Author: SM Network

ଭୁବନେଶ୍ୱର: ବିଭିନ୍ନ ଶାସନ ବ୍ୟବସ୍ଥା ମଧ୍ୟରେ ଗଣତନ୍ତ୍ର ଶାସନକୁ ଆଜି ସର୍ବଶ୍ରେଷ୍ଠ ବୋଲି ଗଣାଯାଉଛି। ତେବେ ଦୁର୍ନୀତି ଏହି ଶାସନ ବ୍ୟବସ୍ଥାକୁ କଳୁସିତ କରିଛି। ତେଣୁ ଦୁର୍ନୀତି ରୂପକ ରାକ୍ଷାସକୁ ମୂଳୋତ୍ପାଟନ କରିପାରିଲେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସୁଧାର ଆସିପାରିବ। ଏହି ପରିପ୍ରେକ୍ଷୀରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁସଂହତ କରିବାରେ ସୂଚନା ଅଧିକାର ଆଇନ ଏକ ବରଦାନ ସଦୃଶ ସାବ୍ୟସ୍ତ ହୋଇଛି ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି। ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ସୂଚନା ଅଧିକାର ଆଇନର ୧୯ ବର୍ଷ ପୂର୍ତ୍ତି ପାଳନ ଅବସରରେ ‘ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁସଂହତ କରିବା କ୍ଷେତ୍ରରେ ସୂଚନା ଅଧିକାର ଆଇନର ଭୂମିକା’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ସୂଚନା ଅଧିକାର ଆଇନ ସତ୍ୟକୁ ଉଜାଗର କରିବା ସହିତ ଦୁର୍ନୀତିକୁ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ଫିଲିପାଇନ୍ସର ମାନିଲାଠାରେ ବିପର୍ଯ୍ୟୟ ବିପଦ ହ୍ରାସ ଉପରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀ (ଏପିଏମସିଡିଆରଆର) ୨୦୨୪ରେ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀକୁ ଫିଲିପାଇନ୍ସ ର ରାଷ୍ଟ୍ରପତି ବଙ୍ଗବଙ୍ଗ ମାର୍କୋସ୍ ଉଦଘାଟନ କରିଥିଲେ। ୨୦୩୦ ସୁଦ୍ଧା: ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିପର୍ଯ୍ୟୟ ବିପଦ ହ୍ରାସକୁ ତ୍ୱରାନ୍ୱିତ କରିବା ପାଇଁ ଆକାଂକ୍ଷା ବଢ଼ାଇବା’ ଶୀର୍ଷକରେ ଆୟୋଜିତ ଏହି ସମ୍ମିଳନୀରେ ସମଗ୍ର ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ମନ୍ତ୍ରୀ ଓ ନୀତି ନିର୍ଦ୍ଧାରକମାନେ ଏକତ୍ରିତ ହୋଇ ଜଳବାୟୁ ସମ୍ବନ୍ଧୀୟ ଆହ୍ୱାନଗୁଡ଼ିକର ସମ୍ମୁଖୀନ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ରଣନୀତି ଉପରେ ଆଲୋଚନା କରିଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମନ୍ତ୍ରୀସ୍ତରୀୟ ବିବୃତିରେ ସ୍ୱୀକାର କରିଛନ୍ତି ଯେ ବିପର୍ଯ୍ୟୟ ଏକ ଅସ୍ୱୀକାରଯୋଗ୍ୟ ବାସ୍ତବତା, ଏଥିଯୋଗୁଁ ଜୀବନହାନୀ, ଅର୍ଥନୀତି ଏବଂ ସାମଗ୍ରିକ ବିକାଶ ବୃଦ୍ଧି ପାଉଛି। ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ରେଳ ମନ୍ତ୍ରଣାଳୟର ମୋଟ ଆନୁମାନିକ ୨୬୪୨ କୋଟି ଟଙ୍କା ମୂଲ୍ୟର ଏକ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରସ୍ତାବିତ ମଲ୍ଟି-ଟ୍ରାକିଂ ପ୍ରକଳ୍ପ ପରିଚାଳନାକୁ ସହଜ କରିବ ଏବଂ ଭିଡ଼ ହ୍ରାସ କରିବ ଏବଂ ଭାରତୀୟ ରେଳପଥର ବ୍ୟସ୍ତବହୁଳ ସେକ୍ସନ ଗୁଡ଼ିକରେ ଅତ୍ୟନ୍ତ ଆବଶ୍ୟକ ଭିତ୍ତିଭୂମି ବିକାଶ ପ୍ରଦାନ କରିବ। ଏହି ପ୍ରକଳ୍ପ ଉତ୍ତରପ୍ରଦେଶର ବାରଣାସୀ ଏବଂ ଚାନ୍ଦୌଲି ଜିଲ୍ଲା ଦେଇ ଗତି କରିବ। ବାରାଣସୀ ରେଳ ଷ୍ଟେସନ, ଭାରତୀୟ ରେଳବାଇର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର, ପ୍ରମୁଖ ଜୋନଗୁଡିକୁ ସଂଯୋଗ କରେ ଏବଂ ତୀର୍ଥଯାତ୍ରୀ, ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ଏକ ପ୍ରବେଶ ପଥ ଭାବରେ କାର୍ଯ୍ୟ କରେ। ବାରଣାସୀ-ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ (ଡିଡିୟୁ) ଜଙ୍କସନ୍ ରୁଟ୍ ଉଭୟ ଯାତ୍ରୀ ଓ ମାଲ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ କୋଇଲା, ସିମେଣ୍ଟ ଏବଂ ଖାଦ୍ୟଶସ୍ୟ ପରି ସାମଗ୍ରୀ ପରିବହନ…

