ଭୁବନେଶ୍ଵର: ସୂଚନା ଓ ଲୋକ ସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ, (କଟକ) ଉପନିର୍ଦ୍ଦେଶକ ହେମନ୍ତ କୁମାର ନାୟକ ବୁଧବାର ଦିନ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଆସି କେନ୍ଦ୍ରାପଡ଼ା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ପରିଦର୍ଶନ ନିମନ୍ତେ ପହଞ୍ଚି ଥିଲେ। ଏହି ଅବସରରେ ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଏବଂ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ପୁଷ୍ପ ଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ। କାର୍ଯ୍ୟାଳୟ ପରିଦର୍ଶନ ଅବସରରେ ସେ ବିଭିନ୍ନ ନଥିପତ୍ର, ଫାଇଲ ଓ ରେକର୍ଡସ ଇତ୍ୟାଦି ତନଖି କରିବା ସହ କାର୍ଯ୍ୟାଳୟ ଗୃହ ବୁଲି ଦେଖିଥିଲେ ଓ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ। ଭରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବଳିଆରସିଂହ କାର୍ଯ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଏହାର ସମାଧାନ ଦିଗରେ ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ପ୍ରତିଶୃତି…
Author: SM Network
ଭୁବନେଶ୍ଵର: ମାଲକାନଗିରି ଜିଲ୍ଲାର ଏମ.ଭି-୭୯ ଥାନା ଅନ୍ତର୍ଗତ ଜିନେଲଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗତକାଲି ବିଳମ୍ବିତ ରାତ୍ରିରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମାଓବାଦୀର ମୁତ୍ୟୁ ଘଟିଥିବା ବେଳେ ଜଣେ ଡିଭିଏଫ ଯବାନ ଆହତ ହୋଇଥିବା ଜଣାପଡିଛି। ଏଥିସହ ଘଟଣାସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ କରାଯାଇଥିବା ଜଣାପଡିଛି। ଛତିଶଗଡରୁ କିଛି ମାଓବାଦୀ ମାଲକାନଗିରି ଜିଲ୍ଲାକୁ ପ୍ରବେଶ କରିବାର ଆଶଙ୍କା ଥିବା ଖବର ପାଇ ଏସ.ଓ.ଜି ଓ ଡି.ଭି.ଏଫ ବାହିନୀ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା। ଜିଲ୍ଲାର ଜିନେଲଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀମାନେ ପଶୁଥିବା ବେଳେ ଜବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଯବାନଙ୍କ ଉପରେ ଗୁଳିଚାଳନା କରିଥିଲେ। ଏହାପରେ ଯବାନମନେ ମଧ୍ୟ ଏହାର ପାଲଟା ଜବାବ ଦେଇ ଗୁଳି ଚାଳନା କରିଥିଲେ। ଏଥିରେ ଜଣେ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ଜଣେ ଡି.ଭି. ଏଫ ଯବାନ ଆହତ ହୋଇଥିବା ଜଣାପଡିଛି।