Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଏହି ବିଷୟରେ ହେଲା ସମୀକ୍ଷା
ବିଶେଷ ଖବର

ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଏହି ବିଷୟରେ ହେଲା ସମୀକ୍ଷା

May 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଏହି ବିଷୟରେ ହେଲା ସମୀକ୍ଷା

ଭୁବନେଶ୍ୱର: ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ୫୯ତମ ବୈଠକ ଅନୁଷ୍ଠିତ ଆଜି ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଯାଇଛି। ଆଲୋଚନା ପାଇଁ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକ ଆରମ୍ଭ ହେବା ପୂର୍ବରୁ ଉପସ୍ଥିତ ସମସ୍ତ ସଦସ୍ୟମାନେ ସ୍ଵର୍ଗତ କିଶୋର କୁମାର ମହାନ୍ତିଙ୍କ ଦୁଖଦ ତଥା ଅକାଳ ବିୟୋଗରେ ସମବେଦନା ଜଣାଇଥିଲେ।

ଉପସ୍ଥିତ ଥିବା ସାଂସଦ, ବିଧାୟକ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ସଭ୍ୟ ଏବଂ ଉଭୟ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳର ଆରଡିସି ପଶ୍ଚିମ ଓଡ଼ିଶାର ୧୧ ଗୋଟି ଜିଲ୍ଲାରେ ନିଆଯାଇଥିବା ପ୍ରକଳ୍ପର ସମୀକ୍ଷା କରିଥିଲେ। ପରିଷଦ ଏହାର କାର‌୍ୟ୍ୟ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରୁଥିବାରୁ ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟମାନେ ପ୍ରଶଂସା କରିଥିଲେ।

ପରିଷଦ ପ୍ରକଳ୍ପ କାର‌୍ୟ୍ୟକାରିତା ପାଇଁ ପ୍ରସ୍ତୁତ ମାର୍ଗଦର୍ଶିକା ଏବଂ ପ୍ରତିସ୍ଥାପନ ପ୍ରସ୍ତାବ ପାଇଁ ପ୍ରସ୍ତୁତ ଏସ୍ଓପିକୁ ପ୍ରଶଂସା କରିଛନ୍ତି , ଯାହାଫଳରେ କାର‌୍ୟ୍ୟନିର୍ବାହୀ ସଂସ୍ଥାଗୁଡ଼ିକ ଦ୍ୱାରା ସମାନ ଢଙ୍ଗରେ କାର‌୍ୟ୍ୟର କାର‌୍ୟ୍ୟକାରିତାରେ ଏକ ପରିବର୍ତ୍ତନ ଆସିଅଛି ଜ୍ଝ ପ୍ରଶାସନିକ ଅନୁମୋଦନ, ଆର୍ଥିକ ମଞ୍ଜୁରୀ ଏବଂ ସମୟାନୁସାରେ ପାଣ୍ଠି ଛାଡ଼ିବା ଦ୍ଵାରା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ବ୍ୟବସ୍ଥିତ ହୋଇଛି ।

ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟ ତଥା ଗୁରୁତ୍ୱପୂର୍ଣ୍ଣ ସହରଗୁଡିକରେ ଆଧୁନିକ ଅଡିଟୋରିୟମ୍ ପରି ବଡ ଏବଂ ଆଇକନିକ୍ ପ୍ରକଳ୍ପ ନିମନ୍ତେ ପଦକ୍ଷେପ ଗ୍ରହଣ କରିଥିବା ହେତୁ ଡବ୍ଲୁଓଡିସିର ପ୍ରୟାସକୁ ପରିଷଦ ପ୍ରଶଂସା କରିଛି। ଜଟିଳ ପ୍ରକଳ୍ପଗୁଡିକୁ ପ୍ରାୟୋଜିତ କରିବାକୁ ଜିଲ୍ଲା ପ୍ରଶାସନକୁ ଉତ୍ସାହିତ କରାଯାଇଛି ଯାହାକି କୌଣସି ରାଜ୍ୟ କିମ୍ବା କେନ୍ଦ୍ରୀୟ ଯୋଜନା ଅଧୀନରେ ଆସୁନାହିଁ ଜ୍ଝ ଡବ୍ଲୁଓଡିସି ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରାୟୋଜିତ ଅଣପାରମ୍ପରିକ ପ୍ରକଳ୍ପଗୁଡିକୁ ପ୍ରାୟୋଜିତ କରିବାରେ ସଫଳ ହୋଇଛି।

