Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ମୋଟର ଯାନ ଚାଳକ ଓ କର୍ମଚାରୀ କଲ୍ୟାଣ ବୋର୍ଡ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ

ଭୁବନେଶ୍ୱର: ଓଡ଼ିଶା ମୋଟର ଯାନ ଚାଳକ ଓ କର୍ମଚାରୀ କଲ୍ୟାଣ ବୋର୍ଡ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ ଗତକାଲି ସୋମବାର ସଂଧ୍ୟାରେ ରାଜ୍ୟ ଜଳ ସଂପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ତଥା ବୋର୍ଡର ଅଧ୍ୟକ୍ଷ ଟୁକୁନି ସାହୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ଯାଇଛି। ଏହି କାର୍ଯ୍ୟାଳୟ ବୋର୍ଡର ବିଭିନ୍ନ କାର୍ଯ୍ୟ ସୁଚାରୁରୂପେ ସଂପାଦନ କରିବାରେ ସହାୟକ ହେବ।

ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ମୋଟର ଯାନ ଚାଳକ ଓ କର୍ମଚାରୀମାନଙ୍କୁ ବିଭିନ୍ନ ସୁବିଧା ଦେବା ପାଇଁ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି। ଏହି କଲ୍ୟାଣ ବୋର୍ଡ ଜରିଆରେ ସେମାନେ କିପରି ସୁବିଧା ପାଇବେ, ସେଥି ନିମନ୍ତେ ଏହି ନୂତନ ଭାବେ ଉଦଘାଟିତ କାର୍ଯ୍ୟାଳୟ ସୁବିଧାଜନକ ହେବ। ସଭ୍ୟମାନେ ସେମାନଙ୍କର ନାମ ପଞ୍ଜୀକରଣ କରିବା, ହିତାଧିକାରୀଙ୍କୁ ଅନୁକମ୍ପା ରାଶି ପ୍ରଦାନ ପାଇଁ ଆବେଦନ ସଂଗ୍ରହ ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ସେମାନଙ୍କର କାର୍ଯ୍ୟ ପରିଚାଳନା ଆଦିରେ ଏହା ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି।

ପରେ ପରେ ମନ୍ତ୍ରୀ ଶ୍ରୀମତୀ ସାହୁ ବୋର୍ଡର ଅନୁଷ୍ଠିତ ୨ୟ ବୈଠକରେ ଯୋଗଦେଇ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଊଷା ପାଢ଼ୀ, ବାଣିଜ୍ୟ ଓ ପରିବହନ ବିଭାଗ କମିଶନର ଅମିତାଭ ଠାକୁର, ବାଣିଜ୍ୟ ଓ ପରିବହନ ବିଭାଗର ଅଧିକାରୀ ଏବଂ ଓଡ଼ିଶା ମୋଟର ଯାନ ଚାଳକ ଓ କର୍ମଚାରୀ କଲ୍ୟାଣ ବୋର୍ଡର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ବୈଠକରେ ଯୋଗଦେଇଥିବା ବିଭିନ୍ନ ମୋଟର ଯାନ ସଂଘର କର୍ମକର୍ତ୍ତା ତଥା ବୋର୍ଡର ସଦସ୍ୟମାନେ ଯୋଗଦେଇ ମୋଟର ଯାନ ଚାଳକ ଓ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଏହି ବୋର୍ଡର ପରିଚାଳନା ପାଇଁ ମନ୍ତ୍ରୀ ଶ୍ରୀମତୀ ସାହୁ ସମସ୍ତ ସଦସ୍ୟମାନଙ୍କର ସହଯୋଗ କାମନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଭଲ କାମ କରିଥିବାରୁ ଓଡିଶା ସରକାରଙ୍କୁ ପୁରସ୍କାର ଦେଲେ କେନ୍ଦ୍ର ସରକାର

ଭୁବନେଶ୍ବର: ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡିଶା ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ଏବଂ ଦକ୍ଷ ଜଳସମ୍ପଦ ପରିଚାଳନାରେ ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ ହୋଇଛି।

ନୂଆଦିଲ୍ଲୀଠାରେ ଗତ ଶନିବାର ଉପରାଷ୍ଟ୍ରପତିଙ୍କ ଠାରୁ ଓଡିଶା ପାଇଁ ଏହି ଜାତୀୟ ପୁରସ୍କାର ପ୍ରାପ୍ତି ପରେ ଆଜି ଲୋକସେବା ଭବନରେ ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଜଳସମ୍ପଦ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀବୃନ୍ଦ ସୌଜନ୍ୟମୂଳକ ସାକ୍ଷତ ଆଲୋଚନା କରିଥିଲେ।

ରାଜ୍ୟ ସରକାର ତଥା ଜଳସମ୍ପଦ ବିଭାଗର ଏହି ସଫଳତା ଓଡିଶା ପାଇଁ ଗୌରବର କଥା ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଗକୁ ବିଭାଗ ଦ୍ୱାରା ନିଷ୍ଠାର ସହ ଆହୁରି ଭଲ କାମ କରାଯିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ ଉପସ୍ଥିତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭାଗୀୟ ସର୍ବୋଚ୍ଚ ଯନ୍ତୀ ଓ ଅନ୍ୟ ପଦାଧିକାରୀଙ୍କ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମାଣାଧିନ ଜଳସେଚନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ।

ରାଜ୍ୟରେ ଯେଉଁସବୁ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ଏବଂ ଚଳିତ ବର୍ଷ ଅତିରିକ୍ତ ଜଳସେଚନ ସୁବିଧା କାର୍ଯ୍ୟକାରୀ ହେବାକୁ ଯାଉଛି, ସେ ସଂପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଜଳସମ୍ପଦ ମନ୍ତ୍ରୀଙ୍କୁ ଅବଗତ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଆରମ୍ଭ ହେଲା ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ରାଜ୍ୟରେ ଆରମ୍ଭ ହୋଇଛି ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା। ଏହି ଯୋଜନାରେ ନୌଯାତ୍ରୀଙ୍କର ସୁରକ୍ଷିତ ଭାବେ ଯାତ୍ରା କରିବା ପାଇଁ ବ୍ୟବସ୍ଥା କରାଯିବ। ଏ ନେଇ ଆଜି ବାଲୁଗାଁ ନିକଟସ୍ଥ ବଡକୂଳଠାରେ ଏହି ଯୋଜନାକୁ ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ଏଥିସହିତ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢୀ ମଧ୍ୟ ଯୋଗ ଦେଇଛନ୍ତି।

