ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପାଟପୁର ଥାନା ଅର୍ନ୍ତଗତ ରତ୍ନମଣି ପୁର ଗ୍ରାମର ସୁଷମା ସାହୁ ନାମ୍ନୀ ଜଣେ ମହିଳା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ନୁଆବସଷ୍ଟାଣ୍ଡରେ ପଡ଼ି ରହିଥିଳେ। କିଛି ଯାତ୍ରୀ ମାନଙ୍କ ଠାରୁ ଖବର ପାଇ ଫାଣ୍ଡି ପୋଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ସମୟରେ ଉକ୍ତ ମହିଳାନଙ୍କ ମୃତ୍ୟୁ ଘଟିଥିଲା। ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛଦ ପାଇଁ ପଠାଇଛି। ମୃତ ମହିଳା ଙ୍କ ବ୍ୟାଗ୍ ର ପୋଲିସ ଏକ ଆଧାର କାର୍ଡ ପାଇ ଘର ଲୋକଙ୍କୁ ଖବର ଦେଇଛି। ଶବ ବ୍ୟବଚ୍ଛଦ ପରେ ପୋଲିସ ଘର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି। ଖବର ରୁ ଜଣାପଡିଛି ଯେ, ମୃତ ମହିଳା ଜଣଙ୍କ ସ୍ବାମୀ ଠାରୁ ଅଲଗା ହୋଇ ନିଜ ଭାଇ ଘରେ ରହୁଥିଳେ ଓ ଘଟଣା ଦିନ ସେ ଭୁବନେଶ୍ୱର ରୁ ଏକ…
Author: SM Network
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଜେଲ୍ ନିକଟସ୍ଥ ରେଳ ଧାରଣାରୁ ହିଞ୍ଜିଳି ଥାନା ଅର୍ନ୍ତଗତ ଦୁରୁପଡା ଗ୍ରାମର ଦିଲ୍ଲୀପ କୁମାର ଭୂୟାଁ ନାମକ ଜଣେ ଯୁବକଙ୍କ ମୃତ ଦେହକୁ ରେଳବାଇ ପୋଲିସ ଉଦ୍ଧାର କରିଛି। ଦିଲୀପଙ୍କ ଭାଇ ମିଥୁନ ଠାରୁ ଜଣାପଡିଛି ଯେ, ଗତ ସୋମବାର ସକାଳେ ମୃତ ଦିଲୀପ ପାରିବାରିକ ଅଶାନ୍ତିକୁ ନେଇ ଘରୁ ପଳିଆସିଥିଲା। କିନ୍ତୁ ଦିନ ସାରା ଘରକୁ ନ ଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ। କିନ୍ତୁ ପରେ ବ୍ରହ୍ମପୁରରେ ରେଳବାଇ ପୋଲିସ ଉଦ୍ଧାର କରିଥିବା ମୃତଦେହକୁ ଯାଇ ଭାଇ ମିଥୁନ ଚିହ୍ନଟ କରିଥିଲେ। ଏ ନେଇ ରେଳବାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗାଲୁଆ ଛକ କେନାଲ ବନ୍ଧ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। ବାଣପୁର କବରସ୍ଥାନ ପାର୍ଶ୍ୱରେ ଯାଇଥିବା ନାଳରେ ବ୍ୟକ୍ତିଜଣଙ୍କ ମୃତ ଶରୀର ପଡିରହିଥିବା ବେଳେ ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ମୃତ ଶରୀରକୁ ନାଳରୁ ଉଦ୍ଧାର କରିଛନ୍ତି। ତେବେ ବ୍ୟକ୍ତିଜଣକ କିଏ ଏବଂ କିପରି ନାଳରେ ପଡ଼ିଲେ ତାହା ଜଣାପଡ଼ିନାହିଁ। ଅଧିକ ତଦନ୍ତ ଜାରି ରହିଛି।
ଛତ୍ରପୁର: ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜାତୀୟ ଶିକ୍ଷାନୀତି ୨୦୨୦ର ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିବାବେଳେ। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତାରାଣୀ ରାଉତ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟବକ୍ତା ସମ୍ଭାଗ ସଦସ୍ୟା ଗୀତାରାଣୀ ମିଶ୍ର ଯୋଗଦେଇ ମାର୍ଗଦର୍ଶନ କରିଥିଲେ। ସମ୍ଭାଗ ଶିଶୁବାଟିକା ଶୈକ୍ଷିକ ସଂଯୋଜକ ଅରୁଣ କୁମାର ବାଗ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସ୍ଥାନୀୟ ଅନୁଷ୍ଠାନର ସହସଂପାଦକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସଂକୁଳ ପ୍ରମୁଖ ଡ ଜେ କୁର୍ମା ରାଓ, ଶିକ୍ଷାବିତ ଅଜିତ କୁମାରସେଠୀ, ଗଞ୍ଜାମ ପ୍ରଧାନାଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର,ଭଞ୍ଜବିହାର ପ୍ରଧାନାଚାର୍ଯ୍ୟ ଦଣ୍ଡପାଣି ସାହୁ, ଗୋପାଳପୁର ପ୍ରଧାନାଚାର୍ଯ୍ଯା ଅନୀତା ପାତ୍ର, କିୟୁର୍ସର ମୁଖ୍ୟ ଅରୁଣ କୁମାର ଶତପଥି,…
ଭୁବନେଶ୍ବର: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଇଡକଲ ଅଡିଟୋରିୟମଠାରେ ଲଟେରୀ ମାଧ୍ୟମରେ ବସ୍ତି ବାସିନ୍ଦାମାନଙ୍କ ପାଇଁ ସୁଲଭ ବାସଗୃହ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଚର କୃଷ୍ଣଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ହିତାଧିକାରୀମାନଙ୍କୁ ବାସଗୃହ ବଣ୍ଟନପତ୍ର ପ୍ରଦାନ କରିଥିଲେ। ଚନ୍ଦ୍ରଶେଖରପୁରର ୪୭ଜଣ, ନିଳମାଧବ ବସ୍ତିରୁ ୩୬ଜଣ ଏବଂ ସୁବୁଧିପୁର ବସ୍ତିରୁ ୨୮ଜଣଙ୍କୁ ବଣ୍ଟନପତ୍ର ପ୍ରଦାନ କରାଯାଇଥିଲା। ଆୟୋଜିତ ସମାବେଶରେ ଉଦବୋଧନ ଦେଇ ମନ୍ତ୍ରୀ ଡକ୍ଚର ମହାପାତ୍ର କହିଛନ୍ତି, ବସ୍ତିବାସିନ୍ଦାମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ରାଜଧାନୀରେ ନିଜର ଗୋଟିଏ ବାସଗୃହ ହାସଲ କରିବା ଅନେକଙ୍କ ପାଇଁ ସ୍ବପ୍ନ। ବିଡିଏର ସୁଲଭ ଗୃହ ନିର୍ମାଣ ଯୋଜନା ଜରିଆରେ ସହରାଞ୍ଚଳ ଗରିବ ଲୋକଙ୍କୁ ଆଶ୍ରୟସ୍ଥଳ ଯୋଗାଇ ଦେବାପାଇଁ ସରକାର ଲକ୍ଷ ରଖିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଡିଏର ଉପାଧ୍ୟକ୍ଷ ଡକ୍ଚର ଏନ. ତିରୁମାଲା ନାଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ବିଶ୍ୱର ଅଭିବୃଦ୍ଧି ହାର ମହାମାରୀ ପୂର୍ବ ସମୟ ପର୍ଯ୍ୟନ୍ତ ହାରାହାରୀ ୪ ପ୍ରତିଶତ ରହିଥିଲା, ବର୍ତ୍ତମାନ ଏହା ୩ ପ୍ରତିଶତରୁ ସାମାନ୍ୟ ଉପରେ ରହିଛି ଯାହାକି ଚଳିତ ଶତାବ୍ଦୀ ଆରମ୍ଭ ପରଠାରୁ ସର୍ବନିମ୍ନ। ଏହାସହିତ ପ୍ରଯୁକ୍ତିବିଦ୍ୟା ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ଏହାକୁ ଯଦି ସମାନ ଭାବରେ ପ୍ରୟୋଗ କରାଯାଏ, ତେବେ ଏହା ଆମକୁ ବିକାଶହାର ବୃଦ୍ଧି କରିବା, ଅସମାନତା ହ୍ରାସ କରିବା ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବାରେ ଥିବା ବ୍ୟବଧାନକୁ ଦୂର କରିବା ଦିଗରେ ଏକ ବିଶାଳ ପଦକ୍ଷେପ ନେବା ପାଇଁ ଏକ ଐତିହାସିକ ସୁଯୋଗ ପ୍ରଦାନ କରିବ। ଏସଡିଜି ଦିଗରେ ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ସମାବେଶୀ ଡିଜିଟାଲ ପରିବର୍ତ୍ତନର ଆବଶ୍ୟକତା ରହିଛି। ଅନେକ ଜି-୨୦ ଦେଶର ଅଭିଜ୍ଞତା ଦର୍ଶାଇଛି ଯେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ବିକାଶ, ନୂତନ ନିଯୁକ୍ତି ସୃଷ୍ଟି…
