Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସାନ ଭାଇର ଆକ୍ରମଣରେ ବଡ଼ ଭାଇ ଓ ଭାଉଜଙ୍କ ମୃତ୍ୟୁ
ଅପରାଧ

ସାନ ଭାଇର ଆକ୍ରମଣରେ ବଡ଼ ଭାଇ ଓ ଭାଉଜଙ୍କ ମୃତ୍ୟୁ

November 14, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆସ୍କା ଥାନା ଅର୍ନ୍ତଗତ ଖଣ୍ଡଦେଉଳି ପଞ୍ଚାୟତ ସମାଇଗୁଡା ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ମାମଲା ସାମ୍ନାକୁ ଆସିଛି। ସାନ ଭାଇ ଓ ତାଙ୍କ ପରିବାରର ଆକ୍ରମଣରେ ବଡ଼ ଭାଇ ରାଜୁ ପାତ୍ର ଓ ଭାଉଜ ମଲା ପାତ୍ର ନିହତ ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଜଙ୍ଗଲ ଜମିରେ ଚାଷ କରିବାକୁ ନେଇ ସାନ ଭାଇ ଭୁବୁନି ପାତ୍ର ଓ ବଡ଼ ଭାଇ ରାଜୁ ପାତ୍ରଙ୍କ ସହ ବହୁ ଆଗରୁ ମନୋମାଳିନ୍ୟ ଥିଲା। ଗତକାଲି ରାଜୁ ପାତ୍ର ଓ ପତ୍ନୀ ମଲା ଜମିରେ ଚାଷ କରୁଥିବାବେଳେ ହଠାତ ଭୁବୁନି ଏକ କଟୁରୀ ଧରି ରାଜୁକୁ ଆକ୍ରମଣ କରିବାରୁ ଭାଉଜ ଅଟକାଇଥିଲେ। ରାଗରେ ଜର୍ଜରିତ ଭୁବୁନି ଭାଉଜକୁ ଆକ୍ରମଣ କରି ଜବରଦସ୍ତ ପାଟିରେ ବିଷ ପିଆଇଥିଲା। ଆହତ ଅବସ୍ଥାରେ ଭାଇ ଛଡ଼ାଇବାକୁ ଆସିବା ବେଳକୁ ଭୁବୁନିର ସ୍ତ୍ରୀ ରଞ୍ଜିତା ଓ ତାଙ୍କ ପୁଅ ମଧ୍ୟ ବିଲ ଭିତରେ ଗୋଡ଼ାଇ ଗୋଡ଼ାଇ ରାଜୁର ତଣ୍ଟିକୁ କଟୁରୀରେ କାଟି ହତ୍ୟା କରିଥିଲେ।

ଅନ୍ୟ ପଟେ ଭାଉଜର ବେକରେ ଛୁରୀରେ କାଟୁଥିବା ବେଳେ ରାଜୁର ପୁଅଙ୍କ ଚିତ୍କାର ଶୁଣି ନିକଟରେ ଉପସ୍ଥିତ କିଛି ଲୋକ ପହଞ୍ଚିଯିବାରୁ ଭୁବୁନି ତାର ସ୍ତ୍ରୀ ଓ ପୁଅ ଘଟଣାସ୍ଥଳରୁ ଚାଲି ଯାଇଥିଲେ। ନିହତ ରାଜୁର ଭାଇ ଠାରୁ ଖବର ପାଇ ଆସ୍କା ପୋଲିସ ଉପଖଣ୍ଡ ଅଧିକାରୀ, କୋଟିନଡା ଥାନା ଅଧିକାରୀ ଓ ଆସ୍କା ଥାନା ଅଧିକାରୀ ଅନ୍ୟାନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ରାଜୁର ଶବ ଓ ଗୁରୁତର ମଲାକୁ ଆସ୍କା ଡାକ୍ତରଖାନାକୁ ନେଇଥିଲେ। ଗୁରୁତର ମଲା ବାଟରେ ହିଁ ମୃତ୍ୟୁ ବରଣ କରିଥିଲେ।

ପୋଲିସ ଉଭୟଙ୍କ ମୃତ ଦେହ କୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛି।

ଆସ୍କା ଥାନା ବିଭତ୍ସ ହତ୍ୟାକାଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.