ପୁରୀ: ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ସ୍ବର୍ଗଦ୍ବାର ବ୍ୟାଙ୍କ ଅଫ୍ ବରୋଦା ଶାଖା ଏବଂ କଚେରୀ ଛକ ସ୍ଥିତ ମୁଖ୍ୟ ଡାକଘରେ ଡିଜିଟାଲ ଜୀବନ ପ୍ରମାଣପତ୍ର (ଡିଏଲସି) ଅଭିଯାନ ୩.୦ ଅନୁଷ୍ଠିତ ହୋଇଯାଇଛି। ବିଭାଗର ବରିଷ୍ଠ ନିର୍ଦ୍ଦେଶକ (ଆଇଟି) ଅନୀଲ ବଂଶଲଙ୍କ ସମେତ ବ୍ୟାଙ୍କ ଅଫ୍ ବରୋଦା, ଡାକ ବିଭାଗ ଏବଂ ୟୁଆଇଡିଏଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପେନସନଭୋଗୀଙ୍କୁ ଡିଏଲସି କରାଇବା ସହିତ ସେମାନଙ୍କୁ ଚେହେରା ପ୍ରମାଣୀକରଣ ପଦ୍ଧତିରେ ଜୀବନ ପ୍ରମାଣପତ୍ର ଦାଖଲ କରିବା ବିଷୟରେ ସଚେତନ କରାଇଥିଲେ। ଏହିସବୁ ଶିବିରରେ ବ୍ୟାପକ ପ୍ରଚାରପ୍ରସାର ଏବଂ ଏହାକୁ ଫଳପ୍ରଦ କରିବା ପାଇଁ ସମସ୍ତ ପ୍ରୟାସ କରାଯାଇଥିଲା। ସୂଚନାଯୋଗ୍ୟ, ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ୧ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଡିଏଲସି ଅଭିଯାନ ୩.୦ ଅନୁଷ୍ଠିତ ହେଉଛି। ଏହି ଅଭିଯାନ ସାମଗ୍ରିକ ସରକାର ଆଭିମୁଖ୍ୟ ନେଇ ସାରା ଭାରତର ୮୦୦ ସହର/ଜିଲ୍ଲାରେ ଅନୁଷ୍ଠିତ ହେଉଛି…
Author: SM Network
ଭୁବନେଶ୍ୱର: ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକରେ ଏହି ନୂତନ ଶିକ୍ଷାନୀତି ପ୍ରବର୍ତ୍ତନ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ପଦକ୍ଷେପ ରାଜ୍ୟର ଶିକ୍ଷା ପ୍ରଣାଳୀରେ ଅନେକ ପରିବର୍ତ୍ତନ ଆଣିବାକୁ ଉଦ୍ଦିଷ୍ଟ। ନୂତନ ଶିକ୍ଷା ନୀତି-୨୦୨୦ ଅନୁସାରେ ଓଡିଶାରେ ଚାରି ବର୍ଷର ସ୍ନାତକ କୋର୍ସ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରମାନଙ୍କୁ ସାର୍ଟିଫିକେଟ୍ , ଡିପ୍ଲୋମା , ଡିଗ୍ରି , ଏବଂ ଡିଗ୍ରି ଅନର୍ସ୍ ପ୍ରଦାନ କରା ଯିବ। ୟୂ.ଜି.ସି. ଦ୍ୱାରା ପ୍ରଦତ୍ତ କ୍ରେଡିଟ୍ ଫ୍ରେମ୍ୱର୍କ୍ ଆଧାରରେ ରାଜ୍ୟସ୍ତରୀୟ କ୍ରେଡିଟ୍ ଫ୍ରେମ୍ୱର୍କ୍ ପ୍ରସ୍ତୁତ ହୋଇଅଛି ଏବଂ ଏଥିରେ ଦକ୍ଷତା ବିକାଶ ଏବଂ ଇଣ୍ଟର୍ଣ୍ଣସିପ ପାଇଁ ସୁଯୋଗ ପ୍ରଦାନ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଧରାକୋଟ ଥାନ ଅନ୍ତର୍ଗତ ବରଡାବିଲି ଗ୍ରାମରେ ଏକ ଲୋମ ଟାଙ୍କୁରା ଘଟଣା ଘଟିଛି। ସୁଚନା ଅନୁଯାୟୀ ଉକ୍ତ ଗ୍ରାମର ଶିବରାମ ସାହୁ ଦୁରାରୋଗ୍ୟରେ ହୋଇ ମୃତ୍ୟୁ ବରଣ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ବିଧବା ପତ୍ନୀ ଗୁଜୁରାଣ ମେଣ୍ଟାଇବା ପାଇଁ ଲୁଗା ସିଲେଇ କରି ନିଜର ୧୦ ବର୍ଷର ଝିଅକୁ ଧରି ରହୁଥିଲେ। ଏହା ମଧ୍ୟରେ ନିହତ ବିଧବା ମହିଳା ସସ୍ମିତାଙ୍କ ସହ ନିଜ ପୁତୁରା ବଳରାମ ସାହୁ ସହିତ ବ୍ୟକ୍ତିଗତ ସମ୍ପର୍କ ବଢ଼ି ଚାଲିଥିଲା। କିନ୍ତୁ ଗତକାଲି ଦିନ ଦ୍ବିପହରରେ ହଠାତ ବଳରାମ ଖୁଡି ଘରକୁ ଆସି ଖୁଡି ସହିତ ପାଟି ତୁଣ୍ଡ କରିବା ସହ ସାଙ୍ଗରେ ଆଣିଥିବା ଏକ ଧାରୁଆ ଅସ୍ତ୍ରରେ ଖୁଡିର ଗଳା, ଛାତି ଓ ପେଟକୁ ବାରମ୍ବାର ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରି ଅସ୍ତ୍ର ସହ ସିଧା ଥାନାରେ ଆତ୍ମ ସମର୍ପଣ କରିଥିଲା। ଏହି ଘଟଣା ପରେ ସସ୍ମିତାର…
ବାଣପୁର: ଜାତୀୟ ଆଇନ ସେବା ଦିବସ ଅବସରରେ ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ତିନି ଦିନ ବ୍ୟାପି ବାଣପୁର ଓ ବାଲୁଗାଁ ଅଞ୍ଚଳରେ ଏକାଧିକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଲୁଗାଁ ଗାନ୍ଧୀ ଛକ, ବାଣପୁର ମା’ ଭଗବତୀ ମନ୍ଦିର, ପଲଟନ ପଡିଆ ଏବଂ ତହସିଲ କାର୍ଯ୍ୟାଳୟ ନିକଟରେ ଓଡ଼ିଶାର ଲୋକକଳା ଦାସକାଠିଆ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଜନସାଧାରଣଙ୍କୁ ଆଇନ ସଚେତନତା କରାଯାଇଥିଲା। ଏହି ଅବସରରେ ବାଣପୁର କୋର୍ଟ ପରିସରରୁ ଏକ ଆଇନ ସଚେତନତା ପଦଯାତ୍ରା ବାହାରି ସହର ପରିକ୍ରମା କରି ପୁନଶ୍ଚ କୋର୍ଟରେ ପହଞ୍ଚିଥିଲା ଯେଉଁଥିରେ ବିଚାରପତି ଶ୍ରୀ ମହାପାତ୍ର, ଅନେକ ଆଇନଜୀବୀ ଏବଂ କୋର୍ଟ କର୍ମଚାରୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ। ଅନୁରୂପ ଭାବେ ବାଣପୁର ବ୍ଲକ ସଭାଗୃହରେ ବିଚାରପତି ଶ୍ରୀ…
ନୂଆଦିଲ୍ଲୀ: କ୍ୟୁଏସ୍ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା: ଏସିଆ ୨୦୨୫ ସମଗ୍ର ମହାଦେଶରେ ଉଚ୍ଚଶିକ୍ଷାର ଗତିଶୀଳ ଦୃଶ୍ୟକୁ ପ୍ରତିଫଳିତ କରେ, ଯେଉଁଥିରେ ଶିକ୍ଷା ଓ ଗବେଷଣା ଏବଂ ଉଦ୍ଭାବନରେ ଉତ୍କୃଷ୍ଟ ଶୀର୍ଷ ଅନୁଷ୍ଠାନଗୁଡିକ ଉପରେ ଆଲୋକପାତ କରାଯାଇଛି। ଚଳିତ ବର୍ଷର ମାନ୍ୟତା ଏସୀୟ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ବଢୁଥିବା ପ୍ରତିଯୋଗିତା ଉପରେ ଗୁରୁତ୍ୱାରୋପ କରିଥାଏ ଏବଂ ବିଶ୍ୱସ୍ତରୀୟ ଶିକ୍ଷାଗତ ମାନକୁ ଆଗକୁ ବଢ଼ାଇବା ପାଇଁ ଏହି ଅଞ୍ଚଳର ପ୍ରତିବଦ୍ଧତାକୁ ଦର୍ଶାଇଥାଏ। ଏହି ସଂସ୍କରଣ ସମଗ୍ର ମହାଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଭାରତର ପ୍ରଭାବଶାଳୀ ଉନ୍ନତିକୁ ଆଲୋକପାତ କରିଛି। କ୍ୟୁଏସ୍ ଏସିଆ ରାଙ୍କିଙ୍ଗ୍ ୨୦୨୫ର ଶ୍ରେଷ୍ଠ ୫୦ ମଧ୍ୟରେ ଦୁଇଟି ଏବଂ ଶ୍ରେଷ୍ଠ ୧୦୦ ମଧ୍ୟରେ ୭ଟି ଅନୁଷ୍ଠାନ ରହିଥିବା ବେଳେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ (ଆଇଆଇଟିଡି) ୪୪ତମ ସ୍ଥାନରେ ରହିଛି। ପେଟ୍ରୋଲିୟମ ଏବଂ ଶକ୍ତି ଅଧ୍ୟୟନ ବିଶ୍ୱବିଦ୍ୟାଳୟ (ୟୁପିଇଏସ୍) ଭାରତୀୟ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ହାସଲ କରିଛି, ବିଶେଷକରି ଅନ୍ତର୍ଜାତୀୟ…
