରଣ ଜଳପ୍ରପାତ ପରିଦର୍ଶନ କରିଥିଲେ। ବିଶେଷଜ୍ଞ ସଦସ୍ୟ ଶ୍ରୀ ଭୁପେନ୍ଦ୍ର ପ୍ରସାଦ ନାୟକ ମଧ୍ୟ ଉକ୍ତ ସ୍ଥାନରେ ଉପସ୍ଥିତ ରହି ଏହି ଅଞ୍ଚଳକୁ କୁଟୀର ସୁବିଧା ଇତ୍ୟାଦି ସହ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବା ପାଇଁ ଅନୁରୋଧ କରିଥିଲେ। ୟୁଜର ଫି ଆଦାୟ ସହିତ ଉପଯୁକ୍ତ ସଫେଇ ଓ ରକ୍ଷଣାବେକ୍ଷଣ ପାଇଁ ଏକ ଡିପିଆର୍ ପ୍ରସ୍ତୁତ କରି ଗ୍ରାମ କମିଟିକୁ ଦାୟିତ୍ୱ ଦେବା ଏବଂ ଜଳପ୍ରପାତଗୁଡିକର ଡ୍ରୋନ୍ ସର୍ଭେ କରାଯିବା ସହ ଦର୍ଶକମାନଙ୍କ ପାଇଁ କୂଳରେ ପରିଭ୍ରମଣ ସମ୍ଭାବନାର ମୂଲ୍ୟାଙ୍କନ କରିବ।ପାଇଁ ଅନୁଧ୍ୟାନ କରିବାକୁ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।

ସେ ମଧ୍ୟ ବାରକୋଟ ବ୍ଲକ ଅନ୍ତର୍ଗତ ଡଂରା ଗ୍ରାମ ପଂଚାୟତର ବଳିତା ଗ୍ରାମରେ ଆକ୍ବରିଅମ୍ ପାଇଁ ରଙ୍ଗବେରଙ୍ଗ ମାଛ ଚାଷ କରୁଥିବା ଉଦ୍ୟୋଗୀ ପଞ୍ଚାନନ ସାହୁଙ୍କୁ ଭେଟିଥିଲେ। ଶ୍ରୀ ସାହୁ ପି ଏମ୍ ଏମ୍ ଏସ ୱାଇ ତଥା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ମିଳୁଥିବା ସହାୟତାରେ ସ୍ୱାବଲମ୍ବୀ ହୋଇପାରିଛନ୍ତି ବୋଲି କହିଥିଲେ। ଅସିତ ତ୍ରିପାଠୀ ବାରକୋଟ ବ୍ଲକ ଅନ୍ତର୍ଗତ କାଉଁସିବାହାଲ ଗ୍ରାମ ପଂଚାୟତର ଭଟସିଂ ଗ୍ରାମରେ ସୁରକ୍ଷିତ ପଲି ହାଉସ ରେ ଫୁଲଚାଷ ପରିଦର୍ଶନ କରିଥିଲେ। ୧୨ ଏକର ଜମିରେ ଜର୍ଜେରା ଫୁଲ ଚାଷ କରିଥିବା ସଫଳ କୃଷି ଉଦ୍ୟୋଗୀ ରାଜକିଶୋର ପ୍ରଧାନଙ୍କୁ ଭେଟି ତାଙ୍କ ସହ କଥା ହୋଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ପଲି ହାଉସ ଓଡ଼ିଶାର ବୃହତ୍ତମ ଏବଂ ଏଠାରୁ ଫୁଲ ରାଞ୍ଚି ତଥା କୋଲକାତା କୁ ନିୟମିତ ପଠାଯାଉଛି। ୨.୫୦ କୋଟି ଟଙ୍କା ପ୍ରାରମ୍ଭିକ ପୁଞ୍ଜିନିବେଶ କରିଥିବା ଶ୍ରୀ ପ୍ରଧାନ ବର୍ତ୍ତମାନ ଫୁଲଚାଷରୁ ବାର୍ଷିକ ୩୦ ଲକ୍ଷ ଟଙ୍କା ପାଇ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। ଏଥି ସହିତ ଶ୍ରୀ ତ୍ରିପାଠୀ ବାରକୋଟ ବ୍ଲକ ଅନ୍ତର୍ଗତ କାଳିଆପାଳ ଗ୍ରାମ ପଂଚାୟତର ଜାଲିସୁଆଁ ଗ୍ରାମ ପରିଦର୍ଶନ କରି ମା ଲକ୍ଷ୍ମୀ ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟଙ୍କ ସହ କଥା ହୋଇଥିଲେ। ଆଦିମ ତଥା ନିର୍ଦ୍ଧିଷ୍ଟ ରୂପେ ଅସୁରକ୍ଷିତ ଜନଜାତି ବର୍ଗର ଏହି ମହିଳା ମାନେ ୧୬.୫୦ ଲକ୍ଷ ଟଙ୍କା ବ୍ୟୟରେ ଏକ ସୌର ଚାଳିତ ଫଳ ଓ ପନିପରିବା ସଂରକ୍ଷିତ ରଖିବା ଶୀତଳୀକରଣ ଗୃହ ସ୍ଥାପନ କରିଛନ୍ତି। ଏଥି ମଧ୍ୟରୁ ୬ ଲକ୍ଷ ଟଙ୍କା କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରୁ ଓ ୧୦.୫୦ ଲକ୍ଷ ଟଙ୍କା ସମନ୍ବିତ ଉଦ୍ୟାନ କୃଷି ଉନ୍ନୟନ ଅଭିଯାନ ରୁ ମିଳିଛି।

ପରିଦର୍ଶନ ସମୟରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସି ଇ ଓ ଡଃ ଅଜିତ କୁମାର ମିଶ୍ର, ବୈଷୟିକ ପରାମର୍ଶଦାତା ସୁନୀଲ ନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ପଶ୍ଚିମ ଓଡିଶାର ହେବ ୨୦୦୦ଟି କଲ୍ୟାଣ ମଣ୍ଡପ ଓ ସଭାଗୃହ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ପଶ୍ଚିମ ଓଡିଶାର ପ୍ରାୟ ୨୦୦୦ଟି କଲ୍ୟାଣ ମଣ୍ଡପ ଓ ସ୍ଥାନୀୟ ସଭାଗୃହ ଗୁଡିକର ନିର୍ମାଣ ହାତକୁ ନିଆଯିବ।

ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯିବ। ଏହାଦ୍ବାରା ପଶ୍ଚିମ ଓଡିଶାର ଜନସାଧାରଣଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ଆହୁରି ସକ୍ରିୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 5T ଉପକ୍ରମରେ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ପ୍ରକାଶ କରି ଏହିସବୁ ଭିତ୍ତିଭୂମି କାମ ଠିକ୍ ସମୟରେ ଶେଷ ହେବ ଓ ଏହାର ଗୁଣାତ୍ମକ ମାନ ମଧ୍ୟ ବହୁତ ଭଲ ରହିବ ବୋଲି ସେ ଆଶାପ୍ରକାଶ କରିଥିଲେ ।

ଏହାସହିତ ମୁଖ୍ୟମନ୍ତ୍ରୀ ୩୩.୫୮ କୋଟି ଟଙ୍କା ବିନିଯୋଗରେ ଅନେକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପଶ୍ଚିମ ଓଡିଶାର ବିକାଶ ପାଇଁ ସେ ସବୁବେଳେ ସ୍ବତନ୍ତ୍ର ଧ୍ୟାନ ଦେଇଆସିଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦର ବଜେଟ ଦୁଇ ଗୁଣ ହେବା ସହିତ ଏହାର କାର୍ଯ୍ୟକ୍ରମ ମଧ୍ୟ ବୃଦ୍ଧି ପାଇଛି ।

ଜନପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ବିକାଶ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ବିକାଶ ପରିଷଦକୁ ପରାମର୍ଶ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ । ପଶ୍ଚିମ ଓଡିଶାର ବିକାଶ କ୍ଷେତ୍ରରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ବିକାଶରେ ପଶ୍ଚିମ ଓଡିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ । କୃଷି, ଶିଳ୍ପ, ଖଣି, ଶିକ୍ଷା ଏବଂ କଳା ଓ ସଂସ୍କୃତିରେ ସମୃଦ୍ଧ ହେଉଛି ପଶ୍ଚିମ ଓଡିଶା। ପର୍ଯ୍ୟଟନର ବିକାଶ ପାଇଁ ମା ସମଲେଶ୍ୱରୀ, ହରିଶଙ୍କର ଓ ନୃସିଂହନାଥ ମନ୍ଦିରର ରୂପାନ୍ତର କାମ ଚାଲିଛି।

ଏହା ସହିତ ଆହୁରି ଅନେକ ମନ୍ଦିର ଓ ଭିତ୍ତିଭୂମି କାମ ପାଇଁ ମଧ୍ୟ ପଦକ୍ଷେପ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜରିଆରେ ସବୁ କାମ ତଦାରଖ କରୁଛି । ପଶ୍ଚିମ ଓଡିଶା ଖୁବ ଶୀଘ୍ର ବିକାଶର ସବୁ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ବୋଲି ସେ କହିଥିଲେ।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ଠାରେ ଜଳସଂପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବରଗଡ ଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ, ଦେବଗଡ ଠାରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ପ୍ରମୁଖ ଯୋଗ ଦେଇ ପଶ୍ଚିମ ଓଡିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଯୋଜନାବଦ୍ଧ କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ୫-ଟି ଉପକ୍ରମରେ ସବୁ କାର୍ଯ୍ୟକ୍ରମ ଠିକ୍‌ ସମୟରେ ଆରମ୍ଭ ହୋଇ ଶେଷ ହେବା ସହିତ ପଶ୍ଚିମ ଓଡିଶାର ବିକାଶ ତ୍ବରାନ୍ବିତ ହୋଇପାରୁଛି ବୋଲି ସେମାନେ ମତ ଦେଇଥିଲେ ।

ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେଇଥିଲେ ଏବଂ ଏହାର CEO ଶ୍ରୀ ଅଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଉଦ୍‌ଘାଟିତ ପ୍ରକଳ୍ପ ମଧ୍ୟରେ ବଲାଙ୍ଗୀର ଗଡିଆଜୋର ସେତୁ, ଟିଟିଲାଗଡ ଟାଉନହଲ୍‌, ବରଗଡ ଇକୋ ଟୁରିଜିମ୍‌, ଭିତ୍ତିଭୂମି, ଦେବଗଡ କଲେଜର ନୂଆ ଅଡିଟୋରିଅମ, କଳାହାଣ୍ଡି ବ୍ରଜମୋହନ ହାଇସ୍କୁଲର ନୂଆ ହଷ୍ଟେଲ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ନୂଆ ଅଡିଟୋରିଅମ ଓ କୁଚିଣ୍ଡା କଲେଜର ଅଡିଟୋରିଅମ ରହିଛି ।

ଭିତ୍ତିଭୂମି ରଖାଯାଇଥିବା ପ୍ରକଳ୍ପ ମଧ୍ୟରେ ବରଗଡ ଜନ୍ଦୋଲ ଗାଁର କମ୍ୟୁନିଟି ହଲ୍‌, ବରୋମୁଣ୍ଡା କଳାଗ୍ରାମ, କଟାବାହାଲ ପର୍ଯ୍ୟଟନ କେନ୍ଦ୍ର ଏବଂ କଳାହାଣ୍ଡିର ବିଭିନ୍ନ ଜଳାଶୟର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଏବଂ ସମ୍ବଲପୁର କେସିଆବାହାଲ ଠାରେ ନୂତନ ବହୁମୁଖୀ ହଲ୍‌ର ନିର୍ମାଣ କାମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ: ବିଭିନ୍ନ ପ୍ରକଳ୍ପର ତଦାରଖ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଥୁଆମୂଳ ରାମପୁର, ମୁଖିଗୁଡା, ଧର୍ମଗଡ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ତଦାରଖ କରିଛନ୍ତି। ଗ କାଲି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାରେ ବିଶେଷତଃ ଶିଳ୍ପ, କୃଷି ଭିତ୍ତିକ ଶିଳ୍ପର ସ୍ଥାପନ ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଊପରେ କିଭଳି ଆଖି ଦୃଶିଆ ଅଗ୍ରସର ହୋଇପାରିବ ତା’ଉପରେ କୃଷି, ପଶୁ ସମ୍ପଦ, ଉଦ୍ୟାନ, ମତ୍ସ୍ୟ, ଶିଳ୍ପ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଡଃ ଅଜିତ ମିଶ୍ର, ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ, ଡବ୍ଲୁ ଓ ଡି ସି ଟେକନିକାଲ ପରାମର୍ଶଦାତା ସୁନୀଲ ନାୟକ, ଡି ଡି ପ୍ଲାନିଙ୍ଗ ଶ୍ରୀକାନ୍ତ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଭବାନୀପାଟଣା ସହରର ମତ୍ସ୍ୟ କାର୍ଯ୍ୟ।ଳୟ ଓ ବିମଳା କନଭେଣ୍ଟ ନିକଟସ୍ଥ ପୋଖରୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ଜାଖମ ଇକୋ ଟୁରିଷ୍ଟ କଂପ୍ଲେକ୍ସ, କାନିଗୁମା କଫି ପ୍ଳାଣ୍ଟେସନ, ଥୁଆମୂଳ ରାମପୁରର କଫି ନର୍ସରୀ ପରିଦର୍ଶନ ସହ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ପରାମର୍ଶ ଦେଇଥିଲେ।

ଥୁଆମୂଲ୍ ରାମପୁର ସ୍ଥିତ ମା ମାଣିକେଶ୍ବରୀ ମନ୍ଦିର କାର୍ଯ୍ୟ ଅଗ୍ରଗତି, ବିକାଶ ଓ ଏହାର ଅଧିକ ପରିସୀମା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ସଂପୃକ୍ତ ଅଧିକାରିଙ୍କୁ କହିଥିଲେ। ଥୂଆମୁଲ ରାମପୁର ର ପର୍ଯ୍ୟଟନ ଆକର୍ଷଣ “ହେଲୋ ପଏଣ୍ଟ” ସହ ଇନ୍ଦ୍ରାବତୀ ଜଳଭଣ୍ଡାର ପରିଦର୍ଶନ କରିଥିଲେ। ସେଭଳି ଧର୍ମଗଡ ସ୍ଥିତ ଟାଉନ ହଲ ର ପୁନରୁଦ୍ଧାର କାର୍ଯ୍ୟ , ସିଆଲିକାନୀ କଟା ବନ୍ଧ ପରିଦର୍ଶନ ସହ ଧର୍ମଗଡ ଆହାର ରୋଷେଇ କେନ୍ଦ୍ର ଉଦ୍ଘାଟନ କରିଥିଲେ।

ଧର୍ମଗଡ ଗସ୍ତ ସମୟରେ ଧର୍ମଗଡ ବିଧାୟକ ମୌଶଧି ବାଗ ଉପସ୍ଥିତ ଥିଲେ। ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବାଗଡିସାର ପୋଲ କାର୍ଯ୍ୟ ଅଗ୍ରଗତି ପରିଦର୍ଶନ କରିଥିଲେ। ଏହି ସମୟରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଓ ବ୍ଲକ ଅଧିକାରୀ ଉପସ୍ଥିତ ଥିଲେ।

ଶେଷରେ ଭବାନୀପାଟଣା ସହର ନିକଟସ୍ଥ ଭଟାଙ୍ଗପଦର ଇକୋ ଟୁରିଜମ ପରିଦର୍ଶନ କରିଥିଲେ। ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ, ସି ଡି ଓ ଜିଲ୍ଲା ପରିଷଦ ସଚିନ ପାୱାର ଓ ଅନ୍ୟାନ୍ୟ କ୍ଷେତ୍ର ଅଧିକାରୀ, ବିଡିଓ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ୬୧ତମ ପରିଷଦ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ୬୧ତମ ପରିଷଦ ବୈଠକ ଭୁବନେଶ୍ୱର ସ୍ଥିତ ରାଜୀବ ଭବନରେ ଅନୁଷ୍ଠିତ ହୋଇଥିଲା।

ଅଧ୍ୟକ୍ଷ ଅସିତ୍‌ ତ୍ରିପାଠୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ଶ୍ରୀ ତ୍ରିପାଠୀ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ତ୍ରିପାଠୀ ୨୦୨୩ -୨୪ ରାଜ୍ୟ ବଜେଟରେ ସରକାରଙ୍କ ଦ୍ୱାରା ଅନୁଦାନ ବୃଦ୍ଧି ପାଇଁ ୨୦୦ କୋଟିରୁ ୩୨୫ କୋଟି ଟଙ୍କା ପର୍ଯ୍ୟନ୍ତ ପରିଷଦକୁ ଅବଗତ କରାଇଥିଲେ ଏବଂ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଅସମ୍ପୂର୍ଣ୍ଣ କମ୍ୟìନିଟି ସେଣ୍ଟର ଏବଂ କଲ୍ୟାଣ ମଣ୍ଡପ ସମାପ୍ତ ପାଇଁ ପରିଷଦ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଏହାକୁ ସମସ୍ତ ସଦସ୍ୟ ପ୍ରଶଂସା କରିଥିଲେ ଯେଉଁଥି ପାଇଁ ବର୍ଷକୁ ୧୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ପରିଷଦର ଅନୁଦାନ ପ୍ରାପ୍ତ ପ୍ରକଳ୍ପର କାର୍ଯ୍ୟକାରିତା, ଜନସାଧାରଣଙ୍କ ବ୍ୟବହାର ପାଇଁ ପ୍ରକଳ୍ପର ଉପଯୋଗ, ଅଡିଟୋରିୟମ୍‌, ପର୍ଯ୍ୟଟନ ସମ୍ବନ୍ଧୀୟ କାର୍ଯ୍ୟକଳାପ ସମେତ ଜୀବିକା ପ୍ରକଳ୍ପ ଭଳି ବୃହତ ତଥା ଦୃଶ୍ୟମାନ ପ୍ରକଳ୍ପର ନିର୍ମାଣ, ସାମଗ୍ରିକ ରୂପାନ୍ତର ଏବଂ ସ୍ୱଚ୍ଛତା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ପରିଷଦର ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଛନ୍ତି। ସମସ୍ତ ସଦସ୍ୟଙ୍କୁ ସଂଘବଦ୍ଧ ହିସାବରେ କାର୍ଯ୍ୟ କରିବାକୁ ସେ ଆହ୍ୱାନ କରିଛନ୍ତି। ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକଫର ଅଜିତ କୁମାର ମିଶ୍ର ବୈଠକର ଆଲୋଚନା ପାଇଁ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ।

ପରିଷଦ ବୈଠକରେ ସାଂସଦ, ବିଧାୟକ ଏବଂ ଅନ୍ୟମାନଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ୧ ଡିସେମ୍ବର ୨୦୨୨ ରୁ ୩୧ ମାର୍ଚ୍ଚ ୨୦୨୩ ମଧ୍ୟରେ ୫୬୬ ଗୋଟି ପ୍ରକଳ୍ପ ପାଇଁ ୫୪.୮୧ କୋଟି ଟଙ୍କାର ଅନୁମୋଦନ କରାଯାଇଥିଲା। WODC ଅନୁଦାନ ପ୍ରାପ୍ତ ୧୧୪୭ କମ୍ୟìନିଟି ସେଣ୍ଟର ଏବଂ କଲ୍ୟାଣ ମଣ୍ଡପଗୁଡିକ ପାଇଁ ଗ୍ରହଣ କରାଯାଇଥିବା ପ୍ରସ୍ତାବଗୁଡିକ ୬୪.୨୪ କୋଟି ଟଙ୍କା, ବିଭିନ୍ନ ଜିଲ୍ଲାକୁ ୪ ଜଣ ବୈଷୟିକ ବ୍ୟକ୍ତିଙ୍କ ଯୋଗଦାନ, ସୋସିଆଲ୍‌ ମିଡିଆ ସେଲର କାର୍ଯ୍ୟକାରିତା ସ୍ପଷ୍ଟ ଭାବରେ ବିଚାରବିମର୍ଶ କରାଯାଇଥିଲା ଏବଂ ପରିଷଦରେ ଅନୁମୋଦିତ ହୋଇଥିଲା।

