ବଲାଙ୍ଗୀର: କୃଷି ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ବଲାଙ୍ଗୀର ଗସ୍ତରେ ଆସି କଣ୍ଟାବାଞ୍ଜି ଠାରେ ଗୋପାଷ୍ଟମୀ ଉପଲକ୍ଷେ ଗୋପାଳ ଗୋଶାଳା ଠାରେ ଯୋଗଦେଇ ବର୍ତ୍ତମାନ ଯୁଗରେ ଗୋପାଳନ ନିତାନ୍ତ ଆବଶ୍ୟକ ଗୋମାତା ସେବା କରିବା ଦ୍ୱାରା ନିଜକୁ ଶାନ୍ତି ମିଳିଥାଏ। ପରେ ଗାଈକୁ ଘାସ ଖାଇବାକୁ ଦେଇଥିଲେ। ଅନ୍ୟପକ୍ଷରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ, ବଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇଥିଲେ। ପରେ କଣ୍ଟାବାଞ୍ଜି ଆରଏମସିଠାରେ ଏକ ଆଳୁ ମିଶନ ସରକାରୀ ଚାଷୀଙ୍କୁ ଆଳୁ ମଞ୍ଜି ବଣ୍ଟନ କରିଥିଲେ। ଏବଂ ଓଡିଶାରେ ଆଳୁ ମିଶନ ଦ୍ୱାରା ଓଡିଶାରେ ଖାଉଟିଙ୍କ ପାଇଁ ଆଳୁ ସମସ୍ୟା ଦୂର କରାଯାଇ ପାରିବ ଓ ଚାଷୀ ମାନେ ମଧ୍ୟ୍ୟ ସ୍ୱାବଲମ୍ବୀ ହୋଇପାରିବେ ବୋଲି ବକ୍ତ୍ୟବ୍ୟ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ନିଖିଳ କୁମାର ଡାଇରେକ୍ଟର ଉଦ୍ୟାନ ବିଭାଗ ଓଡିଶା,…
Author: SM Network
ସୁବର୍ଣ୍ଣପୁର: ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାଭୂମି ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ରଠାରୁ ପୁରୀ ଶ୍ରୀକ୍ଷେତ୍ରକୁ ଏକ ଭବ୍ୟ କାଳିଆ ତୁଳସୀ ରଥ ଯାତ୍ରା କରିଛି। ପାତାଳି ଶ୍ରୀକ୍ଷେତ୍ରଠାରୁ ବାହାରିଥିବା କାଳିଆ ତୁଳସୀ ରଥ ଜଗନ୍ନାଥ ସଡକରେ ବିନିକା, ସୁବର୍ଣ୍ଣପୁର, ବୌଦ୍ଧ, ଦଶପଲ୍ଲା ଓ ନୟାଗଡ ଦେଇ ପୁରୀ ଶ୍ରୀକ୍ଷେତ୍ରକୁ ବଡ ଏକାଦଶୀ ତିଥିରେ ପହଂଚିବାର କାର୍ଯ୍ୟକ୍ରମ ଥିବାବେଳେ ଯାତ୍ରାପଥରେ ଶ୍ରଦ୍ଧାଳୁ ଭକ୍ତଙ୍କ ପାଖରୁ ତୁଳସୀ ସଂଗ୍ରହ କରୁଛି। ବିଗତ ୫ବର୍ଷ ଧରି ଚାଲିଥିବା ତୁଳସୀ ଯାତ୍ରାରେ ଏବର୍ଷ ସୁବର୍ଣ୍ଣପୁର ଜିଲ୍ଲାରୁ ସଂଗୃହୀତ ୩୨ ଝୁଡି ତୁଳସୀ ଏହି ରଥରେ ପ୍ରେରଣ ହୋଇଛି। ଯାତ୍ରାପଥରେ ଶ୍ରଦ୍ଧାଳୁ ଭକ୍ତମାନେ ତୁଳସୀ, ଦୟଣା ଓ ଫୁଲ ଦାନ କରିଥିବାବେଳେ ବିଭିନ୍ନ ସ୍ଥାନରେ ତୁଳସୀ ରଥକୁ ହରିବୋଲ ହୁଲହୁଲିରେ ସ୍ବାଗତ ସହ ଆଳତୀ ଦିଆଯାଇଛି। ପୁରୀ ଶ୍ରୀକ୍ଷେତ୍ର ସହ ପାତାଳି ଶ୍ରୀକ୍ଷେତ୍ର, ସୁବର୍ଣ୍ଣପୁରକୁ ଶ୍ରୀଜଗନ୍ନାଥଙ୍କ ସାଂସ୍କୃତିକ ସଂହତି ସ୍ଥାପନରେ ଏହି ତୁଳସୀ ଯାତ୍ରା ଏକ ଆଧ୍ୟାତ୍ମିକ ରଜ୍ଜୁ ହେବ ବୋଲି…
ଭୁବନେଶ୍ୱର: ଚଳିତ ୨୦୨୪-୨୫ ବର୍ଷର ରବିଋତୁ ପାଇଁ ୯୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଯୋଜନା କରାଯାଉଛି। ଏନେଇ ରାଜ୍ୟ ସମବାୟ ସମିତି ସମୂହର ନିବନ୍ଧନ ବିଭାଗକୁ ଚିଠି ଲେଖିଛନ୍ତି। ଚଳିକ ବର୍ଷ ୯୦୦୦ କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ଅଟକଳ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ଅନୁମୋଦନ ଦେବାକୁ ଅନୁରୋଧ କରିଛନ୍ତି ନିବନ୍ଧକ। ଗତ ଅକ୍ଟୋବର ୧ ତାରିଖରୁ ରାଜ୍ୟରେ ରବି ଋତୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଗତ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଚାଷୀ ଅଧିକ ପରିମାଣରେ ଋଣ ନେଇଥିବାରୁ ଚଳିତ ବର୍ଷ ଏହାକୁ ୯ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏନେଇ ସବିଶେଷ ବିବରଣୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ସମବାୟ ସମିତି ସମୂହର ନିବନ୍ଧକଙ୍କୁ ପଠାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଚଳିତ ରବି ଋତୁରେ ବରଗଡ଼ ଜିଲ୍ଲାକୁ ସର୍ବାଧିକ ୭୩୦ କୋଟି ଟଙ୍କା ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି।…
ପୁରୀ: ଆଜି କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ନବମୀ ତିଥିରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଗୋପାଳ ଜୀଉ ମନ୍ଦିରରେ ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀରାଧାଙ୍କ ପାଦ ଦର୍ଶନ ଅନୁଷ୍ଠିତ ହେଉଅଛି। ରାତ୍ର ପ୍ରାୟ ୧ଟାରୁ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିରର ଦ୍ୱାରଫିଟା ଯାଇ ମଙ୍ଗଳ ଆଳତି ନୀତି ପରେ ଦୈନନ୍ଦିନ ନୀତି ଅନୁଷ୍ଠିତ ହୋଇଥିଲା। ଆଜି ସାକ୍ଷୀ ଗୋପୀନାଥଙ୍କର ସ୍ୱତନ୍ତ୍ର ନଟବର ବେଶ ଅନୁଷ୍ଠିତ ହୋଇଥିବା ବେଳେ ସକାଳୁ ସକାଳୁ ଭୋଗ ନୀତି ଶେଷ କରାଯାଇ ସର୍ବ ସାଧାରଣ ଦର୍ଶନ ଅନୁଷ୍ଠିତ ହେଉଥିବା ଜଣାପଡିଅଛି। ବର୍ଷକ କରେ ଥରେ ଶ୍ରୀରାଧା ଆଜି ଓଡିଆଣୀ ବେଶରେ ସଜ୍ଜିତ ହୋଇଥିବା ହେତୁ ରାଧା ଙ୍କର ପାଦ ଦର୍ଶନର ସୌଭାଗ୍ୟ ପ୍ରାପ୍ତି ନେଇ ଦୂର ଦୁରନ୍ତାରୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ସାକ୍ଷୀଗୋପାଳରେ ଦେଖିବାକୁ ମିଳିଅଛି। ବିଶ୍ଵାସ ରହିଆଛି ଆଜିର ଦିନରେ ମା ରାଧାଙ୍କୁ ଦର୍ଶନ କଲେ ମହିଳା ମାନେ ସୈାଭାଗ୍ୟବତୀ ହେବାର ସୁଯୋଗ ପାଇବା…
କୋରାପୁଟ: ଜିଲ୍ଲା ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଗତ ଶୁକ୍ରବାର ପୂର୍ବାହ୍ନରେ ବୈପାରୀଗୁଡା ସଦର ମହକୁମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବିଶ୍ବଜିତ ଭୁୟାଁ ଏବଂ ଫାର୍ମାସିଷ୍ଟ ଉତ୍ତମ ମହାକୁଡଙ୍କୁ ଗିରଫ କରିଥିଲେ। ଏହିପରି ଗତକାଲି ଅଭିଯୁକ୍ତ ଡାକ୍ତରଙ୍କ ବୈପାରୀଗୁଡା ସରକାରୀ କାର୍ଯ୍ୟାଳୟ ,ଭଡାରେ ସୂତ୍ରରେ ରହୁଥିବା ବାସଭବନ ଏବଂ ତାଙ୍କ ପୈତୃକ କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳ ଗ୍ରାମରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଯାଞ୍ଚ ବେଳେ ବୈପାରୀଗୁଡା ବାସଭବନରୁ ୨ ଲକ୍ଷ ୧୨ ହଜାର ଟଙ୍କ ଉଦ୍ଧାର କରାଯାଇଥିବା ନେଇ ଜୟପୁର ଭିଜିଲାନ୍ସ ଏସ.ପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ନିଜ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହିପରି ଦୁଇ ଗିରଫ ଅଭିଯୁକ୍ତଙ୍କ ଗୃହରେ ଯାଞ୍ଚ ଜାରୀ ରହିଛି, ତାଙ୍କର ସ୍ଥାବର ଓ ଅସ୍ଥାବର…
