Author: SM Network

କେନ୍ଦ୍ରାପଡ଼ା: ଅପରାହ୍ଣ ୫.୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ଵାସ୍ଥ୍ୟବୀମା ଯୋଜନାର କାର୍ଡ ବଣ୍ଟନ କରିଛନ୍ତି। ୧୩୨ ଜଣ ଯୋଗ୍ୟ ଇନସୁରାନ୍ସ୍ କାର୍ଡଧାରୀଙ୍କ ମଧ୍ୟରୁ ମୋଟ ୨୩ ଜଣ ଉପସ୍ଥିତ ରହି ଆଜି ସେମାନଙ୍କ କାର୍ଡ ସଂଗ୍ରହ କରିଛନ୍ତି। ସମ୍ବାଦିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ନେଇଥିବା ଏହି ମହତ ପଦକ୍ଷେପର ଭୂୟସି ପ୍ରଶଂସା ଏହି ଅବସରରେ ସାମ୍ବାଦିକମାନେ କରିଥିଲେ। ସୂଚନାଯୋଗ୍ୟ ଯେ, ଗତବର୍ଷ ଆବେଦନ କରିଥିବା ସାମ୍ବାଦିକଙ୍କ ମଧ୍ୟରୁ ମୋଟ ୧୩୨ ଜଣ ସାମ୍ବାଦିକଙ୍କ କାର୍ଡକୁ ନବୀକରଣ କରାଯାଇ ଏହି ବର୍ଷ ସେମାନଙ୍କୁ ସେମାନଙ୍କର କାର୍ଡ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ନୂତନ ଭାବେ ଆବେଦନ କରିଥିବା ସାମ୍ବାଦିକମାନଙ୍କ କାର୍ଡ ଏ ପର୍ଯ୍ୟନ୍ତ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ହସ୍ତଗତ ହୋଇନାହିଁ। ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ବିଭିନ୍ନ…

Read More

ପୁରୀ: ଏଣିକି ପେନସନ ଉପଭୋକ୍ତାଙ୍କୁ ସେମାନଙ୍କର ଲାଇଫ ସାର୍ଟିଫିକେଟ ପ୍ରଦାନ କରିବା ପାଇଁ ଆଉ ବ୍ୟାଙ୍କ ଦୌଡ଼ିବାକୁ ପଡିବ ନାହିଁ। କେନ୍ଦ୍ର ସରକାରଙ୍କ ପେନସନ ଓ ପେନସନ କଲ୍ୟାଣ ବିଭାଗ ପକ୍ଷରୁ ଲୋକଙ୍କ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ସ୍ୱତନ୍ତ୍ର ଭାବେ ଡିଜିଟାଲ ଲାଇଫ ସାର୍ଟିଫିକେଟ ବ୍ୟବସ୍ଥା ଗ୍ରହଣ କରାଯାଇଅଛି। ଯାହା ଦ୍ୱାରା ଘରେ ବସି ଯେକୌଣସି ସ୍ଥାନରୁ ଏଣିକି ପେନସନ ଉପଭୋକ୍ତା ମାନେ ସେମାନଙ୍କର ଲାଇଫ ସାର୍ଟିଫିକେଟ ଅନଲାଇନ ମାଧ୍ୟମରେ ସ୍ୱତନ୍ତ୍ର ଆପରେ ପ୍ରଦାନ କରିପାରିବେ। ଏହି ବିଶେଷ ବ୍ୟବସ୍ଥାରେ ସାଧାରଣ ପେନସନ ଉପଭୋକ୍ତାଙ୍କ ସମେତ ଅସହାୟ, ଭିନ୍ନକ୍ଷମ ତଥା ମେଡିକାଲ ଅସୁବିଧା ଭୋଗୁଥିବା ପେନସନ ଉପଭୋକ୍ତା ମାନେ ବିଶେଷ ସୁବିଧା ପାଇପାରିବେ। ଆଜି ପୁରୀରେ ଥିବା ବ୍ୟାଙ୍କ ଅଫ ବରୋଦା ଠାରେ ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ପେନସନ ଓ ପେନସନ ଭୋଗୀ କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ ଅନିଲ ବଂସଲ…

