Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଞ୍ଚ ଦିନିଆ ପଶ୍ଚିମ ଓଡିଶା ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ
ଆଜିର ଖବର

ପାଞ୍ଚ ଦିନିଆ ପଶ୍ଚିମ ଓଡିଶା ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ

October 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପାଞ୍ଚ ଦିନିଆ ପଶ୍ଚିମ ଓଡିଶା ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ

ଭୁବନେଶ୍ବର: ୨୦୩୦ ସୁଦ୍ଧା ଓଡିଶାକୁ ଏକ ସମୃଦ୍ଧ ରାଜ୍ୟ ରୂପେ ଗଢି ତୋଳିବାକୁ ହେଲେ କର୍ମ ସ୍ବଚ୍ଛତା ଓ ସାମୁହିକ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଲୋକଙ୍କ ନିକଟରେ ଜନହିତକର ପ୍ରକଳ୍ପର ସୁଫଳ ପହଞ୍ଚାଇବା ପାଇଁ ଆମ ସମସ୍ତଙ୍କୁ ପରିବର୍ତ୍ତନର ବାହକ ରୂପେ କର୍ମ କରିବାକୁ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ।

ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ହରଭଙ୍ଗା ବ୍ଲକର ବିରନରସିଂହପୁରରେ ଇକୋ ପାର୍କ ନିର୍ମାଣ ନେଇ ବିସ୍ତୃତ ଆଲୋଚନା କରିବା ସହ ସୁବର୍ଣ୍ଣପୁର ଜିଲ୍ଲାର ଝିଙ୍କି ଠାରେ ୬ କୋଟି ୪୫ ଲକ୍ଷ ଟଙ୍କା ଅନୁଦାନରେ ହସ୍ତତନ୍ତ ମଲ୍ ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି।

ଆଲୋଚନାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଓ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ନୃସିଂହ ଚରଣ ସ୍ବାଇଁ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି।

ପାଞ୍ଚ ଦିନିଆ ପଶ୍ଚିମ ଓଡିଶା ଗସ୍ତର ପ୍ରଥମ ଦିନରେ ଶ୍ରୀ ତ୍ରିପାଠୀ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ବାରା ନିର୍ମାଣ ହେଉଥିବା ବିଭିନ୍ନ ପ୍ରକଳ୍ପର
ସମୀକ୍ଷା କରିବା ସହ ଜିଲ୍ଲାରେ ଥିବା ବିଭିନ୍ନ ଚାଷୀ ମାନଙ୍କ ଅଗ୍ରଗତି ନିମନ୍ତେ ନିଆଯାଉଥିବା
ପଦକ୍ଷେପ ବିଷୟରେ ତଥ୍ୟ ନେଇଛନ୍ତି।

ଏହି ଅବସରରେ ସେ କହିଛନ୍ତି, ରାଜ୍ୟର ଚାଷୀ ମାନଙ୍କୁ ଉତ୍ସାହିତ କରିବା ଜରୁରୀ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧିନରେ ନୂତନ ଜ୍ଞାନ କୌଶଳର ପ୍ରୟୋଗ କରି ପାରମ୍ପରିକ ଚାଷ ବ୍ୟତୀତ ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦର ବିକାଶ, ଦୁଗ୍ଧ ଉତ୍ପାଦନ ଓ ପଶୁପାଳନ ଇତ୍ୟାଦି କ୍ଷେତ୍ରରେ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାରେ ଆବଶ୍ୟକତା
ରହିଛି। ଦୁଗ୍ଧ ଯୋଗାଣ କୁ ସୁପରିଚାଳତି କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଭିତ୍ତିଭୂମି ନିର୍ମାଣ କରିବାରେ ସାହାଯ୍ୟ କରିବ।