ଛତ୍ରପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସାମନ୍ତପଲ୍ଲୀ ଠାରେ ମା’ ତାରାତାରିଣୀ ଟେକ୍ସଟାଇଲ୍ ସହଯୋଗରେ ସୁରତ ଓଡିଆ ଟେକ୍ସଟାଇଲ୍ ଶିଳ୍ପ ପାର୍କ ନିର୍ମାଣ ପାଇଁ ଶିଳ୍ପଦ୍ୟୋଗୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଗଞ୍ଜାମ ଜିଲ୍ଲାର ଟେକ୍ସଟାଇଲ୍ ଶିଳ୍ପଦ୍ୟୋଗୀମାନଙ୍କ ମଧ୍ୟରୁ ସିତାରାମ ପାଣିଗ୍ରାହୀ, ଶିଶିର ପାଣିଗ୍ରାହୀ, ରାଧାଶ୍ୟାମ ପାଣିଗ୍ରାହୀ, ଜିତେନ୍ଦ୍ର ପାଣିଗ୍ରାହୀ ଓ ନିରଞ୍ଜନ ମହାରଣା ଏକ ପ୍ରତିନିଧି ଦଳ ସୁରତ ଗସ୍ତ କରି ସେଠାକାର ଓଡିଆ ଟେକ୍ସଟାଇଲ୍ ଶିଳ୍ପ ଦ୍ୟୋଗୀଙ୍କ ସହିତ ଆଲୋଚନା କରିଛନ୍ତି। ଓଡିଶା ଗଞ୍ଜାମ କବିସୂର୍ଯ୍ୟନଗର ସାମନ୍ତପଲ୍ଲୀ ଗ୍ରାମ ଠାରେ ମା ତାରାତାରିଣୀ ଟେକ୍ସଟାଇଲ୍ ଅଧୀନରେ ୫୦୦ ଶହ ଭରଣ ଜମି ରହିଛି। ଗୁଜରାଟର ସୁରତ ମଡେଲର ବିଭିନ୍ନ ନୂତନ ବୟନ ଶିଳ୍ପସ୍ଥାପନ କରିବା ପାଇଁ ସହମତି ଜଣାଇଛନ୍ତି। ଭବିଷ୍ୟତରେ ଓଡିଶାକୁ ମଧ୍ୟ ଏକ ଟେକ୍ସଟାଇଲ୍ ହବ୍ କରିବା ପାଇଁ ଓଡିଶା ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ଲୋଡାଯିବାକୁ ଆଲୋଚନା ବୈଠକରେ ସ୍ଥିର ହୋଇଥିଲା। ଗଞ୍ଜାମ…
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ। ଗକେବରହାସ୍ଥିତ ସେଣ୍ଟ ଜର୍ଜ ପାର୍କ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଭାରତୀୟ ସମୟ ଅନୁଯାୟୀ, ଏହି ମ୍ୟାଚ୍ ସନ୍ଧ୍ୟା ୭:୩୦ ରେ ଆରମ୍ଭ ହେବ। ମ୍ୟାଚ୍ର ଟସ୍ ସାତଟା ବେଳେ ହେବ। ଭାରତୀୟ ଦଳ ପ୍ରଥମ ଟି -୨୦ ରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୬୧ ରନରେ ପରାସ୍ତ କରିଥିଲା। ଏଭଳି ପରିସ୍ଥିତିରେ ଆଜି ସୂର୍ଯ୍ୟକୁମାରବାହନୀ ଦ୍ୱିତୀୟ ଟି -୨୦ ଜିତି ସିରିଜ ପରାଜୟର ଆଶଙ୍କା ଦୂର କରିବାକୁ ଚାହୁଁଛନ୍ତି। ଏଥି ସହିତ ସିରିଜରେ ୦-୧ ଗୋଲରେ ଆଗୁଆ ଥିବା ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ଆଜି କୌଣସି ମୂଲ୍ୟରେ ବିଜୟ ପଞ୍ଜିକରଣ କରିବାକୁ ଚାହୁଁଛି। ଭାରତ ବନାମ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ର ପିଚ୍ ରିପୋର୍ଟ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ…
ନୂଆଦିଲ୍ଲୀ: ଆଜି ସକାଳେ ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ଦ୍ରୁତ ଗତିରେ ଆସୁଥିବା ଟ୍ରଲର ନିୟନ୍ତ୍ରଣ ହରାଇ କାରକୁ ପଛପଟୁ ଧକ୍କା ଦେଇଛି। ଏହି ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ କାରର ପଛ ଭାଗ ଖଣ୍ଡ ଖଣ୍ଡ ହୋଇଯାଇଛି। ଏହି ଦୁର୍ଘଟଣାରେ ବାପା ଏବଂ ପୁଅଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଆଜି ସକାଳ ପ୍ରାୟ ୭.୩୦ ସମୟରେ ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେ ନମ୍ବର ୨୮୬ କିଲୋମିଟରରେ ଏହି ଦୁର୍ଘଟଣା ଘଟିଛି। ଯେତେବେଳେ ଗାଜିଆବାଦରେ ରହୁଥିବା ବାପା ଏବଂ ପୁଅ ସ୍କର୍ପିଓ କାରରେ ବିହାରର ଗୟା ଆଡ଼କୁ ଯାଉଥିଲେ, ସେତେବେଳେ ଏକ ଟ୍ରେଲର ସେମାନଙ୍କ କାରକୁ ପଛରୁ ଉନ୍ନାଓରେ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ବାପା ଏବଂ ପୁଅଙ୍କ ସମେତ ତିନି ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ବହୁ ସଂଖ୍ୟକ ଲୋକ ଘଟଣାସ୍ଥଳରେ ଏକାଠି ହୋଇଥିଲେ।…