Read More

ଭୁବନେଶ୍ବର: ଆସନ୍ତା ନଭେମ୍ବର ୧୬ ତାରିଖ ଦିନ ୫୭ ତମ ଜାତୀୟ ପ୍ରେସ ଦିବସ ପାଳନ ଉପଲକ୍ଷେ ଉତ୍କଳ ବିଶ୍ବ ବିଦ୍ୟାଳୟ, କିଟ୍ ବିଶ୍ବ ବିଦ୍ୟାଳୟ, ସମ୍ବାଦ ସ୍କୁଲ ଅଫ ମାସ୍ କମ୍ୟୁନିକେଶନ, ଆଇ.ଏମ.ଏସ୍ ଏବଂ ଅମିତ କଲେଜର ସାମ୍ବାଦିକତା ବିଭାଗ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସାିମ୍ବାଦିକ କଲ୍ୟାଣ ବୋର୍ଡର ଉଦ୍ୟମକ୍ରମେ ଖୋର୍ଦ୍ଧା ବରୁଣେଇ ଶିଳ୍ପାଞ୍ଚଳରେ ଅମିତ କଲେଜର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ “”ଗଣମାଧ୍ୟମ ଦୁନିଆରେ କୃତ୍ରିମବୁଦ୍ଧିମତା”” ଶୀର୍ଷକ ପ୍ରବନ୍ଧ ଓ ବକ୍ତୃତା ଓ ସାଧାରଣଜ୍ଞାନ ପରୀକ୍ଷା ହୋଇଥିଲା। ଏଥିରେ ଅମିତ କଲେଜର ନିର୍ଦ୍ଦେଶକ ତ୍ରିଦେବ ମହାନ୍ତି, କିଟ୍ ବିଶ୍ବ ବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଡଃ. ରାଜୀବ ପଣ୍ଡା, ଦୈନିକ ସମାଜର ବରିଷ୍ଠ ସହ-ସମ୍ପାଦକ ଡଃ. ସୁଜିତ ମିଶ୍ର , ଅମିତ କଲେଜର ଅଧ୍ୟକ୍ଷ ପ୍ରଫେସର ଲିଙ୍ଗରାଜ ପାତ୍ର, ଅଧ୍ୟାପକ ସୁଧାଂଶୁ ଶେଖର ଧଡା, ଚିନ୍ତନ ବ୍ରହ୍ମା, ମଧୁସ୍ମିତା ବିଧାରଙ୍କ ସମେତ…

Read More

ମୁମ୍ବାଇ: କାଲବାଦେବୀ, ଭୁଲେଶ୍ୱର ମାର୍କେଟରେ ବିପୁଳ ପରିମାଣର ନଗଦ ଟଙ୍କା ନେଉଥିବା ସନ୍ଦେହରେ ୧୨ ଜଣଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୨ କୋଟି ୩୦ ଲକ୍ଷ ଟଙ୍କା ଜବତ କରାଯାଇଛି। ପୋଲିସ ତାଙ୍କୁ ଗିରଫ କରି ଜେରା କରୁଛି। ମୁମ୍ବାଇର ଏଲଟି ମାର୍ଗ ପୋଲିସର ସୂଚନାନୁସାରେ, ଅଭିଯୁକ୍ତମାନଙ୍କୁ ପ୍ରଥମେ ମୁମ୍ବାଦେବୀ ପୋଲିସ ଷ୍ଟେସନକୁ ପଚରାଉଚରା ପାଇଁ ନିଆଯାଇଥିଲା। ନଗଦ ଜବତ ଏହି ସମୟରେ ହୋଇଛି, ​​ଯେତେବେଳେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ବଳବତ୍ତର ରହିଛି। ନୋଡାଲ ଅଫିସର ସୁରେଶ କାମ୍ବଲେଙ୍କ ନେତୃତ୍ୱରେ ୧୮୬-ମୁମ୍ବାଦେବୀ ବିଧାନସଭା ନିର୍ବାଚନମଣ୍ଡଳୀର ଫ୍ଲାଇଙ୍ଗ ସ୍କ୍ବାଡ ଦଳ (FST) କୁ ତୁରନ୍ତ ସତର୍କ ସୂଚନା ପଠାଯାଇଥିଲା, ଯାହାପରେ ତୁରନ୍ତ ଫଟୋଗ୍ରାଫରଙ୍କ ସହ ପୁରା ଅପରେସନ୍ ରେକର୍ଡ କରାଯାଇଥିଲା। ଅଟକ ଥିବା ବ୍ୟକ୍ତିଙ୍କୁ ଅଧିକ ତଦନ୍ତ ପାଇଁ ଏଲ.ଟି. ମାର୍ଗ ପୋଲିସ ଷ୍ଟେସନକୁ ନିଆଯାଇଛି। ସେମାନଙ୍କ ବ୍ୟାଗ ଯାଞ୍ଚ କରିବା ପରେ ମୋଟ ୨,୩୦,୮୬,୯୦୦ ଟଙ୍କା ମୂଲ୍ୟର…

Read More

ବାଲୁଗାଁ: ଆଜି ପୂର୍ବାହ୍ନରେ ଚିଲିକା ବନ୍ୟପ୍ରାଣୀ ବିଭାଗ ଅନ୍ତର୍ଗତ ନଳବଣ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବେଆଇନ ପ୍ରବେଶ ଏବଂ ମାଛ ଧରାକୁ ନେଇ ୧୬ ଜଣ ମତ୍ସ୍ୟଜୀବୀ ଗିରଫ ସମେତ ୩ ଡ଼ଙ୍ଗା ଜବତ ହୋଇଛି। ସମସ୍ତ ଗିରଫ ଅଭିଯୁକ୍ତ ମାନେ ଚନ୍ଦ୍ରାପୁଟ ଗ୍ରାମର ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ନିକଟରୁ ୭୫ ପଟ ଡୁବି ଜାଲ, ୪୭ ଟି ନେଟ ଜାଲ, ୩ଟି ବାଉଁଶ କାତ, ୩ଟି ଥର୍ମ କୁଲ ବାସ୍କ ଓ ୩ଟି ମୋବାଇଲ ଜବତ କରାଯାଇଛି। ନଳବଣ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ ଅବାଧ ପ୍ରବେଶ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମ ୧୯୭୨ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଡିଏଫଓ ଅମ୍ଳାନ ନାୟକ କହିଛନ୍ତି।