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଲଗାତାର ଭାବେ ଚୋରି ଲୁଟ ବଢ଼ିବାରେ ଲାଗିଛି। ଗତକାଲି ବାଣପୁର ବାଇପାସ ନିକଟରୁ ବନ୍ଧୁକ ମୁନରେ ୮ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟ ହୋଇଥିବାବେଳେ ପୁଣି ଗତକାଲି ବିଳମ୍ବିତ ରାତ୍ରିରେ ପଲଟନ ପଡିଆ ନିକଟସ୍ଥ ଏକ ଘରେ କଳାକନା ବୁଲାଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ସୂଚନା ମୁତାବକ ସାନହନ୍ତୁଆଡ଼ ଗ୍ରାମର ଗୋଦାବରୀ ପ୍ରଧାନ (୬୦) ନିଜ ପତ୍ନୀଙ୍କ ସହ ଟିକିରାଇ ମନ୍ଦିର ନିକଟରେ ବାସ କରନ୍ତି। ତେବେ ଗତକାଲି ପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଗୋଦାବରୀ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲେ। ଘର ତାଲା ପକାଇ ନିକଟସ୍ଥ ପଡୋଶୀଙ୍କୁ ଗୋଦାବରୀ ଚାବି ହସ୍ତାନ୍ତର କରି ଯାଇଥିଲେ। ଗତକାଲି ରାତିରେ ଭୁବନେଶ୍ୱରରୁ ଫେରିନପାରିବାରୁ ସେ ପଡୋଶୀଙ୍କ ସହ ସମ୍ପର୍କରେ ଥିଲେ ଏବଂ ଶେଷଥର ରାତି ୧୨ ଘଟିକା ପାଖାପାଖି କଥା ହୋଇଥିଲେ ଏବଂ ଘର ତାଲା ପୂର୍ବପରି ପଡିଥିବାର ଜାଣିବାକୁ ପାଇଥିଲେ।…
ମୁମ୍ବାଇ: ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି। ଏହି ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ମଧ୍ୟ ତାଙ୍କ କର୍ତ୍ତବ୍ୟ ପାଳନ କରିବା ପାଇଁ ଭୋଟ୍ ଦେବାକୁ ଆସିଥିଲେ। ଏହି ସମୟରେ ଭାରତୀୟ କିମ୍ବଦନ୍ତୀଙ୍କ ସହ ପତ୍ନୀ ଅଞ୍ଜଲି ଏବଂ ଝିଅ ସାରା ତେନ୍ଦୁଲକରଙ୍କ ନଜର ଆସିଥିଲେ। ଭୋଟ୍ ଦେବା ପରେ ତେନ୍ଦୁଲକର ମଧ୍ୟ ଲୋକଙ୍କୁ ଭୋଟ୍ ଦେବାକୁ ନିବେଦନ କରିଥିଲେ। ତେନ୍ଦୁଲକର କହିଛନ୍ତି ଯେ, “ମୁଁ କିଛି ସମୟ ପାଇଁ ECI (ନିର୍ବାଚନ ଆୟୋଗ) ର ପ୍ରତୀକ ଥିଲି। ମୁଁ ଦେଉଥିବା ବାର୍ତ୍ତା ହେଉଛି ଭୋଟ୍ ଦେବା। ଏହା ଆମର ଦାୟିତ୍ଵ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ଆପଣମାନେ ସମସ୍ତେ ଘରୁ ବାହାରି ଭୋଟ୍ ଦେବା ପାଇଁ ଆସନ୍ତୁ।” ପ୍ରକାଶ ଯୋଗ୍ୟ ଯେ, ସଚିନ ତେନ୍ଦୁଲକରଙ୍କୁ ଏଭଳି ସାମାଜିକ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିଥାଏ। ଏଥର ମଧ୍ୟ ସେ…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଗୁଜରାଟର ସାବରକାଣ୍ଠା ଜିଲ୍ଲାର ହିମ୍ମତନଗରଠାରେ ୮୦୦ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ଅତ୍ୟାଧୁନିକ ଗୋଖାଦ୍ୟ ପ୍ଲାଣ୍ଟକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଗୁଜରାଟ ବିଧାନସଭାର ବାଚସ୍ପତି ଶଙ୍କର ଚୌଧୁରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଅମିତ ଶାହ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ ଯେ ଶାବର ଡାଏରୀ ପ୍ରତିଷ୍ଠା ଆକାରରେ ରୋପଣ କରାଯାଇଥିବା ବୀଜ ଏବେ ବଟବୃକ୍ଷରେ ପରିଣତ ହୋଇଛି, ଯାହା ସାଢେ ତିନି ଲକ୍ଷରୁ ଅଧିକ ପରିବାରକୁ ଜୀବିକା ପ୍ରଦାନ କରୁଛି। ଶ୍ରୀ ଶାହ କହିଛନ୍ତି ଯେ ସେ ଆଜି ପ୍ରାଣୀପାଳନ ସହ ଜଡିତ କିଛି ମହିଳାଙ୍କୁ ମଧ୍ୟ ଭେଟିଥିଲେ, ଯେଉଁମାନେ ତାଙ୍କୁ ଶାବର ଡାଏରୀ ଏବଂ ଏହାର ଦୁଗ୍ଧ ବ୍ୟବସାୟ ଯୋଗୁଁ ସେମାନେ ବର୍ତ୍ତମାନ ସମ୍ମାନର ସହ ବଞ୍ଚିବାରେ ସକ୍ଷମ ହୋଇଛନ୍ତି ବୋଲି କହିଛନ୍ତି। ଦୁଗ୍ଧ ଉତ୍ପାଦନରେ ଉନ୍ନତ ପ୍ରଦର୍ଶନ କରିବା…
ଛତ୍ରପୁର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶାରୀରିକ (କ୍ରୀଡା ) ଶିକ୍ଷା ଓ କଳା ଶିକ୍ଷା (ଚିତ୍ର କଳା, ସଂଗୀତ କଳା) ଶିକ୍ଷାକୁ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥାରେ ପ୍ରଚଳନ କରିବା ଓ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧିନସ୍ଥ ସମଗ୍ର ଶିକ୍ଷା ଅଭିଯାନ ଯୋଜନାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ ପାର୍ଟ ଟାଇମ କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କୁ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଦାବୀ ନେଇ ସୋମବାର ଓଡିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଦାବୀ ଗୁଡିକ ଯଥା ଶୀଘ୍ର ପୂରଣ କରିବା ନିମନ୍ତେ ସେମାନେ ଜିଲ୍ଲାପାଳଙ୍କୁ ଭେଟି ଅନୁରୋଧ କରିଥିଲେ,ଏହି ଦାବୀପତ୍ର ପ୍ରଦାନ ବେଳେ ସଭାପତି ମନୋଜ କୁମାର ଚୌଧୁରୀ, ବିଶ୍ଵନାଥ ପ୍ରଧାନ ଓ ବିଦେଶୀ…
ଛତ୍ରପୁର: ଗଞ୍ଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ମନ୍ତ୍ରୀଡ଼ି ପଞ୍ଚାୟତର ବୟାଳୀ ଗ୍ରାମ ପୋଖରୀରେ ମାଛ ଚାଷ କରିବା ନିମନ୍ତେ ହୋଇଥିବା ନିଲାମ ବାତିଲ କରିବା ଲାଗି ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗ୍ରାମବାସୀ ମାନେ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ପୋଖରୀ ଉପରେ ବୟାଳି ଗ୍ରାମ ସମେତ ଆଖ ପାଖ ଅଞ୍ଚଳର ଲୋକ ମାନେ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ନିର୍ଭର କରିଥାନ୍ତି। ଏଥିରେ ମାଛ ଚାଷ କରାଗଲେ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ। ଏହା ବ୍ୟତୀତ ବହୁ ତୀର୍ଥଯାତ୍ରୀ ମଧ୍ୟ ଏହି ପୋଖରୀ ଉପରେ ନିର୍ଭର କରୁଛନ୍ତି l ଏଣୁ ଏହି ପୋଖରୀରେ ମାଛ ଚାଷ ନିମନ୍ତେ ହୋଇଥିବା ନିଲାମ ବାତିଲ କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି। ଏନେଇ ପୂର୍ବରୁ ସରପଞ୍ଚଙ୍କ ସମେତ ବହୁ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବାରୁ ସେମାନେ ବାଧ୍ୟ ହୋଇ ଆଜି ଜିଲ୍ଲାପାଳଙ୍କ ଦୃଷ୍ଟି…
