Categories
ଆଜିର ଖବର ରାଜ୍ୟ ଖବର

ବଲାଙ୍ଗୀର ଜିଲ୍ଲାର ଗାନ୍ଧୀ ଷ୍ଟାଡିୟମ୍ ଠାରେ ନୂତନ ପେଭିଲିୟନ ଉଦଘାଟନ କଲେ ପଶ୍ଚିମ ଓଡିଶା ଅଧ୍ୟକ୍ଷ

ବଲାଙ୍ଗୀର: ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ଗତକାଲି ବଲାଙ୍ଗୀର ଜିଲ୍ଲାର ଗାନ୍ଧୀ ଷ୍ଟାଡିୟମ୍ ଠାରେ ନୂତନ ପେଭିଲିୟନର ଶୁଭ ଉଦଘାଟନ କରିଛନ୍ତି।ଏହି ପେଭିଲିୟନ ନିର୍ମାଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୨.୪୨ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା।

ଏହାସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଅନୁମୋଦିତ ହୋଇଥିବା ୩.୩୦ କୋଟି ଅନୁଦାନର ଫ୍ଲଡ୍ ଲାଇଟ୍ ର ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି । ଜିଲ୍ଲାର କ୍ରୀଡାବିତ୍ ମାନଙ୍କୁ ଉଦବୋଧନ ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ପଶ୍ଚିମ ଓଡିଶାର କ୍ରୀଡାର ଭିତ୍ତିଭୂମିର ବିକାଶରେ ଏହା ନିଶ୍ଚିତ ଭାବରେ ସହାୟକ ହେବ।

Categories
ଆଜିର ଖବର ରାଜ୍ୟ ଖବର

ସୁରେଶ ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ଵ: ହେବେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା

ଭୁବନେଶ୍ବର: ଆଜି ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ଵ ମିଳିଛି। ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି କରାଯାଇଛି। ତେବେ ସୁରେଶଙ୍କୁ ଓଇଆରସି ଅଧ୍ୟକ୍ଷ ପଦରୁ ଅବ୍ୟାହତି ଦିଆଯାଇଛି। ଆର ବାଲକୃଷ୍ଣନଙ୍କୁ ସିଏମଓ ମୁଖ୍ୟ ପରାମର୍ଶଦାତା ଅତିରିକ୍ତ ଦାୟିତ୍ଵରୁ ଅବ୍ୟାହତି ଦିଆଯାଇଛି। ସ୍ପେଶାଲ ଇଂସିଏଟିଭ ମୁଖ୍ୟ ପରାମର୍ଶଦାତା ଭାବେ ସେ ଦାୟିତ୍ଵ ନେବେ।

ସେହିଭଳି ଡବ୍ଲୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କୁ ମଧ୍ୟ ଅତିରିକ୍ତ ଦାୟିତ୍ଵରୁ ଅବ୍ୟାହତି ମିଳିଛି। ସମସ୍ତ ପ୍ରମୁଖ ପରାମର୍ଶଦାତା ପଦବୀରୁ ଅବ୍ୟାହତି ନେବା ପାଇଁ ଅସିତ ଅନୁରୋଧ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବୁର୍ଲାଠାରେ ସର୍ବସାଧାରଣ ପାଠାଗାର ଉଦ୍‌ଘାଟନ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ଭୁବନେଶ୍ୱର: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ ତ୍ରିପାଠୀଙ୍କ ମାରାଥନ୍‌ ଗସ୍ତର ପଞ୍ଚମ ଦିନରେ ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ ଥିବା ଏକ ସର୍ବସାଧାରଣ ପାଠାଗାରକୁ ଉ୍‌ଦଘାଟନ କରିଛନ୍ତି।

ଏହି ପାଠାଗାରର ପ୍ରତିଷ୍ଠାତା ସଦସ୍ୟ, ନାଗରିକ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ଶ୍ରୀ ତ୍ରିପାଠୀ କହିଥିଲେ ଯେ ଏହା ଏକ ନୂତନ ଢାଞ୍ଚାରେ ତିଆରି ଏକ ସୁନ୍ଦର ପରିକଳ୍ପିତ ପାଠାଗାର ଯାହା ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦୃଢ ମୂଳଦୁଆ ଭାବେ ଉଭା ହୋଇପାରିବ। ଇଣ୍ଟରନେଟର ଏହି ଯୁଗରେ ଏହି ପାଠାଗାର ପିଲାମାନଙ୍କର ବହି ପଢ଼ାର ଅଭ୍ୟାସକୁ ବିକଶିତ କରିବା ସହ ସେମାନଙ୍କୁ ଭବିଷ୍ୟତରେ ସହାୟତା ପ୍ରଦାନ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ସମ୍ବଲପୁର ଜିଲ୍ଲା ପରିଦର୍ଶନର ଶେଷ ଦିନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଶ୍ରୀ ତ୍ରିପାଠୀ ଚିପିଲିମାସ୍ଥିତ କୃଷି ଓ ଉଦ୍ୟାନ କୃଷି ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି, ଡିନ୍‌, ଅଧ୍ୟାପକ, ସଦସ୍ୟ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଶ୍ରୀ ତ୍ରିପାଠୀ ଏହି ମହାବିଦ୍ୟାଳୟର ଭିତ୍ତିଭୂମି ଓ ଶୈକ୍ଷିକ ସମ୍ବଳର ସ୍ଥିତି ଅନୁଧ୍ୟାନ କରିବା ସହ ପଶ୍ଚିମ ଓଡ଼ିଶାର ଚାଷୀ ଏହି ଅନୁଷ୍ଠାନର ଗବେଷଣା ଓ ସମ୍ପ୍ରସାରଣ ସେବାର ନିଶ୍ଚିତ ଲାଭ ପାଇ ପାରିବେ ବୋଲି ମତ ପ୍ରକାଶ କରିଛନ୍ତି।

ଏହି ବିଦ୍ୟାଳୟ ଭବିଷ୍ୟତର କୃଷି ଉଦ୍ୟୋଗୀମାନଙ୍କ ପାଇଁ ସକାରାତ୍ମକ କୃଷି ବ୍ୟବସାୟ ଭାବନା ସୃଷ୍ଟି କରିବ ବୋଲି ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ତଥା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଉଦ୍ଦେଶ୍ୟ ବୋଲି ସେ ଆହ୍ୱାନ କରିଛନ୍ତି। ନିକଟରେ ପଶ୍ଚିମ ଓଡ଼ିଶା ଅଞ୍ଚଳର ଉଷ୍ମ ଜଳବାୟୁ ପାଇଁ ଅତ୍ୟନ୍ତ ଉପଯୁକ୍ତ ନୂତନ ଧାନ ବିହନ ସୂର୍ଯ୍ୟଶ୍ରୀ ଓ ନବରନି ଏହି ମହାବିଦ୍ୟାଳୟ ଦ୍ୱାରା ବିକଶିତ କରାଯାଇଛି।

ଏହି ଅନୁଷ୍ଠାନର ଗବେଷଣା କାର୍ଯ୍ୟକଳାପକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ଉତ୍ପାଦକ ଏବଂ ଉତ୍ପାଦକତା ସହିତ ସିଧାସଳଖ ସମ୍ପର୍କ ରଖି କୃଷକମାନଙ୍କର କାର୍ଯ୍ୟକଳାପରେ ଆଧୁନିକ ଉନ୍ନତି ଆଣିପାରିବେ, ଯାହା ଫଳରେ ସେମାନେ କୃଷିରେ ଲାଭବାନ ହେଇପାରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଗବେଷଣାଗାର, କୀଟ ସଂଗ୍ରହାଳୟ, ମୃତ୍ତିକା ପରୀକ୍ଷଣ ଓ ତଥ୍ୟ ଉପସ୍ଥାପନା, ଉଦ୍ୟାନ କୃଷି କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ପ୍ରକାର ଉପକରଣର ସେ ତଦାରଖ କରିଥିଲେ। ଏହି ଅନୁଷ୍ଠାନରେ ଭ୍ରମଣ ସ୍ମୃତି ସ୍ୱରୂପ ଶ୍ରୀ ତ୍ରିପାଠୀ ଏକ ନାଲି ଚନ୍ଦନ କାଠର ଚାରା ମଧ୍ୟ ରୋପଣ କରିଥିଲେ।

ଏହା ସହ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକର ସ୍ୱଧାର ଗୃହ ପରିଦର୍ଶନ କରିବା ସହ ସମଲେଇ ଧୂପ ଉତ୍ପାଦନ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି। ବର୍ଜ୍ୟ ଫୁଲରୁ ଅଗରବତୀ ଉତ୍ପାଦନ ପାଇଁ ଡିଏମ୍‌ଏଫ ତରଫରୁ ନୂଆ ମେସିନ୍‌ କିଣା ଯାଇଛି। ଶ୍ରୀ ତ୍ରିପାଠୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଅନ୍ତେବାସୀ ଓ ପ୍ରଶିକ୍ଷକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଅନ୍ୟାନ୍ୟ ବ୍ୟବସାୟିକ କାର୍ଯ୍ୟକଳାପ ଓ ବଜାର ସମ୍ପର୍କରେ ପୌରପାଳିକା କମିଶନରଙ୍କ ସହ ଆଲୋଚନା କରିଥିଲେ।

ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଗତ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକର ଦଳେଇପଡାଠାରେ ୧୯୯.୯୯ ଲକ୍ଷ ଟଙ୍କାର ଶ୍ରୀରାମ ବାଟିକା କୃଷି ପର୍ଯ୍ୟଟନ ପ୍ରକଳ୍ପକୁ ମଧ୍ୟ ପରିଦର୍ଶନ କରିଛନ୍ତି। ଏହି ପ୍ରକଳ୍ପର ସମନ୍ୱିତ ପରିସର ଭ୍ରମଣ କରିବା ସହ କୃଷି ଉଦ୍ୟୋଗୀ ଶ୍ରୀମତୀ ଦେବୀଦାନୀ ସାହା ଓ ତାଙ୍କ ସହଯୋଗୀମାନଙ୍କ ସହ ଦୁU ଉତ୍ପାଦନ, ଛେଳି ପାଳନ, କୁକୁଡ଼ା ଚାଷ, ଉଦ୍ୟାନ କୃଷି ଓ ଆଧୁନିକ ଯନ୍ତ୍ର ଉପଯୋଗ ଦ୍ୱାରା ପୁଷ୍ପଚାଷ ସହ ଭଳି ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସେ ଆଲୋଚନା କରିଥିଲେ।

