ଛତ୍ରପୁର: ଭଞ୍ଜନଗର ସ୍ଥିତ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ (ଜେଲ୍ ପଡିଆ)ରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି। ଏହି ମେଳା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ମାନ୍ୟବର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ସୋରଡା ବିଧାୟକ ନିଳମଣୀ ବିଷୋୟୀ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଗ୍ରାମାଞ୍ଚଳ ଚାଷୀଙ୍କ ଅର୍ଥନୈତିକ ବିକାଶ ହେଲେ ରାଜ୍ୟର ବିକାଶ ହେବ। ସରକାର ସମସ୍ତ ପ୍ରକାର କୃଷି ଯନ୍ତ୍ରପାତିକୁ ରିହାତି ଦରରେ ଚାଷୀ ମାନଙ୍କୁ କୃଷି ବିଭାଗ ମାଧ୍ୟମରେ ଯୋଗାଇ ଦେଉଛନ୍ତି। ପ୍ରକୃତ ହିତାଧିକାରୀଙ୍କ…
Author: SM Network
ଭୁବନେଶ୍ଵର: ଚଳିତ ନଭେମ୍ବର ମାସ ୧୦ ଓ ୧୧ ତାରିଖରେ ଲୋକ ସେବା ଭବନ ଭୁବନେଶ୍ୱର ଠାରେ ଓଡିଶା ସରକାରଙ୍କ ଦ୍ଵାରା ଆୟୋଜିତ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ -୨୦୨୪ ଆୟୋଜିତ ହୋଇଥିଲା। ଗତ ୨୦୧୭ ମସିହାରୁ ଶ୍ରୀ ଅନ୍ନ ଅଭିଯାନ (ମିଲେଟ ମିଶନ) କାର୍ଯ୍ୟକ୍ରମ କାର୍ଯ୍ୟରତ ଅଛି। ଉକ୍ତ କାର୍ଯ୍ୟକ୍ରମକୁ ଓଡ଼ିଶାର ବିଭିନ୍ନ ସଙ୍ଗଠନ ,ସ୍ୱୟଂ ସହାୟକ ଗୋଷ୍ଟି, ଏଫ୍ ପି ଓ କାର୍ଯ୍ୟକାରୀ କରୁଛନ୍ତି। ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମକୁ ନୂଆପଡ଼ା ଜିଲ୍ଲାର କୋମନା ବ୍ଲକରେ ସ୍ବେଚ୍ଛାସେବୀ ସଂଗଠନ ସିପିଏସଡବ୍ଲୁ, କେନ୍ଦୁଭଟା ଦ୍ବାରା କୋମନା ବ୍ଲକରେ ୨୦୧୭ ଏବଂ ନୂଆପଡ଼ା ବ୍ଲକରେ ୨୦୨୨ ମସିହାରୁ କାର୍ଯ୍ୟକାରୀ କରୁଅଛି। କୋମନା ବ୍ଲକର ଉପାନ୍ତ ଅଞ୍ଚଳ ସୁନାବେଡ଼ା ତଥା କୋମନା ବ୍ଲକ ର ୩୨ ଟି ପଞ୍ଚାୟତରେ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପହଞ୍ଚାଇ ପାରିଥିବା ତଥା ଚାଷୀଙ୍କୁ ଉପଯୁକ୍ତ ପ୍ରଣାଳୀରେ ଚାଷ କରି ଲଭାନ୍ଵିତ କରାଇଥିବାରୁ ସାରା ଓଡ଼ିଶାରେ…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ)ର ପ୍ରଥମ ମହିଳା ବାଟାଲିୟନକୁ ସରକାର ଅନୁମୋଦନ କରିଛନ୍ତି। ଅମିତ ଶାହ କହିଛନ୍ତି, ରାଷ୍ଟ୍ର ନିର୍ମାଣର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ ସ୍ୱରୂପ ମୋଦୀ ସରକାର ସିଆଇଏସଏଫର ପ୍ରଥମ ମହିଳା ବାଟାଲିୟନ ପ୍ରତିଷ୍ଠାକୁ ମଞ୍ଜୁର କରିଛନ୍ତି। ବିମାନବନ୍ଦର ଓ ମେଟ୍ରୋ ରେଳ ଭଳି ଦେଶର ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା ଏବଂ କମାଣ୍ଡୋ ଭାବେ ଭିଆଇପି ସୁରକ୍ଷା ଯୋଗାଇଦେବା ଦାୟିତ୍ବ ମହିଳା ବାଟାଲିୟନ ବହନ କରିବ। ଏହି ନିଷ୍ପତ୍ତି ନିଶ୍ଚିତ ଭାବରେ ଦେଶର ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ଅଧିକ ମହିଳାଙ୍କ ଆକାଂକ୍ଷା ପୂରଣ କରିବ। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳରେ ଦେଶ ସେବା କରିବାକୁ ଚାହୁଁଥିବା ମହିଳାମାନଙ୍କ ପାଇଁ କେନ୍ଦ୍ରୀୟ ଶିଳ୍ପ…