ଭୁବନେଶ୍ୱର: ବିପର୍ଯ୍ୟୟ ସମୟରେ ପ୍ରାକ୍ ସତର୍କ ସୂଚନା ଓ ଆଗୁଆ କାର୍ଯ୍ୟପନ୍ଥାକୁ ସୁଦୃଢ କରିବା ନିମନ୍ତେ ନୂତନ ଚିନ୍ତାଧାର ସୃଷ୍ଟି ଉଦ୍ଦେଶ୍ୟରେ ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁନାଇଟେଡ ନେସନ୍ସ ଇଣ୍ଡିଆ ପକ୍ଷରୁ ବହୁଧା ବିପଦ ଏବଂ ପ୍ରାକ୍ ସତର୍କ ସୂଚନା ପ୍ରତି ବହୁଧା-ସହଭାଗୀ ସମ୍ବଳିତ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବାକୁ ବିକାଶଶୀଳ ରାଷ୍ଟ୍ରଗୁଡିକରୁ ସହଭାଗୀମାନଙ୍କ ନିମନ୍ତେ ଆଜି ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ‘ୟର୍ଲି ୱାର୍ଣ୍ଣିଂ ଟୁ ୟର୍ଲି ଆକ୍ସନ- ଏ ମଲ୍ଟି-ହାଜାର୍ଡ, ମଲ୍ଟି- ଷ୍ଟେକହୋଲଡର ଆପ୍ରୋଚ: ଲର୍ଣ୍ଣିଂ ଫ୍ରମ୍ କୋଷ୍ଟାଲ ଇକୋସିଷ୍ଟମସ୍’ ଶୀର୍ଷକ ଏହି ଓଡ଼ିଶା ସମ୍ମିଳନୀ ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁଏନ ଇଣ୍ଡିଆ ଆୟୋଜନ କରୁଥିବା ଏହିଭଳି ଏକାଧିକ ସମ୍ମିଳନୀ ମଧ୍ୟରେ ପ୍ରଥମ ଅଟେ। ଏହି ସମାବେଶ ବିପର୍ଯ୍ୟୟ ପ୍ରବଣ ତଟୀୟ ଅଞ୍ଚଳରେ ଜୀବିକା ଓ ଲିଙ୍ଗଗତ ଦିଗ ଉପରେ ଦୃଷ୍ଟିନିବଦ୍ଧ କରି ପ୍ରାକ୍ ସତର୍କ ସୂଚନା ଏବଂ ପ୍ରାକ୍ ପଦକ୍ଷେପ ଗ୍ରହଣ କ୍ଷେତ୍ରରେ ଓଡ଼ିଶାର ନେତୃତ୍ୱ ସମ୍ପର୍କରେ…
ବାଲୁଗାଁ: ଆଇଏନଏସ ଚିଲିକା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ପରିବାର ତଥା ସମାଜରେ ଜେଜେବାପା ଓ ଜେଜେ ମାଙ୍କ ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇ ଏକ ହୃଦୟସ୍ପର୍ଶୀ ଜେଜେ ବାପା ଜେଜେ ମା ଦିବସ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଜେଜେବାପା ଓ ଜେଜେ ମା ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ବୃଦ୍ଧ ଲୋକଙ୍କ ମଧ୍ୟରେ ଶକ୍ତି ଏବଂ ପ୍ରତିଯୋଗିତାମୂଳକ ଭାବନାକୁ ନେଇ କୁଇଜ, ମ୍ୟୁଜିକ ଚେୟାର୍ ଆଦି ପ୍ରତିଯୋଗିତା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଅମିତ ଟୋକାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଚିନ୍ମୟ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଏକ ଜୀବନ୍ତ ଓ ଆନନ୍ଦମୟ ପରିବେଶ ସୃଷ୍ଟି କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ଜେନା ଏକ ସୁନ୍ଦର ଓଡିଆ କବିତା ‘ମୋ ଜେଜେମା’ ପାଠ କରି ଦର୍ଶକଙ୍କୁ ଆକର୍ଷିତ…
ଭୁବନେଶ୍ଵର: ରେଳ ଯାତ୍ରା ପ୍ରତି ସାଧାରଣ ଜନତାଙ୍କ ଦିନକୁ ଦିନ ବୃଦ୍ଧି ପାଉଥିବା ଆଗ୍ରହ ଏବଂ ଆକର୍ଷଣକୁ ଦୃଷ୍ଟିରେ ରଖି ରେଳବାଇ ମଧ୍ୟ ସେହି ଅନୁଯାୟୀ ସୁବିଧା ପ୍ରଦାନର ବିସ୍ତାରକୁ ତ୍ୱରାନ୍ୱିତ କରୁଛି। ଏହି କ୍ରମରେ ରେଳବାଇ ଗତ ତିନି ମାସ ମଧ୍ୟରେ ବିଭିନ୍ନ ଟ୍ରେନରେ ଜେନେରାଲ୍ କ୍ଲାସ୍ (ଜିଏସ୍) ର ପ୍ରାୟ ଛଅ ଶହ ନୂତନ ଅତିରିକ୍ତ କୋଚ୍ ଯୋଡିଛି। ଏହି ସମସ୍ତ କୋଚ୍ ନିୟମିତ ଟ୍ରେନରେ ଯୋଗ କରାଯାଇଛି। କେବଳ ଏତିକି ନୁହେଁ, ଚଳିତ ନଭେମ୍ବର ଶେଷ ସୁଦ୍ଧା ପ୍ରାୟ 370 ନିୟମିତ ଟ୍ରେନରେ ଏକ ହଜାରରୁ ଅଧିକ ଜିଏସ୍ କ୍ଲାସ୍ କୋଚ୍ ଯୋଗ କରାଯିବ। ଏକ ଆକଳନ ଅନୁଯାୟୀ, ରେଳ ଚଳାଚଳରେ ଏହି ନୂତନ ଜିଏସ୍ କୋଚ୍ ଯୋଗ ଦ୍ୱାରା ଦୈନିକ ପ୍ରାୟ ଏକ ଲକ୍ଷ ଯାତ୍ରୀ ଉପକୃତ ହେବେ। ଏଗୁଡିକ ବ୍ୟତୀତ ଆସନ୍ତା ଦୁଇ ବର୍ଷ ମଧ୍ୟରେ ରେଳ ଚଳାଚଳରେ ବହୁ ସଂଖ୍ୟକ ଅଣ-ଏସି କୋଚ୍…
