ନୂଆଦିଲ୍ଲୀ: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ୫୫ତମ ସଂସ୍କରଣରେ ସମ୍ମାନଜନକ ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ ପାଇଁ ଆନୁଷ୍ଠାନିକ ଭାବେ ମନୋନୀତ ଚଳଚିତ୍ର ଗୁଡିକୁ ଉନ୍ମୋଚନ କରାଯାଇଛି, ଯାହା (ଇଣ୍ଟରନ୍ୟାସନାଲ୍ କାଉନ୍ସିଲ୍ ଫର୍ ଫିଲ୍ମ, ଟେଲିଭିଜନ ଆଣ୍ଡ ଅଡିଓଭିଜୁଆଲ୍ କମ୍ୟୁନିକେସନ୍ (ଆଇସିଏଫ୍ଟି) ପ୍ୟାରିସ୍ ଏବଂ ମିଳିତ ଜାତିସଂଘ ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ)ର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି । ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ବିଶେଷକରି ଅହିଂସା, ସହିଷ୍ଣୁତା ଏବଂ ସାମାଜିକ ସୌହାର୍ଦ୍ଦ୍ୟକୁ ପ୍ରତିଫଳିତ କରୁଥିବା ଚଳଚ୍ଚିତ୍ରଗୁଡ଼ିକୁ ଏହି ଉତ୍ସବରେ ସ୍ଥାନିତ କରାଯାଇଛି। ଚଳିତ ବର୍ଷ ୧୦ଟି ଉଲ୍ଲେଖନୀୟ ଚଳଚ୍ଚିତ୍ରକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି, ଯେଉଁଥିରେ ପ୍ରତ୍ୟେକ ଭିନ୍ନ ଭିନ୍ନ ଅଞ୍ଚଳ, ସଂସ୍କୃତି ଏବଂ ଶୈଳୀର ପ୍ରତିନିଧିତ୍ୱ କରିଥିଲେ ମଧ୍ୟ ଗାନ୍ଧୀବାଦୀ ନୀତି ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଦ୍ୱାରା ଏକତ୍ରିତ ହୋଇଛନ୍ତି। ଏଥିରେ ଇସାବେଲ ଡାନେଲ (ଫିପ୍ରେସସିଆଇ – ଇଣ୍ଟରନ୍ୟାସନାଲ ଫେଡେରେସନ୍ ଅଫ୍ ଫିଲ୍ମ କ୍ରିଟିକ୍ସର…
Author: SM Network
ନୂଆଦିଲ୍ଲୀ/ଭୁବନେଶ୍ଵର: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ମିଳିତ ଭାବେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ୱେବସାଇଟ୍ (pbdindia.gov.in)କୁ ଉନ୍ମୋଚନ କରିଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ମଧ୍ୟ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରବାସୀ ଭାରତୀୟ ଦିବସ (ପିବିଡି) ସମ୍ମିଳନୀ ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ। ବିଦେଶରେ ରହୁଥିବା ଭାରତୀୟ ପ୍ରବାସୀଙ୍କ ସହ ଯୋଗାଯୋଗ ଏବଂ ସମ୍ପର୍କ ସ୍ଥାପନ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥାଏ। ଓଡ଼ିଶା ସରକାରଙ୍କ ସହଯୋଗରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆସନ୍ତା ୨୦୨୫ ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ। ୨୦୨୫ ପାଇଁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ବିଷୟବସ୍ତୁ ହେଉଛି ‘‘ଏକ ବିକଶିତ ଭାରତରେ ପ୍ରବାସୀଙ୍କ ଅବଦାନ’’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିବେ। ଯୁବ ବ୍ୟାପାର…
