Author: SM Network

ମୁମ୍ବାଇ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ, ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ ଏବଂ ଏନସିପି (ଏସ୍) ମୁଖ୍ୟ ଶରଦ ପାୱାର ବୁଧବାର ଦିନ କାର୍ଯ୍ୟକ୍ରମରେ ବିରୋଧୀ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି। ମହାରାଷ୍ଟ୍ରର ଭୋଟରଙ୍କୁ ଭୋଟ୍ ଦେବା ପାଇଁ ମହାବିକାଶ ଅଘାଡି ଅନେକ ନିର୍ବାଚନ ପ୍ରତିଶୃତି ଦେଇଛି, ଯେଉଁଥିରେ ମହିଳା, କୃଷକ ଏବଂ ଯୁବକମାନଙ୍କ ଉପରେ ଧ୍ୟାନ ଦିଆଯାଇଛି। ମୁମ୍ବାଇରେ ଜନସାଧାରଣଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, “ଏହା ଏକ ଆଦର୍ଶର ଯୁଦ୍ଧ। ଗୋଟିଏ ପଟେ ବିଜେପି ଏବଂ ଆରଏସଏସ ଥିବାବେଳେ ଅନ୍ୟ ପଟେ ଆମର INDIA ମେଣ୍ଟ ଅଛି। ଗୋଟିଏ ପଟେ ବିଆର ଆମ୍ବେଦକରଙ୍କ ସମ୍ବିଧାନ, ସମାନତା ଏବଂ ପ୍ରେମ ଏବଂ ଅନ୍ୟପକ୍ଷରେ ବିଜେପି ଏବଂ ଆରଏସଏସ ସମ୍ବିଧାନକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି। ମହାରାଷ୍ଟ୍ର ପାଇଁ କଂଗ୍ରେସର ପାଞ୍ଚଟି ଗ୍ୟାରେଣ୍ଟି: ୧- ୨୫ ଲକ୍ଷ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ନୂତନ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇ ତାଙ୍କର ଚମତ୍କାର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ବିଭିନ୍ନ କ୍ଷେତ୍ରରେ ଭାରତ-ଆମେରିକା ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ସେ ପୁଣି ଥରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଗ୍ରହୀ ଅଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି। ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି : “ମୋର ବନ୍ଧୁ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଭଲ ବାର୍ତ୍ତାଳାପ କରି, ତାଙ୍କୁ ତାଙ୍କର ଉଲ୍ଲେଖନୀୟ ବିଜୟ ପାଇଁ ଅଭିନନ୍ଦନ ଜଣାଇଲି। ଟେକ୍ନୋଲୋଜି, ପ୍ରତିରକ୍ଷା, ଶକ୍ତି, ମହାକାଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାରତ-ଆମେରିକା ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ପୁଣି ଥରେ ମିଳିତ ଭାବରେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି।”

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜାତୀୟ ସ୍ତରରେ ପ୍ରସିଦ୍ଧ ତଥା ଗଞ୍ଜାମ ଜିଲ୍ଲାର ଇଷ୍ଟ ଦେବୀ ଆଦି ଶକ୍ତି ମାଁ ତାରାତାରିଣୀଙ୍କ ପୀଠରୁ ଚୋରି ହୋଇଥିବା ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ଓ ଖଲ୍ଲିକୋଟ ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମାଁ ତାରାତାରିଣୀ ମନ୍ଦିର ଯାଇ ତଦାରଖ କରିଛନ୍ତି।

Read More

ଚିଲିକା: ଚ଼ିଲିକା ବ୍ଲକ ପରିସରରେ ବିଶ୍ବ ଭାରତୀ ବ୍ଲକ ମିଶନ ଶକ୍ତି ମହାସଂଘ ପକ୍ଷରୁ ଆୟୋଜିତ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏମବିକେ, ସିଆରପି, ବ୍ୟାଙ୍କମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର, ଅଙ୍ଗନବାଡି କର୍ମୀ ପ୍ରମୁଖ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କୁ ଉଚ୍ଚ୍ବସିତ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି। ଏହି ସମ୍ବର୍ଦ୍ଧନା ଉତ୍ସବରେ ମହିଳାମାନଙ୍କୁ ସ୍ବାବଲମ୍ବୀ ଓ ସଶକ୍ତିକରଣ କରିବା ନିମନ୍ତେ ଚ଼ିଲିକା ଅଞ୍ଚଳରେ ମହିଳା ଶିଳ୍ପାଞ୍ଚଳ ସ୍ଥାପନ କରି ୫୦୦୦ ରୁ ଉର୍ଦ୍ଧ୍ବ ମହିଳାଙ୍କୁ ନିୟୋଜିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ଏମବିକେ, ସିଆରପି, କୃଷିମିତ୍ର, ବ୍ୟାଙ୍କ ମିତ୍ର ଓ ପ୍ରାଣୀମିତ୍ର ମାନଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ଚ଼ିଲିକା ବ୍ଲକ ବିଡ଼ିଓ ହଳଧର ଶବର, ତହସିଲଦାର…