ବଡକୂଳ ପାନ୍ଥ ନିବାସଠାରେ ମନ୍ତ୍ରୀ ନୌଯାତ୍ରା ସୁରକ୍ଷା ଉପକରଣ ବଣ୍ଟନ କରି ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ତରଫରୁ ଯାତ୍ରୀମାନଙ୍କୁ ମାଗଣା ସୁରକ୍ଷା ଉପକରଣ ଯୋଗାଇ ଦିଆଯିବ। ଲାଇକ ଜ୍ୟାକେଟ, ଲାଇଫବଏ ଏବଂ ଅଗ୍ନିନିରୋଧ ଉପକରଣ ଦିଆଯିବ। ଏହା ନୌଯାତ୍ରୀ, ନୌକା ମାଲିକ, ଘରୋଇ ନୌକା ଚାଳକ ଏବଂ ଲଞ୍ଚ ଚାଳକଙ୍କୁ ପ୍ରଦାନ କରାଯାଇ ସୁରକ୍ଷିତ ଯାତ୍ରାକୁ ନିଶ୍ଚିତ କରାଯିବ।

ଆଜିର ଉଦଘାଟନୀ ସମାରୋହରେ ୨୭୬ ଟି ନୌକା ସୁରକ୍ଷା ଉପକରଣ ମନ୍ତ୍ରୀ ଟୁକୁନି ସାହୁ ବଣ୍ଟନ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ୭ ହଜାର ଲାଇଫବଏ, ୩୫ ହଜାର ଲାଇଫ ଜ୍ୟାକେଟ, ୧୫୯୫ ଟି ଅଗ୍ନିନିରୋଧ ଉପକରଣ ପ୍ରଦାନ କରାଯିବ। ଏ ସବୁ ନୌକା ମାଲିକଙ୍କୁ ପଯ୍ୟାୟ କ୍ରମେ ପ୍ରଦାନ କରାଯିବ।

ଏହି ସମାରୋହରେ ପରିବହନ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଲକ୍ଷ୍ମୀକାନ୍ତ ବେହେରା, ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟରିୟା ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ଆସିଲେ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ବଡ଼କୁଳ ପାନ୍ଥନିବାସ କୁ ଗସ୍ତରେ ଆସିଛନ୍ତି। ତାଙ୍କ ସହ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ମଧ୍ୟ ଉପସ୍ଥିତ ଅଛନ୍ତି।

ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା ଅନ୍ତର୍ଗତ ନୌଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ଜୀବନ ରକ୍ଷାକାରି ସରଞ୍ଜାମ ବିତରଣ ଉତ୍ସବ ରେ ଯୋଗଦେବାପାଇଁ ମନ୍ତ୍ରୀ ବଡ଼କୁଳ ଆସିଥିବାର ଜଣାପଡିଛି। ବିଭିନ୍ନ ନୌଯାତ୍ରୀଙ୍କୁ ଚିଲିକାରେ ଭ୍ରମଣ ସମୟରେ ବିଭିନ୍ନ ଜୀବନ ରକ୍ଷାକରି ଉପକରଣ ପ୍ରଦାନ କରିବେ ମନ୍ତ୍ରୀ ଶ୍ରୀମତୀ ସାହୁ।

ତତସହିତ ନାବିକ ଏବଂ ପର୍ଯ୍ୟଟକଙ୍କୁ ସଚେତନ ମଧ୍ୟ ମନ୍ତ୍ରୀ କରିବେ ବୋଲି ଜଣାପଡିଛି। ମନ୍ତ୍ରୀଙ୍କ ଗସ୍ତ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ, ଏସପି ଏବଂ ସ୍ଥାନୀୟ ପ୍ରଶାସନ ଉପସ୍ଥିତ ଅଛନ୍ତି।

Categories
ବିଶେଷ ଖବର

ଉନ୍ନୟନ କମିଶନରଙ୍କ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତ, ମନ୍ତ୍ରୀଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

ଭୁବନେଶ୍ୱର/ବଲାଙ୍ଗିର: ରାଜ୍ୟ ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପରିଦର୍ଶନ କରିବା ସହ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଉନ୍ନୟନ କମିଶନର ଗତକାଲି ମଙ୍ଗଳବାର ପ୍ରଥମେ ତୁଷୁରା ଉଡାଜାହାଜ ପଡିଆ ରେ ପହଞ୍ଚିବା ପରେ ତୁଷୁରା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ। ପରେ ପରେ ସେ ତୁଷୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇ ସେଠାରେ ରୋଗୀ ସେବା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଓ ଭିତ୍ତିଭୂମି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପରେ ସେ ଗୁଡଭେଲା ସ୍ଥିତ ରାଉଲ ନଦୀରେ ନିର୍ମାଣଧୀନ ଅନ୍ତଃନଦୀ ଜଳାଶୟ(ଇନଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକ୍ଚର) ପ୍ରକଳ୍ପ ପରିଦର୍ଶନ କରି ଓ ଏହାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।

ଏହି ପରିଦର୍ଶନ ସମୟରେ ଜଳ ସମ୍ପଦ ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଙ୍କ ସମେତ ରାଜ୍ୟ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ,ମୁଖ୍ୟ ଯନ୍ତ୍ରୀ ଙ୍କ ସମେତ ରାଜ୍ୟ ଏବଂ ଜିଲ୍ଲାର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଗସ୍ତ ପରିପ୍ରେକ୍ଷୀରେ ଉନ୍ନୟନ କମିଶନର ବଲାଙ୍ଗୀର ସ୍ମାର୍ଟ ପାର୍କ ନିକଟରେ ନିର୍ମାଣାଧିନ ଜାତୀୟ ରାଜପଥ ବାଇପାସ୍ କାର୍ଯ୍ୟ ସହ ସ୍ମାର୍ଟ ପାର୍କ ସହ ବିଜା ଖମଣସ୍ଥିତ ଟ୍ରକ ଟର୍ମିନାଲ ପରିଦର୍ଶନ କରିଥିଲେ। ସେଠାରୁ ସେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଛତାମଖନାସ୍ଥିତ ଅନ୍ତନଦୀ ଜଳାଶୟ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ସେ ଲାଲଟିକିରା ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଠ ଟିଚିଙ୍ଗ (ଶିକ୍ଷାଦାନ ) ହସ୍ପିଟାଲ ଓ ଅନ୍ୟାନ୍ୟ ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ ଜିଲ୍ଲାପାଳ ,କାର୍ଯ୍ୟ ନିର୍ବାହୀ ସଂସ୍ଥା ଏବଂ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ ତଥା ଅଧ୍ୟକ୍ଷଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିଲେ।