ଦେବଗଡ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଲଞ୍ଜିଗଡ ବିଧାୟକ ପ୍ରଦିପ କୁମାର ଦିଶାରୀ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମଧ୍ୟ ଘକ୍ସଉଈ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ପରିଷଦର ଅନୁଦାନ ବୃଦ୍ଧି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସେମାନେ କୃତଜ୍ଞତା ଜଣାଇଛନ୍ତି।

ବୈଠକରେ ପରିଷଦର ପରାମର୍ଶଦାତା ଏବଂ ସମସ୍ତ ୯ ଜଣ ବିଶେଷଜ୍ଞ ସଦସ୍ୟ ମଧ୍ୟ ନିଜ ନିଜ ଜିଲ୍ଲାର ସମସ୍ୟାଗୁଡିକ ଉପସ୍ଥାପନ କରିଥିଲେ।

ଏହି ବୈଠକରେ ଉତ୍ତରାଞ୍ଚଳ ଆରଡିସି ଡ. ସୁରେଶ ଚନ୍ଦ୍ର ଦଲାଇ, ଦକ୍ଷିଣାଞ୍ଚଳ ଆରଡିସି ଟି. ଆଓ, ପରିଷଦର ପରାମର୍ଶଦାତା ନାରାୟଣ ସାହୁ ଏବଂ ଅନ୍ୟ ବିଶେଷଜ୍ଞ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

ବୈଠକର ଶେଷରେ ଅଧ୍ୟକ୍ଷଙ୍କ ଅନୁମତି ଅନୁଯାୟୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ: ବିଭିନ୍ନ କାର୍ଯ୍ୟକ୍ରମରେ ଦେଲେ ଯୋଗ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ପାଇକପଡା ଠାରେ ଏକ ଅସମ୍ପୂର୍ଣ୍ଣ ଥିବା କଲ୍ୟାଣ ମଣ୍ଡପକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅନୁଦାନ କ୍ରମେ ସମ୍ପୁର୍ଣ୍ଣ କରାଯାଇଛି। ଏହି କଲ୍ୟାଣ ମଣ୍ଡପକୁ ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଉଦଘାଟନ କରିଛନ୍ତି।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ରୁ ୪୦ଲକ୍ଷ ଏବଂ ଅନ୍ୟାନ୍ୟ ପାଣ୍ଠିରୂ ୧୧ ଲକ୍ଷ ଅନୁଦାନରେ ନିର୍ମିତ ଏହି କଲ୍ୟାଣ ମଣ୍ଡପ ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା ବିଧାୟକ ଭୁପିନ୍ଦର ସିଂହ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ଅଜିତ ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡି, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ସଚିନ ପାଓ୍ବାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବୈଷୟିକ ପରାମର୍ଶଦାତା ସୁନୀଲ ନାଏକ, ଉପ ନିର୍ଦେଶକ ଶ୍ରୀକାନ୍ତ ଦଳେଇ, ମରାମପୁର ବ୍ଳକ ଅଧ୍ୟକ୍ଷା ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ଅସମ୍ପୂର୍ଣ୍ଣ ଥିବା କଲ୍ୟାଣ ମଣ୍ଡପ ଓ କମ୍ୟୁନିଟି ହଲଗୁଡିକୁ ୨୦୨୩ ସୁଦ୍ଧା ସମ୍ପୁର୍ଣ୍ଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ। ତାପରେ କର୍ଲାମୁଣ୍ଡା ବ୍ଳକ ରିଷିଡାର ବାପୁଜୀ ହାଇସ୍କୁଲ୍ ମିନି ଷ୍ଟାଡିୟମକୁ ପରିଦର୍ଶନ କରିଥିଲେ। ଏହି ସମୟରେ ସ୍କୁଲ କମିଟି ଓ ଗ୍ରାମବାସୀ ଖେଳ ପଡିଆର ଉନ୍ନତି କରଣ ପାଇଁ ଅନୁରୋଧ କରିଥିଲେ। ସେହିପରି କେସିଙ୍ଗା ବ୍ଲକର ବେଲଖଣ୍ଡି ଶିବ ମନ୍ଦିର ପରିଦର୍ଶନ କରିଥିଲେ। ଗସ୍ତ ସମୟରେ ମଦନପୁର ରାମପୁର ବ୍ଳକର ଯୁବ ଉଦ୍ୟୋଗୀ ବିଭୁପ୍ରସାଦ ସାହୁଙ୍କ ଦ୍ଵାରା ଆରମ୍ଭ ହୋଇଥିବା ‘ହରପ୍ରିୟା ରିଫ୍ରାକ୍ଟୋରିଜ ପ୍ରାଇଭେଟ୍ ଲିମିଟେଡ’ କୁ ପରିଦର୍ଶନ କରିଥିଲେ।

ଶ୍ରୀଯୁକ୍ତ ତ୍ରିପାଠୀ କଳାହାଣ୍ଡି ଗସ୍ତ ସମୟରେ ମଦନପୁର ରାମପୁରର ହରି ସାଗର ଏବଂ ନର୍ଲା ବ୍ଳକ ଅନ୍ତର୍ଗତ ରାଣୀ ବନ୍ଧ ପରିଦର୍ଶନ କରିଥିଲେ। ଦୁଇଟି ବୃହତ ଜଳାଶୟର ଉନ୍ନତିକରଣ ଓ ପୁନରୁଦ୍ଧାର ପାଇଁ ସ୍ଥାନୀୟ ବିଧାୟକ, ସରପଞ୍ଚ ଏବଂ ଗ୍ରାମବାସୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ। ଅସିତ ତ୍ରିପାଠୀଙ୍କ କଳାହାଣ୍ଡି ଗସ୍ତ ସମୟରେ ଲାଞ୍ଜିଗଡ଼ ବ୍ଳକ ବିଶ୍ଵନାଥପୁର ଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୩୯ ଲକ୍ଷ ଟଙ୍କାରେ ନିର୍ମାଣଧୀନ କଲ୍ୟାଣ ମଣ୍ଡପ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଶ୍ରୀଯୁକ୍ତ ତ୍ରିପାଠୀ ଲାଞ୍ଜିଗଡ଼ ବ୍ଳକ ଅନ୍ତର୍ଗତ ବିଶ୍ଵନାଥପୁର ଠାରେ ବେଦାନ୍ତ ଲିମିଟେଡ ଲାଞ୍ଜିଗଡ଼ ପକ୍ଷରୁ ଆୟୋଜିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କନଭେନସନକୁ ଉଦଘାଟନ କରିବା ସହିତ ବେଦାନ୍ତ ଦ୍ବାରା ଗଠିତ ଶକ୍ତିମୟୀ ଫେଡେରେସନର ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନେ ତିଆରି କରିଥିବା ବାଉଁଶ ଶିଳ୍ପ, ସଉରା କଳା, ଜନଜାତି ଖାଦ୍ୟ, ହଳଦୀ ଓ ଲଙ୍କା ଗୁଣ୍ଡ ଇତ୍ୟାଦିକୁ ପର୍ଯ୍ୟବେକ୍ଷଣ କରିଥିଲେ।

ଏହା ସହିତ ବୈଠକରେ ଶ୍ରୀ ତ୍ରିପାଠୀ କରିଥିଲେ ଯେ, ଶିଳ୍ପର ବିକାଶ ହେଲେ ସେହି ଅଞ୍ଚଳର ବିକାଶ ହୁଏ। ବେଦାନ୍ତ ଏକ ଅଗ୍ରଣୀ ଶିଳ୍ପ ପ୍ରତିଷ୍ଠାନ ଭାବରେ ଅଞ୍ଚଳ ଓ ଲୋକଙ୍କ ବିକାଶ ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ପ୍ରତିଷ୍ଠା କରିବାସହ ଲୋକମାନଙ୍କ ଜୀବନ ଜୀବିକା ସହ ସର୍ବାଙ୍ଗୀନ ଉନ୍ନତି କିଭଳି ହୋଇପାରିବ ସେଥିପାଇଁ ସବୁବେଳେ ପ୍ରୟାସ କରୁଛନ୍ତି ବୋଲି ମତ ବ୍ୟକ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ ବିଭିନ୍ନ ନିର୍ମାଣାଧିନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ କଳାହାଣ୍ଡି ଗସ୍ତରେ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟସ୍ଥଳୀଗୁଡ଼ିକୁ ପରିଦର୍ଶନ କରିଛନ୍ତି। ଏହି କ୍ରମରେ ସେ ପ୍ରଥମେ ମଦନପୁର-ରାମପୁର ପାଇକପଡ଼ାଠାରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଏକ କଲ୍ୟାଣ ମଣ୍ଡପକୁ ଉଦ୍‌ଘାଟନ କରିଛନ୍ତି। ଦୀର୍ଘଦିନ ଧରି ଅର୍ଦ୍ଧନିର୍ମିତ ଭାବେ ପଡ଼ି ରହିଥିବା ଏହି କଲ୍ୟାଣ ମଣ୍ଡପକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୪୦ ଲକ୍ଷ ଓ ଅନ୍ୟାନ୍ୟ ପାଣ୍ଠିରୁ ୧୧ ଲକ୍ଷ ଅନୁଦାନ ଯୋଗାଇ ଦିଆଯାଇ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରାଯାଇଛି। ପରେ ଶ୍ରୀ ତ୍ରିପାଠୀ କର୍ଲାମୁଣ୍ଡା ବ୍ଲକ୍‌ସ୍ଥିତ ରିଷିଡ଼ା ବାପୁଜୀ ହାଇସ୍କୁଲର ମିନି ଷ୍ଟାଡିୟମ୍‌ ପରିଦର୍ଶନ କରିଛନ୍ତି। ତାଙ୍କ ପରିଦର୍ଶନ ସମୟରେ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀମାନେ ଏହି ଖେଳପଡ଼ିଆର ଉନ୍ନତିକରଣ ନିମନ୍ତେ ପରିଷଦ ତରଫରୁ ପଦକ୍ଷେପ ନେବାକୁ ଅନୁରୋଧ ଜଣାଇଥିଲେ। ମିନିଷ୍ଟାଡିୟମ୍‌ ନିକଟରେ ଥିବା ଏକ ପରିତ୍ୟକ୍ତ ପୋଖରୀର ପୁନରୁଦ୍ଧାର ଏବଂ ଖେଳପଡ଼ିଆର ଉନ୍ନତି ନିମନ୍ତେ ଆବଶ୍ୟକ ଡିପିଆର୍‌ ପ୍ରସ୍ତୁତ କରି ପରିଷଦ କାର୍ଯ୍ୟାଳୟକୁ ପ୍ରେରଣ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ।

