Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାଳିକାମାନଙ୍କ ନିମନ୍ତେ ରାଜ୍ୟସ୍ତରୀୟ ‘ଅଦ୍ୱିକା’ ସମ୍ମିଳନୀ, ଏକ ବର୍ଷରେ ଯୋଡ଼ି ହୋଇଛନ୍ତି ୧୦ ଲକ୍ଷ
ବିଶେଷ ଖବର

ବାଳିକାମାନଙ୍କ ନିମନ୍ତେ ରାଜ୍ୟସ୍ତରୀୟ ‘ଅଦ୍ୱିକା’ ସମ୍ମିଳନୀ, ଏକ ବର୍ଷରେ ଯୋଡ଼ି ହୋଇଛନ୍ତି ୧୦ ଲକ୍ଷ

November 21, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link
ବାଳିକାମାନଙ୍କ ନିମନ୍ତେ ରାଜ୍ୟସ୍ତରୀୟ ‘ଅଦ୍ୱିକା’ ସମ୍ମିଳନୀ, ଏକ ବର୍ଷରେ ଯୋଡ଼ି ହୋଇଛନ୍ତି ୧୦ ଲକ୍ଷ

ଭୁବନେଶ୍ୱର: କିଶୋରୀ ବାଳିକାମାନଙ୍କ ସାମଗ୍ରିରକ ବିକାଶ ଏବଂ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ୨୦୨୦ ମସିହା ଅକେଫାବର ୧୧ ତାରିଖରେ ଆରମ୍ଭ ହୋଇଥିବା ‘ଅଦ୍ୱିକା’ କାର୍ଯ୍ୟକ୍ରମକୁ ଇତି ମଧ୍ୟରେ ଏକ ବର୍ଷ ପୂର୍ତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ନଭେମ୍ବର ୨୦ ତାରିଖ ଶିଶୁ ଅଧିକାର ସପ୍ତାହର ଶେଷ ଦିନରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନବାଡ଼ି ସେବାରେ ଯୋଡ଼ି ହୋଇଥିବା କିଶୋରୀବାଳିକାଙ୍କ ନିମନ୍ତେ ରାଜ୍ୟସ୍ତରୀୟ ‘ଅଦ୍ୱିକା’ ସମ୍ମିଳନୀ ଭର୍ଚୁଆଲ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।

ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ପ୍ରତ୍ୟେକ ବ୍ଲକ୍‌ରେ ସିଡ଼ିପିଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ସହ ୪ ହଜାରରୁ ଊଦ୍ଧ୍ୱର୍ କିଶୋରକିଶୋରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ୟୁନିସେଫ୍‌ ଏବଂ ୟୁଏନ୍‌ଏଫ୍‌ପିଏର ସହଯୋଗରେ ଆରମ୍ଭ ହୋଇଥିବା ‘ଅଦ୍ୱିକା’ କାର୍ଯ୍ୟକ୍ରମରେ ଗତ ଏକ ବର୍ଷ ମଧ୍ୟରେ ୧୦ ଲକ୍ଷରୁ ଊଦ୍ଧ୍ୱର୍ କିଶୋରୀବାଳିକା ସାମିଲ ହୋଇଛନ୍ତି ।

ସେମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ୬୦୦ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ପ୍ରତ୍ୟେକ କିଶୋରୀ ଗ୍ରୁପ୍‌ରେ ସଚେତନତା ପାଇଁ ୧ ଲକ୍ଷରୁ ଊଦ୍ଧ୍ୱର୍ ‘ସଖୀ-ସହେଲି’ଙ୍କୁ ଚିହ୍ନଟ କରାଯାଇଛି । ଡିଜିଟାଲ୍‌ ମାଧ୍ୟମରେ ପ୍ରତ୍ୟେକ ସ୍ତରରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ନିମନ୍ତେ ୨୦୦ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ଗଠନ କରାଯାଇଛି ।

ମୁଖ୍ୟତଃ ବାଲ୍ୟବିବାହ ରୋକିବା, ବାଳିକାମାନଙ୍କୁ ନିର୍ଯାତନା ତଥା ଘରୋଇ ହିଂସାରୁ ସୁରକ୍ଷା ଦେବା, ଡ୍ରପ୍‌ ଆଉଟ୍‌ ହ୍ରାସ, କିଶୋରୀମାନଙ୍କ ପୁଷ୍ଟିସାଧନ, ସ୍ୱଚ୍ଛତା ଏବଂ ଶାରୀରିକ ତଥା ମାନସିକ ପ୍ରସଙ୍ଗଗୁଡ଼ିକରେ ସଚେତନତା ସୃଷ୍ଟି ପାଇଁ ‘ଅଦ୍ୱିକା’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିରେ ସାମିଲ ହେବା ପରେ ତୃଣମୂଳ ସ୍ତରରେ କିଶୋରୀବାଳିକାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କ୍ଷେତ୍ରରେ ଆଖିଦୃଶିଆ ରୂପାନ୍ତରଣ ଦେଖିବାକୁ ମିଳିଛି ।

