Author: SM Network

ପୁରୀ: ପୁରୀ ଠାରେ ଶ୍ରୀ ଜଗନ୍ନାଥ ହାର୍ଟଫାଉଣ୍ଡେସନ ଏବଂ କୋରୋନା ରିମେଡିଜର ମିଳିତ ଆନୁକୂଲ୍ୟରେ ଆଜି ମଧୁମେହ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ବାହାରି ଗୁଣ୍ଡିଚା ମନ୍ଦିର ଯାଏ ଅନୁଷ୍ଠିତ ହୋଇଥିବା ବେଳେ ପରେ ଗୁଣ୍ଡିଚା ମନ୍ଦିର ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଯେଉଁଠି ବହୁ ବରିଷ୍ଠ ବିଶେଷଜ୍ଞ ଡାକ୍ତର ଙ୍କ ସହ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀ ମାନେ ଯୋଗଦେଇ ମଧୁମେହ ଭୟାବହତା ଉପରେ ଆଲୋକପାତ କରିଥିଲେ।

Read More

ଭୁବନେଶ୍ୱର: ଏଣିକି ରାଜ୍ୟର ମନ୍ତ୍ରୀମାନେ ବିଜ୍‌ନେସ୍ କ୍ଲାସରେ ବିମାନ ଯାତ୍ରା କରିପାରିବେ। ରାଜ୍ୟର ଉଭୟ କ୍ୟାବିନେଟ୍ ଓ ରାଷ୍ଟ୍ର ପାହ୍ୟାର ମନ୍ତ୍ରୀମାନେ ଏକ୍‌ଜକ୍ୟୁଟିଭ୍‌/ବିଜେନେସ୍ ଓ କ୍ଲବ କ୍ଲାସ ଆଦିରେ ଯାତ୍ରା କରିପାରିବେ। ସକାରୀ କାର୍ଯ୍ୟରେ ଯାତ୍ରା ପାଇଁ ମନ୍ତ୍ରୀମାନଙ୍କୁ ଏହି ସୁବିଧା ମିଳିବ। ଏନେଇ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ସଚିବ ରାଜ୍ୟ ଭିତରେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିଲେ ବିମାନରେ ଯାଇପାରୁଥିଲେ। କିଛି ଦିନ ତଳେ ଏହି ତାଲିକାରେ ଗ୍ରୁପ୍‌-ଏ ଶ୍ରେଣୀର ଅଧିକାରୀମାନଙ୍କୁ ମଧ୍ୟ ସାମିଲ କରାଯାଇଛି।

Read More

ନବରଙ୍ଗପୁର: ସରକାରୀ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍ ପାଇଁ ଉଦ୍ୟମ ବିଫଳ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ଚିଠି ସ୍ପିଡ୍ ପୋଷ୍ଟ ଯୋଗେ ନବରଙ୍ଗପୁର ବ୍ୟାଙ୍କ ଅଫ ଇଣ୍ଡିଆକୁ ଆସିଥିଲା। ଉକ୍ତ ଚିଠିରେ ଉଲ୍ଲେଖ ରହିଥିଲା ଯେ ଏକ ନିର୍ଦ୍ଧିଷ୍ଟ ବ୍ୟାଙ୍କ ଏକାଉଣ୍ଟରେ ଫୋନ ନଂ ୭୦୪୪୮୭୭୧୨୭ କୁ ଅପଡେଟ୍ କରାଯାଉ। ଯାହା ଫଳରେ ଜିଲ୍ଲାପରିଷଦ ମ୍ୟାନେଜିଂ ଟ୍ରଷ୍ଟିର ଏକାଉଣ୍ଟକୁ ଏହି ମୋବାଇଲନଂରେ ଏକାଉଣ୍ଟର ଡେବିଟ୍ ଓ କ୍ରେଡିଟ୍ ର ସମସ୍ତ ଟ୍ରାନଜେକ୍ସନ୍ ର ଏସଏମଏସ୍ ଆଲାର୍ଟ ଆସିପାରିବ। ଉକ୍ତ ଚିଠିରେ ଜିଲ୍ଲାପାଳ ଓ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଦସ୍ତଖତ ରହିଥିଲା। ଏହି ଚିଠି ଗତ ୧୧ ତାରିଖରେ ହେବା ଭଳି ଦର୍ଶାଯାଇଛି। ତେବେ ଜିଲ୍ଲାପାଳଙ୍କ ଦସ୍ତଖତ ପୂର୍ବତନ ଜିଲ୍ଲାପାଳ କୋମଳ ଲୋଚନ ମିଶ୍ରଙ୍କ ଦସ୍ତଖତ ସହ ମେଳ ଖାଉଥିଲା। ଏହି ଦସ୍ତଖତକୁ ନେଇ ବ୍ୟାଙ୍କ ଶାଖା ପରିଚାଳକ ସନ୍ଦେହ ସୃଷ୍ଟି ହୋଇଥିଲା। ଶାଖା ପରିଚାଳକ…