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ବିଜେପିର ସଂଗଠନ ପର୍ବ ଓ ଜିଲ୍ଲା କର୍ମଶାଳା ଜୟୀ ରାଜଗୁରୁ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅତିଥି ରୂପେ ଉକ୍ତ କର୍ମଶାଳାରେ ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ଉପ ନିର୍ବାଚନ ଅଧିକାରୀ ସୁକେଶି ଓରାମ, ବିଜେପି ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ, ରାଜ୍ୟ ସଂଗଠକ ଗୋଲଖ ବିହାରୀ ମହାପାତ୍ର, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଭାଜପା ମୁଖପାତ୍ର ସୁଦୀପ୍ତ ରାୟ, ଜଟଣୀ ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନା, ବେଗୁନିଆ ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳି, ଜୟଦେବ ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢ଼ାଲି, ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ପ୍ରମୁଖ ଯୋଗ ଦେଇଥିଲା ବେଳେ ଜିଲ୍ଲାରେ ଦଳକୁ କିଭଳି ମଜବୁତ କରାଯିବ, ଦଳରେ ସକ୍ରିୟ ସଭ୍ୟ ଗ୍ରହଣ ଏବଂ…

Read More

ଭୁବନେଶ୍ଵର: କଟକ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ଏବେ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହି ମାମଲାକୁ ନେଇ ରାଜ୍ୟ ସରକାର ଗୁରୁତ୍ବର ସହ ନେଇଛନ୍ତି। ବର୍ତ୍ତମାନ ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଆସିଛି। ଆଇନ ମନ୍ତ୍ରୀ କହିଛନ୍ତି ଯେ, ମହିଳାଙ୍କ ଉପରେ ଆକ୍ରମଣ ହେଉ କି ନିର୍ଯାତନା କିମ୍ବା ଦୁଷ୍କର୍ମ, ସରକାର କଠୋର ଭାବେ ଦମନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ମହିଳା ବିରୋଧୀ ଅପରାଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ସରକାର କହିଛନ୍ତି। କଟକରେ ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତିରେ ଯେଉଁ ଘଟଣା ଘଟିଛି। ସେହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି। କୌଣସି ଟାଳଟୁଳ ନୀତି ଆପଣାଇବେନି। ଦୋଷୀକୁ ଦଣ୍ଡିତ କରିବା ପାଇଁ ସବୁ ପଦକ୍ଷେପ ନିଆଯିବ। ଓଡ଼ିଶାରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ସଜାଡ଼ିବା ପାଇଁ ପଦକ୍ଷେପ ନିଆଯାଉଛି। ୨୦୩୬ ସୁଦ୍ଧା ଓଡିଶା ଦେଶରେ ମହିଳା ବିରୋଧୀ ଅପରାଧ ମୁକ୍ତ ହେବ ବୋଲି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ଅର୍ଘ୍ୟର ପବିତ୍ର ପର୍ବ ଛଟ୍ ପୂଜା ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ଏବଂ କହିଛନ୍ତି ଯେ, ଏହି ମହାପର୍ବର ଚାରି ଦିନିଆ ରୀତିନୀତି ନାଗରିକମାନଙ୍କୁ ନୂତନ ଶକ୍ତି ଏବଂ ଉତ୍ସାହରେ ଭରି ଦେଇଥାଏ। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ଛଟ୍ ମହାପର୍ବର ଚାରି ଦିନିଆ ରୀତିନୀତିରେ ପ୍ରକୃତି ଏବଂ ସଂସ୍କୃତିର ଯେଉଁ ଝଲକ ଦେଖିବାକୁ ମିଳିଛି, ତାହା ଦେଶବାସୀଙ୍କ ମଧ୍ୟରେ ଏକ ନୂତନ ଶକ୍ତି ତଥା ଉତ୍ସାହ ଭରିବାକୁ ଯାଉଛି। ସକାଳ ଅର୍ଘ୍ୟର ଏହି ପବିତ୍ର ପର୍ବ ଅବସରରେ ଦେଶବାସୀଙ୍କୁ ବହୁତ ଶୁଭକାମନା।”