Read More

ବାଲୁଗାଁ: ବୁଧବାର ପୂର୍ବାହ୍ନରେ ଚ଼ିଲିକା ବ୍ଲକ ସମ୍ମିଳନୀ କକ୍ଷ ଠାରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ଅଧ୍ୟକ୍ଷତାରେ ଚ଼ିଲିକା ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଜିଆରଏସ ମାନଙ୍କ ସହ ଗ୍ରାମପଞ୍ଚାୟତରେ ଚ଼ାଲୁଥିବା ସମସ୍ତ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ଏଥିସହିତ ଆବଶ୍ୟକ ଗୁଣବତ୍ତା ବଜାୟ ରଖି କାର୍ଯ୍ୟର‌ ଅଗ୍ରଗତିକୁ ତ୍ବରାନ୍ବିତ କରିବା ଏବଂ ସମସ୍ତ ପ୍ରକଳ୍ପ ଗୁଡିକୁ ଡ଼ିସେମ୍ବର ୩୧ ସୁଦ୍ଧା ଶେଷ କରିବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ରାଣୀ ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ବିଡ଼ିଓ ହଳଧର ଶବର, ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Read More

ଭୁବନେଶ୍ବର: ଫିଟ୍‌ ରହିବା ପାଇଁ କିଏ ନ ଚାହାନ୍ତି। ସମେସ୍ତ ପତଳା ଓ ସୁଢଳ ରହିବାକୁ ଚାହାନ୍ତି। ମୋଟାପାକୁ ନେଇ ଏବେ ଯୁବପିଢି ବ୍ୟସ୍ତ ଓ ବିବ୍ରତ। ଆଜିକାଲିର ଖାଇବା ପିଇବା ଓ ଜୀବନଶୈଳୀ ଯୋଗୁଁ ଓଜନ ବୃଦ୍ଧି ହୋଇଛି। ଥରେ ମୋଟା ହୋଇଗଲେ ଏହାକୁ କମାଇବା ବହୁତ କଷ୍ଟ। ତେବେ ଆପଣ ଯଦି ମୋଟାପାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆପଣ କିଛି ପାନୀୟ ପିଇ ନିଜକୁ ମୋଟାରୁ ପତଳା କରିପାରିବେ। ଏହି ପାନୀୟ ଗୁଡିକ ଶରୀରର ମେଟାବଲିଜିମ୍‌କୁ ବଢାଇ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ସେହି ଡ୍ରିଙ୍କ୍‌ଗୁଡିକ ସମ୍ପର୍କରେ। ଗ୍ରୀନ୍‌ ଟି:  ଗତ କିଛି ଦଶକ ଧରି ଗ୍ରୀନ୍‌ ଟି ବେଶ୍‌ ଲୋକପ୍ରିୟ ହୋଇପାରିଛି। ଏଥିରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ଯାହା ଦ୍ବାରା ମେଟାବଲିଜିମ୍‌ କରାଇଥାଏ। ତେବେ ଏଥିରେ ଆପଣ ଚିନିର ଉପଯୋଗ ନ କରି ଏହାର ସ୍ବାଦ ବଢାଇବା ପାଇଁ ଲେମ୍ବୁ ରସ…

