Author: SM Network

ମେଷ- ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। କିଛି ସମସ୍ୟା କିମ୍ବା ଟେନସନ ଆପଣଙ୍କ ପାଖରେ ରହିବ, କିନ୍ତୁ ପ୍ରୟାସ ସହିତ ସବୁକିଛି ଠିକ୍ ହୋଇଯିବ। ପିତା କିମ୍ବା ଧର୍ମ ଗୁରୁଙ୍କୁ ସମର୍ଥନ ମିଳିବ। ପଡୋଶୀ କିମ୍ବା ରାଜନୈତିକ ବ୍ୟକ୍ତିଙ୍କ କାରଣରୁ ଟେନସନ ହୋଇପାରେ, ତେଣୁ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟ ସଚେତନ ରୁହନ୍ତୁ ଏବଂ ଖାଦ୍ୟର ଯତ୍ନ ନିଅନ୍ତୁ। ପୁରୁଣା ସାଙ୍ଗମାନଙ୍କୁ ଭେଟି ପାରିବେ। ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ବୃଷ- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଅର୍ଥପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସଫଳ ହେବ। ପାରିବାରିକ ଜୀବନ ଖୁସି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବୁଲିବା ପାଇଁ କୌଣସି ସ୍ଥାନକୁ ଯାଇପାରନ୍ତି। ଯଦି ଆପଣଙ୍କ ଶକ୍ତିକୁ ସୃଜନଶୀଳ କାର୍ଯ୍ୟରେ ଲଗାଇବ, ଏହା ଭଲ ହେବ, ଭଲ ଫଳାଫଳ ବାହାରକୁ ଆସିବ। ଏକ ପ୍ରାକୃତିକ ପରିବେଷ ପାହାଡ ଅଞ୍ଚଳକୁ ଯାତ୍ରା ଯୋଜନା ଅଛି। ମିଥୁନ- ଆଜି ଆପଣଙ୍କ ପାଇଁ ଏକ ଭଲ…

Read More

ପୁରୀ: ପୁରୀରେ ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଧିଗ୍ରହଣ କରାଯାଇଥିବା ଜମି ଫେରସ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଅଧିଗୃହୀତ ସମସ୍ତ ସରକାରୀ ଜମି ସରକାରୀ ଖାତାକୁ ଶୀଘ୍ର ଫେରିବ ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବେଦାନ୍ତ ପାଇଁ ଅଧିଗ୍ରହଣ କରାଯାଇଥିବା ଚାଷ ଜମିକୁ ମଧ୍ୟ ଚାଷୀମାନଙ୍କୁ ଫେରାଇ ଦିଆଯିବ। ଏଥିପାଇଁ ସେମାନଙ୍କୁ ରେଜିଷ୍ଟ୍ରେସନ ଫି ଦେବାକୁ ପଡିବ ନାହିଁ। ତେବେ ଜମି ପ୍ରତିବଦଳରେ ନେଇଥିବା କ୍ଷତିପୁରଣ ରାଶି ସେମାନଙ୍କୁ ଫେରାଇବାକୁ ପଡିବ। ରେକର୍ଡ ସଂଶୋଧନ କରାଯାଇ ଚାଷୀଙ୍କୁ ପୁନର୍ବାର ପଟ୍ଟା ସହ ଜମିର ଦଖଲ ଦିଆଯିବ। ଦିନେ ଦୁଇଦିନ ମଧ୍ୟରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଅନିଲ ଅଗ୍ରୱାଲ ଫାଉଣ୍ଡେସନ ପାଇଁ ସରକାର ମୋଟ ୩ ହଜାର ୩୪୨ ଦଶମିକ ୫୩ ଏକର ଘରୋଇ ଜମି ଅଧିଗ୍ରହଣ କରିଥିଲେ। ବେଦାନ୍ତକୁ ଲିଜ ଦିଆଯାଇଥିବା ୪୯୪ ଦଶମିକ ୯୮ ଏକର ସରକାରୀ…