ପାରାଦୀପ: ପାରାଦ୍ୱୀପ ଠାରେ ଆରମ୍ଭ ହୋଇସାରିଛି କଳିଙ୍ଗ ବାଲିଯାତ୍ରା ମହୋତ୍ସବ। ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। କଳିଙ୍ଗ ନୌବାଣିଜ୍ୟର ପରମ୍ପରା ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆ ଯାଇଛି। କଟକ ଐତିହାସିକ ବାଲିଯାତ୍ରା ଓ ଗୋପାଳପୁର ମହୋତ୍ସବ ଭଳି ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରାକୁ ସେହିଭଳି ଢଙ୍ଗରେ ପାଳିତ ହେଉଛି। ବାଲିଯାତ୍ରା ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ସନ୍ଧ୍ୟାରେ ବଲିଉଡ ଓ ଓଲିଉଡ଼ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି। ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କଳାକାରଙ୍କୁ ଆମନ୍ତ୍ରଣ ମଧ୍ୟ କରାଯାଇଛି। ଲୋକନୃତ୍ୟ, ସହିତ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି। ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କଳିଙ୍ଗାୟନ ତୌର୍ୟତ୍ରିକମର ଓଡ଼ିଶୀ ନୃତ୍ୟାଙ୍ଗନା ମାନେ ନିଜ ନିଜର ନୃତ୍ୟ ପରିବେଷଣ କରିଥିଲେ। କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟରେ ଝୁମିଥିଲେ ଦର୍ଶକ। ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନର…
ନୂଆଦିଲ୍ଲୀ: ବିଶେଷକରି ପରିବହନ, ଲଜିଷ୍ଟିକ୍ସ ଏବଂ ଭିତ୍ତିଭୂମି କ୍ଷେତ୍ର ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନକାରୀ ଭାବରେ ଗତି ଶକ୍ତି ବିଶ୍ୱବିଦ୍ୟାଳୟ (ଜିଏସଭି) ଦ୍ରୁତ ଗତିରେ ଉଭା ହୋଇଛି। ଏହାକୁ ଆଲୋକିତ କରି ଅଶ୍ୱିନୀ ବୈଷ୍ଣବ (ରେଳ, ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ) କହିଛନ୍ତି ଯେ, ଜିଏସଭି ଭାରତ ତଥା ବିଶ୍ୱର ସର୍ବୋତ୍ତମ ବିଶ୍ୱବିଦ୍ୟାଳୟ ଭାବରେ ଉଭା ହେବାକୁ ଯାଉଛି। ରେଳ, ବିମାନ ଚଳାଚଳ, ସାମୁଦ୍ରିକ ଇଞ୍ଜିନିୟରିଂ, ରାଜପଥ, ପରିବହନ, ଲଜିଷ୍ଟିକ୍ସ ଏବଂ ପ୍ରତିରକ୍ଷା କ୍ଷେତ୍ର ସମେତ ସମଗ୍ର ପରିବହନ ଏବଂ ଲଜିଷ୍ଟିକ୍ କ୍ଷେତ୍ର ପାଇଁ ଶିଳ୍ପ କ୍ଷେତ୍ରର ଆଭିମୁଖ୍ୟ ଏବଂ ନିଯୁକ୍ତି-ଆଧାରିତ ପାଠ୍ୟକ୍ରମ ଉପରେ ଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ। ଭାରତୀୟ ରେଲୱେ ମ୍ୟାନେଜମେଣ୍ଟ ସର୍ଭିସ (ଆଇଆରଏମଏସ) ଅଧିକାରୀଙ୍କ ସମସ୍ତ ନୂତନ ଭାବେ ନିଯୁକ୍ତି ପାଇଥିବା ଅଧିକାରୀମାନେ ସେମାନଙ୍କର ପରୀକ୍ଷାମୂଳକ ତାଲିମ ଗ୍ରହଣ କରିବେ, ଯାହାକି ସିଟିଆଇ, ଶକ୍ତି