Read More

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପିତ ହେବ।ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ସ୍ଥାପନା ନିମନ୍ତେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତି ନିଆଯାଇଛି। ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ସ୍ଥାପନା କାର୍ଯ୍ୟନିମନ୍ତେ ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ଲୋକପ୍ରତିନିଧି, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ଜିଲ୍ଲା ପ୍ରଶାସନ ଠାରୁ ହସ୍ତଗତ ହୋଇଥିବା ପ୍ରସ୍ତାବ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ନିମନ୍ତେ ଏକ ସାରଣୀ ପ୍ରସ୍ତୁତ କରାଯାଇଥିଲା। ଏହିକ୍ରମରେ କେନ୍ଦ୍ରାପଡାରେ ଭଜନ ସମ୍ରାଟ ଭିକାରୀ ବଳ, ବଲାଙ୍ଗୀରରେ ଧରମସିଂହ ମାନ୍ଧାତା ମାଝୀ, ଭୁବନେଶ୍ୱରରେ କୁନ୍ତଳା କୁମାରୀ ସାବତ, କବି ଶେଖର ଚିନ୍ତାମଣୀ ମହାନ୍ତି, ବ୍ରହ୍ମପୁରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଭଦ୍ରକରେ ଗୋକୁଳାନନ୍ଦ ମହାନ୍ତି, କେନ୍ଦୁଝରରେ ରତନା ନାୟକ,…

Read More

ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୮ ବର୍ଷ ପୂର୍ଣ୍ଣ କରିଛନ୍ତି। ଏହି ଅବସରରେ ଦଳୀୟ ନେତା ତଥା ସମାଜର ବିଭିନ୍ନ ବର୍ଗର ଲୋକ ଛାତ୍ର ଛାତ୍ରୀ ନବୀନ ନିବାସକୁ ଯାଇ ଶ୍ରୀ ପଟ୍ଟନାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦଳ ର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସ ଵର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ଅରବିନ୍ଦ ମହାପାତ୍ର, ପ୍ରତାପ ଦେବ ସୁନୀଲ ମହାନ୍ତି, ସୌଭିକ ବିଶ୍ୱାଳ, ରମେଶ ମାଝି, ଟୁକିନି ସାହୁ, ଶ୍ରୀମୟୀ ମିଶ୍ର, ମନ୍ମଥ ରାଉତରାୟ ସୁଧୀର ସାମଲ ଲତିକା ପ୍ରଧାନ, ଲୋପାମୁଦ୍ରା ବକ୍ସିପାତ୍ର, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠି, ଭୃଗୁ ବକ୍ସିପାତ୍ର ପାତ୍ର ପ୍ରମୁଖ ଦଳୀୟ ନେତୃବୃନ୍ଦ, ପ୍ରଜାପିତା ବ୍ରହ୍ମା କୁମାରୀ ଅନୁଷ୍ଠାନର ସଭ୍ୟା, ବି ଏମ ସି ର…

