Categories
ଆଜିର ଖବର ଜାତୀୟ ଖବର

ରିଲାଏନ୍ସ ପକ୍ଷରୁ ବିଭିନ୍ନ ବ୍ୟବସାୟ କ୍ଷେତ୍ରରେ ସ୍ନାତକ ଇଞ୍ଜିନିୟର ଟ୍ରେନି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ 

ଭୁବନେଶ୍ୱର: ଭାରତର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ‘ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି’ କାର୍ଯ୍ୟକ୍ରମ ଆରମ୍ଭ କରିଛି। ପେଟ୍ରୋକେମିକାଲ୍ସ ଠାରୁ ଆରମ୍ଭ କରି ନୂତନ ଶକ୍ତି ପର୍ଯ୍ୟନ୍ତ ସମସ୍ତ ବିଭାଗରେ ସ୍ନାତକ ଇଞ୍ଜିନିୟର ନିଯୁକ୍ତି କରିବାକୁ ଏହା ଲକ୍ଷ୍ୟ ରଖିଛି।

କମ୍ପାନୀର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି (ଜିଇଟି) ୨୦୨୪ କାର୍ଯ୍ୟକ୍ରମ ନାମରେ ରିଲାଏନ୍ସ ଭାରତର ବିଭିନ୍ନ ସ୍ଥାନରୁ ଯୁବ ଇଞ୍ଜିନିୟରମାନଙ୍କ ପାଇଁ ପ୍ରବେଶ ସ୍ତରରେ ନିଯୁକ୍ତି ଅଭିଯାନ ଆରମ୍ଭ କରିଛି। ଏହାର ଉଦ୍ଦେଶ୍ୟ ହେଉଛି ବ୍ୟବସାୟ କ୍ଷେତ୍ରରେ ପ୍ରମୁଖ ବୈଷୟିକ ଭୂମିକାରେ ଯୁବ ତଥା ଉଚ୍ଚ କ୍ଷମତା ସମ୍ପନ୍ନ ଇଞ୍ଜିନିୟରିଂ ପ୍ରତିଭା ନିଯୁକ୍ତ କରିବା।

ଏହି ବର୍ଷ ଆବେଦନ ପ୍ରକ୍ରିୟା ପ୍ରଥମ ଥର ପାଇଁ ଅନଲାଇନରେ ମାଧ୍ୟମରେ କରାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ ଜାନୁୟାରୀ ୧୧ ରୁ ଆରମ୍ଭ ହୋଇଛି। ପଞ୍ଜୀକରଣ ପାଇଁ ଶେଷ ତାରିଖ ହେଉଛି ଜାନୁୟାରୀ ୧୯।

ଏହି କାର୍ଯ୍ୟକ୍ରମ ଅଧୀନରେ, କମ୍ପାନୀ ପକ୍ଷରୁ ଏଆଇସିଟିଇ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନ ଗୁଡିକର ରସାୟନ (କେମିକାଲ), ଇଲେକ୍ଟ୍ରିକାଲ, ଯାନ୍ତ୍ରିକ (ମେକାନିକାଲ) ଓ ଇନଷ୍ଟ୍ରୁମେଣ୍ଟେସନ ଭଳି ବିଭିନ୍ନ ବିଭାଗର ୨୦୨୪ ବ୍ୟାଚ୍ ବି.ଟେକ୍ ଏବଂ ବି.ଇ. ସ୍ନାତକମାନଙ୍କ ଠାରୁ ଅନଲାଇନ୍ ଆବେଦନ ଆହ୍ୱାନ କରାଯାଇଛି। ମନୋନୀତ ଛାତ୍ରଛାତ୍ରୀମାନେ ଫେବୃଆରୀ ୫ ରୁ ୮ ତାରିଖ ମଧ୍ୟରେ ଅନଲାଇନ୍ ମୂଲ୍ୟାଙ୍କନ (ଜ୍ଞାନଗତ ପରୀକ୍ଷା ଏବଂ ବିଷୟବସ୍ତୁ) ରେ ସାମିଲ ହେବେ। ଏଥିରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଫେବୃଆରୀ ୨୩ ରୁ ମାର୍ଚ୍ଚ ୧ ତାରିଖ ମଧ୍ୟରେ ସାକ୍ଷାତକାର ନିଆଯିବ। ମାର୍ଚ୍ଚ ଶେଷରେ ଚୟନ ପ୍ରକ୍ରିୟା ଶେଷ ହେବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ବିଶ୍ୱର ଶ୍ରେଷ୍ଠ ୧୦ କମ୍ପାନୀ ସମୂହ ମଧ୍ୟରେ ସାମିଲ ହେବା ଲକ୍ଷ୍ୟ ରଖିଛି: ମୁକେଶ ଅମ୍ବାନୀ

ଭୁବନେଶ୍ୱର: ରିଲାଏନ୍ସ ନିଜର ଅବିରତ ବିକାଶର ଧାରା ଜାରି ରଖି ଆଗକୁ ବଢିବା ସହିତ ବିଶ୍ୱର ଶ୍ରେଷ୍ଠ ୧୦ ବ୍ୟବସାୟ ସମୂହ ମଧ୍ୟରେ ସ୍ଥାନିତ ହେବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧକ୍ଷ ମୁକେଶ ଅମ୍ବାନୀ ପ୍ରକାଶ କରିଛନ୍ତି। ରିଲାଏନ୍ସର ପ୍ରତିଷ୍ଠାତା ଧିରୁଭାଇ ଅମ୍ବାନିଙ୍କ ଜନ୍ମତିଥିରେ ପାଳନ କରାଯାଉଥିବା ରିଲାଏନ୍ସ ପରିବାର ଦିବସ ଅବସରରେ କର୍ମଚାରୀଙ୍କୁ ସମ୍ବୋଧନ କରି ସେ ଏହା କହିଛନ୍ତି।

ରିଲାଏନ୍ସ ଏବେ ଡିଜିଟାଲ ଡାଟା ପ୍ଲାଟଫର୍ମ ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଆପଣାଇବାରେ ବିଶ୍ୱର ଅଗ୍ରଣୀ ସଂସ୍ଥାମାନଙ୍କ ମଧ୍ୟରୁ ଅନ୍ୟତମ ହେବା ପାଇଁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ଡିଜିଟାଲ ପ୍ଲାଟଫର୍ମ ଯୁଗରେ ଡାଟା ଏବେ ପ୍ରତିଭା ଓ ଅର୍ଥ ସହିତ ଉତ୍ପାଦନର ନୂଆ ମାଧ୍ୟମ ହୋଇଛି । ଏଥି ନିମନ୍ତେ ଡାଟା ବ୍ୟବହାର ରେ ଆମେ ସର୍ବଦା ଅଗ୍ରଣୀ ରହିବା ସହିତ ଏଆଇ ବଳରେ ଉତ୍ପାଦକତା ଓ ଦକ୍ଷତାରେ ଅନେକ ଗୁଣ ଉନ୍ନତି ହାସଲ କରିପାରିବା ବୋଲି କର୍ମଚାରୀମାନଙ୍କୁ ସମ୍ବୋଧନ କରି ସେ କହିଛନ୍ତି ।

ରିଲାଏନ୍ସ ସବୁବେଳେ ଆତ୍ମସନ୍ତୁଷ୍ଟି ଠାରୁ ଆଗରେ ରହିଥିବା ପ୍ରକାଶ କରି ଆଜିକା ଦିନରେ ଉଭୟ ଘରୋଇ ଏବଂ ବିଶ୍ୱ ସ୍ତରରେ ବ୍ୟବସାୟ ପରିବେଶ ଦ୍ରୁତ ପରିବର୍ତ୍ତନଶୀଳ ହୋଇଥିବା ସେ କହିଛନ୍ତି । ସବୁ ସମୟ ଭଳି ଆଗାମୀ ଦିନରେ ମଧ୍ୟ ଗ୍ରାହକମାନଙ୍କୁ ପ୍ରାଥମିକତା ଦେବା ନେଇ ସର୍ବଦା ଧ୍ୟାନକେନ୍ଦ୍ରିତ କରିବା ପାଇଁ ସେ କର୍ମଚାରୀଙ୍କୁ ଆହ୍ୱାନ ଦେଇଛନ୍ତି । ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ଦିଗରେ ଆଗକୁ ବଢୁଥିବା ବେଳେ ଆମପାଇଁ ବିଶ୍ୱର ଶ୍ରେଷ୍ଠ ୧୦ ବ୍ୟବସାୟ ସମୂହ ମଧ୍ୟରେ ସ୍ଥାନ ହାସଲ କରିବାର ଅପୂର୍ବ ସୁଯୋଗ ରହିଥିବା ସେ କହିଛନ୍ତି । ଡିଜିଟାଲ ସେବା, ସବୁଜ ଶକ୍ତି ଓ ବୟ ଏନର୍ଜି, ରିଟେଲ ଓ କଂଜୁମର ବ୍ରାଣ୍ଡ ସମୂହ, ତୈଳ ଓ କେମିକାଲ, ସ୍ୱାସ୍ଥ୍ୟ ଓ ଲାଇଫ ସାଇନ୍ସେସ ଭଳି ରିଲାଏନ୍ସ ର ସମସ୍ତ ଅଭିବୃଢ଼ହି ଇଂଜିନ ଗୁଡିକୁ ଆସନ୍ତା ବର୍ଷ ମଧ୍ୟରେ ପରିବର୍ତିତ ହେବାକୁ ପଡିବ ବୋଲି ସେ କହିଛନ୍ତି । ଏଥିସହିତ ଏଆଇ କୁ ବିକଶିତ ଓ ବ୍ୟାପକ କରିବା ଦିଗରେ ରିଲାଏନ୍ସର ଉଦ୍ୟମକୁ ତ୍ୱରାନ୍ୱିତ କରି ଭାରତର ଶିକ୍ଷା , ସ୍ୱାସ୍ଥ୍ୟ, କୃଷି ଓ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ରହିଥିବା ଜାତୀୟ ଆବଶ୍ୟକତା ପୁରଣ ପାଇଁ କାର‌୍ୟ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ବନ୍ୟା ବିପର୍ଯ୍ୟୟ ପରେ ସହାୟତା ଓ ବିକାଶ କାର୍ଯ୍ୟ ପାଇଁ ରିଲାଏନ୍ସ ପକ୍ଷରୁ ୨୫ କୋଟି ଟଙ୍କାର ଯୋଗଦାନ

ମୁମ୍ବଇ: ଉତ୍ତରାଖଣ୍ଡ ରାଜ୍ୟରେ ନିଜର ନିରନ୍ତର ସାମାଜିକ ବିକାଶ ପ୍ରୟାସ ଜାରି ରଖି ଚଳିତ ବର୍ଷ ବନ୍ୟାରେ ପ୍ରଭାବିତ ଜନସାଧାରଣଙ୍କ ପୁନଃନିର୍ମାଣରେ ସହାୟତା କରିବା ନିମନ୍ତେ ରିଲାଏନ୍ସ ପକ୍ଷରୁ ଅନନ୍ତ ଅମ୍ବାନିଙ୍କ ଜରିଆରେ ୨୫ କୋଟି ଟଙ୍କାର ଯୋଗଦାନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି।

ଉତ୍ତରାଖଣ୍ଡରେ ବିକାଶ କାର୍ଯ୍ୟ ଜାରି ରଖିବାର ପ୍ରତିବଦ୍ଧତା ସମ୍ପର୍କରେ ଅନନ୍ତ ଅମ୍ବାନି କହିଛନ୍ତି, “ଆମେ ଉତ୍ତରାଖଣ୍ଡ ଜନସାଧାରଣଙ୍କ ସହିତ ବିଗତ ଏକ ଦଶକରୁ ସୁଖ ଦୁଃଖରେ ଗଭୀର ସମ୍ପର୍କ ନିଭାଇ ଆସୁଛୁ। ସଙ୍କଟ ସମୟରେ ରାଜ୍ୟ ଏବଂ ଏହାର ଅଧିବାସୀଙ୍କ ଅଭୂତପୂର୍ବ ସହନଶକ୍ତି ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି। ସମ୍ପ୍ରତି ଉତ୍ତରାଖଣ୍ଡରେ ଆମେ ଯେତେବେଳେ ଆମ ସମ୍ପର୍କର ଦଶବର୍ଷ ପୂରଣ କରୁଛୁ, ଏହି ସମ୍ପର୍କକୁ ଅଧିକ ନିବିଡ କରିବା ସକାଶେ ଆମେ ରାଜ୍ୟର କଲ୍ୟାଣ ନିମନ୍ତେ ସାର୍ଥକ ଯୋଗଦାନ ରଖୁଛୁ।”

ଚଳିତ ବର୍ଷ ଜୁଲାଇ ଏବଂ ଅଗଷ୍ଟ ମାସରେ ଉତ୍ତରାଖଣ୍ଡରେ ଭୀଷଣ ବର୍ଷା କାରଣରୁ ସୃଷ୍ଟି ବନ୍ୟା ପରିସ୍ଥିତି ଓ ଭୂସ୍ଖଳନ ଯୋଗୁ ବିପୁଳ ଧନ ଜୀବନ ହାନି ଘଟିଛି। ୨୦୧୩ରେ ହୋଇଥିବା ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ପରେ ଉତ୍ତରାଖଣ୍ଡ ସହିତ କଠିନ ସମୟରେ ରିଲାଏନ୍ସ ଛିଡା ହୋଇଛି। ଦୂର ଦୂରାନ୍ତ ଅଞ୍ଚଳରେ ପହଞ୍ଚିବା କ୍ଷେତ୍ରରେ ଅନ୍ୟତମ ପ୍ରଥମ ସଂଗଠନ ଭାବରେ ରିଲାଏନ୍ସ ଫାଉଣ୍ଡେସନ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲା, ସେମାନଙ୍କୁ ସହାୟତା ଏବଂ ଆଶ୍ରୟ ଯୋଗାଇ ଦେଇଥିଲା ଏବଂ ସେମାନଙ୍କ ଜୀବନ ପୁନଃନିର୍ମାଣ ଦିଗରେ ପ୍ରୟାସ କରିଥିଲା। ସ୍ଥାନୀୟ ଜନସାଧାରଣଙ୍କ ଅଧିକ ପ୍ରତିରୋଧୀ କ୍ଷମତା ବିକାଶ କରିବା ନିମନ୍ତେ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ, ବିଭିନ୍ନ ସଂସ୍ଥାନଗୁଡିକର ପୁନଃନିର୍ମାଣ କରାଯାଇଛି, ଯେଉଁଥିରେ ଦୁଇଟି ବିଦ୍ୟାଳୟ ମଧ୍ୟ ସାମିଲ ଥିଲା। ଉକ୍ତ ବିଦ୍ୟାଳୟ ଦୁଇଟି ୩୦ଟି ଗ୍ରାମର ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଳା। ରିଲାଏନ୍ସ ୨୦୨୧ ବନ୍ୟା ପରବର୍ତ୍ତୀ ସମୟରେ ଏବଂ କୋଭିଡ-୧୯ ମହାମାରୀ ସମୟରେ ମଧ୍ୟ ରାଜ୍ୟବାସୀଙ୍କୁ ସହାୟତା କରିଥିଲା।

ଉତ୍ତରାଖଣ୍ଡ ସରକାର ଏବଂ ଅନ୍ୟାନ୍ୟ ସଂଗଠନଗୁଡିକର ସହଯୋଗରେ ରିଲାଏନ୍ସ ବିଭିନ୍ନ ସାମାଜିକ ପ୍ରୟାସ କରିଛି। ଏହା ଗ୍ରାମୀଣ ଜନସାଧାରଣଙ୍କୁ ସହାୟତା କରିବା ସହିତ ପ୍ରାୟ ୫ ଲକ୍ଷ ଘନମିଟର ଜଳ ସଞ୍ଚୟ କ୍ଷମତା ନିର୍ମାଣରେ ସହାୟତା କରିଥିଲା, ଯେଉଁଥିରେ ୯୦ଟି ଗ୍ରାମରେ କୃଷି ଓ ପିଇବା ଉଦ୍ଦେଶ୍ୟରେ ପାଣି ଉପଲବ୍ଧତା ପରିସ୍ଥିତିରେ ସୁଧାର ଆସିଥିଲା। ଏହା ବ୍ୟତୀତ ବିଭିନ୍ନ ସାମଗ୍ରିକ ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ଦ୍ୱାରା ଚିକିତ୍ସା ସେବାକୁ ଆବଶ୍ୟକ କରୁଥିବା ଲୋକଙ୍କ ନିକଟରେ ପହଞ୍ଚାଇବାରେ ସହାୟତା ମିଳିଥିଲା। ସାମଗ୍ରିକ ବିକାଶରେ ପ୍ରଶିକ୍ଷିତ ୧୫୦୦ ମହିଳା ଏବଂ ଗ୍ରାମପଞ୍ଚାୟତଗୁଡିକର ୧୨୦୦ ପ୍ରତିନିଧିଙ୍କ ମଧ୍ୟରେ ଅନେକ ତୃଣମୂଳ ସ୍ତରର ଅଗ୍ରଦୂତ ପାଲଟିଥିଲେ।

ବିକାଶ ନିମନ୍ତେ କ୍ରୀଡାର ବିପୁଳ ସମର୍ଥକ ରିଲାଏନ୍ସ ନିଜର ଶିକ୍ଷା ଏବଂ ‘ସମସ୍ତଙ୍କ ପାଇଁ ଖେଳ କାର୍ଯ୍ୟକ୍ରମ’ ମାଧ୍ୟମରେ ଫୁଟବଲ, ବାସ୍କେଟବଲ ଏବଂ ଆଥଲେଟିକ୍ସ ନିମନ୍ତେ ରାଜ୍ୟର ୩.୮ ଲକ୍ଷରୁ ଅଧିକ ପିଲା ଓ ଯୁବବର୍ଗଙ୍କୁ ନିଜର ପୂର୍ଣ୍ଣ ସହଯୋଗ ପ୍ରଦାନ କରିଛି ଏବଂ ସେମାନଙ୍କୁ କ୍ରୀଡା ସହିତ ଯୋଡିହେବାରେ ସହାୟତା କରିଛି। ୨୦୧୮ ଓ ୨୦୧୯ରେ ଅଦ୍ୱିତୀୟ ଚିରବତୀୟା ଲୁଥିଆଗ ମାରାଥନ ରେ ସମସ୍ତ ବର୍ଗଙ୍କୁ ଏକତ୍ର କରିବା, ପ୍ରତିଭା ପ୍ରଦର୍ଶନ ଏବଂ ପରିବେଶ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରିବାରେ ସହାୟତା କରିଥିଲା।

‘ୱି କେୟାର’ ଭାବନା ଆଧାରରେ ରିଲାଏନ୍ସ ଭାରତରେ ସବୁ ସ୍ଥାନରେ ଜନସାଧାରଣଙ୍କର ସମାବେଶୀ ବିକାଶ ଏବଂ କଲ୍ୟାଣ ନିମନ୍ତେ ପ୍ରତିବଦ୍ଧ ରହିଛି।

ଉତ୍ତରାଖଣ୍ଡ ଜନସାଧାରଣଙ୍କୁ ସେମାନଙ୍କ ଆନନ୍ଦ ଓ ସମୃଦ୍ଧିରେ ଆଉ ଅଧିକ ସହଯୋଗ ଯୋଗାଇଦେବା ଏହି ଯୋଗଦାନର ଉଦ୍ଦେଶ୍ୟ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାରେ ୩୦୦ରୁ ଅଧିକ ଲୋକଙ୍କୁ ଜିଓ ଭାରତ ଭି୨ ଫୋନ୍ ପ୍ରଦାନ କଲା ରିଲାଏନ୍ସ

ଭୁବନେଶ୍ୱର: ଦେଶର କୋଟି କୋଟି ୨ଜି ଫୋନ୍ ବ୍ୟବହାରକାରୀଙ୍କୁ ଡିଜିଟାଲ୍ ମାଧ୍ୟମରେ ସଶକ୍ତ କରିବା ଏବଂ ୨ଜି ମୁକ୍ତ ଭାରତ ଲକ୍ଷ୍ୟକୁ ସାକାର କରିବା ପାଇଁ ନିକଟରେ ରିଲାଏନ୍ସ ଜିଓ ପକ୍ଷରୁ ନୂଆ ୪ଜି ଫିଚର ଫୋନ୍ ଜିଓ ଭାରତ ଭି୨କୁ ମାତ୍ର ୯୯୯ ଟଙ୍କାରେ ଉନ୍ମୋଚନ କରାଯାଇଛି।

ସେହି ଅଭିଯାନକୁ ଆଗକୁ ବଢ଼ାଇ, ଜିଓ ଭାରତ ଏବେ ଓଡ଼ିଶାର ୩୦୦ ସହର ଓ ନଗରର ୧୦,୦୦୦ରୁ ଅଧିକ ଷ୍ଟୋର୍ ଓ ଦୋକାନରେ ଉପଲବ୍ଧ ହୋଇଛି। ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ କରି ପ୍ରମୁଖ ସହର ଓ ନଗରର ଧାର୍ମିକ ସ୍ଥଳରେ ପ୍ରାର୍ଥନା ଓ ପୂଜାର୍ଚ୍ଚନା ସହିତ ଏହି ଫୋନ୍‌‌କୁ ଉନ୍ମୋଚନ କରାଯାଇଛି।