ପରେ ଉନ୍ନୟନ କମିଶନର ପାଟଣାଗଡ ରାମପାଲି ସ୍ଥିତ ଅନ୍ଵେଷା ହଷ୍ଟେଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଶୈକ୍ଷିକ ବାତାବରଣ ତଥା ସେମାନଙ୍କର ପାଠପଢା ସମ୍ପର୍କରେ ପଚାରି ବୁଝିଥିଲେ। ସୋମାନଙ୍କ ସହ ମଧ୍ୟାନ୍ନ ଭୋଜନରେ ସାମିଲ ହୋଇ ଭାତ, ସୋୟାବଡ଼ି ତରକାରୀ ଖାଇଥିଲେ ଏବଂ ସେଠାରେ କିଛି ସମୟ ଅତିବାହିତ କରିଥିଲେ l ସେମାନଙ୍କ ସହିତ ଆଲୋଚନା ଅତି ସୁନ୍ଦର ଅନୁଭୂତି ଥିଲା ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଛନ୍ତି। ଏହାପରେ ସେ ହରିଶଙ୍କର ଯାଇ ମନ୍ଦିର ପରିଦର୍ଶନ କରିବା ସହ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀର ବିକାଶ ନିମନ୍ତେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ତଦାରଖ କରିଥିଲେ। ସେଠାରେ ମିଶନ ଶକ୍ତି ପାନ୍ଥନିବାସ ପରିଦର୍ଶନ କରି ମିଶନ ଶକ୍ତି କେଫ୍ ସହ ପାର୍କିଂ ଅଂଚଳ ପରିଚାଳନା କରୁଥିବା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରି ସେମାନଙ୍କ କାର୍ଯ୍ୟର ପ୍ରଶଂସା କରିଥିଲେ।

ପରେ ପରେ ସେ ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ନିର୍ମାଣାଧିନ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ଚଳିତ ବର୍ଷ ଏହି ପ୍ରକଳ୍ପକୁ ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ଇଂଜିନିୟରିଂ ଟିମ୍ ଓ ନିର୍ମାଣ ସଂସ୍ଥାର ସମସ୍ତ କର୍ମଚାରୀ ଦିନରାତି ପରିଶ୍ରମ କରି ଏହି ପ୍ରକଳ୍ପକୁ ଶୀଘ୍ର ଶେଷ କରିବାରୁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଆମେ ଡ୍ରୋନ୍, ହ୍ୱାଟ୍ସସ ଆପ୍ ଭଳି ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରି ସବୁ ସମୟରେ ଏହି ପ୍ରକଳ୍ପର ନିର୍ମାଣ ଅଗ୍ରଗତି ସଂପର୍କରେ ସ୍ଥିତି ଅନୁଧ୍ୟାନ କରୁଛୁ।

ଆଗାମୀ ଜୁଲାଇ ମାସରୁ ଆମେ ବର୍ଷାଜଳକୁ ରଖିପାରିବୁ ବୋଲି ଶ୍ରୀମତୀ ଗର୍ଗ ସୂଚନା ଦେଇଥିଲେ। ଏହି ପ୍ରକଳ୍ପ ଦ୍ୱାରା ୪୦ହଜାର ହେକ୍ଟର ଜମିକୁ ଜଳ ସେଚନ ସୁବିଧା ମିଳିବା ସହ ବଲାଙ୍ଗୀରବାସୀଙ୍କୁ ଜଳାଭାବ ଦୂର କରିବାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣା , ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କ ସମେତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସ୍ଥାନୀୟ ସର୍କିଟ ହାଉସ ଠାରେ ପହଞ୍ଚି ସେଠାରେ ବଲାଙ୍ଗିର ଜିଲ୍ଲାରେ ଜଳ ସମ୍ପଦ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ସମେତ ମେଗା ଲିଫ୍ଟ ପ୍ରକଳ୍ପ ,ଉଠା ଜଳସେଚନ ପ୍ରକଳ୍ପ , କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟକାରିତା ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ।

ଏହି ସମୀକ୍ଷା ବୈଠକରେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚଡ୍ଡା , ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ,ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ,ମୁଖ୍ୟ ଯନ୍ତ୍ରୀ -ତେଲ ବେସିନ ସନ୍ତୋଷ କୁମାର ମହାପାତ୍ର , ମୁଖ୍ୟ ଯନ୍ତ୍ରୀ (ଯୋଜନା ଓ ନକ୍ସାଙ୍କନ ) ସାଗର ମହାନ୍ତି ,ମୁଖ୍ୟ ଯନ୍ତ୍ରୀ-କ୍ଷୁଦ୍ର ଜଳସେଚନ ବସନ୍ତ ରାଉତ,ମୁଖ୍ୟ ଯନ୍ତ୍ରୀ ଡ୍ୟାମ ନିରାପତ୍ତା- ଶିବାଶିଷ ପାଢୀ ,ମୁଖ୍ୟ ଯନ୍ତ୍ରୀ ମେଗା ଲିଫ୍ଟ ଚିନ୍ମୟ ରାଉତ ,ଓଡିଶା ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ବିଭୂତି ଭୂଷଣ ଦାସ, ଟାଟା ପାୱାର ର ଅଧିକ୍ଷଣ ଯନ୍ତ୍ରୀଙ୍କ ସମେତ ସଂପୃକ୍ତ ବିଭିନ୍ନ ଶାଖାର ଯନ୍ତ୍ରୀ ଓ ପଦାଧିକାରୀ ଉପସ୍ଥିତ ଥିଲେ।

ବଲାଙ୍ଗିର ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ଆଜି ସକାଳେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ପଥରଚେପା ସ୍ଥିତ ପାର୍ବତୀ ଗିରି ବାଳ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରିଥିଲେ। ଉନ୍ନୟନ କମିଶନରଙ୍କ ସହ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଚଡ୍ଡା , ଜିଲ୍ଲାପାଳ ଶ୍ରୀ ରାଣା ପ୍ରମୁଖ ଉପସ୍ଥିତ ଥିଲେ। ଉନ୍ନୟନ କମିଶନର ଅନ୍ତେବାସୀମାନଙ୍କୁ ସେମାନଙ୍କର ରହିବା ,ଖାଇବା ,ଯତ୍ନ ,ପାଠପଢା ତଥା ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିବୁଝିବା ସହ ସେମାନକୁ ଉତ୍ସାହିତ କରିଥିଲେ। ଅନ୍ତେବାସୀ ମାନେ ରହୁଥିବା ବାଳକ ଓ ବାଳିକା ହଷ୍ଟେଲ ଓ ରୋଷେଇ ଶାଳା ପରିଦର୍ଶନ କରିବା ସହ ସେଠାରେ ଥିବା ସିଲେଇ ତାଲିମ କେନ୍ଦ୍ର ଓ ଯତ୍ନ ପରବର୍ତ୍ତୀ କେନ୍ଦ୍ର ( ପୋଷ୍ଟ କେୟାର ସେଣ୍ଟର) ପରିଦର୍ଶନ କରିଥିଲେ।