…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅର୍ନ୍ତଗତ ବନ୍ଧାଗୁଡା ଗ୍ରାମ ବିଦ୍ୟାଳୟ ନିକଟରେ ଏକ ବୋଲେରୋ ଗାଡ଼ିରେ କିଛି ଯୁବକ ଆସି ଅନନ୍ତ ପଟ୍ଟନାୟକ ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ସୁଚନା ଅନୁଯାୟୀ ଅପରାଧ ଜଗତରେ ଚହଳ ସୃଷ୍ଟି କରିଥିବା ନିହତ ଯୁବକ ଅନନ୍ତ ଜଣେ ପୁରୁଣା ଅପରାଧୀ ଓ ତାଙ୍କ ନାମରେ ଆସ୍କା ଅଞ୍ଚଳର ୧୦ ଟି ଥାନାରେ ୨୫ ରୁ ଅଧିକ ମକଦ୍ଦମା ରହିଥିବା ଜଣାପଡିଛି। ସେ ଘରୁ ଅଲଗା ହୋଇ ରହୁଥିବା ତାଙ୍କ ପିତା ଠାରୁ ପ୍ରକାଶ। ଗତକାଲି ରାତିରେ ଦୁଇ ବନ୍ଧୁଙ୍କ ସହ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ଆକ୍ରମଣକାରୀ ଯୁବକମାନେ ପଛରୁ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଜୀବନ ବିକଳରେ ଅନ୍ୟ ଦୁଇ ବନ୍ଧୁ ଘଟଣାସ୍ଥଳରୁ ଦୌଡ଼ି ପଳେଇ ନିକଟସ୍ଥ ଶେରଗଡ଼ ଥାନାରେ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ…
ଭୁବନେଶ୍ଵର: ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ। କଟକ ସାଂସଦ ତଥା ଡ. ହରେକୃଷ୍ଣ ମହତାବଙ୍କ ପୁତ୍ର ଭର୍ତ୍ତୃହରି ମହତାବ ମଧ୍ୟ ଓଡ଼ିଶାର ଏହି ଗୌରବଙ୍କ ପ୍ରଭାବ ଓ ପରମ୍ପରାକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଡକ୍ଟର ହରେକୃଷ୍ଣ ମହତାବଙ୍କ ସମ୍ମାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକ ସ୍ବତନ୍ତ୍ର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂଶାସିତ ଅନୁଷ୍ଠାନ ସାହିତ୍ୟ ଏକାଡେମୀ ଆସନ୍ତାକାଲିର କାର୍ଯ୍ୟକ୍ରମରେ ଉନ୍ମୋଚନ ପାଇଁ ଓଡ଼ିଆରେ ମୋନୋଗ୍ରାଫ୍, ଗାଁ ମଜଲିସର ଇଂରାଜୀ…
ଛତ୍ରପୁର: ଗଞ୍ଜାମ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା ଆଜି ଛତ୍ରପୁର ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ସ୍ଥିତ ଋଷିକୂଲ୍ୟାନଦୀ ନିକଟରେ ନିର୍ମାଣ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହିତ ଏହାର ଅଗ୍ରଗତି ସମ୍ବନ୍ଧରେ ବିଭିନ୍ନ ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟ ଅନୁସାରେ ଶେଷ କରିବା ନିମନ୍ତେ ବିଭାଗର ଅଧିକାରୀଙ୍କୁ ସିଡିଓ ପରାମର୍ଶ ଦେଇଥିଲେ। ଏହି ଅବସରରେ ଜଳ ଓ ପରିମଳ ବିଭାଗ ର ନିର୍ବାହୀ ଯନ୍ତ୍ରୀ ବିକାଶ କୁମାର ପତି, ଏସଡ଼ିଓ ରିତେଶ କୁମାର, ଛତ୍ରପୁର ବ୍ଲକ ର ଭାରପ୍ରାପ୍ତ ବିଡ଼ିଓ ଜୟଶ୍ରୀ ନାୟକ, ବ୍ଲକ ନିର୍ବାହୀ ଯନ୍ତ୍ରୀ ଇଂ ଲଗ୍ନଜିତ ସାହୁ, ଜଳ ଓ ପରିମଳ ବିଭାଗ ର ଛତ୍ରପୁର ବ୍ଲକ କନିଷ୍ଟ ଯନ୍ତ୍ରୀ କମଳ ଲୋଚନ ନାୟକ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଛତ୍ରପୁର ବ୍ଲକର ୧୮…