ଆଗାମୀ ନଭେମ୍ବର ମାସର ପ୍ରଥମ ସପ୍ତାହ ମଧ୍ୟରେ ଦୁଗ୍ଧ ଉତ୍ପାଦନ ପାଇଁ ଭିତ୍ତିଭୂମିର ଶୁଭାରମ୍ଭ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି। ସ୍ବୟଂ ସହାୟକ ଗୋଷ୍ଠୀ କାଫେ ନିର୍ମାଣ କରି ବିତରଣ ଓ ବିକ୍ରୟ ବ୍ୟବସ୍ଥା କରାଯିବ ଫଳରେ ସମାଜର ସବୁ ବର୍ଗଙ୍କ ନିକଟରେ ଉପଯୁକ୍ତ ସହାୟତା ପହଞ୍ଚି ପାରିବ ଓ ସବୁ କ୍ଷେତ୍ରରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଯାଇପାରିବ। ଏଥିପାଇଁ ସମସ୍ତ ଜିଲ୍ଲାର ଅଧିକାରୀଙ୍କୁ ଏକାଠି ହୋଇ କାର‌୍ୟ୍ୟ କରିବାକୁ ହେବ ବୋଲି କହିଛନ୍ତି ଶ୍ରୀ ତ୍ରିପାଠୀ।

ଜିଲ୍ଲାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ କର‌୍ୟ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ ସଭାଗୃହ ନିର୍ମାଣ କାର‌୍ୟ୍ୟର ସମୀକ୍ଷା କରିବା ସହ ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ପାଇଁ ଡାଏଲେସିସ୍ ମେସିନ୍ ଓ ସି ଆର୍ମ ମେସିନ ପାଇଁ ଅର୍ଥ ଅନୁମୋଦନ କରାଯାଇଛି। ଏହାସହ ଜିଲ୍ଲାର ପାଠାଗାରା ପରିସରକୁ ବଢାଇବା ପାଇଁ ୫୦ ଲକ୍ଷ ଟଙ୍କାର ଅତିରିକ୍ତ ରାଶି ପ୍ରଦାନକୁ ଅନୁମୋଦନ କରାଯାଇଛି। ଫଳରେ ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ପାଇଁ ଗୌରବ ଆଣିପାରିବେ।

ଏହାସହ ତରଭା ଷ୍ଟାଡିୟମ କ୍ଷେତ୍ର ପରିଦର୍ଶନରେ ଯାଇ ୧ କୋଟି ଟଙ୍କା ଅନୁଦାନରେ ପ୍ୟାଭିଲିୟନ ନିର୍ମାଣ ପାଇଁ ସହୟତା ରାଶି ପ୍ରଦାନ କରିବା ନେଇ ବିଚାର କରିବେ ବୋଲି ମତ ରଖିଛନ୍ତି ଶ୍ରୀ ତ୍ରିପାଠୀ। ଆଜିର ସମୀକ୍ଷା ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ର, ବୈଷୟିକ ପରାମର୍ଶଦାତା ଓ ବିଶେଷଜ୍ଞ ସଦସ୍ୟ ଏବଂ ଦୁଇ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଅସିତ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୨୩ ତାରିଖ ଗୁରୁବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2026

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

ଓଡ଼ିଶାର ୧୩ ଗୁଣ ବଢ଼ିଛି ରେଳ ବଜେଟ୍‌ ଆବଣ୍ଟନ

July 22, 2026

ଫାଇଲ୍‌ ଚୋରି ମାମଲା: ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ୍‌

July 22, 2026
Latest News

ଇସ୍ତଫା ଦେବେ ଧର୍ମେନ୍ଦ୍ର ପ୍ରଧାନ?: ସ୍ପଷ୍ଟ କଲେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ

July 23, 2026

ଆଜି ଜୁଲାଇ ୨୩ ତାରିଖ ଗୁରୁବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2026

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

ଓଡ଼ିଶାର ୧୩ ଗୁଣ ବଢ଼ିଛି ରେଳ ବଜେଟ୍‌ ଆବଣ୍ଟନ

July 22, 2026

ଫାଇଲ୍‌ ଚୋରି ମାମଲା: ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ୍‌

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.