ବଲାଙ୍ଗୀର ପୁଇଁତଳା ବ୍ଲକର କଲ୍ୟାଣ ମଣ୍ଡପ ଉଦଘାଟନ କଲେ ଅସିତ ତ୍ରିପାଠୀ

Published: Dec 21, 2023, 7:42 pm IST
Asit

ବଲାଙ୍ଗୀର: ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ପୁଇଁତଳା ବ୍ଲକର ରଣ୍ଡା ଗ୍ରାମରେ ନୂତନ କଲ୍ୟାଣ ମଣ୍ଡପର ଉଦଘାଟନ କରିଛନ୍ତି । ଏହାର ନିର୍ମାଣ ପାଇଁ ପରିଷଦ ପକ୍ଷରୁ 10 ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା ।

ଶ୍ରୀ ତ୍ରିପାଠୀ ଜନସାଧାରଣଙ୍କୁ ସମ୍ବୋଧନ କରି କଲ୍ୟାଣ ମଣ୍ଡପର ରକ୍ଷଣାବେକ୍ଷଣା ଏବଂ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ଅତିରିକ୍ତ 5 ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଅନ୍ୟପକ୍ଷେ ମାଧିଆପାଲି ଗ୍ରାମପଞ୍ଚାୟତର ରେନ୍ ବଚନ୍ ଗ୍ରାମରେ ନିର୍ମିତ ହେଉଥିବା କମ୍ୟୁନିଟି କେନ୍ଦ୍ର ପରିଦର୍ଶନ କରିଛନ୍ତି ।

ଏହାର ନିର୍ମାଣ କାର୍ଯ୍ୟ ପାଇଁ ପରିଷଦ ପକ୍ଷରୁ 7.80 ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା । ଆସନ୍ତା ଦୁଇ ମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Related posts