ଏହି ଗସ୍ତକାଳରେ ଶ୍ରୀ ତ୍ରିପାଠୀ କେସିଙ୍ଗା ଅନ୍ତର୍ଗତ ବେଲଖଣ୍ଡିର ପ୍ରାଚୀନ ଶୈବପୀଠ ପରିଦର୍ଶନ କରିଥିଲେ। ରତେଇ ଏବଂ ତେଲନଦୀର ସଂଗମ ସ୍ଥଳରେ ଅବସ୍ଥିତ ଏହି ମନ୍ଦିର ଅଷ୍ଟାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ବିଶ୍ୱାସ କରାଯାଏ। ଏହି ଶୈବପୀଠକୁ ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରାଯାଇପାରିବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ବିଗତ ବର୍ଷଗୁଡ଼ିକରେ ନିର୍ମାଣାଧିନ ବିଶ୍ରାମସ୍ଥଳୀଗୁଡ଼ିକୁ ସଂପୂର୍ଣ୍ଣ କରିବା ପାଇଁ ପରିଷଦ ତରଫରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି ବୋଲି କହିବା ସହ ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ବଲାଙ୍ଗିର ଜିଲ୍ଲାର ଗୁଡ଼ଭେଲା ବ୍ଲକ୍‌କୁ ସଂଯୋଗ କରୁଥିବା ତେଲନଦୀ ଉପରେ ନିର୍ମାଣାଧିନ ପୋଲକୁ ତୁରନ୍ତ ସଂପୂର୍ଣ୍ଣ କରିବା ଏବଂ ଆନିକଟ କରାଯାଇ ନଦୀଗର୍ଭରେ ଜଳଭଣ୍ଡାର ସୃଷ୍ଟି କରିବା ନିମନ୍ତେ ଡିପିଆର୍‌ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ।

ଶ୍ରୀ ତ୍ରିପାଠୀ ଏହି ଗସ୍ତ ସମୟରେ ମଦନପୁର ରାମପୁର ବ୍ଲକର ଯୁବ ଉଦ୍ୟୋଗୀ ବିଭୁପ୍ରସାଦ ସାହୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ହରପି୍ରୟା ରିଫ୍ରାକେଫାରିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ପରିଦର୍ଶନ କରିଥିଲେ। ଏଠାରେ ରାଇସ୍‌ ହକ୍ସ ପାଉଁଶରୁ ଥର୍ମାଲ ଇନ୍‌ସୁଲିନ୍‌ ତିଆରି କରାଯାଇ ଜେଏସ୍‌ଡବ୍ଲୁ୍ୟ କର୍ଣ୍ଣାଟକ, ମହାରାଷ୍ଟ୍ର, ଝାରସୁଗୁଡ଼ା ଆର୍‌ଆଇଏନ୍‌ଏଲ୍‌ ବିଶାଖାପାଟଣା, ପ୍ରଭୃତି ସ୍ଥାନକୁ ପଠାଯାଉଛି। ଏପରିକି ଏହି ଉତ୍ପାଦକୁ ଭାରତ ବାହାରେ ତାଇୱାନ୍‌, ଇଜିପଫ, ବାହାରିନ୍‌ ଏବଂ ସାଉଦି ଆରବ ଭଳି ଦେଶକୁ ରପ୍ତାନୀ କରାଯାଉଛି।

ଶ୍ରୀ ସାହୁ ୨ କୋଟି ଟଙ୍କା ମୂଳଧନ ଖଟାଇ ଆରମ୍ଭ କରିଥିବା ଏହି ଉଦ୍ୟୋଗକୁ ଇତି ମଧ୍ୟରେ ଷ୍ଟାଟ୍‌ର୍ଅପ୍‌ ଓଡ଼ିଶା ତରଫରୁ ପ୍ରୋତ୍ସାହନମୂଳକ ରାଶି ପ୍ରଦାନ କରାଯାଇଛି। ଶ୍ରୀ ତ୍ରିପାଠୀ ତାଙ୍କର ଏହି ଗସ୍ତବେଳେ ମଦନପୁର ରାମପୁରର ହରିସାଗର ଓ ନର୍ଲା ବ୍ଲକ୍‌ରେ ରାଣୀବନ୍ଧ ପରିଦର୍ଶନ କରିଥିଲେ। ଏହି ଦୁଇଟି ବୃହତ୍‌ ଜଳାଶୟର ଉନ୍ନତିକରଣ ଓ ପୁନରୁଦ୍ଧାର ନିମନ୍ତେ ଆବଶ୍ୟକ ପାଣ୍ଠି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ କରିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଥିଲେ। ଶ୍ରୀ ତ୍ରିପାଠୀ ଏ ଦିଗରେ ନିଶ୍ଚିତ ଭାବେ ଦୃଷ୍ଟିଦେବେ ଏବଂ ଏହାକୁ ଏକ ଆକର୍ଷଣୀୟ ଜଳାଶୟ ଓ ପାର୍କ ଭାବେ ବିକଶିତ କରିବାକୁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ସେ ପରିଷଦ ଅନୁଦାନରେ ନର୍ଲା ହାଇସ୍କୁଲ ପଡ଼ିଆରେ ନିର୍ମାଣାଧିନ ମିନିଷ୍ଟାଡିୟମ୍‌କୁ ପରିଦର୍ଶନ କରି ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପରେ ଶ୍ରୀ ତ୍ରିପାଠୀ ଲାଞ୍ଜିଗଡ଼ ବ୍ଲକ୍‌ ଗସ୍ତ କରି ବିଶ୍ୱନାଥପୁରଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କନ୍‌ଭେନ୍‌ସନ୍‌କୁ ଉଦ୍‌ଘାଟନ କରିଥିଲେ। ସେ ସେଠାରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ତିଆରି କରିଥିବା ବାଉଁଶ ଶିଳ୍ପ, ସଉରାକଳା, ଜନଜାତି ଖାଦ୍ୟ, ହଳଦୀ ଓ ଲଙ୍କାଗୁଣ୍ଡ, ଛତୁଚାଷ ଇତ୍ୟାଦି ନିରୀକ୍ଷଣ କରିଥିଲେ।

ଏହି ଅବସରରେ ମହିଳାମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ତି୍ରପାଠୀ କହିଥିଲେ ଯେ ଶିଳ୍ପର ବିକାଶ ହେଲେ ଅଞ୍ଚଳର ବିକାଶ ସମ୍ଭବ ହୋଇଥାଏ। ବେଦାନ୍ତ ଏକ ଅଗ୍ରଣୀ ଶିଳ୍ପ ପ୍ରତିଷ୍ଠାନ ଭାବେ ଏହି ଅଞ୍ଚଳର ଓ ଲୋକଙ୍କ ବିକାଶ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ସର୍ବଦା ଶିଳ୍ପର ବିକାଶ ଓ ଲୋକଙ୍କ ଜୀବନଜୀବିକା ସହ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା ପ୍ରୟାସ କରୁଥିବା ଦର୍ଶାଇ ରାଜ୍ୟରେ ୭ ହଜାର ଏସ୍‌ଏଚ୍‌ଜି ଜରିଆରେ ୭୦ ଲକ୍ଷ ମହିଳା ଆଜି ସ୍ୱାବଲମ୍ବୀ ହୋଇପାରିଥିବା କହିଥିଲେ। ସେ ଶକ୍ତିମୟୀ ଫେଡେରେସନ୍‌ରେ ପ୍ରାୟ ୨ ହଜାର ମହିଳା ଗୋଷ୍ଠୀଙ୍କୁ ଜଡ଼ିତ କରି ସେମାନଙ୍କ ଆର୍ଥିକ ସ୍ୱଚ୍ଛଳତା ଆଣିବା ଦିଗରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ତ୍ରିପାଠୀ ଏହି ଅବସରରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ୩୫ ଜଣ ଲୋକଙ୍କୁ ନେଇ ଯିବାକୁ ଥିବା ଏକ ବସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏସବୁ କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦର ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ପି. ଅନେ୍ୱଷା ରେଡି, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ସଚିନ ପାୱାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର, ବେଦାନ୍ତ ସିଇଓ ଜି. ଜି. ପାଲ, ବେଦାନ୍ତ ଅଧିକାରୀ ବିଭୁ ପ୍ରସାଦ ପଣ୍ଡା, ଲାଞ୍ଜିଗଡ଼ ବ୍ଲକ୍‌ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଉଦ୍‌ଘାଟିତ ହେଲା ସର୍ବଭାରତୀୟ ଗୋପାଳନ ସମ୍ମିଳନୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ବଲାଙ୍ଗିର ଗସ୍ତରେ ଯାଇ ଆଜି ସେଠାରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ସର୍ବଭାରତୀୟ ଗୋପାଳନ ସମ୍ମିଳନୀର ଶୁଭ ଉଦ୍‌ଘାଟନ କରିଛନ୍ତି।

ବଲାଙ୍ଗିର ଏବେ ଗୋପାଳନ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ଭାବେ ନିଜକୁ ପ୍ରତିପାଦିତ କରିପାରିଛି। ଗତ ଅକେଫାବର ମାସରେ ସଇଁତଳାଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ କରାଯାଇଥିବା ବୃହତ୍‌ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସ୍ଥାପନ ତା’ର ଏକ ଉଦାହରଣ।

ଏହି ଅବସରରେ ଉପସ୍ଥିତ ଦୁଗ୍ଧ ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ ଦୁଗ୍ଧ ଚାଷୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ନିର୍ବାଚିତ ଜନପ୍ରତିନିଧିଗଣ ମିଳିତ ଭାବରେ ଦଳଗତ ମନୋଭାବ ନେଇ ଏ ଦିଗରେ କାର୍ଯ୍ୟକଲେ ସଫଳତା ନିଶ୍ଚୟ ମିଳିପାରିବ ବୋଲି କହିଥିଲେ। ବିଜୁ ଏକ୍ସପ୍ରେସ୍‌ କରିଡୋରର ଲାଭ ଉଠାଇବା ସହ କୃଷି ଉଦ୍ୟୋଗ, ଗୋପାଳନ, ଉଦ୍ୟାନ କୃଷି, ପିସିକଲଚର ଭଳି ଉଦ୍ୟୋଗରେ ବିକାଶ କରାଯାଇପାରିବ ବୋଲି ସେ ଆଶାପୋଷଣ କରିଥିଲେ।