ଭୁବନେଶ୍ୱର: ଗଣଶିକ୍ଷା ବିଭାଗର ଆହ୍ୱାନ କ୍ରମେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଶୀର୍ଷ ନେତୃତ୍ୱ ମାନଙ୍କ ସହିତ ଆଜି ଆଲୋଚନା ହୋଇଥିଲା। ଏହି ଆଲୋଚନା ସକରାତ୍ମକ ଥିଲା ବୋଲି ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି। ପ୍ରକାଶଥାଉକି, ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ମାଧ୍ୟମିକ ଶିକ୍ଷାରେ କାର୍ଯ୍ୟରତ ବିଭିନ୍ନ ବର୍ଗର, ଶିକ୍ଷକ, ଶିକ୍ଷିକା ଓ ଶିକ୍ଷା କର୍ମଚାରୀମାନଙ୍କର ଅସମାହିତ ଅନେକ ସମସ୍ୟା ସମ୍ପର୍କରେ ଗଣଶିକ୍ଷା ସଚିବ ମହୋଦୟାଙ୍କୁ ଦାବିପତ୍ର ମାଧ୍ୟମରେ ଅବଗତ କରାଯାଇଛି । ଓଷ୍ଟାର ଦୀର୍ଘଦିନର ଦାବୀ ଯଥା – ଅନୁଦାନରୁ ବଞ୍ଚିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଇଥିବା ଶିକ୍ଷକ, ଶିକ୍ଷିକା ଓ ଶିକ୍ଷାକର୍ମଚାରୀମାନଙ୍କୁ ପେନସନ୍ ଓ କାର୍ଯ୍ୟରତ ଶିକ୍ଷକ, ଶିକ୍ଷିକା ଓ ଶିକ୍ଷାକର୍ମଚାରୀମାନଙ୍କର ଚାକିରି ସର୍ତ୍ତାବଳୀ ସହ ପେନସନ୍ ପ୍ରଦାନ, ୬୧୦ ବିଦ୍ୟାଳୟକୁ ସରକାରୀକରଣ, ଚୁକ୍ତିଭିତ୍ତିକ…
ମେଷ ରାଶିଫଳ- ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ । ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ । ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ । ପରିବାରରେ ଖୁସିର ପରିବେଶ ରହିବ । ସ୍ୱାସ୍ଥ୍ୟ ଭଲ ହେବ । ସରକାରଙ୍କ ଦ୍ୱାରା ଲାଭ ହେବ । ସମ୍ମାନ ଏବଂ ପଦୋନ୍ନତି ସେଠାରେ ରହିବ। ସାଂସାରିକ ଜୀବନ ସୁଖୀ ହେବ । ବୃଷ ରାଶିଫଳ- ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ । ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି । ସାମାଜିକ କ୍ଷେତ୍ରରେ ଆପଣଙ୍କର ଖ୍ୟାତି…
ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ରସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହାର ଅଂଶବିଶେଷ ସ୍ୱରୂପ, ଦୁର୍ନୀତି ନିବାରଣ ଉପରେ ଏକ ସ୍ବତନ୍ତ୍ର ଜ୍ଞାନ ବିନିମୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୁର୍ନୀତି ନିବାରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟସ୍ଥଳୀରେ ଅସତ୍ ଆଚରଣକୁ ରୋକିବା ଏବଂ ସ୍ବଚ୍ଛତା ଓ ନୈତିକ ଅଭ୍ୟାସ ଆଚରଣ କରିବା ଉପରେ ବରିଷ୍ଠ ଅଧିକାରୀମାନେ ଗୁରୁତ୍ବାରୋପ କରିଥିଲେ। