Categories
ବିଶେଷ ଖବର ରାଜ୍ୟ ଖବର

ଭଲ କାମ କରିଥିବାରୁ ଓଡିଶା ସରକାରଙ୍କୁ ପୁରସ୍କାର ଦେଲେ କେନ୍ଦ୍ର ସରକାର

ଭୁବନେଶ୍ବର: ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡିଶା ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ଏବଂ ଦକ୍ଷ ଜଳସମ୍ପଦ ପରିଚାଳନାରେ ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ ହୋଇଛି।

ନୂଆଦିଲ୍ଲୀଠାରେ ଗତ ଶନିବାର ଉପରାଷ୍ଟ୍ରପତିଙ୍କ ଠାରୁ ଓଡିଶା ପାଇଁ ଏହି ଜାତୀୟ ପୁରସ୍କାର ପ୍ରାପ୍ତି ପରେ ଆଜି ଲୋକସେବା ଭବନରେ ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଜଳସମ୍ପଦ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀବୃନ୍ଦ ସୌଜନ୍ୟମୂଳକ ସାକ୍ଷତ ଆଲୋଚନା କରିଥିଲେ।

ରାଜ୍ୟ ସରକାର ତଥା ଜଳସମ୍ପଦ ବିଭାଗର ଏହି ସଫଳତା ଓଡିଶା ପାଇଁ ଗୌରବର କଥା ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଗକୁ ବିଭାଗ ଦ୍ୱାରା ନିଷ୍ଠାର ସହ ଆହୁରି ଭଲ କାମ କରାଯିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ ଉପସ୍ଥିତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭାଗୀୟ ସର୍ବୋଚ୍ଚ ଯନ୍ତୀ ଓ ଅନ୍ୟ ପଦାଧିକାରୀଙ୍କ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମାଣାଧିନ ଜଳସେଚନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ।

ରାଜ୍ୟରେ ଯେଉଁସବୁ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ଏବଂ ଚଳିତ ବର୍ଷ ଅତିରିକ୍ତ ଜଳସେଚନ ସୁବିଧା କାର୍ଯ୍ୟକାରୀ ହେବାକୁ ଯାଉଛି, ସେ ସଂପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଜଳସମ୍ପଦ ମନ୍ତ୍ରୀଙ୍କୁ ଅବଗତ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ଆସିଲେ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ବଡ଼କୁଳ ପାନ୍ଥନିବାସ କୁ ଗସ୍ତରେ ଆସିଛନ୍ତି। ତାଙ୍କ ସହ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ମଧ୍ୟ ଉପସ୍ଥିତ ଅଛନ୍ତି।

ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା ଅନ୍ତର୍ଗତ ନୌଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ଜୀବନ ରକ୍ଷାକାରି ସରଞ୍ଜାମ ବିତରଣ ଉତ୍ସବ ରେ ଯୋଗଦେବାପାଇଁ ମନ୍ତ୍ରୀ ବଡ଼କୁଳ ଆସିଥିବାର ଜଣାପଡିଛି। ବିଭିନ୍ନ ନୌଯାତ୍ରୀଙ୍କୁ ଚିଲିକାରେ ଭ୍ରମଣ ସମୟରେ ବିଭିନ୍ନ ଜୀବନ ରକ୍ଷାକରି ଉପକରଣ ପ୍ରଦାନ କରିବେ ମନ୍ତ୍ରୀ ଶ୍ରୀମତୀ ସାହୁ।

ତତସହିତ ନାବିକ ଏବଂ ପର୍ଯ୍ୟଟକଙ୍କୁ ସଚେତନ ମଧ୍ୟ ମନ୍ତ୍ରୀ କରିବେ ବୋଲି ଜଣାପଡିଛି। ମନ୍ତ୍ରୀଙ୍କ ଗସ୍ତ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ, ଏସପି ଏବଂ ସ୍ଥାନୀୟ ପ୍ରଶାସନ ଉପସ୍ଥିତ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିୟୋଗରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଶୋକ ପ୍ରକାଶ

ଭୁବନେଶ୍ବର: ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ମାନ୍ୟବର ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଏପରି ଅକାଳ ବିୟୋଗରେ ମନ୍ତ୍ରୀ ଶ୍ରୀମତୀ ସାହୁ ଗଭୀର ଦୁଃଖିତ ଓ ଅତ୍ୟନ୍ତ ମର୍ମାହତ ବୋଲି ପ୍ରକାଶ କରିଛନ୍ତି ।