ଏହି ଅବସରରେ ସମ୍ବଲପୁର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ସମ୍ବଲପୁର ମହାନଗର ନିଗମର କମିଶନର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ କୁମାର ମିଶ୍ର ଓ ବୈଷୟିକ ପରାମର୍ଶଦାତା ଏବଂ ଅନ୍ୟ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପାଞ୍ଚ ଦିନିଆ ପଶ୍ଚିମ ଓଡିଶା ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ

ଭୁବନେଶ୍ବର: ୨୦୩୦ ସୁଦ୍ଧା ଓଡିଶାକୁ ଏକ ସମୃଦ୍ଧ ରାଜ୍ୟ ରୂପେ ଗଢି ତୋଳିବାକୁ ହେଲେ କର୍ମ ସ୍ବଚ୍ଛତା ଓ ସାମୁହିକ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଲୋକଙ୍କ ନିକଟରେ ଜନହିତକର ପ୍ରକଳ୍ପର ସୁଫଳ ପହଞ୍ଚାଇବା ପାଇଁ ଆମ ସମସ୍ତଙ୍କୁ ପରିବର୍ତ୍ତନର ବାହକ ରୂପେ କର୍ମ କରିବାକୁ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ।

ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ହରଭଙ୍ଗା ବ୍ଲକର ବିରନରସିଂହପୁରରେ ଇକୋ ପାର୍କ ନିର୍ମାଣ ନେଇ ବିସ୍ତୃତ ଆଲୋଚନା କରିବା ସହ ସୁବର୍ଣ୍ଣପୁର ଜିଲ୍ଲାର ଝିଙ୍କି ଠାରେ ୬ କୋଟି ୪୫ ଲକ୍ଷ ଟଙ୍କା ଅନୁଦାନରେ ହସ୍ତତନ୍ତ ମଲ୍ ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି।

ଆଲୋଚନାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଓ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ନୃସିଂହ ଚରଣ ସ୍ବାଇଁ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି।

ପାଞ୍ଚ ଦିନିଆ ପଶ୍ଚିମ ଓଡିଶା ଗସ୍ତର ପ୍ରଥମ ଦିନରେ ଶ୍ରୀ ତ୍ରିପାଠୀ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ବାରା ନିର୍ମାଣ ହେଉଥିବା ବିଭିନ୍ନ ପ୍ରକଳ୍ପର
ସମୀକ୍ଷା କରିବା ସହ ଜିଲ୍ଲାରେ ଥିବା ବିଭିନ୍ନ ଚାଷୀ ମାନଙ୍କ ଅଗ୍ରଗତି ନିମନ୍ତେ ନିଆଯାଉଥିବା
ପଦକ୍ଷେପ ବିଷୟରେ ତଥ୍ୟ ନେଇଛନ୍ତି।

ଏହି ଅବସରରେ ସେ କହିଛନ୍ତି, ରାଜ୍ୟର ଚାଷୀ ମାନଙ୍କୁ ଉତ୍ସାହିତ କରିବା ଜରୁରୀ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧିନରେ ନୂତନ ଜ୍ଞାନ କୌଶଳର ପ୍ରୟୋଗ କରି ପାରମ୍ପରିକ ଚାଷ ବ୍ୟତୀତ ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦର ବିକାଶ, ଦୁଗ୍ଧ ଉତ୍ପାଦନ ଓ ପଶୁପାଳନ ଇତ୍ୟାଦି କ୍ଷେତ୍ରରେ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାରେ ଆବଶ୍ୟକତା
ରହିଛି। ଦୁଗ୍ଧ ଯୋଗାଣ କୁ ସୁପରିଚାଳତି କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଭିତ୍ତିଭୂମି ନିର୍ମାଣ କରିବାରେ ସାହାଯ୍ୟ କରିବ।

ଆଗାମୀ ନଭେମ୍ବର ମାସର ପ୍ରଥମ ସପ୍ତାହ ମଧ୍ୟରେ ଦୁଗ୍ଧ ଉତ୍ପାଦନ ପାଇଁ ଭିତ୍ତିଭୂମିର ଶୁଭାରମ୍ଭ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି। ସ୍ବୟଂ ସହାୟକ ଗୋଷ୍ଠୀ କାଫେ ନିର୍ମାଣ କରି ବିତରଣ ଓ ବିକ୍ରୟ ବ୍ୟବସ୍ଥା କରାଯିବ ଫଳରେ ସମାଜର ସବୁ ବର୍ଗଙ୍କ ନିକଟରେ ଉପଯୁକ୍ତ ସହାୟତା ପହଞ୍ଚି ପାରିବ ଓ ସବୁ କ୍ଷେତ୍ରରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଯାଇପାରିବ। ଏଥିପାଇଁ ସମସ୍ତ ଜିଲ୍ଲାର ଅଧିକାରୀଙ୍କୁ ଏକାଠି ହୋଇ କାର‌୍ୟ୍ୟ କରିବାକୁ ହେବ ବୋଲି କହିଛନ୍ତି ଶ୍ରୀ ତ୍ରିପାଠୀ।

ଜିଲ୍ଲାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ କର‌୍ୟ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ ସଭାଗୃହ ନିର୍ମାଣ କାର‌୍ୟ୍ୟର ସମୀକ୍ଷା କରିବା ସହ ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ପାଇଁ ଡାଏଲେସିସ୍ ମେସିନ୍ ଓ ସି ଆର୍ମ ମେସିନ ପାଇଁ ଅର୍ଥ ଅନୁମୋଦନ କରାଯାଇଛି। ଏହାସହ ଜିଲ୍ଲାର ପାଠାଗାରା ପରିସରକୁ ବଢାଇବା ପାଇଁ ୫୦ ଲକ୍ଷ ଟଙ୍କାର ଅତିରିକ୍ତ ରାଶି ପ୍ରଦାନକୁ ଅନୁମୋଦନ କରାଯାଇଛି। ଫଳରେ ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ପାଇଁ ଗୌରବ ଆଣିପାରିବେ।

ଏହାସହ ତରଭା ଷ୍ଟାଡିୟମ କ୍ଷେତ୍ର ପରିଦର୍ଶନରେ ଯାଇ ୧ କୋଟି ଟଙ୍କା ଅନୁଦାନରେ ପ୍ୟାଭିଲିୟନ ନିର୍ମାଣ ପାଇଁ ସହୟତା ରାଶି ପ୍ରଦାନ କରିବା ନେଇ ବିଚାର କରିବେ ବୋଲି ମତ ରଖିଛନ୍ତି ଶ୍ରୀ ତ୍ରିପାଠୀ। ଆଜିର ସମୀକ୍ଷା ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ର, ବୈଷୟିକ ପରାମର୍ଶଦାତା ଓ ବିଶେଷଜ୍ଞ ସଦସ୍ୟ ଏବଂ ଦୁଇ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଥରେ ଭୁବନେଶ୍ବର କ୍ଲବର ସଭାପତି ହେଲେ ଅସିତ ତ୍ରିପାଠୀ

ଭୁବନେଶ୍ବର: ପୁଣିଥରେ ଭୁବନେଶ୍ବର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ। ଗତକାଲି ହୋଇଥିବା ନିର୍ବାଚନରେ ସେ ମୋଟ ୧୧୩୬ ଖଣ୍ଡ ଭୋଟ ମଧ୍ୟରୁ ୯୨୧ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଛନ୍ତି। ଏହି ନିର୍ବାଚନରେ ତାଙ୍କ ସହିତ ପ୍ରତିଦ୍ବନ୍ଦିତା କରୁଥିଲେ ତାପେଶ ରାୟ। ସେ ମାତ୍ର ୨୦୭ ଖଣ୍ଡ ଭୋଟ ହାସଲ କରିଛନ୍ତି।

ଅସିତ ତ୍ରିପାଠୀ ଲଗାତର ୩ୟ ଥର ପାଇଁ କ୍ଲବ ସଭାପତି ହୋଇପାରିଛନ୍ତି। ସେ ୨୦୨୨ରେ ସତ୍ୟ ପ୍ରକାଶ ନନ୍ଦ ଏବଂ ୨୦୨୧ ରେ ପୂର୍ବତମ ମୁଖ୍ୟଶାସନ ସଚିବ ବିଜୟ ତ୍ରିପାଠୀଙ୍କୁ ହରାଇ ନିର୍ବାଚିତ ହୋଇଥିଲେ। ଅସିତ ତ୍ରିପାଠୀ ୨୦୨୦ ଡିସେମ୍ବରରେ ଅବସର ନେବା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅଛନ୍ତି। ଏଥିସହିତ ସେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ମଧ୍ୟ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖାରବେଳ ଭବନ ଠାରେ ସ୍କିଲ୍ଡ ଇନ୍ ଓଡିଶାର ପ୍ରଦର୍ଶନୀ ତଥା ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ

ଭୁବନେଶ୍ବର: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଭୁବନେଶ୍ୱର ଆନୁକୂଲ୍ୟରେ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଖାରବେଳ ଭବନ ପରିସରରେ ଏକ ପ୍ରଦର୍ଶନୀ-ତଥା ‐ ବିକ୍ରୟର ଶୁଭାରମ୍ଭ କରାଯାଇଛି। ସୋମବାର ପୂର୍ବାହ୍ନରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଊଷା ପାଢୀଙ୍କ ଉପସ୍ଥିତିରେ ପ୍ରଦର୍ଶନୀକୁ ଉଦ୍ଘାଟନ କରାଯାଇଥିଲା।

ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ଶ୍ରୀ ତ୍ରିପାଠୀ କହିଲେ ଯେ ଆଟିଆଇ ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ସ୍ୱୀକୃତି ଏବଂ ଆୟ ସୃଷ୍ଟିର ସୁଯୋଗ ପ୍ରଦାନ କରିବା ସହିତ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ବିସ୍ତାର କରିବାକୁ ଯୋଜନା କରାଯାଇଛି। କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ସ୍କିଲ୍-ଇନ୍-ଓଡିଶା ବ୍ରାଣ୍ଡକୁ ଲୋକପ୍ରିୟ କରିବା ଏବଂ ପ୍ରଯୁକ୍ତି ବିଦ୍ୟା ଯୋଗାଇବା। ପ୍ରଦର୍ଶନୀ ପଛରେ ଥିବା ଅନନ୍ୟ ଧାରଣାକୁ ଶ୍ରୀ ତ୍ରିପାଠୀ ପ୍ରଶଂସା କରିବା ସହ “ସ୍କିଲ୍ ଇନ୍ ଓଡିଶା” ନାମରେ ଏହି ସ୍ୱୀକୃତିପ୍ରାପ୍ତ ବ୍ରାଣ୍ଡର ସ୍ଥିତିକୁ ମଜଭୁତ କରିବାକୁ ଆଉଟଲେଟ୍ ଗୁଡିକୁ ବୃଦ୍ଧି କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ସ୍କିଲ୍ଡ-ଇନ୍-ଓଡିଶା ହେଉଛି ଏକ ପରିବର୍ତ୍ତନଶୀଳ ଯାତ୍ରା, ଯାହା ରାଜ୍ୟରେ ଯୁବ ସାମର୍ଥ୍ୟକୁ ବ୍ୟବହାର କରୁଛି।  କୁଶଳୀ-ଓଡିଶା ଯୁବକମାନେ ଆଜି ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଛନ୍ତି, ସିଙ୍ଗାପୁର ଏବଂ ଦୁବାଇରେ ଆନ୍ତର୍ଜାତୀୟ ପ୍ରତିଭା ସହିତ କାର୍ଯ୍ୟ କରୁଛନ୍ତି। ୭ ରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ଓଡିଶାର ଆଇଟିଆଇ ଛାତ୍ରଛାତ୍ରୀମାନେ ସେମାନଙ୍କର ବିଭିନ୍ନ ପ୍ରତିଭା ଏବଂ କାରିଗରୀ ପ୍ରଦର୍ଶନ କରିବେ।

ଏହି ପ୍ରଦର୍ଶନୀର ଥିମ ହେଲା “ବର୍ଜ୍ୟବସ୍ତୁରୁ ସମ୍ପଦ”। ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ବ୍ୟବହାର କରାଯାଇ ସେଥିରୁ ସୁନ୍ଦର ଓ ଆକର୍ଷଣୀୟ ଉତ୍ପାଦ ପ୍ରସ୍ତୁତ କରି କିପରି ଅର୍ଥ ଉପାର୍ଜନ କରା ଯାଇପାରିବ, ତାହା ହିଁ ପ୍ରଦର୍ଶନୀର ମୂଳ ଲକ୍ଷ୍ୟ। କୁଶଳୀ-ଓଡ଼ିଶା କେବଳ ଯୁବକମାନଙ୍କୁ ଦକ୍ଷ ନୁହେଁ ବରଂ ଓଡିଶାରେ ପରିବର୍ତ୍ତନର ମାର୍ଗ ବିସ୍ତାର କରୁଛି ବୋଲି ଶ୍ରୀମତୀ ପାଢୀ କହିବା ସହ ଏଭଳି ପ୍ରଦର୍ଶନୀ ବିଭିନ୍ନ ସ୍ଥାନରେ ଆଗାମୀ ଦିନରେ ଆୟୋଜନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ।

ଆଜିର ଏହି ପ୍ରଦର୍ଶନୀରେ ବର୍ଜ୍ୟବସ୍ତୁ ଯଥା ଗାଡି, ମୋଟର ସାଇକେଲ, ସାଇକେଲ ଆଦିର ଯନ୍ତ୍ରାଂଶ ବଲ, ବିୟରିଙ୍ଗ, ଚେନ କ୍ରାଙ୍କ, ନଟବୋଲ୍ଟ , କମ୍ପ୍ୟୁଟର କି ବୋର୍ଡ ଆଦି ବ୍ୟବହାର କରାଯାଇ ଗାନ୍ଧଜୀ, ସୁଭାଷ ଚନ୍ଦ୍ର ବୋଷଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି, ଘୋଡା, ପେଙ୍ଗୁଇନ ଓ ମାଛ ଆଦି ପ୍ରଦର୍ଶିତ କରା ଯାଇଛି। ସୁନ୍ଦର,ନିକ୍ଷୁଣ ଓ ଆକର୍ଷଣୀୟ କାଠ ଓ ହସ୍ତତନ୍ତ ଉତ୍ପାଦ, ଘର ସାଜସଜ୍ଜା, ଅଫିସ୍ ଷ୍ଟେସନାରୀ, ଚିତ୍ରକଳା ଏବଂ ବେକେରି ଭଳି ବିଭିନ୍ନ ସାମଗ୍ରୀ ତିଆରି କରି ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏହି ପ୍ରଦର୍ଶନୀ ୫ ଦିନ ଧରି ଚାଲିବ।

ଏହି ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବୈଷୟୀକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ରେଘୁ ଜି ଙ୍କ ସମେତ ବିଭିନ୍ନ ଆଇଟିଆଇ କଲେଜର ଅଧ୍ୟକ୍ଷ୍, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଶେଷ ହେଲା ଦୁଇଦିନିଆ ଦେବଗଡ଼ ଗସ୍ତ 

ଭୁବନେଶ୍ୱର: ଦେବଗଡ଼ ଜ଼ିଲ୍ଲା ଗସ୍ତର ଦ୍ଵିତୀୟ ଦିବସରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଆଜି ସକାଳୁ ବାରକୋଟ ବ୍ଲକ ଅନ୍ତର୍ଗତ ବଲମ୍ ଗ୍ରାମରେ ସ୍ଥାପିତ ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ୫-ଟି ଗ୍ରାମ ପଂଚାୟତର ୧୮୫ ଜଣ ଦୁଗ୍ଧ ଚାଷୀଙ୍କୁ ନେଇ ୭ଟି ବହୁବିଧ ଉପଯୋଗୀ ସମବାୟ ସମିତି ଖୋଲାଯାଇଛି ଓ ପ୍ରାୟ ୬୧୦ ଲିଟର ଦୁଗ୍ଧ ସଂଗ୍ରହ କରାଯାଉଛି।

ଏହି ଦୁଗ୍ଧ ସଂଗ୍ରହ ହାରାହାରି ପ୍ରତି ଚାଷୀ ପିଛା ୩୫ ଲିଟର ହୋଇ ପାରୁଛି ଯାହା ସେମାନଙ୍କ ସ୍ୱାବଲମ୍ବନଶୀଳତା ବଢ଼ାଇଛି ପରେପରେ ଡବ୍ଲ୍ୟୁଓଡିସି ପାଣ୍ଠିରୁ ୪ ଲକ୍ଷ ୪୬ ହଜାର ଟଙ୍କା ବ୍ୟୟରେ ବାରକୋଟ ବ୍ଲକର ଦଣ୍ଡସିଂହା ଗ୍ରାମ ପଂଚାୟତ ଅନ୍ତର୍ଗତ ରେଙ୍ଗାଳବାହାଲ ମଝି ସାହିରେ ନୂତନ ଭାବେ ଶେଷ ହୋଇଥିବା ମୁଖ୍ୟମନ୍ତ୍ରୀ ସଭା ଗୃହକୁ ପରିଦର୍ଶନ କରିଥିଲେ। ଅତ୍ୟନ୍ତ ମନୋରମ ପ୍ରାକୃତିକ ପରିବେଶରେ ନିର୍ମିତ ଏହି ସୁଦୃଶ୍ୟ ମୁଖ୍ୟମନ୍ତ୍ରୀ ସଭା ଗୃହକୁ ଦେଖି ଶ୍ରୀ ତ୍ରିପାଠୀ ଅଭିଭୂତ ହେବା ସହ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଭାର ନେଇଥିବା ଗ୍ରାମ କମିଟିର ଉଦ୍ୟମକୁ ପ୍ରଶଂସା କରିଥିଲେ।

ଗ୍ରାମ କମିଟିର ସଦସ୍ୟ ମାନେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସହାୟତାରେ ନିର୍ମିତ ଏହି ମୁଖ୍ୟମନ୍ତ୍ରୀ ସଭାଗୃହ ନିର୍ମାଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ସଭାଗୃହ ସମୀପରେ ଥିବା ଖେଳ ପଡ଼ିଆକୁ ବିକଶିତ କରିବା ସହ ସମ୍ପ୍ରତି ବର୍ଷାଋତୁ ସମୟରେ ଏହାର ଚତୁଃପାର୍ଶ୍ଵରେ ବୃକ୍ଷରୋପଣ କରି ସବୁଜ ବାଡ଼ ବା ଗ୍ରୀନ୍ ଫେନସିଂ ପାଇଁ ଅଧ୍ୟକ୍ଷଙ୍କୁ ଗ୍ରାମ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା। ମାନ୍ୟବର ଅଧ୍ୟକ୍ଷ ଜିଲ୍ଲାପାଳଙ୍କୁ ବିସ୍ତୃତ ପ୍ରକଳ୍ପ ବିବରଣୀ ସହ ପ୍ରକଳ୍ପ ରୂପରେଖ ପ୍ରସ୍ତୁତି ନିମନ୍ତେ ପରାମର୍ଶ ଦେଇଥିଲେ।

ଶ୍ରୀ ତ୍ରିପାଠୀ ବାରକୋଟ ବ୍ଲକ ଅନ୍ତର୍ଗତ ଡଂରା ଗ୍ରାମ ପଂଚାୟତର ବଳିତା ଗ୍ରାମରେ ମିଶନ ଶକ୍ତି ଗୋଷ୍ଠୀ ଦ୍ଵାରା ସଂଚାଳିତ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଥିଲେ। ମିଶନ ଶକ୍ତି ଗୋଷ୍ଠୀ ସଭାନେତ୍ରୀ ଅନିତା ମୁଣ୍ଡା ଏବଂ ଅନ୍ୟ ୧୩ ଜଣ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ, ଯେଉଁମାନେ ଅନୁଦାନ ସ୍ୱରୂପ ୧୦ ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି। ସେମାନେ ୨ ଲକ୍ଷ ୪୦ ହଜାର ଟଙ୍କାର ମସରୁମ ସ୍ପନ୍ ବା ଛତୁ ମଞ୍ଜି ବିକ୍ରି କରି ମାସିକ ୪୦ ହଜାର ଟଙ୍କା ଲାଭ ପାଉଛନ୍ତି। ମାନ୍ୟବର ଅଧ୍ୟକ୍ଷ ସେମାନଙ୍କ ଆତ୍ମବିଶ୍ୱାସ ଏବଂ ବୈଷୟିକ ଦକ୍ଷତାକୁ ଦେଖି ବେଶ ପ୍ରଭାବିତ ହୋଇଥିଲେ ଏବଂ ସେମାନେ ଏସଏଚଜିରୁ ଏସଏମଇ ବା ମିଶନ ଶକ୍ତି ଗୋଷ୍ଠୀରୁ କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗକୁ ଉନ୍ନୀତ ହେବା ଏକ ସକାରାତ୍ମକ ସଙ୍କେତ ବହନ କରୁଛି ବୋଲି ମତ ଦେଇଥିଲେ।