ସଂପ୍ରତି ବଲାଙ୍ଗିର ଜିଲ୍ଲାରେ ଉତ୍ପାଦିତ ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦର ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ବିଶେଷ ଚାହିଦା ରହିଛି। ଦୁଗ୍ଧ ଉତ୍ପାଦନ ସଂସ୍ଥାଗୁଡ଼ିକର କ୍ଷମତାକୁ ଉଚିତ ମାର୍ଗରେ ପରିଚାଳିତ କରିପାରିଲେ ତାହା ପଶ୍ଚିମ ଓଡ଼ିଶାର ଲୋକଙ୍କୁ ପ୍ରକୃତରେ ସାମାଜିକ ଓ ଅର୍ଥନୈତିକ ଭାବେ ସଶକ୍ତ କରିପାରିବ ବୋଲି କହିଥିଲେ।

ସେ ଯୁବବର୍ଗଙ୍କୁ ଆହ୍ୱାନ ଜଣାଇ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର, ବିଶେଷ କରି, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତି ଆକର୍ଷିତ ହେବା ଏବଂ ବାହାରୁ ଆସୁଥିବା କମ୍ପାନୀଗୁଡ଼ିକ ସହ ସହବନ୍ଧିତ ହୋଇ ଲାଭାନ୍ୱିତ ହେବାକୁ ସେ ପରାମର୍ଶ ଦେଇଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସୁରେଶ ଚନ୍ଦ୍ର ଦଳେଇ, ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ଚଞ୍ଚଲ ରାଣା, ବିକେଏମ୍‌ ଦୁଗ୍ଧ ସଂଘର ଅଧ୍ୟକ୍ଷା ଶ୍ରୀମତୀ ସୀମା ପଟେଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଆଶିଷ ଚନ୍ଦ୍ର ସିହ୍ନା, ଡବ୍ଲୁ୍ୟଓଡିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଅଜିତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ନୂଆପଡ଼ା ଜିଲ୍ଲା ଗସ୍ତ

ଭୁବନେଶ୍ୱର: ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।

ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମୀକ୍ଷାରେ ସେ ଉଦ୍ୟୋଗଗୁଡ଼ିକୁ କୃଷି କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ, ଉଦ୍ୟାନକୃଷି, ପିସିକଲଚର, ପଶୁପାଳନ, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର, ଦକ୍ଷତା ବିକାଶରେ ଓର୍‌ମାସ୍‌ ଓ ମିଶନ ଶକ୍ତି କାର୍ଯ୍ୟ କରିବା ଏବଂ ପାରମ୍ପରିକ ବ୍ୟାଙ୍କ ଋଣ ସହାୟତାରୁ ଦୂରେଇ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରୁ ଲାଭ ଉଠାଇବାକୁ ସେ ଗୁରୁତ୍ୱ ଆରୋପ କରିଥିଲେ ।

ନିକଟରେ ଆୟୋଜିତ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶାର ନୂଆ ଶିଳ୍ପ ସଂକଳ୍ପ ଅନୁଯାୟୀ କାମ କରିବା ଉପରେ ସେ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରବର୍ତ୍ତାଇଥିଲେ । ଏହି ସମୀକ୍ଷା ବୈଠକରେ ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସଏ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିବାହୀ ଶ୍ରୀ ଅଜିତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକରେ ଶ୍ରୀ ତ୍ରିପାଠୀ ସମସ୍ତ ଅଧିକାରୀମାନଙ୍କୁ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ପରାମର୍ଶ ଦେଇ ଏହା ଦ୍ୱାରା ଜିଲ୍ଲାର ଦୃତ ବିକାଶ ସମ୍ଭବ ହୋଇପାରିବ ବୋଲି କହିଥିଲେ। ସମସ୍ତେ ଏକାକୀ କାର୍ଯ୍ୟ ନକରି ଏକ କ୍ଲଷ୍ଟର ଆପ୍ରୋଚରେ ବିଭିନ୍ନ ବିଭାଗ ମିଳିତ ଭାବେ କାର୍ଯ୍ୟ କଲେ ତା’ର ପ୍ରଭାବ ଅର୍ଥନୈତିକ ବିକାଶରେ ପ୍ରତିଫଳିତ ହେବ।

ବିଶେଷ ଭାବେ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ୍‌ େୱର ଫାଇଦା ଉଠାଇବା ଏବଂ କୃଷିଭିତ୍ତିକ ଉଦ୍ୟୋଗ ପ୍ରତି ଅଧିକ ଆକୃଷ୍ଟ ହେବାକୁ ଜନସାଧାରଣଙ୍କୁ ବୁଝାଇବା ପାଇଁ ଅଧିକାରୀମାନଙ୍କୁ କହିଥିଲେ । ସେ ଏସବୁ କାର୍ଯ୍ୟରେ ସ୍ଥାନୀୟ ଜନପ୍ରତିନିଧି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥାଗୁଡ଼ିକୁ ସାମିଲ କରିବାକୁ ପରାମର୍ଶ ଦେିଥିଲେ । ସେ କୋମନା ବ୍ଲକ୍‌ର ଇଚ୍ଛାପୁରଠାରେ କରାଯାଇଥିବା ମିଲେଟ୍‌ ପ୍ରକ୍ରିୟାକରଣ ୟୁନିଟ୍‌, ଯାହା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରଦତ୍ତ ଆର୍ଥିକ ସହାୟତାରେ ଗଢ଼ିଉଠିଛି, ତା’ର ଉଦାହରଣ ଦେଇ ନୂଆପଡ଼ା ଜିଲ୍ଲା କୃଷି ଉଦ୍ୟୋଗ କ୍ଷେତ୍ରରେ ଯଥେଷ୍ଟ ସମ୍ଭାବନା ଥିବା ପ୍ରସଙ୍ଗ ଉତ୍‌ଥାପନ କରିଥିଲେ । ପରେ ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ଜନ ପ୍ରତିନିଧିମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ୯ ଟି ପ୍ରକଳ୍ପର ଉଦ୍‌ଘାଟନ ଏବଂ ୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ସନ୍ଧ୍ୟା  ୫.୩୦ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪.୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୯ ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ମୁଖ୍ୟମନ୍ତ୍ରୀ ୩୩.୬୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଲୋଗୋ ଉନ୍ମୋଚନ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପର୍ଯ୍ୟାଲୋଚନା ନିମନ୍ତେ ପରିଷଦ ଦ୍ୱାରା ପ୍ରସ୍ତୁତ ଏକ ମନିଟରିଂ ଆପ୍ଲିକେସନ୍‌ର ମଧ୍ୟ ଶୁଭାରମ୍ଭ କରିବେ।

ବରଗଡ଼ ଜିଲ୍ଲାର ପଦ୍ମପୁରସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ, ବଲାଙ୍ଗିର ଜିଲ୍ଲାର ସଦର ମହକୁମାଠାରେ ଏକ କଲ୍ୟାଣ ମଣ୍ଡପ ଓ ଟିଟିଲାଗଡ଼ ବାଳକ ଉଚ୍ଚ ବିଦ୍ୟାଳୟର ଏକାଡେମିକ୍‌ ବ୍ଲକ୍‌, ବୌଦ୍ଧ ଜିଲ୍ଲା ସଂଗ୍ରହାଳୟର ସଂପ୍ରସାରଣ, ଦେବଗଡ଼ ଜିଲ୍ଲାର ସାଂସ୍କୃତିକ ପ୍ରେକ୍ଷାଳୟ ତଥା କ୍ରୀଡ଼ା କକ୍ଷ, ଝାରସୁଗୁଡ଼ା ଜିଲ୍ଲାର ମରାକୁଟାଠାରେ କହ୍ନେଇନାଳ ଉପରେ ପୋଲ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ୍‌ ହଲ ଓ ଜୁନାଗଡ଼ ଏନ୍‌ଏସିଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଷ୍ଟାଡିୟମ୍‌ ଓ ନୂଆପଡ଼ା ଜିଲ୍ଲାର କୋମନାଠାରେ ମାଣ୍ଡିଆ ଆଦି ଶସ୍ୟର ପ୍ରକ୍ରିୟାକରଣ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ
କରିବେ।