Read More

ମେଷ: – ଆଜି ଯୁଦ୍ଧଠାରୁ ଦୂରରେ ରହିବା ଉଚିତ୍ । ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରନ୍ତୁ। ବ୍ୟବସାୟ ଏବଂ ଚାକିରିରେ ସବୁକିଛି ଆପଣଙ୍କ ଅନୁଯାୟୀ ହେବ । ତୃତୀୟ ବ୍ୟକ୍ତିଙ୍କ ଆଗମନ ପୂର୍ବରୁ ପ୍ରେମ ସମ୍ପର୍କ ନଷ୍ଟ ହୋଇଯିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଜମି କିମ୍ବା ଘର କିଣିବାର ସମ୍ଭାବନା ରହିଛି। ବୃଷ: – ଆଜି ବେଶୀ ଧର୍ଯ୍ୟର ସହିତ କାମ କରିବା ଉଚିତ୍ । ସାଙ୍ଗମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ । ଅଜାଣତରେ, କିଛି ବଡ ଭୁଲ ହେତୁ ଆପଣ ବିଚଳିତ ହେବେ । ବର୍ତ୍ତମାନ ଚାକିରିରେ ଉତ୍ସର୍ଗୀକୃତ ଅନୁଭବ ଆପଣଙ୍କ ପାଇଁ ଲାଭଦାୟକ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାହାରେ ଖାଦ୍ୟ ଖାଆନ୍ତୁ ନାହିଁ । ସଂପର୍କରେ ଆସିଥିବା ସମସ୍ୟା ଦୂର ହୋଇଯାଉଛି । ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ । ମିଥୁନ: – ଆଜି ଆପଣ ଏକ ଯାତ୍ରା କରିବାକୁ ଯୋଜନା…

Read More

ପୁରୀ: ଆମର ହିନ୍ଦୁ ଧର୍ମରେ ପ୍ରଭୁଙ୍କୁ ପରିକ୍ରମା ରହିବାର ବିଧି ରହିଛି। ବିଶ୍ବାସ ରହିଛି ଯେ ଠାକରୁଙ୍କ ଚାରିପାଖରେ ପରିକ୍ରମା କଲେ ସବୁ ପାପର ବିନାସ ହୋଇଥାଏ। ତେବେ ଏହି ପରିକ୍ରମା ଠାକୁର ଦର୍ଶନର ଏକ ଅପରିହାର୍ଯ୍ୟ ପରମ୍ପରା ଏବଂ ଆଜି ମଧ୍ୟ ପୂଜା ବେଳେ ଏହା ପାଳନ କରାଯାଏ। ଏଥି ସହିତ, ଯଦି ଆମେ ଏହାକୁ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିବା, ତେବେ ଶାରୀରିକ ଶକ୍ତି ବିକାଶରେ ମନ୍ଦିର ଚାରିପଟେ ଚାଲିଚାଲି ବୁଲିବା ବିଶେଷ ମହତ୍ବ ରହିଛି। କେଉଁ ମନ୍ଦିରରେ କେତେ ଥର ପରିକ୍ରମା କରାଯାଇଥାଏ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ପରିକ୍ରମା କରିବାର ବିଭିନ୍ନ ନିୟମ ବା ବିଧି ରହିଛି। ଅର୍ଥାତ ପୁରାଣରେ କେଉଁ ମନ୍ଦିର ଚାରିପଟେ କେତେଥର ପରିକ୍ରମା କରିବା ତାହା ଉଲ୍ଲେଖ କରାଯାଇଛି। ସେହି ଅନୁସାରେ ସୂର୍ଯ୍ୟ ଭଗବାନଙ୍କର 7 ଥର , ଶ୍ରୀ ଗଣେଶଙ୍କ 4 ଥର, ଭଗବାନ ବିଷ୍ଣୁଙ୍କ ଏବଂ ତାଙ୍କର ସମସ୍ତ ଅବତାରଙ୍କ 4 ଥର…

Read More

ନୂଆଦିଲ୍ଲୀ: ପ୍ରାୟ ଦୁଇ ଦଶନ୍ଧି ବ୍ୟବଧାନ ପରେ ଆଫ୍ରୋ-ଏସିଆ କପ୍ ପୁନଃ ଆରମ୍ଭ କରିବାକୁ ଯୋଜନା ଅଛି, ଯେଉଁଥିରେ ଏସିଆ ଏକାଦଶ ଏବଂ ଆଫ୍ରିକା ଏକାଦଶ ମଧ୍ୟରେ ଧଳା-ବଲ୍ ମ୍ୟାଚ୍ ପ୍ରଦର୍ଶନ ହେବ। ଆଫ୍ରିକୀୟ କ୍ରିକେଟ୍ ଆସୋସିଏସନ୍ (ଏସିଏ) ଏହାର ବାର୍ଷିକ ସମ୍ମିଳନୀରେ ଟୁର୍ଣ୍ଣାମେଣ୍ଟର ପୁନଃ ଆରମ୍ଭ ବିଷୟରେ ଆଲୋଚନା କରିଥିଲା ​​ଯେଉଁଥିରେ ୬ ଜଣିଆ ଅନ୍ତରୀଣ କମିଟି ମଧ୍ୟ ଗଠନ କରାଯାଇଥିଲା। କମିଟିର ଉଦ୍ଦେଶ୍ୟ ହେଉଛି ACA କୁ ମଜବୁତ କରିବା ଏବଂ ଆନ୍ତର୍ଜାତୀୟ ସ୍ତରରେ ଆଫ୍ରିକୀୟ ଖେଳାଳିଙ୍କ ପାଇଁ ଅଧିକ ପ୍ରତିଯୋଗିତାମୂଳକ ସୁଯୋଗ ସୃଷ୍ଟି କରିବା। ବିରାଟ-ବାବର ଏବଂ ରୋହିତ-ରିଜୱାନ ଗୋଟିଏ ଦଳରେ ରହିପାରନ୍ତି: ଯଦି ଏହି ଟୁର୍ଣ୍ଣାମେଣ୍ଟ ପୁନର୍ବାର ଆୟୋଜନ ହୁଏ, ତେବେ ଗୋଟିଏ ଦଳରେ ଖେଳୁଥିବା ଭାରତୀୟ ଏବଂ ପାକିସ୍ତାନୀ ଖେଳାଳିଙ୍କୁ ଦେଖିବା ଏକ ବିରଳ ସୁଯୋଗ ପ୍ରଦାନ କରିବ। ଯିଏ ବର୍ତ୍ତମାନ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ପରସ୍ପର ବିପକ୍ଷରେ ଖେଳନ୍ତି। ଦର୍ଶକଙ୍କ ପାଇଁ ଏହା…