ଭୁବନେଶ୍ୱର: ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍-୨୦୨୫ (ଅଂଚଳ ଭିତ୍ତିକ) ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦକ୍ଷିଣ ଏସିଆ ଏବଂ ଏସିଆ ୟୁନିଭର୍ସିଟି ର୍ୟାଙ୍କିଂରେ ମହତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି। ଦକ୍ଷିଣ ଏସିଆ ନିମନ୍ତେ ଏସିଆ ୟୁନିଭର୍ସିଟି ର୍ୟାଙ୍କିଂରେ ସୋଆ ୨୦୨୪ରେ ୧୪୩ ତମ ସ୍ଥାନ ହାସଲ କରିଥିବା ବେଳେ ୨୦୨୫ରେ ୬୪ ତମ ସ୍ଥାନରେ ପହଂଚିଛି। ସେହିପରି ଏସିଆ ୟୁନିଭର୍ସିଟି ର୍ୟାଙ୍କିରେ ୨୦୨୪ରେ ସୋଆ ୫୦୧-୫୫୦ ବ୍ରାକେଟରେ ଥିବାବେଳେ ୨୦୨୫ରେ ଏଥିରେ ଉନ୍ନତି ହୋଇ ୨୭୮ ସ୍ଥାନରେ ପହଂଚିଛି ସୋଆ। କ୍ୟୁଏସ ୱାର୍ଲ୍ଡ ୟୁନିଭର୍ସିଟି ର୍ୟାଙ୍କିଂରେ ୨୦୨୪ରେ ସୋଆ ୧୨୦୧-୧୪୦୦ ବ୍ରାକେଟରେ ଥିବାବେଳେ ନିକଟରେ ପ୍ରକାଶ ପାଇଥିବା ତାଲିକାରେ ଏହି ସ୍ଥିତିକୁ ବଜାୟ ରଖିଛି। ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର୍ୟାଙ୍କିଂ ଫ୍ରେମ୍ୱାର୍କ (ଏନଆଇଆରଏଫ) ର୍ୟାଙ୍କିଂ ୨୦୨୪ ରେ ସୋଆ ଦେଶରେ ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ର୍ୟାଙ୍କ ପାଇଥିଲା। ୨୦୧୬ ରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା…
ଭୁବନେଶ୍ୱର: ରାଜ୍ୟରେ ହୋମ ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ରହିତାଦେଶ ପ୍ରତ୍ୟାହୃତ ହୋଇଛି। ଏହାଦ୍ବାରା ରାଜ୍ୟରେ ଖାଲିଥିବା ହୋମ ଗାର୍ଡ ପଦବୀ ଖୁବ୍ ଶୀଘ୍ର ପୂରଣ ହୋଇ ପାରିବ। ସୂଚନା ଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ହୋମ ଗାର୍ଡ ପଦବୀ ସଂଖ୍ୟା ୧୭,୬୭୫ ଥିବା ବେଳେ ୧୫,୩୦୬ ଜଣ ହୋମ ଗାର୍ଡ କାର୍ଯ୍ୟରତ ଅଛନ୍ତି। ୨୩୬୯ ପଦବୀ ଖାଲି ଅଛି। ଏହି ନିଷ୍ପତ୍ତି ଦ୍ବାରା ଖାଲି ଥିବା ପଦବୀ ଗୁଡ଼ିକ ଆବଶ୍ୟକତା ଅନୁଯାୟୀ ପୂରଣ କରାଯାଇ ପାରିବ।
ଭୁବନେଶ୍ୱର: ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମାସକୁ ମିଳିବ ୩୦ ହଜାର ଟଙ୍କାର ସହାୟତା ପ୍ରଦାନ ପାଇଁ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ସମସ୍ତ ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ମାସକୁ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ସହାୟକ ରାଶି ପାଇ ପାରିବେ। ଏଥିପାଇଁ ବର୍ଷକୁ ୨ କୋଟି ଟଙ୍କା ଖର୍ଚ୍ଚ ହେବ।