Read More

ବାଣପୁର: ନାଚୁଣୀ ମହାବିଦ୍ୟାଳୟର ମୁଖ୍ୟ ରାସ୍ତାଟି ନଷ୍ଟ ହୋଇଯାଇଥିବା ବେଳେ ନୂତନ ରାସ୍ତା ନିର୍ମାଣ ପାଇଁ ମହାବିଦ୍ୟାଳୟର ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀ ମାନେ ପୂର୍ବ ସରକାରଙ୍କ ସମୟରେ ପ୍ରଶାସନିକ ଅଧିକାରୀଙ୍କଠୁ ଆରମ୍ଭ କରି ବରିଷ୍ଠ ଜନ ପ୍ରତିନିଧିଙ୍କ ନିକଟରେ ବାରମ୍ବାର ଅନୁରୋଧ କରିଥିଲେ ସୁଦ୍ଧା ତାହାର କୌଣସି ସମାଧାନ ହୋଇପାରିନଥିଲା। ତେବେ ନିକଟରେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମହାବିଦ୍ୟାଳୟର ସମର୍ଦ୍ଧନା ଉତ୍ସବରେ ଯୋଗଦେଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଉକ୍ତ ଦାବିକୁ ତୁରନ୍ତ ଗ୍ରହଣ କରିବା ସହ ଆସନ୍ତା ଦଶ ଦିନ ମଧ୍ୟରେ ଉକ୍ତ ରୋଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶୃତି ଦେଇଥିଲେ। ଫଳସ୍ୱରୂପ ନିକଟରେ ଉକ୍ତ ରାସ୍ତା କାର୍ଯ୍ୟ ନିର୍ମାଣ ଆରମ୍ଭ ହୋଇଛି ଏବଂ ଦୁଇରୁ ଚାରି ଦିନ ମଧ୍ୟରେ ତାହା ସମ୍ପୂର୍ଣ୍ଣ ମଧ୍ୟ ହେବ। ଯାହାକୁ ଦେଖି ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି। ଦୀର୍ଘ ଦିନର ଦାବି ତଥା ଦୀର୍ଘ…

Read More

ଭୁବନେଶ୍ଵର: କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ ତଥା ହବିଷ୍ୟ ବ୍ରତଧାରୀଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏକ ବଡ ନିଷ୍ପତ୍ତି ନେଇଛି। ଆସନ୍ତା ୧୮ ତାରିଖରୁ ଶ୍ରୀମନ୍ଦିରର ପ୍ରବେଶ ଉପରେ ସାମାନ୍ୟ କଟକଣା ଲାଗୁ କରାଯାଇଛି। ଶ୍ରଦ୍ଧାଳୁମାନଙ୍କୁ କେବଳ ସିଂହଦ୍ଵାରା ଏବଂ ପଶ୍ଚିମ ଦ୍ଵାରାରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ। କେବଳ ସିଂହଦ୍ଵାର ବ୍ୟତୀତ ଅନ୍ୟ ୩ ଟି ଦ୍ଵାରରେ ଶ୍ରଦ୍ଧାଳୁମାନଙ୍କୁ ପ୍ରସ୍ଥାନ ପାଇଁ ଅନୁମତି ଦିଆଯାଇଛି। ସିଂହଦ୍ଵାରରେ ପ୍ରସ୍ଥାନ  ସଂପୂର୍ଣ୍ଣ ବାରଣ କରାଯାଇଛି। କିନ୍ତୁ ଏହି ବ୍ୟବସ୍ଥା ଶ୍ରୀମନ୍ଦିର ସେବକ ଏବଂ ସେବକ ପରିବାର ସଦସ୍ୟ ପାଇଁ ପ୍ରଯୁଜ୍ୟ ନୁହେଁ। ଏନେଇ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢି ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ: ଭାରତ ସହ ବିବାଦ ମଧ୍ୟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ତାଙ୍କ ଘରେ ବିରୋଧ କରାଯାଇଥିବା ଦେଖାଦେଇଛି। ତାଙ୍କ ସାଂସଦ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଛନ୍ତି। ଏଥିସହ ଅସନ୍ତୁଷ୍ଟ ଲିବରାଲ୍ ସାଂସଦ ଗୋଷ୍ଠୀମାନେ ତାଙ୍କୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ଦୀର୍ଘ ଦିନର ଲିବରାଲ୍ ସାଂସଦ ସିନ କେସି ଟ୍ରୁଡୋଙ୍କୁ ସର୍ବସାଧାରଣରେ ସମାଲୋଚନା କରିଛନ୍ତି। ସିବିସି ନ୍ୟୁଜ୍ ନେଟୱାର୍କର ଡେଭିଡ କୋକ୍ରେନଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ମୁଁ ଉଚ୍ଚ ସ୍ୱରରେ ଯେଉଁ ବାର୍ତ୍ତା ଦେଉଛି ତାହା ସ୍ପଷ୍ଟ ଏବଂ ସମୟ ଯେତିକି ପାଖେଇ ଆସୁଛି ଟ୍ରୁଡୋଙ୍କ ଯିବାର ସମୟ ଆସୁଛି ଏବଂ ମୁଁ ଏଥିରେ ସହମତି ଅଟେ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟ୍ରୁଡୋ ଇସ୍ତଫା ଦେବା ଉଚିତ କାରଣ ସେ ଭୋଟରଙ୍କଠାରୁ ଶୁଣିଛନ୍ତି ଯେ ସେମାନେ ତାଙ୍କୁ (ପ୍ରଧାନମନ୍ତ୍ରୀ) ଅଣଦେଖା କରିଛନ୍ତି ଏବଂ ସେ ଚାଲିଯିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ, ତାଙ୍କ…