Read More

ପୁରୀ: ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଜନ ସମାଗମକୁ ନଜରରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଅଛି। ମହାପ୍ରଭୁଙ୍କର ସୁନାବେଶ ଦର୍ଶନ ସହ ମହୋଦଧି ଓ ବିଭିନ୍ନ ତୀର୍ଥ ପୁସ୍କରଣୀ ରେ ଡଙ୍ଗା ଭସାଇବା ନେଇ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ମୁତୟନ ହେବେ ୬ ଅତିରିକ୍ତ ଏସପି, ୧୪ ଡିଏସପି, ୩୭ ଇନ୍ସପେକ୍ଟର, ୫ ଶହ ହୋମାଗାର୍ଡ ଓ ୩୬ ପ୍ଲାଟୁନ ପୋଲିସ ଫୋର୍ସ। ଭିଡ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ ଉପରେ ବିଶେଷ ଫୋକସ ରହିବା ସହ ସମୁଦ୍ର କୂଳରେ ମଧ୍ୟ ବ୍ୟାପକ ଲାଇଫଗାର୍ଡ ମୃତୟନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ମାର୍କେଟ ଛକରୁ ହୋଇଥିବା ବ୍ୟାରିକେଡ଼ ରେ ଭକ୍ତ ମାନେ ପ୍ରବେଶ କରି ସିଂହଦ୍ଵାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ସହ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ କରିବେ‌।ଶୃଙ୍ଖଳିତ ଦର୍ଶନ…

Read More

ଭୁବନେଶ୍ୱର: ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯିବ। ଗତକାଲି ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ବିଭିନ୍ନ ଆନ୍ତଃ ରାଜ୍ୟ ବିବାଦ ସଂପର୍କରେ ବିଷଦ ଆଲୋଚନା କରାଯାଇଥିଲା। ପୋଲାଭରମ, ବଂଶଧାରା, ମହାନଦୀ, କୋଟିଆ ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଆଲୋଚନାରେ ଆଇନ ମନ୍ତ୍ରୀ ପଥ୍ୱୀରାଜ ହରିଚନ୍ଦନ, ଆଡଭୋକେଟ ଜେନେରାଲ ପିତାମ୍ୱର ଆଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ଆଇନ ବିଭାଗ ପ୍ରମୁଖ ସଚିବ ମାନସ ରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ…