ଏହି ଅବସରରେ ବିଭିନ୍ନ ସହର ଓ ନଗରରେ ସଫେଇ କର୍ମଚାରୀ, ରିକ୍ସା ଓ ଅଟୋ ଚାଳକ, ଫାଟକ ଜଗୁଆଳି, ମାଳି, ଗୃହ ସହାୟିକା, ଦିନ ମଜୁରିଆ, ବଢ଼େଇଙ୍କ ଭଳି ପ୍ରାୟ ୩୦୦ ଜଣ ଆର୍ôଥକ ଅନଗ୍ରସର ବ୍ୟକ୍ତିଙ୍କୁ ଜିଓ ଭାରତ ଭି୨ ଫୋନ୍ ପ୍ରଦାନ କରି ସେମାନଙ୍କୁ ଡିଜିଟାଲ୍ ଭାବେ ସଶକ୍ତ କରାଯାଇଛି। ଏହି ସହର ଓ ନଗରଗୁଡ଼ିକର ବିଶିଷ୍ଟ ବ୍ୟକ୍ତି ଓ ସମାଜସେବୀମାନେ ଫୋନ ଆବଶ୍ୟକ କରୁଥିବା ଏହି ଲୋକମାନଙ୍କୁ ଜିଓ ଭାରତ ଭି୨ ଫୋନ୍ ପ୍ରଦାନ କରିଛନ୍ତି। ଏହି ଅଭିଯାନର ଅଂଶସ୍ୱରୂପ, କଳାହାଣ୍ଡିର ଜୁନାଗଡ଼ ସହରରେ ଘରୋଇ ସହାୟିକା ତଥା ସଫେଇ କର୍ମୀ ଉଷା ବାଗ୍‌‌ଙ୍କୁ ପଦ୍ମଶ୍ରୀ ପଟ୍ଟାୟତ ସାହୁ ଜିଓ ଭାରତ ଭି୨ ଫୋନ୍ ପ୍ରଦାନ କରିଛନ୍ତି। ଉପକୃ୍‌‌ତ ହୋଇଥିବା ଲୋକମାନଙ୍କ ମଧ୍ୟରେ ରହିଛନ୍ତି ରାଜଗାଙ୍ଗପୁରର ଏସ୍‌‌.ଡି ମହିଳା ମହାବିଦ୍ୟାଳୟର ମାଳି ରାଜେନ୍ଦ୍ର ଜେସ, ଧରମଗଡ଼ର ଏକ ଅନାଥାଶ୍ରମରେ କାର୍ଯ୍ୟରତ ଯଶୋଦା, ରାୟଗଡ଼ା ମହିଳା ମହାବିଦ୍ୟାଳୟର ଫାଟକ ଜଗୁଆଳି ରଶ୍ମିତା ନାୟକ, ବ୍ରହ୍ମପୁରର ଉଦୀୟମାନ କ୍ରୀଡ଼ାବିତ ତଥା ଧାବିକା ଲିଜା ମହାରଣା ଓ ବାରିପଦାର ଅଟୋ ଚାଳକ ମନୋରଂଜନ କୁଅଁର ଏବଂ ଏହିଭଳି ଆହୁରି ଅନେକ ବ୍ୟକ୍ତିବିଶେଷ।

ପ୍ରତିଟି ଭାରତୀୟ, ବିଶେଷ କରି ଯେଉଁମାନେ ସ୍ମାର୍ଟଫୋନ୍ କିଣିବାକୁ ସକ୍ଷମ ନୁହନ୍ତି, ସେମାନଙ୍କୁ ଡିଜିଟାଲ୍ ସେବା ଶକ୍ତି ଜରିଆରେ ସଶକ୍ତ କରିବା ଲକ୍ଷ୍ୟ ନେଇ ଜିଓ ଭାରତକୁ ଉନ୍ମୋଚନ କରାଯାଇଛି। ଏହି ଫୋନ୍‌‌ରେ ରହିଥିବା ସୁବିଧାସୁଯୋଗ ଓ ଡିଜିଟାଲ୍ ଦକ୍ଷତା ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କୁ ଅଧିକ କିଛି ହାସଲ କରିବା ଏବଂ ଅଧିକ କାର୍ଯ୍ୟ କରିବାର ସୁବିଧା ପ୍ରଦାନ କରୁଛି।

ଜିଓ ଭାରତ ଭି୨ ମୋବାଇଲ୍ ଗ୍ରାହକମାନଙ୍କୁ ଜିଓ ସିନେମାର ସବ୍‌‌ସ୍କ୍ରିପ୍‌‌ସନ୍ ସହିତ ଜିଓ-ସାବନରେ ଥିବା ୮ କୋଟି ଗୀତ ଶୁଣିବାର ସୁଯୋଗ ମିଳିବ ଓ ତା’ ସହିତ ଜିଓ ସିନେମାର ସବ୍‌‌ସ୍କ୍ରିପ୍‌‌ସନ୍ ଜରିଆରେ ସେମାନେ ସିନେମା, ଟିଭି ସୋ’ ଓ କ୍ରୀଡ଼ା କାର୍ଯ୍ୟକ୍ରମ ଆଦି ଦେଖିପାରିବେ। ଗ୍ରାହକମାନେ ଜିଓ ପେ’ ଜରିଆରେ ୟୁପିଆଇ କାରବାର କରିପାରିବେ।

ବଜାରରେ ଉପଲବ୍ଧ ଥିବା ଇଂଟରନେଟ ଜରିଆରେ କାମ କରୁଥିବା ସବୁ ଫୋନ୍‌‌ଗୁଡ଼ିକ ମଧ୍ୟରେ ଜିଓ ଭାରତ ଭି୨ ହେଉଛି ସବୁଠୁ ସୁଲଭ। ଜିଓ ଭାରତ ଭି୨ର ମାସିକ ପ୍ଲାନ୍ ସୁଲଭ କାରଣ ଗ୍ରାହକମାନେ ଏହି ପ୍ଲାନ୍ ପାଇଁ ମାତ୍ର ୧୨୩ ଟଙ୍କା ପ୍ରଦାନ କରିବେ ଯାହାର ବୈଧତା ରହିଛି ୨୮ ଦିନ। ଅନ୍ୟ ଅପରେଟରମାନଙ୍କ ଭଏସ୍ କଲ୍ ଓ ୨ ଜିବି ମାସିକ ପ୍ଲାନ୍‌‌ର ଦାମ୍ ୧୭୯ ଟଙ୍କାରୁ ଆରମ୍ଭ ହେଉଛି । ଏହା ବ୍ୟତୀତ କଂପାନି ପକ୍ଷରୁ ଜିଓ ଭାରତ ଭି୨ ଗ୍ରାହକମାନଙ୍କୁ ୧୪ ଜିବି ଡାଟା ପ୍ରଦାନ କରାଯାଉଛି, ଅର୍ଥାତ ପ୍ରତି ଦିନ ଅଧ ଜିବି, ଯାହା ପ୍ରତିଦ୍ୱନ୍ଦ୍ୱୀଙ୍କ ମାସିକ ୨ ଜିବିଠାରୁ ୭ ଗୁଣା ଅଧିକ। ଜିଓ ଭାରତ ଭି୨ର ବାର୍ଷିକ ଯୋଜନା ମଧ୍ୟ ରହିଛି ଯେଉଁଥିପାଇଁ ଗ୍ରାହକଙ୍କୁ ୧୨୩୪ ଟଙ୍କା ଦେବାକୁ ପଡ଼ିବ।

ଦେଶ ଭିତରେ ଉତ୍ପାଦନ କରାଯାଉଥିବା ଏବଂ ମାତ୍ର ୭୧ ଗ୍ରାମ ଓଜନର ଜିଓ ଭାରତ ଭି୨ରେ ଏଚ୍‌‌ଡି ଭଏସ୍ କଲିଂ, ଏଫ୍‌‌ଏମ୍ ରେଡିଓ, ୧୨୮ ଜିବିର ଏସ୍‌‌ଡି ମେମୋରି କାର୍ଡ ସପୋର୍ଟ ଭଳି ସୁବିଧା, ବ୍ଲୁ ଟୁଥ୍‌‌, ୪.୫ ସେମିର ଟିଏଫ୍‌‌ଟି ସ୍କ୍ରିନ୍‌‌, ୦.୩ ମେଗାପିକ୍‌‌ସେଲ୍ କ୍ୟାମେରା, ୧୦୦୦ ଏମ୍‌‌ଏଏଚ୍ ବ୍ୟାଟେରି, ୩.୫ ଏମ୍‌‌ଏମ୍‌‌ର ହେଡ୍‌‌ଫୋନ୍ ଜ୍ୟାକ୍‌‌, ଶକ୍ତିଶାଳୀ ଲାଉଡ୍‌‌ସ୍ପିକର ଓ ଟର୍ଚ ଭଳି ସୁବିଧା ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିପର୍ଯ୍ୟୟ ମୁକାବିଲା ପାଇଁ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ଆରମ୍ଭ ହେଲା ପଦକ୍ଷେପ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ୨୦୨୩ ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଚାରିଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ବିପର୍ଯ୍ୟୟ ଜନିତ ବିପଦ ହ୍ରାସ କରିବା ପାଇଁ ପ୍ରକୃତି ଭିତିକ ସମାଧାନ (ଏନ୍‌ବିଏସ୍‌)ର ପ୍ରସାର ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧୀନରେ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଜୁନ୍ ୧ରୁ ଆରମ୍ଭ ହୋଇଥିବା ଏହି ଦୁଇ ସପ୍ତାହବ୍ୟାପୀ ବିଶିଷ୍ଟ ଅଭିଯାନର ଅଂଶ ଭାବେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ ଓ ହେନ୍ତାଳବଣର ସଂରକ୍ଷଣ ବିଷୟରେ ସଚେତନତା ବଢ଼ାଇବା ଲାଗି କର୍ମଶାଳାମାନ ଆୟୋଜନ କରାଯାଉଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇସାରିଥିବା ଏହି କର୍ମଶାଳାଗୁଡ଼ିକରେ ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀ, ଗୋଷ୍ଠୀ ସଦସ୍ୟଙ୍କ ସମେତ ପିଆର୍‌ଆଇ ସଦସ୍ୟ, ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀ, ଆପଦା ମିତ୍ର, ବାତ୍ୟା ଆଶ୍ରୟ ସ୍ଥଳ ପରିଚାଳନା କମିଟିର ସଦସ୍ୟ ଓ ଏସ୍‌ଏଚ୍‌ଜିଗୁଡ଼ିକର ନେତୃବୃନ୍ଦ ଯୋଗ ଦେଇଥିଲେ।

ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍‌ର ସାହାଡାବେଦୀ ତଥା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ର ଖରାସାହାପୁର ଓ କବୀରପୁର ଗ୍ରାମରେ ଅନୁ୍‌ଷ୍ଠିତ କର୍ମଶାଳାରେ ୧୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଚାରି ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ ଗଞ୍ଜାମରେ ସମାନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବା ଯୋଜନା ରହିଛି ।

ଏହି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାଗୁଡ଼ିକରେ ଥିବା ପାଂଚଟି ଉଚ୍ଚ ବିପଦସଙ୍କୁଳ ଗ୍ରାମରେ ହେନ୍ତାଳ ରୋପଣ (ବିଶେଷ କରି ରିଜୋଫୋରା, କାଣ୍ଡେଲିଆ କାଣ୍ଡେଲ ଓ ବ୍ରୁଗୁଏରା ଗାଇମ୍ନୋରିଜା ପ୍ରଜାତି) ଏବଂ ଫଳ ଧାରି ବୃକ୍ଷ ଓ ଜଙ୍ଗଲ ବୃକ୍ଷ ରୋପଣ କରାଯିବାର ଯୋଜନା ରହିଛି । ୨୦୨୩ ଜୁନ୍ ୫, ବିଶ୍ୱ ପରିବେଶ ଦିବସରୁ ଏହି ହେନ୍ତାଳ ଓ ବୃକ୍ଷ ରୋପଣ ଆରମ୍ଭ ହେବା ସହ ଫାଉଣ୍ଡେସନ ପକ୍ଷରୁ ୫୧,୦୦୦ ହେନ୍ତାଳ (ହାଇପୋକୋଟାଇଲ) ରୋପଣ କରାଯିବ।

ବାଲେଶ୍ୱରର ବାହାନଗା ବ୍ଲକ୍‌ର ଖରାସାହାପୁର, ଭଦ୍ରକର ବାସୁଦେବପୁର ବ୍ଲକ୍‌ର ମୋହନପୁର, ଜଗତସିଂହପୁରର ଏରସମା ବ୍ଲକ୍‌ର ସାହାଡାବେଦୀ ଓ ଗଞ୍ଜାମର ଚିକିଟି ବ୍ଲକ୍‌ର ପତିସୁନାପୁର ଗ୍ରାମରେ ଏହି ବୃକ୍ଷରୋପଣ କରାଯିବ। ଏହି ବୃକ୍ଷରୋପଣ କାର୍ଯ୍ୟ ୨୦୨୩ ଜୁନ୍ ୫ରୁ ୧୫ ମଧ୍ୟରେ ହେବ। ଏଥିସହିତ, ଓଡ଼ିଶାର ବାଲେଶ୍ୱର ଜିଲ୍ଲାର କବୀରପୁର ଓ ଖରାସାହାପୁର ସମେତ ଭଦ୍ରକ ଜିଲ୍ଲାର ମୂଳଡିହ ଗ୍ରାମରେ ଫଳ ଧାରି ବୃକ୍ଷ ଓ ଜଙ୍ଗଲ ଗଛ ରୋପଣ କରିବାର ଯୋଜନା ରହିଛି।

ସ୍ଥାନୀୟ ବାସିନ୍ଦା ଓ ସ୍ୱେଚ୍ଛାସେବୀଙ୍କ ସମେତ ବାଲେଶ୍ୱରର ଭୂମିପୂତ୍ର ସେବା ପ୍ରତିଷ୍ଠାନ ଓ ରୁରାଲ୍ ଡେଭେଲପ୍‌ମେଂଟ୍ ସେଂଟର, ଜଗତସିଂହପୁରର ଦୋଳଗୋବିନ୍ଦ ଯୁବ କ୍ଲବ୍ ଓ ଗଂଜାମର ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସୋସାଇଟି ଭଳି ସଂଗଠନ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ବିଶ୍ୱ ପରିବେଶ ଦିବସ, ୨୦୨୩ରେ ଆଠଟି ରାଜ୍ୟର ୨୦ଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାର ବିଭିନ୍ନ ସ୍ଥାନରେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧିନରେ ଏହି ଧରଣର ବିବିଧ କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସେଣ୍ଡାଇ ଫ୍ରେମ୍‌ୱର୍କ ୨୦୧୫-୨୦୩୦ ର ସହନଶୀଳତା ବିଷୟ ଅନୁସାରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ବର୍ତମାନ ପ୍ରକୃତି-ଭିତିକ ସମାଧାନ (ଏନ୍‌ବିଏସ୍‌) ଉପରେ ଗୁରୁତ୍ୱାରୋପ କରାଯାଉଛି । ସେହି ଅନୁସାରେ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଓ ସେମାନଙ୍କୁ ସଚେତନ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ବିଶ୍ୱ ପରିବେଶ ଦିବସରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ରହିଛି ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ। ଏହି ଅଭିଯାନଗୁଡ଼ିକର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଜୈବବିବିଧତାରେ ଉନ୍ନତି, ମୃତିକା କ୍ଷୟକୁ ରୋକିବା ଏବଂ ଏହି ଉଚ୍ଚ ସମ୍ବେଦନଶୀଳ ଅଂଚଳରେ ପ୍ରବଳ ବେଗର ପବନରୁ ଗୋଷ୍ଠୀକୁ ସୁରକ୍ଷା ପ୍ରଦାନ କରିବା ଲାଗି ଜୈବ-ସୁରକ୍ଷା ବଳୟ ସ୍ଥାପନ କରିବା।

ଆନ୍ତର୍ଜାତିକ ବିପର୍ଯ୍ୟୟ ଡାଟାବେସ୍ (ଇଏମ୍‌ଡିଏଟି) ଅନୁସାରେ ୧୯୭୦ରୁ ୨୦୧୯ ମଧ୍ୟରେ ଭାରତରେ ଘଟିଥିବା ପ୍ରାୟ ୮୬% ବିପର୍ଯ୍ୟୟ ଘଟଣା ଓ ୯୮% ବିପର୍ଯ୍ୟୟ କ୍ଷୟକ୍ଷତିର କାରଣ ହେଉଛି ଜଳୀୟ-ପାଣିପାଗ ଜନିତ ଅତି ପ୍ରବଳ ମାତ୍ରାର ବିପର୍ଯ୍ୟୟ ଘଟଣା। ଜଳବାୟୁ ପରିବର୍ତନ, ଜୀବଜଗତର ଅବକ୍ଷୟ, ଓ ଅନୁପଯୁକ୍ତ ଜମି ବ୍ୟବହାର ଯୋଜନା ଯୋଗୁଁ ଏହି ଧାରା ଆଗକୁ ଜାରି ରହିବ ଏବଂ ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶଙ୍କା କରାଯାଉଛି।

ବର୍ଦ୍ଧିତ ପ୍ରମାଣରୁ ଏହା ପ୍ରତିୟମାନ ହେଉଛି ଯେ ପ୍ରାକୃତିକ ଆର୍ଦ୍ରଭୂମିର ଦ୍ରୁତ ଅବକ୍ଷୟ ସମେତ ଜୀବନଜଗତ ଅବକ୍ଷୟ ହେଉଛି ଜଳ-ସମ୍ପର୍କିତ ବିପଦକୁ ବଢ଼ାଇବାର ଏକ ପ୍ରମୁଖ କାରଣ। ଫଳ ସ୍ୱରୂପ, ପ୍ରକୃତି ଭିତିକ ସମାଧାନ ଭଳି ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର) ରଣନୀତି ସାମାଜିକ ବିକାଶ ଲକ୍ଷ୍ୟ ପ୍ରତି ମହତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବା ସହିତ ବ୍ୟକ୍ତିବିଶେଷଙ୍କ କଲ୍ୟାଣ ଓ ପରିବେଶ ସହନଶୀଳତାକୁ ସୁନିଶ୍ଚିତ କରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ସବୁଠୁ ମୂଲ୍ୟବାନ ୫ ଭାରତୀୟ ବ୍ରାଣ୍ଡ୍ ମଧ୍ୟରେ ରିଲାଏନ୍ସର ଦୁଇଟି ବ୍ରାଣ୍ଡ୍ ସ୍ଥାନିତ

ଭୁବନେଶ୍ୱର: ଦେଶର ସବୁଠୁ ମୂଲ୍ୟବାନ ୫ ବ୍ରାଣ୍ଡ୍ ମଧ୍ୟରେ ରିଲାଏନ୍ସର ଦୁଇଟି ବ୍ରାଣ୍ଡ୍ ରିଲାଏନ୍ସ ଓ ଜିଓକୁ ସ୍ଥାନ ମିଳିଛି। ବିଶ୍ୱର ଅଗ୍ରଣୀ ବ୍ରାଣ୍ଡ୍ କନ୍‌ସଲ୍‌ଟାନ୍ସି ସଂସ୍ଥା ଇଂଟରବ୍ରାଣ୍ଡ୍ ପକ୍ଷରୁ ଭାରତର ୫୦ ସବୁଠୁ ମୂଲ୍ୟବାନ ବ୍ରାଣ୍ଡ୍ ତାଲିକା ଜାରି କରାଯାଇଛି। ୧,୦୯,୫୭୬ କୋଟି ଟଙ୍କାର ବ୍ରାଣ୍ଡ୍ ମୂଲ୍ୟ ସହ ଟିସିଏସ୍ ତାଲିକାର ଶୀର୍ଷ ସ୍ଥାନରେ ରହିଛି।

ଇଂଟରବ୍ରାଣ୍ଡ୍‌ର ଏହି ତାଲିକାରେ ରିଲାଏନ୍ସ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଜିଓ ପଂଚମ ସ୍ଥାନ ହାସଲ କରିଛି। ରିଲାଏନ୍ସର ବ୍ରାଣ୍ଡ୍ ମୂଲ୍ୟ ୬୫,୩୨୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଜିଓର ବ୍ରାଣ୍ଡ୍ ମୂଲ୍ୟ ୪୯,୦୨୭ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ତାହା ତାଲିକାର ପଂଚମ ସ୍ଥାନରେ ରହିଛି। ଜିଓ ପ୍ରଥମ ଥର ପାଇଁ ଏହି ତାଲିକାରେ ସାମିଲ ହୋଇଛି। ଜିଓଠାରୁ ଗୋଟିଏ ପାହାଚ ତଳେ ଷଷ୍ଠ ସ୍ଥାନରେ ଏୟାରଟେଲ୍ ରହିଛି। ଆଇଟି କଂପାନି ଇନ୍‌ଫୋସିସ୍ ୫୩,୩୨୩ କୋଟି ଟଙ୍କାର ବ୍ରାଣ୍ଡ୍ ମୂଲ୍ୟ ସହ ତାଲିକାର ତୃତୀୟ ସ୍ଥାନରେ ଥିବା ବେଳେ ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ୫୦,୯୨୧ କୋଟି ଟଙ୍କାର ବ୍ରାଣ୍ଡ୍ ମୂଲ୍ୟ ସହ ଚତୁର୍ଥ ସ୍ଥାନରେ ରହିଛି।