Read More

ଭୁବନେଶ୍ୱର: ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ ପକ୍ଷରୁ ବୁଧବାର ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀର ଆଲୋଚ୍ୟ ବିଷୟ ଥିଲା ‘ବିଶ୍ୱ ଖାଦ୍ୟ ନିରାପତାରେ କୃତ୍ରିମ ବୁଦ୍ଧିମତାର ଭୂମିକା’। ଏହି ଜାତୀୟ ସମ୍ମିଳନୀରେ ସିୱାଇଏସଡିଉର ମୁଖ୍ୟ ଶ୍ରୀ ଜଗଦାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାରେ ଖାଦ୍ୟ ନିରାପତା କ୍ଷେତ୍ରରେ ଉପୁଜିଥିବା ଆହ୍ୱାନ ବିଷୟରେ ମତ ରଖିଥିଲେ। ସେ କହିଥିଲେ ଯେ ଓଡ଼ିଶାରେ ୨୯ ପ୍ରତିଶତ ୫ ବର୍ଷରୁ କମ ବୟସର ଶିଶୁ ଖାଦ୍ୟାଭାବ ଜନିତ ଦୁର୍ବଳତାର ଶିକାର ହେଉଛନ୍ତି। ଆଦିବାସୀ ଅଂଚଳରେ ଏହା ଅଧିକ ପରିଲକ୍ଷିତ ହେଉଛି। ପୁର୍ବରୁ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଥିବା ଶ୍ରୀ ଜଗଦାନନ୍ଦ କହିଥିଲେ ଯେ ଏହାର ପ୍ରତିକାର ପାଇଁ ଜରୁରୀ ପଦକ୍ଷେପ ନେବା ଆବଶ୍ୟକ। ସେ କହିଥିଲେ ଯେ ଓଡ଼ିଶାରେ ମାତ୍ର ୩୦ ଭାଗ ଚାଷଜମିରେ ଜଳସେଚନ ସୁବିଧା…

Read More

ଭୁବନେଶ୍ୱର: ପୂର୍ବତଟ ରେଳପଥ ଅତ୍ୟାଧୁନିକ 96-ଷ୍ଟୋନ ରେଳ ଗ୍ରାଇଣ୍ଡିଂ ମେସିନ୍ (RGI96-5) କୁ ଟ୍ରାକ ଗୁଡିକର ନିରାପତ୍ତା ଏବଂ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧତାର ଏକ ଅଂଶ ଭାବରେ ଏହାର ପରିସୀମା ମଧ୍ୟରେ ନିୟୋଜନ କରିଛି। ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇଥିବା ଏହି ମେସିନ୍, ରେଳ ଟ୍ରାକ ରକ୍ଷଣାବେକ୍ଷଣ କ୍ଷେତ୍ରରେ ରେଳ ଟ୍ରାକ ଗୁଣବତ୍ତା ବୃଦ୍ଧି ଏବଂ ରେଳ ଟ୍ରାକ୍ ର ଜୀବନକାଳ ବୃଦ୍ଧି କରାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ସୁରକ୍ଷିତ ଟ୍ରାକ ପାଇଁ କଟିଙ୍ଗ-ଏଜ୍ ଟେକ୍ନୋଲୋଜି: RGI96-5, ଏକ ଉଚ୍ଚ ଉନ୍ନତ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ସର୍ବ ବୃହତ ରେଳ ଗ୍ରାଇଣ୍ଡର୍ ମେସିନ ଯେଉଁଥିରେ ଆଠଟି କୋଚ୍ ଉପଲବ୍ଧ ଥିବାବେଳେ ଏହାର ଦୈର୍ଘ୍ୟ 165 ମିଟର ଅଟେ ଏବଂ ଏଥିରେ 96 ଟି ଗ୍ରାଇଣ୍ଡିଂ ପଥର (ପ୍ରତ୍ୟେକ ପାର୍ଶ୍ୱରେ 48) ରହିଛି। ଏହି ପଥରଗୁଡିକ ରେଳ ପୃଷ୍ଠର ତ୍ରୁଟି ଦୂର କରିବା, ଅନିୟମିତତାକୁ ସୁଗମ କରିବା ଏବଂ…