ପାର୍ବତୀ ଗିରି ବାଳ ନିକେତନର ଦିବ୍ୟାଙ୍ଗ ଅନ୍ତେବାସୀ ପାୟଲ ନାଗ ନିଜ ପାଟିରେ ଆଙ୍କିଥିବା ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଫୋଟୋଚିତ୍ର କୁ ଉନ୍ନୟନ କମିଶନରଙ୍କୁ ଭେଟି ଦେଇଥିଲେ। ଅନ୍ତେବାସୀ ମାନଙ୍କୁ ଉନ୍ନୟନ କମିଶନର, ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଓ ଜିଲ୍ଲାପାଳ ମିଷ୍ଠାନ ବଣ୍ଟନ କରିଥିଲେ। ପରେ ପରେ ସେ ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ବିଷ୍ଣୁମୁଣ୍ଡା ସ୍ଥିତ ସ୍ଳମ ରିଲୋକେସନ ସାଇଟ ପରିଦର୍ଶନରେ ଯାଇ ଜାଗା ମିଶନ କଲୋନୀ ବୁଲି ଦେଖିଥିଲେ। ସେଠାରେ ଦୟାନିଧି ବାଗ କରିଥିବା ସଂପୂର୍ଣ୍ଣ ଘର କୁ ବୁଲିଦେଖିବା ସହ ଉପସ୍ଥିତ ହିତାଧିକାରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସେଠାରୁ ଉନ୍ନୟନ କମିଶନର ଓ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଟିଟିଲାଗଡ ଅଭିମୁଖେ ଯାଇଥିଲେ। ଟିଟିଲାଗଡ ଠାରେ ନୂତନ ଭାବେ ନିର୍ମାଣାଧୀନ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟ କୋଠା ପରିଦର୍ଶନ କରିବା ସହ ଏହାର ନିର୍ମାଣ କାର୍ଯ୍ୟ ଓ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରି ବିଭାଗୀୟ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ପରେ ସେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ପିପଲପଦର ଯାଇ ସେଠାରେ ପ୍ରତିଷ୍ଠା ହୋଇଥିବା ମେଗା ଛତୁଆ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ କରି ଏହାର ପରିଚାଳନା ଦାୟିତ୍ଵ ନେଇଥିବା ମିଶନ ଶକ୍ତି ବ୍ଲକ ସ୍ତରୀୟ ମହାସଂଘ, ଟିଟିଲାଗଡର ସଦସ୍ୟା ମାନଙ୍କ ସହ ଛତୁଆ ପ୍ରସ୍ତୁତି ପ୍ରଣାଳୀ, ପ୍ୟାକେଜିଙ୍ଗ ଓ ଗୁଣବତ୍ତା ସମ୍ପର୍କରେ ପଚାରି ବୁଝିଥିଲେ।

ଏହି ୟୁନିଟ ଦ୍ଵାରା ପ୍ରସ୍ତୁତ ଛତୁଆକୁ ଉନ୍ନୟନ କମିଶନର ନିଜେ ସ୍ଵାଦନେବା ସହ ଛତୁଆର ଗୁଣବତ୍ତାକୁ ପ୍ରଶଂସା କରି ଏହା ବଜାୟ ରଖିବା ନିମନ୍ତେ ମିଶନ ଶକ୍ତିର ସଦସ୍ୟାମାନଙ୍କୁ ପରାମର୍ଶ ଦେଇଥିଲେ। ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟ କୋଠା ଓ ମେଗା ଛତୁଆ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ ସମୟରେ ଜଳ ସମ୍ପଦ ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ଥିଲେ। ପରେ ଉନ୍ନୟନ କମିଶନର ଓ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ମୁରିବାହାଲ ଯାଇ ନିୟନ୍ତ୍ରିତ ବଜାର କମିଟି ପରିସରରେ ଥିବା ପିଆଜ ଷ୍ଟୋରେଜ କେନ୍ଦ୍ର ପରିଦର୍ଶନ କରିଥିଲେ।

ଏହି କେନ୍ଦ୍ର କୃଷି ଉତ୍ପାଦନ କ୍ଲଷ୍ଟର ଅନ୍ତର୍ଗତ ମିଳିତ ଉତ୍ଥାନ ପ୍ରଡ୍ୟୁସର କମ୍ପାନୀ ଦ୍ୱାରା ପରିଚାଳନା କରାଯାଉଛି। ସେଠାରେ ସେ ଅଞ୍ଚଳର ସଫଳ ଚାଷୀ ଓ ପ୍ରଡ୍ୟୁସର କମ୍ପାନୀର ସଦସ୍ୟାଙ୍କ ସହ ପିଆଜର ସଂରକ୍ଷଣ ଓ ବଜାର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ସେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବାଗବାହାଲ ଗ୍ରାମକୁ ଯାଇ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଇଥିବା ପିଆଜ ଓ ପନିପରିବା ଚାଷ ସମ୍ପର୍କରେ ଆଲୋଚନା କରିବା ସହ ସେମାନଙ୍କ ଆତ୍ମବିଶ୍ଵାସକୁ ପ୍ରଶଂସା କରିଥିଲେ।

ନୂତନ ଅମଳ ପରବର୍ତ୍ତୀ ପରିଚାଳନା କାର୍ଯ୍ୟକ୍ରମ ଜରିଆରେ ଥିବା ସହାୟତା ସମ୍ପର୍କରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ କୃଷି ଉତ୍ପାଦକ ସଂଗଠନକୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ। ଉନ୍ନୟନ କମିଶନରଙ୍କ ଆଜିର ଟିଟିଲାଗଡ ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ,ଟିଟିଲାଗଡ ଉପ ଜିଲ୍ଲାପାଳ ଦୟାମୟ ପାଢୀଙ୍କ ସମେତ ସମ୍ପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିୟୋଗରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଶୋକ ପ୍ରକାଶ

