Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିକ୍ଷକମାନଙ୍କର ଭିନ୍ନ ଭିନ୍ନ ସମସ୍ୟା ନେଇ ବିଭାଗୀୟ ସଚିବଙ୍କ ସହ ଓଷ୍ଟାର ଆଲୋଚନା
ଆଜିର ଖବର

ଶିକ୍ଷକମାନଙ୍କର ଭିନ୍ନ ଭିନ୍ନ ସମସ୍ୟା ନେଇ ବିଭାଗୀୟ ସଚିବଙ୍କ ସହ ଓଷ୍ଟାର ଆଲୋଚନା

November 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଷ୍ଟାର ଦାବି
ସରକାରୀ ବିଦ୍ୟାଳୟରେ ଖାଲିପଡ଼ିଥିବା ପ୍ରଧାନଶିକ୍ଷକ ପଦବୀ ତୁରନ୍ତ ପୂରଣ ହେଉ: ଓଷ୍ଟା

ଭୁବନେଶ୍ୱର: ଗଣଶିକ୍ଷା ବିଭାଗର ଆହ୍ୱାନ କ୍ରମେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଶୀର୍ଷ ନେତୃତ୍ୱ ମାନଙ୍କ ସହିତ ଆଜି ଆଲୋଚନା ହୋଇଥିଲା। ଏହି ଆଲୋଚନା ସକରାତ୍ମକ ଥିଲା ବୋଲି ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।

ପ୍ରକାଶଥାଉକି, ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ମାଧ୍ୟମିକ ଶିକ୍ଷାରେ କାର୍ଯ୍ୟରତ ବିଭିନ୍ନ ବର୍ଗର, ଶିକ୍ଷକ, ଶିକ୍ଷିକା ଓ ଶିକ୍ଷା କର୍ମଚାରୀମାନଙ୍କର ଅସମାହିତ ଅନେକ ସମସ୍ୟା ସମ୍ପର୍କରେ ଗଣଶିକ୍ଷା ସଚିବ ମହୋଦୟାଙ୍କୁ ଦାବିପତ୍ର ମାଧ୍ୟମରେ ଅବଗତ କରାଯାଇଛି  । ଓଷ୍ଟାର ଦୀର୍ଘଦିନର ଦାବୀ ଯଥା – ଅନୁଦାନରୁ ବଞ୍ଚିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଇଥିବା ଶିକ୍ଷକ, ଶିକ୍ଷିକା ଓ ଶିକ୍ଷାକର୍ମଚାରୀମାନଙ୍କୁ ପେନସନ୍‌  ଓ କାର୍ଯ୍ୟରତ ଶିକ୍ଷକ, ଶିକ୍ଷିକା ଓ ଶିକ୍ଷାକର୍ମଚାରୀମାନଙ୍କର  ଚାକିରି ସର୍ତ୍ତାବଳୀ ସହ ପେନସନ୍ ପ୍ରଦାନ, ୬୧୦ ବିଦ୍ୟାଳୟକୁ ସରକାରୀକରଣ, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ, ଆଣ୍ଟିଡେସନରୁ ବଞ୍ଚିତ ୨ଟି ପିଅନ ଓ ୩୭, ୪୬, ୬୩ ବିଦ୍ୟାଳୟକୁ ୨୦୦୮ ପରିବର୍ତ୍ତେ ୨୦୦୪ ରୁ ଆଣ୍ଟିଡେସନ କରିବା, ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଗ୍ରାଚ୍ୟୁଟି ରାଶି ୨୦ ଲକ୍ଷ ଟଙ୍କାକୁ ବର୍ଦ୍ଧିତ କରିବା, ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କର ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ହାରରେ ଦରମା, ୪୮ ବର୍ଷରେ ପଦାପର୍ଣ କରି କୋର୍ଟର ନିର୍ଦ୍ଦେଶ ପାଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି ସ୍କେଲ୍ ପ୍ରଦାନ, ଆଲେଜଡ୍ ଓ ସେକ୍ସନ ଶିକ୍ଷକମାନଙ୍କୁ ରେଗୁଲାର କରିବା, ଆର.ଏ. ସ୍କିମ୍‌ର ପୁନଃ ପ୍ରଚଳନ କରିବା, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣଅନୁଦାନ, କ୍ରୀଡ଼ା ଶିକ୍ଷକମାନଙ୍କୁ ବିଏ ବି.ପି.ଏଡ଼୍ ଭିତ୍ତିରେ ଉଚ୍ଚତର ଦରମା ପ୍ରଦାନ, ୨୨୬ ଓ ୩୯୯ ବିଦ୍ୟାଳୟର ସପ୍ତମ ବେତନରୁ ବଞ୍ଚିତ ଥିବା ଶିକ୍ଷକ କର୍ମଚାରୀମାନଙ୍କୁ ସପ୍ତମ ବେତନ ପ୍ରଦାନ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ସରକାରୀକରଣ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ମଧ୍ୟ ଖାଲି ପଦବୀ ପୂରଣ, ଗ୍ରେଡ଼ ପେରେ ଥିବା ଅସଙ୍ଗତି ଦୂରୀକରଣ, ଅବସର ବୟସ ସୀମା ୬୦ ରୁ ୬୨ ବର୍ଷ ବୃଦ୍ଧି କରିବା, ଅଫିସ୍ ସହାୟକ ମାନଙ୍କର ଯୋଗ୍ୟତା ଭିତ୍ତିକ ପଦୋନ୍ନତି, ଊର୍ଦ୍ଦୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ, ଆର.ଏ.ସି.ପି. କ୍ଷେତ୍ରରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା, ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନରତ ହରିଜନ, ଆଦିବାସୀ ଓ ପଛୁଆବର୍ଗର ଛାତ୍ରଛାତ୍ରୀମାନଙ୍କୁ ସରକାରୀ ବିଦ୍ୟାଳୟ ପରି ଛାତ୍ରବୃତ୍ତି ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିବା, ଖେଳ ଶିକ୍ଷକ ମାନଙ୍କୁ ଅତିଥି ଶିକ୍ଷକ ଭାବରେ ନିଯୁକ୍ତି, ସରକାରୀ ବିଦ୍ୟାଳୟରେ ଜୁନିୟର ଏସ୍‌.ଇ.ଏସ୍‌ରୁ ସିନିୟର ଏସ୍‌.ଇ.ଏସ୍ ଏବଂ ସିନିୟର ଏସ୍‌.ଇ.ଏସ୍‌.ରୁ କ୍ଲାସ୍ ଟୁ କୁ ପଦୋନ୍ନତି କରାଯିବା, ପ୍ରଧାନ ଶିକ୍ଷକ ନିଯୁିକ୍ତ ପ୍ରଦାନ ଆଦି ଦାବୀ ଅନ୍ତର୍ଭୁକ୍ତ ଥିଲା । ସରକାରଙ୍କ ପକ୍ଷରୁ ଆଲୋଚନାରେ ବିଭାଗୀୟ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ, ଯୁଗ୍ମ ସଚିବ, ଉପ ସଚିବ ତଥା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରମୁଖ ଉଚ୍ଚପଦସ୍ଥ ଅଧିକାରୀଗଣ ଉପସ୍ଥିତ ଥିଲେ  । କମିଶନର ମହୋଦୟା ବିଭାଗୀୟ ସ୍ତରରେ ସମସ୍ତ ଦାବୀ ସଂପର୍କରେ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଆଲୋଚନାରେ ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