Read More

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ବର୍ତ୍ତମାନ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବା ପାଇଁ ପାକିସ୍ତାନରେ ଅଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ, “ଏସସିଓ ସିଏଚଜି ବୈଠକ ପ୍ରତିବର୍ଷ ଅନୁଷ୍ଠିତ ହୁଏ ଏବଂ ବାଣିଜ୍ୟ ତଥା ସଂଗଠନର ଅର୍ଥନୈତିକ ଏଜେଣ୍ଡା ଉପରେ ଧ୍ୟାନ ଦେଇଥାଏ। ଏହି ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ଏହି ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଇସଲାମାବାଦରେ ଏସସିଓ ପରିଷଦର ସରକାରଙ୍କ ମୁଖ୍ୟଙ୍କ ୨୩ ତମ ବୈଠକରେ ଡକ୍ଟର ଏସ ଜୟଶଙ୍କର ସମ୍ବୋଧିତ କରିଥିଲେ। ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଟାର୍ଗେଟ: ଏସସିଓ ଶିଖର ସମ୍ମିଳନୀରେ ଏସ ଜୟଶଙ୍କର ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ଉପରେ ପାକିସ୍ତାନକୁ ନିନ୍ଦା କରିଥିଲେ। ସେ କହିଛନ୍ତି ଯେ, “ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଚରମପନ୍ଥୀକୁ ଏଡ଼ାଇବା ଦରକା। ଉତ୍ତମ ସମ୍ପର୍କ ପାଇଁ ବିଶ୍ୱାସ ଆବଶ୍ୟକ। ସମସ୍ତଙ୍କର ସାର୍ବଭୌମତ୍ୱକୁ ସମ୍ମାନ ଦେବା ଜରୁରୀ।” ଏସସିଓ ଶିଖର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀମାନଙ୍କୁ ମହଙ୍ଗା ସହାୟତା (ଡିଆର)ରେ ଅତିରିକ୍ତ କିସ୍ତି ବୃଦ୍ଧିକୁ ଅନୁମୋଦନ କରାଯାଇଛି। ଦରଦାମ୍‌ ବୃଦ୍ଧିର ଭରଣା ପାଇଁ ମୂଳ ବେତନ/ପେନସନର ବର୍ତ୍ତମାନର ୫୦% ଉପରେ ଅତିରିକ୍ତ ତିନି ପ୍ରତିଶତ (୩%) ଡିଏ/ଡିଆର ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁର କରିଛି। ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସ ଆଧାରରେ ସ୍ୱୀକୃତ ଫର୍ମୁଲା ମୁତାବକ ଏହି ବୃଦ୍ଧି କରାଯାଇଛି । ଉଭୟ ଡିଏ ଓ ଡିଆର୍ ବୃଦ୍ଧି କାରଣରୁ ରାଜକୋଷ ଉପରେ ବାର୍ଷିକ ୯,୪୪୮.୩୫ କୋଟି ଟଙ୍କାର ମିଶ୍ରିତ ବୋଝ ପଡ଼ିବ। ଏହାଦ୍ୱାରା ପ୍ରାୟ ୪୯.୧୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୪.୮୯ ଲକ୍ଷ ପେନସନଭୋଗୀ ଉପକୃତ ହେବେ।

Read More

ନୂଆଦିଲ୍ଲୀ: ଦୀପାବଳିରେ ଚାଷୀଙ୍କୁ ମୋଦୀ ସରକାର ଏକ ବଡ ଉପହାର ଦେଇଛନ୍ତି। ସରକାର ରବି ଫସଲର ଏମଏସପି ବୃଦ୍ଧି କରିଛନ୍ତି। 2025-26 ଋତୁ ପାଇଁ 6 ଟି ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (MSP) ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ବିଭିନ୍ନ ଫସଲର ଏମଏସପି ବୃଦ୍ଧି କରାଯାଇଛି, ଯାହା ଦ୍ଵାରା କୃଷକମାନେ ସେମାନଙ୍କ ଫସଲ ପାଇଁ ଭଲ ମୂଲ୍ୟ ପାଇପାରିବେ। ନୂତନ ବିଜ୍ଞପ୍ତି ଅନୁଯାୟୀ: – ଗହମର MSP କୁଇଣ୍ଟାଲ ପିଛା 2,425 ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ 2,275 ଟଙ୍କା ଥିଲା। – ବାର୍ଲିର MSP କୁଇଣ୍ଟାଲ ପିଛା 1,980 ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ 1,850 ଟଙ୍କା ଥିଲା। – ଚଣାର MSP କୁଇଣ୍ଟାଲ ପିଛା ,6 5,650 ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ 5,440 ଟଙ୍କା ଥିଲା। – ମସୁର ଡାଲିର ଏମଏସପି କ୍ୱିଣ୍ଟାଲ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଶାରଦୀୟ ନବରାତ୍ରୀ ପୁଜା ସମୟରେ ସମସ୍ତ ନିଶା ଦୋକାନ ବନ୍ଦ ରହିବା ପାଇଁ ସରକାରଙ୍କ ଦ୍ବାରା ବାରମ୍ବାର ଚିଠି ପାଇବା ପରେ ମଧ୍ୟ ଅନେକ ଦୋକାନୀ ନିୟମ ଉଲ୍ଲଙ୍ଘନ କରି ଖୋଲାଖୋଲି ଦୋକାନ ବାହାରେ ମଦ ବ୍ୟବସାୟ କରୁଛନ୍ତି। ଏହି ଭଳି ପରିସ୍ଥିତିରେ ଅନୁସନ୍ଧାନ ଚଳାଇ ଅବକାରୀ ବିଭାଗ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ପଇଁତରା ମାରି ସଠିକ ତଥ୍ୟକୁ ଆଧାର କରି ବିଭିନ୍ନ ଦୋକାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କିନ୍ତୁ ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ବିଏସଏନଏଲ କାର୍ଯ୍ୟାଳୟ ପାଖ ଗଳିରେ ଫ୍ରେଣ୍ଡ୍ସ୍ ୱାଇନ୍ ସପ୍ ନିକଟରେ ଖୋଲାଖୋଲି ମଦ ବ୍ୟବସାୟ ଖବର ପାଇ କିଛି କର୍ମଚାରୀ ଅନୁଧ୍ୟାନ ସ୍ଵରୁପ ଭିଡିଓ ଉତ୍ତୋଳନ କରୁଥିବା ବେଳେ ସବ୍ୟସାଚୀ ମିଶ୍ର ନାମକ ଜଣେ ସିପାହୀଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଗୁରୁତର ଆହତ ସିପାହୀ ମିଶ୍ର ଡାକ୍ତରଖାନାରେ ଯାଇ ଚିକିତ୍ସା ପରେ ଟାଉନ ଥାନାରେ ଅଭିଯୋଗ…