Read More

ନୂଆଦିଲ୍ଲୀ: ୫୫ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଚଳିତ ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ଏକ ଭବ୍ୟ ସାଂସ୍କୃତିକ ପରିବେଶ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଏଥିସହିତ ଫିଲ୍ମ ବଜାରର ଅଷ୍ଟାଦଶ ସଂସ୍କରଣ ମଧ୍ୟ ଚଳିତ ମାସ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହା ଚଳଚ୍ଚିତ୍ର ନିର୍ମାତା ଓ ଏହି ଉଦ୍ୟୋଗର ପେସାଦାରମାନଙ୍କୁ ପରସ୍ପର ସହ ଯୋଡ଼ି ହେବା, ସହଭାଗିତା ସ୍ଥାପନ କରିବା ଏବଂ ନିଜ କାମ ପ୍ରଦର୍ଶନ କରିବା ଲାଗି ଏକ ଜୀବନ୍ତ ପରିବେଶ ଯୋଗାଇ ଦେବ। ଚଳିତ ବର୍ଷ ପୁନର୍ବାର ମାରିଅଟ୍‌ ରିସର୍ଟରେ ଭ୍ୟୁଇଂ ରୁମ୍‌ ବା ଚଳଚ୍ଚିତ୍ର ପ୍ରଦର୍ଶନ କକ୍ଷ ଆୟୋଜିତ ହେବାକୁ ଯାଉଛି ଏବଂ ଏଥିରେ ଭାରତ ଓ ଦକ୍ଷିଣ ଏସିଆର ଶ୍ରେଷ୍ଠ ମାନର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ବିତରଣ ଏବଂ ପାଣ୍ଠି ସହଯୋଗ ଚାହୁଁଥିବା ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ରୂପେ ଡିଜାଇନ କରାଯାଇଥିବା…

Read More

ନୂଆଦିଲ୍ଲୀ: ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ) ପକ୍ଷରୁ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ବା ଚେହେରା ପ୍ରମାଣିକରଣ ପ୍ରଯୁକ୍ତି ମାଧ୍ୟମରେ ପେନସନଭୋଗୀଙ୍କ ନିମନ୍ତେ ଜୀବନ ପ୍ରମାଣପତ୍ର ଦାଖଲକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଚଳିତ ମାସ ଏହି ବିଭାଗ ଦେଶବ୍ୟାପୀ ଡିଜିଟାଲ ଲାଇଫ ସାର୍ଟିଫିକେଟ୍‌ (ଡିଏଲସି) ଅଭିଯାନ ୩.୦ ଆୟୋଜନ କରୁଛି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଜୀବନପ୍ରମାଣପତ୍ର ଦାଖଲ ଶିବିର ଆୟୋଜନ କରାଯାଉଥିବା ବେଳେ ପେନସନଭୋଗୀମାନେ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଧାର ଭିତ୍ତିକ ପ୍ରମାଣୀକରଣ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଆସନ୍ତାକାଲି, ଅର୍ଥାତ୍‌ ୭ ନଭେମ୍ବରରେ ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଆୟୋଜନ କରାଯିବ। ସିସିଏ ଓଡ଼ିଶା ଭୁବନେଶ୍ବର, ବାପୁଜୀନଗର, ନୟାପଲ୍ଲୀ, ଜନପଥ, ରାମମନ୍ଦିର, ଖଣ୍ଡଗିରି, ସାମନ୍ତରାପୁର ଓ ଝାରପଡ଼ାଠାରେ ଡିଏଲସି ଶିବିର ଆୟୋଜନ କରାଯିବ। ଏଥିରେ ଦୂରସଞ୍ଚାର ବିଭାଗ, ବ୍ୟାଙ୍କ ଅଫ୍‌ ବରୋଦା ଓ କେନ୍ଦ୍ର…