ଶ୍ରୀ ତ୍ରିପାଠୀ ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ବିଶେଷଜ୍ଞ ସଦସ୍ୟ ଭୁପେନ୍ଦ୍ର ପ୍ରସାଦ ନାୟକ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ଏହି ଅଞ୍ଚଳକୁ ବୋଟିଂ ସୁବିଧା ସହ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବା ପାଇଁ ଅନୁରୋଧ କରିଥିଲେ।

ଜଳସମ୍ପଦ ବିଭାଗରୁ ଉପୟୁକ୍ତ ଅନୁମତି ମିଳିବା ପରେ ରକ୍ଷଣାବେକ୍ଷଣ ଓ ସ୍ଥାୟୀତ୍ୱ ପାଇଁ ଏକ ପେସାଦାର ସଂସ୍ଥାକୁ ଦାୟିତ୍ୱ ଦେବା ସହ ଏକ ଡିପିଆର୍ ପ୍ରସ୍ତୁତ କରି ଅନୁଧ୍ୟାନ କରିବାକୁ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।। ପରେପରେ ସେ ତିଳେଇବଣି ବ୍ଲକର ଦେଓଝରଣ ଜଳପ୍ରପାତ ପରିଦର୍ଶନ କରିଥିଲେ। ବିଶେଷଜ୍ଞ ସଦସ୍ୟ ଶ୍ରୀ ଭୁପେନ୍ଦ୍ର ପ୍ରସାଦ ନାୟକ ମଧ୍ୟ ଉକ୍ତ ସ୍ଥାନରେ ଉପସ୍ଥିତ ରହି ଏହି ଅଞ୍ଚଳକୁ କୁଟୀର ସୁବିଧା ଇତ୍ୟାଦି ସହ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବା ପାଇଁ ଅନୁରୋଧ କରିଥିଲେ। ୟୁଜର ଫି ଆଦାୟ ସହିତ ଉପଯୁକ୍ତ ସଫେଇ ଓ ରକ୍ଷଣାବେକ୍ଷଣ ପାଇଁ ଏକ ଡିପିଆର୍ ପ୍ରସ୍ତୁତ କରି ଗ୍ରାମ କମିଟିକୁ ଦାୟିତ୍ୱ ଦେବା ଏବଂ ଜଳପ୍ରପାତଗୁଡିକର ଡ୍ରୋନ୍ ସର୍ଭେ କରାଯିବା ସହ ଦର୍ଶକମାନଙ୍କ ପାଇଁ କୂଳରେ ପରିଭ୍ରମଣ ସମ୍ଭାବନାର ମୂଲ୍ୟାଙ୍କନ କରିବ।ପାଇଁ ଅନୁଧ୍ୟାନ କରିବାକୁ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।

ସେ ମଧ୍ୟ ବାରକୋଟ ବ୍ଲକ ଅନ୍ତର୍ଗତ ଡଂରା ଗ୍ରାମ ପଂଚାୟତର ବଳିତା ଗ୍ରାମରେ ଆକ୍ବରିଅମ୍ ପାଇଁ ରଙ୍ଗବେରଙ୍ଗ ମାଛ ଚାଷ କରୁଥିବା ଉଦ୍ୟୋଗୀ ପଞ୍ଚାନନ ସାହୁଙ୍କୁ ଭେଟିଥିଲେ। ଶ୍ରୀ ସାହୁ ପି ଏମ୍ ଏମ୍ ଏସ ୱାଇ ତଥା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ମିଳୁଥିବା ସହାୟତାରେ ସ୍ୱାବଲମ୍ବୀ ହୋଇପାରିଛନ୍ତି ବୋଲି କହିଥିଲେ। ଅସିତ ତ୍ରିପାଠୀ ବାରକୋଟ ବ୍ଲକ ଅନ୍ତର୍ଗତ କାଉଁସିବାହାଲ ଗ୍ରାମ ପଂଚାୟତର ଭଟସିଂ ଗ୍ରାମରେ ସୁରକ୍ଷିତ ପଲି ହାଉସ ରେ ଫୁଲଚାଷ ପରିଦର୍ଶନ କରିଥିଲେ। ୧୨ ଏକର ଜମିରେ ଜର୍ଜେରା ଫୁଲ ଚାଷ କରିଥିବା ସଫଳ କୃଷି ଉଦ୍ୟୋଗୀ ରାଜକିଶୋର ପ୍ରଧାନଙ୍କୁ ଭେଟି ତାଙ୍କ ସହ କଥା ହୋଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ପଲି ହାଉସ ଓଡ଼ିଶାର ବୃହତ୍ତମ ଏବଂ ଏଠାରୁ ଫୁଲ ରାଞ୍ଚି ତଥା କୋଲକାତା କୁ ନିୟମିତ ପଠାଯାଉଛି। ୨.୫୦ କୋଟି ଟଙ୍କା ପ୍ରାରମ୍ଭିକ ପୁଞ୍ଜିନିବେଶ କରିଥିବା ଶ୍ରୀ ପ୍ରଧାନ ବର୍ତ୍ତମାନ ଫୁଲଚାଷରୁ ବାର୍ଷିକ ୩୦ ଲକ୍ଷ ଟଙ୍କା ପାଇ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। ଏଥି ସହିତ ଶ୍ରୀ ତ୍ରିପାଠୀ ବାରକୋଟ ବ୍ଲକ ଅନ୍ତର୍ଗତ କାଳିଆପାଳ ଗ୍ରାମ ପଂଚାୟତର ଜାଲିସୁଆଁ ଗ୍ରାମ ପରିଦର୍ଶନ କରି ମା ଲକ୍ଷ୍ମୀ ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟଙ୍କ ସହ କଥା ହୋଇଥିଲେ। ଆଦିମ ତଥା ନିର୍ଦ୍ଧିଷ୍ଟ ରୂପେ ଅସୁରକ୍ଷିତ ଜନଜାତି ବର୍ଗର ଏହି ମହିଳା ମାନେ ୧୬.୫୦ ଲକ୍ଷ ଟଙ୍କା ବ୍ୟୟରେ ଏକ ସୌର ଚାଳିତ ଫଳ ଓ ପନିପରିବା ସଂରକ୍ଷିତ ରଖିବା ଶୀତଳୀକରଣ ଗୃହ ସ୍ଥାପନ କରିଛନ୍ତି। ଏଥି ମଧ୍ୟରୁ ୬ ଲକ୍ଷ ଟଙ୍କା କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରୁ ଓ ୧୦.୫୦ ଲକ୍ଷ ଟଙ୍କା ସମନ୍ବିତ ଉଦ୍ୟାନ କୃଷି ଉନ୍ନୟନ ଅଭିଯାନ ରୁ ମିଳିଛି।

ପରିଦର୍ଶନ ସମୟରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସି ଇ ଓ ଡଃ ଅଜିତ କୁମାର ମିଶ୍ର, ବୈଷୟିକ ପରାମର୍ଶଦାତା ସୁନୀଲ ନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ: ବିଭିନ୍ନ ପ୍ରକଳ୍ପର ତଦାରଖ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଥୁଆମୂଳ ରାମପୁର, ମୁଖିଗୁଡା, ଧର୍ମଗଡ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ତଦାରଖ କରିଛନ୍ତି। ଗ କାଲି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାରେ ବିଶେଷତଃ ଶିଳ୍ପ, କୃଷି ଭିତ୍ତିକ ଶିଳ୍ପର ସ୍ଥାପନ ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଊପରେ କିଭଳି ଆଖି ଦୃଶିଆ ଅଗ୍ରସର ହୋଇପାରିବ ତା’ଉପରେ କୃଷି, ପଶୁ ସମ୍ପଦ, ଉଦ୍ୟାନ, ମତ୍ସ୍ୟ, ଶିଳ୍ପ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଡଃ ଅଜିତ ମିଶ୍ର, ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ, ଡବ୍ଲୁ ଓ ଡି ସି ଟେକନିକାଲ ପରାମର୍ଶଦାତା ସୁନୀଲ ନାୟକ, ଡି ଡି ପ୍ଲାନିଙ୍ଗ ଶ୍ରୀକାନ୍ତ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଭବାନୀପାଟଣା ସହରର ମତ୍ସ୍ୟ କାର୍ଯ୍ୟ।ଳୟ ଓ ବିମଳା କନଭେଣ୍ଟ ନିକଟସ୍ଥ ପୋଖରୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ଜାଖମ ଇକୋ ଟୁରିଷ୍ଟ କଂପ୍ଲେକ୍ସ, କାନିଗୁମା କଫି ପ୍ଳାଣ୍ଟେସନ, ଥୁଆମୂଳ ରାମପୁରର କଫି ନର୍ସରୀ ପରିଦର୍ଶନ ସହ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ପରାମର୍ଶ ଦେଇଥିଲେ।

ଥୁଆମୂଲ୍ ରାମପୁର ସ୍ଥିତ ମା ମାଣିକେଶ୍ବରୀ ମନ୍ଦିର କାର୍ଯ୍ୟ ଅଗ୍ରଗତି, ବିକାଶ ଓ ଏହାର ଅଧିକ ପରିସୀମା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ସଂପୃକ୍ତ ଅଧିକାରିଙ୍କୁ କହିଥିଲେ। ଥୂଆମୁଲ ରାମପୁର ର ପର୍ଯ୍ୟଟନ ଆକର୍ଷଣ “ହେଲୋ ପଏଣ୍ଟ” ସହ ଇନ୍ଦ୍ରାବତୀ ଜଳଭଣ୍ଡାର ପରିଦର୍ଶନ କରିଥିଲେ। ସେଭଳି ଧର୍ମଗଡ ସ୍ଥିତ ଟାଉନ ହଲ ର ପୁନରୁଦ୍ଧାର କାର୍ଯ୍ୟ , ସିଆଲିକାନୀ କଟା ବନ୍ଧ ପରିଦର୍ଶନ ସହ ଧର୍ମଗଡ ଆହାର ରୋଷେଇ କେନ୍ଦ୍ର ଉଦ୍ଘାଟନ କରିଥିଲେ।

ଧର୍ମଗଡ ଗସ୍ତ ସମୟରେ ଧର୍ମଗଡ ବିଧାୟକ ମୌଶଧି ବାଗ ଉପସ୍ଥିତ ଥିଲେ। ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବାଗଡିସାର ପୋଲ କାର୍ଯ୍ୟ ଅଗ୍ରଗତି ପରିଦର୍ଶନ କରିଥିଲେ। ଏହି ସମୟରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଓ ବ୍ଲକ ଅଧିକାରୀ ଉପସ୍ଥିତ ଥିଲେ।