ଇଂଟରବ୍ରାଣ୍ଡ୍ ତଥ୍ୟରୁ ଜଣାପଡ଼ିଛି ଯେ ଶ୍ରେଷ୍ଠ ୫୦ ବ୍ରାଣ୍ଡ୍‌ର ମୋଟ ବ୍ରାଣ୍ଡ୍ ମୂଲ୍ୟ ପ୍ରଥମ ଥର ପାଇଁ ୧୦୦ ବିଲିଅନ ଡଲାରରୁ ଅଧିକ ହୋଇଛି। ଶୀର୍ଷ ତିନିଟି ସ୍ଥାନରେ ଥିବା ବ୍ରାଣ୍ଡ୍ ଟିସିଏସ୍‌, ରିଲାଏନ୍ସ ଓ ଇନ୍‌ଫୋସିସ୍‌ର ମୋଟ ବ୍ରାଣ୍ଡ୍ ମୂଲ୍ୟ ତାଲିକାରେ ପ୍ରଥମ ଥର ସାମିଲ ହୋଇଥିବା ୧୦ ବ୍ରାଣ୍ଡ୍‌ର ମୋଟ ବ୍ରାଣ୍ଡ୍ ମୂଲ୍ୟର ୪୬ ପ୍ରତିଶତ। ତାଲିକାରେ ସାମିଲ ଶୀର୍ଷ ୧୦ଟି ବ୍ରାଣ୍ଡ୍‌ର ମୋଟ ବ୍ରାଣ୍ଡ୍ ମୂଲ୍ୟ ତାଲିକାର ଅନ୍ୟ ୪୦ଟି ସଂସ୍ଥାର ମୋଟ ବ୍ରାଣ୍ଡ୍ ମୂଲ୍ୟଠାରୁ ଅଧିକ ରହିଛି।

ଇଂଟରବ୍ରାଣ୍ଡ୍‌ର ସବୁଠୁ ମୂଲ୍ୟବାନ ଭାରତୀୟ ବ୍ରାଣ୍ଡ୍ ତାଲିକାର ଶୀର୍ଷ ୧୦ ସ୍ଥାନ ମଧ୍ୟରେ ଏଲ୍‌ଆଇସି, ମହିନ୍ଦ୍ରା, ଏସବିଆଇ, ଆଇସିଆଇସିଆଇ ବ୍ୟାଙ୍କର ନାମ ମଧ୍ୟ ରହିଛି। ଏହା ବ୍ୟତୀତ ଟାଟା, ଆଦାନି, ମାରୁତି ସୁଜୁକି, ଆଇଟିସି, ବଜାଜ ଅଟୋ, ଅମୂଲ, ଡାବର, ପତଞ୍ଜଳି ଓ ବ୍ରିଟାନିଆ ଭଳି ବ୍ରାଣ୍ଡ୍ ମଧ୍ୟ ଶୀର୍ଷ ୫୦ ତାଲିକାରେ ସ୍ଥାନ ପାଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର ବ୍ୟବସାୟ

ଟିଭିରେ ଆଇପିଏଲ୍ ପ୍ରଥମ ମ୍ୟାଚ୍‌ରେ ବିଜ୍ଞାପନଦାତାଙ୍କ ସଂଖ୍ୟାରେ ୪୦ ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ରେ ଏକ ନୂଆ ଧାରା ସାମ୍ନାକୁ ଆସିଛି। ଟିଭିକୁ ଛାଡ଼ି ବିଜ୍ଞାପନଦାତାମାନେ ଡିଜିଟାଲ୍ ଆଡ଼କୁ ମୁହାଁଇଥିବା ଦେଖିବାକୁ ମିଳିଛି। ବିଏଆର୍‌ସି (ବାର୍କ) ଇଣ୍ଡିଆର ଟିଭି ରେଟିଂ ଅନୁସାରେ ଗତବର୍ଷ ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ରେ ୫୨ ଜଣ ବିଜ୍ଞାପନଦାତା ଟିଭି ପ୍ରସାରଣରେ ବିଜ୍ଞାପନ ଦେଇଥିଲେ। ସେହି ତୁଳନାଗ୍ଦେର ଚଳିତ ବର୍ଷ ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ରେ ମାତ୍ର ୩୧ ଜଣ ବିଜ୍ଞାପନଦାତାଙ୍କୁ ଦେଖିବାକୁ ମିଳିଛି। ଅର୍ଥାତ ୪୦ ପ୍ରତିଶତ ବିଜ୍ଞାପନଦାତା ଟିଭି ଆଡ଼ୁ ମୁହଁ ଫେରାଇ ନେଇଛନ୍ତି।

ସେହିଭଳି ଗତ ଆଇପିଏଲ୍‌ରେ ଟିଭିରେ ବିଜ୍ଞାପନ ଦେଇଥିବା ବିଜ୍ଞାପନଦାତାଙ୍କ ସଂଖ୍ୟା ପ୍ରାୟ ୧୦୦ ଥିଲା। ଚଳିତ ବର୍ଷ ଟିଭି ସେହି ୧୦୦ ବିଜ୍ଞାପନଦାତା ହାସଲ କିବାର ସଫଳତା ଦୋହରାଇବା ବହୁତ କଷ୍ଟକର ମନେ ହେଉଛି । ଟିଭିରେ ପ୍ରାୟୋଜକ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି। ଟିଭି ପ୍ରସାରଣରେ ପ୍ରାୟୋଜକମାନଙ୍କ ସଂଖ୍ୟା ଗତବର୍ଷର ୧୬ରୁ ହ୍ରାସ ପାଇ ଚଳିତ ଥର ୧୨ ହୋଇଛି। ଏହି ୧୨ ଟି ମଧ୍ୟରୁ ଗୋଟିଏ ପ୍ରାୟୋଜକ ତୃତୀୟ ମ୍ୟାଚ୍‌ରୁ ହିଁ ଯୋଡ଼ି ହୋଇଥିବା ଜଣାପଡ଼ିଛି।

ରିଲାଏନ୍ସ ସହିତ ଜଡ଼ିତ କଂପାନିଗୁଡ଼ିକ ଟିଭି ବିଜ୍ଞାପନଦାତା ସଂଖ୍ୟାରୁ ସମ୍ପୂର୍ଣ୍ଣ ଉଭାନ ହୋଇଯାଇଛନ୍ତି। ଏହାର କାରଣ ହେଉଛି ରିଲାଏନ୍ସ ଗ୍ରୁପ୍‌ର କଂପାନି ଭାୟାକମ୍‌-୧୮କୁ ଆଇପିଏଲ୍‌ର ଡିଜିଟାଲ୍ ରାଇଟ୍‌ସ ମିଳିଛି। ଟିଭି ଠାରୁ ଦୂରେଇ ଯାଇଥିବା ଅନ୍ୟ ବଡ଼ ବିଜ୍ଞାପନଦାତାମାନେ ହେଉଛନ୍ତି ବାଇଜୁସ୍‌, କ୍ରେଡ୍‌, ମୁଥୁଟ୍‌, ନେଟ୍‌ମେଡ୍‌ସ, ସ୍ୱିଗି, ଫ୍ଲିପ୍‌କାର୍ଟ, ଫୋନ୍‌ପେ, ମିଶୋ, ସାମସଙ୍ଗ୍‌, ୱାନ୍‌ପ୍ଲସ୍‌, ବେଦାନ୍ତୁ, ସ୍ପଟିଫାଏ ଓ ହାଭେଲ୍‌ସ। ଭାରତରେ ଷ୍ଟାର ସ୍ପୋର୍ଟସ୍ ପକ୍ଷରୁ ଆଇପିଏଲ୍ ମ୍ୟାଚ୍‌ଗୁଡ଼ିକର ସିଧା ପ୍ରସାରଣ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆନ୍ଧ୍ରପ୍ରଦେଶରେ ୧୦ ଗିଗାୱାଟ୍ ସୋଲାର ପାୱାର ପ୍ଲାଂଟ୍‌ରେ ନିବେଶ କରିବ ରିଲାଏନ୍ସ: ମୁକେଶ ଅମ୍ବାନି

ଭୁବନେଶ୍ୱର/ ବିଶାଖପାଟଣା: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆନ୍ଧ୍ରପ୍ରଦେଶରେ ୧୦ ଗିଗାୱାଟ୍ ସୋଲାର ପାୱାର ପ୍ଲାଂଟ୍‌ରେ ପୁଂଜିନିବେଶ କରିବ। ଆନ୍ଧ୍ର ପ୍ରଦେଶର ଉତ୍ପାଦଗୁଡ଼ିକୁ ସାରା ଦେଶରେ ପହଂଚାଇବା ଲାଗି ରିଲାଏନ୍ସ ରିଟେଲ୍ ଏହାର କୃଷି ଆଧାରିତ ଉତ୍ପାଦ ଓ ଅନ୍ୟାନ୍ୟ ସାମଗ୍ରୀଗୁଡିକୁ ଅଧିକରୁ ଅଧିକ ମାତ୍ରାରେ କିଣିବ। ରିଲାଏନ୍ସର ଏହି ପଦକ୍ଷେପଗୁଡ଼ିକ ପ୍ରଭାବରେ ଆନ୍ଧ୍ର ପ୍ରଦେଶରେ ୫୦ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ‘ଆନ୍ଧ୍ରପ୍ରଦେଶ ଗ୍ଲୋବାଲ୍ ନିବେଶକ ସମ୍ମିଳନୀ ୨୦୨୩’ ରେ ଯୋଗଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଉପସ୍ଥିତିରେ ଏହି ସମ୍ମିଳନୀରେ ରିଟେଲ୍ କ୍ଷେତ୍ର ସମ୍ପର୍କରରେ ଉପସ୍ଥାପନା କରି ମୁକେଶ ଅମ୍ବାନି କହିଛନ୍ତି ଯେ ଆନ୍ଧ୍ରପ୍ରଦେଶର ୬ ହଜାର ଗ୍ରାମର ୧ ଲକ୍ଷ ୨୦ ହଜାରରୁ ଅଧିକ କିରାନା ବ୍ୟବସାୟୀଙ୍କ ସହ ରିଲାଏନ୍ସ ରିଟେଲ୍ ସହଯୋଗିତା ସ୍ଥାପନ କରିଛି। ଡିଜିଟାଲ୍ ଯୁଗରେ ଛୋଟ ବ୍ୟବସାୟୀମାନେ ଯେଭଳି ସମୃଦ୍ଧ ହୋଇପାରିବେ ସେଥିପାଇଁ ସେମାନଙ୍କ ଲାଗି ଆବଶ୍ୟକ ଉପକରଣ ଉପଲବ୍ଧ କରାଯାଇଛି। ରିଲାଏନ୍ସ ରିଟେଲ୍ ଆନ୍ଧ୍ରପ୍ରଦେଶରେ ୨୦,୦୦୦ରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ବହୁ ସଂଖ୍ୟାରେ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିପାରିଛି।

ରିଲାଏନ୍ସ ଜିଓ ବିଷୟରେ ପ୍ରକାଶ କରି ମୁକେଶ ଅମ୍ବାନି କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ସମେତ ସାରା ଦେଶରେ ୨୦୨୩ ଶେଷ ସୁଦ୍ଧା ଜିଓ ଟ୍ରୁ-୫ଜିର ଶୁଭାରମ୍ଭ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ। ୪୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରି ଜିଓ ଆନ୍ଧ୍ରପ୍ରଦେଶରେ ସବୁଠୁ ବଡ଼ ଏବଂ ଉନ୍ନତ ଡିଜିଟାଲ୍ ନେଟ୍‌ୱର୍କ ପ୍ରସ୍ତୁତ କରିଛି ଯାହା ରାଜ୍ୟର ୯୮ ପ୍ରତିଶତ ଲୋକମାନଙ୍କ ପାଖରେ ପହଂଚିପାରିଛି। ଜିଓ ଟ୍ରୁ-୫ଜି ଜରିଆରେ ଅର୍ଥନୀତିକୁ ନୂଆ ଗତି ମିଳିବ ଏବଂ ବଡ଼ ଧରଣର ବ୍ୟବସାୟ ଓ ରୋଜଗାର ସୁଯୋଗ ସୃଷ୍ଟି ହେବ।

ଆନ୍ଧ୍ରପ୍ରଦେଶର ବିଶାଳ ଆର୍ଥିକ କ୍ଷମତାକୁ ପ୍ରଶଂସା କରି ମୁକେଶ ଅମ୍ବାନି କହିଛନ୍ତି ଯେ ରାଜ୍ୟର ଆର୍ଥିକ କ୍ଷମତା ଉପରେ ପ୍ରଥମେ ବିଶ୍ୱାସ ପ୍ରକଟ କରିଥିବା କିଛି ହାତଗଣତି ଭାରତୀୟ କଂପାନିଙ୍କ ମଧ୍ୟରୁ ରିଲାଏନ୍ସ ଅନ୍ୟତମ। ରାଜ୍ୟର କେଜି-ଡି୬ ବେସିନ୍ ଓ ତାହାର ପାଇପ୍‌ଲାଇନ୍‌ରେ ଆମେ ୧,୫୦,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିଛୁ। ଦେଶର ମୋଟ ଗ୍ୟାସ୍ ଉତ୍ପାଦନରେ କେଜି-ଡି୬ର ପ୍ରାୟ ୩୦ ପ୍ରତିଶତ ଯୋଗଦାନ ରହିଛି।

ଆନ୍ଧ୍ରପ୍ରଦେଶର ବିଶେଷ ଗୁଣଗୁଡ଼ିକ ବିଷୟରେ ଉଲ୍ଲେଖ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ଏଠାରେ ଫାର୍ମା ଓ ଭିତିଭୂମି କ୍ଷେତ୍ରରେ ଉଦ୍ୟୋଗ ଓ ଉଦ୍ୟୋଗପତିମାନଙ୍କ ଲମ୍ବା ଧାଡ଼ି ରହିଛି ଏବଂ ସବୁଠୁ ବଡ଼ କଥା ହେଉଛି ଆନ୍ଧ୍ରପ୍ରଦେଶ ପାଖରେ ବିଶାଳ ସମୁଦ୍ର ଉପକୂଳ ରହିଛି ଯାହା ତାହାକୁ ବ୍ଲୁ ଅର୍ଥନୀତିରେ ପରିଣତ କରିବାର କ୍ଷମତା ରଖୁଛି। ନୂଆ ଭାରତର ବିକାଶ କାହାଣୀରେ ଆନ୍ଧ୍ରପ୍ରଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଭରସା ପ୍ରକଟ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏଥର ହ୍ୱାଟସ୍‌ଆପ୍‌ରେ ମଧ୍ୟ ଜିଓମାର୍ଟର କରିପାରିବେ କାରବାର, ମୁକେଶ ଆମ୍ବାନୀ କଲେ ଘୋଷଣା

ମୁମ୍ବାଇ/ ଭୁବନେଶ୍ୱର: ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ଗତକାଲି ହ୍ୱାଟସ୍‌ଆପ୍‌ରେ ପ୍ରଥମ ଧରଣର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତିର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି, ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ହ୍ୱାଟସ୍‌ଆପ୍ ଚାଟ୍‌ରେ ରହି ଜିଓମାର୍ଟରେ ସପିଙ୍ଗ କରିପାରିବେ ।

ସାରା ବିଶ୍ୱରେ ପ୍ରଥମ ଭାବେ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ସେବା ଜରିଆରେ ପୂର୍ବରୁ କେବେ ଅନଲାଇନ୍‌ରେ ସପିଙ୍ଗ୍ କରିନଥିବା ଗ୍ରାହକଙ୍କ ସମେତ ସମସ୍ତ ଭାରତୀୟ ଜିଓମାର୍ଟର ସମଗ୍ର ଗ୍ରୋସରି କାଟ୍‌ଲଗ୍‌କୁ ବ୍ରାଉଜ୍ କରିପାରିବେ, କାର୍ଟରେ ସାମଗ୍ରୀ ଯୋଡ଼ିପାରିବେ ଏବଂ କିଣାକିଣି ପ୍ରକ୍ରିୟାକୁ ଶେଷ କରିବା ଲାଗି ପେମେଂଟ୍ (ଦେୟ ପ୍ରଦାନ) ମଧ୍ୟ କରିପାରିବେ-ଏସବୁ କାମ ପାଇଁ ସେମାନଙ୍କୁ ହ୍ୱାଟସ୍‌ଆପ୍ ଚାଟ୍ ଛାଡ଼ିଯିବାକୁ ପଡ଼ିବନି ।

ଏକ ଫେସବୁକ୍ ପୋଷ୍ଟ୍ ଜରିଆରେ ମେଟାର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ, “ଭାରତରେ ଜିଓମାର୍ଟ ସହିତ ଆମର ସହଯୋଗିତାର ଶୁଭାରମ୍ଭକୁ ନେଇ ଉତ୍ସାହିତ ଅଛୁ । ହ୍ୱାଟସ୍‌ଆପ୍‌ରେ ଏହା ହେଉଛି ଆମର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତି ଯାହା ଜରିଆରେ ଲୋକମାନେ ସେମାନଙ୍କ ଚାଟ୍‌ରେ ରହି ଜିଓମାର୍ଟରୁ ଏବେ ଗ୍ରୋସରି ସପିଙ୍ଗ୍ କରିପାରିବେ । ଏଭଳି ବାସ୍ତବ ଧାରା ଓ ଚାଟ୍ ଭିତିକ ଅନୁଭୂତିକୁ ନେଇ ପ୍ରସ୍ତୁତ ବ୍ୟବସାୟ ମେସେଜିଂ ସୁବିଧା ଆଗାମୀ ଦିନରେ ଲୋକଙ୍କ ଦ୍ୱାରା ଓ ବ୍ୟବସାୟ ଯୋଗାଯୋଗ ପାଇଁ ବିଶେଷ ଭାବେ ଆଦୃତ ହେବ ।’’

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ସମାଜ ଭାବେ ଭାରତକୁ ଆଗକୁ ବଢ଼ାଇବା । ଯେତେବେଳେ ୨୦୨୦ରେ ଜିଓ ପ୍ଲାଟଫର୍ମସ୍ ଓ ମେଟାର ସହଯୋଗିତା ବିଷୟରେ ଘୋଷଣା କରାଯାଇଥିଲା ସେହି ସମୟରେ ମାର୍କ ଓ ମୁଁ ଅଧିକ ଲୋକ ଓ ବ୍ୟବସାୟକୁ ଅନଲାଇନ୍ ପର୍ଯ୍ୟନ୍ତ ଆଣିବା ଏବଂ ପ୍ରତି ଭାରତୀୟଙ୍କ ଦୈନନ୍ଦିନ ଜୀବନରେ ଅଧିକ ସୁବିଧା ପ୍ରଦାନ କରିବା ଲାଗି ବାସ୍ତବ ଅଭିନବ ସମାଧାନ ସୃଷ୍ଟି କରିବାର ସମାନ ଲକ୍ଷ୍ୟ ରଖିଥିଲୁ ।

ଅଭିନବ ଗ୍ରାହକ ଅନୁଭୂତିର ଏକ ଉଦାହରଣ ହେଉଛି ଯେ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଏବଂ ଏହି ପ୍ରଥମ ଧରଣର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତି ବିକଶିତ କରିଥିବାରୁ ଆମେ ଗର୍ବିତ ମନେ କରୁଛୁ । କୋଟି କୋଟି ଭାରତୀୟଙ୍କୁ ଅନ୍‌ଲାଇନ୍ ସପିଙ୍ଗ୍‌ର ସରଳ ଓ ସହଜ ଉପାୟ ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାକୁ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ଆହୁରି ଆଗକୁ ବଢ଼ାଇବ ।’’

ଭାରତର ଡିଜିଟାଲ୍ ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ଏବଂ ଦେଶରେ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଓ ସାଧାରଣ ଲୋକ ତଥା ବ୍ୟବସାୟମାନଙ୍କୁ ନୂଆ ଉପାୟରେ ଯୋଡ଼ି ହେବା ଲାଗି ସବୁ ପ୍ରକାର ସୁଯୋଗ ପ୍ରଦାନ କରିବା ଲାଗି ମେଟା ଓ ଜିଓ ପ୍ଲାଟଫର୍ମସ୍ ମଧ୍ୟରେ ସ୍ଥାପନ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସହଯୋଗିତାର ଅଂଶ ହେଉଛି ଆଜିର ଏହି ଶୁଭାରମ୍ଭ ।

ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ସାରା ଦେଶରେ କୋଟି କୋଟି ବ୍ୟବସାୟମାନକୁ ସେମାନଙ୍କ ଗ୍ରାହକମାନଙ୍କ ସହ ଯୋଡ଼ି ହେବାର ଉପାୟଗୁଡ଼ିକରେ ବୈପ୍ଳବିକ ପରିବର୍ତନ ଆଣିବ ଏବଂ ଲୋକମାନଙ୍କ ସପିଙ୍ଗ୍ ଅନୁଭୂତିରେ ଅତୁଳନୀୟ ସରଳତା ଓ ସୁବିଧା ପ୍ରଦାନ କରିବ ।

ହ୍ୱାଟସ୍‌ଆପ୍‌ରେ ଜିଓ ନମ୍ବର (+୯୧-୭୯୭୭୦୭୯୭୭୦)ରେ ସରଳ ଭାବେ ଇଂରାଜିରେ “ଐସ’ ଲେଖି ପଠାଇ ଗ୍ରାହକମାନେ ହ୍ୱାଟସ୍‌ଆପ୍ ଜରିଆରେ ଜିଓମାର୍ଟରେ ସପିଙ୍ଗ୍ ଆରମ୍ଭ କରିପାରିବେ ।

Categories
ଆଜିର ଖବର ଜାତୀୟ ଖବର

ରିଲାଏନ୍ସର ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’କୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ’ଗ୍ରୀନ୍ସ ଜୁଲୋଜିକାଲ ରେସକ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ଦ୍ୱାରା ଗୁଜରାଟର ଜାମନଗରଠାରେ ସ୍ଥାପନ କରାଯାଉଥିବା ଚିଡ଼ିଆଖାନା ବିରୁଦ୍ଧରେ ଦାୟର ଏକ ଜନସ୍ୱାର୍ଥ ଆବେଦନ (ପିଆଇଏଲ୍‍)କୁ ଖାରଜ କରିଦେଇଛନ୍ତି।

ନ୍ୟାୟମୂର୍ତ୍ତି ଦିନେଶ ମହେଶ୍ୱରୀ ଏବଂ ନ୍ୟାୟମୂର୍ତ୍ତି କୃଷ୍ଣ ମୁରାରୀ ଜନସ୍ୱାର୍ଥ ଯାଚିକାକୁ ଖାରଜ କରିଦେଇ କହିଛନ୍ତି ଯେ, “ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ଏକ ଆଇନସମ୍ମତ ଏବଂ ମାନ୍ୟତା ପ୍ରାପ୍ତ ଚିଡ଼ିଆଖାନା ଏବଂ ରେସ୍‍କ୍ୟୁ ସେଣ୍ଟର। ଆମେ ଏଥିରେ ବିବାଦର କୌଣସି କାରଣ ଲକ୍ଷ୍ୟ କରୁନାହୁଁ।” ଏଥିରେ ଅସନ୍ତୋଷ ପ୍ରକାଶ କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଆବେଦନକାରୀ ବିନା କୌଣସି ଠୋସ୍‍ କାରଣ ନଥାଇ ଏବଂ କେବଳ କିଛି ନ୍ୟୁଜ ରିପୋର୍ଟ ଆଧାରରେ ଏହି ଯାଚିକା ଦାଖଲ କରିଦେଇଛନ୍ତି। ଆବେଦନକାରୀ ନିଜ ସପକ୍ଷରେ ସର୍ବୋଚ୍ଚ ଅଦାଲତରେ ଠୋସ୍‍ ସାକ୍ଷ୍ୟ ପ୍ରମାଣ ଦାଖଲ କରିପାରିନାହାନ୍ତି।

ଜନସ୍ୱାର୍ଥ ଯାଚିକାରେ ରିଲାଏନ୍ସର ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ବିରୁଦ୍ଧରେ ଭାରତ ଏବଂ ବିଦେଶରୁ ଜୀବଜନ୍ତୁଙ୍କୁ ଆଣିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିବେଦନ କରିଥିଲେ। ଏଥିସହିତ ଏହି ଅଣ ଲାଭଜନକ ସଂଗଠନ ପରିଚାଳନା ଏବଂ ପ୍ରଶାସନ ସମ୍ପର୍କରେ ଯାଞ୍ଚ କରିବାକୁ ଏସ୍‍ଆଇଟି ଗଠନ ନିମନ୍ତେ ମଧ୍ୟ ଅଦାଲତରେ ଆବେଦନ କରିଥିଲେ। ତେବେ ଏହାକୁ ସର୍ବୋଚ୍ଚ ଅଦାଲତ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଦେଇଥିଲେ।

ସର୍ବୋଚ୍ଚ ଅଦାଲତରେ ନିଜ ପକ୍ଷ ରଖି ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ପକ୍ଷରୁ ‘ତେନ୍ଦୁଆ ସଂରକ୍ଷଣ କେନ୍ଦ୍ର’ ଏବଂ ‘କୁମ୍ଭୀର ସଂରକ୍ଷଣ କେନ୍ଦ୍ର’ ସହିତ ନିଜ କାର୍ଯ୍ୟକଳାପର ବିଭିନ୍ନ ସଫଳତା ସମ୍ପର୍କରେ ବ୍ୟାପକ ବିବରଣୀ ଉପସ୍ଥାପନ କରିଥିଲେ। ସର୍ବୋଚ୍ଚ ଅଦାଲତ ଉକ୍ତ ସେଣ୍ଟରରେ ଜୀବଜନ୍ତୁଙ୍କ ସହାୟତା ନିମନ୍ତେ ଉପଲବ୍ଧ ଚିକିତ୍ସକ, କ୍ୟୁରେଟର, ଜୀବବିଜ୍ଞାନୀ, ପ୍ରାଣୀ ବିଜ୍ଞାନୀ ଏବଂ ଅନ୍ୟ ବିଶେଷଜ୍ଞଙ୍କ ଉପଲବ୍ଧତା ଏବଂ ତାହାର ଭିତ୍ତିଭୂମି ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହିତ ଜାଣିବାକୁ ପାଇଥିଲେ ଯେ ଜୀବଜନ୍ତୁ ପରିଚାଳନା ଏବଂ ସ୍ଥାନାନ୍ତରଣ ନିମନ୍ତେ ଦିଆଯାଇଥିବା ଅନୁମତି ଏବଂ ସେ ସମ୍ପର୍କିତ ସମସ୍ତ ବିଧିବ୍ୟବସ୍ଥା ଆଇନସମ୍ମତ ଏବଂ ଅଧିକୃତ ଅଟେ।

ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗ ସମ୍ପର୍କରେ ଅଦାଲତଙ୍କୁ କୌଣସି ତଥ୍ୟ ପ୍ରମାଣ ମିଳିନାହିଁ। ସୁପ୍ରିମକୋର୍ଟ ଏହା ମଧ୍ୟ କହିଥିଲେ ଯେ ଜିଜେଡଆର୍‍ଆର୍‍ସିର କାର୍ଯ୍ୟକଳାପ ସମ୍ପର୍କରେ ବିବାଦର କୌଣସି ପ୍ରଶ୍ନ ଉଠୁନାହିଁ। ଏହା ପୂର୍ବରୁ ମାଡ୍ରାସ ହାଇକୋର୍ଟ ମଧ୍ୟ କହିଥିଲେ ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସହାୟତାରେ ପରିଚାଳିତ ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର (ଜିଜେଡଆର୍‍ଆର୍‍ସି)ରେ ଉପଲବ୍ଧ ସୁବିଧା ସୁଯୋଗରେ ଉଚ୍ଚ ନ୍ୟାୟାଳୟ ସନ୍ତୁଷ୍ଟ ଅଛନ୍ତି।

ଏ ସମ୍ପର୍କରେ ପ୍ରକାଶ କରି ଜିଜେଡଆର୍‍ଆର୍‍ସିର ମୁଖ୍ୟ ଧନରାଜ ନାଥୱାନି କହିଛନ୍ତି, “ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ସ୍ୱାଗତ କରୁଛୁ। ଜିଜେଡଆର୍‍ଆର୍‍ସି ଜୀବଜନ୍ତୁଙ୍କର କଲ୍ୟାଣ, ଉଦ୍ଧାର, ଥଇଥାନ ଏବଂ ସଂରକ୍ଷଣ ସହିତ ଜଟିଳ ପରିସ୍ଥିତିରୁ ଉଦ୍ଧାର ହେବା ଆବଶ୍ୟକ କରୁଥିବା ଜୀବଜନ୍ତୁଙ୍କୁ ବିଶ୍ୱ ମାନର ଥଇଥାନ ଯତ୍ନ ଯୋଗାଇଦେବାକୁ ପ୍ରତିବଦ୍ଧ ରହିଛି।”

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଇଟାଲିର ଖେଳନା କମ୍ପାନି ପ୍ଲାଷ୍ଟିକ ଲେଗ୍ନୋ ସହ ଯୌଥ ଉଦ୍ୟୋଗ କଲା ରିଲାଏନ୍ସ

ମୁମ୍ବାଇ: ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ଼(ଆର୍‌ବିଏଲ୍‌) ଏବଂ ଇଟାଲିର ପ୍ଲାଷ୍ଟିକ ଲେଗ୍ନୋ ଏସ୍‌ପିଏ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ଘୋଷଣା କରାଯାଇଛି। ଏଥିପାଇଁ ଉଭୟ କମ୍ପାନି ମଧ୍ୟରେ ଚୁକ୍ତି ସ୍ଵାକ୍ଷର ହୋଇଛି। ଚୁକ୍ତି ଅନୁସାରେ ପ୍ଲାଷ୍ଟିକ ଲେଗ୍ନୋ ଏସ୍‌ପିଏର ଭାରତୀୟ ଖେଳନା ନିର୍ମାଣବ୍ୟବସାୟରେ ଆର୍‌ବିଏଲ୍ ୪୦% ଅଂଶଧନ ଅଧିଗ୍ରହଣ କରିବ। ରିଲାଏନ୍ସ ବ୍ରାଣ୍ଡ୍‌ସର ଏହି ନିଵେଶ କମ୍ପାନିର ଖେଳନା ବ୍ୟବସାୟକୁ ଆହୁରି ମଜଭୂତକରିବ।

ସୂଚନାଯୋଗ୍ୟ, ଆର୍‌ବିଏଲ୍‌ ହେଉଛି ରିଲାଏନ୍ସ ରିଟେଲ ଭେଞ୍ଚର୍ସର ପୂର୍ଣ୍ଣ ଅଧିକୃତ କମ୍ପାନି। ଆର୍‌ବିଏଲ୍‌ର ଖେଳନା ଉଦ୍ୟୋଗରେ ଦୃଢ ଉପସ୍ଥିତି ରହିଛି। ଏହାର ପୋର୍ଟଫୋଲିଓରେ ହାମଲେଜ୍‌ (ବ୍ରିଟିଶ ଖେଳନା ରିଟେଲର) ଏବଂ ଘରୋଇ ଖେଳନାବ୍ରାଣ୍ଡ ରୋୱନ ସାମିଲ ଅଛି। ୧୫ଟି ଦେଶରେ ହାମଲେଜ୍‌ ର ୨୧୩ଟି ଷ୍ଟୋର ରହିଛି। ଭାରତରେ ଏହା ଖେଳନା ଷ୍ଟୋରର ସବୁଠାରୁ ବଡ଼ ଚେନ ଭାବେ ପରିଚିତ।

ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌ର ମୁଖପାତ୍ର କହିଛନ୍ତି, ଏହି ସହଯୋଗିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ଅନୁରୂପ ବିଶ୍ୱସ୍ତରୀୟ ଖେଳନା ନିର୍ମାଣ କ୍ଷେତ୍ରରେ ପ୍ଲାଷ୍ଟିକ ଲେଗ୍ନୋର ବ୍ୟାପକ ଅଭିଜ୍ଞତା ସହ ବିଶ୍ୱସ୍ତରୀୟ ଖେଳନାର ଖୁଚୁରା ଉଦ୍ୟୋଗରେ ଆମର ମଜଭୁତ ଉପସ୍ଥିତି ବଳରେ ଭାରତରେ ନିର୍ମିତଖେଳନା ପାଇଁ ନୂଆ ପଥ ଏବଂ ଅଦ୍ଵିତୀୟ ସୁଯୋଗ ସୃଷ୍ଟି ହେବ। ଏହା କେବଳ ଘରୋଇ ଚାହିଦା ପୂରଣ କରିବ ନାହିଁ ବରଂ ବିଶ୍ୱ ବଜାର ପାଇଁ ଦେଶରେ ଏକ ମଜଭୁତ ଖେଳନା ନିର୍ମାଣ ଇକୋସିଷ୍ଟମ  ପ୍ରସ୍ତୁତ ହେବ। ପ୍ଲାଷ୍ଟିକ ଲେଗ୍ନୋ ଏସପିଏର ମାଲିକାନା ସୁନିନୋ ଗ୍ରୁପ ନିକଟରେ ରହିଛି, ଯାହାପାଖରେ ଇଉରୋପରେ ଖେଳନା ନିର୍ମାଣର ୨୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ଅଭିବୃଦ୍ଧିଶୀଳ ଭାରତୀୟ ଖେଳନା ବଜାରରେ ଉପସ୍ଥିତି ବଢ଼ାଇବା ଏବଂ ଭାରତୀୟ ଖେଳନା ବଜାରକୁ ବିଶ୍ୱ ହବ ଭାବେ ଗଢିତୋଳିବା ଉଦ୍ଦେଶ୍ୟରେ ଗ୍ରୁପ ପକ୍ଷରୁ ଭାରତରେ ବ୍ୟବସାୟ ଆରମ୍ଭ କରାଯାଇଥିଲା।

ସୁନିନୋ ଗ୍ରୁପର ସହ-ସତ୍ୱାଧିକାରୀ ପାଓଲୋ ସୁନିନୋ କୁହନ୍ତି, ଆମେ ଏହି ଯୌଥ ଉଦ୍ୟୋଗରେ ଆର୍‌ବିଏଲ୍‌କୁ ଭାଗୀଦାର ଭାବେ ପାଇ ଅତ୍ୟନ୍ତ ଗୌରାବାନ୍ୱିତ। ଆମର ବିଶ୍ୱାସ, ଖେଳନା ଉତ୍ପାଦନରେ ପ୍ଲାଷ୍ଟିକ ଲେଗ୍ନୋର ଅଭିଜ୍ଞତା ଏବଂ ହାମଲେଜ୍‌ର ବ୍ୟବସାୟିକ ପହଞ୍ଚ ଏହି ଯୌଥଉଦ୍ୟୋଗ କମ୍ପାନିକୁ ନୂଆ ଉଚ୍ଚତାକୁ ନେଇଯିବ ଏବଂ ବିପୁଳ ସଫଳତା ଲାଗିଏହାକୁ ସକ୍ଷମ କରିବ। ଭାରତ ପାଇଁ ଆମ ନିକଟରେ ମହତ୍ୱପୂର୍ଣ୍ଣ ବିକାଶଯୋଜନା ରହିଛି। ଭବିଷ୍ୟତର ଆହ୍ୱାନଗୁଡ଼ିକୁ ସାମ୍ନା କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ କିନ୍ତୁ ଯେତେବେଳେ ଆରଵିଏଲ ଭଳି ଗ୍ରୁପ ଆମ ସାଙ୍ଗରେ ଅଛି ତେଵେ ବିଶ୍ୱାସ ଅଛି ଯେ, ଆମେ ମିଳିତ ହୋଇ କିଛି ବଡ଼ କରିପାରିବୁ।

Categories
ବିଶେଷ ଖବର ବ୍ୟବସାୟ

ରିଲାଏନ୍ସର ଭାୟାକମ୍‌ ୧୮କୁ ମିଳିଲା ୧୩,୫୦୦ କୋଟି ଟଙ୍କା, ମନୋରଂଜନ ଜଗତରେ ଆସିବ ବିପ୍ଲବ

ଭୁବନେଶ୍ୱର: ଜେମ୍‌ସ ମୁର୍ଦୋଚ୍‌ଙ୍କ ଲୁପା ସିଷ୍ଟମ୍‌ସର ନିବେଶ ସଂସ୍ଥା ବୋଧି ଟ୍ରି ସିଷ୍ଟମ୍‌ସ ଓ ଉଦୟ ଶଙ୍କର ପ୍ରସାରଣ ସେବା କ୍ଷେତ୍ର ସହ ଜଡ଼ିତ କଂପାନି ଭାୟାକମ୍‌୧୮ରେ ୧୩,୫୦୦ କୋଟି ଟଙ୍କା ନିବେଶ କରିବା ବିଷୟରେ ଘୋଷଣା କରିଛନ୍ତି। ଉଦୟ ଶଙ୍କର ହେଉଛନ୍ତି ଷ୍ଟାର ଓ ଡିଜ୍‌ନି ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ। ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହିତ ତ୍ରିପାକ୍ଷିକ ଭାଗିଦାରୀ ଜରିଆରେ ଏହି ନିବେଶ କରାଯିବ। ଏହା ଦ୍ୱାରା ଦେଶର ସବୁଠୁ ବଡ଼ ଟିଭି ଓ ଡିଜିଟାଲ୍ ଷ୍ଟ୍ରିମିଂ କଂପାନିକୁ ଏକ ଆକାର ମିଳିବ।

ଏହି ସହଯୋଗିତା ଜରିଆରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସଂସ୍ଥା ରିଲାଏନ୍ସ ପ୍ରୋଜେକ୍ଟସ୍ ଆଣ୍ଡ୍ ପ୍ରପର୍ଟି ମ୍ୟାନେଜମେଂଟ୍ ସର୍ଭିସେସ୍ ଲିମିଟେଡ୍ (ଆରପିପିଏମ୍‌ଏସ୍‌ଏଲ୍‌) ୧,୬୪୫ କୋଟି ଟଙ୍କାର ନିବେଶ କରିବ। ଏହା ବ୍ୟତୀତ ଲୋକପ୍ରିୟ ଜିଓ ସିନେମା ଓଟିଟି ଆପ୍‌କୁ ଭାୟାକମ୍‌୧୮କୁ ସ୍ଥାନାନ୍ତର କରାଯିବ। ଟେଲିଭିଜନ, ଓଭର ଦି ଟପ୍ (ଓଟିଟି), ବିତରଣ, ସାମଗ୍ରୀ ନବସୃଜନ ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା କ୍ଷେତ୍ରରେ ଆର୍‌ପିପିଏମ୍‌ଏସ୍‌ଏଲ୍‌ର ଉଲ୍ଲେଖନୀୟ ଉପସ୍ଥିତି ରହିଛି। ପାରାମାଉଂଟ୍ ଗ୍ଲୋବାଲ୍ (ପୂର୍ବରୁ ଭାୟାକମ୍ ସିବିଏସ୍‌) ଭାୟାକମ୍‌୧୮ର ଅଂଶଧନକାରୀ ହୋଇରହିବ। ଭାୟାକମ୍‌୧୮କୁ ଏହା ନିଜର ପ୍ରମୁଖ ବିଶ୍ୱସ୍ତରୀୟ ଉତ୍ପାଦଗୁଡ଼ିକୁ ପ୍ରଦାନ କରିବା ଜାରି ରଖିବ।

ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ମୁକେଶ ଡି ଅମ୍ବାନି କହିଛନ୍ତି ଯେ, “ଜେମ୍‌ସ ଓ ଉଦୟଙ୍କ ଟ୍ରାକ୍ ରେକର୍ଡ ଅତୁଳନୀୟ। ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଭାରତ, ଏସିଆ ଓ ସାରା ଦୁନିଆରେ ମିଡିଆ ବ୍ୟବସ୍ଥାକୁ ଆକାର ପ୍ରଦାନ କରିବାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ବୋଧି ଟ୍ରି ସହିତ ସହଯୋଗିତା ସ୍ଥାପନ କରିବା ଏବଂ ଏକ ଷ୍ଟ୍ରିମିଂ ପ୍ରଥମ ମିଡିଆ ବଜାର ଆଡ଼କୁ ଭାରତର ରୂପାନ୍ତରଣର ନେତୃତ୍ୱ ନେଉଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ। ଏହି ସହଯୋଗିତା ଜରିଆରେ ଭାରତୀୟ ଗ୍ରାହକମାନଙ୍କ ପାଇଁ ଶ୍ରେଷ୍ଠ ମିଡିଆ ଓ ମନୋରଂଜନ ସେବା ଆଣିବାକୁ ଆମେ ପ୍ରତିବଦ୍ଧ ରହିଛୁ।’’

ଏହି ସହଯୋଗିତା ବିଷୟରେ ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ ବୋଲି କହିବା ସହ ମୁର୍ଦୋଚ ଓ ଉଦୟ କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ବ୍ୟାପକ ଭାବେ ପ୍ରତିଦିନର ମିଡିଆ ଓ ମନୋରଂଜନ ଆବଶ୍ୟକତାକୁ ପୂରଣ କରିବା ଲାଗି ଏକ ଅର୍ଥପୂର୍ଣ୍ଣ ସମାଧାନ ପ୍ରଦାନ କରିବା ପାଇଁ ବିଶେଷ କରି ମୋବାଇଲ୍‌ରେ ଉନ୍ନତ ପ୍ରଯୁକ୍ତିର ଲାଭକୁ ବ୍ୟବହାର କରିବା। ଏକ ବିଲିଅନରୁ ଅଧିକ ସ୍କ୍ରିନ୍‌ରେ ଆମେ ମନୋରଂଜନ ଅନୁଭୂତିର ଆକାରକୁ ବଦଳାଇବାକୁ ଚାହୁଛୁ।’’