Read More

ନୂଆଦିଲ୍ଲୀ: ନିକଟରେ ଭାରତୀୟ ଦଳକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ୩ ଟେଷ୍ଟ ମ୍ୟାଚ୍ ସିରିଜରେ ଭାରତୀୟ ଦଳକୁ ନ୍ୟୁଜିଲ୍ୟାଣ୍ଡ ପୋଛି ଦେଇଛି। ଏହା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବାକୁ ଭାରତୀୟ ଦଳ ଉପରେ ତଲୱାର ଝୁଲୁଛି। ଏବେ ପ୍ରଶ୍ନ ହେଉଛି ଯଦି ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ହାରିଯାଏ, ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବାର ସ୍ୱପ୍ନ ଧ୍ୱଂସ ହେବ କି? ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜକୁ ୪-୦ରେ ଜିତିବାକୁ ପଡ଼ିବ। ଯଦି ଟିମ୍ ଇଣ୍ଡିଆ ଏହା କରିବାରେ ସଫଳ ହୁଏ ତେବେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପହଞ୍ଚିବ, କିନ୍ତୁ ଯଦି ଏହା ନହୁଏ ତେବେ କ’ଣ ହେବ? ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ଯଦିଓ ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷରେ ୪-୦ ବିଜୟ ପଞ୍ଜିକରଣ କରିବାରେ ବିଫଳ ହୁଏ,…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ରେ କାର୍ଯ୍ୟଶୀଳ ପୁଞ୍ଜି ନିମନ୍ତେ ୧୦,୭୦୦ କୋଟି ଟଙ୍କାର ଇକ୍ୱିଟି ନିବେଶକୁ ଅନୁମୋଦନ କରିଛି। କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଦେଶବ୍ୟାପୀ କୃଷକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ। ଏହି ରଣନୀତିକ ପଦକ୍ଷେପ କୃଷକମାନଙ୍କୁ ସମର୍ଥନ କରିବା ଏବଂ ଭାରତର କୃଷି ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏଫସିଆଇ ୧୯୬୪ ମସିହାରେ ୧୦୦ କୋଟି ଟଙ୍କାର ଅଧିକୃତ ପୁଞ୍ଜି ଏବଂ ୪ କୋଟି ଟଙ୍କାର ଇକ୍ୱିଟି ସହିତ ଏହାର ଯାତ୍ରା ଆରମ୍ଭ କରିଥିଲା। ଏଫସିଆଇର ପରିଚାଳନାରେ ବହୁଗୁଣ ବୃଦ୍ଧି ହୋଇଥିଲା, ଫଳରେ ୨୦୨୪ ଫେବୃଆରୀରେ ଅନୁମୋଦିତ ପୁଞ୍ଜି ପରିମାଣ ୧୧,୦୦୦ କୋଟି ଟଙ୍କାରୁ ୨୧,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ଏଫସିଆଇର…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶଙ୍କୁ ବ୍ରାହ୍ମଣଛାଇ ଗ୍ରାମସ୍ଥ ଶ୍ରୀଶ୍ରୀଶ୍ରୀ ଗୋପୀନାଥ ସଂକୀର୍ତ୍ତନ ମଣ୍ଡଳୀର ଆଖଡା ଆତ୍ମ ପ୍ରକାଶ ମହୋତ୍ସବରେ ଯୋଗଦେଇ କଳାକାରମାନଙ୍କୁ ସମାଜର ମୋକ୍ଷ ମାର୍ଗ ଦର୍ଶକ ଭାବେ ଅଭିହୀତ କରିବା ସହିତ କଳାକାରମାନେ ସଂଘ ମନସ୍କ ହେବା ନିମନ୍ତେ ପରାମର୍ଶ ଦେଇଥିଲେ। ଏହି ଅବସରରେ ମହାସଚିବ ରୋଶନ୍ ଙ୍କ ସମେତ ବରିଷ୍ଠ କଳାକାର ପ୍ରଦୀପ କୁମାର ସାହୁ ଏବଂ ମହେନ୍ଦ୍ର କୁମାର ସାହୁଙ୍କୁ ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ଗ୍ରାମସ୍ଥ ଗ୍ରାମଦେବତୀ ମନ୍ଦିର ପରିସରରେ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜି ପ୍ରତ୍ୟୁଷରେ ସୁନାମଧନ୍ୟ ମ୍ରୁଦଙ୍ଗ ବାୟକ ଗୁରୁ ଡ୍ରାଇଭର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଂକୀର୍ତ୍ତନ ମଣ୍ଡଳୀର ନୁତନ ଶିକ୍ଷାର୍ଥୀମାନଙ୍କ ପ୍ରଥମ ପ୍ରଦର୍ଶନ ଗୁରୁ ବରଣୀ ଓ ମନ୍ଦିର ଭ୍ରମଣ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟାରେ ସଂକୀର୍ତ୍ତନ…

Read More

ଭୁବନେଶ୍ୱର: ଆମର ଅଧିକାଂଶ ଚାଷୀ କ୍ଷୁଦ୍ର, ମଧ୍ୟମ ଅଥବା ଭୂମିହୀନ ବର୍ଗର ଅଟନ୍ତି। କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇଁ ସେମାନଙ୍କ ଆର୍ଥିକ ସ୍ବଚ୍ଛଳତା ସକାଶେ ପଶୁ ପାଳନ ସବୁଠାରୁ ପ୍ରକୃଷ୍ଟ ମାଧ୍ୟମ। କୃଷି କାର୍ଯ୍ୟ ସହିତ ଗାଇ, ଛେଳି, ମେଣ୍ଢା ଓ ମାଛ ଚାଷ ଆଦି କାର୍ଯ୍ୟରେ ସମ୍ପୃକ୍ତ ରହିଲେ ସେମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୨୩ତମ ସାଧାରଣ ଅଧିବେଶନ ଅବସରରେ କହିଛନ୍ତି। ଭୁବନେଶ୍ବର ଜୟଦେବ ଭବନ ଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ପ୍ରାଣୀ ସମ୍ପଦର ବିକାଶ କ୍ଷେତ୍ରରେ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଗ୍ରାମାଞ୍ଚଳଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଣୀଧନ ନିରୀକ୍ଷକ ଓ ବିଭାଗୀୟ ଅନ୍ୟ କର୍ମଚାରୀ ମାନେ…

Read More

ବାଲୁଗାଁ: ଆଜି ଅପରାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ଚିଲିକା ବୋଇତ ବନ୍ଦାଣ ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରା, ଐତିହ୍ୟ, ବୈଭବ ଓ ମରାଳ ମାଳିନୀ ନିଳାମ୍ବୁ ଚିଲିକାର ସମୃଦ୍ଧିଶାଳୀ ସାଂସ୍କୃତିକ ଚେତନାକୁ ପ୍ରତିଟି ବୀର ଓଡ଼ିଆଙ୍କ ହୃଦୟରେ ଉଜ୍ଜୀବିତ କରିବା ଉଦ୍ବେଶରେ ଆସନ୍ତା ୧୪ ତାରିଖରେ ବୋଇତ ବନ୍ଦାଣ ଉତ୍ସବ ଚିଲିକା କୂଳରେ ସୁରୁଖୁରୁରେ ପାଳନ କରିବାସହ ସଫଳ ରୂପାୟନ ପାଇଁ ଆଲୋଚନା କରାଯାଇଥିଲା।ବାଲୁଗାଁ ଏନଏସି ଓ ମସ୍ୟଜୀବୀ ସଂଘ ସହଯୋଗରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ବିଭିନ୍ନ ମହଲରୁ ସହଯୋଗ କରିବାକୁ ସହମତି ପ୍ରକାଶ ପାଇଥିଲା। ଖୋର୍ଦ୍ଧା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ଉପ ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ଆଇନ ମନ୍ତ୍ରୀଙ୍କ ଓଏସଡି ରୋଶନ ଶତପଥୀ, ଚିଲିକା ବ୍ଲକ ଅଧ୍ୟକ୍ଷା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ନାମକ ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନାକୁ ଅନୁମୋଦନ କରାଯାଇଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଯାହାଫଳରେ ଆର୍ଥିକ ଅଭାବ କାରଣରୁ କେହି ଜଣେ ଉଚ୍ଚ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ହେବେ ନାହିଁ। ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା ଜାତୀୟ ଶିକ୍ଷା ନୀତି, ୨୦୨୦ ଅଧୀନରେ ଗ୍ରହଣ କରାଯାଇଥିବା ଅନ୍ୟତମ ପ୍ରମୁଖ ପଦକ୍ଷେପ। ଉଭୟ ସରକାରୀ ଏବଂ ବେସରକାରୀ ଉଚ୍ଚଶିକ୍ଷାନୁଷ୍ଠାନରେ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଉପଲବ୍ଧ କରାଇବା ପାଇଁ ଏନଇପିରେ ସୁପାରିସ କରାଯାଇଥିଲା। ଏହାକୁ ଗ୍ରହଣ କରି ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଅଣାଯାଇଛି। ଏହାଦ୍ୱାରା ଗୁଣାତ୍ମକ ଉଚ୍ଚଶିକ୍ଷା ଅନୁଷ୍ଠାନରେ ନାମ ଲେଖାଇଥିବା ଯେକୌଣସି ଛାତ୍ରଛାତ୍ରୀ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନରୁ ସମ୍ପୂର୍ଣ୍ଣ ପରିମାଣର ଟ୍ୟୁସନ୍ ଫି’ ଏବଂ ପାଠ୍ୟକ୍ରମ ସମ୍ବନ୍ଧୀୟ ଅନ୍ୟାନ୍ୟ…