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଆଇଏଏସ ପ୍ରଦୀପ କୁମାର ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋର ନିର୍ଦ୍ଦେଶକ ଡକ୍ଚର ଗିରିଶ ଚନ୍ଦ୍ର ଦାସ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ପାଇଁ ଶପଥ ପାଠ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି. କେ. ମିଶ୍ର ଆମ ଜନସମୁଦାୟ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବା ନିମନ୍ତେ ହିମବାହ ହ୍ରଦ ସହିତ ଜଡିତ ବିପଦକୁ ହ୍ରାସ କରିବା ଉପରେ ଆଲୋକପାତ କରିଛନ୍ତି। ଡ. ମିଶ୍ର ଆଜି ଏଠାରେ ଜିଏଲ୍ଓଏଫ୍ (ଗ୍ଲେସିଆଲ୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍ ବା ହିମବାହ ହ୍ରଦ ବିସ୍ଫୋରଣ ବନ୍ୟା) ବିପଦ ହ୍ରାସ ପାଇଁ ରଣନୀତି ଉପରେ ବିପର୍ଯ୍ୟୟ ବିପଦ ହ୍ରାସ କମିଟି (ସିଓଡିଆରଆର୍) ର ଚତୁର୍ଥ କର୍ମଶାଳା ଅବସରରେ ବକ୍ତବ୍ୟ ରଖିଛନ୍ତି। ଏହି କର୍ମଶାଳାର ଆୟୋଜନ ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଏବଂ ଜଳ ସମ୍ପଦ ବିଭାଗକୁ ପ୍ରଶଂସା କରି ସେ ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଏବଂ ଅଭିଜ୍ଞତା ଉପରେ ଗୁରୁତ୍ବ ଦେଇଥିଲେ, ବିଶେଷ କରି ଭାରତର ଅଭିଜ୍ଞତା, ଅଭାବ ଅସୁବିଧା ଏବଂ ଆହ୍ୱାନର ମୁକାବିଲା ଉପରେ ସେ ଜୋର ଦେଇଥିଲେ। ଡକ୍ଟର ମିଶ୍ର କହିଥିଲେ ଯେ ସିକିମର ହିମବାହ ହ୍ରଦ…
ଭୁବନେଶ୍ଵର: ରାୟପୁର ରେଳ ମଣ୍ଡଳର ପଣ୍ୟବାହୀ ଟ୍ରେନ୍ ଲୋକୋ ପାଇଲଟ୍ ସନ୍ଦୀପ ପାଟିଲ୍ ଏବଂ ସହ-ଲୋକୋ-ପାଇଲଟ୍ ତୋରଣ ଲାଲ୍ ସାହୁ ସେମାନଙ୍କ କାର୍ଯ୍ୟ ସମ୍ପାଦନ କରୁଥିବାବେଳେ ସତର୍କତା ପାଇଁ ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି। ମଣ୍ଡଳ ରେଳବାଇ ପ୍ରବନ୍ଧକ ତୁଷାର କାନ୍ତ ପାଣ୍ଡେ ଏହି ପ୍ରଦର୍ଶନ ପାଇଁ ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ଏବଂ ସମ୍ବଲପୁର ରେଳ ମଣ୍ଡଳର ଅନ୍ୟ ଶାଖା ଅଧିକାରୀଙ୍କ ଉପସ୍ଥିତିରେ ଉଭୟ ଲୋକୋ ପାଇଲଟ ମାନଙ୍କୁ ନଗଦ ରାଶି ଏବଂ ମେରିଟ ସାର୍ଟିଫିକେଟ୍ ସହିତ ପୁରସ୍କୃତ କରି ସେମାନଙ୍କୁ ସମ୍ମାନିତ କରିଥିଲେ। ଲୋକୋ ପାଇଲଟ ଦ୍ବୟ ସେମାନଙ୍କର କାର୍ଯ୍ୟ ସମ୍ପାଦନ କରୁଥିବାବେଳେ, ପଣ୍ୟବାହୀ ଟ୍ରେନ ଚାଳକ ଶ୍ରୀ ପାଟିଲ ଏବଂ ଶ୍ରୀ ସାହୁ 10.11.2024 ରାତ୍ରି ପ୍ରାୟ 08 ଘ.40 ମି.ରେ ନୂଆପଡା ରୋଡ୍ ଏବଂ ଖରିଆର ରୋଡ୍ ରେଳ ଷ୍ଟେସନ ମଧ୍ୟରେ ଡାଉନ୍ ଲାଇନ୍ ଟ୍ରାକରେ…