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଏବେ ଗୋ ଚାଲାଣ ସଂଖ୍ୟା ବୃଦ୍ଧି ପାଉଥିବାର ଅଭିଯୋଗ ହେଉଛି। ଏନେଇ ଖୋର୍ଦ୍ଧା ପୋଲିସ ଦ୍ଵାରା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବେଳେ ଜିଲ୍ଲାର ବିଭିନ୍ନ ଗୋ ସୁରକ୍ଷା ସଂଗଠନ ଯଥା ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଭଳି ସଂଗଠନ ଏହାକୁ ରୋକିବା ପାଇଁ ଦିନ ରାତି ପ୍ରହରା ଦେଉଛନ୍ତି। ତଥାପି ଏହାକୁ ରୋକାଯାଇପାରୁନାହିଁ। ସେପଟେ ଗାଇକୁ ହିନ୍ଦୁ ସମ୍ପ୍ରଦାୟ ମାତା ଭାବେ ପୂଜା କରୁଥିଲେ ମଧ୍ୟ ଗୋରୁ ପାଳକମାନେ ଉପଯୁକ୍ତ ସେବା କରିବାରେ ବିଫଳ ହେଉଛନ୍ତି। କାରଣ ଏମାନେ ଗୋଶାଳା ବ୍ୟତୀତ ଦିନ ରାତି ଏବେ ରାସ୍ତାଘାଟରେ ଗୋରୁମାନଙ୍କୁ ଦେଖିବାକୁ ମିଳୁଛନ୍ତି। ଯାହାଫଳରେ ଉକ୍ତ ଗୋରୁମାନେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି। ତେବେ ଏହି ସବୁ ସମସ୍ୟାର ସମାଧାନ କରିବା ଏବଂ ଗୋରୁମାନଙ୍କୁ ସୁରକ୍ଷା ଦେବା ପାଇଁ ଖୋର୍ଦ୍ଧାରେ ଆଜି ରାମକୃଷ୍ଣ ଗୋ-ସେବା କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଉକ୍ତ କେନ୍ଦ୍ରଟି ଖୋର୍ଦ୍ଧା କୋର୍ଟ ଏବଂ ମୃତ୍ତିକା ସଂରକ୍ଷଣ…
ଭୁବନେଶ୍ୱର: ରାଜ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ରାଜ୍ୟ ବରିଷ୍ଠ ନାଗରିକ ନୀତି, ୨୦୧୬ରେ ସଂଶୋଧନ କରାଯିବ। ଏନେଇ ରାଜ୍ୟ ସରକାର ବିଚାର କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଆସନ୍ତା ୨୦୩୬ ମସିହା ବେଳକୁ ସମଗ୍ର ଦେଶ ସହ ରାଜ୍ୟରେ ବରିଷ୍ଠ ନାଗରିକ(୬୦ ବର୍ଷରୁ ଉର୍ଦ୍ଧ୍ୱ)ଙ୍କ ସଂଖ୍ୟା ବହୁକାଂଶରେ ବୃଦ୍ଧି ପାଇଥିବ। ତେଣୁ ବରିଷ୍ଠ ନାଗରିକଙ୍କ ବହୁବିଧ ଉନ୍ନତି ତଥା ସେମାନଙ୍କ ପାଇଁ ମଙ୍ଗଳ ପାଇଁ ପୂର୍ବ ଯୋଜନା ସହ ଆଉ କିଛ ନୂଆ ଯୋଜନା, କାର୍ଯ୍ୟକ୍ରମ ପ୍ରଣୟନ କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି। ଯଦିଏ ଏନେଇ ପୂର୍ବରୁ ରାଜ୍ୟ ବରିଷ୍ଠ ନାଗରିକ ନୀତି, ୨୦୧୬ ରହିଛି, ତେବେ ବର୍ତ୍ତମାନ ତଥା ଭବିଷ୍ୟତ ଦୃଷ୍ଟିକୋଣରୁ ଏଥିରେ ଏକାଧିକ ସଂଶୋଧନର ଆବଶ୍ୟକତା ଥିବା ନେଇ ରାଜ୍ୟ ସାମାଜିକ ସଶକ୍ତିକରଣ ବିଭାଗ ବିଚାର କରୁଛି। ଏହିକ୍ରମରେ ବିଭାଗ ପକ୍ଷରୁ ୧୧ଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ତଥା କମିଶନର…
ନୟାଗଡ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆଳୁ ମିଶନ କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲାରେ ସଫଳ କରିବା ପାଇଁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ଵପୂର୍ଣ୍ଣ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଦ୍ୟାନ କୃଷି ବିଭାଗ ସହାୟତାରେ ଆୟୋଜିତ ଏହି ବୈଠକରେ ମୃର୍ତ୍ତିକା ସଂରକ୍ଷଣ, ମିଶନ ଶକ୍ତି, ଆରଏମସି, ପ୍ରତ୍ୟେକ ବ୍ଲକରୁ ଆସିଥିବା କୃଷକ ଉତ୍ପାଦନ ସଂଘ (ଏଫପିଓ)ର ସଦସ୍ୟମାନେ ଯୋଗ ଦେଇଥିଲେ। ଚାଷୀମାନେ କିପରି ସୁବିଧା ସୁଯୋଗରେ ବିହନ ନିହନ ପାଇ ପାରିବେ ସେ ନେଇ ଜିଲ୍ଲାପାଳ ଆଲୋଚନା କରିଛନ୍ତି। ସମସ୍ତ ଚାଷୀଙ୍କୁ ଆଳୁ ଚାଷ ଉପରେ ରିହାତି ମଧ୍ୟ ଠିକ ଭାବେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଚଳିତ ବର୍ଷ ଜିଲ୍ଲାରେ ୪,୮୭୫ କୁଇଣ୍ଟାଲ ଆଳୁ ବିହନ ଆସିବ। ୩୭୫ ହେକ୍ଟର ଚାଷ ଜମିରେ ଏଥର ଆଳୁ ଚାଷ କରାଯାଉଛି। ଏଣୁ ଏ ସମସ୍ତ ବିହନ ଚାଷୀମାନଙ୍କ ପାଖରେ ପହଞ୍ଚାଇ, ସେମାନେ ଯେପରି ଭଲ ଭାବେ ଅମଳ…