ସେହିପରି ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ ଅଭୟାରଣ୍ୟ ସନ୍ନିକଟ ବାରବଖରା ଜଳପ୍ରପାତ ଓ ଗୁମ୍ଫା ନିକଟରେ ଇକୋ ପର୍ଯ୍ୟଟନ ସ୍ଥଳୀର ବିକାଶ, ବରଗଡ଼ ସହରରେ ଏକ ପାଞ୍ଚଶହ ଆସନବିଶିଷ୍ଟ ପ୍ରେକ୍ଷାଳୟ, ପଦ୍ମପୁରଠାରେ ବଡ଼ବନ୍ଧର ପୁନରୁଦ୍ଧାର, ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ, ବରଗଡ଼ ସହରର ବିକାଶ ବିଦ୍ୟାଳୟଠାରୁ ହଳଦୀପାଲି ଛକ ପର୍ଯ୍ୟନ୍ତ ସିମେଣ୍ଟ କଂକି୍ରଟ ଡ୍ରେନ୍‌, ବଲାଙ୍ଗିର ସହରରେ ଏକ ପାଞ୍ଚଶହ ଆସନବିଶିଷ୍ଟ ପ୍ରେକ୍ଷାଳୟ, ବୌଦ୍ଧ ଜିଲ୍ଲା ବୀରନରସିଂହପୁରଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଇକୋ ପାର୍କ, କଳାହାଣ୍ଡି ଜିଲ୍ଲାର ବିଶ୍ୱନାଥପୁରଠାରେ କଲ୍ୟାଣ ମଣ୍ଡପ, ସମ୍ବଲପୁର ଜିଲ୍ଲାର କୁଚିଣ୍ଡାଠାରେ ମୁକୁଣ୍ଡି ଷ୍ଟାଡୟିମ୍‌ର ଉନ୍ନତିକରଣ ଓ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁରଠାରେ ହସ୍ତତନ୍ତ ମଲ୍‌ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ସୂଚନାଯୋଗ୍ୟ ଯେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ୱାରା ଆଧୁନିକ ଅଡିଟୋରିୟମ୍‌, କଲ୍ୟାଣ ମଣ୍ଡପ, ଗୋଷ୍ଠୀ କେନ୍ଦ୍ର, ଖେଳପଡ଼ିଆର ଉନ୍ନତିକରଣ, ପକ୍କା ରାସ୍ତା ଆଦି ଲୋକାଭିମୁଖୀ ପ୍ରକଳ୍ପ ପ୍ରଭୃତି ନିର୍ମାଣ ଫଳରେ ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ଜିଲ୍ଲାଗୁଡ଼ିକର ଭିତ୍ତିଭୂମି ଓ ଅର୍ଥନୈତିକ ଅଭିବୃଦ୍ଧି ଅଧିକ ସୁଦୃଢ଼ ହୋଇପାରିବ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ଦୁଇ ଦିନିଆ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଲାଭାର୍ଥିଙ୍କ ସହ ବାର୍ତ୍ତାଳାପ କରିବା ସହ ସଂପୃକ୍ତ ଅଧିକାରୀଙ୍କ କାର୍ଯ୍ୟକୁ ନେଇ ସମୀକ୍ଷା କରିଥିଲେ। ସଭାରେ ଡ ବ୍ଲୁ ଓ ଡି ସି, ସି ଇ ଓ ଡ ଅଜିତ କୁମାର ମିଶ୍ର, ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି, ପି ଡି ଡି ଆର୍ ଡି ଏ ସୋମେଶ କୁମାର ଉପାଧ୍ୟାୟ, ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଉଦ୍ୟୋଗୀ ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ। ପ୍ରଥମେ ଜିଲ୍ଲାପାଳ ଡ ଗାଭାଲି ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଙ୍କ ସମେତ ଉପସ୍ଥିତ ହିତାଧିକାରୀ, ଉଦ୍ୟୋଗୀ,ବିଭାଗୀୟ ଅଧିକାରୀ ଙ୍କୁ ସ୍ଵାଗତ କରି ଉଦ୍ୟୋଗୀଙ୍କୁ ନିଜ ୟୁନିଟର ଉନ୍ନତି ନିମନ୍ତେ ସମସ୍ତ ପ୍ରକାର ସହଯୋଗ ପାଇଁ ବିଭାଗୀୟ ଅଧିକାରୀ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ।

ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଶ୍ରୀ ତ୍ରୀପାଠୀ କଳାହାଣ୍ଡି ଜିଲ୍ଲା କେବଳ ଧାନ ଓ କପା ଉତ୍ପାଦନ ରେ ସୀମିତ ନ ରହି କୃଷି ସମ୍ବଧୀୟ ଉଦ୍ୟୋଗକୁ ପ୍ରାଧାନ୍ୟ ଦେବା ସହ ଏହାର ସ୍ଥାପନା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ଆନ୍ତରିକ ଉଦ୍ୟମ ଓ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ତ୍ରିପାଠୀ କୁକୁଡ଼ା ଫାର୍ମ, ବଟନ୍ ଛତୁ ଉତ୍ପାଦନ ୟୁନିଟ୍, ଏଗ୍ରୋ ସର୍ଭିସ ସେଣ୍ଟର,ବିହନ ପ୍ରକ୍ରିୟାକରଣ ୟୁନିଟ, ରାଇସ ମିଲ,ଡାଲି ପ୍ରକ୍ରିୟାକରଣ ୟୁନିଟ , ଥର୍ମାଲ ଇଁସୁଲେସନ, ସୋୟା,ପାପଡ ଫ୍ୟାକ୍ଟ୍ରି, ସ୍ଵଂୟ ଚାଳିତ ବେକରୀ ୟୁନିଟ ସ୍ଥାପନ କରିଥିବା ଉଦ୍ୟୋଗୀ ମାନଙ୍କ ସହ ଆଲୋଚନା କରିଥିଲେ ଓ ସେମାନଙ୍କ ଉତ୍ପାଦନ,ନିଯୁକ୍ତି ଓ ଲାଭ ଉପରେ ବାର୍ତ୍ତାଳାପ କରିଥିଲେ।

ସେଭଳି ଲକ୍ଷ୍ମୀ ନାରାୟଣ ପଣ୍ଡା ଙ୍କ ୩୨ ଏକର ମାଛ ଯାଆଁଳା ଉତ୍ପାଦନ ଫାର୍ମ,ସୌରଭ ଅଗ୍ରୱାଲ ଙ୍କ ସୋୟା, ପାପଡ଼ ଓ ବଡି ଫ୍ୟାକ୍ଟ୍ରି, ସନ୍ତୋଷ ସାହୁ ଙ୍କ ପ୍ରସ୍ତାବିତ ୧୨୦ କୋଟି ଖାଦ୍ୟ କଣିକା ପ୍ରସ୍ତୁତ ଇଥାନଲ ୟୁନିଟଉପରେ ସବିଶେଷ ଆଲୋଚନା କରିଥିଲେ। ସେଭଳି କୃଷକ ଉତ୍ପାଦନ ସଂଘର କର୍ମକର୍ତ୍ତା ଓ ସଭାପତି ନିଜ ନିଜର ସଂଘ, ଉତ୍ପାଦନ ଓ ଲାଭ ଉପରେ ଅଧ୍ୟକ୍ଷ ଙ୍କୁ ଜଣାଇ ଥିଲେ। ଆସନ୍ତା କାଲି ଅଧ୍ୟକ୍ଷ ଶ୍ରୀ ତ୍ରୀପାଠୀ ଜିଲ୍ଲା ର ବିଭିନ୍ନ ରୂପାନ୍ତରିତ ହାଇସ୍କୁଲ୍, କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ,ସରକାରୀ ମେଡିକାଲ କଲେଜ, ହିତାଧିକାରୀଙ୍କ ୟୁନିଟ ପରିଦର୍ଶନ କରିବାର କାର୍ଯକ୍ରମ ରହିଛି।ସଭା ଶେଷରେ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଏହି ବିଷୟରେ ହେଲା ସମୀକ୍ଷା

ଭୁବନେଶ୍ୱର: ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ୫୯ତମ ବୈଠକ ଅନୁଷ୍ଠିତ ଆଜି ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଯାଇଛି। ଆଲୋଚନା ପାଇଁ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକ ଆରମ୍ଭ ହେବା ପୂର୍ବରୁ ଉପସ୍ଥିତ ସମସ୍ତ ସଦସ୍ୟମାନେ ସ୍ଵର୍ଗତ କିଶୋର କୁମାର ମହାନ୍ତିଙ୍କ ଦୁଖଦ ତଥା ଅକାଳ ବିୟୋଗରେ ସମବେଦନା ଜଣାଇଥିଲେ।

ଉପସ୍ଥିତ ଥିବା ସାଂସଦ, ବିଧାୟକ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ସଭ୍ୟ ଏବଂ ଉଭୟ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳର ଆରଡିସି ପଶ୍ଚିମ ଓଡ଼ିଶାର ୧୧ ଗୋଟି ଜିଲ୍ଲାରେ ନିଆଯାଇଥିବା ପ୍ରକଳ୍ପର ସମୀକ୍ଷା କରିଥିଲେ। ପରିଷଦ ଏହାର କାର‌୍ୟ୍ୟ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରୁଥିବାରୁ ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟମାନେ ପ୍ରଶଂସା କରିଥିଲେ।

ପରିଷଦ ପ୍ରକଳ୍ପ କାର‌୍ୟ୍ୟକାରିତା ପାଇଁ ପ୍ରସ୍ତୁତ ମାର୍ଗଦର୍ଶିକା ଏବଂ ପ୍ରତିସ୍ଥାପନ ପ୍ରସ୍ତାବ ପାଇଁ ପ୍ରସ୍ତୁତ ଏସ୍ଓପିକୁ ପ୍ରଶଂସା କରିଛନ୍ତି , ଯାହାଫଳରେ କାର‌୍ୟ୍ୟନିର୍ବାହୀ ସଂସ୍ଥାଗୁଡ଼ିକ ଦ୍ୱାରା ସମାନ ଢଙ୍ଗରେ କାର‌୍ୟ୍ୟର କାର‌୍ୟ୍ୟକାରିତାରେ ଏକ ପରିବର୍ତ୍ତନ ଆସିଅଛି ଜ୍ଝ ପ୍ରଶାସନିକ ଅନୁମୋଦନ, ଆର୍ଥିକ ମଞ୍ଜୁରୀ ଏବଂ ସମୟାନୁସାରେ ପାଣ୍ଠି ଛାଡ଼ିବା ଦ୍ଵାରା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ବ୍ୟବସ୍ଥିତ ହୋଇଛି ।

ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟ ତଥା ଗୁରୁତ୍ୱପୂର୍ଣ୍ଣ ସହରଗୁଡିକରେ ଆଧୁନିକ ଅଡିଟୋରିୟମ୍ ପରି ବଡ ଏବଂ ଆଇକନିକ୍ ପ୍ରକଳ୍ପ ନିମନ୍ତେ ପଦକ୍ଷେପ ଗ୍ରହଣ କରିଥିବା ହେତୁ ଡବ୍ଲୁଓଡିସିର ପ୍ରୟାସକୁ ପରିଷଦ ପ୍ରଶଂସା କରିଛି। ଜଟିଳ ପ୍ରକଳ୍ପଗୁଡିକୁ ପ୍ରାୟୋଜିତ କରିବାକୁ ଜିଲ୍ଲା ପ୍ରଶାସନକୁ ଉତ୍ସାହିତ କରାଯାଇଛି ଯାହାକି କୌଣସି ରାଜ୍ୟ କିମ୍ବା କେନ୍ଦ୍ରୀୟ ଯୋଜନା ଅଧୀନରେ ଆସୁନାହିଁ ଜ୍ଝ ଡବ୍ଲୁଓଡିସି ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରାୟୋଜିତ ଅଣପାରମ୍ପରିକ ପ୍ରକଳ୍ପଗୁଡିକୁ ପ୍ରାୟୋଜିତ କରିବାରେ ସଫଳ ହୋଇଛି।