ଭୁବନେଶ୍ଵର: ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ଅନେକ ପ୍ରମୁଖ ରେଳ ସେକ୍ସନରେ 2X25 କେଭି ଓଭରହେଡ୍ ବିଦ୍ୟୁତିକରଣ (OHE) ପ୍ରଣାଳୀର ପ୍ରବର୍ତ୍ତନ ସହିତ ଏହାର ବିଦ୍ୟୁତିକରଣ ଭିତ୍ତିଭୂମି ବୃଦ୍ଧି କରିବାକୁ ସ୍ଥିର କରିଛି। ଏହି ପଦକ୍ଷେପ ଭୋଲଟେଜ୍ ନିୟନ୍ତ୍ରଣରେ ଉନ୍ନତି ଆଣିବା, ସେମି-ହାଇ ସ୍ପିଡ୍ ଟ୍ରେନ୍ ଚଳାଚଳ ପାଇଁ ସୁଗମ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଅଧିକ କ୍ଷମତା ସମ୍ପନ୍ନ ପଣ୍ୟବାହୀ ଟ୍ରେନ୍ଗୁଡ଼ିକର ବର୍ଦ୍ଧିତ ଚଳାଚଳକୁ ସକ୍ଷମ କରିବା ପାଇଁ ଉଦ୍ଦିଷ୍ଟ। 3000 ନିୟୁତ ଟନ ପଣ୍ୟ ବୋଝେଇ କ୍ଷମତା ହାସଲ କରିବା ଏବଂ ହାଇ ସ୍ପିଡ୍ ଟ୍ରେନ୍ ର ଚଳାଚଳ ଦକ୍ଷତାକୁ ପ୍ରୋତ୍ସାହନ କରିବା ପାଇଁ ରେଳ ବୋର୍ଡର ଲକ୍ଷ୍ୟ ଅନୁଯାୟୀ,ବର୍ତ୍ତମାନ 1X25 କେଭି ଓଭରହେଡ୍ ବିଦ୍ୟୁତିକରଣ ପ୍ରଣାଳୀକୁ ଅଧିକ ଦୃଢ଼ୀଭୁତ କରାଇବା ପାଇଁ 2X25 କେଭି ପ୍ରଣାଳୀକୁ ଉନ୍ନତ କରାଯିବ। ବର୍ଦ୍ଧିତ ଟ୍ରେନ ଚଳାଚଳ ଚାପର ଚାହିଦା ପୂରଣ କରିବା ଏବଂ ରେଳ ନେଟୱାର୍କରେ ଏକ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ସେପ୍ଟେମ୍ବର ମାସ ୧୭ ତାରିଖରେ ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ଗ୍ରାମର ଶିବାଶିଷ ଚୌଧୁରୀ ନାମକ ଜଣେ ଯୁବକର ମୃତ ଦେହ ଡେଙ୍ଗାପଦର ଏକ ପୋଖରୀରୁ ଉଦ୍ଧାର ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ପ୍ରଥମେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପରବର୍ତ୍ତୀ ସମୟରେ ଅଧିକ ଅନୁସନ୍ଧାନ ଜାରୀ ରଖି ପୋଲିସ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଗୌଡ, ଟୁଟୁ ସେଠୀ ଓ ଶିବ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ଏକ ସ୍ବିଫ୍ଟ୍ ଡିଜାଇର କାର୍ ରେ ଆସୁଥିବା ଖବର ପାଇ ମହୁରୀ କାଳୁଆ ଛକରେ ପୋଲିସ ଛକି ରହି ଉକ୍ତ ଅଭିଯୁକ୍ତ ମାନଙ୍କୁ କାବୁ କରି ଥାନାରେ ରଖି ପଚରାଉଚରା କରି କୋର୍ଟ ଚାଲାଣ କରିଛନ୍ତି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବେଲଗାଁ ଥାନ ଅନ୍ତର୍ଗତ ଦିଗାପଡା ଗ୍ରାମର ସନ୍ତୋଷ ମହାରଣା ନାମକ ଜଣେ କାଠ ମିସ୍ତ୍ରୀ ନିଜ ଘରେ କାମ କରୁଥିଲା ବେଳେ ଅସାବଧାନତା ବଶତଃ ବିଦ୍ୟୁତ୍ ଆଘାତରେ ଗୁରୁତର ଆହତ ହୋଇଯାଇଥିଲା। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ କର୍ତ୍ତବ୍ୟରତ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବେଲଗାଁ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ମୃତ ସନ୍ତୋଷଙ୍କ ଭାଉଜ କୁନି ମହାରଣା ଠାରୁ ଅଭିଯୋଗ ଗ୍ରହଣ କରି ୭/୨୪ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ନୂଆଦିଲ୍ଲୀ: ଶିକ୍ଷା ସବୁଠାରୁ ବଡ଼ ସାଧନ, ବଡ ମାଧ୍ୟମ। ଶିକ୍ଷାକୁ ମାଧ୍ୟମ କରି ବିଶ୍ୱଶାନ୍ତି ପ୍ରତିଷ୍ଠା ସହ ଆନ୍ତର୍ଜାତିକ ବୁଝାମଣା, ମହାକାଶ ଗବେଷଣା, ଦାରିଦ୍ର୍ୟ ଦୂରୀକରଣ ସହ ବିକାଶ ଓ ପ୍ରଗତି ସମ୍ଭବ ବୋଲି ଆଜି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଆୟୋଜିତ ଜାତୀୟ ଶିକ୍ଷା ଦିବସ ଉସ୍ତବରେ ମତ ପ୍ରକାଶ ପାଇଛି। ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଆବୁଲ କାଲାମଙ୍କ ଜୟନ୍ତୀକୁ ‘ଜାତୀୟ ଶିକ୍ଷା ଦିବସ’ ଭାବେ ସାରା ଭାରତରେ ଆଜି ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ପ୍ରତିଷ୍ଠାନର ପ୍ରେକ୍ଷାଳୟରେ ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଭବ୍ୟ ଉସ୍ତବରେ ଭୋପାଳରୁ ଆସିଥିବା ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ଅନୀଲ କୁମାର, ଏନ.ସି.ଈ.ଆର.ଟି.ର ପୁର୍ବତନ ନିର୍ଦ୍ଦେଶକ ପ୍ରଫେସର ହୃଷୀକେଶ ସେନାପତି ଓ ପ୍ରତିଷ୍ଠାନର ଡ଼ିନ ପ୍ରଫେସର ମାନସୀ ଗୋସ୍ୱାମୀ ଶିକ୍ଷାର ଆଭିମୁଖ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତକରି ଏହା କିଭଳି ବ୍ୟକ୍ତିରୁ ବ୍ୟକ୍ତିତ୍ୱକୁ ବିକଶିତ କରିବାରେ ସହାୟକ ହୁଏ ତାହାର ଦୃଷ୍ଟାନ୍ତ…
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସମୟରେ ଶିବସେନା (ୟୁବିଟି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟାଗ ଯାଞ୍ଚ ମାମଲାର ଚର୍ଚ୍ଚା ବୃଦ୍ଧି ପାଇଛି। ମହାରାଷ୍ଟ୍ରର ୟବତମାଲ ଜିଲ୍ଲାର ୱାନି ହେଲିପ୍ୟାଡରେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟାଗ ଯାଞ୍ଚକୁ ନେଇ ଚାଲିଥିବା ରାଜନୈତିକ ବିବାଦକୁ ନେଇ ନିର୍ବାଚନ ଆୟୋଗ ପ୍ରତିକ୍ରିୟା ରଖିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିର୍ବାଚନ ଆୟୋଗଙ୍କ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ସମସ୍ତ SOP ଅନୁସରଣ କରାଯାଇଥିଲା। ଆଦର୍ଶ ଆଚରଣ ସଂହିତା (MCC) ସହିତ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଉପହାର ଏବଂ ନଗଦ ଅର୍ଥ ବଣ୍ଟନକୁ ରୋକିବା ପାଇଁ ନିର୍ବାଚନ ଅଧିକାରୀମାନେ ନିୟମିତ ଭାବରେ ଯାଞ୍ଚ କରନ୍ତି। ଏହି ପ୍ରରିପ୍ରେକ୍ଷୀରେ ଉଦ୍ଧବ ଠାକରେଙ୍କ ବ୍ୟାଗ ଯାଞ୍ଚ କରାଯାଇଥିଲା। ଯାହାର ଭିଡ଼ିଓ ମଧ୍ୟ ସାମାଜିକ ଗଣମାଧ୍ୟାମରେ ଘୁରିବୁଲୁଛି। ତେବେ ଏହି ଘଟଣା ପରେ ଶାସକ ଦଳ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ. ନବୀନଚନ୍ଦ୍ର ରାମଗୁଲାମଙ୍କ ସହ କଥା ହୋଇ ସାଧାରଣ ନିର୍ବାଚନରେ ଐତିହାସିକ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କର ନୂଆ କାର୍ଯ୍ୟକାଳର ସଫଳତା କାମନା କରିଛନ୍ତି ଏବଂ ମରିସସ୍ର ବନ୍ଧୁତ୍ୱପୂର୍ଣ୍ଣ ଲୋକମାନଙ୍କ ଉନ୍ନତି ତଥା ସମୃଦ୍ଧି ପାଇଁ ସମର୍ଥନ କରିବାକୁ ଭାରତ ପ୍ରତିବଦ୍ଧ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭାରତ ଓ ମରିସସ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ବର୍ଷ ବର୍ଷ ଧରି ଡ. ରାମଗୁଲାମ ତଥା ଜାତିର ପିତା ସାର୍ ସିଉସାଗର ରାମଗୁଲାମଙ୍କ ଦ୍ୱାରା କରାଯାଇଥିବା ଯୋଗଦାନକୁ ମନେ ପକାଇଛନ୍ତି। ଯଥାଶୀଘ୍ର ଭାରତ ଗସ୍ତରେ ଆସିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଦିଆଯାଇଥିବା ନିମନ୍ତ୍ରଣକୁ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ରାମଗୁଲାମ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ଏବଂ ଅନନ୍ୟ ଭାଗିଦାରୀକୁ ଅଧିକ ଗଭୀର କରିବା ସହ ଏହା ଆଗକୁ ବଢ଼ାଇବା ପାଇଁ ମିଳିତ ଭବେ କାର୍ଯ୍ୟ କରିବାକୁ ଉଭୟ ନେତା ସେମାନଙ୍କର…
ନୂଆଦିଲ୍ଲୀ/ଭୁବନେଶ୍ୱର: ଶିଳ୍ପ ବିପ୍ଳବ ୪.୦ ଆମର ଶିକ୍ଷା ଭିତ୍ତିଭୂମିକୁ ବିଶ୍ୱମାନର କରିବା ପାଇଁ ଏକ ବଡ ସୁଯୋଗ ଦେଇଛି। ଏହାକୁ ଦୃଷ୍ଟିରେ ରଖି ଆମକୁ ଅଭିନବ ମଡେଲ ମାଧ୍ୟମରେ ବିଶ୍ୱବିଦ୍ୟାଳୟକୁ ମଜଭୂତ୍ କରିବାକୁ ହେବ। ଶିକ୍ଷା ଭିତ୍ତିଭୂମିର ବିକାଶ କରି ଦେଶକୁ ଏକ ଉତ୍ପାଦନକାରୀ ଅର୍ଥନୀତିରେ ପରିଣତ କରିବାକୁ ପଡ଼ିବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଉଚ୍ଚ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଉପରେ ଆୟୋଜିତ ଦୁଇ ଦିନିଆ ରାଷ୍ଟ୍ରୀୟ କର୍ମଶାଳାକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତି ଉପରେ ଆଲୋକପାତ କରିବା ସହ କହିଛନ୍ତି, ଏହି କର୍ମଶାଳା ଉତ୍ତମ ଶୈକ୍ଷିକ ବିଚାରବିମର୍ଶ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ବିଶେଷ ଭାବରେ ଶିକ୍ଷା ଦ୍ୱାରା କିପରି ଜୀବନଯାପନକୁ ଅଧିକ ସୁଗମ କରିବ, ତାହାର ମାର୍ଗ…
ନୂଆଦିଲ୍ଲୀ: ଆଜିକାଲି ରାଜନୀତିରେ ରାଜନୈତିକ ଦଳର ସ୍ଲୋଗାନ ଉପରେ ବ୍ୟାପକ ଆଲୋଚନା ହେଉଛି। ଆଜିକାଲି ନିର୍ବାଚନ ପ୍ରଚାରରେ ସ୍ଲୋଗାନଗୁଡ଼ିକ ଶବ୍ଦ ଯୁଦ୍ଧର କାରଣ ପାଲଟିଛି। ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ଲୋଗାନ ଉପରେ ବ୍ୟାପକ ଆଲୋଚନା ହେଉଛି। କିନ୍ତୁ ବିରୋଧୀ ଦଳମାନେ ଏମାନଙ୍କୁ ପ୍ରତିବାଦ କରୁଛନ୍ତି। ଏହି କ୍ରମରେ ତୌକୀର ରଜା ବର୍ତ୍ତମାନ ପିଏମ ମୋଦୀଙ୍କ ସ୍ଲୋଗାନ ‘ଏକ ହେ ତୋ ଶେଫ ହେ’ ଉପରେ ପାଲଟା ଆକ୍ରମଣ କରିଛନ୍ତି। ଇତ୍ତେହାଦ-ଏ-ମିଲ୍ଲତ କାଉନସିଲ (ଆଇଏମସି) ମୁଖ୍ୟ ମୌଲାନା ତୌକୀର ରଜା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଲୋଗାନରେ କହିଛନ୍ତି ଯେ, ‘ ମୁଁ ରାଜନୈତିକ ପ୍ରସଙ୍ଗରେ ଯିବାକୁ ଚାହୁଁ ନାହିଁ। ମୁଁ କହୁଛି ଅଖଣ୍ଡ ଭାରତରେ ବାଂଲାଦେଶ ଏବଂ ପାକିସ୍ତାନ ଆମର ଦେଶର ଅଂଶ ଥିଲେ। “ଯଦି ଭାରତର ଏତେ କ୍ଷମତା ଏବଂ ଶକ୍ତି ଅଛି ତେବେ ସେମାନେ ଭାରତରେ ପାକିସ୍ତାନ ଏବଂ ବାଂଲାଦେଶକୁ ଅନ୍ତର୍ଭୁକ୍ତ କରିବା ଉଚିତ୍।”…