Read More

ଭୁବନେଶ୍ୱର: ରାଜ୍ୟର ପୂର୍ବତନ ନଗର ଉନ୍ନୟନ ସଚିବ ତଥା ବର୍ତ୍ତମାନ ରାଜ୍ୟ ପ୍ରଶାସନିକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଡିଜି ଜି ମାଥିଭାଥନନଙ୍କୁ ସହରାଞ୍ଚଳ ମନ୍ତ୍ରଣାଳୟର ‘ସଂସ୍କାର ଥିଙ୍କଟ୍ୟାଙ୍କ’ର ମୁଖ୍ୟ ଭାବେ ମନୋନୀତ କରାଯାଇଛି। ଦେଶର ସହରାଞ୍ଚଳ ସ୍ଥାନୀୟ ସଂସ୍ଥାପାଇଁ ସ୍ଥାନୀୟ ସ୍ତରରେ ଦକ୍ଷତା ବୃଦ୍ଧି ଉପରେ କାର୍ଯ୍ୟକାରୀ ଗୋଷ୍ଠୀର ନେତୃତ୍ୱ ନେବାକୁ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ସହରାଞ୍ଚଳ ଶାସନକୁ ସୁଦୃଢ଼ ଓ ଶକ୍ତିଶାଳୀ କରିବା ପାଇଁ କେନ୍ଦ୍ର ସରକାର ରାଜନୈତିକ ସ୍ତରରେ ବ୍ୟାପକ ସଂସ୍କାର, ପ୍ରଶାସନିକ ସ୍ତରରେ ସଂସ୍କାର, ପାରାଷ୍ଟେଟାଲର ପୁନଃନିର୍ଦ୍ଧାରଣ ଭୂମିକା, ଗ୍ରାମୀଣ ସହରାଞ୍ଚଳ ନିରନ୍ତରତା ପାଇଁ ପରିବର୍ତ୍ତନ ବ୍ୟବସ୍ଥା ଏବଂ ସ୍ଥାନୀୟ ସ୍ତରରେ ଦକ୍ଷତା ବୃଦ୍ଧି କ୍ଷେତ୍ରରେ କାର୍ଯ୍ୟାକାରୀ ଗୋଷ୍ଠୀ ଗଠନ କରିଛନ୍ତି। କାର୍ଯ୍ୟକାରୀ ଗୋଷ୍ଠୀ ଗଠନର ତିନି ମାସ ମଧ୍ୟରେ ଏହାର ବିତରଣ/ଚୂଡ଼ାନ୍ତ ରିପୋର୍ଟ ଏହି ମନ୍ତ୍ରଣାଳୟକୁ ପ୍ରଦାନ କରିବେ।

Read More

ନୂଆଦିଲ୍ଲୀ: କୋଚିଂ ସେଣ୍ଟର ଦ୍ୱାରା ଦିଆଯାଇଥିବା ବିଭ୍ରାନ୍ତିକର ତଥା ପ୍ରତାରଣାକାରୀ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ନିର୍ଦ୍ଦେଶାବଳୀଗୁଡିକର ମୂଳ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ଯେକୌଣସି ପ୍ରକାରର ଠକାମିରୁ ରକ୍ଷା କରିବା, ଯାହା ସେମାନଙ୍କୁ ବିଜ୍ଞାପନ ମାଧ୍ୟମରେ ବିଭ୍ରାନ୍ତ କରେ। ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ, କର୍ମଚାରୀ ଏବଂ ତାଲିମ ବିଭାଗ, ଶିକ୍ଷା ମନ୍ତ୍ରଣାଳୟ, ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ୍ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍, ନ୍ୟାସନାଲ ଲ ୟୁନିଭରସିଟି (ଏନଏଲୟୁ) ଦିଲ୍ଲୀ, ଆଇନ ସଂସ୍ଥା ଏବଂ ଶିଳ୍ପ ସଂସ୍ଥାଗୁଡ଼ିକର ପ୍ରତିନିଧୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ପ୍ରତିନିଧୀମାନେ ଏଥିରେ ସାମିଲ ହୋଇଥିଲେ। କମିଟି ନିଷ୍ପତ୍ତି ନେଇଛି ଯେ, କୋଚିଂ ସେଣ୍ଟର ଦ୍ଵାରା ଦିଆଯାଉଥିବା ବିଜ୍ଞାପନରେ କୌଣସି ଦାବି ରହିବା ଉଚିତ ନୁହେଁ, ଯାହା ଛାତ୍ରଛାତ୍ରୀମାନଙ୍କୁ ବିଭ୍ରାନ୍ତ କରିପାରେ। ବର୍ତ୍ତମାନ ଏହି…