ଶୀଘ୍ର ନିଷ୍ପତ୍ତି ନେବାକୁ ତଥା ସ୍ୱଚ୍ଛତା ହାସଲ କରିବାକୁ ନଥିଗୁଡିକର ପ୍ରକ୍ରିୟାକରଣ ପାଇଁ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ (ଓସଓ୍ୱାସ) କାର୍ଯ୍ୟକାରୀ କରାଯାଇଛି । ପରିଷଦ ଅଞ୍ଚଳରେ କାର୍ଯ୍ୟରତ ସଂପୃକ୍ତ ୧୧ ଜଣ ଉପନିର୍ଦ୍ଦେଶକ, ପଶ୍ଚିମ ଓଡିଶା ବିକାଶ ପରିଷଦ ଜିଲ୍ଲା କାର୍ଯ୍ୟାଳୟ ଗୁଡକର ଭାରପ୍ରାପ୍ତ ଅଧିକାରୀ ଭାବରେ କାର‌୍ୟ୍ୟ କରୁଛନ୍ତି। ଜିଲ୍ଲା କାର୍ଯ୍ୟାଳୟଗୁଡିକରେ ଜଣେ ଡାଟା ଏଣ୍ଟ୍ରି ଅପରେଟରଓ ମେସେଞ୍ଜର ତଥା ଆଟେଣ୍ଡାଣ୍ଟଙ୍କ ଯୋଗଦାନ, ଆନୁଷଙ୍ଗିକ ବ୍ୟବସ୍ଥା ଏବଂ ଆବଶ୍ୟକ ଭିତ୍ତିଭୂମି ସହାୟତା ଯୋଗୁଁ ଅଧିକ ସୁଦୃଢ ହୋଇଛି, ଯାହା କ୍ଷେତ୍ରରେ ପ୍ରକଳ୍ପର କାର‌୍ୟ୍ୟକାରିତା ମୂଲ୍ୟାଙ୍କନ ଏବଂ ତଦାରଖରେ ଉନ୍ନତି ଆଣିଛି।

ପଶ୍ଚିମ ଓଡିଶା ବିକାଶ ପରିଷଦର ପ୍ରୋଜେକ୍ଟ ମନିଟରିଂ ୟୁନିଟ୍ (ପି.ଏମ୍.ୟୁ) ବୃତ୍ତିଗତ ଆଭିମୁଖ୍ୟ ସହିତ କାର‌୍ୟ୍ୟରତ। ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ, ପ୍ରୋଜେକ୍ଟ ମନିଟରିଂ ୟୁନିଟର ବୈଷୟିକ ପରାମର୍ଶଦାତା ଭାବରେ ନିୟୋଜିତ ହୋଇଛନ୍ତି। ଅନୁଭବ କରୁଥିବା ଆବଶ୍ୟକ ପ୍ରକଳ୍ପଗୁଡିକ ପାଇଁ ସଠିକ୍ ସଡ଼କ ସଂଯୋଗ, ରକ୍ଷଣାବେକ୍ଷଣ, ସ୍ଥାୟିତ୍ୱ, ମାଲିକାନା ଇତ୍ୟାଦି ସହିତ ମକଦ୍ଦମାମୁକ୍ତ ଜମିରେ କାଯ୍ୟନ୍ୱୟନ ନିମନ୍ତେ ପ୍ରକଳ୍ପଗୁଡିକର ଅନୁମୋଦନ ପାଇଁ ଗୁରୁତ୍ଵ ଦିଆଯାଉଛି।

ପ୍ରତ୍ୟେକ ଜିଲ୍ଲା, କ୍ଷେତ୍ରର ଇକୋ ସୁଯୋଗ ଏବଂ ଅଭିବୃଦ୍ଧି ସମ୍ଭାବନା ଅଧ୍ୟୟନ କରାଯାଇଛି ଏବଂ ହସ୍ତତନ୍ତ, ବୁଣାକାର, ଡିଜାଇନ୍, ପ୍ୟାକେଜିଂ ଏବଂ ମାର୍କେଟିଂକୁ ମଜବୁତ କରିବା ପାଇଁ ମିଳିତ ପ୍ରୟାସ ଚାଲିଛି। ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ଅଜିତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ବଲାଙ୍ଗିରରେ କ୍ଷୁଦ୍ର, ଅଣୁ, ମଧ୍ୟମ ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କଲେ ଅସିତ ତ୍ରିପାଠୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ତାଙ୍କର ଦୁଇ ଦିନିଆ ବଲାଙ୍ଗିର ଗସ୍ତ ପରିପ୍ରେକ୍ଷୀରେ ସେ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ କୃଷି-ବ୍ୟବସାୟିକ, ଅଣୁ. କ୍ଷୁଦ୍ର, ମଧ୍ୟମ ଶିଳ୍ପ କ୍ଷେତ୍ରରେ ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ଚଞ୍ଜଳ ରଣାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଆଲୋଚନାରୁ ଜଣାପଡିଛି ଯେ, ଜିଲ୍ଲାରେ  ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗଗୁଡିକ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ମୁକ୍ତା), ପି.ଏମ.ଇ.ଜିପି ଓ ପି.ଏମ୍.ଏଫ୍.ଏମ.ଇ ଯୋଜନାରୁ ସହାୟତା ପାଉଛନ୍ତି। କୁକୁଡା ଫାର୍ମ, ଲେୟାର ଫାର୍ମ, ଖାଦ୍ୟ ପ୍ରକ୍ରିୟାକରଣ ଓ କଟନ ଗିନିଂ ୟୁନିଟ୍ ଗୁଡିକ ଜିଲ୍ଲାରେ ଭଲ ଅଗ୍ରଗତି କରୁଥିବା ଦେଖାଦେଇଛି। ଗୋଟିଏ ବୈଦ୍ୟୁତିକ ଯାନ ନିର୍ମାଣକାରୀ ୟନିଟ୍ ମଧ୍ୟ ନିର୍ମାଣାଧୀନ ସ୍ଥିତିରେ ଅଛି। ବୈଠକରେ ଉଦ୍ୟୋଗୀମାନେ ଜମି ଅଧିଗ୍ରହଣ, ଉଦ୍ୟୋଗଗୁଡିକୁ ବିଦ୍ୟୁତ୍ ଯୋଗାଣ, ଶିଳ୍ପାନୁଷ୍ଠାନ ନିକଟରେ ଜଳ ନିଷ୍କାସନ ବ୍ୟବସ୍ଥା, ବ୍ୟାଙ୍କ ଋଣ ପାଇବାରେ ସମସ୍ୟା ଆଦି ସଂପର୍କରେ ଉତଥାପନ କରିଥିଲେ। ଶ୍ରୀ ତ୍ରିପାଠୀ ସଂପୃକ୍ତ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହିତ ଏହିସବୁ ସମସ୍ୟାର ସମାଧାନ ପାଇଁ ସମୟ ନିର୍ଦ୍ଧାରଣ କରିଛନ୍ତି।

ଶ୍ରୀ ତ୍ରିପାଠୀ  ଜିଲ୍ଲାରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଉଦ୍ୟୋଗୀ  ଏବଂ ଶିଳ୍ପସଂସ୍ଥାମାନଙ୍କ ସହିତ  ନିୟମିତ ଭାବରେ  ବୈଠକରେ  ଆଲୋଚନା କରି ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ମଧ୍ୟ ସ୍ଥାନୀୟ ଯୁବକମାନଙ୍କ ପାଇଁ ଔଦ୍ୟୋଗିକ ପ୍ରଶିକ୍ଷଣ ଶିବିର  ଆୟୋଜନ କରି ସେମାନଙ୍କ ଦ୍ୱାରା ଉଦ୍ୟୋଗ ସ୍ଥାପନର  ଲକ୍ଷ୍ୟହାସଲ ଦିଗରେ ସହାୟତା କରିବାକୁ  ପରାମର୍ଶ ଦେଇଥିଲେ।

ପ୍ରସ୍ତୁତ ଉତ୍ପାଦର ବଜାରସୃଷ୍ଟି ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେଇ ଯେପରି ସେମାନଙ୍କର ଉତ୍ପାଦ ଜାତୀୟ ଓ ଅନ୍ତର୍ଜାତୀୟସ୍ତର ସହିତ ସଂଯୁକ୍ତ(ଲିଙ୍କ୍) କରାଯାଇ ବିକ୍ରି ସହଜ ହେବ, ସେ ସମ୍ପର୍କରେ ପରାମର୍ଶ  ଦେଇଛନ୍ତି। ବୈଠକରେ ଜିଲ୍ଲାସ୍ତରରେ ଏକ  ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ପ୍ରଦର୍ଶନୀ ଆୟୋଜନ  ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଶିଳ୍ପକେନ୍ଦ୍ର,  ଜିଲ୍ଲା  ପ୍ରାଣୀ ସଂପଦ ଅଧିକାରୀ, ଉପନିର୍ଦ୍ଦେଶକ,କୃଷି, ଜିଲ୍ଲା ମତ୍ସ୍ ୟସମ୍ପଦ ଅଧିକାରୀ,  ନିର୍ବାହୀ ଯନ୍ତ୍ରୀ,କୃଷି( ଆପିକଲ), ଡିଭିଜନାଲ ମୁଖ୍ୟ, ଇଡକୋ, ବଲାଙ୍ଗିର ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ କ୍ଷେତ୍ରରୁ ପ୍ରାୟ  20  ଜଣ ଉଦ୍ୟୋଗୀ ଏହି ବୈଠକରେ ଅଂଶଗ୍ରହଣ କରିପାରସ୍ପରିକ ଆଲୋଚନା ପୂର୍ବକ ଅଭିଜ୍ଞତା ବାଣ୍ଟିବା ସହ  ପରବର୍ତ୍ତୀ ସଫଳ ପଦକ୍ଷେପ ପାଇଁ ଆଲୋଚନା କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡିଶା ପରିଷଦ ଅଧ୍ୟକ୍ଷଙ୍କ ବଲାଙ୍ଗିର ଗସ୍ତ,ମହିଳାମାନଙ୍କ ଦ୍ୱାରା ପରିଚାଳିତ ପାନ୍ଥଶାଳା ପରିଦର୍ଶନ