Read More

ଭୁବନେଶ୍ୱର: ଅଗ୍ନିପଥ ଯୋଜନାରେ ଚୟନ (ସର୍ଟଲିଷ୍ଟ) ହୋଇଥିବା ପ୍ରାର୍ଥୀଙ୍କ ପାଇଁ ଚଳିତ ମାସ ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ପୁରୀ ତାଳବଣିଆସ୍ଥିତ ଜିଲ୍ଲା ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ଏବଂ ଇନଡୋର ଷ୍ଟାଡିୟମ ଠାରେ ନିଯୁକ୍ତି ଶିବିର (ରାଲି) ଅନୁଷ୍ଠିତ ହେବ। ଏଥିରେ କଟକ, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଚୟନ ହୋଇଥିବା ପ୍ରାର୍ଥୀ ଏବଂ ନିୟମିତ ସୈନିକ (କେବଳ ଜେସିଓ ବର୍ଗର ସିପାହୀ ଫାର୍ମା, ସୈନିକ ଟେକ୍‌, ନର୍ସିଂ ସହାୟକ ଓ ଧାର୍ମିକ ଶିକ୍ଷକ) ଏବଂ ପଶ୍ଚିମବଙ୍ଗ, ଓଡ଼ିଶା ଓ ସିକ୍କିମର ମହିଳା ମିଲିଟାରୀ ପୁଲିସ ପାଇଁ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ। ଅନଲାଇନରେ ସାଧାରଣ ପ୍ରବେଶିକ ପରୀକ୍ଷା (ସିଇଇ)ରେ ଉତ୍ତୀର୍ଣ୍ଣ ହୋଇ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଶାରୀରିକ ପରୀକ୍ଷା ଏବଂ ମେଡ଼ିକାଲ ପରୀକ୍ଷା ପାଇଁ ଡକାଯାଇଛି। ପଞ୍ଜୀକୃତ ଇମେଲ୍‌ ଆଇଡିରେ ପ୍ରାର୍ଥୀମାନଙ୍କୁ ଆଡମିଟ୍‌ କାର୍ଡ ପଠାଇ ଦିଆଯାଇଛି। ପ୍ରାର୍ଥୀମାନେ ଭାରତୀୟ…