ଆବଶ୍ୟକ ଅନୁମୋଦନ ଓ କାରବାର ସମାପନ କରିବାର ସର୍ତ ଅନୁସାରେ ଏହି କାରବାରକୁ ଛଅ ମାସ ମଧ୍ୟରେ ସମ୍ପାଦନ କରାଯିବ ବୋଲି ଆଶା ରହିଛି। ଏହି କାରବାର ପାଇଁ ଆରପିପିଏମ୍‌ଏସ୍‌ଏଲ୍ ଓ ଭାୟାକମ୍‌୧୮କୁ ସିରିଲ ଅମରଚାନ୍ଦ ମଙ୍ଗଳଦାସ ଆଣ୍ଡ୍ ଖୈତାନ କୋ ଆଇନଗତ ଓ କାଗଜପତ୍ର ସହାୟତା ପ୍ରଦାନ କରିଥିଲେ। ଜିଓ ସିନେମା ବ୍ୟବସାୟ ଓ ଭାୟାକମ୍ ୧୮ର ସ୍ୱାଧୀନ ମୂଲ୍ୟାୟନ ପ୍ରଦାନ କରିଥିଲେ ପିଡବ୍ଲୁସି ଓ ବିଡିଓ। ଟିିଭି୧୮ ଓ ଆରପିପିଏମ୍‌ଏସ୍‌ଏଲ୍ ପାଇଁ ଯଥାକ୍ରମେ ସିଟି ଓ ଏଚଏସବିସି ଆର୍ଥିକ ପରାମର୍ଶଦାତା ଦାୟିତ୍ୱ ତୁଲାଇଛନ୍ତି। ବୋଧି ଟ୍ରି ସିଷ୍ଟମ୍‌ସ ପାଇଁ ଏଜେଡ୍‌ବି ଆଣ୍ଡ୍ ପାଟନର୍ସ ଆଇନ ପରାମର୍ଶଦାତା ଓ ଇୱାଇ ଯଥାର୍ଥ ଆକଳନ ସେବା ପ୍ରଦାନ କରିଛି। ପାରାମାଉଂଟ୍ ଗ୍ଲୋବାଲ୍ ପାଇଁ ଜେଏସ୍‌ଏ୍ ଆଇନଗତ ପରାମର୍ଶ ପ୍ରଦାନ କରିଛି।

Categories
ଆଜିର ଖବର ବ୍ୟବସାୟ

ରିଲାଏନ୍‌ସ ଆଣିଛି “ଡିଜିଟାଲ୍ ଡିସକାଉଂଟ ଡେଜ୍‌”: ସମସ୍ତ ବର୍ଗରେ ପ୍ରଦାନ କରାଯାଉଛି ଅତୁଳନୀୟ ରିହାତି 

ମୁମ୍ବାଇ: ଏପ୍ରିଲ୍ ୦୨ ରୁ ୧୭ ତାରିଖ ପର୍ଯ୍ୟନ୍ତ ଡିଜିଟାଲ୍ ଡିସକାଉଂଟ ଡେଜ୍ ର ପାଳନ କରନ୍ତୁ ଓ ସମସ୍ତ ରିଲାଏନ୍‌ସ ଡିଜିଟାଲ୍ ଷ୍ଟୋର, ମାଇଁ ଜିଓ ଷ୍ଟୋରରେ ଏବଂ www.reliancedigital.in aû www.jiomart.com ରେ ଆପଣଙ୍କର ପସନ୍ଦର ଟେକ୍ ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର ଓ ଡିସକାଉଂଟ ଲାଭ କରନ୍ତୁ। ଇଲେକ୍‌ଟ୍ରୋନିକ୍ସ ଉପରେ ସର୍ବୋତମ ଡିଲ୍ ବ୍ୟତୀତ ରିଲାଏନ୍‌ସ ଡିଜିଟାଲ୍ ମଧ୍ୟ ଏଚଡିଏଫସି ବ୍ୟାଙ୍କ କାର୍ଡ଼ ଉପରେ ୭.୫% ପର୍ଯ୍ୟନ୍ତ ଇନଷ୍ଟାଂଟ ଡିସକାଉଂଟ ପ୍ରଦାନ କରୁଛି ଓ ଟ.୨୦୦୦/-  ପର୍ଯ୍ୟନ୍ତ କୁପନ ପ୍ରଦାନ କରାଯାଉଛି। ଟ.୮୦,୦୦୦/- ବା ଏହା ଠାରୁ ଅଧିକ ମୂଲ୍ୟର କ୍ରୟ ଉପରେ, ଟ.୧୦,୦୦୦/- ପର୍ଯ୍ୟନ୍ତ ପ୍ରଯୁଜ୍ୟ ଅନୁସାରେ ଅତିରିକ୍ତ ଡିସକାଉଂଟ ପ୍ରଦାନ କରାଯାଉଛି।

ଏହାର ଆକର୍ଷଣୀୟ ଡିଲ୍ ଓ ସହଜିଆ ଇଏମଆଇ ବିକଳ୍ପ ସୁବିଧାକୁ ଟିଭି, ସ୍ମାର୍ଟଫୋନ, ଲାପଟପ୍‌, ଟେଲିଭିଜନ, ଏସି, ରେଫ୍ରିଜରେଟର, ୱାସିଂ ମେସିନ୍‌, ସ୍ମାର୍ଟ ୱାଚ ଓ କିଚେନ୍ ଉପକରଣ ଆଦିରେ ପ୍ରଦାନ କରାଯାଉଛି। ଟେକ୍ ସାମଗ୍ରୀର ସମସ୍ତ ଆବଶ୍ୟକତା ପୂରଣ ପାଇଁ ରିଲାଏନସ ଡିଜିଟାଲ୍ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରୁଛି।

ପାଆନ୍ତୁ ସମ୍ପୂର୍ଣ୍ଣ ନୂଆ ସାମସଙ୍ଗ ଗାଲାକ୍ସି ଏସ୨୨+ ଗ୍ରୀନ କଲର ଭାରିଆଂଟ କେବଳ ରିଲାଏନ୍ସ ଡିଜିଟାଲରେ ଯାହାର ମୂଲ୍ୟ ଟ.୮୪,୯୯୯/-ଞ୍ଚ ରୁ ତେଣିକି ରେ ଉପଲବ୍ଧ ରହିଛି। ଲାଟେଷ୍ଟ ଆଇଫୋନ୍ ୧୩ ର ଆକର୍ଷଣୀୟ ଅଫର ମୂଲ୍ୟ ଆରମ୍ଭ ହେଉଛି ଟ.୬୧,୯୦୦/-ଞ୍ଚ ରେ (ଅଫର ମୂଲ୍ୟ କ୍ୟାସବ୍ୟାକ, ଇନ-ଷ୍ଟୋର ଡିସକାଉଂଟ, ଏକ୍ସଚେଞ୍ଜ ମୂଲ୍ୟ ଓ ଏକ୍ସଚେଞ୍ଜ ବୋନସ ପରେ ଅଟେ)।

ସଦ୍ୟତମ ଓ ସର୍ବୋତମ ଲାପଟପ୍ ସର୍ବଦା ରିଲାଏନ୍ସ ଡିଜିଟାଲରେ ପ୍ରଥମେ ପହଂଚି ଥାଏ। ଆପଣ ଭାରତର ପ୍ରଥମ ୧୨ ଜେନେରେସନ କୋର୍ ଆଇ୫ ଏଚପି ଲାପଟପ ସହିତ ୧୬ଜିବି ରାମ, ୫୧୨ ଏସଏସଡି, ୩୯.୬ ସେମି ଏଫଏଚଡି ସ୍କ୍ରିନ, ୱିଣ୍ଡୋଜ୍ ୧୧ ଓ ମାଇକ୍ରୋସଫ୍ଟ ଅଫିସ୍ ୨୧ ପ୍ରିଲୋଡେଡକୁ ପାଇପାରିବେ ମାତ୍ର ଟ.୭୧,୯୯୯/- ରେ। ଏହା ସହିତ ଟ.୬୦୦୦/- ସୁବିଧା ପାଆନ୍ତୁ ବା ଟ.୨,୦୦୦/- ର ତୁରନ୍ତ ଡିସକାଉଂଟ ସୁବିଧା ଲାଭ କରନ୍ତୁ ଓ ନୋ କଷ୍ଟ ଇଏମଆଇ ସୁବିଧା ରହିଛି ମାତ୍ର ଟ.୫୮୩୩/- ରେ। କେବଳ ଏତିକି ନୁହେଁ, ବଛା ବଛା ଲାପଟପ୍ କ୍ରୟ କରନ୍ତୁ ଓ ମାତ୍ର ଟ.୧୯୯/- ଞ୍ଚ ରେ ଟ.୧୨,୦୦୦/- ମୂଲ୍ୟର ସୁବିଧା ଲାଭ କରନ୍ତୁ ବା ଆକର୍ଷଣୀୟ ନୋ କଷ୍ଟ ଇଏମଆଇ ଅଫର ସହିତ ୫% ପର୍ଯ୍ୟନ୍ତ ତୁରନ୍ତ ଡିସକାଉଂଟ ଲାଭ କରନ୍ତୁ।

ଏହା ସହିତ ଏସି ଓ ରେଫ୍ରିଜରେଟରରେ ମଧ୍ୟ ଆକର୍ଷଣୀୟ ଡିଲ ପ୍ରଦାନ କରାଯାଉଛି। ପାଆନ୍ତୁ ଏଲଜି ୬ ଇନ୍ ୧ କନଭର୍ଟିବଲ୍ ସହିତ ଏଆଇ ଡୁଆଲ ଇନଭର୍ଟର ଏସି ୧.୫ ଟନ୍‌, ୫ ଷ୍ଟାର ସହିତ ଇଏମଆଇ ଯାହା ସର୍ବନିମ୍ନ ଟ.୨୭୯୯/- ରହିଛି ଓ ପାନାସୋନିକ୍ ସାଇଡ୍ ବାଏ ସାଇଡ ରେଫ୍ରିଜରେଟର ଜାପାନିଜ୍ ଟେକନୋଲୋଜି ସହିତ ଯାହାର ଇଏମଆଇ ସର୍ବନିମ୍ନ ଟ.୩,୯୯୯/- ରୁ ଆରମ୍ଭ ହେଉଛି।

ଆକର୍ଷଣୀୟ ଟେଲିଭିଜନ ସହିତ ଆପଣଙ୍କ ଟିଭି ଦେଖିବା ଅନୁଭୂତିକୁ ଆହୁରି ଆନନ୍ଦଦାୟକ କରନ୍ତୁ । ୫୫” ୟୁଏଚଡି ସ୍ମାର୍ଟ ଟିଭି ଯାହାର ମୂଲ୍ୟ ଟ.୩୪,୯୯୦/- ରୁ ଆରମ୍ଭ ହେଉଛି ଓ ଏଥିରେ ରହିଛି ୨ ବର୍ଷର ୱାରେଂଟିଞ୍ଚ ସୁବିଧା। (ସାନସୁଇ ଟିଭିର ମୂଲ୍ୟ ମାତ୍ର ଟ.୩୪,୯୯୦/-, ତୋସିବା ଟିଭିର ମୂଲ୍ୟ ଟ.୩୬,୯୯୦/- ଓ ବିପିଏଲ୍ ଟିଭିର ମୂଲ୍ୟ ମାତ୍ର ଟ.୩୯,୯୯୦/- ରହିଛି)। ସାମସଙ୍ଗ କ୍ୟୁଏଲଇଡି (୫୫” ଓ ତଦୁର୍ଦ୍ଧ) ୨୦% ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ସହିତ ଅତୁଳନୀୟ ମୂଲ୍ୟରେ ଉପଲବ୍ଧ ରହିଛି ଓ ୨ ବର୍ଷର ୱାରେଂଟି ସୁବିଧା ମଧ୍ୟ ମିଳୁଛି।

ପାଆନ୍ତୁ ସାମସଙ୍ଗ ସାଉଣ୍ଡବାର ଟି୪୨୦ ବ୍ଲାକ୍ ମାତ୍ର ଟ.୧୦,୯୯୦/- (ଏମଆରପି – ୧୬,୯୯୦/-) ରେ। ସାମସଙ୍ଗ ସାଉଣ୍ଡବାର କ୍ରୟ କ୍ଷେତ୍ରରେ, ଗ୍ରାହକମାନେ ଏକ ଗୁଗଲ୍ ହୋମ୍ ମିନି ସ୍ମାର୍ଟ ସ୍ପିକର ବା ଜେବିଏଲ୍ ଲାଇଭ୍ ୨୫ବିଟି ବ୍ଲୁଟୁଥ୍ ଇୟରଫୋନ୍ ମାଗଣାରେ ପାଇପାରିବେ! ଏହି ଅଫର କେବଳ ୨ ରୁ ୧୭ ଏପ୍ରିଲ୍ ପର୍ଯ୍ୟନ୍ତ ବୈଧ ରହିଛି।
ଞ୍ଚସମସ୍ତ ଅଫର ଓ ମୂଲ୍ୟରେ ସର୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ।

ରିଲାଏନ୍‌ସ ଡିଜିଟାଲ୍ ସମ୍ବନ୍ଧରେ

ରିଲାଏନଓ ଡିଜିଟାଲ୍ ହେଉଛି ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍‌ସ ରିଟେଲର ଯାହାକି ୮୦୦ ରୁ ଅଧିକ ସହରରେ ୫୦୦+ ବଡ଼ ଫର୍ମାଟ୍ ରିଲାଏନ୍‌ସ ଡିଜିଟାଲ୍ ଷ୍ଟୋର ଓ ୧୮୦୦+ ମାଇଁ ଜିଓ ଷ୍ଟୋରରେ ଉପଲବ୍ଧ ରହି ସାରା ଦେଶରେ କୋଣ ଅନୁକୋଣରେ ଥିବା ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଛି। ଏଥିରେ ରହିଛି ୩୦୦ ରୁ ଅଧିକ ଆନ୍ତର୍ଜାତିକ ଓ ଜାତୀୟ ବ୍ରାଣ୍ଡ ଓ ୫୦୦୦ ରୁ ଅଧିକ ଉତ୍ପାଦ ତାହା ପୁଣି ଅତ୍ୟନ୍ତ ଆକର୍ଷଣୀୟ ମୂଲ୍ୟରେ। ରିଲାଏନ୍‌ସ ଡିଜିଟାଲରେ ସର୍ବାଧିକ ମଡେଲ ରହିଛି ଯାହା ସହାୟତାରେ ଗ୍ରାହକମାନେ ସେମାନଙ୍କର ଆବଶ୍ୟକତା ଅନୁସାରେ ନିଜର ଜୀବନଶୈଳୀ ଉପଯୋଗୀ ଉତ୍ପାଦକୁ ବାଛି ପାରିବେ। ରିଲାଏନଓ ଡିଜିଟାଲରେ, ତାଲିମପ୍ରାପ୍ତ ଓ ଦକ୍ଷ କର୍ମଚାରୀମାନେ ଆମର ଗ୍ରାହକମାନଙ୍କୁ ସହାୟତା ଓ ପରାମର୍ଶ ପ୍ରଦାନ କରିଥାନ୍ତି ତଥା ଉତ୍ପାଦ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରିଲାଏନ୍‌ସ ଡିଜିଟାଲ୍ ଏହାର ସମସ୍ତ ଉତ୍ପାଦ ପାଇଁ ବିକ୍ରୟ ପରବର୍ତି ସେବା ପ୍ରଦାନ କରିଥାଏ। ରିଲାଏନ୍‌ସ ରେସକ୍ୟୁ ଯାହାକି ରିଟେଲରମାନଙ୍କର ସର୍ଭିସ ଶାଖା ଓ ଭାରତର ଏକମାତ୍ର ଆଇଏସଓ ୯୦୦୧ ପ୍ରମାଣିତ ଇଲେକ୍‌ଟ୍ରୋନିକ୍ସ ସର୍ଭିସ୍ ବ୍ରାଣ୍ଡ ସହାୟତା ପ୍ରଦାନ କରିବା ପାଇଁ ସର୍ବଦା ଉପସ୍ଥିତ ରହିଛି ଓ ଏହା ସମ୍ପୂର୍ଣ୍ଣ ସମାଧାନ କରିବା ପାଇଁ ପ୍ରସ୍ତୁତ ରହିଥାଏ।

ସହଜରେ କ୍ରୟ କରିବା ପାଇଁ ବର୍ତମାନ ଗ୍ରାହକମାନେ ରିଲାଏନ୍‌ସ ଡିଜିଟାଲ ଷ୍ଟୋରକୁ ଯାଇପାରିବେ କିମ୍ବା www.reliancedigital.in. ରେ ଲଗଅନ୍ କରିପାରିବେ ଯାହାକି ଅନେକ ସ୍ଥାନରେ ଦ୍ରୁତତମ ଡେଲିଭରି ସୁବିଧା (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଓ ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ୍ ବିକଳ୍ପ ପ୍ରଦାନ କରେ।

ଅଧିକ ସୂଚନା ପାଇଁ ଲଗ୍ ଅନ୍ କରନ୍ତୁ: www.reliancedigital.in.

Categories
ଜାତୀୟ ଖବର ବିଶେଷ ଖବର

ମୁକେଶ ଆମ୍ବାନୀଙ୍କ ପରିବାର ଭାରତ ଛାଡିବା ଖବର ମିଛ, ରିଲାଏନ୍ସ କଂପାନୀର ସ୍ପଷ୍ଟିକରଣ

ମୁମ୍ବାଇ: ଦେଶର ଏକ ପ୍ରତିଷ୍ଠିତ ଖବର କାଗଜରେ ପ୍ରକାଶ ପାଇଥିଲା ଯେ, ରିଲାଏନ୍ସ କଂପାନୀର ମାଲିକ ମୁକେଶ ଆମ୍ବାନୀ ଏବଂ ତାଙ୍କ ପରିବାର ଭାରତ ଛାଡିବେ। ସେଥିପାଇଁ ସେମାନେ ଲଣ୍ଡନର ଷ୍ଟୋକ ପାର୍କରେ ଏକ ଘର କିଣିଛନ୍ତି। ସେଠାରେ ସେ ବସବାସ କରିବେ। ଏହି ଖବରକୁ ନେଇ ଦିନ ତମାମ ବେଶ୍ ଚର୍ଚ୍ଚା ଚାଲିଛି।

ଏହି ଖବରକୁ ନେଇ ଶେଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ତରଫରୁ ସ୍ପଷ୍ଟି କରଣ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, କଂପାନୀ ଅଧ୍ୟକ୍ଷ ଏବଂ ତାଙ୍କ ପରିବାର ଲଣ୍ଡନ ଯିବା ଖବର ସଂପୂର୍ଣ୍ଣ ମିଥ୍ୟା ଏବଂ କଳ୍ପୋଳକଳ୍ପିତ। ସେ ଲଣ୍ଡନ ନୁହେଁ ବିଶ୍ବର କୌଣସି ଦେଶକୁ ସ୍ଥାନାନ୍ତରିତ ହେବାର ନାହିଁ।

ଏହି ସ୍ପଷ୍ଟିକରଣରେ କୁହାଯାଇଛି ଯେ, କଂପାନୀ ତରଫରୁ ଲଣ୍ଡନର ଷ୍ଟୋକ ପାର୍କ ଅଞ୍ଚଳରେ ଏକ ଘର କିଣାଯାଇଛି। ତାହା ଏକ ଐତିହ୍ୟ ବିଲିଡିଂ। ସେଠାରେ ଗଳ୍ଫ ଏବଂ କ୍ରୀଡା ରିସୋର୍ଟ ଭାବରେ ପରିଗଣିତ କରାଯିବ ବୋଲି ନିଷ୍ପତି ହୋଇଛି। ହେଲେ ସେଠାରେ ରହିବାର ଖବର ସଂପୂର୍ଣ୍ଣ ମିଥ୍ୟା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ଉନ୍ମୋଚନ କଲା ‘ମେକିଂ ଅଫ୍ ଜିଓଫୋନ୍ ନେକ୍ସଟ୍‌’ ମେକିଂ ଅଫ୍ ଜିଓଫୋନ୍ ନେକ୍ସଟ୍‌