Read More

ନୂଆଦିଲ୍ଲୀ: ଶିଖର ଧାୱନ ବର୍ତ୍ତମାନ କ୍ରିକେଟ୍ ଛାଡିବାର କୌଣସି ଉଦ୍ଦେଶ୍ୟ ନାହିଁ। ଚଳିତ ବର୍ଷ ସେ ଅଗଷ୍ଟ ମାସରେ ଅନ୍ତର୍ଜାତୀୟ କ୍ରିକେଟ୍ ରୁ ବିଦାୟ ନେଇଥିଲେ, କିନ୍ତୁ ଏହା ପରେ ତାଙ୍କୁ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ (LLC 2024) ରେ ଖେଳୁଥିବା ଦେଖିବାକୁ ମିଳିଥିଲା। ସେ ବିଗ୍ କ୍ରିକେଟ୍ ଲିଗ୍ ଖେଳିବାକୁ ପ୍ରସ୍ତୁତ ହୋଇଛନ୍ତି ଏବଂ ବର୍ତ୍ତମାନ ସେ ନେପାଳ ପ୍ରିମିୟର ଲିଗ୍ (NPL 2024) ରେ ମଧ୍ୟ ଭାଗ ନେବାକୁ ଯାଉଛନ୍ତି। ତାଙ୍କୁ NPL 2024 ରେ କର୍ଣ୍ଣାଲି ୟାକ୍ସ ପାଇଁ ଖେଳୁଥିବା ଦେଖିବାକୁ ମିଳିବ। ଏହା ନେପାଳ ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ ହେବ। NPL 2024 ରେ ମୋଟ ଆଠଟି ଦଳ ଅଂଶଗ୍ରହଣ କରିବେ, ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର 30 ରୁ ଆରମ୍ଭ ହୋଇ ଡିସେମ୍ବର 21 ପର୍ଯ୍ୟନ୍ତ ଚାଲିବ। ଲିଗ୍‌ରେ ମୋଟ 32 ଟି ମ୍ୟାଚ୍ ଖେଳାଯିବ ଏବଂ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ପରି…

Read More

ନୂଆଦିଲ୍ଲୀ: ୱାୟାନାଡର ଲୋକମାନେ ପ୍ରିୟଙ୍କାଙ୍କୁ ସମାନ ପ୍ରେମ ଏବଂ ଆଶୀର୍ବାଦ ଦେବେ କି, ଯାହା ସେମାନେ ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କୁ ଦେଇଥିଲେ, ଏହା ସମସ୍ତେ ଜାଣିବାକୁ ଚାହାନ୍ତି। ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉତ୍ସାହର ସହିତ ଫଳାଫଳକୁ ଅପେକ୍ଷା କରିଛନ୍ତି। ଯଦିଓ ସେ ନିଶ୍ଚିତ ଯେ, ୱାୟାନାଡ ନିଶ୍ଚିତ ଭାବରେ ତାଙ୍କୁ ଏକ ସୁଯୋଗ ଦେବ, କିନ୍ତୁ ଭୋଟ୍ ପ୍ରତିଶତ ଅନ୍ୟ କିଛି ସୂଚାଇଥାଏ। ବୁଧବାର ଦିନ ୱାୟାନାଡ ଲୋକସଭା ଆସନରେ ଉପ-ନିର୍ବାଚନରେ ​​ପ୍ରାୟ ୬୫ ପ୍ରତିଶତ ଭୋଟ୍ ରେକର୍ଡ କରାଯାଇଛି, ଯାହା ଏପ୍ରିଲରେ ଅନୁଷ୍ଠିତ ଲୋକସଭା ନିର୍ବାଚନ ସମୟରେ ରେକର୍ଡ ହୋଇଥିବା ଭୋଟ୍ ଠାରୁ କମ୍ ଅଟେ। ଏବେ ପ୍ରଶ୍ନ ହେଉଛି ଏଥିରେ ପ୍ରିୟଙ୍କାଙ୍କ ପାଇଁ କୌଣସି ଲୁକ୍କାୟିତ ସୂଚନା ଅଛି କି, ନିର୍ବାଚନ ଫଳାଫଳ ବାହାରିବା ପରେ ଏହା ସ୍ପଷ୍ଟ ହୋଇଯିବ। ପୂର୍ବରୁ ୱାୟାନାଡରେ କେତେ ଭୋଟ୍ ହୋଇଥିଲା? କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ୱାୟାନାଡରୁ ଭାଗ୍ୟ…

