Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍କଟ ରୋଗର ଶୀଘ୍ର ଚିହ୍ନଟ ପାଇଁ ନୂଆ ରକ୍ତ ଆଧାରିତ ପରୀକ୍ଷା ‘କ୍ୟାନସର ସ୍ପଟ୍‌’
ଆଜିର ଖବର

କର୍କଟ ରୋଗର ଶୀଘ୍ର ଚିହ୍ନଟ ପାଇଁ ନୂଆ ରକ୍ତ ଆଧାରିତ ପରୀକ୍ଷା ‘କ୍ୟାନସର ସ୍ପଟ୍‌’

December 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
cancer treatment
ରକ୍ତ ପରୀକ୍ଷା ମାଧ୍ୟମରେ ଚିହ୍ନଟ ହେବ କର୍କଟ ରୋଗ

ବେଙ୍ଗାଲୁରୁ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହାୟକ କମ୍ପାନୀ ତଥା ଭାରତର ଅଗ୍ରଣୀ ଜେନୋମିକ୍ସ ଏବଂ ବାୟୋ ଇନଫର୍ମାଟିକ୍ସ କମ୍ପାନୀ ଷ୍ଟ୍ରାଣ୍ଡ ଲାଇଫ ସାଇନ୍ସ ପକ୍ଷରୁ ବିଭିନ୍ନ କର୍କଟ ରୋଗର ଶୀଘ୍ର ଚିହ୍ନଟ ପାଇଁ ଏକ ନୂଆ ରକ୍ତ ଆଧାରିତ ପରୀକ୍ଷା ଆରମ୍ଭ କରିଛି। କ୍ୟାନସର ସ୍ପଟ୍ ନାମକ ଏହି ପରୀକ୍ଷଣରେ କର୍କଟ ଟ୍ୟୁମର ଡିଏନଏ ଚିହ୍ନଟ କରିବା ପାଇଁ ବିଶ୍ୱ ସ୍ତରରେ ସ୍ୱୀକୃତ ମିଥାଇଲେସନ୍ ପ୍ରୋଫାଇଲ୍ ଜ୍ଞାନକୌଶଳ ବ୍ୟବହାର କରାଯିବ। ଷ୍ଟ୍ରାଣ୍ଡ ଲାଇଫ ସାଇନ୍ସ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହାୟକ କମ୍ପାନୀ।

କ୍ୟାନସର ସ୍ପଟ୍ ହେଉଛି ଏକ ରକ୍ତ ଭିତ୍ତିକ ପରୀକ୍ଷା। ରକ୍ତରେ କର୍କଟ ଡିଏନଏ ମିଥାଇଲେସନ୍ ସିଗନେଚର ଚିହ୍ନଟ କରିବା ପାଇଁ ଏହା ଜେନୋମ୍ ସିକୁଏନସିଂ ଏବଂ ଏକ ବିଶେଷ ବିଶ୍ଳେଷଣ ପ୍ରକ୍ରିୟା ବ୍ୟବହାର କରିଥାଏ। ଏହି ପରୀକ୍ଷା ନିୟମିତ କର୍କଟ ସ୍କ୍ରିନିଂର ଏକ ସରଳ ଏବଂ ସୁବିଧାଜନକ ବିକଳ୍ପ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ବୋର୍ଡ ସଦସ୍ୟା ଇଶା ଅମ୍ବାନୀ ପିରାମଲ କହିଛନ୍ତି, “ରିଲାଏନ୍ସ ମାନବତାର ସେବା ଏବଂ ଚିକିତ୍ସାର ଭବିଷ୍ୟତକୁ ଏକ ନୂତନ ଆକାର ଦେବା ପାଇଁ ପ୍ରତିବଦ୍ଧ ରହିଛି। କ୍ୟାନସର ବା କର୍କଟ ରୋଗ ଭାରତରେ ମୃତ୍ୟୁର ଏକ ପ୍ରମୁଖ କାରଣ ଭାବେ ଉଭା ହେଉଛି। ଏହା ରୋଗୀ, ସେମାନଙ୍କ ପରିବାର ଏବଂ ସମୁଦାୟ ପ୍ରତି ବଡ଼ ବିତ୍ତୀୟ, ସାମାଜିକ ଓ ମନୋବୈଜ୍ଞାନିକ ବୋଝ ହୋଇଥାଏ। ଷ୍ଟ୍ରାଣ୍ଡର ନୂତନ କର୍କଟ ଚିହ୍ନଟ ପରୀକ୍ଷା ହେଉଛି ଏକ ଉତ୍ତମ ସ୍ୱାସ୍ଥ୍ୟସେବା ସମାଧାନ। ଆମେ ସ୍ୱାସ୍ଥ୍ୟସେବା ଏବଂ ଭାରତ ସହିତ ବିଶ୍ୱର ଅନ୍ୟ ଭାଗରେ ଜୀବନରେ ଉନ୍ନତି ଆଣିବା ପାଇଁ ଜେନୋମିକ୍ସର ଶକ୍ତି ଉପଯୋଗ ପାଇଁ ପ୍ରତିବଦ୍ଧ। ରିଲାଏନ୍ସର ପ୍ରତ୍ୟେକ ପଦକ୍ଷେପରେ ଏହାର ଉଇ କେୟାର ବା ‘ଆମେ ଯତ୍ନ ନେଉଛୁ’ ଦର୍ଶନ ପ୍ରତିଫଳିତ ହୋଇଥାଏ।”

