ରିଲାଏନ୍ସ ବିଶ୍ୱର ଶ୍ରେଷ୍ଠ ୧୦ କମ୍ପାନୀ ସମୂହ ମଧ୍ୟରେ ସାମିଲ ହେବା ଲକ୍ଷ୍ୟ ରଖିଛି: ମୁକେଶ ଅମ୍ବାନୀ

Published: Dec 30, 2023, 11:09 am IST

ଭୁବନେଶ୍ୱର: ରିଲାଏନ୍ସ ନିଜର ଅବିରତ ବିକାଶର ଧାରା ଜାରି ରଖି ଆଗକୁ ବଢିବା ସହିତ ବିଶ୍ୱର ଶ୍ରେଷ୍ଠ ୧୦ ବ୍ୟବସାୟ ସମୂହ ମଧ୍ୟରେ ସ୍ଥାନିତ ହେବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧକ୍ଷ ମୁକେଶ ଅମ୍ବାନୀ ପ୍ରକାଶ କରିଛନ୍ତି। ରିଲାଏନ୍ସର ପ୍ରତିଷ୍ଠାତା ଧିରୁଭାଇ ଅମ୍ବାନିଙ୍କ ଜନ୍ମତିଥିରେ ପାଳନ କରାଯାଉଥିବା ରିଲାଏନ୍ସ ପରିବାର ଦିବସ ଅବସରରେ କର୍ମଚାରୀଙ୍କୁ ସମ୍ବୋଧନ କରି ସେ ଏହା କହିଛନ୍ତି।

ରିଲାଏନ୍ସ ଏବେ ଡିଜିଟାଲ ଡାଟା ପ୍ଲାଟଫର୍ମ ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଆପଣାଇବାରେ ବିଶ୍ୱର ଅଗ୍ରଣୀ ସଂସ୍ଥାମାନଙ୍କ ମଧ୍ୟରୁ ଅନ୍ୟତମ ହେବା ପାଇଁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ଡିଜିଟାଲ ପ୍ଲାଟଫର୍ମ ଯୁଗରେ ଡାଟା ଏବେ ପ୍ରତିଭା ଓ ଅର୍ଥ ସହିତ ଉତ୍ପାଦନର ନୂଆ ମାଧ୍ୟମ ହୋଇଛି । ଏଥି ନିମନ୍ତେ ଡାଟା ବ୍ୟବହାର ରେ ଆମେ ସର୍ବଦା ଅଗ୍ରଣୀ ରହିବା ସହିତ ଏଆଇ ବଳରେ ଉତ୍ପାଦକତା ଓ ଦକ୍ଷତାରେ ଅନେକ ଗୁଣ ଉନ୍ନତି ହାସଲ କରିପାରିବା ବୋଲି କର୍ମଚାରୀମାନଙ୍କୁ ସମ୍ବୋଧନ କରି ସେ କହିଛନ୍ତି ।

ରିଲାଏନ୍ସ ସବୁବେଳେ ଆତ୍ମସନ୍ତୁଷ୍ଟି ଠାରୁ ଆଗରେ ରହିଥିବା ପ୍ରକାଶ କରି ଆଜିକା ଦିନରେ ଉଭୟ ଘରୋଇ ଏବଂ ବିଶ୍ୱ ସ୍ତରରେ ବ୍ୟବସାୟ ପରିବେଶ ଦ୍ରୁତ ପରିବର୍ତ୍ତନଶୀଳ ହୋଇଥିବା ସେ କହିଛନ୍ତି । ସବୁ ସମୟ ଭଳି ଆଗାମୀ ଦିନରେ ମଧ୍ୟ ଗ୍ରାହକମାନଙ୍କୁ ପ୍ରାଥମିକତା ଦେବା ନେଇ ସର୍ବଦା ଧ୍ୟାନକେନ୍ଦ୍ରିତ କରିବା ପାଇଁ ସେ କର୍ମଚାରୀଙ୍କୁ ଆହ୍ୱାନ ଦେଇଛନ୍ତି । ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ଦିଗରେ ଆଗକୁ ବଢୁଥିବା ବେଳେ ଆମପାଇଁ ବିଶ୍ୱର ଶ୍ରେଷ୍ଠ ୧୦ ବ୍ୟବସାୟ ସମୂହ ମଧ୍ୟରେ ସ୍ଥାନ ହାସଲ କରିବାର ଅପୂର୍ବ ସୁଯୋଗ ରହିଥିବା ସେ କହିଛନ୍ତି । ଡିଜିଟାଲ ସେବା, ସବୁଜ ଶକ୍ତି ଓ ବୟ ଏନର୍ଜି, ରିଟେଲ ଓ କଂଜୁମର ବ୍ରାଣ୍ଡ ସମୂହ, ତୈଳ ଓ କେମିକାଲ, ସ୍ୱାସ୍ଥ୍ୟ ଓ ଲାଇଫ ସାଇନ୍ସେସ ଭଳି ରିଲାଏନ୍ସ ର ସମସ୍ତ ଅଭିବୃଢ଼ହି ଇଂଜିନ ଗୁଡିକୁ ଆସନ୍ତା ବର୍ଷ ମଧ୍ୟରେ ପରିବର୍ତିତ ହେବାକୁ ପଡିବ ବୋଲି ସେ କହିଛନ୍ତି । ଏଥିସହିତ ଏଆଇ କୁ ବିକଶିତ ଓ ବ୍ୟାପକ କରିବା ଦିଗରେ ରିଲାଏନ୍ସର ଉଦ୍ୟମକୁ ତ୍ୱରାନ୍ୱିତ କରି ଭାରତର ଶିକ୍ଷା , ସ୍ୱାସ୍ଥ୍ୟ, କୃଷି ଓ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ରହିଥିବା ଜାତୀୟ ଆବଶ୍ୟକତା ପୁରଣ ପାଇଁ କାର‌୍ୟ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

Related posts