Read More

ଶ୍ରୀନଗର: ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (ଏନଆଇଏ) ଲଶ୍କର-ଏ-ତୋଇବା ସହ ଜଡିତ ସନ୍ଦିଗ୍ଧ ଆତଙ୍କବାଦୀ ଆଦିଲ ମଞ୍ଜୁର ଲମ୍ବୁଙ୍କ ସମ୍ପତ୍ତି ଜବତ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶ୍ରୀନଗରର ଶାଲା କଦଲ ଅଞ୍ଚଳରେ ଦୁଇ ଜଣ ଅଣ-କାଶ୍ମୀରୀ ହତ୍ୟା ମାମଲାରେ ଆଦିଲ ମଞ୍ଜୁର ମୁଖ୍ୟ ଅଭିଯୁକ୍ତ। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଏବଂ କାର୍ଟ୍ରିଜକୁ ମଧ୍ୟ ଏନଆଇଏ ଜବତ କରିଛି, ଯାହା ଲମ୍ବୁଙ୍କ ପିତାଙ୍କ ସମ୍ପତ୍ତିରେ ଲୁଚି ରହିଥିଲା। ଏନଆଇଏ ଅନୁଯାୟୀ, ଆଦିଲ ମଞ୍ଜୁର ତାଙ୍କ ସହଯୋଗୀ ଏହରନ୍ ରସୁଲ ଡର ଏବଂ ଦାଉଦଙ୍କ ସହ ଏହି ହତ୍ୟା ଯୋଜନା କରିଥିଲେ। ସମସ୍ତ ଆତଙ୍କବାଦୀ ପାକିସ୍ତାନର ଲଶ୍କର-ଏ-ତୋଇବା ସହିତ ଯୋଗାଯୋଗ କରିଥିଲେ। ସେମାନଙ୍କର ଉଦ୍ଦେଶ୍ୟ ଥିଲା ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଭୟଭୀତ କରିବା ଏବଂ କାଶ୍ମୀରର ପରିବେଶକୁ ଖରାପ କରିବା। ଏକ ଷଡଯନ୍ତ୍ରର ଅଂଶ ଭାବରେ ଫେବୃଆରୀ ୭ ତାରିଖରେ ସେ କାଶ୍ମୀରରେ ଦୁଇଜଣ ଅଣ-କାଶ୍ମୀରୀ ଲୋକଙ୍କୁ ହତ୍ୟା କରିଥିଲେ।…

Read More

ନୂଆଦିଲ୍ଲୀ: ରାୟପୁର ବିମାନବନ୍ଦରରୁ ଏକ ବଡ ଖବର ଆସିଛି। ନାଗପୁରରୁ କଲିକତା ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ବିଷୟରେ ସୂଚନା ମିଳିଛି। ଏହା ପରେ ବିମାନଟି ତୁରନ୍ତ ରାୟପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ଏବଂ ବିମାନକୁ ତୁରନ୍ତ ଖାଲି କରାଯାଇଛି। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବିମାନବନ୍ଦରରେ ସୁରକ୍ଷା କଡାକଡି କରାଯାଇଛି। ସେପଟେ ବୋମା ନିଷ୍କାସନକାରୀ ଦଳ ଡକାଯାଇଛି। ବିମାନର ଯାଞ୍ଚ କରାଯାଉଛି। ସୂଚନା ପାଇବା ପରେ ସୁରକ୍ଷା ଏଜେନ୍ସିର ଅଧିକାରୀ ଏବଂ କର୍ମଚାରୀମାନେ ବିମାନର ଯାଞ୍ଚ ଆରମ୍ଭ କରିଛନ୍ତି। ଏହି ଘଟଣା ପରେ ରାୟପୁର ବିମାନବନ୍ଦରରେ କିଛି ସମୟ ପାଇଁ ବିମାନ ପ୍ରଭାବିତ ହୋଇଥିଲା। ଏଥିସହିତ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

Read More

ବ୍ରହ୍ମପୁର (କୈଳାଶ ଚାନ୍ଦ ର୍ଚୌଧୁରୀ): ଖଲ୍ଲିକୋଟ ଥାନା ଅର୍ନ୍ତଗତ ଚିକିଲି ନିକଟସ୍ଥ ବ୍ରହ୍ମପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଜ ଭାଇ ଭଉଣୀଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରିବାକୁ ଯାଇ ନିଜ ଜୀବନକୁ ରକ୍ଷା କରିପାରିଲାନି ବଡ ଭଉଣୀ। ପାଣିରେ ବୁଡି ଯାଉଥିବା ବେଳେ ତିନି ଭାଇ ଭଉଣୀଙ୍କୁ ମୃତ୍ୟୁ ମୁଖରୁ ତ ଛଡାଇ ଆଣିପାରିଥିଲା, ହେଲେ ନାବାଳିକା ବଡ ଭଉଣୀ ନିଜେ ଜୀବନ ଯୁଦ୍ଧରେ ହାରିଗଲା। ସୂଚନା ଅନୁଆଯାୟୀ, ରବିରାମ ପ୍ରଧାନଙ୍କ ତିନି ଝିଅ ନିକଟସ୍ଥ ଚିକିଲି ଗ୍ରାମର ମଉସା ଜୟରାମ ଖୁଣ୍ଟିଆଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଅପରାହ୍ନରେ ଛୋଟ ଦୁଇ ଝିଅ ଓ ମଉସା ପୁଅ ଭାଇ ଶ୍ରୀହରି ମିଶି ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଏତିକିବେଳେ ତିନି ଜଣ ଯାକ ପିଲା ପୋଖରୀରେ ବୁଡି ଯାଉଥିବା ଦେଖି ବଡ଼ଝିଅ ଜେଲିନା ପୋଖରୀ ଭିତରକୁ ଡେଇଁ ଗାଁ ଲୋକଙ୍କ ସହାୟତାରେ ତିନି ଭାଇ ଭଉଣୀଙ୍କୁ ଉଦ୍ଧାର…