Read More

ବାଲୁଗାଁ: ମରାଳମାଳିନୀ ନିଳାମ୍ବୁ ଚିଲିକାରେ ପର୍ଯ୍ୟଟନ ସେବା ବୃଦ୍ଧି ଏବଂ ପ୍ରୋତ୍ସାହନ ନିମିତ୍ତ ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଆଇଆଇଟିଟିଏମ ଭୁବନେଶ୍ୱର ମିଳିତ ଆନୁକୂଲ୍ୟରେ ଦୀର୍ଘ ତିନି ଦିନ ଧରି ବଡ଼କୁଳ ସ୍ଥିତ ଆଦ୍ରଭୂମି ଅନୁସନ୍ଧାନ ତାଲିମ କେନ୍ଦ୍ର ଠାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୬ରୁ ୮ ତାରିଖ ପର୍ଯ୍ୟନ୍ତ ପ୍ରଥମ ବ୍ୟାଚ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରକୁ ବନ୍ୟପ୍ରାଣୀ ଡିଏଫଓ ତଥା ସିଡ଼ିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମ୍ଳାନ ନାୟକ ଉଦଘାଟନ କରିଥିବା ବେଳେ ସିଡିଏ ବୈଜ୍ଞାନିକ ଡ଼ ପ୍ରଦୀପ ରଞ୍ଜନ ମୁଦୁଲି, ଓଟିଡିସି ମ୍ୟାନେଜର ସବ୍ୟସାଚୀ କର, ଡ଼. ସୁଶାନ୍ତ କୁମାର ସାସମଲ ପ୍ରମୂଖ ଉପସ୍ଥିତ ଥିଲେ। ତିନି ଦିନ ଧରି ଏହି ଶିବିରରେ ୫୦ ରୁ ଉର୍ଦ୍ଧ୍ବ ସ୍ଥାନୀୟ ଡଙ୍ଗା ଚାଳକ,ସହ ଚାଳକ, ମସ୍ୟଜୀବୀ, ପର୍ଯ୍ୟଟନ ବିଶେଷଜ୍ଞ, ମୋଟର ବୋଟ ଆସୋସିଏସନ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ସୁଚାରୁରୂପେ ପ୍ରଶିକ୍ଷଣ ନେଇଥିଲେ।…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁରର ପ୍ରେମ୍ ନଗର ସ୍ଥିତ ରୋଟାରୀ ହଲ୍ ଠାରେ ଛାତ ଉପରେ ଏବଂ ଘରୋଇ ବଗିଚା ଉପରେ ଏକ ଆଲୋଚନା ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଯ଼ୋଜନ କରାଯାଇଥିଲା। ଓଡ଼ିଶାର ପାଞ୍ଚଟି ମନୋନୀତ ସହରରେ ଛାତ ବଗିଚା ଏବଂ ସହରାଞ୍ଚଳ ଉଦ୍ଯ଼ାନ କୃଷି ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାରଙ୍କ ଅନୁଦାନ ପ୍ରାପ୍ତ ଅଭିନବ ପ୍ରକଳ୍ପ ଅଧୀନରେ କେନ୍ଦ୍ରୀ ଉଦ୍ଯ଼ାନ କୃଷି ପରୀକ୍ଷଣ ଷ୍ଟେସନ (ଆଇସିଏଆର-ଆଇଆଇଏଚଆର) ଭୁବନେଶ୍ୱର ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରକଳ୍ପର ପ୍ରମୁଖ ଅନୁସନ୍ଧାନକାରୀ ଡ. ପି. ଶ୍ରୀନିବାସ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ସହରରେ ଛାତ ଉପରେ ଏବଂ ଘରୋଇ ଉଦ୍ୟାନର ଗୁରୁତ୍ୱ ଉପରେ ଏକ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିଥିଲେ। ବୈଜ୍ଞାନିକ ଅନୁସନ୍ଧାନକାରୀ ଦଳ ପକ୍ଷରୁ କୁହାଯାଇଛି ଯେ, ଜଣେ ସାଧାରଣ ଲୋକଙ୍କ ପାଇଁ ପ୍ରତ୍ୟେକ ଦିନ ହାରାହାରି ୪୦୦ ଗ୍ରାମର ପନିପରିବାର ଆବଶ୍ୟକତା ରହିଛି। ଏହା ସବୁ ଜୈବିକ…

Read More

ଭୁବନେଶ୍ଵର: ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ନ୍ୟୁଜିଲ୍ୟାଣ୍ଡସ୍ଥିତ ଅକଲ୍ୟାଣ୍ଡରେ କନସୁଲେଟ ଜେନେରାଲ ରୂପେ ଅବସ୍ଥାପିତ ହେବାକୁ ଥିବା ମଦନ ମୋହନ ସେଠୀ ସାକ୍ଷାତ କରିଥିଲେ। ସାକ୍ଷାତକାର ସମୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଦିଲ୍ଲୀପ କୁମାର ପରିଡ଼ା ଉପସ୍ଥିତ ଥିଲେ। ବିଦେଶରେ ଆମ ଓଡ଼ିଆ ଲୋକମାନେ ଉଚ୍ଚପଦପଦବୀରେ କାର୍ଯ୍ୟ କରୁଥିବା ଦେଖି ଖୁବ୍ ଖୁସି ଲାଗୁଛି ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ। ସାକ୍ଷାତ ସମୟରେ ନ୍ୟୁଜିଲ୍ୟାଣ୍ଡରେ ଓଡ଼ିଆ ଲୋକଙ୍କ ସଂଖ୍ୟା ଏବଂ ଅନ୍ୟାନ୍ୟ ଜ୍ଞାନକୌଶଳ ଭିତ୍ତିକ ଏକ ଆଲୋଚନା ହୋଇଥିଲା। ଶ୍ରୀ ସେଠୀ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ନ୍ୟୁଜିଲ୍ୟାଣ୍ଡ ଆସିବାକୁ ନିମନ୍ତ୍ରଣ କରିଥିଲେ। ଓଡ଼ିଶା ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ କୃଷି କ୍ଷେତ୍ରରେ ସହଭାଗିତାର ସହ କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ପ୍ରକାଶ କରିଥିଲେ।