ଏହି ସଫଳତାକୁ ଆହୁରି ଉଚ୍ଚତର ପର୍ଯ୍ୟାୟକୁ ନେବା ନିମନ୍ତେ ଏଣିକି କିଶୋରବାଳକମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ସାମିଲ କରାଯିବ ଏବଂ ସେମାନଙ୍କ ମଧ୍ୟରୁ ‘ସଖା-ବନ୍ଧୁ’ମାନଙ୍କୁ ନିୟୋଜିତ କରାଯିବ । ଏହି କ୍ରମରେ ଆଜିଠାରୁ ‘ଅଦ୍ୱିକା’ରେ ଯୋଡ଼ି ହୋଇଛି ଏକ ନୂତନ ଫର୍ଦ୍ଦ ‘ସଖା-ବନ୍ଧୁ’ । ଯେଉଁମାନେ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟକୁ ସବୁସ୍ତରରେ ପହଞ୍ଚାଇବା ଦିଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବେ ସେହି ସଖୀ-ସହେଲି, ସଖା-ବନ୍ଧୁ ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ରାଜ୍ୟ ସ୍ତରରେ ପୁରସ୍କୃତ କରାଯିବ ବୋଲି ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।

ଆଜି ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ, ପ୍ରତ୍ୟେକ ଝିଅ ଆମ ପାଇଁ ଅଦ୍ୱିତୀୟ । ଝିଅମାନଙ୍କୁ ସବୁଦୃଷ୍ଟିରୁ ସଶକ୍ତ କରି ଗଢ଼ିତୋଳିବା ନିମନ୍ତେ ଆରମ୍ଭ କରାଯାଇଥିବା ‘ଅଦ୍ୱିକା’ କାର୍ଯ୍ୟକ୍ରମ ଆମ ରାଜ୍ୟର ଝିଅମାନଙ୍କୁ ସଶକ୍ତ ଏବଂ ସମର୍ଥ କରିବା ଦିଗରେ ଏକ ବଳିଷ୍ଠ ପ୍ରୟାସ । ‘ଅଦ୍ୱିକା’ ମାଧ୍ୟମରେ ବାଲ୍ୟବିବାହ, ଶିଶୁଚାଲାଣ, ଶିଶୁ ନିର୍ଯାତନା ଭଳି ଅନେକ ସମ୍ବେଦନଶୀଳ ପ୍ରସଙ୍ଗରେ ଝିଅମାନେ ମୁହଁ ଖୋଲି ପାରୁଛନ୍ତି, ସମସ୍ୟାକୁ ପ୍ରତିହତ କରି ପରିବର୍ତ୍ତନର ବାହକ ସାଜି ପାରିଛନ୍ତି । ‘ଅଦ୍ୱିକା’ ଅନେକଙ୍କ ଭିତରେ ନେତୃତ୍ୱ ନେବାର କ୍ଷମତା ତିଆରି କରିପାରିଛି ।

‘ସଖା-ବନ୍ଧୁ’ କାର୍ଯ୍ୟକ୍ରମର ଶୁଭାରମ୍ଭ ଏବଂ ତା’ର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ସଚେତନତା ସୃଷ୍ଟି ଦିଗରେ କେବଳ କିଶୋରୀବାଳିକା ନୁହେଁ ବାଳକମାନଙ୍କର ମଧ୍ୟ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ସଚେତନ ହେଲେ ଅନେକଗୁଡ଼ିଏ ସାମାଜିକ ପରିବର୍ତ୍ତନ ଆଣିବାରେ ସେମାନେ ମଧ୍ୟ କ୍ରିୟାଶୀଳ ଭୂମିକା ନିର୍ବାହ କରିପାରିବେ । କେବଳ ସେତିକି ନୁହେଁ ଅଙ୍ଗନବାଡ଼ିର ସମସ୍ତ କାର୍ଯ୍ୟକ୍ରମରେ ମଧ୍ୟ ପୁରୁଷମାନଙ୍କ ସହଭାଗିତା ଏକାନ୍ତ ଆବଶ୍ୟକ । କିଶୋରମାନଙ୍କୁ ମଧ୍ୟ ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ଭାବେ ନିୟୋଜିତ କରିବାରେ ‘ସଖା-ବନ୍ଧୁ’ କାର୍ଯ୍ୟକ୍ରମ ଯଥେଷ୍ଟ ସହାୟକ ହେବ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ।