ଭୁବନେଶ୍ଵର: ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟରେ ଖୁବ ଶୀଘ୍ର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହେବ। ଯ’ଦ୍ଵାରା କି ପ୍ରାଥମିକ ସ୍ତରରେ ଛାତ୍ର ଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ଏହି ସୂଚନା ଦେବା ସହ ବିକଶିତ ଭାରତ ବିକଶିତ ଓଡିଶା ଗଠନ ବିଦ୍ୟାଳୟ ସ୍ତରରୁ ହିଁ ଆରମ୍ଭ ହେବ, ଉତ୍ତମ ବ୍ୟକ୍ତି ନିର୍ମାଣ ହେଲେ ହିଁ ଉତ୍ତମ ରାଷ୍ଟ୍ର ଗଠନ ହେବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି। ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଜିଲ୍ଲାର ଲୋକ କଳାର ବିବିଧତାକୁ ନେଇ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ…
ରାଇପୁର: ଅଲ୍ ଇଣ୍ଡିଆ ଡ୍ୟାନ୍ସର ଆସୋସିଏସନ୍ ଓ ନରିଥୟଥି କଳାକ୍ଷେତ୍ରମ୍ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ରାଇପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରତିଯୋଗିତା ରେ ବିଭିନ୍ନ ରାଜ୍ୟ ର ନୃତ୍ୟ ଅନୁଷ୍ଠାନ ଗୁଡ଼ିକ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କଥକ,ମଣିପୁରୀ,ଓଡ଼ିଶୀ, କୁଚିପୁଡ଼ି ନୃତ୍ୟ ପରିବେଷଣ କରାଯାଇଥିଲା। ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୋଟ ୨୭୫ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ରାଇପୁର ର ରଙ୍ଗ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା। ରାଇପୁର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନେଶ୍ଵର ର ନୃତ୍ୟ ଅନୁଷ୍ଠାନ “କଳିଙ୍ଗାୟନ ତୌର୍ୟତ୍ରିକମ” ର ଗୁରୁ ପୁଷ୍ପିତା ମିଶ୍ର ଙ୍କୁ ଅଲ୍ ଇଣ୍ଡିଆ ଡ୍ୟାନ୍ସର ଆସୋସିଏସନ୍ ତରଫରୁ ନଟବର ଗୋପିକ୍ରିଷ୍ଣା ଜାତୀୟ ପୁରସ୍କାର ଓ ଲାଇଭ୍ ଟାଇମ୍ ଅଚିଭମେଣ୍ଟ ପୁରସ୍କାର ସମ୍ମାନିତ କରାଯାଇଥିଲା। ସେହି ଭଳି ଶୁଭେନ୍ଦୁ ଦାସ ଙ୍କୁ ନାଟ୍ୟ ମୟୁରମ୍ ପୁରସ୍କାର, ଦେବାଶିଷ ମହାପାତ୍ର ଙ୍କୁ ନୃତ୍ୟ ଲାଭରସାୟନ ପୁରସ୍କାର,…
ନୂଆଦିଲ୍ଲୀ: ବ୍ରମ୍ପଟନ୍ ମନ୍ଦିର ଆକ୍ରମଣ ମାମଲାରେ କାନାଡା ପୋଲିସ୍ ଦ୍ଵାରା ଗିରଫ ହୋଇଥିବା ଖାଲିସ୍ତାନୀ କାର୍ଯ୍ୟକର୍ତ୍ତା ଇନ୍ଦରଜିତ ଗୋସାଲଙ୍କୁ ମୁକ୍ତ କରାଯାଇଛି। ଏହି ଘଟଣାରେ କାନାଡାର ପିଲ ଆଞ୍ଚଳିକ ପୋଲିସ ନଭେମ୍ବର ୩ ତାରିଖରେ ପଞ୍ଚମ ଥର ପାଇଁ ଗିରଫ କରିଥିଲା। ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଇନ୍ଦରଜିତ ଗୋସାଲ। ସେ ‘କାନାଡାର SFJ ର ସଂଯୋଜକ’ ବୋଲି ଜଣାଯାଇଛି। SFJ ଅର୍ଥାତ ଶିଖ୍ ଫର ଜଷ୍ଟିସ୍ ହେଉଛି ଏକ ଆତଙ୍କବାଦୀ ସଂଗଠନ ଯାହା ଭାରତରେ ନୂଆ ଖାଲିସ୍ତାନ ଦେଶ କରିବା ପାଇଁ ଆନ୍ଦୋଳନ ଜାରୀ ରଖିଛନ୍ତି। ତେବେ ପୋଲିସର ସୂଚନା ଅନୁଯାୟୀ ତାଙ୍କୁ କିଛି ସର୍ତ୍ତରେ ମୁକ୍ତ କରାଯାଇଛି ଏବଂ ପରବର୍ତ୍ତୀ ସମୟରେ ସେ ବ୍ରମ୍ପଟନ୍ର ଅନଟାରିଓ କୋର୍ଟରେ ହାଜର ହେବେ। https://twitter.com/Arya_Anviksha_/status/1855341160497373361?