Read More

ଶ୍ରୀ ରତନ ଟାଟା ଆମକୁ ଛାଡ଼ି ଚାଲିଯିବାର ଗୋଟିଏ ମାସ ବିତିଗଲାଣି। କୋଳାହଳପୂର୍ଣ୍ଣ ମହାନଗର ଓ ଛୋଟ ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ତାଙ୍କର ଅନୁପସ୍ଥିତି ସମାଜର ପ୍ରତ୍ୟେକ ସ୍ତରରେ ଅନୁଭୂତ ହେଉଛି। ବିଶିଷ୍ଟ ଶିଳ୍ପପତି, ଯୁବ ଉଦ୍ୟୋଗୀ ଏବଂ କଠିନ ପରିଶ୍ରମ କରୁଥିବା ପେସାଦାରମାନେ ତାଙ୍କ ବିୟୋଗରେ ଶୋକାଭିଭୂତ ହୋଇପଡ଼ିଛନ୍ତି। ପରିବେଶକୁ ନେଇ ଯତ୍ନଶୀଳ ଏବଂ ଦାନପୂଣ୍ୟରେ ଆଗ୍ରହୀ ଥିବା ଲୋକମାନେ ମଧ୍ୟ ଅନୁରୂପ ଭାବେ ଦୁଃଖିତ। ତାଙ୍କର ଅନୁପସ୍ଥିତି କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଗଭୀର ଭାବେ ଅନୁଭୂତ ହେଉଛି। ଯୁବପିଢ଼ିଙ୍କ ପାଇଁ ଶ୍ରୀ ରତନ ନାନା ଏକ ପ୍ରେରଣା ଥିଲେ। ସ୍ୱପ୍ନକୁ ସାକାର କରିବା ସମ୍ଭବ ଏବଂ କରୁଣା ଓ ବିନମ୍ରତାର ସହ ସଫଳତା ହାସଲ କରାଯାଇପାରିବ, ଏହା ସେ ଶିଖାଇଥିଲେ। ଅନ୍ୟମାନଙ୍କ ପାଇଁ ସେ ଭାରତୀୟ ଉଦ୍ୟୋଗ ଜଗତର ଶ୍ରେଷ୍ଠ ପରମ୍ପରାକୁ ପ୍ରତିନିଧିତ୍ୱ କରୁଥିଲେ। ସଚ୍ଚୋଟତା, ଉତ୍କର୍ଷ ଏବଂ ସେବା…