ବାଲୁଗାଁ: ବୁଧବାର ପୂର୍ବାହ୍ନରେ ଜଣେ ମୋବାଇଲ ଲୁଟେରାକୁ ଗିରଫ କରିଛି ବାଲୁଗାଁ ଆରପିଏଫ। ଖବର ମୁତାବକ ମଙ୍ଗଳବାର ସନ୍ଧ୍ୟାରେ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ଯାତ୍ରୀ ସୁରକ୍ଷା ଅଭିଯାନରେ ଏକ ଟିମ ରେଳ ଷ୍ଟେସନ ପରିସରରେ ତଦାରଖ କରୁଥିବା ବେଳେ ସନ୍ଦେହ ଜନକ ଭାବେ ଜଣେ ବ୍ୟକ୍ତି ଚଳପ୍ରଚଳ ହେଉଥିବା ଦେଖିବାକୁ ପାଇଥିଲେ। ସମ୍ପୃକ୍ତ ବ୍ୟକ୍ତିକୁ ପଚରାଉଚରା କରିବାରେ ସନ୍ଦେହ ଘନୀଭୂତ ହୋଇଥିଲା। ସନ୍ଦିଗ୍ଧ ଜଣକ ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ରାଜାପୁର ଗ୍ରାମର ଦୀପକ କୁମାର ସାହୁ ଓରଫ ଦିପୁ (୨୪) ବୋଲି ଜଣାପଡ଼ିଥିଲା। ଦିପୁଙ୍କ ତଲାସି ନେବାରେ ତା’ ନିକଟରୁ ୨ ଟି ଚୋରା ମୋବାଇଲ ଓ ଗୋଟିଏ ଇଅର ବଡ଼ ଜବତ ହୋଇଥିଲା। ଏଥିସହିତ ଏହି ଦୁଇଟି ମୋବାଇଲ ସେ ରେଳ ଯାତ୍ରୀ ମୋବାଇଲ ଚାର୍ଜ କରୁଥିବା ସମୟରେ ଚୋରି କରିଥିବା ସ୍ୱୀକାର କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କା…
ବାଣପୁର: ଓଡ଼ିଶାର ବରପୁତ୍ର ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଏକ ପୁରାତନ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟ ଚଳିତ ମାସ ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନାକ୍ କମିଟି ଦ୍ବାରା ପରିଦର୍ଶିତ ହୋଇଛି ଏହି ତିନି ଜଣିଆ କମିଟିରେ ଉତ୍ତରପ୍ରଦେଶ ମା’ ଶାକମ୍ବରୀ ବିଶ୍ଵବିଦ୍ୟାଳୟର କୁଳପତି ଡ଼ ହୃଦୟ ଶଙ୍କର ସିଂ ଅଧ୍ୟକ୍ଷ, ମିଜୋରାମ ଆଇଜଲ୍ ବିଶ୍ଵବିଦ୍ୟାଳୟର ସାଧାରଣ ପ୍ରଶାସନ ବିଭାଗର ମୁଖ୍ୟ ଡ଼ ଲାଲ ରିନ ଲୁଆଙ୍ଗା ସଂଯୋଜକ ଓ ମୁମ୍ବାଇ ସ୍ଥିତ ଗୋରେଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ପତିଭା ଗାଏକୱାଡ ସଦସ୍ୟ ଭାବରେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା, ଆଇ କ୍ୟୁ ଏ ସି ସଂଯୋଜକ ଡ଼ ଋତୁସ୍ମିତା ମିଶ୍ରଙ୍କ ସହ ଆଲୋଚନା ପରେ ବିଭିନ୍ନ ବିଭାଗର ମୁଖ୍ୟମାନଙ୍କ ଠାରୁ ବିଭାଗର ପାଠ୍ୟ ଦାନ ସେମିନାର ଆଦି ସମସ୍ତ ବିବରଣୀ ସଂଗ୍ରହ କରିଥିଲେ। ପରେ ପରେ ସମସ୍ତ ବିଭାଗ, ଲବୋରେଟୋରୀ, ଲାଇବ୍ରେରୀ, କାର୍ଯ୍ୟାଳୟ, ଅର୍ଥ…
ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୫ ତାରିଖ ଦିନ ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜନ୍ମଜୟନ୍ତୀକୁ ଜନଜାତି ଗୈାରବ ଦିବସ ଭାବେ ବହୁ ଆଡମ୍ବରରେ ଦେଶବ୍ୟାପୀ ପାଳନ କରାଯିବ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ପ୍ରଦେଶର ଜାମୁଇଠାରେ ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସେହିଦିନ ଦେଶସାରା ଯେଉଁ ୫୦୦ ଜିଲ୍ଲାରେ ଏହା ପାଳିତ ହେବ ଏବଂ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ସେମାନେ ଯୋଡି ହେବେ। ଓଡିଶାରେ ୨୭ଟି ଜିଲ୍ଲାର ୨୮ଟି ସ୍ଥାନରେ ଏକକାଳୀନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆନନ୍ଦ ଉଲ୍ଲାସରେ ସହ ପାଳନ କରାଯିବ। ରାଜ୍ୟର ଦେବଗଡ, ସମ୍ବଲପୁର, ସୁନ୍ଦରଗଡ, କଳାହାଣ୍ଡି, ମାଲକାନଗିରି, ରାୟାଗଡା, ମୟୁରଭଂଜ, କେଉଁଝର ଓ ଗଜପତିରେ ଆଭାସୀ ମାଧ୍ୟମରେ ଭାଇଭଉଣୀମାନେ ୨- Way Communication ରେ ଯୋଡି ହେବେ। ଭୁବନେଶ୍ୱରର ଜନତା ମାଇଦାନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ…
ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନ୍ରେ ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନିସେଫର ସହଭାଗିତାରେ ରାଜ୍ୟସ୍ତରୀୟ ଟେକ ହୋମ୍ ରାସନ (ଟିଏଚଆର) କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୯ ଟି ରାଜ୍ୟ ଯଥା – ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ତେଲେଙ୍ଗାନା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ଼, ଆସାମ ଓ ଝାଡ଼ଖଣ୍ଡର ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ ତଥା ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। ଏହା ସହ ମହୀଶୂରସ୍ଥିତ ସିଏଫଟିଆରଆଇ, ହାଇଦରାବାଦର ଏନଆଇଏଚ, ଗୁଜୁରାଟ ମିଳ୍କ ମାର୍କେଟିଙ୍ଗ ଫେଡେରେଶନ(ଅମୂଲ୍), ରାଉରକେଲା ଏନଆଇଟି ତଥା ୱାର୍ଲଡ ଫୁଡ ପ୍ରୋଗ୍ରାମ, ୟୁନିସେଫ, ଅଜିମ ପ୍ରେମଜୀ ଫାଉଣ୍ଡେସନ ଭଳି ପ୍ରମୁଖ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବୈଜ୍ଞାନିକଙ୍କ ସମେତ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସଚିତ ଜାତି ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ…
ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ଆମେରିକାର ମିୟୋ କ୍ଲିନିକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଗବେଷଣା ସଂସ୍ଥାର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ସବୁଠାରୁ ଆଧୁନିକ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତିର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଆଲୋଚନାରୁ ଜଣା ଯାଇଛି ଯେ, କ୍ୟାନ୍ସର ଚିକିତ୍ସା ଅତ୍ୟଧିକ ବ୍ୟୟ ସାପେକ୍ଷ ଓ ଅନିଶ୍ଚିତ। ଡି.