‘ଅଦ୍ୱିକା’ କାର୍ଯ୍ୟକ୍ରମର ସଫଳତା ଏବଂ ଉପଲବ୍ଧି ଏବଂ ଆଗାମୀ ଦିନର କାର୍ଯ୍ୟଖସଡ଼ା ସଂପର୍କରେ ନିଜ ସ୍ୱାଗତ ଭାଷଣରେ ନିର୍ଦ୍ଦେଶକ, ସମନ୍ୱିତ ଶିଶୁ ବିକାଶ ଏବଂ ସମାଜ କଲ୍ୟାଣ ଶ୍ରୀ ଅରବିନ୍ଦ ଅଗ୍ରୱାଲ୍‌ ବିସ୍ତୃତ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍‌, ଓଡ଼ିଶାର ଚିଫ ଫିଲଡ୍‌ ଅଫିସ୍‌, ମୋନିକା ନିଲେସନ୍‌ ଏବଂ ୟୁଏନ୍‌ଏଫ୍‌ପିଏର ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ମହମ୍ମଦ ନଦିମ୍‌ ନୁର୍‌ କିଶୋରୀମାନଙ୍କ ସାମୂହିକ କଲ୍ୟାଣ ପାଇଁ ବିଭାଗ ଦ୍ୱାରା କରାଯାଉଥିବା ପ୍ରୟାସଗୁଡ଼ିକ ବେଶ୍‌ ଫଳପ୍ରଦ ହୋଇଛି ବୋଲି କହିଥିଲେ ।

କିଶୋରକିଶୋରୀମାନଙ୍କ ପାଇଁ ଆୟୋଜିତ ହୋଇଥିବା ଆଜିର ଏହି ସମ୍ମିଳନୀର ପ୍ରମୁଖ ଆକର୍ଷଣ ଥିଲେ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଦୂତୀ ଚାନ୍ଦ ଏବଂ ଓଲିଉଡ୍‌ ଅଭିନେତ୍ରୀ ଭୂମିକା ଦାସ। ସେମାନେ ନିଜ ସଂଘର୍ଷ ଏବଂ ସଫଳତାର କାହାଣୀ ବର୍ଣ୍ଣନା କରିବା ସହ ବିଭିନ୍ନ ଜିଲ୍ଲାରୁ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିବା କିଶୋରୀମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ।

ଏହି ଅବସରରେ ପ୍ରାକ୍‌ଶୈଶବ ଯନି ପାଇଁ ୦ରୁ ୩ ବର୍ଷ ବୟସର ପିଲାଙ୍କ ପାଇଁ ଆରମ୍ଭ ହୋଇଥିବା ବାତ୍ସଲ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ଶିଶୁମାନଙ୍କ ପାଇଁ ‘ବାତ୍ସଲ୍ୟ-ମୋ ବିକାଶ ପତ୍ର’ ଏବଂ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ପାଇଁ ଇ-ଅରୁଣିମା ଅନ୍‌ଲାଇନ୍‌ ମଡୁ୍ୟଲ୍‌ ଲୋକାର୍ପିତ ହୋଇଥିଲା । ‘ଅଦ୍ୱିକା’ ପାଇଁ ‘ଲୋଗୋ’ ମଧ୍ୟ ଉନ୍ମୋଚିତ ହୋଇଥିଲା । ନବରଙ୍ଗପୁରରୁ ସଖୀ ସରିତା ଗାରଦ, ମାଲକାନଗିରିରୁ ସଖୀ ସୁନିତା ସରକାର ତଥା ଢେଙ୍କାନାଳର ଅଙ୍ଗନବାଡ଼ି କର୍ମୀ ଅପରାଜିତା ମହାନ୍ତି ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ ।

ବୈଷୟିକ ଅଧିବେଶରେ କିଶୋରକିଶୋରୀମାନଙ୍କ ମଧ୍ୟରେ ଲିଙ୍ଗଗତ ପ୍ରଭେଦର ପ୍ରଭାବ, ସଖୀ-ସହେଲି ଏବଂ ସଖା-ବନ୍ଧୁମାନଙ୍କୁ ଭୂମିକା ସଂପର୍କରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରରେ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ବିଭାଗର ଉପଦେଷ୍ଟା ସୁଲତା ଦେଓଙ୍କ ସମେତ ସିଡ଼ିପିଓ, ଡିସିପିଓ, ଅଙ୍ଗନବାଡ଼ି କର୍ମୀ ଏବଂ ୪ ହଜାରରୁ ଊଦ୍ଧ୍ୱର୍ କିଶୋର କିଶୋରୀ ଯୋଗଦେଇଥିଲେ।

ମହିଳା ଓ ଶିଶୁ ବିକାଶ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ

April 23, 2026
Latest News

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.