Read More

ନୂଆଦିଲ୍ଲୀ: ଅନେକ ଲୋକ ହ୍ଵିସ୍କିଏବଂ ରମକୁ ଭଲ ପାଆନ୍ତି। ସାଧାରଣତଃ ଏହା ପାର୍ଟୀରେ ଅନେକ ଥର ଦେଖାଯାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ହ୍ଵିସ୍କି ସାଧାରଣତଃ ହାଲୁକା ସୁବର୍ଣ୍ଣ ରଙ୍ଗର ହୋଇଥିବାବେଳେ ରମ୍ ଗାଢ ବାଦାମୀ ରଙ୍ଗର ହୋଇଥାଏ। ଏହି ଦୁଇଟି ମଦରରଙ୍ଗ କାହିଁକି ଅଲଗା? ଆସନ୍ତୁ ଜାଣିବା…. ହ୍ଵିସ୍କିର ରଙ୍ଗ ହାଲୁକା କାହିଁକି?: ବାସ୍ତବରେ ହ୍ଵିସ୍କି ସାଧାରଣତଃ ଓକ ବ୍ୟାରେଲରେ ତିଆରି ହୋଇଥାଏ। ଓକ କାଠରେ ଟେନିନ୍ ନାମକ ଏକ ପଦାର୍ଥ ଥାଏ। ଯେତେବେଳେ ହ୍ଵିସ୍କି ଓକ ବ୍ୟାରେଲରେ ପଡ଼ିରହେ, ଟେନିନ୍ ହ୍ଵିସ୍କିରେ ତରଳିଯାଏ ଏବଂ ଏହାକୁ ହାଲୁକା ସୁବର୍ଣ୍ଣ ରଙ୍ଗ ଦେଇଥାଏ। ଏହା ସହିତ, ଓକ ବ୍ୟାରେଲରେ ହ୍ଵିସ୍କିକୁ ଯେତେ ଅଧିକ ପରିପକ୍ବ ପାଇଁ ରଖାଯାଏ, ଏହାର ରଙ୍ଗ ଗାଢ ହୋଇଯାଏ, କିନ୍ତୁ ଅଧିକାଂଶ ହ୍ଵିସ୍କିକୁ ହାଲୁକା ସୁବର୍ଣ୍ଣ ରଙ୍ଗ ଦେବା ପାଇଁ ବ୍ୟାରେଲରେ ରଖାଯାଇଥାଏ। ଅବଶ୍ୟ, କେତେକ ନିର୍ମାତା ଏହାକୁ ରଙ୍ଗରେ ଗାଢ କରିବା ପାଇଁ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ବୁଧବାର ବିଳମ୍ବିତ ରାତିରେ ଭଞ୍ଜନଗର ଠାରୁ ବଦାଙ୍ଗି ଯାଉଥିବା “ମାଁ ଦୂର୍ଗା” ନାମକ ଏକ ଯାତ୍ରୀବାହୀ ବସଟି ନିଖୋଜ ହୋଇଯାଇଥିଲା।  କର୍ମଚାରୀଙ୍କ ଠାରୁ ଖବର ପାଇ ମାଲିକ ବେଣୁ ଗୋପାଳ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ବିଭିନ୍ନ ଅଞ୍ଚଳର ସିସିଟିଭି କ୍ୟାମେରା ଫୁଟେଜକୁ ନେଇ ପୋଲିସ ତନାଘନା କରିଥିଲେ ମଧ୍ୟ ସନ୍ଧାନ ମିଳିପାରିନଥିଲା। ତଥାପି କେହି ଜଣେ ଦୁର୍ବୃତ୍ତ ବିଳମ୍ବିତ ରାତିରେ ବସ୍ ଚଲାଇ ବେଲଗୁଣ୍ଠା ରାସ୍ତାରେ ଯାଉଥିବା ସିସିଟିଭି କ୍ୟାମେରା ଫୁଟେଜରୁ ଜାଣି ପାରିଥିଲେ। ପରବର୍ତ୍ତୀ ସମୟରେ ପୋଲିସ ଜିଲ୍ଲାୱ୍।ରୀ ଅନୁସନ୍ଧାନ କରି ଜାଣି ପାରିଲେ ଯେ, ଛତ୍ରପୁର ଉପକଣ୍ଠ ଜାତୀୟ ରାଜପଥ ଅଗସ୍ତି ନୁଆ ଗାଁ ନିକଟରେ ଉକ୍ତ ବସ୍ ଛିଡ଼ା ହୋଇଛି। ତତକ୍ଷଣାତ୍ ମାଲିକ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ କୁ ଚିହ୍ନଟ କରିଥିଲେ। କିନ୍ତୁ ଗାଡ଼ି ଷ୍ଟାର୍ଟ କରିବା ବେଳେ ଗାଡିରେ ତେଲ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସ୍ଥିତ ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରୀ ଶ୍ୱେତପଦ୍ମା ଦାସଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ କବିସୂର୍ଯ୍ୟ ନଗର ଅଞ୍ଚଳର ସଂଯୁକ୍ତା ଦାସଙ୍କ ଝିଅ ବୋଲି ଜଣାପଡିଛି। ମୃତ ଛାତ୍ରୀ ଶ୍ୱେତପଦ୍ମା ଗତକାଲି ସନ୍ଧ୍ୟାରେ ହଠାତ ବାନ୍ତି କରି ନିସ୍ତେଜ ହୋଇଯିବାପରେ ତା’ର ରୁମ୍ ସାଙ୍ଗ ବଡ଼ ଡ଼ାକ୍ତରଖାନାକୁ ନେଇ ଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ମୃତ ଛାତ୍ରୀ ଙ୍କ ମାଁ ଠାରୁ ଅଭିଯୋଗ ଗ୍ରହଣ କରି ବିଭିନ୍ନ ଦିଗକୁ ଅନୁସନ୍ଧାନ କରି ତଦନ୍ତ ଆରମ୍ଭ କରିଛି। ଶୁଣିବାକୁ ମିଳୁଛି ଜଣେ ଅଣଛାତ୍ରର ମାନସିକ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ମୃତ ଛାତ୍ରୀ ଜଣକ କୌଣସି ବିଷାକ୍ତ ଖାଦ୍ୟ ଖାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Read More

ନୂଆଦିଲ୍ଲୀ: ଦିନ ବଢିବା ସହିତ ୨୦୨୫ ଚାମ୍ପିଅନ୍ସ ଟ୍ରଫି ନିକଟତର ହେବାକୁ ଯାଉଛି, କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ମ୍ୟାଚ୍ କେଉଁଠାରେ ଖେଳାଯିବ ତାହା ସ୍ପଷ୍ଟ ହୋଇନାହିଁ? ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ଭାରତୀୟ ଦଳ ରାଜି ହୋଇନାହିଁ। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଣ୍ଡ ନୂଆଁଉଥିବା ଦେଖାଯାଉଛି। ଏହାପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଜିଦ୍ ଧରିଥିଲା ​​ଯେ ଚାମ୍ପିଅନ୍ସ ଟ୍ରଫିରେ ଭାରତ ସମେତ ସମସ୍ତ ଦଳର ମ୍ୟାଚ୍ କେବଳ ପାକିସ୍ତାନରେ ଖେଳାଯିବ, କାରଣ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ। କିନ୍ତୁ ବର୍ତ୍ତମାନ ଟିମ୍ ଇଣ୍ଡିଆର ମନୋଭାବ ଦେଖି ପାକିସ୍ତାନ ବୋର୍ଡ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ଥିବା ଜଣାପଡିଛି। ସୂଚନା ଅନୁଯାୟୀ ପାକିସ୍ତାନ କ୍ରିକେଟ୍ ବୋର୍ଡ ପରିବର୍ତ୍ତନ କରିବାକୁ ରାଜି ହୋଇଛି। ରିପୋର୍ଟରେ କୁହାଯାଇଛି ଯେ, ଟୁର୍ଣ୍ଣାମେଣ୍ଟରେ ଭାରତର ମ୍ୟାଚ୍ ଶାରଜା କିମ୍ବା ଦୁବାଇରେ ଖେଳାଯାଇପାରିବ। ପିସିବି ଅନୁଭବ କରୁଛି ଯେ, ଯଦି ଭାରତ ସରକାର ପାକିସ୍ତାନ…

