ନୂଆଦିଲ୍ଲୀ: ରୁଷ୍ ମହାସଂଘର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଡେନିସ ମାନ୍ତୁରୋଭ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ବାଣିଜ୍ୟ, ଅର୍ଥନୈତିକ ବନ୍ଧୁତ୍ୱ ସମେତ ଶକ୍ତି, ଯୋଗାଯୋଗ ଆଦି କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ନିକଟରେ ତାଙ୍କ ଗସ୍ତ ଅବସରରେ ରାଷ୍ଟ୍ରପତି ପୁତିନଙ୍କ ସହ ଭେଟ ସମୟରେ ଭାରତ-ରୁଷିଆ ରଣନୀତିକ ଭାଗିଦାରିତାକୁ ଅଧିକ ସୁଦୃଢ଼ କରିବାକୁ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକୁ ଲାଗୁ କରିବାକୁ ଉଭୟ ଦେଶ ପକ୍ଷରୁ ହୋଇଥିବା ପ୍ରଚେଷ୍ଟାକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ପୁତିନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଆଲୋଚନା ପାଇଁ ଇଚ୍ଛୁକ ଥିବା କହିଥିଲେ।
Author: SM Network
ଭୁବନେଶ୍ଵର: ଦିନକୁ ଦିନ କେନ୍ଦୁଝର ଜିଲ୍ଲାରେ ଅପରାଧ ବଢୁଥିବା ବେଳେ ଅପରାଧୀ ମଧ୍ୟ ଚାଲାକ ହୋଇପଡିଛନ୍ତି। ଯେଉଁ ଜାଗା କୁ ପିସିଆର ଭ୍ୟାନ ଯାଇପାରିବନି ସେଇଭଳି ଜାଗାରେ ଅପରାଧ ଭିଆଉଛନ୍ତି ଅପରାଧୀ ମାନେ। ଏ ସବୁ କୁ ଆଖିଆଗରେ ରଖି କେନ୍ଦୁଝର ପୋଲିସ ଅପରାଧ ନିୟନ୍ତ୍ରଣ କରିବାକୁ ନେଇଛି ବଡ଼ ପଦକ୍ଷେପ। ଅପରାଧ ଭିଆଉଥିବା ଜାଗା ମାନଙ୍କରେ ଖୁବ ଶୀଘ୍ର ପହଁଚିବା ପାଇଁ ଏବେ ଆରମ୍ଭ ହୋଇଛି ଅତ୍ୟାଧୁନିକ ବାଇକ ପିସିଆର ସେବା। କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅଂଚଳରେ ୧୦ ଟି ପିସିଆର ବାଇକ ସେବା ଆରମ୍ଭ ହୋଇଛି। ଏହି ବାଇକରେ ରହିଛି ବଡ଼ି କ୍ୟାମେରା , ସାଇରନ , ୱାକିଟକି ଓ ଟ୍ରାକିଙ୍ଗ ସିଷ୍ଟମ ଭଳି ଅତ୍ୟାଧୁନିକ ସାମଗ୍ରୀ ରେ ଖଞ୍ଜିତ। ଏ ବାଇକ ନେଇ ପେଟ୍ରୋଲିଂ କୁ ଜୋରଦାର କରିବେ ପୋଲିସ କର୍ମଚାରୀ। ଟାଉନ ଥାନା ଅଞ୍ଚଳର ଲୋକେ ୧୧୨କୁ କଲ କରି ଏ ସେବା ପାଇପାରିବେ।…
ଭୁବନେଶ୍ଵର: ଓ୍ୱାକଫ୍ ବୋର୍ଡର ପ୍ରଶାସନିକ କାର୍ଯ୍ୟରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପଦକ୍ଷେପ ନେଇଛନ୍ତି। ଏଦିଗରେ ଅଣାଯାଇଥିବା ବିଲରେ ସଂଶୋଧନ ସମ୍ପର୍କରେ ଗଣତାନ୍ତ୍ରିକ ଉପାୟରେ ଜେପିସି ରିପୋର୍ଟ ପ୍ରସ୍ତୁତ କରିବ ବୋଲି କହିଛନ୍ତି କମିଟିର ସଦସ୍ୟା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ସେ କହିଛନ୍ତି ଯେ, ପାଖାପାଖି ୮ଟି ରାଜ୍ୟରେ ସଂଶୋଧନ ସମ୍ପର୍କରେ ଲୋକଙ୍କ ମତ ନିଆଯାଇଛି। ସମସ୍ତଙ୍କର ମତ ଓ ବିଚାରକୁ ସମ୍ମାନ ଦେଇ ରିପୋର୍ଟ ପ୍ରସ୍ତୁତ କରାଯିବ। ଯେତେଶୀଘ୍ର ହେବ ରିପୋର୍ଟ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଦିଆଯିବ ବୋଲି ସେ କହିଛନ୍ତି।