Read More

କୁଜଙ୍ଗ: ଆଜି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲାର ପାରାଦୀପ ସ୍ଥିତ ବାଲିଯାତ୍ରା ପଡ଼ିଆରେ କଳିଙ୍ଗ ବାଲିଯାତ୍ରା ୨୦୨୪ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହ୍ୟ ଓ ପରମ୍ପରାର ସ୍ମୃତିଚାରଣ ନିମନ୍ତେ ଜଗତସିଂହପୁର ଜିଲ୍ଲାର ଏହି ପ୍ରୟାସ କୁ ଅନେକ ପ୍ରଶଂସା କରିଥିଲେ। ପ୍ରାଚୀନ ଉତ୍କଳର ନୌ ବାଣିଜ୍ୟ ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି ଓ ଏଥିରେ ଜଗତସିଂହପୁର ଜିଲ୍ଲା ସର୍ବଦା ଆଗରେ ବୋଲି ସେ କହିଥିଲେ। ଓଡ଼ିଶାର ଅପୂର୍ବ ସଂସ୍କୃତି ଓ ପରମ୍ପରା କୁ ଅନେକ ସାରସ୍ଵତ ସାଧକ ନିଜ ଲେଖନୀ ରେ ଅମର କରିଛନ୍ତି। ସେମାନଙ୍କ ମଧ୍ୟରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଅନ୍ୟତମ ଯାହାଙ୍କ କାଳଜୟୀ ରଚନା ଆମର ସଂସ୍କୃତି କୁ ଉଜ୍ଜୀବିତ କରିଥାଏ ବୋଲି ସେ କହିଥିଲେ। ସମ୍ପ୍ରତି ସମୟରେ ଦୈନନ୍ଦିନ ଜୀବନରେ ବିଜ୍ଞାନ ର ପ୍ରୟୋଗ ନୌ ବାଣିଜ୍ୟ କୁ ଅପେକ୍ଷାକୃତ ସରଳ କରିଛି।…

Read More

ନୂଆଦିଲ୍ଲୀ: ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଦୀର୍ଘ ଦଶନ୍ଧି ଧରି ଅବହେଳା, ଅଣଦେଖା ଏବଂ ଭେଦଭାବର ଶିକାର ହୋଇଥିବା ଜନଜାତି ସମାଜ ବିଗତ ୧୦ ବର୍ଷ ମଧ୍ୟରେ ସଶକ୍ତ ହୋଇଛି। ବର୍ତ୍ତମାନର କେନ୍ଦ୍ର ସରକାର ଜନଜାତି ବର୍ଗଙ୍କ ସାମାଜିକ-ଆର୍ଥିକ କଲ୍ୟାଣ ଓ ସଶକ୍ତିକରଣ ଦିଗରେ ସମର୍ପିତ ହୋଇ କାମ କରୁଛନ୍ତି। ୨୦୧୪ ପୂର୍ବରୁ ଭାରତର ଜନଜାତି ସମାଜ ଏକ କଠିନ ପରିସ୍ଥିତିର ସାମ୍ନା କରୁଥିଲା, କିନ୍ତୁ  ସେମାନଙ୍କ ସଂଘର୍ଷକୁ ଦେଶରେ ପ୍ରାୟତଃ ଅଣଦେଖା କରାଯାଉଥିଲା। ଅନେକ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଆର୍ଥିକ ସୁଯୋଗ ଭଳି ମୌଳିକ ସୁବିଧା ସର୍ବନିମ୍ନ ଅଛି କିମ୍ବା ଆଦୌ ନଥିଲା। କିନ୍ତୁ ୨୦୧୪ ପରଠାରୁ ଏ କ୍ଷେତ୍ରରେ ପରିବର୍ତ୍ତନ ଆସିଛି। ମୋଦୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କେବଳ ଆଦିବାସୀ ସମ୍ପ୍ରଦାୟର ଆବଶ୍ୟକତାକୁ ସ୍ୱୀକାର କରିନାହିଁ ବରଂ ସେମାନଙ୍କ କଲ୍ୟାଣକୁ ତତ୍ପରତାର ସହ ପ୍ରାଥମିକତା ଦେଇଛି। ଶିକ୍ଷା, ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ଆର୍ଥିକ ସଶକ୍ତୀକରଣ ପର୍ଯ୍ୟନ୍ତ,…

Read More

ଭୁବନେଶ୍ଵର: ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମ୍ଏନ୍ଆରଇ) ପକ୍ଷରୁ ଆୟୋଜିତ ଦୁଇଦିନିଆ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ‘ଚିନ୍ତନ ଶିବିର’କୁ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉଦ୍ ଘାଟନ କରିଛନ୍ତି। ବରିଷ୍ଠ ସରକାରୀ ଅଧିକାରୀ, ଶିଳ୍ପ ପ୍ରତିନିଧି ଏବଂ ଅଂଶୀଦାରମାନଙ୍କର ଏହି ସମାବେଶ ୨୦୩୦ ସୁଦ୍ଧା ଭାରତର ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତାର ଉଚ୍ଚାକାଂକ୍ଷୀ ଲକ୍ଷ୍ୟ ହାସଲ କରିବା ପାଇଁ ରଣନୀତି ବିକଶିତ କରିବାକୁ ଲକ୍ଷ୍ୟ ରଖିଛି। ଉଦଘାଟନୀ ଭାଷଣରେ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଲକ୍ଷ୍ୟ କେବଳ ଏକ ଲକ୍ଷ୍ୟ ନୁହେଁ ବରଂ ଏହାକୁ ହାସଲ କରିବା ପାଇଁ ଏକ ଆହ୍ୱାନ। ସେ ଭାରତର ଅଗ୍ରଗତି ଉପରେ ଆଲୋକପାତ କରି କହିଥିଲେ ଯେ ଅଣ-ଜୀବାଶ୍ମ ଇନ୍ଧନ ଉତ୍ସରୁ ଦେଶ ୨୧୨ ଗିଗାୱାଟ ହାସଲ କରିସାରିଛି ଏବଂ ୨୦୩୦ ମସିହା ଲକ୍ଷ୍ୟ ଅତିକ୍ରମ କରିବା ପଥରେ ରହିଛି। ଆହ୍ୱାନର ମୁକାବିଲା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି : “ତାଙ୍କ ଜୟନ୍ତୀରେ ମୁଁ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।”

Read More

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର ୪୫ ତମ ବାର୍ଷିକ ଉତ୍ସବ ଆଜି ଅପରାହ୍ନରେ ସ୍ଥାନୀୟ କୋର୍ଟ ପରିସର ମଧ୍ୟରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇଥିଲେ। ବାଣପୁର ଓକିଲ ସଂଘର ସଭାପତି ବୃନ୍ଦାବନ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ସଂଘର ସମ୍ପାଦ ରଞ୍ଜନ କୁମାର ବେଦମତ୍ତା ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ତାଙ୍କ ଅଭିଭାଷଣରେ ନୂତନ ଆଇନ, ନୂତନ ମହିଳା ଅଦାଲତ ଖୋଲିବା ଓ ରାଜ୍ୟ ସରକାରଙ୍କ ଦ୍ୱାରା ଆଇନ କ୍ଷେତ୍ରରେ ନିଆଯାଇଥିବା ବ୍ୟାପକ ସଂସ୍କାର ବିଷୟରେ ଉଲ୍ଲେଖ କରିଥିଲେ। ଏହି ଅବସରରେ ବାଣପୁର ଓକିଲ ସଂଘର ଦୀର୍ଘ ଦିନର ଦାବି ଯଥା…

Read More

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟ ବାଣପୁରରେ ତିନିଦିନ ବ୍ୟାପୀ ଆୟୋଜିତ ହୋଇଥିବ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଏହି ଶିବିରକୁ ଉଦ୍ଘାଟନ କରି ସମାଜ ସେବା ଭଳି ମହତ କାମରେ ନିଜକୁ ନିୟୋଜିତ କରିବା ପାଇଁ ଉପଦେଶ ଦେଇଥିଲେ। ମୁଖ୍ୟ ଅତିଥି ପଦ୍ମନାଭ ଦୋରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେଥିରେ ସାମିଲ ହୋଇ ଦେଶ ମାତୃକାର ସେବାରେ ଉତ୍ସର୍ଗୀକୃତ କରିବାପାଇଁ ଉପଦେଶ ଦେଇଥିଲେ। ପ୍ରଶିକ୍ଷକ ଭାବରେ ପୂର୍ବତନ ଜିଲ୍ଲା ସଂଯୋଜକ ଲକ୍ଷ୍ମୀ ପ୍ରସାଦ ମିଶ୍ର ଯୋଗଦେଇ ରେଡ କ୍ରସର ଉତ୍ପତ୍ତି ବିକାଶ ଲକ୍ଷ୍ୟ ଓ ଆଭିମିଖ୍ୟ ଓ ମୌଳିକ ନୀତି ଗୁଡ଼ିକ ବିଶ୍ଳେଷଣ କରିଥିଲ। ଓସଡ଼ମା ର ସେଲ୍ଟାର କୋର୍ଡିନେଟର ସୁଦେଶ କୁମାର ସେଠୀ ରୋଡ ସେପ୍ଟି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ମହାପାତ୍ର ରକ୍ତଦାନକୁ ଏକ ମହତ୍ ସେବା ଭାବରେ…

