Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଞ୍ଚଳିକ ପୋଷଣ ଅସମାନତାକୁ ଦିଅ ବିଶେଷ ଗୁରୁତ୍ୱ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ବିଶେଷ ଖବର

ଆଞ୍ଚଳିକ ପୋଷଣ ଅସମାନତାକୁ ଦିଅ ବିଶେଷ ଗୁରୁତ୍ୱ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

November 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନ୍‌ରେ ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନିସେଫର ସହଭାଗିତାରେ ରାଜ୍ୟସ୍ତରୀୟ ଟେକ ହୋମ୍‌ ରାସନ (ଟିଏଚଆର) କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୯ ଟି ରାଜ୍ୟ ଯଥା – ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ତେଲେଙ୍ଗାନା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ଼, ଆସାମ ଓ ଝାଡ଼ଖଣ୍ଡର ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ ତଥା ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। ଏହା ସହ ମହୀଶୂରସ୍ଥିତ ସିଏଫଟିଆରଆଇ, ହାଇଦରାବାଦର ଏନଆଇଏଚ, ଗୁଜୁରାଟ ମିଳ୍କ ମାର୍କେଟିଙ୍ଗ ଫେଡେରେଶନ(ଅମୂଲ୍‌), ରାଉରକେଲା ଏନଆଇଟି ତଥା ୱାର୍ଲଡ ଫୁଡ ପ୍ରୋଗ୍ରାମ, ୟୁନିସେଫ, ଅଜିମ ପ୍ରେମଜୀ ଫାଉଣ୍ଡେସନ ଭଳି ପ୍ରମୁଖ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବୈଜ୍ଞାନିକଙ୍କ ସମେତ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସଚିତ ଜାତି ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ
କରିଥିଲେ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଓଡ଼ିଶାକୁ କୁପୋଷଣ ମୁକ୍ତ କରିବା ସରକାରଙ୍କ ପ୍ରାଥମିକତା। ବିଭିନ୍ନ ରାଜ୍ୟରୁ ଆସିଥିବା ପୋଷଣ ବିଶେଷଜ୍ଞମାନଙ୍କୁ ସ୍ୱାଗତ କରିବା ସହ ଆଲୋଚନା ଓ ସମାଲୋଚନା ମାଧ୍ୟମରେ ଓଡ଼ିଶାକୁ କୁପୋଷଣ ମୁକ୍ତ କରିବାର ଉପାୟ ବାହାରି ପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଓଡ଼ିଶାର ଆଞ୍ଚଳିକ ପୋଷଣ ଅସମାନତାକୁ ଧ୍ୟାନ ଦେବା ସହ ଛତୁଆର ମାନ ବୃଦ୍ଧି ତଥା ଅନ୍ୟ ବିକଳ୍ପ ଖୋଜିବାକୁ ସେ ବିଭାଗକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯୋଗଦେଇ କହିଲେ ଯେ ଓଡ଼ିଶା ଭିଜନ-୨୦୪୭ରେ କୁପୋଷଣମୁକ୍ତ ଓଡ଼ିଶା ଏକ ମୁଖ୍ୟ ବିଷୟବସ୍ତୁ। କୁପୋଷଣକୁ ମୂଳପୋଛ କରିବା ପାଇଁ ଆମକୁ ମିଶନ ମୋଡ୍‌ରେ କାମ କରିବାକୁ ପଡିବ।