ଭୁବନେଶ୍ଵର: ଓ୍ୱାକଫ ବୋର୍ଡ ସମ୍ପର୍କୀୟ ଯୁଗ୍ମ ସଂସଦୀୟ କମିଟିକୁ ଭେଟି ରାଜ୍ୟର ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ବିଭିନ୍ନ ମତାମତ ଦେଇଛନ୍ତି। ସେମାନେ ଓ୍ୱାକଫ୍ ବୋର୍ଡ ସଂଶୋଧନ ବିଲକୁ ସ୍ୱାଗତ କରିବା ସହ ବୋର୍ଡ ପରିଚାଳନାରେ ବିଭିନ୍ନ ସୁଧାର ଆଣିବା ଦିଗରେ ସୁଚିନ୍ତିତ ମତ ରଖିଛନ୍ତି।
ଭୁବନେଶ୍ଵର: ମାଣ୍ଡିଆ ଅତି ପ୍ରାଚୀନ ଖାଦ୍ୟ। ପୂର୍ବରୁ ଘରେ ଘରେ ମାଣ୍ଡିଆରେ ପ୍ରସ୍ତୁତ ହେଉଥିଲା ବିଭିନ୍ନ ଖାଦ୍ୟସାମଗ୍ରୀ। ତେଣୁ ଉନ୍ନତ ପ୍ରଣାଳୀର ପ୍ରଚୁର ପରିମାଣରେ ମାଣ୍ଡିଆ ଚାଷ କରାଯିବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ଅନ୍ତର୍ଜାତୀୟ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ଛତୁଆ ବଦଳରେ ମାଣ୍ଡିଆ ଓ ବାଜରାକୁ ସାମିଲ କରିବା ପାଇଁ ସରକାରଙ୍କ ଯୋଜନା ରହିଛି। ସେହିପରି ଶିଶୁମାନଙ୍କୁ ଶୁଖିଲା ଖାଦ୍ୟରେ ମାଣ୍ଡିଆ ଲଡୁ ଦେବାପାଇଁ ସରକାର ବ୍ୟବସ୍ଥା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ମାଣ୍ଡିଆ ଚାଷର ବ୍ୟାପକ ପ୍ରଚାର ପ୍ରସାରର ଆବଶ୍ୟକତା ଉପରେ ଶ୍ରୀମତୀ ପରିଡା ଗୁରୁତ୍ବାରୋପ କରିଛନ୍ତି।
ନୂଆଦିଲ୍ଲୀ: ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନ୍ଏଫଡିସି) ଏବଂ ଏଣ୍ଟରଟେନମେଣ୍ଟ ସୋସାଇଟି ଅଫ୍ ଗୋଆ (ଇଏସଜି)ର ମିଳିତ ସହଯୋଗରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆସନ୍ତା ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ଆୟୋଜନ କରିବାକୁ ଯାଉଛି। ୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଏକ ଜୀବନ୍ତ ଏବଂ ବିବିଧ କାର୍ଯ୍ୟକ୍ରମ ସହିତ ଆରମ୍ଭ ହେବାକୁ ଯାଉଥିବାରୁ କାହାଣୀକାର ଓ ସିନେମା ପ୍ରେମୀମାନେ ଖୁସିର କାରଣ ନେଇ ଆସିଛି, ଯାହା ବିଶ୍ୱ ସିନେମାର ଏକ ଅବିସ୍ମରଣୀୟ ଉତ୍ସବର ପ୍ରତିଶ୍ରୁତି ଦେଉଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗନ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ନୀରଜ ଶେଖର ଶେଖର, ଆଇଏଫଏଫଆଇର ମହୋତ୍ସବ ନିର୍ଦ୍ଦେଶିକା ଶେଖର କପୁରଙ୍କ ଉପସ୍ଥିତିରେ ଆଜି ୫୫ତମ ଆଇଏଫଏଫଆଇର ସାମ୍ବାଦିକ…