ନୂଆଦିଲ୍ଲୀ: ସୋମବାର ଦିନ ମଣିପୁରର ଜିରିବାମ ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ହୋଇଥିବା ଏନକାଉଣ୍ଟରରେ ୧୦ ଜଣ ମାଓବାଦୀ ନିହତ ହୋଇଥିଲେ। ପୋଲିସର ସୂଚନାନୁସାରେ, ଅପରାହ୍ନ ପ୍ରାୟ ସାଢେ ୩ ଟାରେ ସଶସ୍ତ୍ର ମାଓବାଦୀମାନେ ଜାକୁରଧୋରସ୍ଥିତ CRPF ପୋଷ୍ଟ ଏବଂ ନିକଟସ୍ଥ ବୋରୋବେକରା ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ପରେ ସୁରକ୍ଷା ବାହିନୀ ଏହାର ପ୍ରତିଶୋଧ ନେଇଥିଲେ ଯେଉଁଥିରେ ୪୫ ମିନିଟ୍ ପର୍ଯ୍ୟନ୍ତ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ୧୦ ମାଓବାଦୀ ନିହତ ହୋଇଥିଲେ। ଏହି ସମୟରେ CRPF କନଷ୍ଟେବଳ ସଞ୍ଜୀବ କୁମାରଙ୍କୁ ଗୁଳି ଲାଗିବାରୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀଙ୍କଠାରୁ ସୁରକ୍ଷା ବାହିନୀ ଅନେକ ମାରାତ୍ମକ ଅସ୍ତ୍ର ଉଦ୍ଧାର କରିଛି, ଯେଉଁଥିରେ ରାଇଫଲ, INSAS, RPG ଏବଂ ପମ୍ପ ଆକ୍ସନ୍ ଗନ ରହିଛି। ଏନକାଉଣ୍ଟର ପରେ ପୋଲିସ ଏହି ମାମଲାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।…
ନୂଆଦିଲ୍ଲୀ: ୟୁପିର କାସଗଞ୍ଜରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। କିଛି ମହିଳା କାସଗଞ୍ଜର କସବା ମୋହନପୁରା ଗାଁରେ ମାଟି ଖୋଳିବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ମାଟି ଗଦା ଭୁଶୁଡ଼ି ପଡ଼ିଲା ଏବଂ ଅନେକ ମହିଳା ଏହି ମାଟି ତଳେ ପୋତି ହୋଇଯାଇଥିଲେ। ଏହି ଦୁର୍ଘଟଣାରେ ଜଣେ ଯୁବତୀ ସମେତ ତିନିଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ଉତ୍ତର ୨୪ ପରଗାନାର ବାରାସାତର ମଧ୍ୟମଗ୍ରାମ ଅଞ୍ଚଳରେ ଇଡି ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି। ବାଂଲାଦେଶୀ ଅନୁପ୍ରବେଶ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏହି ସର୍ଚ୍ଚ ଅପରେସନ୍ ଚାଲିଛି।