Read More

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦର ପାଞ୍ଚ ବର୍ଷ ପରେ ଜାମ୍ମୁ କାଶ୍ମୀର ବର୍ତ୍ତମାନ ଏକ ନୂତନ ସରକାର ପାଇଛି। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଉପସ୍ଥିତିରେ ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସୁରେନ୍ଦ୍ର ଚୌଧୁରୀ ହେଲେ ଡେପୁଟି ସିଏମ୍: ଜାମ୍ମୁ କାଶ୍ମୀରର ଉପ ମୁଖ୍ୟମନ୍ତ୍ରୀ ଭାବେ ସୁରେନ୍ଦ୍ର ଚୌଧୁରୀ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ସକିନା ଇଟୁ ଏବଂ ଜାଭେଦ ରାଣା ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କଂଗ୍ରେସ ଜାମ୍ମୁ କାଶ୍ମୀର କ୍ୟାବିନେଟରେ ଯୋଗଦେବାକୁ କାହିଁକି ମନା କଲା?: ଜାମ୍ମୁ କାଶ୍ମୀର ରାଜ୍ୟ କଂଗ୍ରେସ କମିଟି ମୁଖ୍ୟ ତାରିକ ହମିଦ କରା ଆଜି କହିଛନ୍ତି ଯେ, ଜାମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଆଣିବାକୁ କଂଗ୍ରେସ ଦଳ କେନ୍ଦ୍ର ପକ୍ଷରୁ ଜୋରଦାର ଦାବି କରିଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମଧ୍ୟ ସାଧାରଣ ସଭାରେ ବାରମ୍ବାର ସମାନ ପ୍ରତିଶ୍ରୁତି ଦେଇଛନ୍ତି,…

Read More

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁରେ ଖେଳାଯିବ। ଗତ ସିରିଜରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ପରାସ୍ତ କରିଥିଲା। ଭାରତୀୟ ଦଳର ଅଧିକାଂଶ ଖେଳାଳି ଫର୍ମରେ ଅଛନ୍ତି। ତଥାପି ନ୍ୟୁଜିଲାଣ୍ଡଠାରୁ ଭାରତ କଠୋର ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରେ। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ହେବ। ବର୍ଷା ହେତୁ ବେଙ୍ଗାଲୁରୁ ଟେଷ୍ଟ ପ୍ରଭାବିତ ହୋଇପାରେ। ପାଣିପାଗ ବିଭାଗ ଅନୁଯାୟୀ ପ୍ରଥମ ଦିନରେ ବର୍ଷା ହୋଇପାରେ। ଏଠାରେ ପାଗ ମଧ୍ୟ ଥଣ୍ଡା। ମ୍ୟାଚ୍ ପୂର୍ବରୁ ଫିଲ୍ଡର କିଛି ଅଂଶ ସମ୍ପୂର୍ଣ୍ଣ ଭାବେ ଆଚ୍ଛାଦିତ ହୋଇଥିଲା। ବର୍ତ୍ତମାନ ବର୍ଷା ହେତୁ ପଡିଆରେ ସାମାନ୍ୟ ଆର୍ଦ୍ରତା ରହିପାରେ। ବେଙ୍ଗାଲୁରୁରେ ବର୍ତ୍ତମାନ ରହି ରହି ବର୍ଷା ହେଉଛି। ତେଣୁ ବର୍ତ୍ତମାନ ଟସ୍ ହେବାର କୌଣସି ଆଶା ନାହିଁ। ଯଦି ପରିସ୍ଥିତି ଏହିପରି ଜାରି ରହେ ତେବେ ମ୍ୟାଚ୍ ଆରମ୍ଭ କରିବା ବହୁତ କଷ୍ଟକର ହେବ।…

Read More

ନୂଆଦିଲ୍ଲୀ: ଭାରତରେ ନଗଦମୁକ୍ତ ଡିଜିଟାଲ ନେଣଦେଣ ବ୍ୟାପକ ଭାବେ ବୃଦ୍ଧି ପାଇଥିବା ୱାର୍ଲ୍ଡଲାଇନ୍‌ ଇଣ୍ଡିଆର ଡିଜିଟାଲ ପେମେଣ୍ଟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଚଳିତ ବର୍ଷର ପ୍ରଥମାର୍ଦ୍ଧ ବା ଜାନୁଆରୀରୁ ଜୁନ୍‌ ମାସ ମଧ୍ୟରେ ଦେଶର ଦ୍ରୁତ ବିକଶିତ ଡିଜିଟାଲ ଅର୍ଥ ପଇଠ ପରିଦୃଶ୍ୟକୁ ନେଇ ପ୍ରସ୍ତୁତ ଏହି ରିପୋର୍ଟରେ ଡିଜିଟାଲ ଅର୍ଥ ନେଣଦେଣ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି ଓ ବିକାଶଧାରା ଉପରେ ଆଲୋକପାତ କରାଯାଇଛି। ବିଶେଷ କରି ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ଜରିଆରେ ଡିଜିଟାଲ ନେଣଦେଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଡିଜିଟାଲ ଗ୍ରହଣୀୟତାକୁ ପ୍ରତିଫଳିତ କରି କ୍ୟାସଲେସ୍ ବା ନଗଦମୁକ୍ତ ନେଣଦେଣ ଦିଗରେ ଏକ ରୂପାନ୍ତରଣକାରୀ ପରିବର୍ତ୍ତନ ଉପରେ ରିପୋର୍ଟରେ ଦର୍ଶାଯାଇଛି। ସବୁଠୁ ଅଧିକ ଡିଜିଟାଲ ଅର୍ଥ ନେଣଦେଣ ୟୁପିଆଇ ଜରିଆରେ ହୋଇଛି। ଏଥିରେ ୭ହଜାର ୮୦୦ କୋଟିରୁ ଅଧିକ କାରବାର ହୋଇଛି ଯାହାକି ପୂର୍ବ ବର୍ଷ ତୁଳନାରେ ୫୨% ଅଧିକ। କ୍ରେଡିଟ୍ କାର୍ଡ…