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1855341160497373361%7Ctwgr%5Ec02b19db7d5ab4fd18104330afdfd6ad07dfd197%7Ctwcon%5Es1_&ref_url=https%3A%2F%2Fm.dailyhunt.in%2Fnews%2Findia%2Fenglish%2Fdeccanherald-epaper-dh881cfe1ab97d482fb3abb8994f502a8b%2Fcanadianpolicereleasekhalistaniactivistinderjeetgosalsoonafterarrestinbramptontempleattackcase-newsid-n638588798 ସୋସିଆଲ ମିଡିଆରେ ତାଙ୍କର ଏକ ଚିତ୍ର ଏବେ ଭାଇରାଲ ହୋଇଛି। ଯେଉଁଠାରେ ସେ ଏକ ଇଭେଣ୍ଟରେ ଖାଲିସ୍ତାନୀ ପତାକା ଧରି ଭାରତୀୟ ତ୍ରିରଙ୍ଗା ଉପରେ ଠିଆ…
ଭୁବନେଶ୍ୱର: ବାତ୍ୟା ଦାନା ପରବର୍ତ୍ତୀ ସମୟରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ପ୍ରଶାସନ ଓ ତୃଣମୂଳ ସ୍ତରର ଅନୁଷ୍ଠାନଗୁଡ଼ିକ ସହ ମିଶି ଶୁକ୍ରବାର ଦିନ ବାଲେଶ୍ୱର ଜିଲ୍ଲା ସୋରଠାରେ ଜନସ୍ୱାସ୍ଥ୍ୟ ବିପଦ ପରିଚାଳନା ଉପରେ ପ୍ରଶିକ୍ଷକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗୁରୁବାର ଭଦ୍ରକ ଜିଲ୍ଲା ତିହିଡ଼ିଠାରେ ମଧ୍ୟ ସମାନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନିରାପଦ ପାନୀୟ ଜଳ, ପରିମଳ ଏବଂ ସ୍ୱଚ୍ଛତା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯାଇଥିଲା, ଯାହା ବାତ୍ୟା ପ୍ରଭାବିତ ଲୋକଙ୍କ ମଧ୍ୟରେ ରୋଗ ପ୍ରକୋପକୁ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ସ୍ଥାନୀୟ ପ୍ରଶିକ୍ଷକମାନଙ୍କୁ ଅତ୍ୟାବଶ୍ୟକ କୌଶଳ ଓ ଜ୍ଞାନ ପ୍ରଦାନ ଜରିଆରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶାରେ ବାତ୍ୟା ଦାନା ତଥା ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ସୁରକ୍ଷିତ ଓ ସୁସ୍ଥ ପରିବେଶ ସୃଷ୍ଟି କରିବା ନେଇ ଉଦ୍ୟମ ଜାରି ରଖିଛି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାତ୍ୟା…
ନୂଆଦିଲ୍ଲୀ: ଚଳିତ ମାସ ୨୦ ରୁ ୨୮ ତାରିଖ ମଧ୍ୟରେ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି ୫୫ ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ। ଏହି ଉତ୍ସବର ଅଧିକ ପ୍ରଚାର ପ୍ରସାର ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର କେନ୍ଦ୍ରୀୟ ସଂଚାର ବ୍ୟୁରୋ, ପତ୍ର ସୂଚନା ବ୍ୟୁରୋ ଓ ସମାଜ ବିଜ୍ଞାନ ବିଭାଗର ମିଳିତ ଉଦ୍ୟମରେ ଏହି ଅଭିଯାନ ଆୟୋଜନ କରାଯାଇଛି। ସାମାଜ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଡ. ରବୀନ୍ଦ୍ର ଗରଡା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହ ସମାଜ ବିଜ୍ଞାନ ଏବଂ ଚଳଚ୍ଚିତ୍ର ମଧ୍ୟରେ ଥିବା ସଂଯୋଗ ଉପରେ ଆଲୋକପାତ କରିଛନ୍ତି।ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ଼ର ଆଞ୍ଚଳିକ ଅଧିକାରୀ ତଥା ସିବିସିର ନିର୍ଦ୍ଦେଶକ ଡ. ଗିରୀଶ ଚନ୍ଦ୍ର ଦାସ ଯୋଗଦେଇ ଭାରତୀୟ ଓ ଓଡିଆ ଚଳଚ୍ଚିତ୍ରର ଗୌରବମୟ ଯାତ୍ରା ଉପରେ ଆଲୋକପାତ କରିଥିଲେ। ଆଗାମୀ ଚଳଚ୍ଚିତ୍ର ମହୋତ୍ସବ ସମ୍ପର୍କରେ ସାମାଜିକ…
