Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରିଲାଏନ୍ସ ବିଶ୍ୱର ଶ୍ରେଷ୍ଠ ୧୦ କମ୍ପାନୀ ସମୂହ ମଧ୍ୟରେ ସାମିଲ ହେବା ଲକ୍ଷ୍ୟ ରଖିଛି: ମୁକେଶ ଅମ୍ବାନୀ
ଜାତୀୟ ଖବର

ରିଲାଏନ୍ସ ବିଶ୍ୱର ଶ୍ରେଷ୍ଠ ୧୦ କମ୍ପାନୀ ସମୂହ ମଧ୍ୟରେ ସାମିଲ ହେବା ଲକ୍ଷ୍ୟ ରଖିଛି: ମୁକେଶ ଅମ୍ବାନୀ

December 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ନିଜର ଅବିରତ ବିକାଶର ଧାରା ଜାରି ରଖି ଆଗକୁ ବଢିବା ସହିତ ବିଶ୍ୱର ଶ୍ରେଷ୍ଠ ୧୦ ବ୍ୟବସାୟ ସମୂହ ମଧ୍ୟରେ ସ୍ଥାନିତ ହେବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧକ୍ଷ ମୁକେଶ ଅମ୍ବାନୀ ପ୍ରକାଶ କରିଛନ୍ତି। ରିଲାଏନ୍ସର ପ୍ରତିଷ୍ଠାତା ଧିରୁଭାଇ ଅମ୍ବାନିଙ୍କ ଜନ୍ମତିଥିରେ ପାଳନ କରାଯାଉଥିବା ରିଲାଏନ୍ସ ପରିବାର ଦିବସ ଅବସରରେ କର୍ମଚାରୀଙ୍କୁ ସମ୍ବୋଧନ କରି ସେ ଏହା କହିଛନ୍ତି।

ରିଲାଏନ୍ସ ଏବେ ଡିଜିଟାଲ ଡାଟା ପ୍ଲାଟଫର୍ମ ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଆପଣାଇବାରେ ବିଶ୍ୱର ଅଗ୍ରଣୀ ସଂସ୍ଥାମାନଙ୍କ ମଧ୍ୟରୁ ଅନ୍ୟତମ ହେବା ପାଇଁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ଡିଜିଟାଲ ପ୍ଲାଟଫର୍ମ ଯୁଗରେ ଡାଟା ଏବେ ପ୍ରତିଭା ଓ ଅର୍ଥ ସହିତ ଉତ୍ପାଦନର ନୂଆ ମାଧ୍ୟମ ହୋଇଛି । ଏଥି ନିମନ୍ତେ ଡାଟା ବ୍ୟବହାର ରେ ଆମେ ସର୍ବଦା ଅଗ୍ରଣୀ ରହିବା ସହିତ ଏଆଇ ବଳରେ ଉତ୍ପାଦକତା ଓ ଦକ୍ଷତାରେ ଅନେକ ଗୁଣ ଉନ୍ନତି ହାସଲ କରିପାରିବା ବୋଲି କର୍ମଚାରୀମାନଙ୍କୁ ସମ୍ବୋଧନ କରି ସେ କହିଛନ୍ତି ।

ରିଲାଏନ୍ସ ସବୁବେଳେ ଆତ୍ମସନ୍ତୁଷ୍ଟି ଠାରୁ ଆଗରେ ରହିଥିବା ପ୍ରକାଶ କରି ଆଜିକା ଦିନରେ ଉଭୟ ଘରୋଇ ଏବଂ ବିଶ୍ୱ ସ୍ତରରେ ବ୍ୟବସାୟ ପରିବେଶ ଦ୍ରୁତ ପରିବର୍ତ୍ତନଶୀଳ ହୋଇଥିବା ସେ କହିଛନ୍ତି । ସବୁ ସମୟ ଭଳି ଆଗାମୀ ଦିନରେ ମଧ୍ୟ ଗ୍ରାହକମାନଙ୍କୁ ପ୍ରାଥମିକତା ଦେବା ନେଇ ସର୍ବଦା ଧ୍ୟାନକେନ୍ଦ୍ରିତ କରିବା ପାଇଁ ସେ କର୍ମଚାରୀଙ୍କୁ ଆହ୍ୱାନ ଦେଇଛନ୍ତି । ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ଦିଗରେ ଆଗକୁ ବଢୁଥିବା ବେଳେ ଆମପାଇଁ ବିଶ୍ୱର ଶ୍ରେଷ୍ଠ ୧୦ ବ୍ୟବସାୟ ସମୂହ ମଧ୍ୟରେ ସ୍ଥାନ ହାସଲ କରିବାର ଅପୂର୍ବ ସୁଯୋଗ ରହିଥିବା ସେ କହିଛନ୍ତି । ଡିଜିଟାଲ ସେବା, ସବୁଜ ଶକ୍ତି ଓ ବୟ ଏନର୍ଜି, ରିଟେଲ ଓ କଂଜୁମର ବ୍ରାଣ୍ଡ ସମୂହ, ତୈଳ ଓ କେମିକାଲ, ସ୍ୱାସ୍ଥ୍ୟ ଓ ଲାଇଫ ସାଇନ୍ସେସ ଭଳି ରିଲାଏନ୍ସ ର ସମସ୍ତ ଅଭିବୃଢ଼ହି ଇଂଜିନ ଗୁଡିକୁ ଆସନ୍ତା ବର୍ଷ ମଧ୍ୟରେ ପରିବର୍ତିତ ହେବାକୁ ପଡିବ ବୋଲି ସେ କହିଛନ୍ତି । ଏଥିସହିତ ଏଆଇ କୁ ବିକଶିତ ଓ ବ୍ୟାପକ କରିବା ଦିଗରେ ରିଲାଏନ୍ସର ଉଦ୍ୟମକୁ ତ୍ୱରାନ୍ୱିତ କରି ଭାରତର ଶିକ୍ଷା , ସ୍ୱାସ୍ଥ୍ୟ, କୃଷି ଓ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ରହିଥିବା ଜାତୀୟ ଆବଶ୍ୟକତା ପୁରଣ ପାଇଁ କାର‌୍ୟ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

ମୁକେଶ ଅମ୍ବାନୀ ରିଲାଏନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026
Latest News

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026

‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବବର୍ଗ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.