ନୂଆଦିଲ୍ଲୀ: ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ଉତ୍ସବ ସହକାରେ ପାଳନ କରିବା ପାଇଁ ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ଗୃହ ଓ ସମବାୟ ବ୍ୟାପାର ମନ୍ତ୍ରୀ ଅମିତ୍ ଶାହ ଅଧ୍ୟକ୍ଷ ଭାବରେ ରହିଛନ୍ତି। କମିଟିର ଅନ୍ୟ ପ୍ରମୁଖ ସଦସ୍ୟମାନଙ୍କ ଭିତରେ ରହିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳବାଇ, ସୂଚନା ଏବଂ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ଭର୍ତ୍ତୃହରି ମହତାବ, ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ପୁସ୍ତକାଳୟର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର, ଗୃହ ସଚିବ ଗୋବିନ୍ଦ ମୋହନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଯାଜୁ, ସଂସ୍କୃତି ସଚିବ, ଅରୁନିଶ୍ ଚାୱଲା, ଏବଂ ପିଏମ୍ଓ ଆର୍ଥିକ ପରାମର୍ଶ ପରିଷଦ…
ଛତ୍ରପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲାଇଟ ଏଣ୍ଡ ସାଉଣ୍ଡର ମାଲିକ ଓ ଅପରେଟର ମାନେ ବୁଧବାର ନିଜ ପେଟପାଟଣାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରସ୍ଥ ହୋଇଛନ୍ତି। ନିଜେ ବଂଚିବା ସହିତ ନିଜ ବ୍ୟବସାୟ କୁ ବଞ୍ଚାଇବା ନିମନ୍ତେ ବିଭିନ୍ନ ବ୍ୟାଙ୍କରୁ ଋଣ ଏବଂ ହାତ କରଜ ଆଣି ନିଜ ନିଜ ବ୍ୟବସାୟୀ ଆରମ୍ଭ କରିଥିଲେ,ମାତ୍ର ଶେଷରେ ସେମାନଙ୍କ ବ୍ୟବସାୟୀ କରିବା ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା କରାଯାଉଛି, ଯାହାଫଳ ରେ ସେମାନେ ଜୀବିକା ହରାଇବାର ସମ୍ଭାବନା ରହିଛି। ଏଣୁ ସେମାନଙ୍କ ସମସ୍ୟା ଗୁଡିକ ସମାଧାନ କରିବା ନିମନ୍ତେ ଲାଇଣ୍ଡ ଏଣ୍ଡ ସାଉଣ୍ଡ ମାଲିକ ଓ ଅପରେଟ ମାନେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ଭେଟି ଅନୁରୋଧ କରିଛନ୍ତି। ଜନସାଧାରଣଙ୍କ ଅସୁବିଧାକୁ ଏଡ଼ାଇବା ପାଇଁ ସାଉଣ୍ଡ ସିଷ୍ଟମକୁ କମ୍ ପରିମାଣରେ ପରିଚାଳନା କରିବାକୁ ମଧ୍ୟ ସେମାନେ କହିଛନ୍ତି। ଏହି ଦ୍ୱାରା ସ୍ଥାନୀୟ ବାସିନ୍ଦା ମାନଙ୍କ କୋଣସି ଅସୁବିଧା ହେବନି,…
ଭୁବନେଶ୍ଵର: ନୂଆପଡା ଜିଲ୍ଲା ଖଡିଆଳ ଲାଲ ସାହେବ ପଡ଼ା ଠାରେ ବୁଧବାର ଦିବ୍ୟ ଅନୁଭୂତି ଭବନ ଶୁଭ ଉଦ୍ଘାଟନ ହୋଇଯାଇଅଛି। ଏହି ଦିବ୍ୟ ଅନୁଭୂତି ଭବନ କୁ ରାଜଯୋଗୀ ବି ଆର ସୁରଜ୍ ଜୀଙ୍କ ଦ୍ବାରା ଉଦ୍ଘାଟିତ ହୋଇଥିବା ବେଳେ ଖଡିଆଳ ବିଧ୍ୟାୟକ୍ ଅଧିରାଜ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ଖଡିଆଳ ତହସିଲଦାର ନରସିଂହ ଗଡ଼ବା ଅକ୍ଷୟ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଆତ୍ମା ପରମାତ୍ମାର ମିଳନ ନେଇ ଆନ୍ତର୍ଜାତିକ ମୁଖ୍ୟ କାର୍ଯ୍ୟାଳୟ ମାଉଣ୍ଟଟାବୁରୁ ଆସିଥିବା ରାଜଯୋଗୀ ବି ଆର ସୁରଜ୍ ଜୀ ଯୋଗ ଦେଇ ଜୀବନ, ମୃତ୍ୟୁ ଏବଂ ପୁନର୍ଜନ୍ମ,ବର୍ତ୍ତମାନ ବିଷୟ ନେଇ ସମୀକ୍ଷା କରିଥିଲେ। ଆତ୍ମହତ୍ୟା ଭଳି ନକାରାର୍ତ୍ମକ ଚିନ୍ତା ଏବଂ ଚେତନା ନେଇ ଯୁବ ପୀଢ଼ି ନିଜ ଜୀବନ ସହ ଖେଳ ଖେଳୁଛନ୍ତି। ଯାହାକି ମହାପାପ ଅଟେ। ତେଣୁ ଶାନ୍ତି ର ଅନ୍ୱେଷଣ କରିବାକୁ ଯାଇ ସରଳ ନିଷ୍କପଟ ଜୀବନ…