Read More

ବ୍ରହ୍ମପୁର (କୈଳାଶ ଚାନ୍ଦ ର୍ଚୌଧୁରୀ): ଗୋଳନ୍ଥରା ଥାନା ଅର୍ନ୍ତଗତ ମଦନମୋହନ ପୁର ଲେବଲ୍ କ୍ରସିଂ ରେଳ ଧାରଣାରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ଏକ ହାତ ପାପୁଲି କଟି କିଛି ଦୁରରେ ପଡ଼ିଥିବା ବେଳେ ତାଙ୍କର ପରିଚୟ ମିଳିପାରିନାହିଁ। ସକାଳୁ ସକାଳୁ କୌଣସି ଚଳନ୍ତା ରେଳରୁ ଖସି ପଡିଥିବା ଅନୁମାନ କରାଯାଉଛି। ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ ରେ ଜନଜାତିୟ ଗୌରବ ଦିବସ ପାଳନ କରିବା ପାଇଁ ବିହାରର ଜାମୁଇ ଗସ୍ତ କରିବେ। ଧର୍ତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ ଆରମ୍ଭ ହୋଇଛି। ପୂର୍ବାହ୍ନ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନରେ ଏକ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ଉନ୍ମୋଚନ କରିବେ । ଏହି ଅଞ୍ଚଳର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଆଦିବାସୀ ସଂପ୍ରଦାୟର ଉନ୍ନତି ଏବଂ ଭିତ୍ତିଭୂମିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ୬,୬୪୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ-ଜନମନ) ଅଧୀନରେ ନିର୍ମିତ ୧୧,୦୦୦ ଆବାସର ଗୃହ ପ୍ରବେଶରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ । ସେ ପ୍ରଧାନମନ୍ତ୍ରୀ-ଜନମନ ଅଧୀନରେ ଆରମ୍ଭ ହୋଇଥିବା ୨୩ ଟି ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ (ଏମଏମୟୁ) ଏବଂ ଆଦିବାସୀ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଲୋକସେବା ଭବନ ଠାରେ ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଆଭାସୀ ଜରିଆରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନାରୁ ଜଣାଯାଇଛି ଯେ, ତ୍ରୁଟିଶୁନ୍ୟ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ଓ ଜିଲ୍ଲାପାଳ ମାନେ ସମସ୍ତ ପ୍ରସ୍ତୁତି କରିଛନ୍ତି। ବୈଠକରୁ ଜଣାଯାଇଛି ଯେ, ଆସନ୍ତା ୨୦ ତାରିଖରେ ବରଗଡ ଜିଲ୍ଲାରୁ ଏହି ଧାନ ସଂଗ୍ରହ କାର୍ଯ୍ୟ  ଆରମ୍ଭ ହେବ।  ୨୨ ତାରିଖରେ ସମ୍ବଲପୁର ଏବଂ  ପରେ ରାଜ୍ୟର ସବୁ ଜିଲ୍ଲାରେ ଏହି ଧାନ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବ।  ନଭେମ୍ବର ୨୦ ତାରିଖରୁ  ଡିସେମ୍ବର ୭ ତାରିଖ ମଧ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ପ୍ରଦାନ କରାଯିବ। ଡିସେମ୍ବର ମାସ ୮ ତାରିଖରେ ବରଗଡ ଜିଲ୍ଲା ସୋହେଲା ଠାରେ ଏକ ରାଜ୍ୟ ସ୍ତରୀୟ କୃଷକ ସମାବେଶ ଆୟୋଜନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ…