ମୁମ୍ବାଇ: ଦୀପାବଳୀ ପୂର୍ବରୁ ରିଲାଏନ୍ସ ଜିଓ ପକ୍ଷରୁ ‘ମେକିଂ ଅଫ୍ ଜିଓଫୋନ ନେକ୍ସଟ’ ଭିଡିଓ ରିଲିଜ୍ କରାଯାଇଛି। ଏହି କ୍ଷୁଦ୍ର ଭିଡିଓରେ ଚଳିତ ସମୟର ଅନ୍ୟତମ ସର୍ବାଧିକ ପ୍ରତୀକ୍ଷିତ ଫୋନ ‘ଜିଓଫୋନ ନେକ୍ସଟ୍‌’ ପ୍ରଚଳନ କରିବାର ଲକ୍ଷ୍ୟ ଏବଂ ଚିନ୍ତାଧାରା ପଛରେ ରହିଥିବା ଅନ୍ତର୍ଦୃଷ୍ଟି ପ୍ରଦାନ କରୁଛି। ଏହି ନୂଆ ଫୋନ୍ ଭାରତକୁ ତାହାର ହୃଦୟ ମଧ୍ୟରେ ରଖି ଡିଜାଇନ କରାଯାଇଛି ଏବଂ ଏହା ବିଶ୍ୱସ୍ତରରେ ଦୃଷ୍ଟି ଆକର୍ଷଣ କରିବା ଆରମ୍ଭ କରିଛି।

ମାତ୍ର ୫ ବର୍ଷ ମଧ୍ୟରେ ଜିଓ ଭାରତରେ ଘରେ ଘରେ ପରିଚିତ ଏକ ନାମ ହୋଇପାରିଛି। ୪୩୦ ନିୟୁତ ବ୍ୟବହାରକାରୀଙ୍କୁ ନେଇ ଏହାର ସେବା ସମସ୍ତ ଭୌଗୋଳିକ ଅଂଚଳଅର୍ଥନୀତି ଏବଂ ସାମାଜିକ ବର୍ଗଙ୍କ ମଧ୍ୟରେ ପରିବ୍ୟାପ୍ତ ହୋଇଛି। ଜିଓଫୋନ ନେକ୍ସଟ୍ ସହିତ ଜିଓ ଭାରତରେ ଡିଜିଟାଲ ସଂଯୋଗୀକରଣକୁ ସାର୍ବଜନୀନ କରିବା ଦିଗରେ ନିଜର ଲକ୍ଷ୍ୟପଥରେ ଅଗ୍ରସର ହେବାରେ ଏକ ନିର୍ଣ୍ଣାୟକ ପଦକ୍ଷେପ ନେବା ଯୋଜନା କରିଛି।

ଜିଓଫୋନ ନେକ୍ସଟ୍ ଭାରତରେ ତିଆରିଭାରତ ପାଇଁ ତିଆରି ଏବଂ ଭାରତୀୟଙ୍କ ଦ୍ୱାରା ତିଆରି ହୋଇଛି। ପ୍ରତ୍ୟେକ ଭାରତୀୟ ଡିଜିଟାଲ ପ୍ରଯୁକ୍ତିରେ ସମାନ ସୁଯୋଗ ଏବଂ ସମାନ ବ୍ୟବହାର ସୁବିଧା ଯେଭଳି ପାଇପାରିବେ ତାହା ଜିଓଫୋନ ନେକ୍ସଟ୍ ସୁନିଶ୍ଚିତ କରିବ। ଏହି ଭିଡିଓରେ ଜିଓଫୋନ ନେକ୍ସଟ କିଭଳି କୋଟି କୋଟି ସଂଖ୍ୟକ ଭାରତୀୟଙ୍କ ଜୀବନରେ ପରିବର୍ତନ ଆଣିବାକୁ ଯାଉଛି ତାହା ଦର୍ଶାଯାଇଛି।

ଆଣ୍ଡ୍ରଏଡ ଦ୍ୱାରା ପରିଚାଳିତ ପ୍ରଗତି ଓଏସ୍ (ଅପରେଟିଂ ସିଷ୍ଟମ)ଏକ ବିଶ୍ୱଶ୍ରେଣୀର ଅପରେଟିଂ ସିଷ୍ଟମ ଯାହା ଭାରତ ପାଇଁ ସ୍ୱତନ୍ତ୍ର ଭାବରେ ନିର୍ମାଣ କରାଯାଇଛି ଏବଂ ଏହା ଜିଓଫୋନ ନେକ୍ସଟ୍ ର ମୂଳରେ ରହିଛି। ଏହା ଜିଓ ଏବଂ ଗୁଗଲର ସର୍ବଶ୍ରେଷ୍ଠ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏବଂ ସୁଲଭ ମୂଲ୍ୟରେ ବାସ୍ତବରେ ନିରବଚ୍ଛିନ୍ନ ଅନୁଭୂତି ପ୍ରଦାନ ସହିତ ସମସ୍ତଙ୍କ ପାଇଁ ପ୍ରଗତି ଆଣିଦେବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି।

ଜିଓଫୋନ ନେକ୍ସଟ୍‌ର ପ୍ରୋସେସର ବିିଶ୍ୱର ଅନ୍ୟତମ ଅଗ୍ରଣୀ ପ୍ରଯୁକ୍ତି ସଂସ୍ଥା କ୍ୱାଲକମ୍ ପ୍ରସ୍ତୁତ। ଜିଓଫୋନ୍ ନେକ୍ସଟ୍‌ରେ କ୍ୱାଲକମ୍ ପ୍ରୋସେସର ଦ୍ୱାରା ଉପକରଣର ପ୍ରଦର୍ଶନଅଡିଓ ଏବଂ ବ୍ୟାଟେରୀର କାର୍ଯ୍ୟଦକ୍ଷତା ସର୍ବାଧିକ କରିବା ସହିତ ସର୍ବୋତମ କନେକ୍ଟିଭିଟି ଓ ଅବସ୍ଥିତି ପ୍ରଯୁକ୍ତି ପ୍ରଦାନ ଉପରେ ଦୃଷ୍ଟିନିବଦ୍ଧ କରୁଛି। ଜିଓଫୋନ ନେକ୍ସଟ୍‌ର ସମୃଦ୍ଧ ବୈଶିଷ୍ଟ୍ୟାବଳୀ ଅତ୍ୟାଧୁନିକ ପ୍ରଯୁକ୍ତି ସହିତ ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ ଭାବ ବିନିମୟକୁ ସମର୍ଥ କରାଇବ।

ଜିଓଫୋନ ନେକ୍ସଟର କେତେକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ:

ଭଏସ ଆସିଷ୍ଟାଂଟ: ଭଏସ ଆସିଷ୍ଟାଂଟ ବ୍ୟବହାରକାରୀଙ୍କୁ ହ୍ୟାଣ୍ଡ୍‌ସେଟ ପରିଚାଳନା (ଆପ୍ ଖୋଲିବାସେଟିଂ ପରିଚାଳନା ଆଦି) କରିବା ଏବଂ ସେମାନଙ୍କ ପାଇଁ ପରିଚିତ ଭାଷାରେ ସୂଚନା / ବିଷୟବସ୍ତୁ ଇଂଟରନେଟରୁ ସହଜରେ ପାଇବାରେ ସହାୟତା କରୁଛି।

ରିଡ୍ ଆଲାଉଡ୍: ଶୁଣିବା ସୁବିଧା ବ୍ୟବହାରକାରୀଙ୍କୁ ଯେକୌଣସି ପରଦାରେ ଥିବା ବିଷୟବସ୍ତୁକୁ ସେମାନଙ୍କ ହ୍ୟାଣ୍ଡସେଟ ଦ୍ୱାରା ପଢି ଶୁଣାଇବାକୁ ସୁଯୋଗ ପ୍ରଦାନ କରୁଛି। ଏହା ବ୍ୟବହାରକାରୀଙ୍କୁ ସେମାନେ ବୁଝିପାରୁଥିବା ଭଳି ଭାଷାରେ ବିଷୟବସ୍ତୁକୁ ଶୁଣିବାର ସୁଯୋଗ ଦେଉଛି।

ଟ୍ରାନ୍ସଲେଟ: ‘ଟ୍ରାନ୍ସଲେଟ’ ସୁବିଧା ବ୍ୟବହାରକାରୀଙ୍କୁ ପରଦାରେ ଥିବା ଯେକୌଣସି ବିଷୟକୁ ତାଙ୍କ ପସନ୍ଦର ଭାଷାରେ ଅନୁବାଦ କରିବାର ସୁଯୋଗ ଦେଉଛି। ଏହା ବ୍ୟବହାରକାରୀଙ୍କୁ ସେମାନଙ୍କ ପସନ୍ଦର ଭାଷାରେ ଯେକୌଣସି ବିଷୟ ପଢିବାକୁ ସୁଯୋଗ ଦେଉଛି।

ଇଜି ଆଣ୍ଡ ସ୍ମାର୍ଟ କ୍ୟାମେରା: ହ୍ୟାଣ୍ଡସେଟରେ ଏକ ସ୍ମାର୍ଟ ଓ ଶକ୍ତିଶାଳୀ କ୍ୟାମେରା ଅଛି ଯାହା ପୋଟ୍ରେଟ୍ ମୋଡ ଭଳି ବିବିଧ ଫଟୋ ଉଠାଇବା ମୋଡକୁ ସମର୍ଥନ କରୁଛି ତଥା ବ୍ୟବହାରକାରୀଙ୍କୁ ଆପେଆପେ ଝାପସା ହୋଇଯାଉଥିବା ପୃଷ୍ଠଭୂମିରେ ଭଲ ରିଜଲ୍ୟୁସନ୍‌ର ଫଟୋ ଉଠାଇବା ସୁଯୋଗ ଦେଉଛି। ନାଇଟ୍ ମୋଡ ବ୍ୟବହାରକାରୀଙ୍କୁ କମ୍ ଆଲୋକରେ ମଧ୍ୟ ଭଲ ରିଜଲ୍ୟୁସନ୍‌ର ଫଟୋ ଉତୋଳନ କରିବାକୁ ସୁଯୋଗ ଦେଉଛି। କ୍ୟାମେରା ଆପ୍ ଭାବପ୍ରବଣତା ଏବଂ ପାର୍ବଣ ସମ୍ପର୍କିତ ଫଟୋ ସମୃଦ୍ଧ କରିବାକୁ ଭାରତୀୟତା ବୈଶିଷ୍ଟ୍ୟ ଥିବା ରିଅଲିଟି ଫିଲଟର ସହିତ ପୂର୍ବରୁ ଲୋଡ୍ ହୋଇ ଆସୁଛି।

ଜିଓ ଓ ଗୁଗଲ ଆପ୍ ସମୂହ ପ୍ରିଲୋଡେଡ: ଏହି ହ୍ୟାଣ୍ଡ୍‌ସେଟ ସମସ୍ତ ଉପଲବ୍ଧ ଆଣ୍ଡ୍ରଏଡ ଆପ୍‌କୁ ସମର୍ଥନ କରୁଛି ଯାହାକୁ ବ୍ୟବହାରକାରୀ ଡାଉନଲୋଡ କରି ତାଙ୍କ ହ୍ୟାଣ୍ଡସେଟରେ ଗୁଗଲ ପ୍ଲୋ ଷ୍ଟୋର ଜରିଆରେ ବ୍ୟବହାର କରିପାରିବେ ଏବଂ ଏହା ସେମାନଙ୍କୁ ପ୍ଲେ ଷ୍ଟୋରରେ ଉପଲବ୍ଧ ଲକ୍ଷ ଲକ୍ଷ୍ ଆପ ମଧ୍ୟରୁ ପସନ୍ଦ କରିବାର ସ୍ୱାଧୀନତା ପ୍ରଦାନ କରୁଛି। ଏହା ମଧ୍ୟ ଏକାଧିକ ଜିଓ ଏବଂ ଗୁଗଲ ଆପ୍ ସହ ପୂର୍ବରୁ ଲୋଡ୍ ହୋଇ ଆସୁଛି।

ଅଟୋମାଟିକ ସଫ୍ଟୱେର ଅପଗ୍ରେଡ୍‌: ଜିଓଫୋନ ନେକ୍ସଟ୍ ଆପେ ଆପେ ସଫ୍ଟୱେର ଅପ୍‌ଡେଟ୍ କରିବା ପାଇଁ ନିଜକୁ ପ୍ରସ୍ତୁତ କରି ରଖିଛି। ସମୟକ୍ରମେ ସର୍ବାଧୁନିକ ବୈଶିଷ୍ଟ୍ୟ ଆପେ ଆପେ ପ୍ରଦାନ କରିବା ସହିତ ଏହି ଅନୁଭୂତି ଅଧିକ ଉନ୍ନତ ହେବାକୁ ଯାଉଛି। ଏହା ମଧ୍ୟ ସୁରକ୍ଷା ଅପ୍‌ଡେଟ ସହିତ ଆସୁଛି ଯାହା ଏକ ତ୍ରୁଟିଶୂନ୍ୟ ଅନୁଭୂତି ସୁନିଶ୍ଚିତ କରୁଛି।

ଅଭୁତପୂର୍ବ ବ୍ୟାଟେରୀ ଲାଇଫ: ନୂଆକରି ଡିଜାଇନ କରାଯାଇଥିବା ପ୍ରଗତି ଓଏସ୍ ଆଣ୍ଡ୍ରଏଡ ଦ୍ୱାରା ପରିଚାଳିତ ହେଉଥିବାବେଳେ ଦୀର୍ଘ ବ୍ୟାଟେରୀ କାର୍ଯ୍ୟକାଳ ସୁନିଶ୍ଚିତ କରିବା ସହିତ ସର୍ବୋଚ୍ଚ ପ୍ରଦର୍ଶନ କରୁଛି।

Categories
ଆଜିର ଖବର ବ୍ୟବସାୟ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ର ଦ୍ୱିତୀୟ ତ୍ରୟମାସ ନିଟ ଲାଭ ୪୬% ବୃଦ୍ଧି ସହ ୧୫ ହଜାର ୪୭୯ କୋଟି ଟଙ୍କା

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ କ୍ବାର୍ଟରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ ଲିମିଟେଡ଼ର ନିଟ ଲାଭ ୪୬% ବୃଦ୍ଧି ପାଇ ୧୫,୪୭୯ କୋଟି ହୋଇଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଗତବର୍ଷ ଦ୍ବିତୀୟ କ୍ବାର୍ଟରରେ ରିଲାଏନ୍ସର ଲାଭ ୧୦ ହଜାର ୬୦୨ କୋଟି ଟଙ୍କା ଥିବା ବେଳେ ଜୁନରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ବାର୍ଟରରେ କମ୍ପାନି ୧୩ ହଜାର ୮୦୬ କୋଟି ଟଙ୍କା ଲାଭ କରିଥିଲା ।

ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ କ୍ବାର୍ଟରରେ କମ୍ପାନିର ରିଟେଲ୍, ଡିଜିଟାଲ୍ ଏବଂ ତୈଳ ଠାରୁ ଆରମ୍ଭ କରି କେମିକାଲ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଭଲ ବ୍ୟବସାୟ ହୋଇଛି । କମ୍ପାନିର ମୋଟ ରାଜସ୍ବ, ଗତବର୍ଷ ଏହି ସମୟ ତୁଳନାରେ ୪୯.୨ ପ୍ରତିଶତ ବୃଦ୍ଧି ସହ ୧.୯୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ରିଲାଏନ୍ସର ନୂଆ ଶକ୍ତି ଅଭିଯାନକୁ ପ୍ରଦାନ କରିଛି ଏକ ବିଶ୍ଵସ୍ତରୀୟ ଓ ଉଲ୍ଲେଖନୀୟ ପରିଚାଳନା

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର  ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ (ଆର୍‌ଏନ୍‌ଇଏସ୍‌ଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି ଯେ, ଏହା ଆରଇସି ସୋଲାର ହୋଲ୍‌ଡିଂସ୍ ଏଏସ୍ (ଆର୍‌ଇସି) ଗ୍ରୁପ୍‌ର ୧୦୦% ଅଂଶଧନକୁ ଚାଇନା ନ୍ୟାସନାଲ୍ ବ୍ଲୁ ଷ୍ଟାର୍ ଗ୍ରୁପ୍ କୋ ଲିମିଟେଡ୍ ଠାରୁ ୭୭୧ ନିୟୁତ ଡଲାର ସଂସ୍ଥାଗତ ମୂଲ୍ୟରେ ଅଧିଗ୍ରହଣ କରିଛି।

ଆର୍‌ଇସିର ମୁଖ୍ୟ କାର୍ଯ୍ୟାଳୟ ନରୱେରେ ଥିବା ବେଳେ ଏହାର ପରିଚାଳନା ମୁଖ୍ୟ କାର୍ଯ୍ୟାଳୟ ସିଙ୍ଗାପୁରରେ ରହିଛି ଏବଂ ଆଂଚଳିକ ହବ୍‌ଗୁଡ଼ିକ ଉତ୍ତର ଆମେରିକାୟୁରୋପଅଷ୍ଟ୍ରେଲିଆ ଓ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ରହିଛି। ସ୍ୱଚ୍ଛ ଓ ସୁଲଭ ମୂଲ୍ୟର ସୌର ଶକ୍ତି ଲାଗି ପ୍ରଯୁକ୍ତି ନବସୃଜନ ଓ ଉତ୍କୃଷ୍ଟଉଚ୍ଚ କ୍ଷମତା ଏବଂ ଲମ୍ବା ଅବଧିର ସୋଲାର ସେଲ୍ ଓ ପ୍ୟାନେଲ୍ ଜରିଆରେ ଶିଳ୍ପର ଅଗ୍ରଣୀ ଆନ୍ତର୍ଜାତିକ ସୌର ଶକ୍ତି କଂପାନି ହେଉଛି ଆର୍‌ଇସି ଗ୍ରୁପ୍। ଏହି ୨୫ ବର୍ଷ ପୁରୁଣା କଂପାନିର ତିନିଟି ନିର୍ମାଣ କାରଖାନା ରହିଛି ଯାହା ମଧ୍ୟରେ ସୋଲାର ମାନର ପଲିସିଲିକନ୍ ପ୍ରସ୍ତୁତ କରିବା ଲାଗି ନରୱେରେ ଦୁଇଟି ଏବଂ ପିଭି ସେଲ୍ ଓ ମଡ୍ୟୁଲ୍‌ସ ତିଆରି କରିବା ଲାଗି ସିଙ୍ଗାପୁରରେ ଗୋଟିଏ କାରଖାନା ରହିଛି।

ଦକ୍ଷତାଭରସାଯୋଗ୍ୟତା ଓ ଲମ୍ବା ଗ୍ୟାରେଂଟିର ଜୀବନ ଦୃଷ୍ଟିରୁ ଆର୍‌ଇସିର ଆଲ୍‌ଫା ଓ ଆଲ୍‌ଫା ପ୍ୟୁର୍ ରେଂଜ୍ ଶିଳ୍ପର ଅଗ୍ରଣୀ ସୋଲାର ମଡ୍ୟୁଲ୍ ମାନ୍ୟତା ହାସଲ କରିଛି । ଆର୍‌ଇସିର ୬୦୦ରୁ ଅଧିକ ୟୁଟିଲିଟି ଓ ଡିଜାଇନ୍ ପେଟେଂଟ୍ ରହିଛି ଯେଉଁଥିରୁ ୪୪୬ ମଂଜୁର କରାଯାଇଛି ଏବଂ ବଳକା ଅନୁଶୀଳନ ପର୍ଯ୍ୟାୟରେ ରହିଛି। ଏହା ସର୍ବଦା ଗବେଷଣା ଓ ବିକାଶ ଉପରେ ଗୁରୁତ୍ୱାରୋପ କରେ ଏବଂ ଏବେ ଏହା  ରିଲାଏନ୍ସର ବିଶ୍ୱସ୍ତରୀୟ ନବସୃଜନବ୍ୟାପକତା ଏବଂ ପରିଚାଳନା ଉତ୍କର୍ଷ ଜରିଆରେ ଅଭିନବ ପ୍ରଯୁକ୍ତି ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବ ଏବଂ ନୂଆ ଉତ୍ପାଦ ଉପସ୍ଥାପନ କରିପାରିବ।

ଅଗ୍ରଣୀ ନବସୃଜନ ପାଇଁ ବିଶ୍ୱର ବିଶ୍ୱାସଯୋଗ୍ୟ ବ୍ରାଣ୍ଡ୍ ଭାବେ ଆର୍‌ଇସି ଜଣାଶୁଣା। ଅଧା କଟା ପାସିଭେଟେଡ୍ ଏମିଟର ଆଣ୍ଡ୍ ରିୟର ସେଲ୍ (ପିଇଆର୍‌ସି) ପ୍ରଯୁକ୍ତି ଉପସ୍ଥାପନ କରିବାରେ ଆରଇସି ପ୍ରଥମ ଯାହାକୁ ବର୍ତମାନ ସମସ୍ତ ପ୍ରମୁଖ ଉତ୍ପାଦନକାରୀମାନେ ଗ୍ରହଣ କରୁଥିବା ବେଳେ ଆର୍‌ଇସି ଆଗକୁ ବଢ଼ି ପରବର୍ତୀ ପିଢ଼ିର ଏଚ୍‌ଜିଟି ପ୍ରଯୁକ୍ତି ବ୍ୟବହାର କରୁଛି। ପଲିସିଲିକନ୍ ନିର୍ମାଣରେ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବାର ସମ୍ମାନଜନ ମାନ୍ୟତା ଆର୍‌ଇସିର ନରୱେ ପରିଚାଳନା ବ୍ୟବସ୍ଥାକୁ ମିଳିଛି।