ମେଷ: ଆଜି ଆପଣ ଆପଣଙ୍କର ପ୍ରିୟ ଖାଦ୍ୟର ଆନନ୍ଦ ପାଇବେ। ସୃଜନଶୀଳ କାର୍ଯ୍ୟରେ ସଫଳ ହେବେ। ବ୍ୟବସାୟରେ ବ୍ୟସ୍ତ ରହିବେ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ପରିବାରର ଚିନ୍ତା ହେବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ପ୍ରଭାବଶାଳୀ ଲୋକଙ୍କୁ ପରିଚିତ କରାଇବା। ଲଜ୍ଜିତ ହୁଅନ୍ତୁ ନାହିଁ। ଏକ ଉପଭୋଗ୍ୟ ଯାତ୍ରା ଆୟୋଜିତ ହୋଇପାରିବ। ବୃଷ: ବିପଦ ଏବଂ ସୁରକ୍ଷା କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ। ଶୋକ ଖବର ମିଳିପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ବ୍ୟବସାୟରେ ଅନୁକୂଳ ଲାଭ ହେବ। ଆୟ ରହିବ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। କଠିନ ପରିଶ୍ରମ ଅଧିକ ହେବ। ମିଥୁନ: ଆପଣ ଉତ୍ସାହ ଏବଂ ଖୁସିରେ କାମ କରିବାକୁ ସମର୍ଥ ହେବେ। କୌଣସି ବଡ଼ କାର୍ଯ୍ୟ ହେତୁ ସୁଖ ବୃଦ୍ଧି ପାଇବ। ଉପହାର ଗ୍ରହଣ କରାଯିବ। ବେକାରୀ…
ଭୁବନେଶ୍ଵର: ରାଜ୍ୟ ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି କଟକ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ଏବଂ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏଥିସହିତ ଶ୍ରୀ ମହାପାତ୍ର ବାରଙ୍ଗ ବ୍ଲକ୍ ନରଣପୁର ଠାରେ ସୁଲଭ ଗୃହ ପ୍ରକଳ୍ପ ଗୃହ ବଣ୍ଟନ କରିଥିଲେ। ୮୭୦ଜଣଙ୍କୁ ସୁଲଭ ଗୃହ ଏବଂ ଇଡବ୍ଲୁଏସ ଗୃହ ଆବଣ୍ଟନ ପତ୍ର ଓ ଚାବି ବିତରଣ କରିଥିଲେ। ଶ୍ରୀ ମହାପାତ୍ର କହିଛନ୍ତି, ରାଜ୍ୟ ସରକାର ସ୍ୱଳ୍ପ ଖର୍ଚ୍ଚରେ ଘର ଯୋଗାଇବା ପାଇଁ ସଂକଳ୍ପବଦ୍ଧ ଏଥି ପାଇଁ ସ୍ୱଳ୍ପ ବେତନ ପାଉଥିବା କର୍ମଚାରୀମାନେ ଉପକୃତ ହୋଇ ପାରିବେ। ପ୍ରାରମ୍ଭରେ ସିଡିଏ ଉପାଧ୍ୟକ୍ଷ ଅନାମ ଚରଣ ପାତ୍ର ସ୍ଵାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଇଞ୍ଜିନିୟରିଂ ମେମ୍ବର ଅତନୁ କୁମାର ସାମନ୍ତ, ପ୍ଳାନିଂ ମେମ୍ବର ଏମ. କ୍ୟୁ ଅଲ୍ଲୀ, ପୂର୍ବତନ ଜିଲ୍ଲା…
ପୁରୀ: ବଲିଉଡ଼ର ପ୍ରଖ୍ୟାତ ଗାୟକ ସୋନୁ ନିଗମ ଆଜି ପୁରୀ ଆସିଥିବା ବେଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ପାର୍ଶ୍ଵ ଦେବଦେବୀ ମନ୍ଦିରକୁ ଯାଇ ମଧ୍ୟ ଦର୍ଶନ କରିଥିଲେ। ସୋନୁ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ସିଂହଦ୍ୱାର ସମ୍ମୁଖରେ ସେବାୟତ ମାନେ ମହାପ୍ରଭୁଙ୍କ ଖଣ୍ଡୁଆ ପ୍ରଦାନ କରି ସ୍ୱାଗତ କରିଥିଲେ। ସୋନୁ ଶ୍ରୀମନ୍ଦିରରେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ରହିଥିବା ବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ତେବେ କଟକ ବାଲିଯାତ୍ରା ଉତ୍ସଭରେ ଯୋଗଦାନ ପାଇଁ ସୋନୁ ଓଡିଶା ଆସିଥିବା ବେଳେ ଆଜି ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।
ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୁଲିସ ବିଭାଗରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ୭ ଟି ଥାନାରେ ନୂତନ ଥାନା ଅଧିକାରୀ ଆସିବେ। ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ ଙ୍କୁ ଗଞ୍ଜାମ ଆରକ୍ଷୀ ମୁଖ୍ୟାଳୟ କୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଗଞ୍ଜାମ ଆରକ୍ଷୀ ମୁଖ୍ୟାଳୟ ରେ ଥିବା ରମେଶ କୁମାର ପ୍ରଧାନ ଦାୟିତ୍ୱ ନେବେ। ସେହିପରି ଗାଙ୍ଗପୁର ଥାନା ଅଧିକାରୀ ରାଜେଶ କୁମାର ସାହୁ ଙ୍କୁ ପୁରୁଷୋତ୍ତମପୁର ଥାନା କୁ ବଦଳି,ଗଞ୍ଜାମ ଆରକ୍ଷୀ ମୁଖ୍ୟାଳୟ ରେ ଥିବା ସନ୍ତୋଷ କୁମାର ବେହେରା ଙ୍କୁ ବଡ଼ଗଡ଼ ବଦଳି, ବଡ଼ଗଡ଼ ଥାନା ଅଧିକାରୀ ସନ୍ଧ୍ୟାରାଣୀ ସିଂହଙ୍କୁ ଗଞ୍ଜାମ ଆରକ୍ଷୀ ମୁଖ୍ୟାଳୟ, କବିସୂର୍ଯ୍ୟନଗର ଥାନା ଅଧିକାରୀ ସୁଧୀର କୁମାର ସାହୁଙ୍କୁ ସୋରଡ଼ା, ସୋରଡ଼ା ଥାନା ଅଧିକାରୀ ଅନିଲ କୁମାର ପରିଡାଙ୍କୁ ବେଗୁନିଆପଡା, ବୁଗୁଡ଼ା ଥାନା ଅଧିକାରୀ ପ୍ରଭାତ ରଞ୍ଜନ ମହାନ୍ତିଙ୍କୁ କବିସୂର୍ଯ୍ୟନଗର, ବେଗୁନିଆପଡା ଥାନା ଅଧିକାରୀ ସମୀର କୁମାର ରାଉତଙ୍କୁ…
ନୂଆଦିଲ୍ଲୀ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ (ପିଏମଏୱାଇ- ଜି)ର ଅଷ୍ଟମ ବାର୍ଷିକୀ ଅବସରରେ ଆଜି ଆବାସ ଦିବସ ୨୦୨୪ ପାଳନ କରାଯାଉଛି। ୨୦୧୬ ନଭେମ୍ବର ୨୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଆଗ୍ରା ଠାରେ ଦୂରଦର୍ଶୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ- ଜି)ର ଶୁଭାରମ୍ଭ କରିଥିଲେ। ସମସ୍ତଙ୍କ ପାଇଁ ଆବାସ ହାସଲ କରିବା ଦିଗରେ ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ଏହି ପ୍ରମୁଖ ଯୋଜନା ଦର୍ଶାଉଛି। ପିଏମଏୱାଇ- ଜିର ପ୍ରମୁଖ ବୈଶିଷ୍ଟ୍ୟ ଏବଂ ଉପଲବ୍ଧି ପିଏମଏୱାଇ- ଜି ମାର୍ଚ୍ଚ ୨୦୨୯ ସୁଦ୍ଧା ସମସ୍ତ ଯୋଗ୍ୟ ଗୃହହୀନ ପରିବାର ଏବଂ କଚ୍ଚା କିମ୍ବା ଜରାଜୀର୍ଣ୍ଣ ଘରେ ରହୁଥିବା ଲୋକଙ୍କୁ ଅତ୍ୟାବଶ୍ୟକ ସୁବିଧା ସହିତ ପକ୍କା ଘର ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି। ୨୦୨୪- ୨୯ ଆର୍ଥିକ ବର୍ଷ ପାଇଁ ମୋଟ ୩,୦୬,୧୩୭ କୋଟି ଟଙ୍କା ବ୍ୟୟ ବରାଦ ସହ ଏହି ଯୋଜନାକୁ ସମ୍ପ୍ରସାରଣ କରାଯାଇଛି ଏବଂ ଏହି ଯୋଜନାକୁ…
ନୂଆଦିଲ୍ଲୀ: ମହାରାଷ୍ଟ୍ରର 288 ଟି ସିଟ୍ ଏବଂ ଝାଡ଼ଖଣ୍ଡର 81 ଟି ସିଟ୍ (ଦୁଇଟି ପର୍ଯ୍ୟାୟ) ରେ ଭୋଟ୍ ଶେଷ ହୋଇଛି। ନଭେମ୍ବର 23 ତାରିଖରେ ଫଳାଫଳ ଆସିବ। କିନ୍ତୁ ଏହାପୂର୍ବରୁ ସମସ୍ତ ଏକଜିଟ୍ ପୋଲର ଫଳାଫଳ ସାମ୍ନାକୁ ଆସିଛି। ମହାରାଷ୍ଟ୍ର ପାଇଁ ଏପର୍ଯ୍ୟନ୍ତ 8 ଟି ଏକଜିଟ୍ ପୋଲ୍ ହୋଇଛି। ଅଧିକାଂଶ ଏକଜିଟ୍ ପୋଲରେ ବିଜେପି ର ମହାୟୁତୀ ସରକାର ଗଠନ ହେବାର ପୂର୍ବାନୁମାନ କରାଯାଇଛି। କେବଳ ଗୋଟିଏ ଏକଜିଟ୍ ପୋଲ୍ ଦର୍ଶାଇଛି ଯେ, ମହାରାଷ୍ଟ୍ରରେ MVA ସଂଖ୍ୟାଗରିଷ୍ଠତା ହାସଲ କରୁଛି। ଅନ୍ୟପକ୍ଷରେ ଝାଡ଼ଖଣ୍ଡ ପାଇଁ ଏକଜିଟ୍ ପୋଲର ଫଳାଫଳ ଆସିଛି। ଏଥିମଧ୍ୟରୁ ଏନଡିଏ ସରକାର ଗଠନ ହେଉଥିବା ଜଣାପଡିଛି। ଝାଡ଼ଡଖଣ୍ଡ ପାଇଁ କେବଳ ଆକ୍ସିସ ମାଇ ଇଣ୍ଡିଆ ଏହାର ଏକଜିଟ୍ ପୋଲରେ INDIA ମେଣ୍ଟ ସଂଖ୍ୟାଗରିଷ୍ଠତା ଦେଖାଇଛି। ମହାରାଷ୍ଟ୍ର ପାଇଁ ଏକଜିଟ୍ ପୋଲ୍: (ମୋଟ ଆସନ 288) ମ୍ୟାଟ୍ରିଜ: – ବିଜେପି+ = 150 ରୁ 170 -…
ନୂଆଦିଲ୍ଲୀ/ ଭୁବନେଶ୍ୱର: ତାଳ ଓ ଖଜୁରୀରୁ ପ୍ରସ୍ତୁତ ଗୁଡ଼ ହେଉଛି ଏକ ପାରମ୍ପରିକ ଖାଦ୍ୟ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥିବାରୁ ବର୍ତ୍ତମାନ ସମୟରେ ଏହାର ଭଲ ଚାହିଦା ରହିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ‘ଓଡ଼ିଶା ମଣ୍ଡପ’ରେ ଏହି ଖଜୁରୀ ଗୁଡ଼ ଏକ ପ୍ରମୁଖ ଆକର୍ଷଣ ପାଲଟିଛି। ଓଡ଼ିଶା ମଣ୍ଡପରେ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲରେ ଖଜୁରୀ ଗୁଡ଼ ପ୍ରଦର୍ଶନ ଓ ବିକ୍ରି କରାଯାଉଛି। ତା’ସହିତ ତାଳ ଓ ଖଜୁରୀ ଗଛର ପତ୍ରରୁ ପ୍ରସ୍ତୁତ ବିଭିନ୍ନ ଘରୋଇ ଉପକରଣ ମଧ୍ୟ ଏଠାରେ ବିକ୍ରି କରାଯାଉଛି। ଦେଶ ବିଦେଶରୁ ଆସୁଥିବା ଦର୍ଶକମାନେ ଏହାକୁ ଆଗ୍ରହର ସହ କିଣୁଛନ୍ତି।ମଙ୍ଗଳବାର ସୁଦ୍ଧା ଏହି ଷ୍ଟଲରେ ୩୫ ହଜାର ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି। ‘‘ଖଜୁରୀ ଗୁଡ଼ ସ୍ୱାସ୍ଥ୍ୟ ପାଇଁ ଭଲ। ତେଣୁ ପ୍ରତିବର୍ଷ ଆମେ ବାଣିଜ୍ୟ ମେଳାରୁ…
ଖୋର୍ଦ୍ଧା: ପର୍ଯ୍ୟଟନ ୠତୁ ଚାଲିଛି। ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ପକ୍ଷୀ ବିହାର, ନୌବିହାର, ମା କାଳିଜାଇଙ୍କ ଦର୍ଶନ ପାଇଁ ଦୈନନ୍ଦିନ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି।ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବାଲୁଗାଁ ତଥା ବଡ଼କୁଳ ପାନ୍ଥନିବସ ଅନ୍ତର୍ଗତ ବିଭିନ୍ନ ମୋଟର ବୋଟ ଆସୋସିଏସନ ପକ୍ଷରୁ ପ୍ରୟାସ ଜାରି ରହିଛି। ଏପରିକି ପର୍ଯ୍ୟଟକଙ୍କ ଆତିଥେୟ, ସୁରକ୍ଷା, ନୌବିହାର ଓ ଗାଇଡ଼ ଉପରେ ଆସୋସିଏସନ ଓ ନୌଚାଳକ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି। ମାତ୍ର ପର୍ଯ୍ୟଟନ ସ୍ଥଳୀରେ ଅନେକ ସମୟରେ ପର୍ଯ୍ୟଟକ,ମସ୍ୟଜୀବୀ,ନୌଚାଳକ ତଥା ସ୍ଥାନୀୟ ଲୋକମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଏ ନେଇ କାଳିଜାଇ ମୋଟର ବୋଟ ଆସୋସିଏସନ ପକ୍ଷରୁ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ସଚିବ ଏବଂ ଜିଲ୍ଲା ପ୍ରଶାସନକୁ ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଯାହାକି ଚିଲିକା କୁଳ ଜେଟି ଓ ମା କାଳିଜାଇ ମନ୍ଦିର ନିକଟରେ…