Read More

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ସିଏସଆଇଆର ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ପରିସରରେ ଦୁଇଦିନିଆ ସିଆରଟିଡିଏଚ୍ ସମ୍ମିଳନୀ ଆରମ୍ଭ ହୋଇଛି। ଭାରତ ସରକାରଙ୍କ ବିଜ୍ଞାନ ଓ ଶିଳ୍ପ ଗବେଷଣା ବିଭାଗ ପକ୍ଷରୁ ଏକକ ଗବେଷଣା ଓ ପ୍ରଯୁକ୍ତି ବିକାଶ କେନ୍ଦ୍ରଗୁଡ଼ିକ ଜରିଆରେ ଏମଏସଏମଇ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଭିତ୍ତିଭୂମି ସୁବିଧା, ବୈଷୟିକ ସହଯୋଗ ଏବଂ ସ୍ବତନ୍ତ୍ର ସେବା ଯୋଗାଇ ଦିଆଯାଉଛି। ଏହାକୁ ପ୍ରଦର୍ଶିତ କରିବା ଲାଗି ସିଆରଟିଡିଏଚ୍ ସମ୍ମିଳନୀ ଆରମ୍ଭ ହୋଇଛି। ସାରା ଦେଶରେ ବର୍ତ୍ତମାନ ୧୮ଟି ଏକକ ଗବେଷଣା ଓ ପ୍ରଯୁକ୍ତି ବିକାଶ କେନ୍ଦ୍ର ରହିଛି। ଏସବୁ ଭାରତକୁ ବିଶ୍ବସ୍ତରୀୟ ଶିଳ୍ପ ଓ ନବଉନ୍ମେଷ କେନ୍ଦ୍ରରେ ପରିଣତ କରିବା ଲାଗି ଏମଏସଏମଇ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଆବଶ୍ୟକ ସହଯୋଗ ଯୋଗାଇ ଦେଉଛନ୍ତି। ଏ ସଂପର୍କରେ ସଚେତନତା ସୃଷ୍ଟି କରିବା ଲାଗି ସମ୍ମିଳନୀ ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ବିଜ୍ଞାନ ଓ ଶିଳ୍ପ ଗବେଷଣା ବିଭାଗର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି।

Read More

ଭୁବନେଶ୍ଵର: କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ଆଜିଠାରୁ ଭୁବନେଶ୍ବରସ୍ଥିତ ଆଇଟିସିଠାରେ ଦୁଇଦିନିଆ ଚିନ୍ତନ ଶିବିର ଆୟୋଜନ କରାଯାଇଛି। ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଲକ୍ଷ୍ୟ ହାସଲ କରିବା ଏବଂ ୨୦୪୭ ସୁଦ୍ଧା ୧୮୦୦ ଗିଗାଓ୍ଵାଟ୍ ର ପରବର୍ତ୍ତୀ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତି ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯିବ। ନଭେମ୍ବର ୧୪ ତାରିଖ ସକାଳ ୯ ଟାରେ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ; ଓଡ଼ିଶାର ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ; ଏବଂ ଏମଏନଆରଇ ସଚିବ ପ୍ରଶାନ୍ତ କୁମାର ସିଂ ମଧ୍ୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଚିନ୍ତନ ଶିବିରର ଲକ୍ଷ୍ୟ ହେଉଛି ଭାରତର ଅକ୍ଷୟ ଶକ୍ତି ଯାତ୍ରାର ଅବିଚ୍ଛେଦ୍ୟ ଅଂଶବିଶେଷ ଭାବେ ଗ୍ରହଣ…