ଏବଂ ଶିଳ୍ପ କ୍ଷେତ୍ରରେ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଉପସଭାପତି ଶ୍ରୀଶାଶ୍ୱତୀ ଦାସଙ୍କୁ ‘ଫେମିନା ଆଚିଭର୍ସ ଇଷ୍ଟ -୨୦୨୪’ ସମ୍ମାନରେ ସମ୍ମାନୀତ କରାଯାଇଛି। ଦେଶର ଅଗ୍ରଣୀ ଇଂରାଜୀ ମହିଳା ପତ୍ରିକା ଫେମିନା ପକ୍ଷରୁ ଶ୍ରୀମତି ଦାସ ଙ୍କୁ ‘ଏକ୍ସଲେନ୍ସ ଇନ୍ ଇନ୍ସ୍ପିରେସ୍ନାଲ୍ ଲିଡରସିପ୍’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ଗତ ନଭେମ୍ବର ୧୫ ତାରିଖ ଦିନ କୋଲକାତା ଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ସମାଜରେ ସକାରାତ୍ମକ ପରିବର୍ତନ ଆଣିବାରେ ଅଗ୍ରଣୀ ଭୂମିକା ନେଇଥିବା ମହିଳାମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ବିଶେଷ କରି ପୂର୍ବ ଭାରତରେ ସମାଜର ବିଭିନ୍ନ ବର୍ଗରେ ଉନ୍ନତିମୂଳକ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ଅବସ୍ଥାପିତ ବ୍ରିଟିଶ ଡେପୁଟି ହାଇକମିଶନର ଡକ୍ଟର ଆଣ୍ଡ୍ରିୟୁ ଫ୍ଲେମିଂ ଏବଂ ଆଲାଏନ୍ସ ଫ୍ରାଂଚାଇଜି ଡୁ ବେଙ୍ଗାଲେ ର ନିର୍ଦ୍ଦେଶକ ନିକୋଲାସ ଫାସିନୋ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଏହି ସମ୍ମାନ…
ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବଗଡର ଧୋବଲିପଥରଠାରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସହିତ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ବିକଶିତ ଦେବଗଡ ସ୍ବପ୍ନ ସାକାର କରିବା ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ। କୃଷି ପ୍ରଧାନ ଜିଲ୍ଲା ଦେବଗଡରେ ଦୁଗ୍ଧ ଚାଷ, ମତ୍ସ୍ୟ ଚାଷ ଏବଂ ପଶୁପାଳନର ଅନେକ ସମ୍ଭାବନା ରହିଛି। ଆଗାମୀ ଦିନରେ ସମ୍ବଲପୁର ଗୋଶାଳାସ୍ଥିତ ଓମଫେଡ ପ୍ଲାଣ୍ଟର ସମ୍ପ୍ରସାରଣ କରାଯିବ। ଏହି ପ୍ଲାଣ୍ଟରୁ ପାଉଡର ଖିର, ଦହି, ଚକୋଲେଟ ଓ ପନିର ସମେତ ଖିରରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପଞ୍ଚାୟତରେ ସମବାୟ ସମିତି ଗଠନ କରାଯିବ। ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସ୍ଥାପନ ଦ୍ବାରା ଦେବଗଡ ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବା ସହ ଦୁଗ୍ଧ ଚାଷୀଙ୍କ ଆର୍ଥିକ ସମ୍ବଳ ସଶକ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ରାଜଧାନୀରେ ଆୟୋଜିତ ପ୍ରଥମ ସାମୁଦ୍ରିକ କାର୍ଯ୍ୟକ୍ରମ – ସାଗରମନ୍ଥନ, ମହାସାଗରର ବିତର୍କର ସଫଳ ଆୟୋଜନ ବିଷୟରେ ତାଙ୍କର ବାର୍ତ୍ତା ଦେଇଛନ୍ତି ମାନବ ଜାତିର ଏକ ସମୃଦ୍ଧ ଭବିଷ୍ୟତ ପାଇଁ ସହମତି ସୃଷ୍ଟି କରିବା ପାଇଁ ସାଗରମନ୍ଥନର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ ଦେଇଥିଲେ। ନାଇଜେରିଆରେ କ୍ୟାମ୍ପ ଅଫିସରୁ ପଠାଇଥିବା ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘‘ଭାରତ ମହାସାଗର ହେଉ କିମ୍ବା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ, ଏକ ମୁକ୍ତ, ଖୋଲା ଏବଂ ସୁରକ୍ଷିତ ସାମୁଦ୍ରିକ ନେଟୱର୍କ ପାଇଁ ଆମର ସ୍ୱପ୍ନ ସମଗ୍ର ବିଶ୍ୱରେ ପ୍ରତିଫଳିତ ହେଉଛି। ‘ଭାରତ ପ୍ରଶାନ୍ତ ମହାସାଗର ପ୍ରୟାସ’ ସାମୁଦ୍ରିକ ସମ୍ପଦକୁ ରାଷ୍ଟ୍ରଗୁଡ଼ିକର ଅଭିବୃଦ୍ଧିର ଏକ ପ୍ରମୁଖ ସ୍ତମ୍ଭ ଭାବରେ ପରିକଳ୍ପନା କରିଛି। ମହାସାଗର ଉପରେ ଏହି ଆଲୋଚନା ନିୟମ ଭିତ୍ତିକ ବିଶ୍ୱ ଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା ସହ ରାଷ୍ଟ୍ରମାନଙ୍କ ମଧ୍ୟରେ ଶାନ୍ତି, ବିଶ୍ୱାସ ଏବଂ ବନ୍ଧୁତା ବୃଦ୍ଧି…
ମେଷ ରାଶି: କର୍ମକ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ଏବଂ ବିଶ୍ୱାସ ପାଇବେ। ପାରିବାରିକ ବ୍ୟସ୍ତତା ରହିବ। ଅପ୍ରତ୍ୟାଶିତ ଖର୍ଚ୍ଚ ହେତୁ ଟେନସନ ହେବେ। ଆଶା କରାଯାଉଥିବା କାର୍ଯ୍ୟରେ ବିଳମ୍ବ ହେବ। ବୁଦ୍ଧିମାନ ଭାବରେ କାର୍ଯ୍ୟ କରନ୍ତୁ। ପରିବାର ସହିତ ସ୍ଥାନୀୟ ଧର୍ମସ୍ଥାନକୁ ଯାତ୍ରା କରିବେ। ସାଥୀ ସହିତ ମତଭେଦ ଦୂର ହେବ। ବୃଷ ରାଶି: ଲାଭ ପାଇଁ ସୁଯୋଗ ମିଳିବ। ଶତ୍ରୁ ଭୟଭୀତ ହେବେ। ଗ୍ରାହକ ବ୍ୟବସାୟରେ ଭଲ ହେବେ। କାର୍ଯ୍ୟ ଆଚରଣ, ସଚ୍ଚୋଟତା କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କଠିନ ପରିଶ୍ରମ କରିବା ଲାଭଦାୟକ ହେବ। ଚିନ୍ତା ରହିବ। ଶତ୍ରୁମାନେ ପରାସ୍ତ ହେବେ। ବ୍ୟବସାୟ ଯାତ୍ରା ସଫଳ ହେବ। ମିଥୁନ ରାଶି: ସମ୍ମାନ ପାଇବେ। ବ୍ୟବସାୟରେ ନୂତନ ଚୁକ୍ତିନାମା ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ମହିଳାମାନେ କଷ୍ଟ ପାଇପାରନ୍ତି। ବିବାଦ ଠାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟରେ ସଫଳତା, ଶତ୍ରୁମାନେ ପରାସ୍ତ ହେବେ। କାର୍ଯ୍ୟ ଚତୁରତାର ସହିତ କରନ୍ତୁ। ପେଟ ରୋଗରେ…
ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ନିଶୁଳ୍କ ଡାଏଲିସିସ୍ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଏହି ଡାଏଲିସିସ୍ କେନ୍ଦ୍ର ଦ୍ବାରା ରେଢାଖୋଲ ସମେତ ଆଖପାଖ ଅଞ୍ଚଳର ଲୋକମାନେ କିଡ୍ନୀ ରୋଗର ଚିକିତ୍ସା ସେବା ପାଇବା ସହ ବହୁଳ ଖର୍ଚ୍ଚରୁ ରକ୍ଷାପାଇବେ। ପୂର୍ବରୁ ଦେଶର ରାଜଧାନୀ କିମ୍ବା ବଡ ବଡ ସହରରେ ଡାଏଲିସିସ୍ କେନ୍ଦ୍ରର ବ୍ୟବସ୍ଥା ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଯୋଗୁ ଓଡିଶା ସମେତ ସମଗ୍ର ଦେଶରେ ସରକାରୀ ବ୍ୟବସ୍ଥାରେ ଡାଏଲିସିସ୍ କେନ୍ଦ୍ର ଖୋଲାଯିବା ସହ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି। ରେଢାଖୋଲ ଚିକିତ୍ସାଳୟରେ ଏହି ବ୍ୟବସ୍ଥା କରାଯାଇଥିବାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଢାଖୋଲଠାରେ ମହିମା ଧର୍ମର ମହାନ ପ୍ରଚାରକ…