ଭୁବନେଶ୍ୱର/ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସୀତ ତ୍ରିପାଠୀ  ଦୁଇ ଦିନିଆ ବଲାଙ୍ଗିର ଗସ୍ତ କ୍ରମରେ ପଶ୍ଚିମ ଓଡିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ପୀଠ ଯାଇ ମିଶନ ଶକ୍ତି ଦ୍ୱାରା ପରିଚାଳିତ ପାନ୍ଥଶାଳା ଓ ସେଠାରେ ରହିଥିବା ବ୍ୟବସ୍ଥା ସଂପର୍କରେ ବ୍ଲକସ୍ତରୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରିଥିଲେ।

ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରି ଶ୍ରୀତ୍ରିପାଠୀ କହିଛନ୍ତି ଯେ, ପାନ୍ଥଶାଳାରେ ନିୟୋଜିତ ମହିଳା ସ୍ୱୟଂ ସହାୟିକା ସଦସ୍ୟାମାନେ ତାଲିମ ପ୍ରାପ୍ତ। ସେମାନଙ୍କର ଆତିଥ୍ୟ ମଧ୍ୟ ଉତ୍ତମ।ସ୍ଥାନୀୟ ବ୍ଲକ ପ୍ରଶାସନ ତରଫରୁ ଏହି ପାନ୍ଥନିବାସର ପରିଚାଳନା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ସରଞ୍ଜାମ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାମାନଙ୍କୁ ଏହି ପରିଚାଳନା ଦାୟିତ୍ୱ ଦିଆଯାଇଥିବାରୁ ଏହା ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ କରିବାରେ ସହାୟକ ହେବ ବୋଲି ପଶ୍ଚିମ ଓଡିଶା ଅଧ୍ୟକ୍ଷ ଶ୍ରୀତ୍ରିପାଠୀ ଆଶା ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର ବ୍ୟବସାୟ

ପାରାଦ୍ୱୀପର ପ୍ଲାଷ୍ଟିକ୍‌ ପାର୍କ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍‌

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍‌ ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ପାରାଦ୍ୱୀପ ଯାଇ ଆଜି ସିଜୁଠାରେ ଇଡ଼୍‌କୋ ଲ୍ୟାଣ୍ଡ ଏବଂ ପ୍ଲାଷ୍ଟିକ୍‌ ପାର୍କ ପରିଦର୍ଶନ କରିଥିଲେ ।

ଏହି ଟିମ୍‌ ପାରାଦ୍ୱୀପର ଅଫିସର୍ସ କ୍ଲବ୍‌ଠାରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଇଡ୍‌କୋ ଦ୍ୱାରା ଶିଳ୍ପ ସଂସ୍ଥା କର୍ମକର୍ତ୍ତା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଉଦ୍ୟୋଗୀମାନଙ୍କ ସହିତ ଆୟୋଜିତ ବୈଠକରେ ଯୋଗଦେଇଥିଲେ । ପାରାଦ୍ୱୀପ ତଥା ଜଗତସିଂହପୁର ଜିଲ୍ଲାରେ ଥିବା ବୃହତ୍‌ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ ସଂସ୍ଥାରେ ଥିବା ବିଭିନ୍ନ ମୌଳିକ ସମସ୍ୟା ଓ ଏହାର ସମାଧାନ ନିମନ୍ତେ ଶିଳ୍ପସଂସ୍ଥା କର୍ମକର୍ତ୍ତା, ସରକାରୀ ବିଭାଗୀୟ ଅଧିକାରୀମାନଙ୍କ ସହିତ ବ୍ୟାପକ ଆଲୋଚନା କରାଯାଇ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏଥିରେ ବୃହତ୍‌ ଶିଳ୍ପ ସଂସ୍ଥାମାନଙ୍କରେ ଥିବା ବିଭିନ୍ନ ସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଏହି ଗସ୍ତର ଆଭିମୁଖ୍ୟ ସଂପର୍କରେ କହିଥିଲେ । ପରେ ଜିଲ୍ଲାସ୍ତରୀୟ କୃଷି ଅଧିକାରୀ, ମତ୍ସ୍ୟ ଓ ପ୍ରାଣୀସଂପଦ ଅଧିକାରୀ ଓ ପର୍ଯ୍ୟଟନ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା । ଅପରାହ@ରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଶିଳ୍ପୋଦ୍ୟୋଗୀମାନଙ୍କ ସହିତ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସଂପର୍କରେ ପାରସ୍ପରିକ ଆଲୋଚନା ହୋଇଥିଲା ।

ବୈଠକରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରେ ଆୟୋଜିତ ସମ୍ବାଦଦାତା ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ତି୍ରପାଠୀ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ଶିଳ୍ପ କ୍ଷେତ୍ରର ବିକାଶ ପାଇଁ ତାଙ୍କ ଅଧ୍ୟକ୍ଷତାରେ ପ୍ରମୁଖ ଶାସନ ସଚିବ, ଏମ୍‌ଏସ୍‌ଏମ୍‌ଇ, ପ୍ରମୁଖ ଶାସନ ସଚିବ ଶିଳ୍ପ ବିଭାଗ, ଶିଳ୍ପ ନିର୍ଦ୍ଦେଶକ, ଏମ୍‌ଡି ଇପିକଲ୍‌, ଏମ୍‌ଡି ଇଡ୍‌କୋଙ୍କକୁ ନେଇ ଗଠିତ ଟିମ୍‌ ସହିତ ବୃହତ୍‌, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କର୍ମକର୍ତ୍ତାଙ୍କ ସହ ପାରସ୍ପରିକ ଆଲୋଚନା ହୋଇଛି ।

ପାରାଦ୍ୱୀପ ଭାରତବର୍ଷର ପୁରାତନ ଦ୍ୱିତୀୟ ବୃହତ୍ତମ ବନ୍ଦର ଏବଂ ଦେଶର ପ୍ରଗତିର ମୁଖଶାଳା । ପାରାଦ୍ୱୀପଠାରେ ଇଫ୍‌କୋ, ପିପିଏଲ୍‌ ଭଳି ବୃହତ୍‌ ଶିଳ୍ପସଂସ୍ଥାର ବ୍ୟାପକ ପ୍ରସାରଣ ହେବାକୁ ଯାଉଛି । ଆଗକୁ ଜେ.ଏସ୍‌.ଡବ୍ଲୁ୍ୟର ଷ୍ଟିଲ୍‌ ପ୍ଲାଣ୍ଟ, ଏସାର ଭଳି ବୃହତ୍‌ ପ୍ରକଳ୍ପ ସହିତ ଆର୍ସେଲ ମିତଲ୍‌ର ମେଗା ପ୍ରକଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି । ଓଡ଼ିଶା ସରକାରଙ୍କ ତରଫରୁ ପ୍ରମୁଖ ଶିଳ୍ପ ସଂସ୍ଥାମାନଙ୍କ ପାଇଁ ଜମି ଓ ବିଦୁ୍ୟତ ଯୋଗାଣ, ଜଳଯୋଗାଣ, ଗମନାଗମନ କ୍ଷେତ୍ରରେ ବ୍ୟାପକ ଉନ୍ନତି କରାଯିବ । ଶିଳ୍ପସଂସ୍ଥାମାନଙ୍କ ଦ୍ୱାରା ରାଜ୍ୟ ଓ ଦେଶର ଅର୍ଥନୀତିରେ ବିକାଶ ହେବ ।

ଏହି ବୈଠକରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ୍‌, ଇପିକଲ୍‌ ଏମ୍‌ଡି ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ, ଜଗତସିଂହପୁର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଗତକାଲି ସନ୍ଧ୍ୟାରେ ଶ୍ରୀ ତି୍ରପାଠୀ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଅଧ୍ୟକ୍ଷ ଓ ଭାରତୀୟ ତୈଳ ନିଗମ କର୍ତ୍ତୃପକ୍ଷଙ୍କ ସହ ବୈଠକରେ ଯୋଗଦେଇଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ  ୩ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାର କେତେକ ପ୍ରଶାସନିକ ମଞ୍ଜୁରି ପ୍ରାପ୍ତ ଉନ୍ନୟନ କାର୍ଯ୍ୟ ସକାଶେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୩ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ୫୨ଟି ପ୍ରକଳ୍ପ ପାଇଁ ସର୍ବାଧିକ ୧ କୋଟି ୮୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।

ଏହି ଅର୍ଥରେ ଜିଲ୍ଲାରେ ବିଜୁଳି ଯୋଗାଣ, ପାନୀୟ ଜଳ ଯୋଗାଣ, ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ, ରାସ୍ତା ଓ ଗମନାଗମନ ବ୍ୟବସ୍ଥା ଓ କମୁ୍ୟନିଟି ସେଣ୍ଟର ଏବଂ କଲ୍ୟାଣ ମଣ୍ଡପ ନିର୍ମାଣ ଆଦି ରହିଛି । ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ୪୭ ପ୍ରକଳ୍ପ ନିମନ୍ତେ ୧ କୋଟି ୩୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବାବେଳେ ଏଥିରେ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ ସହ କମ୍ୟୁନିଟି ସେଣ୍ଟର ଓ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ ।

ସମ୍ବଲପୁର ଜିଲ୍ଲାରେ ରାସ୍ତା ନିର୍ମାଣ ଓ ରାସ୍ତାର ଉନ୍ନତିକରଣ ନିମନ୍ତେ ୨୦ ଲକ୍ଷ, ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ୍‌ ସାହସପୁର ଗ୍ରାମପଞ୍ଚାୟତର ଧଉଳଟିକ୍ରାର ଆରଡ଼ି ରୋଡ଼ଠାରୁ ନୂଆ ସ୍କୁଲପଡ଼ା ଯାଏ ସିମେଣ୍ଟ କଂକ୍ରିଟ୍‌ ରୋଡ଼ ନିର୍ମାଣ ନିମନ୍ତେ ୫ ଲକ୍ଷ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଦୁଇଟି କମୁ୍ୟନିଟି ସେଣ୍ଟର ନିର୍ମାଣ ୫ ଲକ୍ଷ ଲେଖାଏଁ ଓ ଅନୁଗୋଳ ଜିଲ୍ଲାର ଅଁଳାବେରିନି ଓ ଷଠପଲା-୨ଠାରେ ଥିବା ଉଠା ଜଳସେଚନ ପଏଣ୍ଟର ଉନ୍ନତିକରଣ ନିମନ୍ତେ ୬ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ କରାଯିବ ବୋଲି ଜଣାପଡ଼ିଛି ।