ବେଙ୍ଗାଲୁରୁରେ ଷ୍ଟ୍ରାଣ୍ଡର ନୂତନ ଅତ୍ୟାଧୁନିକ ଜେନୋମିକ୍ସ ଡାଇଗ୍ନୋଷ୍ଟିକ୍ସ ଏବଂ ରିସର୍ଚ୍ଚ ସେଣ୍ଟରର ଉଦଘାଟନ ଅବସରରେ ଷ୍ଟ୍ରାଣ୍ଡ ଲାଇଫ ସାଇନ୍ସର ସିଇଓ ତଥା ସହ-ପ୍ରତିଷ୍ଠାତା ଡକ୍ଟର ରମେଶ ହରିହରନ୍ କହିଛନ୍ତି, “କର୍କଟ ରୋଗର ମୁକାବିଲା ତଥା ଏହା ଉପରେ ବିଜୟ ହାସଲ କରିବା ପାଇଁ ସଠିକ ସମୟରେ ପ୍ରାରମ୍ଭିକ ଚେତାବନୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଏକ ସୁଲଭ ପ୍ରାରମ୍ଭିକ କ୍ୟାନସର ଚିହ୍ନଟ ପରୀକ୍ଷଣ ଆରମ୍ଭ କରିଥିବାରୁ ଗର୍ବ ଅନୁଭବ କରୁଛୁ, ଯାହା ଲୋକଙ୍କୁ କ୍ୟାନସରରୁ ବଞ୍ଚାଇବା ପାଇଁ କାମରେ ଆସିବ। ନିଜର ୨୪ ବର୍ଷର ଇତିହାସରେ ଷ୍ଟ୍ରାଣ୍ଡ ଜେନୋମିକ୍ସ କ୍ଷେତ୍ରରେ ଅଗ୍ରଣୀ ରହିଆସିଛି। ଏହା ଭାରତ ପାଇଁ ଆଉ ଏକ ବଡ଼ ସଫଳତା, ଯାହା ବହୁ ବର୍ଷର ଗବେଷଣା, ଅଧ୍ୟୟନ ଓ ଅନୁସନ୍ଧାନର ପରିଣାମ।”

ଜେନୋମିକ୍ସ ଡାଇଗ୍ନୋଷ୍ଟିକ୍ ଏବଂ ରିସର୍ଚ୍ଚ ସେଣ୍ଟରର ଉଦଘାଟନ ଆଜି ଜେନୋମିକ୍ସ ଏବଂ ବାୟୋଫିଜିକାଲ୍ କେମିଷ୍ଟ୍ରି (ରସାୟନ ବିଜ୍ଞାନ) ର ବିଶେଷଜ୍ଞ ଡକ୍ଟର ଚାର୍ଲ୍ସ କେଣ୍ଟରଙ୍କ ଦ୍ୱାରା ହୋଇଥିଲା, ଯିଏ ପୂର୍ବରୁ କଲମ୍ବିଆ ୟୁନିଭରସିଟି, ୟୁସି ବର୍କଲେ ଏବଂ ବୋଷ୍ଟନ୍ ୟୁନିଭରସିଟିରେ ପ୍ରଫେସର ଥିଲେ। ଏହି ଅତ୍ୟାଧୁନିକ ଜେନୋମିକ୍ସ ଲାବୋରେଟୋରୀ ୩୩,୦୦୦ ବର୍ଗଫୁଟ ପରିବ୍ୟାପ୍ତ ହୋଇଛି।

ରିଲାଏନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Latest News

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.