ଭୁବନେଶ୍ଵର: ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଜାତୀୟ ଶିକ୍ଷା ସମିତି (ଏନଇଏସଟିଏସ୍) ପକ୍ଷରୁ ୫ମ ଜାତୀୟ ଇଏମ୍ଆରଏସ୍ ସାଂସ୍କୃତିକ ଓ ସାହିତ୍ୟ ଉତ୍ସବ ଏବଂ କଳା ଉତ୍ସବ-୨୦୨୪ ଅନୁଷ୍ଠିତ ହେବ। ଆସନ୍ତା ନଭେମ୍ବର ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଶିକ୍ଷା ‘ଓ’ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ମଡେଲ୍ ଜନଜାତି ଶିକ୍ଷା ସମିତି (ଓଏମଟିଇଏସ୍) ପକ୍ଷରୁ ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆୟୋଜିତ ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଯୋଗଦେବେ। ଚଳିତ ବର୍ଷର ସାଂସ୍କୃତିକ ଉତ୍ସବର ବିଷୟବସ୍ତୁ ହେଉଛି ‘ଭଗବାନ ବିର୍ସା ମୁଣ୍ଡା ଓ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି’ ଏବଂ ଏହା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଏହି ଐତିହାସିକ ଓ ସାଂସ୍କୃତିକ ମହତ୍ତ୍ୱ ବଢ଼ାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ:…
ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…
ନୂଆଦିଲ୍ଲୀ: ଆମେରିକାର ଅନ୍ତର୍ଜାତୀୟ ବାଣିଜ୍ୟ ଆୟୋଗ (ୟୁଏସ୍ ଆଇଟିସି)ର ଏକ ସଦ୍ୟ ରିପୋର୍ଟ ମାଧ୍ୟମରେ ବିଶ୍ୱ ସ୍ତରୀୟ ପୋଷାକ ଉତ୍ପାଦନ କେନ୍ଦ୍ର ଭାବରେ ଭାରତର ବୃଦ୍ଧି ପାଉଥିବା ଆକର୍ଷଣକୁ ସ୍ବୀକାର କରାଯାଇଛି, ଯେଉଁଥିରେ ରାଜନୈତିକ ସ୍ଥିରତାକୁ ଏକ ପ୍ରମୁଖ କାରଣ ଭାବରେ ଦର୍ଶାଯାଇଛି ଯାହା ଆମେରିକୀୟ କ୍ରେତାମାନଙ୍କୁ ଭାରତରୁ ଅଧିକ ପୋଷାକ ଉତ୍ପାଦନ କରିବାକୁ ପ୍ରେରଣା ଦେଉଛି। ଯେହେତୁ ବିଶ୍ୱ ପୋଷାକ ଯୋଗାଣ ଶୃଙ୍ଖଳା ଅଧିକ ଜଟିଳ ହେବାରେ ଲାଗିଛି, ଉତ୍ପାଦନ ସମୟ ସୀମା ନିଶ୍ଚିତ କରିବା ଏବଂ ରାଜନୈତିକ ଅସ୍ଥିରତା ସହିତ ଜଡ଼ିତ ବିପଦକୁ ହ୍ରାସ କରିବାର କ୍ଷମତା ଆମେରିକୀୟ କ୍ରେତାମାନଙ୍କ ପାଇଁ ଭାରତକୁ ଏକ ଆକର୍ଷଣୀୟ ବିକଳ୍ପରେ ପରିଣତ କରିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତ ଏହାର ସ୍ଥିର ରାଜନୈତିକ ବାତାବରଣ ସହିତ ଉଚ୍ଚ ମୂଲ୍ୟର ଫ୍ୟାସନ ସାମଗ୍ରୀ ପାଇଁ ଏକ ବିଶ୍ୱସନୀୟ ଏବଂ ସ୍କେଲେବଲ୍ ସମାଧାନ ପ୍ରଦାନ କରେ ତଥା ଏହାକୁ ବିଶ୍ୱ ପୋଷାକ ବଜାରରେ ଏକ ଶକ୍ତିଶାଳୀ…
ଭୁବନେଶ୍ଵର: ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଜନଜାତୀୟ ଗୌରବ ଦିବସ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁ ପ୍ରତୀକ୍ଷିତ ଗସ୍ତ ପୂର୍ବରୁ ଜାମୁଇରେ ପହଞ୍ଚିଥିଲେ। ସମଗ୍ର ଦେଶରେ ଆଦିବାସୀ ସମ୍ପ୍ରଦାୟର ଉନ୍ନତି ଏବଂ ସମ୍ମାନ କରିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବର୍ତ୍ତମାନର ସରକାର ଦେଇଥିବା ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ୧୯୯୯ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପ୍ରତିଷ୍ଠା ଆଦିବାସୀ କଲ୍ୟାଣ ପାଇଁ ଏକ ମାଇଲଖୁଣ୍ଟ ବୋଲି ଜୁଏଲ ଓରାମ ଆଲୋକପାତ କରିଥିଲେ। ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପରମ୍ପରାକୁ ସମ୍ମାନ ଜଣାଇ ୨୦୨୧ରେ ଜନଜାତୀୟ ଗୌରବ ଦିବସ ଘୋଷଣା କରାଯାଇଥିବାରୁ ମୋଦୀ ସରକାରଙ୍କ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ। ଭାରତର ଆଦିବାସୀ ସମ୍ପ୍ରଦାୟର ଅମୂଲ୍ୟ ଅବଦାନକୁ ସ୍ୱୀକୃତି ଦେବା ପାଇଁ ଏହି ଦିବସ ଏବେ ଦେଶବ୍ୟାପୀ ପାଳନ କରାଯାଏ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ…
ରଣପୁର: ରଣପୁର ତହସିଲ ଅଧିନସ୍ଥ ଛପରି କୋଇଲମା ମୌଜାରେ ଥିବା ପ୍ରାକୃତିକ ଜଙ୍ଗଲକୁ ନଷ୍ଟ କରି ପ୍ରଶାସନ ବେଆଇନ ଖଣି ନିଲାମ ଦେବାରୁ କୋଇଲମା ଅଞ୍ଚଳରେ ଯକ୍ଷ୍ମା ରୋଗ ବ୍ୟାପିବା, ପକ୍କା ଘର ଗୁଡିକ ଫାଟିବା, ଧ୍ୱନି ପ୍ରଦୂଷଣ ଯୋଗୁଁ ଜଙ୍ଗଲ ଜନ୍ତୁ ଗାଁ ମୁହାଁ ହେବା ଦ୍ଵାରା ଲୋକେ କ୍ଷତି ଗ୍ରସ୍ତ ହେବା ଓ ସାଧାରଣ ଲୋକେ କାମ ହରାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପୂର୍ବରୁ ଖଣି ନିଲାମକୁ ବିରୋଧ କରି ରାସ୍ତା ଅବରୋଧ ଭଳି ଘଟଣା ଘଟିଥିଲା। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ନିଲାମ ଓ ପଥର ବିସ୍ଫୋରଣ ସମ୍ପୂର୍ଣ୍ଣ ବାତିଲ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବେଳେ ବର୍ତ୍ତମାନ ଏକ ଆନ୍ଧ୍ରପ୍ରଦେଶ କମ୍ପାନୀକୁ ଦଶ ବର୍ଷ ପାଇଁ ନିଲାମ ଦେବାର ଉଦ୍ୟମ ଜାରି ରଖିବା ସହ ଜନଗଣଙ୍କ ସ୍ଵାର୍ଥକୁ ଆଖି ମୁଜି ଦେଇ ବ୍ଳାଷ୍ଟିଙ୍ଗ କରିବାର ଅନୁମତି ଦେବାକୁ ବସିଛନ୍ତି। ଏହାର ପ୍ରତିବାଦ କରି କୋଇଲମାର…
ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଭଡ଼ତାଳସ୍ଥିତ ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ୨୦୦ତମ ବାର୍ଷିକୀ ଉତ୍ସବରେ ଅଂଶ ଗ୍ରହଣ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ସମବେତ ଜନତାକୁ ଉଦବୋଧନ ଦେଇ ସେ କହିଥିଲେ, ୨୦୦ତମ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହେବା ଶ୍ରୀ ସ୍ୱାମୀନାରାୟଣଙ୍କ ଆଶୀର୍ବାଦ। ସମଗ୍ର ବିଶ୍ୱର ଭକ୍ତମାନଙ୍କୁ ସେ ସ୍ୱାଗତ କରି କହିଥିଲେ, ସେବା ହିଁ ସ୍ୱାମୀନାରାୟଣ ମନ୍ଦିରର ମୂଳ ପରମ୍ପରା ଏବଂ ଭକ୍ତମାନେ ଆଜି ସେବାରେ ହିଁ ତଲ୍ଲୀନ ହୋଇଛନ୍ତି। ଗଣମାଧ୍ୟମରେ ଏବେ ଉତ୍ସବକୁ ଦେଖି ସେ ଅତ୍ୟନ୍ତ ପ୍ରସନ୍ନ ହୋଇଥିବା କହିଥିଲେ। ସେ କହିଥିଲେ, ଭଡ଼ତାଳ ଧାମରେ ୨୦୦ତମ ବାର୍ଷିକୀ ଉତ୍ସବ କେବଳ ଏକ ଇତିହାସ ନୁହେଁ, ଭଡ଼ତାଳ ଧାମ ପ୍ରତି ବିଶ୍ୱାସ ରଖି ବଢ଼ି ଆସିଥିବା ତାଙ୍କ ସମେତ ଅନେକ ଭକ୍ତଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ସେ କହିଥିଲେ, ଏହି ମୁହୂର୍ତ୍ତ ଭାରତୀୟ ସଂସ୍କୃତିର ଶାଶ୍ୱତ ପ୍ରବାହର ଏକ ପ୍ରମାଣ। ଶ୍ରୀ…
ଭୁବନେଶ୍ଵର: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ଯନ୍ତ୍ରୀ ବିଏସଏଫ କ୍ୟାମ୍ପର ବିଏସଏଫ ଯବାନ ଓ ସ୍ପେଶାଲ ଅପରେସନ ଟିମ ପକ୍ଷରୁ କୁମ୍ବିଂ ଅପରେସନ ବେଳେ ଗତକାଲି ଆରଲୀପଡ଼ା ଓ ତାବେର ଗ୍ରାମ ରାସ୍ତାରେ ମାଓବାଦୀଙ୍କ ବହୁ ବିସ୍ଫୋରକ ସାମଗ୍ରୀ ଓ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ଗତ କିଛି ଦିନ ତଳେ ବିଏସଏଫ ର ରାୟପୁରସ୍ଥିତ ସ୍ୱତନ୍ତ୍ର ମହାନିର୍ଦେଶକ, ଓଡିଶା ବିଏସଏଫ ଆଇ. ଜି ଏବଂ ପୋଲିସ ମହାନିର୍ଦେଶକଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଏସଏଫ ପକ୍ଷରୁ ଜିଲ୍ଲାର ବିଭିନ୍ନ ମାଓ ଉପଦ୍ରୁତ ଅଞ୍ଚଳରେ କୂମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା। ଏହି ଅପରେସନ ବେଳେ ଆରଲୀପଡ଼ା ଓ ତାବେର ଗ୍ରାମ ରାସ୍ତାରେ ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ୫୬ ଟି ଜିଲେଟିନ ଷ୍ଟିକ, ୧୩ ଟି ଇଲେକ୍ଟ୍ରିକ ଡେଟୋନେଟର, ୩୦ ମିଟର କଡେ଼କ୍ସ ତାର, ୩୦ ମିଟର ଇଲେକ୍ଟ୍ରିକ ତାର, ଗୋଟିଏ ବ୍ୟାଟେରୀ, ଗୋଟିଏ ସିଡି, ୭ ଟି ମାଓବାଦୀଙ୍କ…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମିତି ‘‘ରାଜ୍ୟଗୁଡ଼ିକରେ ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ’’ ଯୋଜନା ଅଧୀନରେ ଛତିଶଗଡ଼, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପାଇଁ ୭୨୫.୬୨ କୋଟି ଟଙ୍କାର ତିନୋଟି ପ୍ରକଳ୍ପକୁ ମଞ୍ଜୁର କରିଛି। ଏହି ସମିତି ଛତିଶଗଡ଼ ପାଇଁ ୧୪୭.୭୬ କୋଟି ଟଙ୍କା, ଓଡ଼ିଶା ପାଇଁ ୨୦୧.୧୦ କୋଟି ଟଙ୍କା ଏବଂ ପଶ୍ଚିମବଙ୍ଗ ପାଇଁ ୩୭୬.୭୬ କୋଟି ଟଙ୍କା ମଞ୍ଜୁର କରିଛି । ଉଚ୍ଚସ୍ତରୀୟ ସମିତିରେ କେନ୍ଦ୍ର ଅର୍ଥ ମନ୍ତ୍ରୀ, କୃଷି ମନ୍ତ୍ରୀ ଏବଂ ନୀତି ଆୟୋଗର ଉପାଧ୍ୟକ୍ଷ ସଦସ୍ୟ ରୂପେ ସାମିଲ ହୋଇଥାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପର୍ଯ୍ୟୟ ପ୍ରଶମନକ୍ଷମ ଭାରତ ନିର୍ମାଣ ଲକ୍ଷ୍ୟକୁ ପୂରଣ କରିବା ଲାଗି ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଦେଶରେ ବିପର୍ଯ୍ୟୟର ପ୍ରଭାବୀ ପ୍ରଶମନ ସୁନିଶ୍ଚିତ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନେକ ପଦକ୍ଷେପ ଗ୍ରହଣ କରିଛି। ଭାରତରେ ବିପର୍ଯ୍ୟୟ ବିପତ୍ତି ହ୍ରାସ…