ନୂଆଦିଲ୍ଲୀ: ତାମିଲନାଡୁର ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ପରୁଥୁରାଇ ନିକଟ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା (ଆଇଏମବିଏଲ) ଅତିକ୍ରମ କରିଥିବା ଅଭିଯୋଗରେ ଗିରଫ କରିଛି। ତାମିଲନାଡୁର ଉପକୂଳ ପୋଲିସ ଅଧିକାରୀ କହିଛନ୍ତି ଯେ, ସେମାନଙ୍କୁ ମଙ୍ଗଳବାର ସକାଳେ ଗିରଫ କରାଯାଇଛି। ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ଏକ ସାର୍ବଜନୀନ ବିବୃତ୍ତି ଦେବା ପରେ ଏହି ଗିରଫଦାରୀ ଘଟିଛି, ଯେଉଁଥିରେ ସେ ଦୀପ ଦେଶର ଜଳରେ ବେଆଇନ ଭାବେ ମାଛ ଧରି ଶ୍ରୀଲଙ୍କାର ସାମୁଦ୍ରିକ ସମ୍ପଦ ନଷ୍ଟ କରିଥିବାର ଭାରତୀୟ ମତ୍ସ୍ୟଜୀବୀଙ୍କ ବିଷୟରେ ଚିନ୍ତା ପ୍ରକଟ କରିଥିଲେ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଆଜି ଦେଶବାସୀଙ୍କୁ ଇଗାସ୍ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ବିକାଶ ଏବଂ ଐତିହ୍ୟ ସହିତ ଭାରତ ଆଗକୁ ବଢ଼ିବାକୁ ପ୍ରତିବଦ୍ଧ ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ବିଶେଷ ଭାବରେ ଉତ୍ତରାଖଣ୍ଡର ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇ ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଦେବଭୂମିର ଇଗାସ ପର୍ବର ଐତିହ୍ୟ ଆହୁରି ସମୃଦ୍ଧ ହେବ। ଏକ୍ସର ଏକ ଥ୍ରେଡ୍ ପୋଷ୍ଟରେ ସେ ଲେଖିଛନ୍ତି: “ଇଗାସ୍ ପର୍ବ ଅବସରରେ ଉତ୍ତରାଖଣ୍ଡର ମୋର ପରିବାର ସଦସ୍ୟଙ୍କ ସମେତ ସମସ୍ତ ଦେଶବାସୀଙ୍କୁ ଇଗାସ୍ ପର୍ବର ଅନେକ ଅନେକ ଅଭିନନ୍ଦନ! ଦିଲ୍ଲୀରେ ମୋତେ ଆଜି ଉତ୍ତରାଖଣ୍ଡର ଲୋକସଭା ସାଂସଦ ଅନୀଲ ବାଲୁନିଙ୍କ ତରଫରୁ ଏହି ଉତ୍ସବରେ ଯୋଗଦେବାର ସୌଭାଗ୍ୟ ମିଳିଛି। ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ଆନନ୍ଦ ଆଣିଦେଉ, ଏହା ହିଁ ମୋର କାମନା।” “ଆମେ ବିକାଶ ଓ ଐତିହ୍ୟ ସହ ଆଗକୁ ବଢ଼ିବାକୁ ପ୍ରତିବଦ୍ଧ। ମୁଁ ସନ୍ତୁଷ୍ଟ ଯେ,…
ନୂଆଦିଲ୍ଲୀ: ସୋମବାର ଦିନ କୋଲକାତା କୋର୍ଟ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରିଛନ୍ତି। ଏହି ସମୟରେ ଅଭିଯୁକ୍ତ ସଞ୍ଜୟ ରୟ ଅଭିଯୋଗ କରିଛନ୍ତି ଯେ, ସେ ନିର୍ଦ୍ଦୋଷ ଏବଂ ସେ କିଛି କରିନାହାଁନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କୁ କୋର୍ଟରେ କହିବାକୁ ଅନୁମତି ଦିଆଯାଇନଥିଲା ଏବଂ ତାଙ୍କୁ ଫସାଯାଇଛି। ସୂଚନା ଅନୁଯାୟୀ ଅତିରିକ୍ତ ଜିଲ୍ଲା ତଥା ସେସନ୍ସ ଜଜ୍ ଅନିର୍ବନ୍ ଦାସଙ୍କ କୋର୍ଟର ଏକ ବନ୍ଦ କୋଠରୀରେ ଏହି ମାମଲାର ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ କୋର୍ଟରେ ଉପସ୍ଥିତ ଥିଲେ ଏବଂ ପୋଲିସ ସୂତ୍ରରୁ ପ୍ରକାଶ ଯେ, ମୃତକଙ୍କ ବାପା ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ। ସଂଜୟ ରୟଙ୍କୁ ଅପରାହ୍ନରେ କୋର୍ଟକୁ ଅଣାଯାଇଥିଲା। କୋର୍ଟରୁ ବାହାରକୁ ଆସିବାବେଳେ ସେ ପୁଣି ଥରେ ଦାବି କରିଛନ୍ତି ଯେ,…