ଶେଷରେ ଭବାନୀପାଟଣା ସହର ନିକଟସ୍ଥ ଭଟାଙ୍ଗପଦର ଇକୋ ଟୁରିଜମ ପରିଦର୍ଶନ କରିଥିଲେ। ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ, ସି ଡି ଓ ଜିଲ୍ଲା ପରିଷଦ ସଚିନ ପାୱାର ଓ ଅନ୍ୟାନ୍ୟ କ୍ଷେତ୍ର ଅଧିକାରୀ, ବିଡିଓ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ: ବିଭିନ୍ନ କାର୍ଯ୍ୟକ୍ରମରେ ଦେଲେ ଯୋଗ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ପାଇକପଡା ଠାରେ ଏକ ଅସମ୍ପୂର୍ଣ୍ଣ ଥିବା କଲ୍ୟାଣ ମଣ୍ଡପକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅନୁଦାନ କ୍ରମେ ସମ୍ପୁର୍ଣ୍ଣ କରାଯାଇଛି। ଏହି କଲ୍ୟାଣ ମଣ୍ଡପକୁ ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଉଦଘାଟନ କରିଛନ୍ତି।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ରୁ ୪୦ଲକ୍ଷ ଏବଂ ଅନ୍ୟାନ୍ୟ ପାଣ୍ଠିରୂ ୧୧ ଲକ୍ଷ ଅନୁଦାନରେ ନିର୍ମିତ ଏହି କଲ୍ୟାଣ ମଣ୍ଡପ ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା ବିଧାୟକ ଭୁପିନ୍ଦର ସିଂହ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ଅଜିତ ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡି, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ସଚିନ ପାଓ୍ବାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବୈଷୟିକ ପରାମର୍ଶଦାତା ସୁନୀଲ ନାଏକ, ଉପ ନିର୍ଦେଶକ ଶ୍ରୀକାନ୍ତ ଦଳେଇ, ମରାମପୁର ବ୍ଳକ ଅଧ୍ୟକ୍ଷା ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ଅସମ୍ପୂର୍ଣ୍ଣ ଥିବା କଲ୍ୟାଣ ମଣ୍ଡପ ଓ କମ୍ୟୁନିଟି ହଲଗୁଡିକୁ ୨୦୨୩ ସୁଦ୍ଧା ସମ୍ପୁର୍ଣ୍ଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ। ତାପରେ କର୍ଲାମୁଣ୍ଡା ବ୍ଳକ ରିଷିଡାର ବାପୁଜୀ ହାଇସ୍କୁଲ୍ ମିନି ଷ୍ଟାଡିୟମକୁ ପରିଦର୍ଶନ କରିଥିଲେ। ଏହି ସମୟରେ ସ୍କୁଲ କମିଟି ଓ ଗ୍ରାମବାସୀ ଖେଳ ପଡିଆର ଉନ୍ନତି କରଣ ପାଇଁ ଅନୁରୋଧ କରିଥିଲେ। ସେହିପରି କେସିଙ୍ଗା ବ୍ଲକର ବେଲଖଣ୍ଡି ଶିବ ମନ୍ଦିର ପରିଦର୍ଶନ କରିଥିଲେ। ଗସ୍ତ ସମୟରେ ମଦନପୁର ରାମପୁର ବ୍ଳକର ଯୁବ ଉଦ୍ୟୋଗୀ ବିଭୁପ୍ରସାଦ ସାହୁଙ୍କ ଦ୍ଵାରା ଆରମ୍ଭ ହୋଇଥିବା ‘ହରପ୍ରିୟା ରିଫ୍ରାକ୍ଟୋରିଜ ପ୍ରାଇଭେଟ୍ ଲିମିଟେଡ’ କୁ ପରିଦର୍ଶନ କରିଥିଲେ।

ଶ୍ରୀଯୁକ୍ତ ତ୍ରିପାଠୀ କଳାହାଣ୍ଡି ଗସ୍ତ ସମୟରେ ମଦନପୁର ରାମପୁରର ହରି ସାଗର ଏବଂ ନର୍ଲା ବ୍ଳକ ଅନ୍ତର୍ଗତ ରାଣୀ ବନ୍ଧ ପରିଦର୍ଶନ କରିଥିଲେ। ଦୁଇଟି ବୃହତ ଜଳାଶୟର ଉନ୍ନତିକରଣ ଓ ପୁନରୁଦ୍ଧାର ପାଇଁ ସ୍ଥାନୀୟ ବିଧାୟକ, ସରପଞ୍ଚ ଏବଂ ଗ୍ରାମବାସୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ। ଅସିତ ତ୍ରିପାଠୀଙ୍କ କଳାହାଣ୍ଡି ଗସ୍ତ ସମୟରେ ଲାଞ୍ଜିଗଡ଼ ବ୍ଳକ ବିଶ୍ଵନାଥପୁର ଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୩୯ ଲକ୍ଷ ଟଙ୍କାରେ ନିର୍ମାଣଧୀନ କଲ୍ୟାଣ ମଣ୍ଡପ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଶ୍ରୀଯୁକ୍ତ ତ୍ରିପାଠୀ ଲାଞ୍ଜିଗଡ଼ ବ୍ଳକ ଅନ୍ତର୍ଗତ ବିଶ୍ଵନାଥପୁର ଠାରେ ବେଦାନ୍ତ ଲିମିଟେଡ ଲାଞ୍ଜିଗଡ଼ ପକ୍ଷରୁ ଆୟୋଜିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କନଭେନସନକୁ ଉଦଘାଟନ କରିବା ସହିତ ବେଦାନ୍ତ ଦ୍ବାରା ଗଠିତ ଶକ୍ତିମୟୀ ଫେଡେରେସନର ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନେ ତିଆରି କରିଥିବା ବାଉଁଶ ଶିଳ୍ପ, ସଉରା କଳା, ଜନଜାତି ଖାଦ୍ୟ, ହଳଦୀ ଓ ଲଙ୍କା ଗୁଣ୍ଡ ଇତ୍ୟାଦିକୁ ପର୍ଯ୍ୟବେକ୍ଷଣ କରିଥିଲେ।

ଏହା ସହିତ ବୈଠକରେ ଶ୍ରୀ ତ୍ରିପାଠୀ କରିଥିଲେ ଯେ, ଶିଳ୍ପର ବିକାଶ ହେଲେ ସେହି ଅଞ୍ଚଳର ବିକାଶ ହୁଏ। ବେଦାନ୍ତ ଏକ ଅଗ୍ରଣୀ ଶିଳ୍ପ ପ୍ରତିଷ୍ଠାନ ଭାବରେ ଅଞ୍ଚଳ ଓ ଲୋକଙ୍କ ବିକାଶ ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ପ୍ରତିଷ୍ଠା କରିବାସହ ଲୋକମାନଙ୍କ ଜୀବନ ଜୀବିକା ସହ ସର୍ବାଙ୍ଗୀନ ଉନ୍ନତି କିଭଳି ହୋଇପାରିବ ସେଥିପାଇଁ ସବୁବେଳେ ପ୍ରୟାସ କରୁଛନ୍ତି ବୋଲି ମତ ବ୍ୟକ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ ବିଭିନ୍ନ ନିର୍ମାଣାଧିନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ କଳାହାଣ୍ଡି ଗସ୍ତରେ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟସ୍ଥଳୀଗୁଡ଼ିକୁ ପରିଦର୍ଶନ କରିଛନ୍ତି। ଏହି କ୍ରମରେ ସେ ପ୍ରଥମେ ମଦନପୁର-ରାମପୁର ପାଇକପଡ଼ାଠାରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଏକ କଲ୍ୟାଣ ମଣ୍ଡପକୁ ଉଦ୍‌ଘାଟନ କରିଛନ୍ତି। ଦୀର୍ଘଦିନ ଧରି ଅର୍ଦ୍ଧନିର୍ମିତ ଭାବେ ପଡ଼ି ରହିଥିବା ଏହି କଲ୍ୟାଣ ମଣ୍ଡପକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୪୦ ଲକ୍ଷ ଓ ଅନ୍ୟାନ୍ୟ ପାଣ୍ଠିରୁ ୧୧ ଲକ୍ଷ ଅନୁଦାନ ଯୋଗାଇ ଦିଆଯାଇ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରାଯାଇଛି। ପରେ ଶ୍ରୀ ତ୍ରିପାଠୀ କର୍ଲାମୁଣ୍ଡା ବ୍ଲକ୍‌ସ୍ଥିତ ରିଷିଡ଼ା ବାପୁଜୀ ହାଇସ୍କୁଲର ମିନି ଷ୍ଟାଡିୟମ୍‌ ପରିଦର୍ଶନ କରିଛନ୍ତି। ତାଙ୍କ ପରିଦର୍ଶନ ସମୟରେ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀମାନେ ଏହି ଖେଳପଡ଼ିଆର ଉନ୍ନତିକରଣ ନିମନ୍ତେ ପରିଷଦ ତରଫରୁ ପଦକ୍ଷେପ ନେବାକୁ ଅନୁରୋଧ ଜଣାଇଥିଲେ। ମିନିଷ୍ଟାଡିୟମ୍‌ ନିକଟରେ ଥିବା ଏକ ପରିତ୍ୟକ୍ତ ପୋଖରୀର ପୁନରୁଦ୍ଧାର ଏବଂ ଖେଳପଡ଼ିଆର ଉନ୍ନତି ନିମନ୍ତେ ଆବଶ୍ୟକ ଡିପିଆର୍‌ ପ୍ରସ୍ତୁତ କରି ପରିଷଦ କାର୍ଯ୍ୟାଳୟକୁ ପ୍ରେରଣ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ।

