Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପେନସନ ଉପଭୋକ୍ତାଙ୍କୁ ଲାଇଫ ସାର୍ଟିଫିକେଟ ପ୍ରଦାନ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଆଜିର ଖବର

ପେନସନ ଉପଭୋକ୍ତାଙ୍କୁ ଲାଇଫ ସାର୍ଟିଫିକେଟ ପ୍ରଦାନ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

November 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପୁରୀ: ଏଣିକି ପେନସନ ଉପଭୋକ୍ତାଙ୍କୁ ସେମାନଙ୍କର ଲାଇଫ ସାର୍ଟିଫିକେଟ ପ୍ରଦାନ କରିବା ପାଇଁ ଆଉ ବ୍ୟାଙ୍କ ଦୌଡ଼ିବାକୁ ପଡିବ ନାହିଁ। କେନ୍ଦ୍ର ସରକାରଙ୍କ ପେନସନ ଓ ପେନସନ କଲ୍ୟାଣ ବିଭାଗ ପକ୍ଷରୁ ଲୋକଙ୍କ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ସ୍ୱତନ୍ତ୍ର ଭାବେ ଡିଜିଟାଲ ଲାଇଫ ସାର୍ଟିଫିକେଟ ବ୍ୟବସ୍ଥା ଗ୍ରହଣ କରାଯାଇଅଛି। ଯାହା ଦ୍ୱାରା ଘରେ ବସି ଯେକୌଣସି ସ୍ଥାନରୁ ଏଣିକି ପେନସନ ଉପଭୋକ୍ତା ମାନେ ସେମାନଙ୍କର ଲାଇଫ ସାର୍ଟିଫିକେଟ ଅନଲାଇନ ମାଧ୍ୟମରେ ସ୍ୱତନ୍ତ୍ର ଆପରେ ପ୍ରଦାନ କରିପାରିବେ। ଏହି ବିଶେଷ ବ୍ୟବସ୍ଥାରେ ସାଧାରଣ ପେନସନ ଉପଭୋକ୍ତାଙ୍କ ସମେତ ଅସହାୟ, ଭିନ୍ନକ୍ଷମ ତଥା ମେଡିକାଲ ଅସୁବିଧା ଭୋଗୁଥିବା ପେନସନ ଉପଭୋକ୍ତା ମାନେ ବିଶେଷ ସୁବିଧା ପାଇପାରିବେ।

ଆଜି ପୁରୀରେ ଥିବା ବ୍ୟାଙ୍କ ଅଫ ବରୋଦା ଠାରେ ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ପେନସନ ଓ ପେନସନ ଭୋଗୀ କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ ଅନିଲ ବଂସଲ ଯୋଗଦାନ କରି ସାଧାରଣ ଲୋକଙ୍କୁ ଏହି ନୂତନ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଇବା ସହ ଅନେକ ଉପଭୋକ୍ତାଙ୍କ ଡିଜିଟାଲ ଲାଇଫ ସାର୍ଟିଫିକେଟ ଆପରେ ପଞ୍ଜିକୃତ ମଧ୍ୟ କରାଇଥିଲେ। ସରକାରଙ୍କ ଏହି ବ୍ୟବସ୍ଥା ସ୍ୱତନ୍ତ୍ର ଭାବେ ହୋଇଥିବା ବେଳେ ଏଣିକି ପେନସନ ଭୋଗୀ ମାନେ କଷ୍ଟ ପାଇବେ ନାହିଁ ତଥା ସେମାନଙ୍କର ସଠିକ ପାଞ୍ଜିକରଣ ହୋଇପାରିବ। ସେହିପରି ଆଗାମୀ ଦିନରେ ଏହି ବ୍ୟବସ୍ଥା ସାମଗ୍ରିକ ବ୍ୟବସ୍ଥା ଅଭିବୃଦ୍ଧିରେ ସହାୟକ ହେବାକୁ ଯାଉଥିବା ବେଳେ ଏପରି ବ୍ୟବସ୍ଥାକୁ ନେଇ ସାଧାରଣ ପେନସନ ଉପଭୋକ୍ତା ମାନେ ବେଶ ଖୁସି ପ୍ରକଟ କରିଥିଲେ।

ଲାଇଫ ସାର୍ଟିଫିକେଟ ପ୍ରଦାନ ନେଇ ପେନସନ ଉପଭୋକ୍ତା ମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଥିବା କଷ୍ଟରୁ ଏଣିକି ଖ୍ୟାନ୍ତି ମିଳିବା ନେଇ ଉପଭୋକ୍ତା ମାନେ ସରକାରଙ୍କ ଏପରି ବ୍ୟବସ୍ଥା କୁ ସାଧୁବାଦ ଜଣାଇଛନ୍ତି। ଆଜି ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ପୂର୍ବତନ ଆମ୍ବାସାଡ଼ର ମଳୟ ମିଶ୍ର ମଧ୍ୟ ଯୋଗଦାନ କରି ନିଜକୁ ଧନ୍ୟ ମନେ କରିବା ସହ ଏପରି ବ୍ୟବସ୍ଥାର ଉଚ୍ଚ ପ୍ରଶଂସା କରିଥିଲେ।

ପୁରୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026
Latest News

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.