ଶୀଘ୍ର ନିଷ୍ପତ୍ତି ନେବାକୁ ତଥା ସ୍ୱଚ୍ଛତା ହାସଲ କରିବାକୁ ନଥିଗୁଡିକର ପ୍ରକ୍ରିୟାକରଣ ପାଇଁ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ (ଓସଓ୍ୱାସ) କାର୍ଯ୍ୟକାରୀ କରାଯାଇଛି । ପରିଷଦ ଅଞ୍ଚଳରେ କାର୍ଯ୍ୟରତ ସଂପୃକ୍ତ ୧୧ ଜଣ ଉପନିର୍ଦ୍ଦେଶକ, ପଶ୍ଚିମ ଓଡିଶା ବିକାଶ ପରିଷଦ ଜିଲ୍ଲା କାର୍ଯ୍ୟାଳୟ ଗୁଡକର ଭାରପ୍ରାପ୍ତ ଅଧିକାରୀ ଭାବରେ କାର‌୍ୟ୍ୟ କରୁଛନ୍ତି। ଜିଲ୍ଲା କାର୍ଯ୍ୟାଳୟଗୁଡିକରେ ଜଣେ ଡାଟା ଏଣ୍ଟ୍ରି ଅପରେଟରଓ ମେସେଞ୍ଜର ତଥା ଆଟେଣ୍ଡାଣ୍ଟଙ୍କ ଯୋଗଦାନ, ଆନୁଷଙ୍ଗିକ ବ୍ୟବସ୍ଥା ଏବଂ ଆବଶ୍ୟକ ଭିତ୍ତିଭୂମି ସହାୟତା ଯୋଗୁଁ ଅଧିକ ସୁଦୃଢ ହୋଇଛି, ଯାହା କ୍ଷେତ୍ରରେ ପ୍ରକଳ୍ପର କାର‌୍ୟ୍ୟକାରିତା ମୂଲ୍ୟାଙ୍କନ ଏବଂ ତଦାରଖରେ ଉନ୍ନତି ଆଣିଛି।

ପଶ୍ଚିମ ଓଡିଶା ବିକାଶ ପରିଷଦର ପ୍ରୋଜେକ୍ଟ ମନିଟରିଂ ୟୁନିଟ୍ (ପି.ଏମ୍.ୟୁ) ବୃତ୍ତିଗତ ଆଭିମୁଖ୍ୟ ସହିତ କାର‌୍ୟ୍ୟରତ। ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ, ପ୍ରୋଜେକ୍ଟ ମନିଟରିଂ ୟୁନିଟର ବୈଷୟିକ ପରାମର୍ଶଦାତା ଭାବରେ ନିୟୋଜିତ ହୋଇଛନ୍ତି। ଅନୁଭବ କରୁଥିବା ଆବଶ୍ୟକ ପ୍ରକଳ୍ପଗୁଡିକ ପାଇଁ ସଠିକ୍ ସଡ଼କ ସଂଯୋଗ, ରକ୍ଷଣାବେକ୍ଷଣ, ସ୍ଥାୟିତ୍ୱ, ମାଲିକାନା ଇତ୍ୟାଦି ସହିତ ମକଦ୍ଦମାମୁକ୍ତ ଜମିରେ କାଯ୍ୟନ୍ୱୟନ ନିମନ୍ତେ ପ୍ରକଳ୍ପଗୁଡିକର ଅନୁମୋଦନ ପାଇଁ ଗୁରୁତ୍ଵ ଦିଆଯାଉଛି।

ପ୍ରତ୍ୟେକ ଜିଲ୍ଲା, କ୍ଷେତ୍ରର ଇକୋ ସୁଯୋଗ ଏବଂ ଅଭିବୃଦ୍ଧି ସମ୍ଭାବନା ଅଧ୍ୟୟନ କରାଯାଇଛି ଏବଂ ହସ୍ତତନ୍ତ, ବୁଣାକାର, ଡିଜାଇନ୍, ପ୍ୟାକେଜିଂ ଏବଂ ମାର୍କେଟିଂକୁ ମଜବୁତ କରିବା ପାଇଁ ମିଳିତ ପ୍ରୟାସ ଚାଲିଛି। ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ଅଜିତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଅସିତ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ରାଜପଥ ଦୁର୍ଘଟଣାରେ ବାପା ମୃତ ଝିଅ ଗୁରୁତର

May 23, 2026

ଅସହ୍ୟ ଗରମ : କଲବଲ କରୁଛି ଗୁଳୁଗୁଳି

May 23, 2026

ଶଳାକୁ ଭିଣେଇର ଛୁରା ମାଡ

May 23, 2026

ସାଂସ୍କୃତିକ ବିବିଧତାକୁ ଜଗତିକରଣ ପରିବେଶ ମଧ୍ୟରେ ପାଳନ କରିବା ଉଚିତ୍‌: ବିଶେଷଜ୍ଞ

May 23, 2026
Latest News

ଜାତୀୟ ରାଜପଥ ଦୁର୍ଘଟଣାରେ ବାପା ମୃତ ଝିଅ ଗୁରୁତର

May 23, 2026

ଅସହ୍ୟ ଗରମ : କଲବଲ କରୁଛି ଗୁଳୁଗୁଳି

May 23, 2026

ଅଂଶୁଘାତରେ ବନ କର୍ମଚାରୀଙ୍କ ମୃତ୍ୟୁ

May 23, 2026

ଶଳାକୁ ଭିଣେଇର ଛୁରା ମାଡ

May 23, 2026

ସାଂସ୍କୃତିକ ବିବିଧତାକୁ ଜଗତିକରଣ ପରିବେଶ ମଧ୍ୟରେ ପାଳନ କରିବା ଉଚିତ୍‌: ବିଶେଷଜ୍ଞ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.