ଭୁବନେଶ୍ୱର: ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଆଞ୍ଚଳିକ ଭାଷାକୁ ଅଧିକ ପରିବ୍ୟାପ୍ତ କରିବାକୁ ଯୋଜନା କରୁଛି ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଅନଲାଇନ୍ ଦୁନିଆରେ କ୍ରମାଗତ ଭାବେ ଭାଷାର ବ୍ୟବଧାନ ପରିଲକ୍ଷିତ ହେଉଥିବାରୁ ଇଣ୍ଟରନେଟ୍ରେ ଓଡ଼ିଆ ତଥ୍ୟର ଅନୁପସ୍ଥିତି ପରିଲକ୍ଷିତ ହେଉଛି। ତେଣୁ ଓଡ଼ିଆ ଭାଷାର ବିକାଶ ପାଇଁ ଏଣିକି କ୍ଲାଉଡରେ ଯୋଡ଼ିହେବ ପ୍ରାୟ ସାଢ଼େ ୪ଲକ୍ଷ ଓଡ଼ିଆ ଲିଖିତ ଶବ୍ଦ। ଏଥିପାଇଁ ଖୁବଶିଘ୍ର ଡାଟାବେସ୍ ପ୍ରସ୍ତୁତ କରାଯାଇ ପର୍ଯ୍ୟାୟକ୍ରମେ କାଯ୍ୟ ଆରମ୍ଭ ହେବ। ଏହାଦ୍ୱାରା ଇଂରାଜୀ ଭାଷା ଭଳି ସମସ୍ତ କ୍ଷେତ୍ରରେ ତଥ୍ୟ ବା ସୂଚନା ପାଇଁ ଏଆଇ ଓଡ଼ିଆ ଭାଷାରେ ସୂଚନା ପ୍ରଦାନ କରିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ପ୍ରତ୍ୟେକ ବ୍ୟକ୍ତି ଯେକୌଣସି ସ୍ଥାନରେ ରହି ଓଡ଼ିଆ ପଢ଼ିବା ଲେଖିବା ଏବଂ ଓଡ଼ିଆ ଭାଷାରେ ସୂଚନା ପାଇବେ। ଫଳରେ ଦେଶ ବାହାରେ ରହୁଥିଲେ ମଧ୍ୟ ଓଡ଼ିଆ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୈନାଚାର୍ଯ୍ୟ ରତ୍ନସୁନ୍ଦରସୁରୀଶ୍ୱରଜୀ ମହାରାଜ ସାହେବଙ୍କୁ ସାକ୍ଷାତ କରିଛନ୍ତି। ସମାଜ ସେବା ଏବଂ ଆଧ୍ୟାତ୍ମିକତା କ୍ଷେତ୍ରରେ ଜୈନାଚାର୍ଯ୍ୟ ରତ୍ନସୁନ୍ଦରସୁରୀଶ୍ୱରଜୀ ମହାରାଜ ସାହେବଙ୍କ ଅବଦାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ଧୁଲେରେ ଜୈନାଚାର୍ଯ୍ୟ ରତ୍ନସୁନ୍ଦରସୁରୀଶ୍ୱରଜୀ ମହାରାଜ ସାହେବଙ୍କ ସହ ସାକ୍ଷାତ କଲି । ସମାଜ ସେବା ଏବଂ ଆଧ୍ୟାତ୍ମିକତା ପ୍ରତି ତାଙ୍କର ଯୋଗଦାନ ପ୍ରଶଂସନୀୟ ଅଟେ । ସେ ମଧ୍ୟ ତାଙ୍କର ବହୁ ଲେଖା ପାଇଁ ପ୍ରଶଂସିତ।”
ଭୁବନେଶ୍ଵର: ସୁବୋଧ ମେହେର ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ତେଇଷ ବର୍ଷରୁ କମ କର୍ଣ୍ଣେଲ ସିକେ ନାଇଡ଼ୁ କ୍ରିକେଟ ଟ୍ରଫି ଉଦଘାଟିତ ହୋଇଯାଇଛି। ବିସିସିଆଇ ଓ ଓଡିଶା କ୍ରିକେଟ ଏସୋସିଏସନ କଟକ ସହଭାଗିତାରେ ଜିଲ୍ଲା କ୍ରୀଡା ସଂଘର ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ହେଉଥିବା ଓଡିଶା ଓ କର୍ଣ୍ଣାଟକ ମଧ୍ୟରେ ଏହି ଟ୍ରଫି ଆସନ୍ତା ଏଗାର ତାରିଖ ଦିନ ଉଦଯାପିତ ହେବ। ବିସିସିଆଇର ନିୟମ ଅନୁସାରେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାର ଉଭୟ ଦଳର ଖେଳାଳୀ ଓ ମେଚ ଅଧିକାରୀ ମାନଙ୍କ ସହ କରମର୍ଦନ ପରେ ଖେଳ ଆରମ୍ଭ ହୋଇଥିଲା। ବଲାଙ୍ଗିର ଜିଲ୍ଲାର ଜାତୀୟ ସ୍ତର ମହିଳା ଖେଳାଳୀ ମାଧୁରୀ ମେହେଟା, ରୋସନାରା ପରବିନ ଙ୍କ ସମେତ ଅନ୍ୟ ଖେଳାଳୀ ମାନଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ସଂଘ ର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଓସିଏ ର ସମ୍ପାଦକ ସଞ୍ଜୟ ବେହେରା, ଜିଲ୍ଲା…
ନୂଆଦିଲ୍ଲୀ: ଆଜିର ଯୁଗରେ, ଅଭିନେତ୍ରୀମାନେ ସୁନ୍ଦର ଦେଖାଯିବା ପାଇଁ ମେକଅପ୍ କରିବାକୁ ପସନ୍ଦ କରନ୍ତି। ଦକ୍ଷିଣରେ ମଧ୍ୟ ଏପରି ସୌନ୍ଦର୍ଯ୍ୟ ଅଛି, ଯିଏ କେବଳ ବାସ୍ତବ ଜୀବନରେ ନୁହେଁ, ଚଳଚ୍ଚିତ୍ରରେ ମଧ୍ୟ କୌଣସି ମେକଅପ୍ ପଲିସି ସହିତ କାମ କରନ୍ତି। ସେ ହେଉଛନ୍ତି ଅଭିନେତ୍ରୀ ସାଇ ପଲ୍ଲବୀ। ଯିଏ ଖୁବ ଶୀଘ୍ର ବଡ ପରଦାରେ ରଣବୀର କପୁରଙ୍କ ସହ ‘ସୀତା’ ଭୂମିକାରେ ନଜର ଆସିବେ। ସଇ ପଲ୍ଲବୀ କୋଏମ୍ବାଟୁରରେ ଜନ୍ମଗ୍ରହଣ କରିଥିଲେ। ଯିଏ ତେଲୁଗୁ, ତାମିଲ ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହି ଅଭିନେତ୍ରୀ ପ୍ରଥମେ ୨୦୧୫ ରେ ମାଲାୟାଲମ୍ ଫିଲ୍ମ ‘ପ୍ରେମମ୍’ରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରଟି ଅଭିନେତ୍ରୀଙ୍କୁ ରାତାରାତି ତାରକା ସଜେଇ ଦେଇଥିଲା। ସାଇ ତାଙ୍କ କ୍ଷୁଦ୍ର କ୍ୟାରିଅରରେ ଦକ୍ଷିଣ ସିନେମାର ଅନେକ ବଡ ତାରକାଙ୍କ ସହ କାମ କରିଛନ୍ତି। ତାଙ୍କ କାର୍ଯ୍ୟ ସହିତ ସାଇ ମଧ୍ୟ ତାଙ୍କ ଲୁକ୍ ପାଇଁ ସମ୍ବାଦରେ…
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନଃ ନିର୍ବାଚିତ ହେବା ପରେ ତେଲେଙ୍ଗାନାର ଜନଗାଓଁ ଜିଲ୍ଲାର କନ୍ନେ ଗ୍ରାମରେ ଗ୍ରାମବାସୀ ଏକ ନିଆରା ଢଙ୍ଗରେ ପାଳନ କରିଥିଲେ। ଏଠାରେ ଟ୍ରମ୍ପଙ୍କ ୬ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ପୁଷ୍ପ ମାଲ୍ୟାର୍ପଣ କରାଯାଇ ପୂଜା କରାଯାଇଥିଲା। ଆସନ୍ତୁ ଜାଣିବା ଏହି ପର୍ବ ସହିତ ଜଡିତ କିଛି ମଜାଦାର ଜିନିଷ। ୨୦୧୯ ମସିହାରେ ଗାଁର ଏକ ବଡ ପ୍ରଶଂସକ ବୁସା କୃଷ୍ଣଙ୍କ ଦ୍ଵାରା ୬ ଫୁଟ ଉଚ୍ଚର ଟ୍ରମ୍ପ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଗ୍ରାମବାସୀଙ୍କ ପାଇଁ ଏହି ପ୍ରତିମୂର୍ତ୍ତି ଟ୍ରମ୍ପଙ୍କ ସମର୍ଥନର ପ୍ରତୀକ ପାଲଟିଛି। ବୁସା କୃଷ୍ଣଙ୍କୁ ଟ୍ରମ୍ପଙ୍କ ଜଣେ ସମର୍ଥକ ଭାବରେ ବିବେଚନା କରାଯାଉଥିଲା। ସେ ପ୍ରତିଦିନ ଏହି ପ୍ରତିମୂର୍ତ୍ତିକୁ ପୂଜା କରୁଥିଲେ। ତାଙ୍କ ପାଇଁ ଟ୍ରମ୍ପ ଜଣେ ଇଶ୍ୱରଙ୍କଠାରୁ କମ୍ ନଥିଲେ ଏବଂ ସେ ତାଙ୍କର ‘ଭକ୍ତି’ରେ ଲୀନ ରହିଥିଲେ। ୨୦୨୦ ରେ ଟ୍ରମ୍ପଙ୍କ ପରାଜୟ ପରେ କୃଷ୍ଣ ଏକ ଗଭୀର…