ଜଣେ ବରିଷ୍ଠ, ଟାଣୁଆ ଓ ଦକ୍ଷ ରାଜନେତl ଭାବେ ମନ୍ତ୍ରୀ ସ୍ବର୍ଗତ ଦାସଙ୍କର ଲୋକପ୍ରିୟତା ରହିଥିଲା ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିବା ସହ ତାଙ୍କୁ ହରାଇବା ଓଡ଼ିଶାର ରାଜନୀତି ପାଇଁ ଅପୂରଣୀୟ କ୍ଷତି ଘଟିଛି ବୋଲି କହିଛନ୍ତି। ମନ୍ତ୍ରୀ ଶ୍ରୀମତୀ ସାହୁ , ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ସମୟରେ ଅଙ୍ଗନବାଡି କାର୍ଯ୍ୟ ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ଭୁବନେଶ୍ବର, ବର୍ତ୍ତମାନ କୋଭିଡି ପାଇଁ ଲକଡାଉନ ଚାଲିଥିବାରୁ ରାଜ୍ୟର ସମସ୍ତ ଅଙ୍ଗନବାଡି ବନ୍ଦ ରହିଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଙ୍ଗନବାଡି କାର୍ଯ୍ୟ ଚାଲୁ କରିବା ପାଇଁ ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ପରିସ୍ଥିତିରେ ଶିଶୁ ତଥା ଗର୍ଭବତୀ ମହିଳାଙ୍କର ସ୍ବତନ୍ତ୍ର ଯତ୍ନର ଆବଶ୍ୟକତା ରହିଛି। ସେଥିପାଇଁ ଅଙ୍ଗନବାଡି କର୍ମିଙ୍କର ନିହାତି ଆବଶ୍ୟକତା ରହିଛି।

କରୋନା ନିୟମକୁ ଅନୁପାଳନ କରି ଅଙ୍ଗନବାଡି କର୍ମିମାନେ ସେମାନଙ୍କର କାମ କରିବା ପାଇଁ ମନ୍ତ୍ରୀ କହିଛନ୍ତି। ଆଜି ଭିଡିଓ କଂନଫ୍ରେସିଂ ମାଧ୍ୟମରେ ମନ୍ତ୍ରୀ ବିଭାଗୟୀ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏଥିସହିତ ମମତା ଯୋଜନାରେ ପଂଜୀକରଣ ଅବଧୀକୁ ତିନିମାସରୁ ସାତ ମାସକୁ ବୃଦ୍ଧି କରିଛନ୍ତି। ବାହାରୁ ଆସୁଥିବା ମହିଳା ଏବଂ ଶିଶୁଙ୍କୁ ଧ୍ୟାନ ରଖିବା ପାଇଁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡିଶାରୁ ଆରମ୍ଭ ହେଲା ତିନି ବର୍ଷ କମ ଶିଶୁଙ୍କ ପାଇଁ ନୂଆ ଅଭିଯାନ ‘ବାତ୍ସଲ୍ୟ’

ଭୁବନେଶ୍ବର, ତିନି ବର୍ଷରୁ କମ ବୟସର ଶିଶୁମାନଙ୍କ ସ୍ବାସ୍ଥ୍ୟ ଯତ୍ନ ବହୁତ ଜରୁରୀ। କାରଣ ଏହି ବୟସର ଶିଶୁଙ୍କୁ ହିଁ ବହୁ ମାତ୍ରାରେ ପୃଷ୍ଟିକର ଖାଦ୍ୟର ଆବଶ୍ୟକତା ଥାଏ। ତାହାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆରମ୍ଭ ହୋଇଛି ‘ବାତ୍ସଲ୍ୟ’ ଅଭିଯାନ। ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଏହାକୁ ଉଦଘାଟନ କରିଥିଲେ।

ଏଥିରେ ଅଙ୍ଗନବାଡି କର୍ମିମାନେ ଏହି ବୟସର ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ପ୍ରଦାନ ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବେ। ଏଥିସହିତ ଏହା ଉପରେ ସଚେତନତା କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନର ମଧ୍ୟ ଆରମ୍ଭ କରାଯାଇଛି। ବିଭିନ୍ନ ଆଦିବାସୀ ଭାଷାରେ ଏହି ପ୍ରଚାର ପ୍ରସାର କରାଯିବ ବୋଲି ନିଷ୍ପତି କରାଯାଇଛି।