Read More

ପୁରୀ: କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ୧୦ ଟି ବ୍ୟାଟେରୀ ଚାଳିତ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଲିଃ. (ଆଇଆରଇଡିଏ)ର ସିଏସଆର୍ କାର୍ଯ୍ୟକ୍ରମ ଅଧୀନରେ ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ପରିବେଶ ଅନୁକୂଳ ଗମନାଗମନକୁ ପ୍ରୋତ୍ସାହିତ କରିବା ଏବଂ ପବିତ୍ର ତୀର୍ଥସ୍ଥାନକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସୁଗମ୍ୟତାରେ ଉନ୍ନତି ଆଣିବା, ବିଶେଷ କରି ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କୁ ସମ୍ମାନ ଓ ଐତିହ୍ୟ ସ୍ଥଳରେ ସହାୟତା ଯୋଗାଇଦେବା। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ବ୍ୟାଟେରୀ ଚାଳିତ ଯାନର ଚାବି ହସ୍ତାନ୍ତର କରିବା ସମୟରେ ସାଂସ୍କୃତିକ ସ୍ଥଳଗୁଡ଼ିକରେ ଦୀର୍ଘସ୍ଥାୟୀ ସମାଧାନ ଉପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଏହି ଐତିହାସିକ ମନ୍ଦିରରେ ବ୍ୟାଟେରୀ ଚାଳିତ ଯାନଗୁଡ଼ିକର…

Read More

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ ଭାବେ ବିବେଚନା କରାଯାଉଥିବା ଏମସିଡି ମେୟର ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି (ଏଏପି) ପ୍ରାର୍ଥୀ ବିଜୟ ପତାକା ଉତ୍ତୋଳନ କରିଛନ୍ତି। ଏହି ନିର୍ବାଚନରେ ​​AAP ପ୍ରାର୍ଥୀ ମହେଶ କୁମାର ଖିଞ୍ଚୀ ଜିତିଛନ୍ତି। ୧୦ ଜଣ AAP କାଉନସିଲର ବିଜେପି ପାଇଁ ଭୋଟ୍ ଦେଇଛନ୍ତି। ଏହା ସତ୍ତ୍ୱେ ଦଳ ଜିତିଛି। ଏହି କାର୍ଯ୍ୟକାଳ ରେ ଦଳିତ ପ୍ରାର୍ଥୀଙ୍କ ପାଇଁ ଦିଲ୍ଲୀ ମେୟର ପଦବୀ ସଂରକ୍ଷିତ ରହିଛି। AAP କୁ ୧୩୩ ଭୋଟ୍, ବିଜେପିକୁ ୧୩୦ ଭୋଟ୍: ଏହି ନିର୍ବାଚନରେ ​​ମୋଟ ୨୬୫ ଭୋଟ୍ ଦିଆଯାଇଥିଲା। ମହେଶ ଖିଞ୍ଚୀଙ୍କୁ ମୋଟ ୧୩୫ ଭୋଟ୍ ମିଳିଥିଲା। କିନ୍ତୁ ତାଙ୍କର ଦୁଇଟି ଭୋଟ୍ ଅବୈଧ ଘୋଷିତ ହୋଇଥିଲା, ଯାହା ପରେ ତାଙ୍କୁ ମୋଟ ୧୩୩ ବୈଧ ଭୋଟ୍ ମିଳିଥିଲା। ମହେଶ କୁମାର ଖିଞ୍ଚୀ ଦେବ ନଗର (ୱାର୍ଡ ନମ୍ବର ୮୪) ର ଜଣେ…