ଇନ୍ଦୋର: ଆସୋସିଏସନ୍ ଇଣ୍ଟରନ୍ୟାସନାଲ ଡୁ ଫିଲ୍ମ ଡି’ଆନିମେସନ, ଏକ ଅନ୍ତର୍ଜାତୀୟ ଆନିମେଟେଡ ଫିଲ୍ମ ଆସୋସିଏସନ ଯାହା 1960 ମସିହାରୁ ଏକ ଅଣଲାଭକାରୀ ଅନୁଷ୍ଠାନ ଏବଂ ଚଳଚ୍ଚିତ୍ର ଆନିମେସନକୁ ଏକ କଳା ଏବଂ ଯୋଗାଯୋଗ ମାଧ୍ୟମ ଭାବରେ ପ୍ରୋତ୍ସାହିତ କରେ। ଆନିମେସନ୍ ର ପ୍ରୋତ୍ସାହନ ପାଇଁ ସମର୍ପିତ ୟୁନେସ୍କୋ ସମର୍ଥିତ ଏକ ପ୍ରମୁଖ ଅନୁଷ୍ଠାନ ଆସିଫା ଇଣ୍ଡିଆ ଆନିମେସନ୍ ର ପ୍ରୋତ୍ସାହନ ପାଇଁ ଭାରତରେ ଏହାର 25ତମ ବର୍ଷ ପୂର୍ତ୍ତି ଅବସରରେ ଆନିମେସନ୍ ଏବଂ ଭିଜୁଆଲ୍ ଇଫେକ୍ଟ୍ ଶିଳ୍ପରେ ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରିବା ପାଇଁ ଆନୁଷ୍ଠାନିକ ଭାବେ ଉତ୍କର୍ଷ ପୁରସ୍କାର ଆରମ୍ଭ କରିଛି। କଳା ଓ ମନୋରଞ୍ଜନ କ୍ଷେତ୍ରରେ ସୃଜନଶୀଳତା ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ସହିତ ଏହି ପଦକ୍ଷେପ ସମନ୍ୱିତ। ଭାରତରେ ଆନିମେସନ୍ ଶିଳ୍ପ ବିକଶିତ ହେବା ସହ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ହାସଲ କରିବା ସହିତ ସୃଜନଶୀଳତା ଏବଂ ବୈଷୟିକ ଦକ୍ଷତାର ସୀମାକୁ ଆଗକୁ ବଢ଼ାଉଥିବା…
ନୂଆଦିଲ୍ଲୀ: ୫-ଜି’ର ଦ୍ରୁତ କାର୍ଯ୍ୟକାରିତା ଏବଂ ଗ୍ରହଣୀୟତା ସହିତ ଭାରତ ଏକ ପରିବର୍ତ୍ତନକାରୀ ଡିଜିଟାଲ ବିପ୍ଳବର ଦ୍ୱାରଦେଶରେ ଛିଡ଼ା ହୋଇଛି। ୨୦୩୦ ସୁଦ୍ଧା ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା ୫-ଜି ସେବା ବ୍ୟବହାର କରୁଥିବେ ବୋଲି ଜିଏସଏମଏ ରିପୋର୍ଟରୁ ଜଣାପଡ଼ିଛି। ବ୍ୟାପକ ସରକାରୀ ପ୍ରୟାସ, ଭିତ୍ତିଭୂମିରେ ନିବେଶ ଏବଂ ନୀତିଗତ ସଂସ୍କାର ୫-ଜିର ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବ। ଏହି ପରିବର୍ତ୍ତନ ଭାରତକୁ ଏକ ଡିଜିଟାଲ-ପ୍ରଥମ ରାଷ୍ଟ୍ରରେ ପରିଣତ କରିବା ସହିତ ମୋବାଇଲ ପ୍ରଯୁକ୍ତିକୁ ସ୍ୱାସ୍ଥ୍ୟସେବା, ଶିକ୍ଷା, କୃଷି ଓ ପ୍ରଶାସନ କ୍ଷେତ୍ରରେ ସୁଧାର ଆଣିବା ପାଇଁ ବ୍ୟବହାର କରାଯାଇପାରିବ। ୫-ଜି ପ୍ରଯୁକ୍ତି ୨୦୨୩ରୁ ୨୦୪୦ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥାରେ ପ୍ରାୟ ୩୬.୪ ଲକ୍ଷ କୋଟି ଟଙ୍କାର ଯୋଗଦାନ ଦେବ ଏବଂ ଏହା ୨୦୨୪୦ ସୁଦ୍ଧା ଦେଶର ଜିଡିପିରେ ୦.୬% ପ୍ରତିଶତରୁ ଅଧିକ ଅଂଶ ହାସଲ କରିବ। ଉତ୍ପାଦନ, ଖୁଚୁରା ବ୍ୟବସାୟ, ସ୍ୱାସ୍ଥ୍ୟସେବା ଏବଂ କୃଷି ଭଳି ପ୍ରମୁଖ କ୍ଷେତ୍ରଗୁଡିକ ୫-ଜି ଦ୍ୱାରା ଉପକୃତ…