ଭୁବନେଶ୍ଵର: ଚଳିତ ବର୍ଷ ନୌସେନା ଦିବସ ଉପଲକ୍ଷେ ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀର ବ୍ଲୁ ଫ୍ଲାଗ୍ ବେଳାଭୂମିରେ ଭାରତୀୟ ନୌସେନାର ସମରାଭ୍ୟାସ ଅନୁଷ୍ଠିତ ହେବ । ଏହି ‘ଅପରେସନ ଡେମୋନଷ୍ଟ୍ରେସନ୍’ ବା ପରିଚାଳନାଗତ ପ୍ରଦର୍ଶନରେ ନୌସେନା ନିଜର ଅଜେୟ ସାମୁଦ୍ରିକ କ୍ଷମତା ଓ ଶକ୍ତି ପ୍ରଦର୍ଶନ କରିବା ଲାଗି ପ୍ରସ୍ତୁତି କରିଛି। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ନୌସେନାର ବହୁମୁଖୀ କ୍ଷମତାକୁ ପ୍ରଦର୍ଶିତ କରିବ, ନାଗରିକଙ୍କ ମଧ୍ୟରେ ସମୁଦ୍ରକୁ ନେଇ ସଚେତନତା ବୃଦ୍ଧି କରିବ ଏବଂ ଭାରତର ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ପ୍ରଦର୍ଶନ କରିବାରେ ସହାୟକ ହେବ। ପ୍ରାଚୀନ ବ୍ଲୁ ଫ୍ଲାଗ୍ ବେଳାଭୂମିର ପରିଦୃଶ୍ୟରେ ଆୟୋଜିତ ହେବାକୁ ଥିବା ପରିଚାଳନାଗତ ପ୍ରଦର୍ଶନ ଭାରତୀୟ ନୌସେନା ଏବଂ ଓଡ଼ିଶା ରାଜ୍ୟର ସାମୁଦ୍ରିକ ଐତିହ୍ୟ ମଧ୍ୟରେ ସମ୍ପର୍କର ପ୍ରତୀକ। ଭାରତୀୟ ନୌସେନା ଏହି ଆୟୋଜନକୁ…
ଭୁବନେଶ୍ଵର: କୌଣସି ପରିସ୍ଥିତିରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ ବନ୍ଦ ହେବ ନାହିଁ ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର। ଶନିବାର ଭୁବନେଶ୍ବରଠାରେ ସମସ୍ତ ଜିଲ୍ଲାରେ ପୁଷ୍ଟିକର, ନିରାପତ୍ତା ମଧ୍ୟାହ୍ନ ଭୋଜନ ପରିଚାଳନା ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଭାସୀ ବୈଠକରେ ଏ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ନିରାପଦ ଓ ସ୍ବଚ୍ଛ ମଧ୍ୟାହ୍ନ ଭୋଜନକୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି। ସେ ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ପିଏମ୍ ପୋଷଣ ରାଜ୍ୟ ସଂଯୋଜନ ଅଧିକାରୀ ରଘୁରାମ ଆର ଆୟାର ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ ଜିଲ୍ଲାଗୁଡ଼ିକୁ ମଧ୍ୟାହ୍ନ ଭୋଜନ ପାଇଁ ପିଏମ୍ ପୋଷଣ ଅଧୀନରେ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉଛି। ମଧ୍ୟାହ୍ନ…
କେନ୍ଦ୍ରାପଡା: ତୁଳସୀକ୍ଷେତ୍ର କେନ୍ଦ୍ରାପଡା ସହ ଶ୍ରୀକ୍ଷେତ୍ର ପୁରୀର ଆଧ୍ୟତ୍ମିକ ସଂପର୍କ ବେଶ ନିବିଡ। ପାରମ୍ପରିକ ତଥା ପୌରାଣିକ ଢଂଗରେ କୋଟି ଓଡିଆଙ୍କ ଆରାଧ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଶ୍ରୀବଳଦେବଙ୍କ ସାନଭାଇ। ଏଥିପାଇଁ ଶ୍ରୀମନ୍ଦିର ନିତିକାନ୍ତି ସହ ଅନେକ ସାମଞ୍ଜସ୍ୟ ଏବଂ ସ୍ୱତନ୍ତ୍ରତା ପରିଲକ୍ଷିତ ହୋଇଥାଏ ତୁଳସୀକ୍ଷେତ୍ରର ଆରାଧ୍ୟଦେବତା ଶ୍ରୀବଳଦେବଜୀଉ ମନ୍ଦିରରେ। ଅନ୍ୟ ଅର୍ଥରେ କହିବାକୁ ଗଲେ ଶ୍ରୀବଳଦେବଜୀଉଙ୍କ ସହ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ଦୃଢ ସଂପର୍କ ରହିଛି। ଏହି