Read More

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ପୁଣି ଥରେ କେବଳ ଦେଶରେ ନୁହେଁ, ବିଶ୍ୱର ଅନ୍ୟତମ ଜଣେ ଶକ୍ତିଶାଳୀ ଉଦ୍ୟୋଗପତି ଭାବରେ ଫର୍ଚୁନ୍ ମାଗାଜିନର ଶକ୍ତିଶାଳୀ ବ୍ୟବସାୟୀ ୨୦୨୪ ତାଲିକାରେ ସ୍ଥାନିତ ହୋଇଛନ୍ତି। ମୁକେଶ ଅମ୍ବାନୀ ହେଉଛନ୍ତି ଏକମାତ୍ର ଭାରତୀୟ ଯିଏକି ଫର୍ଚୁନ୍ ମାଗାଜିନର ଶକ୍ତିଶାଳୀ ବ୍ୟବସାୟୀ ୨୦୨୪ ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି। ଏହି ତାଲିକାରେ ଭାରତୀୟ ମୂଳର ଅନ୍ୟ ଛଅଜଣ ମଧ୍ୟ ରହିଛନ୍ତି ଯେଉଁମାନେ ବିଦେଶରେ ବସବାସ କରନ୍ତି। ଏହି ବ୍ୟକ୍ତିମାନେ ବଡ଼ ବ୍ୟବସାୟର ପ୍ରତିଷ୍ଠାତା, ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ନବପ୍ରବର୍ତ୍ତକ ଅଟନ୍ତି। ଫର୍ଚୁନ୍ ମାଗାଜିନ ପକ୍ଷରୁ ନିକଟରେ ବ୍ୟବସାୟ ଦୁନିଆର ୧୦୦ ଜଣ ଶକ୍ତିଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି ଯେଉଁଥିରେ ମୁକେଶ ଅମ୍ବାନୀ ଦ୍ୱାଦଶ ସ୍ଥାନରେ ରହିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଦେଶର ପ୍ରମୁଖ ଉଦ୍ୟୋଗପତି ମାନଙ୍କ ମଧ୍ୟରୁ ଅନ୍ୟତମ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ନୂତନ…

Read More

ମୁମ୍ବାଇ: ରିଲାଏନ୍ସ ରିଟେଲର ବିୟୁଟି ରିଟେଲ ଚେନ ‘ଟିରା’ ପକ୍ଷରୁ ଗୁରୁବାର ଦିନ ମୁମ୍ବାଇର ଜିଓ ୱାର୍ଲ୍ଡ ପ୍ଲାଜାରେ ଏହାର ବିଳାସପୂର୍ଣ୍ଣ ଫ୍ଲାଗସିପ୍ ଷ୍ଟୋର୍ ଶୁଭାରମ୍ଭ କରାଯାଇଛି। ୬୨୦୦ ବର୍ଗଫୁଟ ପରିମିତ ଏହି ଫ୍ଲାଗସିପ୍ ଷ୍ଟୋର୍‌ରେ ପ୍ରତିଷ୍ଠିତ ବିଶ୍ୱସ୍ତରୀୟ ବ୍ରାଣ୍ଡ ଗୁଡିକର ୧୫ ଟି ସପ-ଇନ-ସପ ବୁଟିକ୍ ରହିଛି। ଷ୍ଟୋରରେ ବିଳାସପୂର୍ଣ୍ଣ ସ୍କିନ୍ କେୟାର ବ୍ରାଣ୍ଡ ଅଗଷ୍ଟିନସ୍ ବେଡର୍ ମଧ୍ୟ ରହିଛି, ଯାହା କେବଳ ଟିରା ଷ୍ଟୋର୍‌ରେ ଉପଲବ୍ଧ। ଏହି ଫ୍ଲାଗସିପ୍ ଷ୍ଟୋର୍‌ର ଶୁଭାରମ୍ଭ ଅବସରରରେ ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ ଲିମିଟେଡ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି ଯେ “ଟିରା” ଭାରତରେ ସୌନ୍ଦର୍ଯ୍ୟ ଏବଂ ବିଳାସକୁ ପୁନଃ ପରିଭାଷିତ କରୁଛି। ବିଶ୍ୱ ସ୍ତରୀୟ ବ୍ରାଣ୍ଡ ଏବଂ ସିଗନେଚର ସେବା ସହିତ ଏହା ଏକ ଭିନ୍ନ ଅନୁଭୂତି ପ୍ରଦାନ କରିବ। ଜିଓ ୱାର୍ଲ୍ଡ ପ୍ଲାଜାରେ ଆମର ଟିରା ଫ୍ଲାଗସିପ୍ ଷ୍ଟୋର୍ ପ୍ରେରିତ କରିବା, ସମସ୍ତଙ୍କୁ ଏକାଠି କରିବା ଏବଂ ପରିବର୍ତ୍ତନ ଆଣିବା…