Read More

ନୂଆଦିଲ୍ଲୀ: ଭୋଡାଫୋନ୍- ଆଇଡିଆ ଏହାର ରିଚାର୍ଜ ଯୋଜନାର ମୂଲ୍ୟ ପୁଣି ଥରେ ହ୍ରାସ କରିଛି। ବାସ୍ତବରେ ଭୋଡାଫୋନ୍-ଆଇଡିଆ ଯଥା ଭିଆଇ କମ୍ପାନୀ ଏହାର ଉପଭୋକ୍ତାଙ୍କୁ ୭୧୯ ଟଙ୍କା ମୂଲ୍ୟର ପ୍ରିପେଡ୍ ରିଚାର୍ଜ ଯୋଜନା ପ୍ରଦାନ କରୁଛି। ଜୁଲାଇରେ ମୂଲ୍ୟ ବୃଦ୍ଧି ପରେ କମ୍ପାନୀ ଏହି ରିଚାର୍ଜ ଯୋଜନାକୁ ମହଙ୍ଗା କରିଦେଇଥିଲା। ବାସ୍ତବରେ ଜୁଲାଇ ମାସରୁ ଜିଓ ଏବଂ ଏୟାରଟେଲ ସହିତ ଭିଆଇ ମଧ୍ୟ ସେମାନଙ୍କ ପ୍ରିପେଡ୍ ରିଚାର୍ଜ ଯୋଜନାଗୁଡ଼ିକର ମୂଲ୍ୟ ବୃଦ୍ଧି କରିଥିଲେ। ଏଥି ସହିତ, ଏହି କମ୍ପାନୀ ଏହାର ୭୧୯ ଟଙ୍କା ପ୍ରିପେଡ୍ ଯୋଜନାର ମୂଲ୍ୟକୁ ୮୫୯ ଟଙ୍କାକୁ ବୃଦ୍ଧି କରିଥିଲା। ବର୍ତ୍ତମାନ ଭିଆଇ ୭୧୯ ଟଙ୍କା ପୁରୁଣା ମୂଲ୍ୟରେ ପୁନର୍ବାର ଏହି ଯୋଜନା ଆରମ୍ଭ କରିଛି। Vi ର ଏହି ଯୋଜନା ବିଷୟରେ ଆସନ୍ତୁ ଜାଣିବା….. ଏହି ଯୋଜନା ସହିତ ଭିଆଇ ଉପଭୋକ୍ତାମାନେ ଅସୀମିତ କଲିଂର ସୁବିଧା ପାଇବା ସହିତ ପ୍ରତିଦିନ ୧ ଜିବି ଡାଟା ଏବଂ ୧୦୦…

Read More

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ସମ୍ବିଧାନ ଖଣ୍ଡପୀଠ ୨୦୧୭ ନିଷ୍ପତ୍ତିକୁ ସମର୍ଥନ କରିଛି, ଯାହା ହାଲୁକା ମୋଟର ଯାନ (LMV) ଲାଇସେନ୍ସଧାରୀଙ୍କୁ ୭୫୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ପରିବହନ ଯାନ ଚଳାଇବାକୁ ଅନୁମତି ଦେଇଛି। ଅଗଷ୍ଟ ୨୧ ତାରିଖରେ ଶୁଣାଣି ଶେଷ କରିବାବେଳେ ସିଜେଆଇ ନେତୃତ୍ୱାଧୀନ ସମ୍ବିଧାନ ବେଞ୍ଚ ଏହି ପ୍ରସଙ୍ଗରେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ସମ୍ବିଧାନ ବେଞ୍ଚରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ରିଷିକେଶ ରୟ, ଜଷ୍ଟିସ ପିଏସ ନରସିଂହ, ଜଷ୍ଟିସ ପଙ୍କଜ ମିତଲ ଏବଂ ଜଷ୍ଟିସ ମନୋଜ ମିଶ୍ର ଅଛନ୍ତି। ଏହି ରାୟ ପ୍ରଦାନ କରି ଜଷ୍ଟିସ୍ ରିଷିକେଶ ରୟ କହିଛନ୍ତି ଯେ, ‘ସଡକ ସୁରକ୍ଷା ବିଶ୍ୱବ୍ୟାପୀ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ। ଏବଂ ଭାରତରେ ସଡ଼କ ଦୁର୍ଘଟଣା ଯୋଗୁଁ ୧.୭ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ହାଲୁକା ଯାନବାହାନ ଡ୍ରାଇଭର କାରଣରୁ ଏହି ସବୁ ଘଟିଛି ବୋଲି କହିବା, ଭୁଲ ଅଟେ। ଏହା ପଛର କାରଣଗୁଡ଼ିକ ସିଟ୍ ବେଲ୍ଟ…

Read More

ନୂଆଦିଲ୍ଲୀ: ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହି ପୋଷ୍ଟରେ କହିଛନ୍ତି ଯେ, ଆପଣଙ୍କର ଏହି ଐତିହାସିକ ନିର୍ବାଚନର ବିଜୟ ପାଇଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଉଛି। ଯେହେତୁ ଆପଣ ଆପଣଙ୍କର ପୂର୍ବ କାର୍ଯ୍ୟକାଳର ସଫଳତାକୁ ଆଗକୁ ବଢାଉଛନ୍ତି, ମୁଁ ଭାରତ-ଆମେରିକାର ବିସ୍ତୃତ ବୈଶିକ ଏବଂ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ ଓ ନବୀକରଣ କରିବାକୁ ଅପେକ୍ଷା କରିଛି। ଆସନ୍ତୁ ଆମ ଲୋକଙ୍କ କଲ୍ୟାଣ ପାଇଁ ଏବଂ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଏକତ୍ର କାର୍ଯ୍ୟ କରିବା।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜାତୀୟ ସ୍ତରରେ ପରିଚିତ ଓ ଗଞ୍ଜାମ ଜିଲ୍ଲାର ରୁଷିକୁଲ୍ୟା ନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ମାଁ ତାରାତାରିଣୀ ମନ୍ଦିରରେ ଗତକାଲି ନିଶାର୍ଦ୍ଧ ରାତିରେ ମନ୍ଦିର ତାଲା ଭାଙ୍ଗି ବହୁ ମୁଲ୍ୟର ଅଳଙ୍କାର ଚୋରୀ ହୋଇଛି। ଘଟଣାରୁ ପ୍ରକାଶ ଯେ ରାତ୍ରୀ ପହଡ଼ ପରେ ମନ୍ଦିରର ପୂଜକ ତାଲା ବନ୍ଦ କରି ଘରକୁ ଚାଲିଯାଇଥିଲେ। ଆଜି ଭୋର ମନ୍ଦିର ତାଲା ଖୋଲି ଦେଖିଲା ବେଳକୁ ମନ୍ଦିର ଦାନ ପେଢିର ଗୋଟିଏ ତାଲା ଭାଙ୍ଗିଛି ଓ ମାଁଙ୍କ ପରିଧାନ ମୁକୁଟ, ମୁଖା ଓ ଛତା ଚୋରି ହୋଇଛି। ଏହି ବିଷୟରେ ପୁଜାରୀ ମନ୍ଦିର କମିଟି କର୍ମକର୍ତ୍ତାଙ୍କୁ ଅବଗତ କରାଇବା ପରେ ମନ୍ଦିରର ପ୍ରଶାସନିକ ଅଧିକାରୀ, କିଛି କର୍ମକର୍ତ୍ତା ଓ ଅନ୍ୟ ପୁଜାରୀ ମାନେ ମନ୍ଦିର ରେ ପହଞ୍ଚି ପରିସ୍ଥିତି ଦେଖିଲେ ଓ ପ୍ରଶାସନିକ ଅଧିକାରୀ ଆଇନଜୀବୀ ତିରୁମାଲା ରେଡ଼ି ପୁରୁଷୋତ୍ତମପୁର ଥାନାକୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି…

Read More