ଭୁବନେଶ୍ବର: ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ମାନ୍ୟବର ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଏପରି ଅକାଳ ବିୟୋଗରେ ମନ୍ତ୍ରୀ ଶ୍ରୀମତୀ ସାହୁ ଗଭୀର ଦୁଃଖିତ ଓ ଅତ୍ୟନ୍ତ ମର୍ମାହତ ବୋଲି ପ୍ରକାଶ କରିଛନ୍ତି ।

ଜଣେ ବରିଷ୍ଠ, ଟାଣୁଆ ଓ ଦକ୍ଷ ରାଜନେତl ଭାବେ ମନ୍ତ୍ରୀ ସ୍ବର୍ଗତ ଦାସଙ୍କର ଲୋକପ୍ରିୟତା ରହିଥିଲା ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିବା ସହ ତାଙ୍କୁ ହରାଇବା ଓଡ଼ିଶାର ରାଜନୀତି ପାଇଁ ଅପୂରଣୀୟ କ୍ଷତି ଘଟିଛି ବୋଲି କହିଛନ୍ତି। ମନ୍ତ୍ରୀ ଶ୍ରୀମତୀ ସାହୁ , ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖୁବ ଶିଘ୍ର ରାଜ୍ୟରେ ପ୍ରଣୟନ ହେବ ନୂତନ ଜଳ ନୀତି , ବସିଲା ଅନ୍ତଃ ବିଭାଗୀୟ ବୈଠକ

ଭୁବନେଶ୍ୱର: ରାଜ୍ୟରେ ନୂତନ ଜଳ ନୀତି ପ୍ରଣୟନ ସଂପର୍କିତ ଅନ୍ତଃ ବିଭାଗୀୟ ବୈଠକ ଶନିବାର ରାଜ୍ୟ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗଦେଇ ଆଗାମୀ ଦିନରେ ପ୍ରଣୟନ ତଥା କାର୍ଯ୍ୟକାରୀ ହେବାକୁ ଥିବା ପ୍ରସ୍ତାବିତ ନୂତନ ରାଜ୍ୟ ଜଳ ନୀତି ସଂପର୍କରେ ଅବଗତ ହୋଇଥିଲେ।

କୃଷି, ଶିଳ୍ପ ତଥା ଆନୁଷଙ୍ଗିକ କ୍ଷେତ୍ରରେ କୃଷକ ତଥା ଜନସାଧାରଣଙ୍କ ନିମନ୍ତେ ଜଳର ଆବଶ୍ୟକତା ପୂରଣ ଦିଗରେ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖି କାର‌୍ୟ୍ୟ କରୁଛନ୍ତି, ପ୍ରସ୍ତାବିତ ନୂତନ ଜଳନୀତି ଏ ଦିଗରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ। ବୈଠକରେ ନୂତନ ରାଜ୍ୟ ଜଳ ନୀତିରେ ଜଳ ସଂପଦ ବିଭାଗରେ ଥିବା ବିଭିନ୍ନ ଉପ ବିଭାଗର କାର‌୍ୟ୍ୟନୀତିରେ ହେବାକୁ ଥିବା ପରିବର୍ତ୍ତନ ସଂପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା।

ଜଳସମ୍ପଦ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ମଧ୍ୟମ ,ବୃହତ୍ ଓ କ୍ଷୁଦ୍ର ଜଳସେଚନ, ମେଗା ଲିଫ୍ଟ, ଉଠା ଜଳସେଚନଓ ଅନ୍ୟାନ୍ୟ ବ୍ୟବସ୍ଥାରେଜଳସେଚନ କରାଯାଉଥିବା ବେଳେ ରାଜ୍ୟ ଜଳନୀତିରେ ଆବଶ୍ୟକ ପରିବର୍ତ୍ତନ କରାଗଲେ ବ୍ୟବସ୍ଥାରେ ଅଧିକ ଉନ୍ନତିକରଣ ହେବ ବୋଲି ଏ ସଂପର୍କରେ ସଂପୃକ୍ତ ବିଭାଗୀୟ ମୁଖ୍ୟଯନ୍ତ୍ରୀମାନେ ପାଓ୍ୱାର ପଏଣ୍ଟ ମାଧ୍ୟମରେ ବୁଝାଇଥିଲେ। ନୂତନ ଜଳନୀତିରେ ଭୂତଳ ଜଳ ସଂରକ୍ଷଣ, ସେଚାଞ୍ଚଳ ଉନ୍ନୟନ କାର‌୍ୟ୍ୟକ୍ରମ ଓ ଓ୍ୱାଲମୀ ଜରିଆରେ କାର‌୍ୟ୍ୟକ୍ରମ ସଂପର୍କିତ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।

ବୈଠକରେ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗଦେଇ,ନୂତନ ଜଳନୀତିରେ ଆବଶ୍ୟକକଣ କଣ ପରିବର୍ତ୍ତନ କରାଗଲେ ଜନସାଧାରଣ ଅଧିକରୁ ଅଧିକ ବ୍ୟବହାର ଉପଯୋଗୀ ଜଳ ପାଇପାରିବେ, ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ କେତେକ ସ୍ଥଳେ ବିଭାଗୀୟ ଅଧିକାରୀ ତଥା ମୁଖ୍ୟ ଯନ୍ତ୍ରୀମାନଙ୍କୁ ପ୍ରସ୍ତାବିତ ନୂତନ ଜଳନୀତିକୁ ପୁନଃ ଅବଲୋକନ କରିବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଥିଲେ।

ସଂପ୍ରତି ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଜଳପରିଚାଳନା, ଜଳର ଉପଯୁକ୍ତ ବ୍ୟବହାର,ଜଳ ଉପରେ ନିର୍ଭର କରୁଥିବା ସହଭାଗୀ ଅନୁଷ୍ଠାନଗୁଡିକର ଆବଶ୍ୟକତାକୁ ଦୃଷ୍ଟି ରାଜ୍ୟ ଜଳନୀତି-୨୦୦୭ ରେ ଆବଶ୍ୟକ ପରିବର୍ତ୍ତନ ଅଣାଯାଇ ନୂତନ ଜଳନୀତି ପ୍ରଣୟନ ପାଇଁ ଜଳସଂପଦ ବିଭାଗ ତରଫରୁ ପଦକ୍ଷେପ ନିଆଯାଇଛି। ଏ ସଂପର୍କରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମତ୍ସ୍ୟ ଓ ପଶୁସଂପଦ ବିଭାଗ, ପଂଚାୟତିରାଜ ,ପାନୀୟ ଜଳ ଓ ଜଳବାୟୁ ପରିବର୍ତ୍ତନ, ଗୃହ ଓ ନଗର ଉନ୍ନୟନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସହ ଅନ୍ୟ ସହଯୋଗୀ ସରକାରୀ ବିଭାଗ ଓ ବେସରକାରୀ ଅନୁଷ୍ଠାନଗୁଡିକ ସହିତ ଆଲୋଚନା ଜାରି ରହିଛି ।

ବୈଠକରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଇଂ.ଭକ୍ତ ରଞ୍ଜନ ମହାନ୍ତିଙ୍କ ସମେତ ବିଭାଗର ବିଭିନ୍ନ ଶାଖାର ମୁଖ୍ୟ ଯନ୍ତ୍ରୀ, ନିର୍ଦ୍ଦେଶକ ତଥା ଉଚ୍ଚ ପଦାଧିମାନେ ଯୋଗଦେଇ ମତ ରଖିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଯୁଦ୍ଧକାଳୀନ ଭିତ୍ତିରେ ଘାଇ ମରାମତି କରିବାକୁ ଜଳ ସଂପଦ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଆଜି ସେଚ ସଦନ ଠାରେ ରାଜ୍ୟର ବିଭିନ୍ନ ନଦୀ ଅବବାହିକାରେ ଥିବା ନଦୀ ଓ ଜଳଭଣ୍ଡାରର ଜଳସ୍ତର ସ୍ଥିତି ସମୀକ୍ଷା କରିଛନ୍ତି। ରାଜ୍ୟରେ ସୁବର୍ଣ୍ଣରେଖା, ବୈତରଣୀ,ବୁଢ଼ାବଳଙ୍ଗ, ଜଳକା ଆଦି ନଦୀରେ ଜଳ ପ୍ରବାହ ସହ ସୁବର୍ଣରେଖା ଅବବାହିକାରେ ବନ୍ୟା ସ୍ଥିତି ଓ ଜଳସମ୍ପଦ ବିଭାଗ ତରଫରୁ ପ୍ରସ୍ତୁତି ସମ୍ପର୍କରେ ମନ୍ତ୍ରୀ ଶ୍ରୀମତୀ ସାହୁ ସ୍ଥିତି ଅନୁଧ୍ୟାନ କରିଥିଲେ।

ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରଥମେ ସେଚ ସଦନରେ ବନ୍ୟା ନିୟନ୍ତ୍ରଣ କକ୍ଷ ବୁଲି ଦେଖିବା ସହ ବନ୍ୟା ପରିଚାଳନା ସମ୍ପର୍କିତ ସୂଚନା ସରବରାହ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ପରେ ପରେ ସେଚ ସଦନ ସମ୍ମିଳନୀ କକ୍ଷରେ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ସମୀକ୍ଷା କରିଥିଲେ। ଏହି ବୈଠକରେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଯୋଗ ଦେଇଥିବା କଟକ,ବାଲେଶ୍ୱର, କେଉଁଝର ଓ ମୟୁରଭଞ୍ଜ ଜିଲ୍ଲା ଆଦିର ବିଭାଗୀୟ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।

ମନ୍ତ୍ରୀ ଗତକାଲି ସୁବର୍ଣ୍ଣରେଖା ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ନେଇ ଆଭାସୀ ବୈଠକରେ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ। ଆଜିର ବୈଠକ ସମୟ ମଧ୍ୟାହ୍ନ ସୁଦ୍ଧା ସୁବର୍ଣ୍ଣରେଖା ନଦୀରେ ଜଳ ପ୍ରବାହ ସ୍ଥିର ରହିଥିଲା ବେଳେ ମଧ୍ୟାହ୍ନ ପରଠାରୁ ଜଳ ପ୍ରବାହ ସ୍ତର ଧିରେ ଧିରେ କମୁଥିବା ସର୍ବୋଚ୍ଚ ଯନ୍ତ୍ରୀ ପ୍ରକାଶ କରିଛନ୍ତି । ବିଭିନ୍ନ ନଦୀରେ ସୃଷ୍ଟି ହୋଇଥିବା ଘାଇକୁ ଯୁଦ୍ଧକାଳୀନ ଭିତ୍ତିରେ ଜଳସମ୍ପଦ ବିଭାଗ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଅସ୍ଥାୟୀ ଭାବେ ବନ୍ଦ କରାଯାଉଛି।

ମହାନଦୀ ଅବବାହିକାରେ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଘାଇ ଗୁଡିକୁ ପାଣି ଛାଡ଼ିବା ସଙ୍ଗେ ସଙ୍ଗେ ଯଥାଶୀଘ୍ର ମରାମତି କରି ବନ୍ଦ କରିବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ହୀରାକୁଦରୁ ୪ ଟି ଗେଟ ଦେଇ ଜଳ ଛଡ଼ାଯାଉଥିବା ବେଳେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଙ୍ଗାଲି ଜଳ ଭଣ୍ଡାରରୁ ଆଜି ଗୋଟିଏ ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟ ପକ୍ଷରେ ମହାନଦୀ ଅବବାହିକାକୁ ନେଇ ଆଉ ବନ୍ୟା ସମସ୍ୟା ନାହିଁ ବୋଲି ବୈଠକରେ ଆଲୋଚନା ହୋଇଥିଲା କ୍ଷବୈଠକ ପରେ ଗଣମାଧ୍ୟକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଉଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ଅନୁସାରେ ରାଜ୍ୟରେ ବିଭିନ୍ନ ପ୍ରାକୃତିକ ବିପର‌୍ୟ୍ୟୟର ସଫଳ ମୁକାବିଲା କରି ଆମ ରାଜ୍ୟ ପ୍ରଶଂସା ସାଉଁଟିଛି। ଏହାକୁ ଗୁରୁତ୍ୱ ଦେଇ ଚଳିତ ବନ୍ୟାର ମୁକାବିଲା କରିବା ପାଇଁ ଜଳ ସମ୍ପଦ ବିଭାଗର ସମସ୍ତ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ।

ବନ୍ୟାକୁ ଦୃଷ୍ଟିରେ ରଖି ଗତ କାଲି ରାତ୍ରୀକାଳୀନ ପାଟ୍ରୋଲିଂକୁ ଜୋରଦାର କରାଯାଇଥିଲା ଓ ଏହି ପ୍ରକ୍ରିୟା ଜାରି ରହିଛି । ବୈଠକରେ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଇଂ ବିଜୟ କୁମାର ମିଶ୍ର, ସର୍ବୋଚ୍ଚ ଯନ୍ତ୍ରୀ (୨) ତଥା ମହାନଦୀ-କାଠଯୋଡି ଅବବାହିକା ମ୍ୟାନେଜର ଇଂ ଭକ୍ତ ରଞ୍ଜନ ମହାନ୍ତିଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଅନୁଷ୍ଠିତ