ପରପ୍ରେକ୍ଷୀରେ କାର୍ତିକ ମାସରେ ପଂଚକବ୍ରତ ମଧ୍ୟ ତୁଳସୀକ୍ଷେତ୍ରରେ ପାଳନ କରାଯାଇଥାଏ। ଯେଉଁ ହବିଶ୍ୟାଳୀମାନେ ପୁରୀ ଯିବାକୁ ଅସମର୍ଥ ହୋଇଥାନ୍ତି ସେମାନେ ତୁଳସୀକ୍ଷେତ୍ରରେ ହବିଷ କଲେ ସମାନ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ଆଧ୍ୟାତ୍ମିକ ବିଶ୍ୱାସ ରହିଛି। ପଂଚକବ୍ରତ ପାଳନ ସମୟରେ ପଂଚକ ଏକାଦଦଶୀରେ ଶ୍ରୀବଳଦେବଜୀଉଙ୍କ ପ୍ରଳମ୍ବାସୁର ସଂହାର ବେଶ କରାଯାଇଥାଏ। ଏହିବେଶ ପାଇଁ ପୁରୀ ଜଗନ୍ନାଥଧାମ ଶ୍ରୀକ୍ଷେତ୍ରରୁ ସାନଭାଇ ଶ୍ରୀଜଗନ୍ନାଥ ତୁଳସୀକ୍ଷେତ୍ର ଆରାଧ୍ୟ ଦେବତା ତଥା ବଡଭାଇ ଶ୍ରୀ ବଳଦେବଜୀଉଙ୍କୁ ପାଟବସ୍ତ୍ର ଭେଟିଦେଇଥାନ୍ତି।…
ଭୁବନେଶ୍ଵର: ଛଟ୍ ପୂଜା ଶେଷ ହେବାକୁ ଯାଉଥିଲେ ମଧ୍ୟ ଯାତ୍ରୀମାନଙ୍କ ଭିଡ଼ କମିନାହିଁ। ଭିଡ଼ କମାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୨୭ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ଦେଶର ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଚଳାଚଳ କରୁଛି। ସେଥିମଧ୍ୟରୁ ୧୮ଯୋଡ଼ା ଟ୍ରେନ୍ ଚଳିତମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ। ୭ ଯୋଡ଼ା ଟ୍ରେନ୍ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏହାଛଡ଼ା ଦୁଇ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ବିହାରର ଦାନାପୁର ଓ ଜୟନଗରକୁ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀଠାରୁ ଜୟନଗର ପର୍ଯ୍ୟନ୍ତ ଏବଂ ବିଶାଖାପାଟଣାଠାରୁ ଦାନାପୁର ପର୍ଯ୍ୟନ୍ତ ଅତିରିକ୍ତ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଭୁବନେଶ୍ବରରୁ ଧାନବାଦ ଓ ଯଶୱନ୍ତପୁର, ପୁରୀରୁ ପାଟନା ଓ ଜୟନଗର, ନିଜାମୁଦ୍ଦିନ- ଉଦନା ସୁରତ, ଗ୍ବାଲିୟର, କୋଲକାତା, ସାନ୍ତ୍ରାଗାଛି, ସାଲିମାର ଓ ଭଞ୍ଜପୁର ଟ୍ରେନ୍ ଚଳାଚଳ କରିବ। ଏଥିସହ ସମ୍ବଲପୁରରୁ କେରଳର ଇରୋଡ, ବ୍ରହ୍ମପୁରରୁ ମହାରାଷ୍ଟ୍ରର ନାନ୍ଦେଦ,…
ଭୁବନେଶ୍ବର: ସାଧାରଣତଃ କାର୍ତ୍ତିକ ମାସରେ ଆକାଶ ଦୀପ ଲଗାଯାଇଥାଏ। ବିଶ୍ବାସ ରହିଛି ଏହି ଆକାଶ ଦୀପ ଲାଗିଲେ ନିଜ ଜ୍ଞାନର ଆଲୋକ ଜଳି ଉଠେ। ସେଥିପାଇଁ ଏହି ଦୀପ ଲଗାଯାଇଥାଏ। ଯହେତୁ କାର୍ତ୍ତିକ ମାସ ହେଉଛି ସବୁମାସଠାରୁ ଶ୍ରେଷ୍ଠ ମାସ, ସେଥିପାଇଁ ଏହି କାର୍ତ୍ତିକ ମାସରେ ଏହି ଆକାଶ ଦୀପ ଲଗାଯାଇଥାଏ। ସାଧାରଣ ଦୀପଠାରୁ ଆକାଶ ଦୀପ ଭିନ୍ନ ପ୍ରକାରର ହୋଇଥାଏ। ଏକ ମାଟି ହାଣ୍ଡିର ଉପରି ଭାଗରେ କେତେକ ଛିଦ୍ର କରିବା ପରେ ସେଥିରେ ବାଲି ରଖାଯାଇଥାଏ। ଏହି ବାଲି ଉପରେ ଏକ ଦୀପ ରଖାଯାଇ ଅଗ୍ନି ସଂଯୋଗ କରାଯାଇଥାଏ। ଏହାପରେ ଏକ ମାଟି ଢାଙ୍କୁଣୀ ଦ୍ବାରା ଢଙ୍କଯାଇ ଶିକାରେ ରଖାଯାଏ। ଏହି ଦୀପ ଶିକାକୁ ଏକ ଉଚ୍ଚ ବାଉଁଶରେ ବାନ୍ଧି ଉପରକୁ ଉଠାଯାଏ। ସାଧାରଣତଃ ପତାକା ବାନ୍ଧିବା ପରେ ଏହାକୁ ଏକ ରଶି ସାହାଯ୍ୟରେ ଉପରକୁ ଭିଡାଯାଏ। କାରଣ ପୁଣି ତେଲ ସରିଗଲେ ସେହି ରଶି ଦ୍ବାରା ଦୀପକୁ ତଳକୁ…