Read More

ବାଣପୁର: ବାଣପୁରସ୍ଥିତ ମା’ ଟିକିରାଇ ମନ୍ଦିର ପ୍ରାଙ୍ଗଣରେ ବାଣପୁର ବ୍ଲକର ମତ୍ସ୍ୟ ଚାଷୀମାନଙ୍କ ସହଯୋଗରେ ବ୍ଲକ ମତ୍ସ୍ୟ ଅଧିକାରୀ ପର୍ଶୁରାମ ଶବରଙ୍କ ଉଦ୍ଦେଶ୍ୟରେ ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ବିଡ଼ିଓ ଶୀତଲ ଅଗ୍ରୱାଲ ସଭାପତିତ୍ୱ କରିଥିବାବେଳେ ତହସିଲଦାର ଟି ପଦ୍ମନାଭ ଦୋରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାଣୀ ଏବଂ ପଶୁ ସମ୍ପଦ ବିଭାଗ ତରଫରୁ ବ୍ଲକ ଭେଟେନାରୀ ଅଧିକାରୀ ସନ୍ଦୀପ ପଟ୍ଟନାୟକ, କୃଷି ବିଭାଗ ତରଫରୁ ସହକାରୀ କୃଷି ଅଧିକାରୀ ବିଶ୍ୱଜିତ ରଣା ଓ ଉଦ୍ୟାନ କୃଷି ବିଭାଗ ର ଅଧିକାରୀ ଉକ୍ତ ସଭାରେ ଉପସ୍ଥିତ ଥିଲେ। ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା, ନିଷ୍ଠାପରତା ଏବଂ ଉତ୍ତମ ବ୍ୟବହାରକୁ ପ୍ରଶଂସା କରିବା ସହ ଅବସର କାଳୀନ ସମୟ ଭଲରେ ଅତିବାହିତ ହେଉ ବୋଲି ମା’ ଭଗବତୀଙ୍କ ନିକଟରେ ପାର୍ଥନା କରିଥିଲେ ଏବଂ ତାଙ୍କୁ ଉତ୍ତରୀୟ ଏବଂ…

Read More

ଖୋର୍ଦ୍ଧା: ‘ପ୍ରୋଜେକ୍ଟ ସମ୍ପର୍କ’ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଗତକାଲି ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ପୋଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପାରସ୍ପରିକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଗୁଇନ୍ଦା ଡ଼ିଏସପି ପ୍ରଶାନ୍ତ ମାଝୀ ସ୍ୱାଗତ ଭାଷଣ ଦେଇଥିବାବେଳେ ମହାବିଦ୍ୟାଳୟ ପ୍ରଫେସର ଶୁଭେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଏସପି ସାଗରିକା ନାଥ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଜର ବହୁମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ। ବିଶେଷକରି ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ ନିୟମ ପାଳନ, ସାମାଜିକ ଗଣମାଧ୍ୟମକୁ କିପରି ଭାବେ ବ୍ୟବହାର କରିବା, କ୍ୟାରିଅର ଡେଭଲପମେଣ୍ଟ, ପରସ୍ପରକୁ ସମ୍ମାନ ଦେବା, ସାମାଜିକ ସଚେତନତା ଏବଂ ଆଜିର ସମାଜରେ ନାରୀମାନେ କିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି, ତାହା ଉପରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ ବିନୋଦିନୀ ମିଶ୍ର ଯୁବପିଢ଼ିଙ୍କୁ ଦାଇତ୍ୱବାନ ଏବଂ ପରିଶ୍ରମୀ ହେବାପାଇଁ ପରାମର୍ଶ ଦେଇଥିଲେ। ଅନୁରୂପ ଭାବେ ଉକ୍ତ ସଭାରେ ଖୋର୍ଦ୍ଧା ଅଞ୍ଚଳର ଦୁଇ…

Read More

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ହାତରେ ସମ୍ପ୍ରତି ୦-୩ ରେ ପରାଜୟ ପରେ ଦୁଃଖରେ ଥିବା ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ଦକ୍ଷିଣ ଆଫ୍ରିକା ଏବଂ ଭାରତ ମଧ୍ୟରେ ଆଜି ଠାରୁ ଆରମ୍ଭ ହେବାକୁ ଥିବା ଟି -୨୦ ସିରିଜ୍ ଉପରେ ନଜର ରଖିଛନ୍ତି। ଏହି ସିରିଜ୍ ଅଧୀନରେ ଦୁଇ ଦେଶ ମଧ୍ୟରେ ଚାରିଟି ମ୍ୟାଚ୍ ଖେଳାଯିବ। ଏହି ଚାରୋଟି ମ୍ୟାଚ୍ ଡର୍ବାନ୍, ଗକେବରହା, ସେଞ୍ଚୁରିଅନ୍ ଏବଂ ଜୋହାନ୍ସବର୍ଗର ବିଭିନ୍ନ ସ୍ଥାନରେ ଖେଳାଯିବ। ମୋଟାମୋଟି ଭାବେ ସିନିୟର ଦଳ ଅଷ୍ଟ୍ରେଲିଆରେ “ମହା ସଂଗ୍ରାମ” ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଥିବାବେଳେ ହ୍ୱାଇଟ-ବଲ୍ ଦଳ ମଧ୍ୟ ଭଲ ମ୍ୟାଚ୍ ଦେଖିବେ, ଯେଉଁଥିରେ ଅନେକ ଯୁବକ ନିଜର ଛାପ ଛାଡ଼ିବାକୁ ଚାହିଁ ବସିଛନ୍ତି। ଆସନ୍ତୁ ଜାଣିବା ସିରିଜ୍ ବିଷୟରେ ସମସ୍ତ ଜିନିଷ….. – ପ୍ରଥମ ଟି-୨୦: ଡର୍ବାନ୍- ସନ୍ଧ୍ୟା ୮.୩୦ – ଦ୍ଵିତୀୟ ଟି-୨୦: ଗକେବରହା- ସନ୍ଧ୍ୟା ୭.୩୦ – ତୃତୀୟ ଟି-୨୦: ସେଞ୍ଚୁରିଅନ୍- ସନ୍ଧ୍ୟା ୮.୩୦ -…

