ବାଲୁଗାଁ ଆସିଲେ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ

Published: May 23, 2023, 9:47 am IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ବଡ଼କୁଳ ପାନ୍ଥନିବାସ କୁ ଗସ୍ତରେ ଆସିଛନ୍ତି। ତାଙ୍କ ସହ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ମଧ୍ୟ ଉପସ୍ଥିତ ଅଛନ୍ତି।

ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା ଅନ୍ତର୍ଗତ ନୌଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ଜୀବନ ରକ୍ଷାକାରି ସରଞ୍ଜାମ ବିତରଣ ଉତ୍ସବ ରେ ଯୋଗଦେବାପାଇଁ ମନ୍ତ୍ରୀ ବଡ଼କୁଳ ଆସିଥିବାର ଜଣାପଡିଛି। ବିଭିନ୍ନ ନୌଯାତ୍ରୀଙ୍କୁ ଚିଲିକାରେ ଭ୍ରମଣ ସମୟରେ ବିଭିନ୍ନ ଜୀବନ ରକ୍ଷାକରି ଉପକରଣ ପ୍ରଦାନ କରିବେ ମନ୍ତ୍ରୀ ଶ୍ରୀମତୀ ସାହୁ।

ତତସହିତ ନାବିକ ଏବଂ ପର୍ଯ୍ୟଟକଙ୍କୁ ସଚେତନ ମଧ୍ୟ ମନ୍ତ୍ରୀ କରିବେ ବୋଲି ଜଣାପଡିଛି। ମନ୍ତ୍ରୀଙ୍କ ଗସ୍ତ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ, ଏସପି ଏବଂ ସ୍ଥାନୀୟ ପ୍ରଶାସନ ଉପସ୍ଥିତ ଅଛନ୍ତି।

Related posts