ଏନ୍.ଏ ଟେଷ୍ଟ ଜରିଆରେ ତୁରନ୍ତ ରୋଗ ନିରୂପଣ ସହିତ କୌଣସି ଏକ ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ଫଳପ୍ରଦ ହେଉଛି ବା ନାହିଁ ତାହା ମଧ୍ୟ ଖୁବ୍ ଶୀଘ୍ର ଜଣାପଡି ପାରିବ। ତେଣୁ ଓଡିଶାରେ ଏହି ନୂତନ ପଦ୍ଧତିର ପ୍ରୟୋଗ ସପକ୍ଷରେ ପ୍ରତିନିଧିମାନେ ମତ ରଖିଥିଲେ। ଏହା ଦ୍ୱାରା ରୋଗ ନିରୂପଣ ଖୁବ୍ ଶୀଘ୍ର ସୂଚନା ମିଳିବା ସହିତ ଫଳପ୍ରଦ ଚିକିତ୍ସା ପ୍ରଦାନ କରାଯାଇ ପାରିବ। ସ୍ୱାସ୍ଥ୍ୟସେବା, ବିଶେଷ କରି କ୍ୟାନ୍ସର ଚିକିତ୍ସାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ…
ଭୁବନେଶ୍ଵର: ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା କୁପୋଷଣ ମୁକ୍ତ ରାଜ୍ୟ ଭାବେ ବର୍ତମାନର ବିଜେପି ସରକାର ଘୋଷଣା କରିବା ନେଇ ରାଜ୍ୟରେ କାର୍ଯ୍ୟ କରୁଅଛି। ବିଶେଷ କରି ଏ ନେଇ ସ୍ୱତନ୍ତ୍ର ସର୍ଭେ କରାଯାଇଥିବା ବେଳେ ଭିଭିନ୍ନ ସ୍ଥରର କାର୍ଯ୍ୟ ଜାରି ରହିଥିବା ବେଳେ ଖୁବ ଶୀଘ୍ର ସୁଫଳ ମିଳିବାର ଆଶା ରହିଅଛି। ସେହିପରି ସୁଭଦ୍ରା ଯୋଜନାରେ ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ଖାରଜ ନେଇ ବିଭିନ୍ନ ବ୍ଲକକୁ ପଠାଯାଇଥିବା ବେଳେ ପ୍ରାୟ ୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଖାତା, ମୋବାଇଲ ନମ୍ବର ଓ ଆଧାର ସହ ସଂଯୋଗିକରଣ ସମସ୍ୟା ଥିବା ଜଣାପଡିଛି। ତେବେ ଆଗାମୀ ୨୪ ତାରିଖରେ ଆଗାମୀ କିସ୍ତି ପ୍ରଦାନ ହେବାକୁ ଥିବା ବେଳେ ସେଥିରେ ଯେଉଁ ହିତାଧିକାରୀ ନ ପାଇଥିବେ ସେମାନଙ୍କର ପରବର୍ତ୍ତୀ ସମୟରେ ପ୍ରଦାନ ନେଇ ବ୍ୟବସ୍ଥା ଗ୍ରହଣ କରାଯିବ। ଆଜି ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ…
ଭୁବନେଶ୍ୱର:୨୦୨୫ ମସିହା ପାଇଁ ରାଜ୍ୟ ସରକାର ଆଜି ସରକାରୀ ଛୁଟି ଦିବସ ଘୋଷଣା କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୨୫ କ୍ୟାଲେଣ୍ଡର ବର୍ଷରେ ସରକାରୀ କାର୍ଯ୍ୟାଳୟ ୨୬ ଦିନ ବନ୍ଦ ରହିବ। ବିଭିନ୍ନ ପର୍ବପର୍ବାଣୀ, ଗୁରୁତ୍ୱପୂର୍ଣ୍ଣ ଦିବସ ଥିବାରୁ ଏହି ସଂଖ୍ୟକ ଦିନ ଛୁଟି ମିଳିବ। ସେହିପରି କର୍ମଚାରୀଙ୍କୁ ୮ ଟି ଇଛାଧୀନ ଛୁଟି ମିଳିବ ସେଥିରୁ ଗୋଟିଏ ଦିନ ଛୁଟି ନେଇପାରିବେ। ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାରରେ ୯ଟି ଛୁଟି ପଡୁଛି। ଉକ୍ତ ଛୁଟି କ୍ୟାଲେଣ୍ଡର ସମସ୍ତ ସରକାରୀ ଅଫିସ୍ ଓ ରେଭିନ୍ୟୁ ଓ ମାଜିଷ୍ଟ୍ରେଟ୍ କୋର୍ଟ ପାଇଁ ଲାଗୁ ହେବ। ୨୬ ଟି ସରକାରୀ ଛୁଟି ଜାନୁଆରୀ ୧୪ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ଡିସେମ୍ବର ୨୫ ଏକ୍ସ-ମାସ୍ ଡେ’ ପର୍ଯ୍ୟନ୍ତ ଜାରି ରହିବ।