ସୁରଟ/ଗୁଜୁରାଟ: ଚରିତ୍ର ନିର୍ମାଣ ଓ ଦକ୍ଷତା ବୃଦ୍ଧି କରିବା ହେଉଛି ଶିକ୍ଷାର ମୂଳ ଉଦ୍ଦେଶ୍ୟ। ଭାରତୀୟତା ମୂଲ୍ୟବୋଧ ଉପରେ ଆଧାରିତ ରାଷ୍ଟ୍ରୀୟ ଶିକ୍ଷା ନୀତି ; ଭବିଷ୍ୟତର ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ ବୋଲି ସୋମବାର ଗୁଜୁରାଟର ସୁରଟରେ ଜୈନ ବିଶ୍ୱଭାରତୀ ଅନୁଷ୍ଠାନର ୧୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ମାନ, ଡିଗ୍ରୀ ଏବଂ ପଦକଧାରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଯେ ଜୈନ ବିଶ୍ୱଭାରତୀ ଇନଷ୍ଟିଚ୍ୟୁଟ୍ ହେଉଛି ଅନୁଭୂତିମୂଳକ ଶିକ୍ଷାର ଏକ ବୃହତ ପ୍ରୟୋଗଶାଳା। ବିଶ୍ୱବିଦ୍ୟାଳୟ ସମାବର୍ତ୍ତନର ପରମ୍ପରା ଏହାର ଏକ ଜୀବନ୍ତ ଉଦାହରଣ। ଜୈନ ବିଶ୍ୱ ଭାରତୀ ଅନୁଷ୍ଠାନ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ବଟ୍ଟବୃକ୍ଷ ଭାବରେ ନିଜକୁ ପ୍ରତିଷ୍ଠିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାକୃତ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି। ଏହି ଅନୁଷ୍ଠାନରେ ପ୍ରାକୃତ ଭାଷା ଉପରେ ଏକ…
ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନ ସମ୍ପର୍କିତ ସର୍ଭେର ଫଳାଫଳ ଉପରେ ସଞ୍ଜୟ ରାଉତ କହିଛନ୍ତି ଯେ, ଏହି ସର୍ଭେ ଉପରେ ବିଶ୍ୱାସ କରନ୍ତୁ ନାହିଁ। ଲୋକସଭା ନିର୍ବାଚନ ସମୟରେ ମଧ୍ୟ ଏହିପରି ଏକ ସର୍ଭେ କରାଯାଇଥିଲା ଏବଂ ଏଥିରେ କୁହାଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଜୟ ୪୦୦ ଅତିକ୍ରମ କରିବ। କିନ୍ତୁ ଏହି ସର୍ଭେ ଭୁଲ ପ୍ରମାଣିତ ହେବ, MVA ୧୬୦-୧୭୦ ସିଟ୍ ଜିତିବ। ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ମ୍ୟାଟେରାଇଜ ଦ୍ୱାରା କରାଯାଇଥିବା ଏକ ସର୍ଭେରେ କୁହାଯାଇଛି ଯେ, ମହାୟୁତୀ ମେଣ୍ଟ ୧୪୫ ରୁ ୧୬୫ ସିଟ୍ ପାଇପାରେ, ବିରୋଧୀ ଏମଭିଏ ୧୦୬-୧୨୬ ସିଟ୍ ପାଇବ। ମହାୟୁତୀ ସହଯୋଗୀ ଦଳ ୪୭ ପ୍ରତିଶତ ଭୋଟ୍ ପାଇବ ବୋଲି ଆଶା କରାଯାଉଥିବାବେଳେ ମହାବିକାଶ ଅଘାଡି ୪୧ ପ୍ରତିଶତ ଭୋଟ୍ ପାଇବେ ବୋଲି ଆଶା କରାଯାଉଛି। ରାହୁଲ ଗାନ୍ଧୀଙ୍କୁ ବାଲାସାହେବ ଠାକରେ ଏବଂ ବିନାୟକ ଦାମୋଦର ସାବରକରଙ୍କ ବିଷୟରେ କିଛି ଭଲ କହିବା ପାଇଁ କେନ୍ଦ୍ର…