ଏହି ଗସ୍ତକାଳରେ ଶ୍ରୀ ତ୍ରିପାଠୀ କେସିଙ୍ଗା ଅନ୍ତର୍ଗତ ବେଲଖଣ୍ଡିର ପ୍ରାଚୀନ ଶୈବପୀଠ ପରିଦର୍ଶନ କରିଥିଲେ। ରତେଇ ଏବଂ ତେଲନଦୀର ସଂଗମ ସ୍ଥଳରେ ଅବସ୍ଥିତ ଏହି ମନ୍ଦିର ଅଷ୍ଟାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ବିଶ୍ୱାସ କରାଯାଏ। ଏହି ଶୈବପୀଠକୁ ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରାଯାଇପାରିବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ବିଗତ ବର୍ଷଗୁଡ଼ିକରେ ନିର୍ମାଣାଧିନ ବିଶ୍ରାମସ୍ଥଳୀଗୁଡ଼ିକୁ ସଂପୂର୍ଣ୍ଣ କରିବା ପାଇଁ ପରିଷଦ ତରଫରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି ବୋଲି କହିବା ସହ ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ବଲାଙ୍ଗିର ଜିଲ୍ଲାର ଗୁଡ଼ଭେଲା ବ୍ଲକ୍‌କୁ ସଂଯୋଗ କରୁଥିବା ତେଲନଦୀ ଉପରେ ନିର୍ମାଣାଧିନ ପୋଲକୁ ତୁରନ୍ତ ସଂପୂର୍ଣ୍ଣ କରିବା ଏବଂ ଆନିକଟ କରାଯାଇ ନଦୀଗର୍ଭରେ ଜଳଭଣ୍ଡାର ସୃଷ୍ଟି କରିବା ନିମନ୍ତେ ଡିପିଆର୍‌ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ।

ଶ୍ରୀ ତ୍ରିପାଠୀ ଏହି ଗସ୍ତ ସମୟରେ ମଦନପୁର ରାମପୁର ବ୍ଲକର ଯୁବ ଉଦ୍ୟୋଗୀ ବିଭୁପ୍ରସାଦ ସାହୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ହରପି୍ରୟା ରିଫ୍ରାକେଫାରିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ପରିଦର୍ଶନ କରିଥିଲେ। ଏଠାରେ ରାଇସ୍‌ ହକ୍ସ ପାଉଁଶରୁ ଥର୍ମାଲ ଇନ୍‌ସୁଲିନ୍‌ ତିଆରି କରାଯାଇ ଜେଏସ୍‌ଡବ୍ଲୁ୍ୟ କର୍ଣ୍ଣାଟକ, ମହାରାଷ୍ଟ୍ର, ଝାରସୁଗୁଡ଼ା ଆର୍‌ଆଇଏନ୍‌ଏଲ୍‌ ବିଶାଖାପାଟଣା, ପ୍ରଭୃତି ସ୍ଥାନକୁ ପଠାଯାଉଛି। ଏପରିକି ଏହି ଉତ୍ପାଦକୁ ଭାରତ ବାହାରେ ତାଇୱାନ୍‌, ଇଜିପଫ, ବାହାରିନ୍‌ ଏବଂ ସାଉଦି ଆରବ ଭଳି ଦେଶକୁ ରପ୍ତାନୀ କରାଯାଉଛି।

ଶ୍ରୀ ସାହୁ ୨ କୋଟି ଟଙ୍କା ମୂଳଧନ ଖଟାଇ ଆରମ୍ଭ କରିଥିବା ଏହି ଉଦ୍ୟୋଗକୁ ଇତି ମଧ୍ୟରେ ଷ୍ଟାଟ୍‌ର୍ଅପ୍‌ ଓଡ଼ିଶା ତରଫରୁ ପ୍ରୋତ୍ସାହନମୂଳକ ରାଶି ପ୍ରଦାନ କରାଯାଇଛି। ଶ୍ରୀ ତ୍ରିପାଠୀ ତାଙ୍କର ଏହି ଗସ୍ତବେଳେ ମଦନପୁର ରାମପୁରର ହରିସାଗର ଓ ନର୍ଲା ବ୍ଲକ୍‌ରେ ରାଣୀବନ୍ଧ ପରିଦର୍ଶନ କରିଥିଲେ। ଏହି ଦୁଇଟି ବୃହତ୍‌ ଜଳାଶୟର ଉନ୍ନତିକରଣ ଓ ପୁନରୁଦ୍ଧାର ନିମନ୍ତେ ଆବଶ୍ୟକ ପାଣ୍ଠି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ କରିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଥିଲେ। ଶ୍ରୀ ତ୍ରିପାଠୀ ଏ ଦିଗରେ ନିଶ୍ଚିତ ଭାବେ ଦୃଷ୍ଟିଦେବେ ଏବଂ ଏହାକୁ ଏକ ଆକର୍ଷଣୀୟ ଜଳାଶୟ ଓ ପାର୍କ ଭାବେ ବିକଶିତ କରିବାକୁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ସେ ପରିଷଦ ଅନୁଦାନରେ ନର୍ଲା ହାଇସ୍କୁଲ ପଡ଼ିଆରେ ନିର୍ମାଣାଧିନ ମିନିଷ୍ଟାଡିୟମ୍‌କୁ ପରିଦର୍ଶନ କରି ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପରେ ଶ୍ରୀ ତ୍ରିପାଠୀ ଲାଞ୍ଜିଗଡ଼ ବ୍ଲକ୍‌ ଗସ୍ତ କରି ବିଶ୍ୱନାଥପୁରଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କନ୍‌ଭେନ୍‌ସନ୍‌କୁ ଉଦ୍‌ଘାଟନ କରିଥିଲେ। ସେ ସେଠାରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ତିଆରି କରିଥିବା ବାଉଁଶ ଶିଳ୍ପ, ସଉରାକଳା, ଜନଜାତି ଖାଦ୍ୟ, ହଳଦୀ ଓ ଲଙ୍କାଗୁଣ୍ଡ, ଛତୁଚାଷ ଇତ୍ୟାଦି ନିରୀକ୍ଷଣ କରିଥିଲେ।

ଏହି ଅବସରରେ ମହିଳାମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ତି୍ରପାଠୀ କହିଥିଲେ ଯେ ଶିଳ୍ପର ବିକାଶ ହେଲେ ଅଞ୍ଚଳର ବିକାଶ ସମ୍ଭବ ହୋଇଥାଏ। ବେଦାନ୍ତ ଏକ ଅଗ୍ରଣୀ ଶିଳ୍ପ ପ୍ରତିଷ୍ଠାନ ଭାବେ ଏହି ଅଞ୍ଚଳର ଓ ଲୋକଙ୍କ ବିକାଶ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ସର୍ବଦା ଶିଳ୍ପର ବିକାଶ ଓ ଲୋକଙ୍କ ଜୀବନଜୀବିକା ସହ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା ପ୍ରୟାସ କରୁଥିବା ଦର୍ଶାଇ ରାଜ୍ୟରେ ୭ ହଜାର ଏସ୍‌ଏଚ୍‌ଜି ଜରିଆରେ ୭୦ ଲକ୍ଷ ମହିଳା ଆଜି ସ୍ୱାବଲମ୍ବୀ ହୋଇପାରିଥିବା କହିଥିଲେ। ସେ ଶକ୍ତିମୟୀ ଫେଡେରେସନ୍‌ରେ ପ୍ରାୟ ୨ ହଜାର ମହିଳା ଗୋଷ୍ଠୀଙ୍କୁ ଜଡ଼ିତ କରି ସେମାନଙ୍କ ଆର୍ଥିକ ସ୍ୱଚ୍ଛଳତା ଆଣିବା ଦିଗରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ତ୍ରିପାଠୀ ଏହି ଅବସରରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ୩୫ ଜଣ ଲୋକଙ୍କୁ ନେଇ ଯିବାକୁ ଥିବା ଏକ ବସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏସବୁ କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦର ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ପି. ଅନେ୍ୱଷା ରେଡି, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ସଚିନ ପାୱାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର, ବେଦାନ୍ତ ସିଇଓ ଜି. ଜି. ପାଲ, ବେଦାନ୍ତ ଅଧିକାରୀ ବିଭୁ ପ୍ରସାଦ ପଣ୍ଡା, ଲାଞ୍ଜିଗଡ଼ ବ୍ଲକ୍‌ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଏହି ବିଷୟରେ ହେଲା ସମୀକ୍ଷା

ଭୁବନେଶ୍ୱର: ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ୫୯ତମ ବୈଠକ ଅନୁଷ୍ଠିତ ଆଜି ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଯାଇଛି। ଆଲୋଚନା ପାଇଁ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକ ଆରମ୍ଭ ହେବା ପୂର୍ବରୁ ଉପସ୍ଥିତ ସମସ୍ତ ସଦସ୍ୟମାନେ ସ୍ଵର୍ଗତ କିଶୋର କୁମାର ମହାନ୍ତିଙ୍କ ଦୁଖଦ ତଥା ଅକାଳ ବିୟୋଗରେ ସମବେଦନା ଜଣାଇଥିଲେ।

ଉପସ୍ଥିତ ଥିବା ସାଂସଦ, ବିଧାୟକ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ସଭ୍ୟ ଏବଂ ଉଭୟ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳର ଆରଡିସି ପଶ୍ଚିମ ଓଡ଼ିଶାର ୧୧ ଗୋଟି ଜିଲ୍ଲାରେ ନିଆଯାଇଥିବା ପ୍ରକଳ୍ପର ସମୀକ୍ଷା କରିଥିଲେ। ପରିଷଦ ଏହାର କାର‌୍ୟ୍ୟ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରୁଥିବାରୁ ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟମାନେ ପ୍ରଶଂସା କରିଥିଲେ।

ପରିଷଦ ପ୍ରକଳ୍ପ କାର‌୍ୟ୍ୟକାରିତା ପାଇଁ ପ୍ରସ୍ତୁତ ମାର୍ଗଦର୍ଶିକା ଏବଂ ପ୍ରତିସ୍ଥାପନ ପ୍ରସ୍ତାବ ପାଇଁ ପ୍ରସ୍ତୁତ ଏସ୍ଓପିକୁ ପ୍ରଶଂସା କରିଛନ୍ତି , ଯାହାଫଳରେ କାର‌୍ୟ୍ୟନିର୍ବାହୀ ସଂସ୍ଥାଗୁଡ଼ିକ ଦ୍ୱାରା ସମାନ ଢଙ୍ଗରେ କାର‌୍ୟ୍ୟର କାର‌୍ୟ୍ୟକାରିତାରେ ଏକ ପରିବର୍ତ୍ତନ ଆସିଅଛି ଜ୍ଝ ପ୍ରଶାସନିକ ଅନୁମୋଦନ, ଆର୍ଥିକ ମଞ୍ଜୁରୀ ଏବଂ ସମୟାନୁସାରେ ପାଣ୍ଠି ଛାଡ଼ିବା ଦ୍ଵାରା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ବ୍ୟବସ୍ଥିତ ହୋଇଛି ।

ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟ ତଥା ଗୁରୁତ୍ୱପୂର୍ଣ୍ଣ ସହରଗୁଡିକରେ ଆଧୁନିକ ଅଡିଟୋରିୟମ୍ ପରି ବଡ ଏବଂ ଆଇକନିକ୍ ପ୍ରକଳ୍ପ ନିମନ୍ତେ ପଦକ୍ଷେପ ଗ୍ରହଣ କରିଥିବା ହେତୁ ଡବ୍ଲୁଓଡିସିର ପ୍ରୟାସକୁ ପରିଷଦ ପ୍ରଶଂସା କରିଛି। ଜଟିଳ ପ୍ରକଳ୍ପଗୁଡିକୁ ପ୍ରାୟୋଜିତ କରିବାକୁ ଜିଲ୍ଲା ପ୍ରଶାସନକୁ ଉତ୍ସାହିତ କରାଯାଇଛି ଯାହାକି କୌଣସି ରାଜ୍ୟ କିମ୍ବା କେନ୍ଦ୍ରୀୟ ଯୋଜନା ଅଧୀନରେ ଆସୁନାହିଁ ଜ୍ଝ ଡବ୍ଲୁଓଡିସି ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରାୟୋଜିତ ଅଣପାରମ୍ପରିକ ପ୍ରକଳ୍ପଗୁଡିକୁ ପ୍ରାୟୋଜିତ କରିବାରେ ସଫଳ ହୋଇଛି।

ଶୀଘ୍ର ନିଷ୍ପତ୍ତି ନେବାକୁ ତଥା ସ୍ୱଚ୍ଛତା ହାସଲ କରିବାକୁ ନଥିଗୁଡିକର ପ୍ରକ୍ରିୟାକରଣ ପାଇଁ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ (ଓସଓ୍ୱାସ) କାର୍ଯ୍ୟକାରୀ କରାଯାଇଛି । ପରିଷଦ ଅଞ୍ଚଳରେ କାର୍ଯ୍ୟରତ ସଂପୃକ୍ତ ୧୧ ଜଣ ଉପନିର୍ଦ୍ଦେଶକ, ପଶ୍ଚିମ ଓଡିଶା ବିକାଶ ପରିଷଦ ଜିଲ୍ଲା କାର୍ଯ୍ୟାଳୟ ଗୁଡକର ଭାରପ୍ରାପ୍ତ ଅଧିକାରୀ ଭାବରେ କାର‌୍ୟ୍ୟ କରୁଛନ୍ତି। ଜିଲ୍ଲା କାର୍ଯ୍ୟାଳୟଗୁଡିକରେ ଜଣେ ଡାଟା ଏଣ୍ଟ୍ରି ଅପରେଟରଓ ମେସେଞ୍ଜର ତଥା ଆଟେଣ୍ଡାଣ୍ଟଙ୍କ ଯୋଗଦାନ, ଆନୁଷଙ୍ଗିକ ବ୍ୟବସ୍ଥା ଏବଂ ଆବଶ୍ୟକ ଭିତ୍ତିଭୂମି ସହାୟତା ଯୋଗୁଁ ଅଧିକ ସୁଦୃଢ ହୋଇଛି, ଯାହା କ୍ଷେତ୍ରରେ ପ୍ରକଳ୍ପର କାର‌୍ୟ୍ୟକାରିତା ମୂଲ୍ୟାଙ୍କନ ଏବଂ ତଦାରଖରେ ଉନ୍ନତି ଆଣିଛି।

ପଶ୍ଚିମ ଓଡିଶା ବିକାଶ ପରିଷଦର ପ୍ରୋଜେକ୍ଟ ମନିଟରିଂ ୟୁନିଟ୍ (ପି.ଏମ୍.ୟୁ) ବୃତ୍ତିଗତ ଆଭିମୁଖ୍ୟ ସହିତ କାର‌୍ୟ୍ୟରତ। ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ, ପ୍ରୋଜେକ୍ଟ ମନିଟରିଂ ୟୁନିଟର ବୈଷୟିକ ପରାମର୍ଶଦାତା ଭାବରେ ନିୟୋଜିତ ହୋଇଛନ୍ତି। ଅନୁଭବ କରୁଥିବା ଆବଶ୍ୟକ ପ୍ରକଳ୍ପଗୁଡିକ ପାଇଁ ସଠିକ୍ ସଡ଼କ ସଂଯୋଗ, ରକ୍ଷଣାବେକ୍ଷଣ, ସ୍ଥାୟିତ୍ୱ, ମାଲିକାନା ଇତ୍ୟାଦି ସହିତ ମକଦ୍ଦମାମୁକ୍ତ ଜମିରେ କାଯ୍ୟନ୍ୱୟନ ନିମନ୍ତେ ପ୍ରକଳ୍ପଗୁଡିକର ଅନୁମୋଦନ ପାଇଁ ଗୁରୁତ୍ଵ ଦିଆଯାଉଛି।

ପ୍ରତ୍ୟେକ ଜିଲ୍ଲା, କ୍ଷେତ୍ରର ଇକୋ ସୁଯୋଗ ଏବଂ ଅଭିବୃଦ୍ଧି ସମ୍ଭାବନା ଅଧ୍ୟୟନ କରାଯାଇଛି ଏବଂ ହସ୍ତତନ୍ତ, ବୁଣାକାର, ଡିଜାଇନ୍, ପ୍ୟାକେଜିଂ ଏବଂ ମାର୍କେଟିଂକୁ ମଜବୁତ କରିବା ପାଇଁ ମିଳିତ ପ୍ରୟାସ ଚାଲିଛି। ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ଅଜିତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଜିର ଖବର

କୃଷକମାନେ ଏକତ୍ରିତ ଭାବେ ଉତ୍ପାଦିତ ଫସଲକୁ ବଜାରକୁ ଆଣିଲେ ହିଁ କୃଷି କ୍ଷେତ୍ରରେ ଉନ୍ନତି ଘଟିବ: ଡବ୍ଲୁଓଡିସି ଅଧ୍ୟକ୍ଷ

ଭୁବନେଶ୍ୱର: ଆମ ଦେଶରେ କୃଷକମାନେ ବଜାରକୁ ଦୃଷ୍ଟିରେ ରଖି ଫସଲ ଉତ୍ପାଦନ କରିବା ଉଚିତ୍। ସେମାନେ ନିଜର ପଡୋଶୀ ସହର, ରାଜ୍ୟ ଓ ବିଦେଶକୁ ନଜରରେ ରଖି ଫସଲ ଉତ୍ପାଦନ କଲେ ହିଁ କୃଷି କ୍ଷେତ୍ରରେ ଉନ୍ନତି ଘଟିବ ବୋଲି କହିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କର ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ।

ଓଡିଶାରେ କୃଷି ଭିତିକ ଉଦ୍ୟୋଗର ସାମଗ୍ରିକ ବିକାଶ ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଆୟୋଜିତ “ସୋଆ ଏଗ୍ରି କନ୍‌ଫ୍‌ଲୁଏନ୍ସ ୨୦୨୨”ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, କୃଷକମାନେ ଯେଉଁ ଫସଲ ଉତ୍ପାଦନ କରୁଛନ୍ତି ତାହା ବଜାରରେ ତାହା ଏକତ୍ରିତ ଭାବେ ବଜାରକୁ ଆଣିଲେ ହିଁ ସେମାନଙ୍କର ଭଲ ରୋଜଗାର ହୋଇପାରିବ ଏବଂ ଆମ ଦେଶର କୃଷି କ୍ଷେତ୍ର ମଧ୍ୟ ଉନ୍ନତ ହେବ। ଏ ଦିଗରେ କୃଷି ଉଦ୍ୟୋଗୀ ମାନେ ମଧ୍ୟ ସାମିଲ ହେବା ଉଚିତ୍ ବୋଲି ସେ କହିଛନ୍ତି।

ସେହିପରି ଶିକ୍ଷିତ ଛାତ୍ରଛାତ୍ରୀମାନେ ସରକାରୀ କିମ୍ବା ବେସରକାରୀ ଚାକିରୀ ପ୍ରତି ଅଧିକ ଆକୃଷ୍ଟ ନ ହୋଇ କୃଷି କ୍ଷେତ୍ରରେ ମନୋନିବେଶ କରି ନିଜର କୃଷି ଷ୍ଟାର୍ଟଅଫ୍ କରିବା ନେଇ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ତ୍ରିପାଠୀ।

ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ କହିଥିଲେ ଯେ ଗବେଷକ ଏବଂ କୃଷି ବିଜ୍ଞାନୀମାନେ କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବା ସହ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଚାଷ କାର୍ଯ୍ୟ କଲେ କୃଷି କ୍ଷେତ୍ରରେ ଅଗ୍ରଗତି ହୋଇପାରିବ।

ସୋଆରେ ଆରମ୍ଭ ହୋଇଥିବା ଏହି ଏଗ୍ରି କନ୍‌ଫ୍ଲୁଏନ୍ସ ଆଗାମୀ ବର୍ଷରେ କିଭଳି ଅଧିକ ଗୁରୁତ୍ୱ ବହନ କରିବ ସେ ନେଇ ଆଶା ବ୍ୟକ୍ତ କରିଥିଲେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ।