ସାରା ବିଶ୍ୱରେ ଆରଇସିର ୧୩୦୦ରୁ ଅଧିକ କର୍ମଚାରୀ ରହିଛନ୍ତି। ଏହି କାରବାର ସଫଳତାର ସହ ସମାପନ ହେବା ପରେ ସେମାନେ ରିଲାଏନ୍ସ ପରିବାରର ଗୌରବମୟ ସଦସ୍ୟ ହେବେ ଏବଂ ସବୁଜ ଶକ୍ତି ରୂପାନ୍ତରଣ ପାଇଁ ରହିଥିବା ବିଶ୍ୱର ସବୁଠୁ ମହତ୍ୱକାଂକ୍ଷୀ ଲକ୍ଷ୍ୟକୁ ଆଗକୁ ବଢ଼ାଇବାକୁ ଥିବା ଟିମ୍‌ର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହେବେ।

ସିଙ୍ଗାୁପରରେ ୨-୩ ଗିଗାୱାଟ୍ ସେଲ୍ ଏବଂ ମଡ୍ୟୁଲ୍‌ଫ୍ରାନ୍ସରେ ନୂଆ ୨ ଗିଗାୱାଟ୍ ସେଲ୍ ଓ ମଡ୍ୟୁଲ୍ ୟୁନିଟ୍ ଏବଂ ଆମେରିକାରେ ଆଉ ଏକ ୧ ଗିଗାୱାଟ୍ ମଡ୍ୟୁଲ୍ ପ୍ଲାଂଟ୍‌ର ସମ୍ପ୍ରସାରଣ ଲାଗି ଆର୍‌ଇସି ଯେଉଁ ଯୋଜନା ରଖିଛି ତାହାକୁ ରିଲାଏନ୍ସ ଦୃଢ଼ ଭାବେ ସମର୍ଥନ କରିବ।

ଭାରତରେ ରିଲାଏନ୍ସ ପକ୍ଷରୁ ଜାମନଗରର ଧୀରୁଭାଇ ଅମ୍ବାନି ଗ୍ରିନ୍ ଏନର୍ଜି ଗିଗା କମ୍ପେ୍ଲକ୍ସରେ ଏହାର ସମ୍ପୂର୍ଣ୍ଣ ମେଟାଲିକ୍ ସିଲିକନ୍‌ରୁ ପିଭି ପ୍ୟାନେଲ୍ ନିର୍ମାଣ ଗିଗା କାରଖାନାରେ ଶିଳ୍ପର ଏହି ଅଗ୍ରଣୀ ପ୍ରଯୁକ୍ତିକୁ ବ୍ୟବହାର କରିବା ଲାଗି ଯୋଜନା ରହିଛିଯାହା ପ୍ରାରମ୍ଭିକ ପର୍ଯ୍ୟାୟରେ ବାର୍ଷିକ ୪ ଗିଗାୱାଟ୍‌ରୁ ଆରମ୍ଭ ହେବ ଏବଂ ଶେଷରେ ବାର୍ଷିକ ୧୦ ଗିଗାୱାଟ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବ୍ୟାପକପ୍ରକଳ୍ପ କାର୍ଯ୍ୟକାରିତା ଏବଂ ପରିଚାଳନା ଉତ୍କର୍ଷରେ ରିଲାଏନ୍ସର ରହିଥିବା ଗଭୀର ଅଭିଜ୍ଞତା ସହିତ ଆର୍‌ଇସିର ପ୍ରଯୁକ୍ତି ମିଶିବା ଦ୍ୱାରା ଧୀରୁଭାଇ ଅମ୍ବାନି ଗ୍ରିନ୍ ଏନର୍ଜି ଗିଗା କମ୍ପେ୍ଳକ୍ସରେ ଏକ ଷ୍ଟେଟ୍‌-ଅଫ୍‌-ଆର୍ଟ ପରବର୍ତୀ ପିଢ଼ିର ସମ୍ପୂର୍ଣ୍ଣ ସମନ୍ୱିତ ପିଭି ନିର୍ମାଣ ବ୍ୟବସ୍ଥା ସ୍ଥାପନ କରିବାରେ ସହାୟକ ହେବ ଏବଂ ପରବର୍ତୀ ସମୟରେ ସମଗ୍ର ବିଶ୍ୱରରେ ଏହି ପ୍ରକଳ୍ପକୁ ସ୍ଥାପନ କରାଯାଇଛି। ଆର୍‌ଇସିକୁ ଅଧିଗ୍ରହଣ ରିଲାଏନ୍ସକୁ ଆମେରିକାୟୁରୋପଅଷ୍ଟ୍ରେଲିଆ ସମେତ ଏସିଅ।। ବିଭିନ୍ନ ସ୍ଥାନ ଭଳି ପ୍ରମୁଖ ଶକ୍ତି ବଜାରରେ ଆଗକୁ ବଢ଼ିବା ଏବଂ ସମ୍ପ୍ରସାରିତ ହେବା ଲାଗି ସୁଯୋଗ ପ୍ରଦାନ କରିବ ଏବଂ ଏକ ପ୍ରସ୍ତୁତ ହୋଇ ରହିଥିବା ବିଶ୍ୱସ୍ତରୀୟ ପ୍ଲାଟଫର୍ମ ପ୍ରଦାନ କରିବାରେ ସହାୟକ ହେବ।

ଏହି ଅଧିଗ୍ରହଣ ସମ୍ପର୍କରେ ଶ୍ରୀଯୁକ୍ତ ମୁକେଶ ଅମ୍ବାନିଅଧ୍ୟକ୍ଷରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କହିଛନ୍ତି ଯେ, “ଆମର ଆରଇସି ଅଧିଗ୍ରହଣକୁ ନେଇ ବହୁତ ଖୁସି କାରଣ ଏହା ସୂର୍ଯ୍ୟ ଦେବଙ୍କ ଅସୀମିତ ଏବଂ ବର୍ଷ ବ୍ୟାପୀ ଶକ୍ତିକୁ ହାସଲ କରିବାରେ ରିଲାଏନ୍ସ ପାଇଁ ସହାୟକ ହେବଯେଉଁଥି ପାଇଁ ପ୍ରକୃତିକ ବରଦାନ ପ୍ରାପ୍ତ ହୋଇଥିବା ଭାରତ ହେଉଛି ସୌଭାଗ୍ୟଶାଳୀ। ଚଳିତ ଦଶନ୍ଧୀ ଶେଷ ହେବା ପୂର୍ବରୁ ୧୦୦ ଗିଗାୱାଟ୍ ସ୍ୱଚ୍ଛ ଓ ସବୁଜ ଶକ୍ତି ପାଇଁ ରିଲାଏନ୍ସ ଯେଉଁ ଲକ୍ଷ୍ୟ ରଖିଛି ତାହାକୁ ହାସଲ କରିବା ଲାଗି ନୂଆ ଓ ଉନ୍ନତ ପ୍ରଯୁକ୍ତି ଏବଂ ପରିଚାଳନା ଦକ୍ଷତାରେ ନିବେଶ କରିବା ଲାଗି ରହିଥିବା ରଣନୀତି ଅନୁସାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୩୦ ସୁଦ୍ଧା ୪୫୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ କରିବା ଲାଗି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟକୁ ପୂରଣ କରିବାରେ ଏକ ନିର୍ଦିଷ୍ଟ କଂପାନି ଭାବେ ଏହା ହେବ ସର୍ବବୃହତ ଯୋଗଦାନ। ଜଳବାୟୁ ସଙ୍କଟ ଦୂର କରିବା ଲାଗି ସବୁ ଶକ୍ତି ରୂପାନ୍ତରଣରେ ଏହା ଭାରତକୁ ବିଶ୍ୱର ଅଗ୍ରଣୀ ରାଷ୍ଟରେ ପରିଣତ କରିବ।

ଆମର ନିବେଶରେ ହୋଇଥିବା ନିବେଶ ସହିତ ଏକ ବିଶ୍ୱସ୍ତରୀୟ ଫଟୋଭୋଲଟାଇକ୍ ଗିଗା ଫ୍ୟାକ୍ଟ୍ରି ସ୍ଥାପନ କରିବା ଏବଂ ସୁଲଭ ମୂଲ୍ୟ ତଥା ଉଚ୍ଚ ଦକ୍ଷତାର ସୋଲାର ପ୍ୟାନେଲ୍ ନିର୍ମାଣରେ ଭାରତକୁ ଏକ ଉତ୍ପାଦନ ହବ୍‌ରେ ପରିଣତ କରିବା ଲାଗି ରିଲାଏନ୍ସ ପ୍ରସ୍ତୁତ ରହିଛି। ଉଚ୍ଚ ମାନଭରସାଯୋଗ୍ୟ ଶକ୍ତି ସୁଲଭ ମୂଲ୍ୟରେ ଭାରତ ଓ ସାରା ଦୁନିଆରେ ଥିବା ଆମ ଗ୍ରାହକମାନଙ୍କୁ ପ୍ରଦାନ କରିବା ଲାଗି ସର୍ବାଧିକ ଭରସାଯୋଗ୍ୟତାଦକ୍ଷତା ଏବଂ ସୁଲଭତା ହାସଲ କରିବା ଲାଗି ଆମେ ବିଶ୍ୱସ୍ତରୀୟ ସଂସ୍ଥାରେ ନିବେଶ କରିବାଗଠନ କରିବା ଏବଂ ସହଯୋଗିତା ସ୍ଥାପନ କରିବା ଜାରି ରଖିବୁ। ଗ୍ରାମାଚଂଳ ଓ ସହରାଚଂଳରେ ବିକେନ୍ଦ୍ରୀକରଣ ଭାବେ ନିୟୁତାଧିକ ସବୁଜ ଶକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ରହିଥିବା ବିପୁଳ ସମ୍ଭାବନା ପ୍ରତି ସମର୍ଥନ ପ୍ରଦାନ କରୁଥିବାରୁ ଆମେ ବହୁତ ଖୁସି।

ମୁଁ ଆନ୍ତରିକତାର ସହିତ ଆରଇସିର ବହୁଦେଶୀୟ କର୍ମଚାରୀମାନଙ୍କୁ ରିଲାଏନ୍ସ ପରିବାରକୁ ସ୍ୱାଗତ କରୁଛି ଏବଂ ମୁଁ ନିଶ୍ଚିତ ଯେ ସେମାନେ ସବୁଜ ଶକ୍ତି ଦ୍ୱାରା ଆଗକୁ ବଢ଼ିବାକୁ ଥିବା ଏକ ନିରନ୍ତର ଓ ଅନ୍ତର୍ଭୁକ୍ତୀକରଣ ବିକାଶର ନୂଆ ଯୁଗରେ ଭାରତ ଓ ଦୁନିଆର ନେତୃତ୍ୱ ନେବା ଲାଗି ରହିଥିବା ଅନ୍ୟତମ ସବୁଠୁ ଆକର୍ଷଣୀୟ ଓ ମହତ୍ୱକାଂକ୍ଷୀ ଲକ୍ଷ୍ୟର ସେମାନେ ଅଂଶ ହେବେ। ଅଗାଢ଼ ପ୍ରତିବଦ୍ଧତା ଓ ସଂକଳ୍ପ ସହିତ ପୃଥିବୀ ମାତର ଯତ୍ନ ପାଇଁ ଏବଂ ଗ୍ରହରରେ ଥିବା ସମସ୍ତ ଲୋକମାନଙ୍କ ଯତ୍ନ ପାଇଁ ଆମେ ମିଳିତ ଭାବେ ଆମ ଦ୍ୱାରା ହେବାକୁ ଥିବା କାମ କରିପାରିବା ଯାହା ହେଉଛି ରିଲାଏନ୍ସର ବ୍ୟବସାୟ ଦର୍ଶନର ମୂଳମନ୍ତ୍ର।’’

Categories
ଆଜିର ଖବର ବ୍ୟବସାୟ

ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ ପକ୍ଷରୁ ଆମ୍ବ୍ରି ଆଇଏନ୍‌ସିରେ ନିବେଶ ଘୋଷଣା

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ (ଆର୍‌ଏନ୍‌ଇଏସ୍‌ଏଲ୍‌) ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ନିବେଶକ ଯଥା ପଲସନ୍ ଆଣ୍ଡ୍ କୋ ଆଇଏନ୍‌ସିବିଲ୍ ଗେଟ୍‌ସ ଏବଂ କିଛି ଅନ୍ୟ ନିବେଶକଙ୍କ ସହ ମିଶି ଯୁକ୍ତରାଷ୍ଟ୍ର ଆମେରିକାର ମାସାଚୁସେଟ୍‌ସ ସ୍ଥିତ ଶକ୍ତି ସଂରକ୍ଷଣ (ଷ୍ଟୋରେଜ୍‌) କଂପାନି ଆମ୍ବ୍ରି ଆଇଏନ୍‌ସିରେ ୧୪୪ ନିୟୁତ ଡଲାର ନିବେଶ କରାଯିବା ବିଷୟରେ ଘୋଷଣା କରାଯାଇଛି । ଏହି ନିବେଶ କଂପାନିକୁ ଶକ୍ତି ଷ୍ଟୋରେଜ୍ ବ୍ୟବସ୍ଥା ଦୀର୍ଘମିଆଦୀ ଭିତିରେ ସାରା ବିଶ୍ୱରେ ବାଣିଜ୍ୟିକ ପ୍ରସାର କରିବା ଓ ଆଗକୁ ବଢ଼ାଇବାରେ ସହାୟକ ହେବ। ଆମ୍ବ୍ରିର ଅଗ୍ରାଧିକାର ଷ୍ଟକ୍‌ର ୪୨.୩ ନିୟୁତ ସେୟାରକୁ ଅଧିଗ୍ରହଣ କରିବା ଲାଗି ଆରଏନ୍‌ଇଏସ୍‌ଏଲ୍ ୫୦ ନିୟୁତ ଡଲାର ନିବେଶ କରିବ।

ପେଟେଂଟ୍ ପ୍ରଯୁକ୍ତି ଭିତିକ ଓ ୪ ରୁ ୨୪ ଘଂଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ସ୍ୱତନ୍ତ୍ରା ଭାବେ ଡିଜାଇନ୍ କରାଯାଇଥିବା ଆମ୍ବ୍ରିର ଲମ୍ବା ସମୟ ଶକ୍ତି-ସଂରକ୍ଷଣ ବ୍ୟବସ୍ଥା ଗ୍ରୀଡ୍ ସ୍କେଲ୍‌ରେ ସ୍ଥିର ଷ୍ଟୋରେଜ୍ ପ୍ରୟୋଗଗୁଡିକରେ ବୃବହୃତ ଲିଥିୟମ୍ ଆୟନ ବ୍ୟାଟେରି ସହ ଜଡ଼ିତ ଥିବା ବ୍ୟୟଦୀର୍ଘସ୍ଥାୟିତ୍ୱ ଓ ସୁରକ୍ଷାଜନିତ ପ୍ରତିବନ୍ଧକଗୁଡିକୁ ଦୂର କରିବ। ଏହାର ଗୁରୁତ୍ୱପୂର୍ଣ୍ଣ ଶକ୍ତି ସଂରକ୍ଷଣ ସମାଧାନକୁ ସକ୍ଷମ କରିବ ଯାହା ବିଦ୍ୟୁତ୍ ଗ୍ରୀଡ୍ ସହ ସମନ୍ୱିତ ହେଉଥିବା କ୍ରମବର୍ଦ୍ଧିଷ୍ଣୁ ଅକ୍ଷୟ ଶକ୍ତି ପାଇଁ ସହାୟକ ହେବ।

ଭାରତରେ ଏକ ବୃହତ ଆକାରର ବ୍ୟାଟେରି ଉତ୍ପାଦନ କାରଖାନା ସ୍ଥାପନ କରିବା ନେଇ ଆରଏନଇଏସ୍‌ଏଲ୍ ଓ ଆମ୍ବ୍ରି ମଧ୍ୟରେ ଆଲୋଚନା ଜାରି ରହିଛି ଯାହା ଆଗକୁ ବ୍ୟାପକ ହୋଇ ରିଲାଏନ୍ସର ସବୁଜ ଶକ୍ତି ଉଦ୍ୟମ ପାଇଁ ଖର୍ଚ୍ଚକୁ ଆହୁରି ହ୍ରାସ କରିବ।

ଚଳିତ ବର୍ଷ ଜୁନ୍‌ରେ ଅଂଶଧନଧାରୀମାନଙ୍କୁ ସମ୍ବୋଧିତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁକେଶ ଧୀରୁଭାଇ ଅମ୍ବାନି ଗ୍ରିନ୍ ଏନର୍ଜି ଗିଗା କମ୍ପେ୍ଲକ୍ସ ପ୍ରୋଜେକ୍ଟର ଅଂଶ ସ୍ୱରୂପ ଜାମନଗରରେ ଶକ୍ତି ସଂରକ୍ଷଣ ଲାଗି ସ୍ଥାପନ କରାଯିବାକୁ ଥିବା ଗିଗା ଫ୍ୟାକ୍ଟ୍ରି (କାରଖାନା) ସମ୍ପର୍କିତ ଯୋଜନା ବିଷୟରେ ଘୋଷଣା କରିଥିଲେ। “ଆମେ ନୂଆ ଓ ଉନ୍ନତ ଇଲେକ୍ଟ୍ରୋ-କେମିକାଲ୍ ପ୍ରଯୁକ୍ତିର ସନ୍ଧାନ କରୁଛୁ ଯାହାକୁ ଆମେ ଶକ୍ତି ସଂରକ୍ଷଣ ଲାଗି ବଡ଼ ଧରଣର ଗ୍ରିଡ୍ ବ୍ୟାଟେରି ପାଇଁ ବ୍ୟବହାର କରିପାରିବୁ। ବିଦ୍ୟୁତ ଉତ୍ପାଦନସଂରକ୍ଷଣ ଓ ଗ୍ରିଡ୍ ସଂଯୋଗର ମିଶ୍ରଣ ଜରିଆରେ ଚବିଶ ଘଂଟା ଭରସାଯୋଗ୍ୟ ବିଦ୍ୟୁତ ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ଆମେ ବ୍ୟାଟେରି ପ୍ରଯୁକ୍ତି କ୍ଷେତ୍ରରେ ଥିବା ବିଶ୍ୱର ଅଗ୍ରଣୀ ସଂସ୍ଥାଗୁଡ଼ିକ ସହ ସହଯୋଗିତା ସ୍ଥାପନ କରିବୁ ବୋଲି ଶ୍ରୀ ଅମ୍ବାନି ଘୋଷଣା କରିଥିଲେ।’’

ଆମ୍ବ୍ରି ପକ୍ଷରୁ ଘଂଟା ପ୍ରତି ୧୦ ମେଗାୱାଟ୍‌ରୁ ଆରମ୍ଭ କରି ୨ରୁ ଅଧିକ ଗିଗାୱାଟ୍ ପର୍ଯ୍ୟନ୍ତର ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଦରକାର କରୁଥିବା ପ୍ରକଳ୍ପଗୁଡ଼ିକୁ ସୁବିଧା ଯୋଗାଇ ଦିଆଯାଇପାରିବ। କଂପାନି ତରଫରୁ କ୍ୟାଲସିୟମ୍ ଓ ଆଂଟିମୋନି ଇଲେକ୍ଟ୍ରୋଡ୍ ଭିତିକ ସେଲ୍ ଓ କଂଟେନର ଭିତିକ ବ୍ୟବସ୍ଥା ବିକଶିତ କରାଯିବ ଯାହା ଲିଥିୟମ୍ ଆୟନ ବ୍ୟାଟେରି ତୁଳନାରେ ସୁଲଭ ରହିବ ଓ ଯେକୌଣସି ପ୍ରକାର ଜଳବାୟୁ ପରିସ୍ଥିତିରେ କାର୍ଯ୍ୟ କରିବ ଓ ଏଥିପାଇଁ ଅତିରିକ୍ତ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ଦରକାର ପଡ଼ିବନି ଏବଂ ସ୍ୱଳ୍ପ କ୍ଷୟ ସହିତ ୨୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିବ। ଦିନ ବେଳା ସୃଷ୍ଟି ହେଉଥିବା ସୌର ଶକ୍ତିକୁ ସନ୍ଧ୍ୟା ଓ ଅତ୍ୟାବଶ୍ୟକ ସମୟର ଆବଶ୍ୟକତା ଲାଗି ସ୍ଥାନାନ୍ତର କରିବା ଭଳି ଉଚ୍ଚ ବ୍ୟବହାରର ପ୍ରୟୋଗ ଲାଗି ଆମ୍ବ୍ରିର ବ୍ୟବସ୍ଥା ବେଶ ଉପଯୋଗୀ। ଏହି କଂପାନି ୨୦୨୩ ଓ ପରବର୍ତୀ ସମୟ ପାଇଁ ବାଣିଜ୍ୟିକ ପରିଚାଳନା ନିମନ୍ତେ ଗ୍ରାହକ ନିଶ୍ଚିତ କରୁଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର ସ୍ବାସ୍ଥ୍ୟ

ରିଲାଏନ୍ସ କର୍ମଚାରୀ ଓ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟିକାକରଣ ସମ୍ପାଦିତ; ଆଉ ୧୦ ଲକ୍ଷ ସାଧାରଣ ଜନତାଙ୍କୁ ଦେବ ଟୀକା