ନୂଆଦିଲ୍ଲୀ: କେନ୍ଦ୍ର ରାସାୟନିକ ଓ ସାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଚିକିତ୍ସା ଉପକରଣ ଶିଳ୍ପକୁ ସୁଦୃଢ଼ କରିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ର ରସାୟନ ଓ ସାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଏବଂ ଔଷଧ ବିଭାଗର ସଚିବ ଅରୁଣିଷ ଚାୱଲାଙ୍କ ସମେତ ବିଭାଗର ଅଧିକାରୀ ଏବଂ ଶିଳ୍ପ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ଯୋଜନା ଏକ ବ୍ୟାପକ ଯୋଜନା ଯାହା ଚିକିତ୍ସା ଉପକରଣ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଲକ୍ଷ୍ୟ କରେ, ଯେଉଁଥିରେ ମୁଖ୍ୟ ଉପାଦାନ ଏବଂ ଉପକରଣ ଉତ୍ପାଦନ, ଦକ୍ଷତା ବିକାଶ, କ୍ଲିନିକାଲ ଅଧ୍ୟୟନ ପାଇଁ ସହାୟତା, ସାଧାରଣ ଭିତ୍ତିଭୂମିର ବିକାଶ ଏବଂ ଶିଳ୍ପ ପ୍ରୋତ୍ସାହନ ଅନ୍ତର୍ଭୁକ୍ତ। କେନ୍ଦ୍ର ରାସାୟନିକ ଓ ସାର ମନ୍ତ୍ରୀ ଜେପି ନଡ୍ଡା ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଏହି ଯୋଜନା ଏକ ଗେମ୍…
ନୂଆପଡା: ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ କେନ୍ଦ୍ର ମହିଳା ଓ ବାଲ ବିକାଶ ମନ୍ତ୍ରୀ ସାବିତ୍ରୀ ଠାକୁର ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଦଳୀୟ କର୍ମୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ। ପରେ ଜିଲ୍ଲା ସର୍କିଟ ହାଉସ ଠାରେ ଆକାଂକ୍ଷା ଜିଲ୍ଲା ନୂଆପଡ଼ା ଏବଂ ନବରଙ୍ଗପୁରକୁ ଗସ୍ତ ରହିଥିବା ପ୍ରକାଶ କରିଛନ୍ତି। ଭାରତ ସରକାରଙ୍କ ୧୦ ବର୍ଷ ର ଶାସନ ଏବଂ ୬୦ ବର୍ଷ ଶାସନକୁ ଅନୁଧ୍ୟାନ କଲେ ୧୦ ବର୍ଷ ଶାସନ ଭାରି ପଡିବ ବୋଲି ପ୍ରକାଶ କରିଛନ୍ତି। ଆକାଂକ୍ଷା ଜିଲ୍ଲାକୁ ସମସ୍ତ ମାପ ଦଣ୍ଡରେ ଶତ ପ୍ରତିଶତ ହାସଲ କାର୍ଯ୍ୟ ସମୀକ୍ଷା କରିଛନ୍ତି। କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ ଏବଂ ଗରିବ କଲ୍ୟାଣ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ବିମା ଯୋଜନା ହେଉ ପ୍ରକୃତ ଲୋକଙ୍କ ନିକଟକୁ ପହଞ୍ଚିଲେ ଭାରତ ବିକଶିତ ହେବ…
ନୟାଗଡ଼: ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଗଛକୁ ପିଟି ହୋଇ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଏହି ଦୁର୍ଘଟଣାରେ ବସ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲପରଙ୍କ ସମେତ ୯ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଏଣେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳିଛି। ସେ ହେଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାର ବୀରେନ୍ ସାହାଣୀ। ଏଣେ ଗୁରୁତର ହେଲେ ହେଲପର୍ ଖଜୁରୀପଡ଼ାର ସିଲୁ ସାହାଣୀ। ଏହାଛଡ଼ା ଶିଶୁଆ ନାୟକ ନାମକ ଜଣେ ଯାତ୍ରୀ ଗୁରୁତର ଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବସଟି ରାଇକିଆରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଯାତ୍ରୀଙ୍କ କହିବା ଅନୁଯାୟୀ ଚାଳକ ବାଟରେ ମଦ୍ୟପାନ କରିଥିଲେ।…