Read More

ଭୁବନେଶ୍ଵର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ ଚାଲିଥିବା ତ୍ରି-ଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ବୁଧବାର ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ତ୍ରିଲୋଚନ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସୁଚେତା ପାଣି,ସ୍ବତନ୍ତ୍ର ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରଓ୍ବାନ ଓ ସମ୍ମାନିତ ଅତିଥି ଭାବେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର କୁଳସଚିବ ପିତାମ୍ବର ଭୋଇ ଯୋଗ ଦେଇ ଯୁବ ରେଡକ୍ରସର ମହନୀୟ ନୀତି ଓ ଆଦର୍ଶ ମାନବ ଜୀବନର ବ୍ରତ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ,କଣ୍ଠ ସଂଗୀତ,ନୃତ୍ୟ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ତ୍ରି-ଦିବସୀୟ ଶିବିରରେ ରେଡକ୍ରସ୍ ର ଇତିହାସ, ବିକାଶ ଓ ମୌଳିକ ନୀତି, ପ୍ରାଥମିକ ଚିକିତ୍ସା,…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଗତ ଦିନର ବିଜେଡି ବିଧାୟକ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟରରେ ଚାକିରି ନାଁରେ ଠକେଇ ମାମଲାରେ ଅଦାଲତରେ ହାଜର ହୋଇଛନ୍ତି। ସାଂସଦ ଓ ବିଧାୟକଙ୍କ ମାମଲାର ବିଚରଣ ପାଇଁ ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ଅଦାଲତରେ ସେ ହଜାର ହୋଇ ନିଜ ପକ୍ଷ ରଖିଥିଲେ। ପ୍ରକାଶଥାଉକି, ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ଗୋପାଳପୁର ବିଧାୟକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମରେ ଠକେଇ ଅଭିଯୋଗ ଆସିଥିଲା। ପୂର୍ବତନ ଆଇଏଫଏସ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ସହ ମିଶି ଟାଟା ମୋଟରରେ ଚାକିରି ଦେବାକୁ କହି ଡ. ପାଣିଗ୍ରାହୀ ସ୍ଥାନୀୟ ଅଞ୍ଚଳର ଏକାଧିକ ବେକାର ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହି ଭଳି ଅଭିଯୋଗକୁ ନେଇ ଉପରୋକ୍ତ ତିନିଜଣଙ୍କ ସହିତ ତାଙ୍କ ଭାଇ ଦୀଲିପ ପାଣିଗ୍ରାହୀ ଓ ବ୍ୟକ୍ତିଗତ ସହାୟକ…

Read More

ରଣପୁର: ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ନଭେମ୍ବର ୧୪ ତାରିଖ, ୧୮୮୯ ମସିହାରେ ରେ ଜନ୍ମ ଗ୍ରହଣ କରିଥିଲେ। ସେ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ। ତାଙ୍କର ଜନ୍ମ ଦିନକୁ ସ୍ମରଣୀୟ କରି ରଖିବା ପାଇଁଁ ସାରା ଦେଶରେ ଶୁଶୁ ଦିବସ ପାଳନ କରାଯାଉଛି। ସେହିପରି ରଣପୁର ସମସ୍ତ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି। ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ସାଧନ କେନ୍ଦ୍ର ସଂଯୋଜକ ସୁଧାକର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ମୋ ସ୍କୁଲ ସଭାପତି ଗଣେଶ୍ୱର ପ୍ରଧାନ, ୱାର୍ଡ ମେମ୍ବର ସରୋଜିନୀ ପ୍ରଧାନ, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ଚାଚା ନେହେରୁଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ…