ପୁରୀ: କାର୍ତ୍ତିକ ମାସରେ ଅସମ୍ଭବ ଭିଡ ଯୋଗୁଁ ଧ୍ଵଜା ବନ୍ଧା ନୀତି ସନ୍ଧ୍ୟା ବଦଳରେ ଅପରାହ୍ନ ୩.୩୦ ରୁ ୪.୦୦ ଘଟିକା ମଧ୍ୟରେ କରିବା ପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଚୁନରା ସେବକଙ୍କୁ ସ୍ଵତନ୍ତ୍ର କାର୍ଯ୍ୟାଳୟ ଆଦେଶ ନିର୍ଗମନ କରାଯାଇଛି। ଅପରାହ୍ନ ସମୟରେ କମ୍ ଗହଳି ମଧ୍ୟରେ ଧ୍ଵଜା ବନ୍ଧା ହେବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଧ୍ଵଜା ବନ୍ଧା ଦେଖିବା ପାଇଁ ମନ୍ଦିର ଭିତରେ ଓ ସିଂହ ଦ୍ଵାର ବାହାର ମାର୍ଗରେ/ରାସ୍ତାରେ ବହୁତ ଭକ୍ତ ଗହଳି କରୁଛନ୍ତି। ଏଣୁ ପରବର୍ତ୍ତୀ ସପ୍ତାହଟି ପାଇଁ ୩.୩୦ ମି ସମୟରେ ଧ୍ଵଜା ବନ୍ଧା ସମାପନ କରିବା ପାଇଁ ଶ୍ରୀମନ୍ଦିର କମାଣ୍ଡର ଓ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ଏନେଇ ଚୁନରା ସେବକଙ୍କର ସହଯୋଗ କାମନା କରିବା ସହ କୌଣସି ବ୍ୟତିକ୍ରମ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।
ଭୁବନେଶ୍ଵର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ଛତିଶଗଡ ରାଜ୍ୟର ବକାୱଣ୍ଡ ନିକଟସ୍ଥ ରାଜନଗର ଗ୍ରାମ ନିକଟରେ ପିକଅପ ଓ ଟ୍ରାକ୍ଟର ଧକ୍କାରେ ୩ ଓଡ଼ିଆ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଛତିଶଗଡ ରାଜ୍ୟର ଡିମରାପାଲ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ମୃତକ ମହିଳା ଶ୍ରମିକ ମାନେ ହେଲେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଏମ.କେରାଗାଁ ଗ୍ରାମର ପୂର୍ଣ୍ଣି ଭତରା ହୋଇଥିବା ବେଳେ ଆଉ ଦୁଇଜଣ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଶିରିଗୁଡ଼ା ଗ୍ରାମର ଧନାଇ ଭତ୍ରା ଓ ଦୟାବତୀ ସରାବୁ। ସୂଚନା ଅନୁଯାୟୀ, ନବରଙ୍ଗପୁର ସୀମାନ୍ତ କୋଷାଗୁମୁଡା ବ୍ଲକ ର ଏମ.କେରାଗାଁ ଓ ମଦେଗାଁ ପଞ୍ଚାୟତର ଅଧିକାଂଶ ଲୋକ ଛତିଶଗଡ ରାଜ୍ୟର ସୀମାନ୍ତକୁ ଯାଇ କୃଷି କାର୍ଯ୍ୟ କରି ପ୍ରତିଦିନ ଘରକୁ ଫେରିଥାନ୍ତି। ଛତିଶଗଡ ରାଜ୍ୟ ବାକାୱଣ୍ଡ ଥାନା ପଣ୍ଡାନାର ଗୁଜୁରାତି କୃଷି ଫାର୍ମରେ ଶ୍ରମିକ ଭାବେ ଏମ.କେରାଗାଁ…
ନୂଆଦିଲ୍ଲୀ: ଦେଶର ପ୍ରଥମ ପ୍ରିମିୟମ୍ ଏୟାରଲାଇନ୍ସ ବିସ୍ତାରା ଶେଷ ଥର ପାଇଁ ଆଜି ଉଡ଼ୁଛି। ନଭେମ୍ବର ୧୨ ତାରିଖ ଅର୍ଥାତ ଆସନ୍ତାକାଲି ଏୟାର ଇଣ୍ଡିଆ ସହିତ ବିସ୍ତାରାର ମିଶ୍ରଣ ହେବ। ୨୦୧୩ ମସିହାରେ, ଟାଟା ଗ୍ରୁପ୍ ପୁଣିଥରେ ସିଙ୍ଗାପୁର ଏୟାରଲାଇନ୍ସ ସହିତ ମିଳିତ ଉଦ୍ୟମ କରି ବିମାନ ଚଳାଚଳ କ୍ଷେତ୍ରରେ ପ୍ରବେଶ କରିଥିଲା ଏବଂ ଜାନୁଆରୀ ୯ ତାରିଖ ୨୦୧୫ରେ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ବିସ୍ତାରା ପ୍ରଥମ ବିମାନ ଉଡ଼ାଣ କରିଥିଲା। ଇଣ୍ଡିଗୋକୁ ଚ୍ୟାଲେଞ୍ଜ କରିବାକୁ ମିଶ୍ରଣ!: ଏହି ମିଶ୍ରଣ ସହିତ ଏୟାର ଇଣ୍ଡିଆ ଦେଶର ପ୍ରଥମ ପୂର୍ଣ୍ଣ ସେବା ବାହକ ହେବ ଏବଂ ଆନ୍ତର୍ଜାତୀୟ ରୁଟରେ ଏୟାର ଇଣ୍ଡିଆର ବଜାର ଅଂଶ ୫୦ ପ୍ରତିଶତରୁ ୫୪ ପ୍ରତିଶତକୁ ବୃଦ୍ଧି ପାଇବ। ଏୟାର ଇଣ୍ଡିଆ ପୂର୍ବରୁ ୨୭ ପ୍ରତିଶତ ବଜାର ଅଂଶ ସହିତ ଆନ୍ତର୍ଜାତୀୟ ମାର୍ଗରେ ପ୍ରାଧାନ୍ୟ ବିସ୍ତାର କରିଛି। ବର୍ତ୍ତମାନ ଭାରତର ବିମାନ ଚଳାଚଳ କ୍ଷେତ୍ରର ବଜାର ଅଗ୍ରଣୀ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ଉପକଣ୍ଠ ତଥା ସଦର ଥାନା ଅର୍ନ୍ତଗତ ଗୁଣ୍ଠବନ୍ଧ ଗ୍ରାମର ମଶାଣି ପୋଖରୀରୁ ରମାକାନ୍ତ ନାୟକ ନାମରେ ଜଣେ ଯୁବକଙ୍କ ମୃତ ଦେହକୁ ସଦର ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଘଟଣାରୁ ଜଣାପଡିଛି ଯେ, ମୃତ ଯୁବକଙ୍କ ଘର ଜରଡା ଥାନା ଅର୍ନ୍ତଗତ ବି ତୁରୁବୁଡି ଗ୍ରାମରେ। ଗୁଣ୍ଠପଡା ଗ୍ରାମରେ ତା’ର ଶ୍ଵଶୁର ଘର। ଗତ ଶନିବାର ଦିନ ଶ୍ଵଶୁର ଘରକୁ ଆସିଥିଲା ଓ ଅପରାହ୍ନରେ ପୋଖରୀକୁ ଗାଧୋଇବାପାଇଁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲା।ଯାହା ଫଳରେ ପରିବାର ଲୋକେ ଖୋଜାଖୋଜି କରି ରମାକାନ୍ତର ଖବର ପାଇ ନଥିଲେ। ସକାଳୁ ତାଙ୍କର ମୃତ ଦେହ ଭାସୁଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର କର୍ମଚାରୀମାନଙ୍କ ଜରିଆରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରରେ ଦୀର୍ଘ ୧୦ ଦିନ ଧରି ଚାଲିଥିବା ୧୧ ତମ ମହାନଗର ପୁସ୍ତକ ମେଳା ଉଦଯାପିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ସମ୍ମାନୀତ ଅତିଥି ଭାବେ ପୁର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ, ବିକ୍ରମ ପଣ୍ଡା ଓ ଏସ୍ ଏମ୍ ଆଇ ଟି ଅଧ୍ୟକ୍ଷ ଭଗବାନ ଗନ୍ତାୟତ, ମୁଖ୍ୟ ବକ୍ତା ଭାବେ ପ୍ରଫେସର ରାଜେନ୍ଦ୍ର ବେହେରା ଓ ସୁବାଷ ମହାରଣା ଯୋଗ ପୁସ୍ତକ ମୁଲ୍ୟବୋଧର ବିବରଣୀ ଉଲ୍ଲେଖ କରିଥିଲେ। ଆଗାମୀ ଦିନରେ ମହାନଗର ପୁସ୍ତକ ମେଳା କମିଟି ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଉଦଯାପନ ଦିବସରେ ଗଞ୍ଜାମ କଳା ପରିଷଦ ଅନୁଷ୍ଠାନ ତରଫରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ପୁସ୍ତକ ମେଳାର ସଭାପତି କବି ସୁଶାନ୍ତ ଦାସ ଅଧ୍ୟକ୍ଷତା କରିଥିଲେ ଓ ଦୀପ୍ତିମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।…