ନୂଆଦିଲ୍ଲୀ: ଏକ ସୁସ୍ଥ ପୃଥିବୀ ହିଁ ଏକ ଉତ୍ତମ ପୃଥିବୀ ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବା ପାଇଁ ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ଏହି ପରିପ୍ରେକ୍ଷୀରେ ଭାରତ ବିଶ୍ୱସ୍ତରୀୟ ଉଦ୍ୟମକୁ ଆହୁରି ମଜବୁତ କରିବ ବୋଲି ସେ ଗୁରୁତ୍ୱ ଦେଇ କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଏଡାନୋମ୍ ଘେବ୍ରେୟେସସ୍ଙ୍କ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ ଲେଖିଛନ୍ତି: “ପ୍ରିୟ ତୁଳସୀ ଭାଇ, ଏକ ପୃଥିବୀ ହିଁ ଏକ ଉତ୍ତମ ପୃଥିବୀ। ଏହି କ୍ଷେତ୍ରରେ ଭାରତ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବା ପାଇଁ ମଧ୍ୟ ଆମେ ପ୍ରାଥମିକତା ଦେଉଛୁ। ଏଥିସହିତ, ଆମେ ଏ ଦିଗରେ ବିଶ୍ୱସ୍ତରୀୟ ଉଦ୍ୟମକୁ ମଜବୁତ କରିବୁ।
ନୂଆଦିଲ୍ଲୀ: ବ୍ରାଜିଲର ରିଓ ଡି ଜେନେରୋଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ସାର୍ କିର୍ ଷ୍ଟାର୍ମରଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ପରେ ଆମେ ନୂତନ ବର୍ଷରେ ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ଆଲୋଚନା ପୁନଃ ଆରମ୍ଭ କରିବାକୁ ବ୍ରିଟେନ ଦ୍ୱାରା କରାଯାଇଥିବା ଘୋଷଣାକୁ ସ୍ୱାଗତ କରୁଛୁ। ଏକ ସନ୍ତୁଳିତ, ଆପୋସ ଲାଭଦାୟକ ଏବଂ ଭବିଷ୍ୟ ଉନ୍ମୁଖୀ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ସୁରକ୍ଷିତ କରିବାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭାରତ ଅବଶିଷ୍ଟ ପ୍ରସଙ୍ଗଗୁଡ଼ିକୁ ଆପୋସ ସନ୍ତୁଷ୍ଟି ପାଇଁ ସମାଧାନ କରିବା ଲାଗି ବ୍ରିଟେନର ଆଲୋଚନାକାରୀ ଦଳ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଆଗ୍ରହୀ। ୨୦୨୫ ପ୍ରାରମ୍ଭରେ ମୁକ୍ତ ବାଣିଜ୍ୟ ଆଲୋଚନା ପାଇଁ ତାରିଖ କୁଟନୀତିକ ମାଧ୍ୟମରେ ଶୀଘ୍ର ଚୂଡ଼ାନ୍ତ କରାଯିବ। ଏଫଟିଏ ଆଲୋଚନା ପୂର୍ବରୁ ହୋଇଥିବା ଅଗ୍ରଗତିରୁ ଆଲୋଚନାକୁ ପୁନଃ ଆରମ୍ଭ କରିବ ଏବଂ ବାଣିଜ୍ୟ ଚୁକ୍ତିକୁ ତ୍ବରାନ୍ବିତ କରିବା ପାଇଁ ବ୍ୟବଧାନକୁ…
ନୟାଗଡ଼: ଜିଲ୍ଲା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ତରଫରୁ ନିର୍ମାଣ ଶ୍ରମିକ, ଅଣସଂଗଠିତ ଶ୍ରମିକମାନଙ୍କୁ ସଶକ୍ତ କରିବା ନିମନ୍ତେ ଏବଂ ତାଙ୍କର ପାରିବାରିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସେମାନଙ୍କୁ ଦ୍ବି-ପାକ୍ଷିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଦ୍ୱାରା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୭୫ଜଣ ଆବେଦନକାରୀଙ୍କୁ ସର୍ବମୋଟ୍ ୬୮ଲକ୍ଷ ୬୩ ହଜାର ୮୦୦ଟଙ୍କାର ସହାୟତା ରାଶି ସିଧା ଆବେଦନକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି। ଏହି ଅବସରରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ ତରଫରୁ ୪ଜଣଙ୍କୁ ବିବାହକାଳୀନ ସହାୟତା ବାବଦରେ ୯୦ହଜାର ଟଙ୍କା, ୨୮ଜଣ ମୃତ୍ୟୁବରଣ କରିଥିବା ହିତାକାରୀଙ୍କ ଉତ୍ତରାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ୫ଲକ୍ଷ ୬ହଜାରଟଙ୍କା, ୨୨ଜଣ ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କ ଉତ୍ତରାଧିକାରୀଙ୍କୁ ଅନ୍ତେଷ୍ଟିକ୍ରିୟା ବାବଦରେ ୧ଲକ୍ଷ ୧୦ହଜାରଙ୍କା ଏବଂ ୧୭ଜଣ ହିତାଧିକାରୀଙ୍କ ପିଲା ପାଠ ପଢ଼ିବା ପାଇଁ ଶିକ୍ଷା ସହାୟତା ବାବଦରେ ୧ଲକ୍ଷ ୫୩ହଜାର ୮୦୦ଟଙ୍କା ପ୍ରଦାନ କରାଯାଇଥିଲା।…
କେନ୍ଦ୍ରାପଡା: ପୌରସଂସ୍ଥାର ଜମିକୁ ଯୋର ଜବର ଦଖଲ କରି ବେଆଇନ୍ ଭାବେ ଦୀର୍ଘଦିନ ଧରି ଗ୍ରୁହ ନିର୍ମାଣ କରି ଛୋଟ, ମୋଟ ଦୋକାନୀ ମାନେ ଦୋକାନ ଘରକରି ବେପାର ବଣିଜ କରି ଆସୁଥିଲେ। ଯାହା ଫଳରେ ଉକ୍ତ ସ୍ଥାନରେ ପ୍ରତିଦିନ କିଛିନା କିଛି ଦୂର୍ଘଟ୍ଟଣା ସମେତ ଟ୍ରାଫିକ୍ ସମସ୍ୟା ମଧ୍ୟ ଉପୁଜୁଥିବା ଘଟ୍ଟଣା ବିଷୟରେ ବାରମ୍ବାର ପୌରସଂସ୍ଥା ନିକଟରେ ଅଭିଯୋଗ ହୋଇ ଆସୁଥିଲା। ପୌରସଂସ୍ଥା ପକ୍ଷରୁ ଦୋକାନୀ ମାନଙ୍କୁ ଜବର ଦଖଲ କରି ସେହି ସ୍ଥାନରେ ସମ୍ପୁର୍ଣ୍ନ ବେଆଇନ୍ ଭାବେ ନିର୍ମାଣ କରିଥିବା ଦୋକାନଘର ଗୁଡିକୁ ତୁରନ୍ତ ଭାଂଗି ଅନ୍ୟତ୍ର ନେବା ପାଇଁ ସରକାରୀ ସ୍ତରରେ ତିନି ତିନିଥର ନୋଟିସ୍ ମଧ୍ୟ ଜାରି କରାଯାଇଥିଲା। ୩ଦିନ ପୂର୍ବରୁ ମଧ୍ୟ ଅନ୍ୟ ଏକ ନୋଟିସ ଜାରି କରାଯାଇଥିବା ପୌରଅଧିକାରୀ ସୂଚନା ଦେଇ କହଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରୀ କରାଯାଇଥିବା ନୋଟିସ ଗୁଡିକୁ ହେ ଗ୍ୟାନ୍ ମନେକରି ଜବର ଦଖଲ ଘର ଗୁଡିକୁ…
ମାଲକାନଗିରି: ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ରାଜ୍ୟ ପର୍ଯ୍ୟଟନ କମିଶନରଙ୍କୁ ପତ୍ର ଲେଖିଛନ୍ତି। ଜିଲ୍ଲାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବହୁ ସ୍ଥାନ ରହିଥିବା ବେଳେ ଏହାର ବିକାଶ କରାଗଲେ ଅନେକ ପର୍ଯ୍ୟଟକ ଆକୃଷ୍ଟ ହେବେ। ଏଣୁ ଜିଲ୍ଲାର ଚିତ୍ରକୋଣ୍ଡା, ବାଲିମେଳା, ମୋଟୁ, ସତୀଗୁଡା, ସୀତାକୁଣ୍ଡ, ଆମାକୁଣ୍ଡ ଓ ମୋଟୁ ଅଞ୍ଚଳର ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି ବିକାଶ ସହ ଉନ୍ନତିକରଣ କରିବାକୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି। ଏହି ସମସ୍ତ ପର୍ଯ୍ୟଟନ ସ୍ଥଳୀର ବିକାଶ ହେଲେ ଅନେକ ପର୍ଯ୍ୟଟକ ମାଲକାନଗିରି ଜିଲ୍ଲା ପ୍ରତି ଆକୃଷ୍ଟ ହେବେ। ଏଣୁ ଏଗୁଡିକର ବିକାଶ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ସହ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ସାଂସଦ ଶ୍ରୀ ମାଝୀ ଅନୁରୋଧ କରିଛନ୍ତି।