ଭୁବନେଶ୍ଵର: କନ୍ଧମାଳ ଜିଲ୍ଲାରେ ପହଞ୍ଚି ଡିଜିପି ୱାଇବି ଖୁରାନିଆ ନକ୍ସଲ ବିରୋଧ ଅଭିଯାନକୁ କଡାକଡି କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏଥିରେ କନ୍ଧମାଳ ଜିଲ୍ଲା ପୋଲିସ ,ପ୍ରଶାସନ ସହ ବିସ୍ତୃତ ଆଲୋଚନା କରିଛନ୍ତି। କନ୍ଧମାଳ ଜିଲ୍ଲା ସହ ରାୟଗଡ଼ା, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାର ଏସପିଙ୍କ ସହ ବିଏସଏଫ, ସିଆରପିଏଫ୍, ଇଣ୍ଟେଲିଜେନ୍ସ ବ୍ୟୁରୋଙ୍କ ସହ ରୁଦ୍ଧ ଦ୍ଵାର ବୈଠକ କରିଥିଲେ। ଡିଜିପିଙ୍କ ଗସ୍ତ ନେଇ କନ୍ଧମାଳରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଛତିଶଗଡ଼ରେ ମାଓ ଅପରେସନକୁ ଜୋରଦାର କରାଯିବା ପରେ ଏବେ ଆତ୍ମଗୋପନ ପାଇଁ ଓଡ଼ିଶା ତଥା କନ୍ଧମାଳ ଜିଲ୍ଲା ମୁହାଁ ହୋଇଛନ୍ତି ମାଓବାଦୀ ମାନେ। ଏଥିସହ କନ୍ଧମାଳ ଜିଲ୍ଲାରେ କେକେବିଏନ ଓ ବିଜିଏନ ଦୁଇ ଗୋଷ୍ଠୀ ମାଓବାଦୀ ରହିଛନ୍ତି। ଆସନ୍ତା ଦିନ ଗୁଡିକରେ ମାଓବାଦୀଙ୍କ କୌଣସି ବିଶୃଙ୍ଖଳାକୁ ସହ୍ୟ ନ କରିବା ସହ ସମ୍ପୂର୍ଣ୍ଣ ମାଓ ଦମନ ଅଭିଯାନକୁ କଡାକଡି କରାଯାଇ ସମ୍ପୂର୍ଣ୍ଣ…
ଭୁବନେଶ୍ଵର: ନୂଆପଡା ଜିଲ୍ଲାକୁ ୧୨ ଜଣିଆ ପ୍ରଶାସନିକ ସେବାରେ ତାଲିମ୍ ନେଉଥିବା ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି। ନୂଆପଡ଼ା ବ୍ଲକର ଧରମବନ୍ଧା ଏବଂ କୋମନା ବ୍ଲକର ସମରସିଂ ଗ୍ରାମପଞ୍ଚାୟତ ବୁଲି ଦେଖିଥିଲେ। ସରକାରୀ ଯୋଜନା ସଫଳ ରୂପାୟନର ବିଭିନ୍ନ ଦିଗ ଉପରେ ବୁଲି ଦେଖିବା ସହ ସ୍ୱଚ୍ଛ ଭାରତ ମିଶନ ରେ ସଫେଇ କରିଥିଲେ। ପଞ୍ଚାୟତ ପ୍ରତିନିଧି ଏବଂ ହିତାଧିକାରୀଙ୍କୁ ସାକ୍ଷାତ କରି ତାଙ୍କ ଲାଭ ନେଇଥିବା ବିଭିନ୍ନ ଯୋଜନା ଉପରେ ବୁଝିଥିଲେ। ସେହିପରି ଯୋଜନା ରେ ଅର୍ନ୍ତଭୁକ୍ତ ହୋଇନଥିବା ନାଗରିକଙ୍କୁ ସାକ୍ଷାତ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଛାତ, ଶ୍ରମିକଙ୍କୁ କାମ ଯୋଗାଣ, ତରବୋର୍ଡ ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଆନୁସଙ୍ଗିକ ବ୍ୟବସ୍ଥା ଏବଂ ଚିକିତ୍ସା ସୁବିଧା ନେଇ ଆଲୋଚନା କରିଥିଲେ। ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ ନିଜ ଆଗାମୀ ଭବିଷ୍ୟତରେ ଏହା କାର୍ଯ୍ୟକାରୀ ହେବା ନେଇ ପ୍ରକାଶ କରିଛନ୍ତି। ଏହି ଗସ୍ତରେ ଜିଲ୍ଲା…
ଭୁବନେଶ୍ୱର: ଓଡିଶା କ୍ୟାଡର୍ ଆଇଏଏସ୍ ଅଧିକାରୀ ସଞ୍ଜୀବ କୁମାର ମିଶ୍ର ଓଡିଶା ଫେରିବେ। ଶ୍ରୀ ମିଶ୍ରଙ୍କୁ ଓଡିଶା ଫେରାଇ ନେବା ପାଇଁ ଆଜି ଭାରତ ସରକାରଙ୍କ କାର୍ମିକ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ମିଶ୍ର ଏବେ କେନ୍ଦ୍ରରେ ନ୍ୟାସନାଲ ରିକ୍ୟୁଟ୍ମେଣ୍ଟ ଏଜେନ୍ସିର ସଚିବ ତଥା ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟ କରୁଛନ୍ତି। ଓଡିଶା ପ୍ରତ୍ୟାବର୍ତ୍ତନ କରିବା ପରେ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ପ୍ରଦାନ କରିବେ।
ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ବାୟୁ ଗୁଣବତ୍ତା ବର୍ତ୍ତମାନ ବହୁତ ଖରାପ। ଉତ୍ତର ଭାରତର ଏହି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଶେଷ ଏହବା ସହିତ ତାପମାତ୍ରା ହ୍ରାସ ପାଉଥିବାରୁ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଆହ୍ଵାନପୂର୍ଣ୍ଣ। ଏହି ସମୟରେ ଆମେରିକାର ଏଜେନ୍ସି ନାସା ଉପଗ୍ରହ ଚିତ୍ରରେ ପଞ୍ଜାବ ଏବଂ ହରିୟାଣାରେ ବ୍ୟାପକ ନିଆଁ ଲାଗିଥିବାର ଘଟଣା ଚିହ୍ନଟ କରିଛି। ସୂଚନାଯୋଗ୍ୟ ଯେ, ପଞ୍ଜାବ ଏବଂ ହରିୟାଣାରେ ନଡ଼ା ଜଳିବା ଭଳି ଘଟଣା ମୁଖ୍ୟତଃ ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣ ପାଇଁ ଦାୟୀ। ନଡ଼ା ଜଳିବା ବନ୍ଦ କରିବା ପାଇଁ ଅନେକ ଉଦ୍ୟମ ସତ୍ତ୍ୱେ, ଏହି ବର୍ଷ ମଧ୍ୟ ନଡ଼ା ଜଳିବା ଭଳି ଘଟଣା ସାଧାରଣ ଅଟେ। ଦିଲ୍ଲୀର ଅତ୍ୟଧିକ ପ୍ରଦୂଷଣ ମଧ୍ୟରେ ନାସାର ଜୀବନ୍ତ ଅଗ୍ନି ମାନଚିତ୍ରରେ ପଞ୍ଜାବ ଏବଂ ହରିୟାଣାରେ ବ୍ୟାପକ ନିଆଁ ଜଳୁଥିବା ଦେଖାଯାଇଛି ଏବଂ ଏହି ଅଞ୍ଚଳରେ ବହୁ ପ୍ରଦୂଷଣ ହେଉଛି। ପ୍ରତିବର୍ଷ ପରି, ଚଳିତ ବର୍ଷ…
ଭୁବନେଶ୍ୱର: ସ୍ନାତକରେ ନୂତନ ଜାତୀୟ ଶିକ୍ଷାନୀତି (ଏନ୍ଇପି) ଲାଗୁ ହେବାପରେ ଛାତ୍ରଛାତ୍ରୀଙ୍କ ଏକାଡେମିକ୍ ବ୍ୟାଙ୍କ୍ କ୍ରେଡିଟ୍ ବା ଏବିସି ଆଇଡି ଖୋଲିବାକୁ ପ୍ରାଥମିକତା ଦିଆଯାଇଛି। ଆସନ୍ତା ୨୫ତାରିଖ ସୁଦ୍ଧା +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଏବିସି ଆଇଡି ଖୋଲିବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦଶାଳୟ ପକ୍ଷରୁ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କୁ ମଙ୍ଗଳବାର ନିର୍ଦ୍ଦେଶ ଦିଆଯାଇଛି। ସରଳ ଭାବେ ରାଜ୍ୟରେ ଏନ୍ଇପି ଲାଗୁ କରିବାକୁ ଏହା ଗୁରୁତ୍ୱପୂର୍ଣ୍ଣ ଓ ବାଧ୍ୟତାମୂଳକ ବୋଲି ଦର୍ଶାଯାଇଛି। ସମସ୍ତ ୫ଟି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦଶାଳୟ ସେମାନଙ୍କ ଅଧିନରେ ଥିବା ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଏନେଇ ଅବଗତ କରିଥିବା ଜଣାପଡ଼ିଛି।
ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ଜାରି ରହିଛି। ୧୫ ଟି ଜିଲ୍ଲାର ୪୩ ଟି ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି। ଏହି ନିର୍ବାଚନରେ ବିଜେପି ଏବଂ କଂଗ୍ରେସ-ଜେଏମଏମ ମେଣ୍ଟ ମଧ୍ୟରେ ମୁଖ୍ୟ ପ୍ରତିଯୋଗିତା ହେଉଛି। ଏହି ନିର୍ବାଚନରେ ସ୍ଥିର ହେବ ଯେ, ହେମନ୍ତ ସୋରେନ ଝାଡ଼ଖଣ୍ଡରେ ପୁନର୍ବାର କ୍ଷମତାକୁ ଆସିବେ ନା ବିଜେପି ବାଜି ମାରିବ। ପରବର୍ତ୍ତୀ ପର୍ଯ୍ୟାୟ ନଭେମ୍ବର ୨୦ ତାରିଖରେ ୩୦ ଟି ଆସନ ପାଇଁ ଅନୁଷ୍ଠିତ ହେବ। ୪୩ ଟି ସିଟ୍ ମଧ୍ୟରୁ ଯେଉଁଠାରେ ଭୋଟ୍ ନିଆଯାଉଛି, ସେଠାରେ ୧୭ ଟି ସାଧାରଣ ବର୍ଗ, ୨୦ ଟି ଏସଟି ଏବଂ ୬ ଟି ଏସସି ସିଟ୍ ଅଛି। ଭୋଟ୍ ପାଇଁ ୨୦,୨୮୧ ସ୍ଥାନରେ ମୋଟ ୨୯୫୬୨ ମତଦାନ ବୁଥ୍ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ୫୦୪୨ ବୁଥ ସହରାଞ୍ଚଳରେ ଏବଂ ୨୪୫୨୦ ବୁଥ ଗ୍ରାମାଞ୍ଚଳରେ ଅଛି। ୪୩ ଟି ଆସନ ମଧ୍ୟରୁ…
ନୂଆଦିଲ୍ଲୀ: ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି -20 ଖେଳାଯିବ। ସେଞ୍ଚୁରିଅନର ସୁପରସ୍ପୋର୍ଟ ପାର୍କରେ ଉଭୟ ଦଳ ମୁହାଁମୁହିଁ ହେବେ। ଭାରତୀୟ ସମୟ ଅନୁଯାୟୀ, ଏହି ମ୍ୟାଚ୍ ରାତି 8:30 ରେ ଆରମ୍ଭ ହେବ। ମ୍ୟାଚର ଟସ୍ 8 ଟା ସମୟରେ ହେବ। 4 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ 1-1 ରେ ବରାବର ଅଛି। ଏଭଳି ପରିସ୍ଥିତିରେ ଆଜି ଜିତୁଥିବା ଦଳ ସିରିଜ କବଜା କରିବାକୁ ସହଜ ହେବ। ଭାରତୀୟ ଦଳ ସିରିଜର ପ୍ରଥମ ଟି -20 କୁ 61 ରନରେ ଜିତି ନେଇଥିଲା। ଏହା ପରେ ଟିମ୍ ଇଣ୍ଡିଆ ମଧ୍ୟ ଦ୍ୱିତୀୟ ଟି -20 ରେ ବିଜୟର ନିକଟତର ହୋଇଥିଲା, କିନ୍ତୁ ଶେଷରେ ଜେରାଲ୍ଡ କୋଏଟଜି ଏବଂ ଟ୍ରଷ୍ଟନ୍ ଷ୍ଟବ୍ସ ଖେଳ ବୁଲାଇ ଦକ୍ଷିଣ ଆଫ୍ରିକାକୁ ହାରିଯାଇଥିବା ମ୍ୟାଚ୍ ଜିତାଇଥିଲେ। ଏଭଳି ପରିସ୍ଥିତିରେ ସିରିଜ୍ ୧-୧ ରେ ବରାବର ହୋଇଛି। ଭାରତ ବନାମ ଦକ୍ଷିଣ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅର୍ନ୍ତଗତ ଡିଆଁଡେଇଁ ଗ୍ରାମର ସୁନେଲୀ ନାୟକ ନାମ୍ନୀ ଜଣେ ମହିଳା ପ୍ରସବ ବେଦନା ଯୋଗୁଁ ଛତ୍ରପୁର ଉପକଣ୍ଠ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ମହିଳାଙ୍କ ପରିସ୍ଥିତି ଗୁରୁତର ହେବାରୁ ଦାୟିତ୍ଵରେ ଥିବା ଡ଼ାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ପୀଡିତା ମହିଳା ପ୍ରସବ ବେଦନାରେ ଛଟପଟ ହୋଇ ପ୍ରବଳ ରକ୍ତସ୍ରାବ ସହିତ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପରବର୍ତ୍ତୀ ସମୟରେ ସୁନେଲୀଙ୍କ ରକ୍ତସ୍ରାବ ବନ୍ଦ ନହେବାରୁ ପରିବାର ଲୋକଙ୍କୁ ରକ୍ତ ଆଣିବା କହିଥିଲେ। ସୁନେଲୀଙ୍କ ସ୍ବାମୀ ପ୍ରଶାନ୍ତ ନାୟକ ଡାକ୍ତରଖାନା ପରିସରରେ ଥିବା ରକ୍ତ ଭଣ୍ଡାରରୁ ରକ୍ତ ଆଣି ଦେଇଥିଲେ ଓ ରକ୍ତ ଦେବାର କିଛି ସମୟପରେ ସୁନେଲୀଙ୍କ ମୃତ୍ୟୁ ଘଟିଥିଲା। ଏହି ଭଳି ପରିସ୍ଥିତିରେ ଚିକିତ୍ସାରେ ଅବହେଳା ଓ ରକ୍ତ ବଦଳ ଯୋଗୁଁ ସୁନେଲୀଙ୍କ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଓ…