ମୁମ୍ବାଇ/ଭୁବନେଶ୍ୱର: ଉଦ୍ୟୋଗ ଜଗତର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ସ୍ୱରୂପ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ବର୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି। ଏହି ଟିକାଗୁଡ଼ିକୁ ରିଲାଏନ୍ସ ଫାଉଣ୍ଡେସନ୍‌ର ମିସନ ଭ୍ୟାକ୍ସିନ୍ ସୁରକ୍ଷା’ ଅଧୀନରେ ଦିଆଯାଇଛି। ଦେଶରେ କୋଭିଡ୍ ଟିକାକରଣ ଅଭିଯାନକୁ ଆଗକୁ ବଢ଼ାଇ ସାଧାରଣ ଜନତାଙ୍କୁ ଅତିରିକ୍ତ ୧୦ ଲକ୍ଷ ଟିକା ଦେବ ବୋଲି ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଘୋଷଣା କରାଯାଇଛି।

ଗତ ମାସରେ କଂପାନିର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ସାଧାରଣ ଜନତାଙ୍କ ଟିକାକରଣ ଲାଗି ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ। ସେ କହିଛନ୍ତି ଯେ ଏହି ମିସନକୁ ଦେଶବ୍ୟାପୀ ଲାଗୁ କରିବା ଏକ ବହୁତ ବଡ଼ କାର୍ଯ୍ୟ। କିନ୍ତୁ ଏହା ହେଉଛି ଆମର ଧର୍ମ। ସମସ୍ତ ଭାରତୀୟଙ୍କ ପାଇଁ ଏହା ହେଉଛି ଆମର କର୍ତବ୍ୟସୁରକ୍ଷା ଓ ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତା। ଆମର ଦୃଢ଼ ବିଶ୍ୱାସ ରହିଛି ଯେ ମିଳିତ ଭାବେ ଆମେ ଏହି କାର୍ଯ୍ୟ କରିପାରିବା ଏବଂ ଏହି ସଙ୍କଟରୁ ଉଦ୍ଧାର ପାଇବା।

ରିଲାଏନ୍ସ ପକ୍ଷରୁ ଟିକାକରଣ ପାଇଁ ସାରା ଦେଶରେ ୧୭୧ କେନ୍ଦ୍ର ସ୍ଥାପନ କରାଯାଇଛି। ରିଲାଏନ୍ସ ଫାଉଣ୍ଡେସନ ଏବେ ଏନ୍‌ଜିଓଗୁଡ଼ିକ ଜରିଆରେ ଅତିିରିକ୍ତ ୧୦ ଲକ୍ଷ ଟିକା ଡୋଜ୍ ଦେବ। ସେଗୁଡ଼ିକ କାରଖାନା ଆଖପାଖରେ ବାସ କରୁଥିବା ଲୋକ ଓ ସାଧାରଣ ଜନତାଙ୍କୁ ଦିଆଯିବ।

ମିସନ ଭ୍ୟାକ୍ସିନ୍ ସୁରକ୍ଷା’ ଅଧୀନରେ ଟିକାର ୧୦ ଲକ୍ଷ ଡୋଜ୍ ଦିଆଯିବା କାର୍ଯ୍ୟ ଶେଷ ହୋଇଛି। କଂପାନିର ୯୮ ପ୍ରତିଶତ କର୍ମଚାରୀ ଅତି କମ୍‌ରେ ଟିକାର ଗୋଟିଏ ଲେଖାଏଁ ଡୋଜ୍ ନେଇସାରିଛନ୍ତି। କରୋନା ଟିକାକରଣ ଅଧୀନରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସାମିଲ କରାଯାଇଛି। ଏହା ବ୍ୟତୀତ କଂପାନି ତରଫରୁ ଅଫ୍ ରୋଲ୍ କର୍ମଚାରୀସେମାନଙ୍କ ପରିବାର ସଦସ୍ୟଅବସର ଗ୍ରହଣ କରିଥିବା କର୍ମଚାରୀ ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ ଟିକା ଦିଆଯାଉଛି।

କୋଭିଡ୍ ମହାମାରୀକୁ ରୋକିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛି। ଏକ ଲକ୍ଷ ରୋଗୀଙ୍କୁ ଯେଭଳି ଅକ୍ସିଜେନ୍ ମିଳିପାରିବ ସେଥିପାଇଁ ବିନା ମୂଲ୍ୟରେ ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍ ଉତ୍ପାଦନ କରାଯାଉଛି। ଏହା ସହିତ ସାରା ଦେଶରେ ଏହା ୨୦୦୦ କୋଭିଡ୍ କେୟାର ଶଯ୍ୟାର ଦେଖାଶୁଣାର ଦାୟିତ୍ୱ ନେଇଛି। କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ଫାଉଣ୍ଡେସନ ତରଫରୁ ୭.୫ କୋଟି ଭୋଜନ ଉପଲବ୍ଧ କରାଯାଇଛି। ଆଗଧାଡିର କରୋନା ଯୋଦ୍ଧାଦିନ ମଜୁରିଆପରିବହନ କର୍ମଚାରୀଉଠାଦୋକାନୀ ଏବଂ ଏହିଭଳି ଅନେକ ବର୍ଗର ଲୋକଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଏକ କୋଟିରୁ ଉର୍ଦ୍ଧ୍ୱ ମାସ୍କ ଓ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି।

ରିଲାଏନ୍ସ ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ମୋଟ ସିଏସ୍‌ଆର୍ ବ୍ୟୟର ୪ ପ୍ରତିଶତ ମହତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିଛି। ଏହା ସଂଗଠିତ ଭାବରେ କରୋନା ମୁକାବିଲାରେ ଦେଶପାଇଁ ସହାୟକ ହୋଇଥିବା ବେଳେ ଟିକାକରଣ ମିଶନ୍ ଦେଶବାସୀଙ୍କ ପ୍ରତି ଯତ୍ନଶୀଳ ରହିବାନେଇ ରିଲାଏନ୍ସର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସବୁଜ ଶକ୍ତି ବ୍ୟବସାୟରେ ରିଲାଏନ୍ସ କଂପାନୀ, ଗାଁ ଛାତରେ ଲଗାଇବେ ସୌର ପ୍ୟାନେଲ, ଆମ୍ବାନୀଙ୍କ ଘୋଷଣା

ମୁମ୍ବାଇ, ରିଲାଏନ୍ସ ଏହାର ଶକ୍ତି ବ୍ୟବସାୟର ଚେହେରା ବଦଳାଇବାକୁ ଯାଉଛି। ଆଜି ରିଲାଏନ୍ସର ବାର୍ଷିକ ସାଧାରଣ ସଭାରେ ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହିପରି ବଡ ଘୋଷଣା କରିଛନ୍ତି। ସବୁଜ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ଏକାସାଙ୍ଗରେ ବହୁ ବୃହତ ପ୍ରକଳ୍ପ ପ୍ରତିଷ୍ଠା କରିବ ବୋଲି ଘୋଷଣା କରିଛନ୍ତି।

ଏଥିପାଇଁ ରିଲାଏନ୍ସ, ଗୁଜୁରାଟର ଜାମନଗରରେ 5000 ଏକର ପରିମିତ ଜମିରେ ଧୀରୁଭାଇ ଅମ୍ବାନୀ ଗ୍ରୀନ୍ ଏନର୍ଜି ଗିଗା କମ୍ପ୍ଲେକ୍ସ ନିର୍ମାଣ କରିବ। ଆଗାମୀ 3 ବର୍ଷରେ ରିଲାଏନ୍ସ ନବୀକରଣ ଯୋଗ୍ୟ ଶକ୍ତି ଇକୋସିଷ୍ଟମ ପାଇଁ 75000 କୋଟି ଟଙ୍କା ବିନିଯୋଗ କରିବ ବୋଲି ମୁକେଶ ଘୋଷଣା କରିଛନ୍ତି।

ସବୁଜ ଶକ୍ତିର ମେଗା ଯୋଜନାରେ ତିନୋଟି ପ୍ରମୁଖ ଅଂଶ ଅଛି। ପ୍ରଥମ ଭାଗରେ ଚାରୋଟି ଗିଗା କାରଖାନା ନିର୍ମାଣ ହେବ, ଯାହା ନୂତନ ଶକ୍ତି ଇକୋସିଷ୍ଟମର ସମସ୍ତ ପ୍ରମୁଖ ଯନ୍ତ୍ରାଂଶ ଉତ୍ପାଦନ କରିବ। ଏଥି ମଧ୍ୟରୁ ଗୋଟିଏ ସୌର ଶକ୍ତି ପାଇଁ ହେବ। ଯାହା ସୌର ଫୋଟୋଭୋଲ୍ଟିକ୍ ମଡ୍ୟୁଲ୍ ତିଆରି କରିବ। ଦ୍ୱିତୀୟରେ, ଶକ୍ତି ସଂରକ୍ଷଣ କିମ୍ବା ସଂରକ୍ଷଣ ପାଇଁ କମ୍ପାନୀ।

ଏହା ଏକ ଅତ୍ୟାଧୁନିକ ଶକ୍ତି ସଂରକ୍ଷଣ ବ୍ୟାଟେରୀ ଉତ୍ପାଦନ କାରଖାନା ମଧ୍ୟ ସ୍ଥାପନ କରିବ। ତୃତୀୟରେ ସବୁଜ ହାଇଡ୍ରୋଜେନ ଉତ୍ପାଦନ ପାଇଁ ଏକ ଇଲେକ୍ଟ୍ରୋଲାଇଜର କାରଖାନା ପ୍ରତିଷ୍ଠା ହେବ। ଚତୁର୍ଥ କମ୍ପାନୀ ହାଇଡ୍ରୋଜେନକୁ ଶକ୍ତିରେ ପରିଣତ କରିବା ପାଇଁ ଏକ ଇନ୍ଧନ ସେଲ କାରଖାନା ନିର୍ମାଣ କରିବ।

ପ୍ରଧାନମନ୍ତ୍ରୀ ମୋଦୀ 2030 ସୁଦ୍ଧା ଦେଶ ସମ୍ମୁଖରେ 450 GW  ଅକ୍ଷୟ ଶକ୍ତି ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛନ୍ତି। ଏହାକୁ ନେଇ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ 2030 ସୁଦ୍ଧା 100GW ସୌର ଶକ୍ତି ଉତ୍ପାଦନ କରିବ। ସେହିପରି ଗ୍ରାମ ଛାତ ଉପର ମଧ୍ୟ ସୌର ଶକ୍ତି ଉତ୍ପାଦନ କରାଯିବ। ଗ୍ରାମଗୁଡିକରେ ସୌର ଶକ୍ତି ଉତ୍ପାଦନ ଗ୍ରାମୀଣ ଅର୍ଥନୀତିକୁ ବୃଦ୍ଧି କରିବ ବୋଲି ଆମ୍ବାନୀ କହିଛନ୍ତି। ରିଲାଏନ୍ସ ସୌର ଶକ୍ତିକୁ ସୁଲଭ କରିବା ପାଇଁ ଦୁନିଆର ସର୍ବନିମ୍ନ ସୌର ମଡ୍ୟୁଲଗୁଡିକର ଉପଯୋଗ କରିବ।

ସୂର୍ଯ୍ୟ ଭଗବାନଙ୍କୁ ନମସ୍କାର କରି ମୁକେଶ ଅମ୍ବାନୀ କହିଛନ୍ତି ଯେ ସୂର୍ଯ୍ୟ ଅସୀମିତ ଶକ୍ତି ଉତ୍ପାଦନ କରନ୍ତି। ଯଦି ଆମେ ସୌର ଶକ୍ତି ବ୍ୟବହାର କରିବାରେ ସକ୍ଷମ, ତେବେ ଭାରତ ପାରଂପାରିକ ବା ଜୀବାଷ୍ଣୁ ଇନ୍ଧନ ଆମଦାନୀକାରୀଙ୍କଠାରୁ ନିର୍ମଳ ସୌର ଶକ୍ତି ରପ୍ତାନି ଦେଶ ହୋଇପାରେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଧକ୍କା ଖାଇଲା ଆମାଜନ୍, ଫ୍ୟୁଚର ଗ୍ରୁପକୁ କିଣିବ ରିଲାଏନ୍ସ, ୨୪ହଜାର ୭ ଶହ ୧୩ କୋଟିର କାରବାର

ମୁମ୍ବାଇ/ଭୁବନେଶ୍ବର, ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ ବା ସେବି, ଫ୍ୟୁଚର ଗ୍ରୁପ୍‌ର ବ୍ୟବସାୟିକ ସମ୍ପତ୍ତି ରିଲାଏନ୍ସକୁ ବିକ୍ରି ପ୍ରକ୍ରିୟାକୁ ଅନୁମୋଦନ ପ୍ରଦାନ କରିଛି । ଏହାଦ୍ୱାରା ଆମାଜନ୍‌କୁ ଶକ୍ତ ଧକ୍କା ଲାଗିଛି । ୨୪,୭୧୩ କୋଟି ଟଙ୍କାର ଏହି କାରବାରକୁ ସେବିର ମଞ୍ଜୁରି ମିଳିବା ଦ୍ୱାରା ରିଲାଏନ୍ସ ଓ ଫ୍ୟୁଚର ଗ୍ରୁପ୍‌କୁ ବଡ ଆଶ୍ୱସ୍ତି ମିଳିଛି ।

ଆମେରିକୀୟ ଇ-କମର୍ସ କମ୍ପାନୀ ଆମାଜନ୍ ରିଲାଏନ୍ସ-ଫ୍ୟୁଚର କାରବାରକୁ ଲଗାତର ବିରୋଧ କରିଆସୁଛି । ଏହି କାରବାର ବିରୋଧରେ ଆମାଜନ୍ ପକ୍ଷରୁ ସେବି, ଷ୍ଟକ ଏକ୍ସଚେଞ୍ଜ ଏବଂ ଅନ୍ୟ ନିୟାମକ ସଂସ୍ଥାକୁ ବାରମ୍ବାର ପତ୍ର ଲେଖାଯାଇଥିଲା । ଉକ୍ତ ପତ୍ରରେ ରିଲାଏନ୍ସ-ଫ୍ୟୁଚର କାରବାରକୁ ଅନୁମତି ପ୍ରଦାନ ନକରିବାକୁ ଆମାଜନ୍ ଅନୁରୋଧ କରିଥିଲା। ଆମାଜନ୍‌ର ଉକ୍ତ ଅନୁରୋଧକୁ ଅଣଦେଖା କରି ସେବି କିଛି ସର୍ତ୍ତ ସହିତ ଏହି କାରବାରକୁ ମଞ୍ଜୁରି ପ୍ରଦାନ କରିଛି ।

ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) ପୂର୍ବରୁ ଏହି କାରବାରକୁ ମଞ୍ଜୁରି ପ୍ରଦାନ କରିସାରିଛି । ଏବେ ସେବିର ମଞ୍ଜୁରି ମିଳିବା ପରେ ଏହି କାରବାର ସମ୍ପୂର୍ଣ୍ଣ ହେବା ପାଇଁ କେବଳ ଏନସିଏଲଟିର ମଞ୍ଜୁରି ମିଳିବା ବାକି ରହିଛି । ଏହି କାରବାର ସମ୍ପର୍କରେ ଫ୍ୟୁଚର ଏବଂ ରିଲାଏନ୍ସର ସମସ୍ତ ଅଂଶୀଦାରମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଅବଗତ କରାଇବାକୁ ସେବି ନିର୍ଦ୍ଦେଶ ଦେଇଛି । ଫ୍ୟୁଚର-ରିଲାଏନ୍ସ ଗ୍ରୁପ୍‌ର ଏହି କାରବାରକୁ ସେବିର ଅନୁମତି ଅଦାଲତରେ ଚାଲିଥିବା ମାମଲାଗୁଡିକର ଫଳାଫଳ ଉପରେ ନିର୍ଭର କରିବ ।

ଫ୍ୟୁଚରର କମ୍ପାନୀ ବୋର୍ଡ ତାହାର ସମ୍ପତ୍ତି ରିଲାଏନ୍ସ ରିଟେଲକୁ ୨୪,୭୧୩ କୋଟି ଟଙ୍କାରେ ବିକ୍ରି କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଥିଲା, ଯାହାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଡିସେମ୍ବର ୨୧ରେ ଦେଇଥିବା ଆଦେଶରେ ବୈଧ ବୋଲି କହିଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଫ୍ୟୁଚର ରିଟେଲ ଏବଂ ରିଲାଏନ୍ସ ରିଟେଲ ମଧ୍ୟରେ କାରବାରକୁ ପ୍ରାଥମିକ ଦୃଷ୍ଟିରୁ ଆଇନତଃ ଠିକ୍ ବୋଲି ଦର୍ଶାଇଥିଲେ ।

ଆମାଜନ୍ ୨୦୧୯ରେ ଫ୍ୟୁଚର ଗ୍ରୁପ୍‌ର ଅଣପଂଜିକୃତ ସହଯୋଗୀ କମ୍ପାନୀ ଫ୍ୟୁଚର କୁପନ୍‌ର ୪୯% ଅଂଶ କ୍ରୟ କରିଥିଲା । ଉକ୍ତ କାରବାରରେ ଏକ ସର୍ତ୍ତ ରଖାଯାଇଥିଲା ଯେ ଅନ୍ୟ କୌଣସି କମ୍ପାନୀ ସହିତ କାରବାର କରିବା ପୂର୍ବରୁ ଫ୍ୟୁଚରକୁ ପ୍ରଥମେ ତାହା ଆମାଜନ୍‌କୁ ଜଣାଇବାକୁ ହେବ । ଆମାଜନ୍ ବାରଣ କଲେ ଫ୍ୟୁଚର ଅନ୍ୟ କୌଣସି କମ୍ପାନୀକୁ ହୋଲ୍‌ଡିଂ ବିକ୍ରି କରିପାରିବ ନାହିଁ ।

ଫ୍ୟୁଚର ସହିତ ହୋଇଥିବା ଏହି ଚୁକ୍ତିରେ ଆମାଜନ୍ ମୋଟ ତିନିଟି ବୁଝାମଣା କରିଥିଲା ଯାହା ଉପରେ ଦିଲ୍ଲୀ ହାଇକୋର୍ଟ ଏଫ୍‌ଡିଆଇ ନୀତି ତର୍ଜମା କରି କହିଥିଲେ ଯେ ଏହି ରାଜିନାମା ଫ୍ୟୁଚର ରିଟେଲ ଉପରେ ନିୟନ୍ତ୍ରଣ ଜାହିର କରିବା ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ହୋଇଥିବା ମନେହେଉଛି ଏବଂ ଏହା ସରକାରଙ୍କର ବିନା ଅନୁମୋଦନରେ କରାଯାଇଛି, ଯାହା ଫେମା-ଏଫଡିଆଇ ନିୟମର ବିରୁଦ୍ଧାଚରଣ କରୁଛି ।

ଫ୍ୟୁଚର-ରିଲାଏନ୍ସ ଚୁକ୍ତି ବିରୁଦ୍ଧରେ ଆମାଜନ୍ ସିଙ୍ଗାପୁର ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ ସେଣ୍ଟରରେ ଯାଚିକା ଦାଏର କରିଥିଲା । ଆର୍ବିଟ୍ରେସନ ସେଣ୍ଟର ଗତବର୍ଷ ଅକ୍ଟୋବର ୨୫ରେ ଫ୍ୟୁଚର-ରିଲାଏନ୍ସ ଚୁକ୍ତି ଉପରେ ସାମୟିକ ରହିତାଦେଶ ଜାରି କରିଥିଲେ, କିନ୍ତୁ ଆର୍ବିଟ୍ରେସନ ସେଣ୍ଟରର ରାୟ ତାହା ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଫ୍ୟୁଚର୍ ଗ୍ରୁପ୍ ପକ୍ଷରୁ ପ୍ରକାଶ କରାଯାଇଥିଲା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ୍‌) ୨୦୨୦ ଅଗଷ୍ଟରେ ଫ୍ୟୁଚର ଗ୍ରୁପ୍‌ର ରିଟେଲ ଏବଂ ହୋଲ୍‌ସେଲ ବ୍ୟବସାୟ ତଥା ଲଜିଷ୍ଟିକ୍ସ ଓ ଓୟାରହାଉସିଂ ବ୍ୟବସାୟ ଅଧିଗ୍ରହଣ କରିବା ନେଇ ଘୋଷଣା କରିଥିଲା । ୨୪,୭୧୩ କୋଟି ଟଙ୍କାରେ ଚୂଡାନ୍ତ ହୋଇଥିବା ଏହି ଚୁକ୍ତି ପରେ ଫ୍ୟୁଚର ଗ୍ରୁପର ୪୨୦ ସହରରେ ବିସ୍ତାରିତ ଭାବେ ରହିଥିବା ୧୮୦୦ରୁ ଅଧିକ ଷ୍ଟୋର ରିଲାଏନ୍ସ ନିୟନ୍ତ୍ରଣକୁ ଆସିବାର ଥିଲା ।