Read More

ନୂଆଦିଲ୍ଲୀ: କାନାଡା ଅଷ୍ଟ୍ରେଲିଆ ଟୁଡେ ଉପରେ ପ୍ରତିବନ୍ଧକ ଲଗାଇଛି। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସାମ୍ବାଦିକ ସମ୍ମିଳନୀରେ କିଛି ଘଣ୍ଟା ପରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି। ଏହି ପ୍ରସଙ୍ଗରେ ଭାରତ ମଧ୍ୟ କାନାଡାକୁ ନିନ୍ଦା କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜୟଶଙ୍କର ଭାରତ-କାନାଡାର କୂଟନୈତିକ ଅବରୋଧ ଏବଂ କାନାଡାର ଖାଲିସ୍ତାନୀ ଉଗ୍ରବାଦ ଉପରେ ମନ୍ତବ୍ୟ ଦେଇଛନ୍ତି। ଗୁରୁବାର ଦିନ ଭାରତ କଡା ପ୍ରତିକ୍ରିୟା ଦେଇ କହିଛି ଯେ, ଏହି ଚ୍ୟାନେଲକୁ ନିଷିଦ୍ଧ କରିବା ପାଇଁ କାନାଡାର ପଦକ୍ଷେପ ଦେଖି ଆଶ୍ଚର୍ଯ୍ୟ ହୋଇଛି। ଏହା ସ୍ଵାଧୀନତାର ଅଭିବ୍ୟକ୍ତି ପ୍ରତି କାନଡାର କପଟତାକୁ ଉଜାଗର କରିଛି। ଅଷ୍ଟ୍ରେଲିଆ ଟୁଡେ ଭାରତୀୟ ସମ୍ପ୍ରଦାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଉଟଲେଟ୍। ଏଥିରେ ଜୟଶଙ୍କର ଏବଂ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି ୱଙ୍ଗଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ କେନବରାଠାରେ ପ୍ରସାରିତ ହୋଇଥିଲା।

Read More

ବାଲୁଗାଁ: ଗୁରୁବାର ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ସମ୍ମିଳନୀ କକ୍ଷରେ ୧୦ତମ ଆନ୍ତର୍ଜାତୀୟ ଚିଲିକା ସେଲଡକ ଲୋକକଳା ମହୋତ୍ସବ ପାଳନ ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ତଥା ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ମହୋତ୍ସବରେ ବହୁ ମାନ୍ୟଗଣ ବ୍ୟକ୍ତିବିଶେଷ, ସୁଦୂର ଭିଏତନାମା, ଦକ୍ଷିଣ କୋରିଆ ଓ ଭାରତର ବିଭିନ୍ନ ପ୍ରାନ୍ତରୁ କଳାକାରମାନଙ୍କ କଳାକୃତି ପ୍ରଦର୍ଶନ ସାଙ୍ଗକୁ ନୃତ୍ୟ ଗୀତ ପରିବେଷଣ ଦୈନନ୍ଦିନ ଜାରି ରହିବା ନେଇ ଓଡ଼ିଆର୍ଟ ପକ୍ଷରୁ ସୂଚନା ଦେଇଛନ୍ତି। ଯାହାକି ଉକ୍ତ ମହୋତ୍ସବ ମାଧ୍ୟମରେ ଓଡ଼ି ଆର୍ଟକୁ ଲୋକପ୍ରିୟତା କରିବା ମୁଳ ଲକ୍ଷ୍ୟ ଥିବାବେଳେ ପ୍ରାଚୀନ ପରମ୍ପରାକୁ ଉଦଜିବିତ ନେଇ ପ୍ରତି ବର୍ଷ ଭଳି ଚଳିତ ବର୍ଷ ସୁଚାରୁରୂପେ ୧୦ତମ ଚିଲିକା ସେଲଡକ ଲୋକକଳା ମହୋତ୍ସବ ପାଳନ କରିବାନେଇ ଆଲୋଚନା କରିଥିଲେ।ଚଳିତ ବର୍ଷ ଏସିଆର ତାଳ ସଙ୍ଗୀତ ଓ ସଂଯୁକ୍ତ ବାଦ୍ୟ ମୁଖ୍ୟ…

Read More