ବାଲୁଗାଁ: ମଙ୍ଗଳବାର ପୂର୍ବାହ୍ନରେ ରେଳ ସୁରକ୍ଷା ବଳ ପକ୍ଷରୁ ଖଲ୍ଲିକୋଟ ଷ୍ଟେସନ ନିକଟ କେଶପୁର ଉଚ୍ଚବିଦ୍ୟାଳୟ ଓ ଗୁରାପଲ୍ଲୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ରେଳ ସୁରକ୍ଷା ନିମିତ୍ତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଗତ କିଛି ଦିନ ମଧ୍ୟରେ ରେଳ ଟ୍ରାକ ହେଉ ଅବା ପ୍ଲାଟଫର୍ମ ମଧ୍ୟରେ ଯାତ୍ରୀମାନଙ୍କ ବିପଦପୂର୍ଣ୍ଣ ଭାବେ ରେଳ ଧାରଣା ଅତିକ୍ରମ କରିବା ଅଥବା ଅସାବଧାନତା ବଶତଃ ରେଳ ଦୁର୍ଘଟଣାର ଶିକାର ହୋଇ ଏକାଧିକ ଜୀବନ ହାନି ଘଟିଥିବା ନଜିର ରହିଛି। ଏଭଳି ଅଘଟଣକୁ ଏଡ଼ାଇବା ନେଇ ବାଲୁଗାଁ ଆରପିଏଫ ଅଧୂକାରୀ ଜିତେନ୍ଦ୍ର ମୌର୍ଯ୍ୟ ଏବଂ ଉପନିରୀକ୍ଷକ କେସି ସାହୁଙ୍କ ତତ୍ତ୍ଵାବଧାନରେ ରେଳଯାତ୍ରୀଙ୍କ ସମେତ ସାଧାରଣ ଜନତାଙ୍କ ସୁରକ୍ଷା ନିମିତ୍ତ ବିଭିନ୍ନ ସଚେତନ ମୂଳକ ବାର୍ତ୍ତା ପ୍ରଦାନ କରାଯାଇଥିଲା।ଯାହାକି ଅନାୟାସରେ ରେଳ ଧାରଣା ଅତିକ୍ରମ ନକରିବା, ଚଳନ୍ତା ଟ୍ରେନ ଉପରକୁ ପଥର ନ ଫିଙ୍ଗିବା, ରେଳ ଫାଟକ ପଡ଼ିଥିବା ସମୟରେ ଅବାଧ ପ୍ରବେଶ ନକରିବା, ରେଳ…
ଭୁବନେଶ୍ୱର: ଆଗାମୀ ନଭେମ୍ବର ୨୪ ତାରିଖରେ “ସୁଭଦ୍ରା” ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଅର୍ଥ ମିଳିବ। ଏହି ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷ ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ ପାଇଁ ବ୍ୟବସ୍ଥା କରାଯାଉଥିବା ସଂପର୍କରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ହିତାଧିକାରୀଙ୍କ ଆକାଉଣ୍ଟକୁ କିପରି ଅର୍ଥ ଯିବ, ସେଥିପାଇଁ ପ୍ରସ୍ତୁତି ଓ ସୁବ୍ୟବସ୍ଥା ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଯୋଗଦେଇଥିବା ବେଳେ ସମସ୍ତ ଜିଲ୍ଲାରୁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ବିଡିଓମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ପଞ୍ଜୀକରଣ କରିଥିବା ଅଥଚ ବ୍ୟାଙ୍କ ଏବଂ…
ଭୁବନେଶ୍ଵର: ଯଦି କଠିନ ପରିଶ୍ରମ କରିବା ପରେ ବି ଆପଣଙ୍କ ଜୀବନରେ ସର୍ବଦା ଧନର ଅଭାବ ରହୁଛି। ତେବେ ଆପଣ ଏକ ଉପାୟ ଦ୍ଵାରା ଏଥିରେ ମୁକ୍ତି ପାଇପାରିବେ। ଆପଙ୍କ ପର୍ସରେ ଆପଣ ଏମିତି କିଛି ଜିନିଷ ରଖନ୍ତୁ ଯଦ୍ୱାରା ଆପଣଙ୍କୁ କେବେ ବି ଧନର କମି ରହିବନି। ତେବେ ଆସନ୍ତୁ ଜାଣିବା ପର୍ସରେ ଏମିତି କଣ ରଖିଲେ ଧନ ପ୍ରାପ୍ତି ହେବ – ୧-ଧନର ଅଭାବ ଦୂର କରିବା ପାଇଁ ଶୁକ୍ରବାର ଦିନ ପାଞ୍ଚ ଗୋମତୀ ଚକ୍ର ଓ ଏକ ହଳଦୀକୁ ନେଇ ଏକ ଲାଲ କପଡାରେ ବାନ୍ଧି ଦିଅନ୍ତୁ। ଏଇ ପୁଟୁଳିକୁ ମାତା ଲକ୍ଷ୍ମୀଙ୍କ ମୃତ୍ତି ପାଖରେ ରଖିପୂଜା କରନ୍ତୁ। ଏହାପରେ ଏହାକୁ ପର୍ସରେ ରଖି ଦିଅନ୍ତୁ। ଏହାକୁ ରଖିବା ଦ୍ଵାରା ଆପଣଙ୍କୁ କେବେ ବି ଧନର ଅଭାବ ହେବ ନାହିଁ। ୨-ହଳଦିଆ ରଙ୍ଗ ର ଏକ କପଡାରେ ପାଞ୍ଚଟି ହଳଦିଆ କଉଡି ରଖି ଏହାକୁ ଗଣ୍ଠି ବାନ୍ଧି…