ଭୁବନେଶ୍ବର: ହିନ୍ଦୁ ବିଶ୍ୱାସ ଅନୁଯାୟୀ କାର୍ତ୍ତିକ ମାସରେ ଅନେକ ପର୍ବ ପାଳନ କରାଯାଏ। ସେହିପରି ଏହି ମାସର ନବମୀ ତିଥି ଶୁକ୍ଳ ପକ୍ଷ ଅଁଳା ନବମୀ ପାଳନ କରାଯାଇଥାଏ। ଯାହା ଆଜି ପାଳିତ ହେବ। ଉତ୍ତର ଏବଂ ମଧ୍ୟ ଭାରତରେ ଅଁଳା ନବମୀର ପର୍ବ ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ଅଁଳା ନବମୀ ଦିନ ଭଗବାନ କୃଷ୍ଣ ଗୋପପୁର ଛାଡି ମଥୁରା ଯାଇଥିଲେ। ଏହି ଦିନ, ସେ ପିଲାଦିନର ଖେଳକୂଦ ଛାଡି ନିଜ କର୍ତ୍ତବ୍ୟର ପଥରେ ପାଦ ଦେଇଥିଲେ। ଏହି ପୂଜା ବିଶେଷ କରି ଉତ୍ତର ଭାରତରେ କରାଯାଏ। ମହିଳାମାନେ ପୂର୍ଣ୍ଣ ରୀତିନୀତି ସହିତ ଅଁଳା ନବମୀଙ୍କୁ ପୂଜା କରନ୍ତି। ଏହି ପୂଜା ପିଲା ଏବଂ ପରିବାରର ଆରାମ ପାଇବା ଉଦ୍ଦେଶ୍ୟରେ କରାଯାଇଥାଏ। କାର୍ତ୍ତିକ ମାସର ଶୁକ୍ଲ ପକ୍ଷର ନବମୀ ଦିନରେ ଅଁଳା ନବମୀ ବା ଅକ୍ଷୟ ନବମୀ ପାଳନ କରାଯାଏ। ଦିୱାଲି ପର୍ବ ପରେ ଏହି ପର୍ବ ଆସେ।
ମେଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଭଲ ଲାଭ ହେବ । ବାକିଥିବା ଟଙ୍କା ପ୍ରାପ୍ତ ହେବ। ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । ସାହିତ୍ୟ ଲେଖିବାକୁ ଆଗ୍ରହୀ ହେବେ । ପ୍ରିୟଜନଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହେବେ। ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବେ, ଚାକିରିରେ ପଦୋନ୍ନତି ଏବଂ ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ଅଛି । ଆପଣ ଜ୍ଞାନ ଏବଂ ବୁଦ୍ଧି ସହିତ ଅନ୍ୟମାନଙ୍କୁ ପ୍ରଭାବିତ କରିବେ । ସଫଳତା ଏବଂ ସହଯୋଗର ଭଲ ଲକ୍ଷଣ ଅଛି । ନୂତନ ପ୍ରୟାସ ସହିତ ସମସ୍ତଙ୍କୁ ଆକର୍ଷିତ କରିବେ । ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ଏବଂ ବାହାରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ବୃଷ: – ଆଜି ମିଶ୍ରିତ ଦିନ ହେବ ।ବହୁତ ଖୁସି ହେବ ଏବଂ ମହାନତା ଏବଂ ସଭ୍ୟତା ଉପରେ ଗୁରୁତ୍ୱ ଦିଆଯିବ । ଏକାଡେମିକ୍…
ଚିଲିକା: ଆଜି ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ପରିସରରେ ୧୦ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ଉଦଘାଟିତ ହୋଇଯାଇଛି। ଚଳିତ ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ମହୋତ୍ସବ ପାଳିତ ହେବାକୁ ଥିବା ବେଳେ ଆଜି ପାରମ୍ପରିକ ଭାବେ ଓଡ଼ିଶା ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦଘାଟନ କରିଥିଲେ। ଉକ୍ତ ମହୋତ୍ସବରେ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ଗବେଷକ, ଶିକ୍ଷାବିତ ପ୍ରଫେସର କିଶୋର ଦାସଙ୍କ ଦିଗଦର୍ଶନରେ ପରିଚାଳିତ ‘ଦି ସୋସାଇଟି ଫର ଡେଭେଲପମେଣ୍ଟ ଅଫ ରୁରାଲ ଲିଟେରଚର’ ପ୍ରଚେଷ୍ଟାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସଂଗୃହିତ ଉଚ୍ଚମାନର କଳାକୃତି ନେଇ ୧୬ ଗ୍ୟାଲେରୀ ବିଶିଷ୍ଟ ସଂଗ୍ରହାଳୟ ଓଡ଼ିଆର୍ଟ ସେଣ୍ଟରରେ ୨୦୧୭ ମସିହାରେ ସ୍ଥାପିତ ହୋଇଥିଲା। ଏହିଅବସରରେ ପ୍ରାଚୀନ କଳା,ସଂସ୍କୃତିର ବିକାଶ ଓ ସଂରକ୍ଷଣ…