ଏହି କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପକୁଳପତି ପ୍ରଫେସର ପି.କେ. ନନ୍ଦ ବକ୍ତବ୍ୟ ରଖିଥିଲେ। ସେହିପରି କୋକନ୍‌ଭେନର୍ ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସମାବେଶର ଅନ୍ୟତମ ଆକର୍ଷଣ ଥିଲା କୃଷି ପ୍ରଦର୍ଶନୀ। ପ୍ରଦର୍ଶନୀରେ ୩୦ରୁ ଊର୍ଦ୍ଧ୍ୱ ବିଭିନ୍ନ କୃଷି ଭିତିକ ଅନୁଷ୍ଠାନ ଓ ଜାତୀୟ ସ୍ତରର ଗବେଷଣା ପ୍ରତିଷ୍ଠାନ ମାନେ ଯୋଗ ଦେଇ ସେମାନଙ୍କର ଆଧୁନିକ ଜ୍ଞାନକୌଶଳକୁ ପ୍ରଦର୍ଶିତ କରିଥିଲେ। ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ବୁଲି ଦେଖିବା ସହ ଛାତ୍ରଛାତ୍ରୀ, କୃଷକ ଏବଂ କୃଷି ଉଦ୍ୟୋଗୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ପୁରସ୍କୃତ କରିଥିଲେ। ଏହି ତିନି ଦିନ ବ୍ୟାପୀ ଆୟୋଜିତ ହୋଇଥିବା ସମାବେଶରେ ରାଜ୍ୟ ତଥା ଦେଶର ଶତାଧିକ ଅଗ୍ରଣୀ କୃଷକଙ୍କ ସମେତ ଜାତୀୟ ସ୍ତରରେ ସୁଖ୍ୟାତି ପାଇଥିବା ବିଶିଷ୍ଟ ବୈଜ୍ଞାନିକ, ପ୍ରଶାସକ ତଥା ସଫଳ କୃଷି ଉଦ୍ୟୋଗୀମାନେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆଇଏଏସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଲାଇଭଲିହୁଡ୍ ଅଲ୍ଟରନେଟିଭ୍ ମିଶନ୍‌ର ପରିଚାଳନା ନିର୍ଦ୍ଦେଶକ ସମ୍ବିତ ତ୍ରିପାଠୀ ଏବଂ
ଆଏଏସ୍‌ର ଓଏସ୍‌ଡି ତଥା ସୋଆର ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବଲାଙ୍ଗିରରେ କ୍ଷୁଦ୍ର, ଅଣୁ, ମଧ୍ୟମ ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କଲେ ଅସିତ ତ୍ରିପାଠୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ତାଙ୍କର ଦୁଇ ଦିନିଆ ବଲାଙ୍ଗିର ଗସ୍ତ ପରିପ୍ରେକ୍ଷୀରେ ସେ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ କୃଷି-ବ୍ୟବସାୟିକ, ଅଣୁ. କ୍ଷୁଦ୍ର, ମଧ୍ୟମ ଶିଳ୍ପ କ୍ଷେତ୍ରରେ ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ଚଞ୍ଜଳ ରଣାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଆଲୋଚନାରୁ ଜଣାପଡିଛି ଯେ, ଜିଲ୍ଲାରେ  ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗଗୁଡିକ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ମୁକ୍ତା), ପି.ଏମ.ଇ.ଜିପି ଓ ପି.ଏମ୍.ଏଫ୍.ଏମ.ଇ ଯୋଜନାରୁ ସହାୟତା ପାଉଛନ୍ତି। କୁକୁଡା ଫାର୍ମ, ଲେୟାର ଫାର୍ମ, ଖାଦ୍ୟ ପ୍ରକ୍ରିୟାକରଣ ଓ କଟନ ଗିନିଂ ୟୁନିଟ୍ ଗୁଡିକ ଜିଲ୍ଲାରେ ଭଲ ଅଗ୍ରଗତି କରୁଥିବା ଦେଖାଦେଇଛି। ଗୋଟିଏ ବୈଦ୍ୟୁତିକ ଯାନ ନିର୍ମାଣକାରୀ ୟନିଟ୍ ମଧ୍ୟ ନିର୍ମାଣାଧୀନ ସ୍ଥିତିରେ ଅଛି। ବୈଠକରେ ଉଦ୍ୟୋଗୀମାନେ ଜମି ଅଧିଗ୍ରହଣ, ଉଦ୍ୟୋଗଗୁଡିକୁ ବିଦ୍ୟୁତ୍ ଯୋଗାଣ, ଶିଳ୍ପାନୁଷ୍ଠାନ ନିକଟରେ ଜଳ ନିଷ୍କାସନ ବ୍ୟବସ୍ଥା, ବ୍ୟାଙ୍କ ଋଣ ପାଇବାରେ ସମସ୍ୟା ଆଦି ସଂପର୍କରେ ଉତଥାପନ କରିଥିଲେ। ଶ୍ରୀ ତ୍ରିପାଠୀ ସଂପୃକ୍ତ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହିତ ଏହିସବୁ ସମସ୍ୟାର ସମାଧାନ ପାଇଁ ସମୟ ନିର୍ଦ୍ଧାରଣ କରିଛନ୍ତି।

ଶ୍ରୀ ତ୍ରିପାଠୀ  ଜିଲ୍ଲାରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଉଦ୍ୟୋଗୀ  ଏବଂ ଶିଳ୍ପସଂସ୍ଥାମାନଙ୍କ ସହିତ  ନିୟମିତ ଭାବରେ  ବୈଠକରେ  ଆଲୋଚନା କରି ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ମଧ୍ୟ ସ୍ଥାନୀୟ ଯୁବକମାନଙ୍କ ପାଇଁ ଔଦ୍ୟୋଗିକ ପ୍ରଶିକ୍ଷଣ ଶିବିର  ଆୟୋଜନ କରି ସେମାନଙ୍କ ଦ୍ୱାରା ଉଦ୍ୟୋଗ ସ୍ଥାପନର  ଲକ୍ଷ୍ୟହାସଲ ଦିଗରେ ସହାୟତା କରିବାକୁ  ପରାମର୍ଶ ଦେଇଥିଲେ।

ପ୍ରସ୍ତୁତ ଉତ୍ପାଦର ବଜାରସୃଷ୍ଟି ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେଇ ଯେପରି ସେମାନଙ୍କର ଉତ୍ପାଦ ଜାତୀୟ ଓ ଅନ୍ତର୍ଜାତୀୟସ୍ତର ସହିତ ସଂଯୁକ୍ତ(ଲିଙ୍କ୍) କରାଯାଇ ବିକ୍ରି ସହଜ ହେବ, ସେ ସମ୍ପର୍କରେ ପରାମର୍ଶ  ଦେଇଛନ୍ତି। ବୈଠକରେ ଜିଲ୍ଲାସ୍ତରରେ ଏକ  ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ପ୍ରଦର୍ଶନୀ ଆୟୋଜନ  ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଶିଳ୍ପକେନ୍ଦ୍ର,  ଜିଲ୍ଲା  ପ୍ରାଣୀ ସଂପଦ ଅଧିକାରୀ, ଉପନିର୍ଦ୍ଦେଶକ,କୃଷି, ଜିଲ୍ଲା ମତ୍ସ୍ ୟସମ୍ପଦ ଅଧିକାରୀ,  ନିର୍ବାହୀ ଯନ୍ତ୍ରୀ,କୃଷି( ଆପିକଲ), ଡିଭିଜନାଲ ମୁଖ୍ୟ, ଇଡକୋ, ବଲାଙ୍ଗିର ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ କ୍ଷେତ୍ରରୁ ପ୍ରାୟ  20  ଜଣ ଉଦ୍ୟୋଗୀ ଏହି ବୈଠକରେ ଅଂଶଗ୍ରହଣ କରିପାରସ୍ପରିକ ଆଲୋଚନା ପୂର୍ବକ ଅଭିଜ୍ଞତା ବାଣ୍ଟିବା ସହ  ପରବର୍ତ୍ତୀ ସଫଳ ପଦକ୍ଷେପ ପାଇଁ ଆଲୋଚନା କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର କ୍ଲବର ସଭାପତି ଭାବେ ନିର୍ବାଚିତ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ଭୁବନେଶ୍ବର: ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ବିଜୟ ପଟ୍ଟନାୟକ ଏହି ନିର୍ବାଚନରେ ପ୍ରାର୍ଥୀ ଭାବେ ଲଢୁଥିଲେ। ହେଲେ ଏଥିରେ ଅସିତ ତ୍ରିପାଠୀ ବିଜୟ ହାସଲ କରିଛନ୍ତି। ସେ ବିଜୟଙ୍କୁ  ୨୭୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ତେବେ ଅସିତଙ୍କୁ ମୋଟ ୭୭୬ ଖଣ୍ଡ ମିଳିଥିବାବେଳେ ବିଜୟଙ୍କୁ ୪୯୮ଖଣ୍ଡ ଭୋଟ ମିଳିଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବତନ ଆଇଏଏସ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ ପରେ କ୍ଲବର ସଭାପତି ପଦ ଖାଲି ରହିଥିଲା। ଆଜି ଫଳାଫଳ ପ୍ରକାଶ ହେବା ପରେ ଅସିତ ତ୍ରିପାଠୀଙ୍କୁ ଏହି ମର୍ଯ୍ୟଦାଜନକ କ୍ଲବର ସଭାପତି ଭାବେ ନିର୍ବାଚିତ କରାଯାଇଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଗୋପାଳପୁର ବନ୍ଦର ପ୍ରକଳ୍ପ ବିସ୍ତାର ପାଇଁ ବିନିଯୋଗ ଯୋଜନା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଗାମୀ ବର୍ଷ ପାଇଁ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବିନିଯୋଗ ଯୋଜନା ଏବଂ ପ୍ରକଳ୍ପ ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ତ୍ରିପାଠୀ ଗୋପାଳପୁର ବନ୍ଦରର ଉନ୍ନତିମୂଳକ କାର୍ଯ୍ୟ ସହ ଜଡ଼ିତ ବିଭିନ୍ନ ପ୍ରସଂଗକୁ ନେଇ ଅନୁଷ୍ଠିତ ଏକ ବୈଂକରେ ଅଧ୍ୟକ୍ଷତା କରିଥିଲେ। ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ ମଧୁସୂଦନ ପାଢ଼ୀ, ଅର୍ଥ ବିଭାଗର ମୁଖ୍ୟ ସଚିବ ଅଶୋକ କୁମାର ମୀନା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ଶାସନ ସଚିବ ବିଷ୍ଣୁପଦ ସେଠୀ, କାର୍ଯ୍ୟବିଭାଗର ସଚିବ କୃଷ୍ଣକୁମାର, ମତ୍ସ୍ୟ ଓ ଏଆର୍‌ଡ଼ି ବିଭାଗର ସଚିବ ଆର୍‌. ରଘୁ କୁମାର, ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ କୁମାର ମିଶ୍ର, ଗଂଜାମ ଜିଲ୍ଲା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭି.ସି. ମାଧ୍ୟମରେ ଆୟୋଜିତ ବୈଠକରେ ଉପସ୍ଥିତ ଥିଲେ। ଗୋପାଳପୁର ବନ୍ଦର ପରିଚାଳନା ନିର୍ଦ୍ଦେଶକ ଅମିତ ସାହୁ ବନ୍ଦରରେ ଚାଲିଥିବା କାର୍ଯ୍ୟ ଓ ଏହାର ପାରିପାଶ୍ୱିର୍କ ଅଂଚଳ ଓ ଶିଳ୍ପାୟନରେ ଭବିଷ୍ୟତ ପୁଂଜି ନିବେଶ ସଂପର୍କରେ ବିସ୍ତୃତ ବିବରଣୀ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀଙ୍କୁ ପ୍ରଦାନ କରିଥିଲେ।