odsha OSSTA School Mass Education
Share. Facebook Twitter LinkedIn Email WhatsApp Copy Link

Related Posts

କର୍ଣ୍ଣାଟକରେ ପୁଣି ଥରେ ରିସର୍ଟ ରାଜନୀତି: ବିଧାୟକମାନଙ୍କୁ ରିସର୍ଟରେ ରଖିଲା କଂଗ୍ରେସ

June 17, 2026

ଢାବାରେ ନିଆଁ : ୩ ଗୁରୁତର

June 17, 2026

‘ଡାଲିରେ ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ହାସଲ ଉପରେ ବିଶେଷ ଗୁରୁତ୍ୱାରୋପ

June 17, 2026

ଆଜି ଜୁନ ୧୭ରେ ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

June 17, 2026
Latest News

କର୍ଣ୍ଣାଟକରେ ପୁଣି ଥରେ ରିସର୍ଟ ରାଜନୀତି: ବିଧାୟକମାନଙ୍କୁ ରିସର୍ଟରେ ରଖିଲା କଂଗ୍ରେସ

June 17, 2026

ଢାବାରେ ନିଆଁ : ୩ ଗୁରୁତର

June 17, 2026

ଆମେରିକା ଆକ୍ରମଣରେ ତିନି ଭାରତୀୟଙ୍କ ମୃତ୍ୟୁ ପ୍ରସଙ୍ଗ: ଟ୍ରମ୍ପଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

June 17, 2026

‘ଡାଲିରେ ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ହାସଲ ଉପରେ ବିଶେଷ ଗୁରୁତ୍ୱାରୋପ

June 17, 2026

ଉଦ୍ଧବ ଠାକରେଙ୍କୁ ଲାଗିବ ବଡ଼ ଝଟକା!: ଆଜି ବାଚସ୍ପତିଙ୍କୁ ଭେଟିପାରନ୍ତି ଛଅ ସାଂସଦ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.