Read More

ଭୁବନେଶ୍ଵର: ପାରମ୍ପରିକ କୃଷି ଜୈବ ବିବିଧତାକୁ ସୁରକ୍ଷିତ ରଖିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ଲାଣ୍ଡିଗୁଡାସ୍ଥିତ ସିଟି କ୍ୟାମ୍ପସରେ ବୁଧବାର ଦିନ ଏକ ପାରମ୍ପରିକ କିଷମର ବିହନ ସଂରକ୍ଷଣ ଓ ଗବେଷଣା କ୍ଷେତ ଉଦ୍ ଘାଟିତ କରିଛି। କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଉପଦେଷ୍ଟା-ପ୍ରଶାସନ ଓ ଶିକ୍ଷା ପ୍ରଫେସର ବିଭାଷ ଚନ୍ଦ୍ର ଝା, ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ୍ ପ୍ରଫେସର ଶରତ କୁମାର ପଳିତା, ସ୍ୱର୍ଣ୍ଣିମ ଗୁଜୁରାଟ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଯତୀନ ସୋନି, କ୍ରୀଡା ଭାରତୀର ସର୍ବଭାରତୀୟ ଯୁଗ୍ମ ସଂଗଠନ ସମ୍ପାଦକ ମଧୁମୟ ନାଥ ଓ ଏହି ପ୍ରକଳ୍ପର ସଂରକ୍ଷଣ ପାଇଁ ପଦକ୍ଷେପ ନେଉଥିବା ତଥା ପ୍ରକଳ୍ପର ପ୍ରମୁଖ ଅନୁସନ୍ଧାନକାରୀ ଡ. ଦେବବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ୧୦୪ ପ୍ରକାର ଦେଶୀ ଧାନ,…

Read More

ମେଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ। ବୃଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ। ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ । ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପରିବାର ପାଇଁ ଚିନ୍ତା ହେବ। ମିଥୁନ- ଭୟ ହେତୁ ନିଷ୍ପତ୍ତି ନେବା କ୍ଷମତା ହ୍ରାସ ହୋଇପାରେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ଯାତ୍ରା…

Read More

ଭୁବନେଶ୍ୱର: ଓଡ଼ିଶାରେ ରିଲାଏନ୍ସ ଜିଓର ୨ଜି ମୁକ୍ତ ଭାରତ ଅଭିଯାନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲା ଏବଂ ତହସିଲ ମୁଖ୍ୟାଳୟ ସହିତ ଗ୍ରାମାଞ୍ଚଳ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୨ଜି ବ୍ୟବହାରକାରୀଙ୍କୁ ୪ଜି ମୋବାଇଲ୍ ନେଟୱାର୍କକୁ ଉନ୍ନୀତ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ଜିଓଭାରତ ୪ଜି ଫୋନର ମୂଲ୍ୟ ମାତ୍ର ୬୯୯ ଟଙ୍କା ରହିଥିବାରୁ ୨ଜି ରୁ ୪ଜିକୁ ଅପଗ୍ରେଡ୍ କରିବା ଏବେ ଅତି ସୁଲଭ ଓ ସହଜ ହୋଇଛି। ଜିଓଭାରତ ୪ଜି ଫୋନ୍ ସାହାଯ୍ୟରେ ଜିଓ ରାଜ୍ୟରେ ଲକ୍ଷ ଲକ୍ଷ ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ଚାହୁଁଛି ଯେଉଁମାନେ ଏବେ ମଧ୍ୟ ୨ଜି ନେଟୱାର୍କ ବ୍ୟବହାର କରୁଛନ୍ତି। ସହଜରେ ଏବଂ ସୁଲଭ ମୂଲ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ଅତ୍ୟାଧୁନିକ ୪ଜି ନେଟୱାର୍କ ସହିତ ଯୋଡିବା ପାଇଁ ରିଲାଏନ୍ସ ଜିଓ ନିକଟରେ ଏକ ସୀମିତ ସମୟ ଅଫର ଭାବରେ ଏହାର ଜିଓଭାରତ ୪ଜି…

Read More

ଭୁବନେଶ୍ଵର: ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ର ଏକ ବୈଠକ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଇଥିଲେ। କ୍ୟାବିନେଟ୍ ବୈଠକରେ ମୋଟ ୮ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ଏବଂ ସମସ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ତନ୍ମଧ୍ୟରେ ୫ ଟି ପ୍ରସ୍ତାବ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ, ଗୋଟିଏ ଜଳସଂପଦ ବିଭାଗ, ଗୋଟିଏ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ଅନ୍ୟଟି ସପ୍ତଦଶ ବିଧାନ ସଭାର ଆଗାମୀ ୨ୟ ଅଧିବେଶନ ଅନୁଷ୍ଠିତ ହେବା ସଂପର୍କିତ ପ୍ରସ୍ତାବ ଥିଲା। ଏହି ପ୍ରେସ ବିବୃତ୍ତି ସମୟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ମତ୍ସ୍ୟ ଓ…

Read More