Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ପାରମ୍ପରିକ ବିହନ ସଂରକ୍ଷଣ ଓ ଗବେଷଣା କ୍ଷେତ
ଆଜିର ଖବର

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ପାରମ୍ପରିକ ବିହନ ସଂରକ୍ଷଣ ଓ ଗବେଷଣା କ୍ଷେତ

November 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପାରମ୍ପରିକ କୃଷି ଜୈବ ବିବିଧତାକୁ ସୁରକ୍ଷିତ ରଖିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ଲାଣ୍ଡିଗୁଡାସ୍ଥିତ ସିଟି କ୍ୟାମ୍ପସରେ ବୁଧବାର ଦିନ ଏକ ପାରମ୍ପରିକ କିଷମର ବିହନ ସଂରକ୍ଷଣ ଓ ଗବେଷଣା କ୍ଷେତ ଉଦ୍ ଘାଟିତ କରିଛି। କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟନ କରିଥିଲେ।

ଏହି ଅବସରରେ ଉପଦେଷ୍ଟା-ପ୍ରଶାସନ ଓ ଶିକ୍ଷା ପ୍ରଫେସର ବିଭାଷ ଚନ୍ଦ୍ର ଝା, ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ୍ ପ୍ରଫେସର ଶରତ କୁମାର ପଳିତା, ସ୍ୱର୍ଣ୍ଣିମ ଗୁଜୁରାଟ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଯତୀନ ସୋନି, କ୍ରୀଡା ଭାରତୀର ସର୍ବଭାରତୀୟ ଯୁଗ୍ମ ସଂଗଠନ ସମ୍ପାଦକ ମଧୁମୟ ନାଥ ଓ ଏହି ପ୍ରକଳ୍ପର ସଂରକ୍ଷଣ ପାଇଁ ପଦକ୍ଷେପ ନେଉଥିବା ତଥା ପ୍ରକଳ୍ପର ପ୍ରମୁଖ ଅନୁସନ୍ଧାନକାରୀ ଡ. ଦେବବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

୧୦୪ ପ୍ରକାର ଦେଶୀ ଧାନ, ୮୭ ପ୍ରକାର ଫିଙ୍ଗର ମିଳେଟ, ୩୦ ପ୍ରକାର ସ୍ଥାନୀୟ ନାଇଜର, ୧୫ ପ୍ରକାର କ୍ଷୁଦ୍ର ବାଜରା, ୫ ପ୍ରକାର ଫକ୍ସଟେଲ ମିଳେଟ, ୧୫ ପ୍ରକାର ମକା ଏବଂ ୮ ପ୍ରଜାତିର ଜଙ୍ଗଲୀ କନ୍ଦା ସଂରକ୍ଷଣ ଓ ଗବେଷଣା ପାଇଁ ଏହି ପ୍ରକଳ୍ପ ସମର୍ପିତ। ଏଠାରେ ଭାରତର କୃଷି ଐତିହ୍ୟର ଅବିଚ୍ଛେଦ୍ୟ ଏହି ଫସଲଗୁଡ଼ିକର ସଂରକ୍ଷଣ ଏବଂ କୃଷିର ମୁଖ୍ୟ ସ୍ରୋତରେ ପୁନଃପ୍ରଚଳନ ପାଇଁ ଅଧ୍ୟୟନ କରାଯିବ।

ଉଦ୍ ଘାଟନୀ ଭାଷଣରେ ପ୍ରଫେସର ତ୍ରିପାଠୀ ସ୍ଥାନୀୟ ପ୍ରଜାତିର ପାରମ୍ପରିକ ଫସଲକୁ ପୁନରୁଦ୍ଧାର କରିବାର ଜରୁରୀ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। “ଆମର ପାରମ୍ପରିକ ଚାଷ ପ୍ରଣାଳୀ ଆମର ସାଂସ୍କୃତିକ ଐତିହ୍ୟ ସହିତ ଜଡିତ। କେବଳ ଖାଦ୍ୟ ନିରାପତ୍ତା ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟ ଓ ନିରନ୍ତରତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଫସଲର ସଂରକ୍ଷଣ ଜରୁରୀ ବୋଲି ସେ ଆଶା ବ୍ୟକ୍ତ କରିବା ସହ ବିଶ୍ୱବିଦ୍ୟାଳୟ ଏହି କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଉଭା ହେବ ବୋଲି କହିଥିଲେ।

ପ୍ରଫେସର ପାଲିତା ବୈଜ୍ଞାନିକ ଗବେଷଣା ଏବଂ ବ୍ୟବହାରିକ ପ୍ରୟୋଗକୁ “ଲ୍ୟାବ୍-ଟୁ-ଲ୍ୟାଣ୍ଡ” ପଦ୍ଧତି ମାଧ୍ୟମରେ ଯୋଡ଼ିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଶ୍ରୀ ମଧୁମୟ ପରିବେଶ ରକ୍ଷଣାବେକ୍ଷଣ ରେ ପାରମ୍ପରିକ ଫସଲର ଭୂମିକା ଉପରେ କହିଥିଲେ। ପାରମ୍ପରିକ ଚାଷରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଉପରେ ପ୍ରଫେସର ଝା ଗୁରୁତ୍ୱାରୋପ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ଡ. ଦେବବ୍ରତ ପଣ୍ଡା ଓ ଡ. କାକୋଲି ବାନାର୍ଜୀ ସଂଯୋଜନା କରିଥିଲେ। ଏହି ଅବସରରେ ଡ. କପିଳା ଖେମୁଣ୍ଡୁ, ଡ. ନିଖିଲ ଗୌଡ଼, ଡ. ଜୟନ୍ତ ନାୟକ, ଡ. ପ୍ରଦୋଷ କୁମାର ରଥ, ଡ. ବିକେ ଶ୍ରୀନିବାସ, ଡ. ପ୍ରସେନଜିତ୍ ସିହ୍ନା, ସୁମିତ କୁମାର ବେହେରା, ଡ. ଫଗୁନାଥ ଭୋଇଙ୍କ ସମେତ ବିଶିଷ୍ଟ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏହି ପଦକ୍ଷେପ ପାରମ୍ପରିକ ଫସଲ ବିବିଧତାକୁ ସୁରକ୍ଷିତ ରଖିବା, ପାରମ୍ପରିକ କୃଷିକ୍ଷେତ୍ରରେ ଗବେଷଣା ଓ ବିକାଶକୁ ସମୃଦ୍ଧ କରିବା ସହିତ ପରିବେଶ ରକ୍ଷଣାବେକ୍ଷଣ ଓ ସାଂସ୍କୃତିକ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉତ୍ସର୍ଗୀକୃତ ପ୍ରୟାସ ବୋଲି ଡ. ଫଗୁନାଥ ଭୋଇ, ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.