ଭୁବନେଶ୍ୱର: ପ୍ରାକୃତିକ ଦୁର୍ବିପାକ ଓ ବିପର୍ଯ୍ୟୟ ମାନବସମାଜର ଚିରସହଚର। ବିପର୍ଯ୍ୟୟଟିଏ ଆସିଲେ ପରିବାର ତରଫରୁ ଏହାର ମୁକାବିଲା ନିମନ୍ତେ ପ୍ରସ୍ତୁତି କରିହୁଏ। ଜନବସତିରେ ପରିବାର ସହିତ ବସବାସ କରୁଥିବା ଶିଶୁମାନେ ପାରିବାରିକ ସୁରକ୍ଷା ପାଇ ପାରୁଥିବାବେଳେ, କୌଣସି କାରଣରୁ ସେଥିରୁ ଦୂରେଇଯାଇ ଆନୁଷ୍ଠାନିକ ଯନି ବ୍ୟବସ୍ଥାରେ ରହିଥିବା ଶିଶୁମାନଙ୍କୁ ବିପର୍ଯ୍ୟୟ ନିମନ୍ତେ ପ୍ରସ୍ତୁତ ରଖିବା ସହିତ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଶିଶୁମାନେ ଅଧିକ ସମ୍ବେଦନଶୀଳ ହୋଇଥିବାରୁ ସେମାନଙ୍କୁ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରଖିବା ଦିଗରେ ଶିଶୁଯନି ଅନୁଷ୍ଠାନଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି ପୂର୍ବାହ୍ନରେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଶିଶୁମାନଙ୍କ ପାଇଁ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ମତବ୍ୟକ୍ତ କରିଛନ୍ତି।

୧୯୯୯ ଅକେଫାବର ୨୯ ତାରିଖରେ ସଂଘଟିତ ମହାବାତ୍ୟା ପରେ ସମଗ୍ର ରାଜ୍ୟରେ ଏହି ଦିନଟିକୁ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଭାସି ମାଧ୍ୟମରେ ବିଭାଗ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ ଓଡ଼ିଶା ଭଳି ଏକ କ୍ରମାଗତ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ବନ୍ୟା, ବାତ୍ୟା, ମରୁଡ଼ି, ବଜ୍ରପାତ, ଅଂଶୁଘାତ, ଭୂସ୍ଖଳନ ଏବଂ ମହାମାରୀ ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଶିଶୁଯନି ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ଏହାର ମୁକାବିଲା କରିବା ନିମନ୍ତେ ପର୍ଯ୍ୟାପ୍ତ ପ୍ରସ୍ତୁତି ଦିଗରେ ବିଭାଗ ପକ୍ଷରୁ କରାଯାଇଥିବା ଆକ୍ସନ୍‌ ପ୍ଲାନ୍‌ ବେଶ୍‌ ଫଳପ୍ରଦ ହୋଇପାରିବ ଏବଂ ଏହାର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଉପରେ ମନ୍ତ୍ରୀ ଶ୍ରୀମତୀ ସାହୁ ଗୁରୁତ୍ୱ ଆରୋପ କରିଛନ୍ତି।

କାର୍ଯ୍ୟକ୍ରମ ସହିତ ସଂପୃକ୍ତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉଦ୍‌ବୋଧନ ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ, ଆମ ରାଜ୍ୟର ୨୩୮ଟି ଶିଶୁଯନି ଅନୁଷ୍ଠାନରେ ୮୫୦୦ ଶିଶୁଙ୍କୁ ଏକ ନିରାପଦ ଏବଂ ଭୟମୁକ୍ତ ପରିବେଶରେ ରଖିବା ନିମନ୍ତେ ବହୁବିଧ ପଦକ୍ଷେପ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଛି। କିନ୍ତୁ କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା, ବିପର୍ଯ୍ୟୟ ପରିଚାଳନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସାରା ବିଶ୍ୱରେ ପ୍ରଶଂସିତ ହୋଇଛି।

ଏହି ପରିପ୍ରେକ୍ଷୀରେ ଶିଶୁଯନି ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀମାନଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନାକୁ ଆହୁରି ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ କରିବା ନିମନ୍ତେ ବିଭାଗ ତରଫରୁ ଅତି ସ୍ୱଳ୍ୱ ସମୟ ମଧ୍ୟରେ ୟୁନିସେଫ୍‌ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ମିଳିତ ସହଭାଗିତାରେ ଏସ୍‌ଓପି, ହ୍ୟାଣ୍ଡବୁକ୍‌, ପ୍ରଶିକ୍ଷଣ ପୁସ୍ତିକା ଆଦି ପ୍ରସ୍ତୁତ କରାଯାଇଛି। ଏଥି ସହିତ ଅନୁଷ୍ଠାନଗୁଡ଼ିକର ଯନି ପ୍ରଦାନକାରୀମାନଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ପ୍ରଦାନ କରାଯି। ଏହା ଦ୍ୱାରା ଶିଶୁମାନଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଆମେ ଉତ୍କର୍ଷ ପ୍ରଦର୍ଶନ କରିପାରିବା ବୋଲି ପ୍ରମୁଖ ଶାସନ ସଚିବ ଆଶା ପ୍ରକାଶ କରିଥିଲେ।

ଏହି ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ନିର୍ଦ୍ଦେଶକ, ସମନ୍ୱିତ ଶିଶୁ ବିକାଶ ଅରବିନ୍ଦ ଅଗ୍ରୱାଲ୍‌ କହିଥିଲେ, ‘ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଜିରୋ କାଜୁଆଲିଟିକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ତେଣୁ ବିପର୍ଯ୍ୟୟ ପ୍ରତିକାର, ପ୍ରସ୍ତୁତି, ପରିଚାଳନା ଓ ଦକ୍ଷତା ବୃଦ୍ଧି ମାଧ୍ୟମରେ ଶିଶୁଯନି ଅନୁଷ୍ଠାନଗୁଡ଼ିକରେ ସୁରକ୍ଷିତ ପରିବେଶକୁ ସୁନିଶ୍ଚିତ କରାଯାଇପାରିବ। ଏଥି ପାଇଁ ସେବା ପ୍ରଦାନକାରୀ କର୍ମଚାରୀମାନଙ୍କୁ ବାତ୍ୟା, ବନ୍ୟା ଭଳି ବିପର୍ଯ୍ୟୟର ମୁକାବିଲା ତଥା ଅଗ୍ନିଜନିତ ଦୁର୍ଘଟଣାରୁ ପ୍ରତିହତ କରିବା ନିମନ୍ତେ ନିୟମିତ ପ୍ରଶିକ୍ଷଣ ପ୍ରଦାନପୂର୍ବକ ଶିଶୁଯନି ଅନୁଷ୍ଠାନଗୁଡ଼ିକୁ ଆହୁରି ସୁଦୃଢ଼ କରାଯିବ।’

ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍‌ର ଓଡ଼ିଶା ରାଜ୍ୟ ମୁଖ୍ୟ ମୋନିକା ନିଲେସନ୍‌ ଶିଶୁଯନି ଅନୁଷ୍ଠାନଗୁଡ଼ିକର ପରିଚାଳନାରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ କନ୍‌ସଲଣ୍ଟାଣ୍ଟ ଗୌତମ ଆର୍ଯ୍ୟଭୂଷଣ ଟ୍ରେନିଂ ମଡୁ୍ୟଲ୍‌ର ବିଭିନ୍ନ ପ୍ରାବଧାନ ସଂପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ଓସ୍‌ଡମା ସହାୟତାରେ ପ୍ରସ୍ତୁତ ବିପର୍ଯ୍ୟୟ ପ୍ରସ୍ତୁତି ସଂପର୍କିତ ମାନକ ପରିାଳନା ପଦ୍ଧତି (ଏସ୍‌ଓପି), ମାର୍ଗଦର୍ଶିକା (ଡୁ ଆଣ୍ଡ ଡୁନଟସ୍‌), ଯନି ପ୍ରଦାନକାରୀମାନଙ୍କ ନିମନ୍ତେ ପ୍ରଶିକ୍ଷଣ ପୁସ୍ତିକା ଆଦିକୁ ମନ୍ତ୍ରୀ ଶ୍ରୀମତୀ ସାହୁ ଲୋକାର୍ପଣ କରିଥିଲେ। ଏହି ସବୁ ସାମଗ୍ରୀଗୁଡ଼ିକ ଯଥାଶୀଘ୍ର ସମସ୍ତ ଶିଶୁଯନି ଅନୁଷ୍ଠାନମାନଙ୍କୁ ପ୍ରେରଣ କରାଯିବ ବୋଳି ବୈଠକରେ ସୂଚନା ଦିଆଯାଇଥିଲା। ପ୍ରାରମ୍ଭରେ ଅତିରିକ୍ତ ଶାସନ ସଚିବ, ଶିଶୁକଲ୍ୟାଣ ରେଗା ଗୀତାରାଣୀ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ୟୁନିସେଫ୍‌ର ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡୁ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକ୍ରମ ପରିଚାଳକ ପ୍ରୀତିକାନ୍ତ ପଣ୍ଡା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ସଦସ୍ୟ, ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ, ଡିଏସ୍‌ଡବ୍ଲୁ୍ୟଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସେ୍ୱଚ୍ଛାସେବୀ ଅନୁଷ୍ଠାନ ତଥା ଶିଶୁଯନି ଅନୁଷ୍ଠାନର ଅନ୍ତେବାସୀମାନଙ୍କ ସହ ପ୍ରାୟ ୫୦୦ରୁ ଊଦ୍ଧ୍ୱର୍ ସଦସ୍ୟ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଖୋଲିବ ଆଉ ୧୫୭୬ଟି ନୂଆ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଆଉ ୧୫୭୬ଟି ନୂଆ ଅଙ୍ଗନବାଡି କେନ୍ଦ୍ର ଖୋଲିବ। ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି। ଜନଜାତି ଓ ଅପପୁଷ୍ଟି ଦେଖାଯାଉଥିବା ଅଂଚଳରେ ନୂଆ ଅଙ୍ଗନବାଡି କେନ୍ଦ୍ର ଖୋଲିବ। ଏଥିପାଇଁ ସମ୍ପୃକ୍ତ ଜିଲ୍ଲାମାନଙ୍କୁ ମଞ୍ଜୁରୀ ଦିଆଯାଇଛି। ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ୭ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉଛି। ମନରେଗାର ୫ ଲକ୍ଷ ଟଙ୍କାକୁ ମିଶାଇ ରାଜ୍ୟ ସରକାର ଆଉ ୨ ଲକ୍ଷ ଟଙ୍କା ଦେଉଛନ୍ତି। ସହରାଂଚଳରେ ଜମି ସମସ୍ୟା ଥିଲେ ଜାଗା ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ବଡ ଘୋଷଣା: ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସ୍ମାର୍ଟ ଫୋନ

ଭୁବନେଶ୍ବର: ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ମାର୍ଟ ଫୋନ୍ ପ୍ରଦାନ କରାଯିବ। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଘୋଷଣା କରିଛନ୍ତି। କୌଣସି ସରକାରୀ ସୂଚନା ପାଇବାକୁ ହେଲେ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା। ଅଙ୍ଗନବାଡି କର୍ମୀଙ୍କ ପାଖରେ ମୋବାଇଲ ରହିଲେ ବହୁତ ଅଳ୍ପ ସମୟରେ ଅଙ୍ଗନଓ୍ୱାଡ଼ି କେନ୍ଦ୍ରର ସୂଚନା ମିଳିପାରିବ।

ସମସ୍ତ ଅଙ୍ଗନୱେଡ଼ି କେନ୍ଦ୍ରରେ ଏସଏଚଜି ମହିଳା ମାନଙ୍କୁ ସକ୍ରୀୟ କରିବା ପାଇଁ ଏହି ଫୋନ ବଣ୍ଟନ କରାଯିବ। ଏହା ସହିତ ସବୁ ଅଙ୍ଗନଓ୍ୱାଡ଼ି ସେଣ୍ଟରରେ ପିଲାମାନଙ୍କର ଉଚ୍ଚତା ଏବଂ ଓଜନ ମାପିବା ପାଇଁ ମେସିନ ଦିଆଯିବ। ଆଜିର ବୈଠକରେ ଅଙ୍ଗନଓ୍ୱାଡ଼ି କର୍ମୀମାନଙ୍କର ସମସ୍ଯା ବିଷୟରେ ଆଲୋଚନା କରାଯାଇଥିଲା। ତେଣୁ ସମସ୍ତ ସମସ୍ୟାକୁ ସମାଧାନ କରିବାକୁ ପ୍ରୟାସ କରାଯିବ ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।