Read More

ନୟାଗଡ/ରଣପୁର: CITU ନେତୃତ୍ଵରେ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ରଣପୁର ବ୍ଳକ କମିଟି ତରଫରୁ ୧୪ ଦଫା ଦାବୀରେ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇ ଥିଲା। ଦିନ ୧୨ ଘଟିକା ସମୟରେ ପଞ୍ଚୁଦୋଳ ପଡିଆ ସହିଦ୍ ରଘୁ-ଦିବାକର ମଣ୍ଡପ ଠାରୁ ପାଚିକା ମାନଙ୍କର ଏକ ଶୋଭାଯାତ୍ରା ବାହାରି ରଣପୁର ବଜାର ପରିକ୍ରମା କରି ରଣପୁର ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଚିକାଙ୍କ ଗଣ ବିକ୍ଷୋଭ ସଂଗଠିତ ହୋଇଥିଲା। ବ୍ଳକ ସଭାପତି ଭିକାରୀ ଚରଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବକ୍ତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣା ନିତୀକୁ ତୀବ୍ର ସମାଲୋଚନା କରିଥିଲେ। ଦୀର୍ଘ ୨୯ ବର୍ଷ ହେଲା ଶିକ୍ଷା କ୍ଷେତ୍ରରେ ତଳ ସ୍ତରରେ କାର୍ଯ୍ୟ କରୁଥିବା ପାଚିକା ଓ ସହାୟିକାଙ୍କ ସାମଗ୍ରିକ ସମସ୍ୟା ପାଇଁ ସରକାରଙ୍କ ନୀତି ଦାୟୀ ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ। ରଣପୁର ଅଞ୍ଚଳର ସମସ୍ତ ସ୍କୁଲ କୁ…

Read More

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ବେଙ୍ଗାଲୁରୁ ସ୍ଥିତ ହାଇଡେନ୍‌ମେଟ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ ମଧ୍ୟରେ ମଙ୍ଗଳବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି। ମଞ୍ଜି ବୁଣିବା ଠାରୁ ଆରମ୍ଭ କରି ଫସଲ ଅମଳ, ଫସଲର ପ୍ରକୃତ ସ୍ଥିତିର ତଦାରଖ ସହ ଜଳ ଓ ପୋଷଣର ନିଅଂଟ, ତଥା ରୋଗ ନିୟନ୍ତ୍ରଣ ସହ ଫସଲକୁ କୀଟ ଆକ୍ରମଣରୁ ରକ୍ଷା କରି ଉନ୍ନତମାନର ଫସଲ ଅମଳ କରିବାର ଜ୍ଞାନ ପ୍ରଦାନ କରିବା ହେଉଛି ଦୁଇ ଅନୁଷ୍ଠାନ ମଧ୍ୟରେ ଏହି ସହଭାଗିତାର ପ୍ରମୁଖ ଲକ୍ଷ୍ୟ। ଏହି ଲକ୍ଷ୍ୟ ପୂରଣ ନିମନ୍ତେ ଦୁଇ ଅନୁଷ୍ଠାନ ମଧ୍ୟରେ ମିଳିତ ଭାବେ ଗବେଷଣା ଏବଂ କର୍ମଶାଳା ଇତ୍ୟାଦି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ। ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ…

Read More

ନୂଆଦିଲ୍ଲୀ: ନବରାତ୍ରୀର ନବମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବୀ ସିଦ୍ଧିଦାତ୍ରୀଙ୍କୁ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ନବରାତ୍ରୀରେ ମା’ ସିଦ୍ଧିଦାତ୍ରୀଙ୍କୁ କୋଟି କୋଟି ନମନ। ତାଙ୍କ କୃପାରୁ ଶ୍ରଦ୍ଧାଳୁଙ୍କୁ ଲକ୍ଷ୍ୟ-ସିଦ୍ଧିର ଆଶୀର୍ବାଦ ମିଳେ। ମା’ ସିଦ୍ଧିଦାତ୍ରୀଙ୍କ ଏହି ସ୍ତୁତି ଆପଣ ସମସ୍ତଙ୍କ ପାଇଁ…”

Read More