Read More

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଜି ଶିଶୁ ଦିବସ ପାଳନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଝରଣା ଓଝା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ, ବିଇଓ ସିଏଚ ବିଜୟଲକ୍ଷ୍ମୀ, ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଜଗଦିଶ ପଟ୍ଟନାୟକ, ସୀତାରାମ ଅଗ୍ରୱାଲ ଆଦି ଯୋଗଦେଇଥିଲେ। ଉକ୍ତ ଉତ୍ସବରେ ଶିଶୁ ଦିବସ ପାଳନ ସହିତ ଶିଶୁମାନଙ୍କ ପାଇଁ ଉଦିଷ୍ଟ ବିଭିନ୍ନ ଆଇନ ତଥା ତାଙ୍କର ଅଧିକାର ବିଷୟରେ ସଚେତନ କରାଯାଇଥିଲା। ଉକ୍ତ ଉତ୍ସବ ଉପଲକ୍ଷେ ଶିଶୁମାନଙ୍କ ମଧ୍ୟରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ପୁର୍ବରୁ ଅନୁଷ୍ଠିତ ହୋଇଥିବା…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆସ୍କା ଥାନା ଅର୍ନ୍ତଗତ ଖଣ୍ଡଦେଉଳି ପଞ୍ଚାୟତ ସମାଇଗୁଡା ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ମାମଲା ସାମ୍ନାକୁ ଆସିଛି। ସାନ ଭାଇ ଓ ତାଙ୍କ ପରିବାରର ଆକ୍ରମଣରେ ବଡ଼ ଭାଇ ରାଜୁ ପାତ୍ର ଓ ଭାଉଜ ମଲା ପାତ୍ର ନିହତ ହୋଇଛନ୍ତି।ଘଟଣାରୁ ପ୍ରକାଶ ଯେ, ଜଙ୍ଗଲ ଜମିରେ ଚାଷ କରିବାକୁ ନେଇ ସାନ ଭାଇ ଭୁବୁନି ପାତ୍ର ଓ ବଡ଼ ଭାଇ ରାଜୁ ପାତ୍ରଙ୍କ ସହ ବହୁ ଆଗରୁ ମନୋମାଳିନ୍ୟ ଥିଲା। ଗତକାଲି ରାଜୁ ପାତ୍ର ଓ ପତ୍ନୀ ମଲା ଜମିରେ ଚାଷ କରୁଥିବାବେଳେ ହଠାତ ଭୁବୁନି ଏକ କଟୁରୀ ଧରି ରାଜୁକୁ ଆକ୍ରମଣ କରିବାରୁ ଭାଉଜ ଅଟକାଇଥିଲେ। ରାଗରେ ଜର୍ଜରିତ ଭୁବୁନି ଭାଉଜକୁ ଆକ୍ରମଣ କରି ଜବରଦସ୍ତ ପାଟିରେ ବିଷ ପିଆଇଥିଲା। ଆହତ ଅବସ୍ଥାରେ ଭାଇ ଛଡ଼ାଇବାକୁ ଆସିବା ବେଳକୁ ଭୁବୁନିର ସ୍ତ୍ରୀ ରଞ୍ଜିତା ଓ ତାଙ୍କ ପୁଅ ମଧ୍ୟ ବିଲ ଭିତରେ ଗୋଡ଼ାଇ ଗୋଡ଼ାଇ…

Read More

ନୟାଗଡ଼: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଦ୍ୱାରା ପୋଷ୍ୟ ମାସ ପାଳନ ଅବସରରେ ଏକ ସଚେତନତା ରଥର ଶୁଭ ଉଦ୍‌ଘାଟନ କରାଯାଇଥିଲା। ଏହାପରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ଯକ୍ଷତାରେ ପୋଷ୍ୟ ସନ୍ତାନ ଗ୍ରହଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ଅଧ୍ଯକ୍ଷ କିଶୋର ଚନ୍ଦ୍ର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧୁକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବିୟନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଅର୍ଚ୍ଚନା କଅଁର, ଉପ ଆରକ୍ଷୀ ଅଧୀକ୍ଷକ ହେମନ୍ତ ରାଓ, ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଡ଼.ସୁବାସ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବନ୍ଧରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ କଟକ ପ୍ରକଳ୍ପ ନିର୍ଦ୍ଦେଶକ ସଂଯୋଗ…