ବିଭିନ୍ନ ରାଜ୍ୟର ପୋଷଣ କାର୍ଯ୍ୟକ୍ରମରୁ ଶିଖିବା, ବିକଳ୍ପ ଟେକ ହୋମ୍‌ ରାସନ(ଟିଏଚଆର) ବିଷୟରେ ବିଶ୍ଳେଷଣ କରିବା ସହ ସମ୍ପୃକ୍ତ ରାଜ୍ୟରେ ଗ୍ରହଣ କରାଯାଇଥିବା ସର୍ବୋତ୍ତମ ଅଭ୍ୟାସ ଉପରେ ଆଲୋଚନା କରିବା ଏହି କନକ୍ଲେଭର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ମତପ୍ରକାଶ କରିଛନ୍ତି। ପରସ୍ପରର ଜ୍ଞାନ ବିନିମୟ ଦ୍ୱାରା ଆମେ କୁପୋଷଣ ସହ ଲଢିପାରିବା ବୋଲି ସେ ଦୃଢ ମତ ରଖିଥିଲେ। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ତଥା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନର୍ଜୀ କୁପୋଷଣକୁ ଦୂର କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ଦୁଇଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସେସନ୍‌ ଦ୍ୱାରା ବିଭିନ୍ନ ରାଜ୍ୟର ପୋଷଣ ସମ୍ବନ୍ଧୀୟ କାର୍ଯ୍ୟକାରିତା ବିଷୟରେ ଆଲୋଚନା କରାଯିବ। ବୈଷୟିକ ସଂସ୍ଥା ଯଥା ସିଏଫଟିଆରଆଇ, ଏନଆଇଏନ ଏବଂ ଅମୁଲ କମ୍ପାନୀ ଟେକ ହୋମ୍‌ ରାସନର ଉତ୍ପାଦ, ବଣ୍ଟନ ଏବଂ ତଦାରଖ ପ୍ରକ୍ରିୟାରେ ଅଭିନବ ଶୈଳୀକୁ ଆଲୋକପାତ କରିବା ସହ ଟିଏଚଆରକୁ ଶକ୍ତିଶାଳୀ କରିବା ପାଇଁ ସୁଚିନ୍ତିତ ମତାମତ ଓ ପ୍ରସ୍ତାବ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଡେପୁଟି କଣ୍ଟ୍ରି ହେଡ ମିସ ନୋଜୋମି ହାଶିମୋଟୋ ଓ ୟୁନିସେଫ ମୁଖ୍ୟ ପୋଷଣ ଅଧିକାରୀ ମିସ ମ୍ୟାରୀ କ୍ଲାଉଡ ଡିସିଲେଟସ୍‌ ଉପସ୍ଥିତ ଥିଲେ। ଓଡ଼ିଶା ସରକାରଙ୍କ ପ୍ରମୁଖ ବିଭାଗ ମଧ୍ୟ ଓଡ଼ିଶାକୁ କୁପୋଷଣ ମୁକ୍ତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଅଂଶଗ୍ରହଣ କରିଥିଲେ।

ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦେବସ୍ନାନ ପୂର୍ଣ୍ଣିମା: ସ୍ନାନ ମଣ୍ଡପରେ ଦିବ୍ୟସ୍ନାନ ପରେ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

June 29, 2026

ଗାଧୋଉଥିବାବେଳେ ଜଣେ ଛାତ୍ର ମୃତ, ୨ ନିଖୋଜ

June 28, 2026

ମାଲକାନଗିରି ଜଙ୍ଗଲରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକ ସାମଗ୍ରୀ ଜବତ

June 28, 2026

ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

June 28, 2026
Latest News

ଗ୍ରୀସ୍‌ ଗସ୍ତରେ ପୀୟୂଷ ଗୋୟଲ, ବାଣିଜ୍ୟ ଓ ନିବେଶ ସହଯୋଗ ଉପରେ ଜୋର

June 29, 2026

ଆମେରିକାରେ ଜଙ୍ଗଲ ନିଆଁର ତାଣ୍ଡବ, ୩ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ

June 29, 2026

ବିସ୍ତୃତ ରାଶିଫଳ: ଜୁନ ୨୯ ତାରିଖ ସୋମବାରରେ ପାଞ୍ଚୋଟି ରାଶିର ଲୋକେ ହେବେ ହନ୍ତସନ୍ତ

June 29, 2026

ଆଜି ଦେବସ୍ନାନ ପୂର୍ଣ୍ଣିମା: ସ୍ନାନ ମଣ୍ଡପରେ ଦିବ୍ୟସ୍ନାନ ପରେ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

June 29, 2026

ବିଶ୍ୱକପରୁ ଭାରତ ବିଦା, ଅଷ୍ଟ୍ରେଲିଆଠାରୁ ୬ ଉଇକେଟରେ ପରାଜୟ

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.