Read More

କେନ୍ଦ୍ରାପଡ଼ା: ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ଓଡିଶାର ଜଣେ ବିଶିଷ୍ଟ ସାରସ୍ୱତ ସାଧକକୁ ପ୍ରଦାନ କରାଯାଉଥିବା ପୁରସ୍କାର ‘ଶ୍ରୀବଳଦେବ ସମ୍ମାନ’ ଚଳିତ ବର୍ଷ ବିଶିଷ୍ଟ କବି ଏବଂ ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଂପାଦକ ଅଶ୍ୱନୀ ମିଶ୍ରଙ୍କୁ ପ୍ରଦାନ କରାଯିବ। ଏହି ପୁରସ୍କାର ସ୍ୱରୂପ ତାଙ୍କୁ ୨୧୦୦୦/ ( ଏକୋଇଶି ହଜାର ) ମୁଦ୍ରା ସହ ମାନପତ୍ର ପ୍ରଦାନ କରାଯିବ। ଏହା ପୂର୍ବରୁ ଏହି ସମ୍ମାନ ଗାଳ୍ପିକ ପଦ୍ମଜ ପାଳ, କବି ପ୍ରସନ୍ନ ମିଶ୍ର , ନାଟ୍ୟକାର ବିଜୟ ମିଶ୍ର , ପ୍ରାବନ୍ଧିକ ନିତ୍ୟାନନ୍ଦ ସତପଥୀ , ଗାଳ୍ପିକ ଦେବ୍ରାଜ ଲେଙ୍କା, କବି ଗୋପାଳକୃଷ୍ଣ ରଥ, ପ୍ରାବନ୍ଧିକ କୃଷ୍ଣ ଭୂୟାଁ, ଗାଳ୍ପିକ ରବି ସ୍ୱାଇଁ , ପ୍ରାବନ୍ଧିକ ଧନେଶ୍ୱର ମହାପାତ୍ର , କଥାକାର ବିଜୟ ନାୟକ ପ୍ରଭୃତି ଦିଗଜ୍ ସାହିତ୍ୟିକଙ୍କୁ ପ୍ରଦାନ କରାଯାଇ ଆସିଅଛି। ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ଅନ୍ୟ ପୁରସ୍କାର ମଧ୍ୟରେ ଗାଳ୍ପିକ ସ୍ୱର୍ଗତ ଅଦ୍ୱୈତ ମହାନ୍ତିଙ୍କ ସ୍ମୃତିରେ…

Read More

ନୟାଗଡ଼: ଜିଲ୍ଲା କାରାଗାର ନୟାଗଡ଼ ଠାରେ ଜେଲ ଅନ୍ତେବାସୀମାନଙ୍କ ପାଇଁ ଏକ ବିଶେଷ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ. ସୁଶ୍ରୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଦୁର୍ଗା ଚରଣ ଦାସ, ଜିଲ୍ଲା କାରାଗାରର ଅଧୀକ୍ଷକ ପ୍ରଫୁଲ୍ଲ କୁମାର କବି,ନୟାଗଡ଼ ସରକାରୀ ତାଲିମ ପ୍ରତିଷ୍ଠାନ ଅଧ୍ୟକ୍ଷ କାନ୍ତି ରଞ୍ଜନ ସାହୁ ଏବଂ ସି.ପି.ଆଇ.ଟି. ସଂସ୍କାର ଓଡ଼ିଶା ମୁଖ୍ୟ ଅନିକେତ୍ ଦାଶ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ। ଜିଲ୍ଲା କାରାଗାର ନୟାଗଡ଼ର ୬୦ଜଣ ଅନ୍ତେବାସୀଙ୍କୁ ଇଲେକ୍ଟ୍ରିକାଲ ଟେକ୍‌ନିସିଆନ ଏବଂ ଏଲ.ଇ.ଡି. ଲାଇଟ୍ ଟେକ୍‌ନିସିଆନ ବିଭାଗରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଅନ୍ୟାନ୍ୟ ଉପସ୍ଥିତ ଅଧିକାରୀମାନେ ଅନ୍ତେବାସୀମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ଉପାଦେୟତା ବିଷୟରେ…

Read More

ପୁରୀ: ପଞ୍ଚୁକ ବ୍ରତର ଆଜି ଗୁରୁବାର ତୃତୀୟ ଦିବସରେ ମହାପ୍ରଭୁଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ। କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅବକାଶ ନୀତି ପରେ ଅନୁଷ୍ଠିତ ହେବ। ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥିବା ବେଳେ ଆଡ଼କିଆ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ। ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ। ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ। ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ। ଏଥି ସହିତ ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ। କଥିତ ଅଛି ତ୍ରିବିକ୍ରମ ବା ଆଡକିଆ…

Read More