Author: SM Network

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକନାୟକ ଜୟପ୍ରକାଶଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଦେଶ ଓ ସମାଜ ପ୍ରତି ତାଙ୍କ ଅବଦାନକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଛନ୍ତି, ଜେପି ନାରାୟଣଙ୍କ ବ୍ୟକ୍ତିତ୍ୱ ଓ ଆଦର୍ଶ ପ୍ରତ୍ୟେକ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ଏକ୍ସ ରେ ଏକ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି: “ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜୟନ୍ତୀରେ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ସେ ଦେଶ ଏବଂ ସମାଜରେ ସକରାତ୍ମକ ପରିବର୍ତ୍ତନ ପାଇଁ ନିଜ ଜୀବନକୁ ସମର୍ପିତ କରିଥିଲେ। ତାଙ୍କ ବ୍ୟକ୍ତିତ୍ୱ ଓ ଆଦର୍ଶ ପ୍ରତ୍ୟେକ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।”

Read More

ନୂଆଦିଲ୍ଲୀ: ଭିଏତନାମର ଲାଓ-ପିଡିଆର ଠାରେ ଆସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟାଫର ଲକ୍ସନଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ। ଦୁଇ ପ୍ରଧାନମନ୍ତ୍ରୀ ବ୍ୟବସାୟ, ନିବେଶ, ପ୍ରତିରକ୍ଷା, ନବୀକରଣୀୟ ଉର୍ଜା, ଶିକ୍ଷା, ଡାଏରୀ, କୃଷି ପ୍ରଯୁକ୍ତି, କ୍ରୀଡ଼ା, ପର୍ଯ୍ୟଟନ, ଅନ୍ତରୀକ୍ଷ ଏବଂ ଲୋକଙ୍କ ସହ ଲୋକଙ୍କର ଭାବ ବିନିମୟ ଆଦି ଅନେକ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। କ୍ରମାଗତ ଉଚ୍ଚସ୍ତରୀୟ ସମ୍ପର୍କ ପ୍ରତିଷ୍ଠା କରାଯାଇଥିବାରୁ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ ହୋଇପାରିଛି। ଏହି ପ୍ରସଙ୍ଗରେ ସେ ନିକଟରେ ଭାରତର ରାଷ୍ଟ୍ରପତିଙ୍କ ନ୍ୟୁଜିଲାଣ୍ଡ ଗସ୍ତ କଥା ମନେ ପକାଇଥିଲେ, ଯାହାକି ଏକ ବଡ଼ ସଫଳତା ଥିଲା। ଆନ୍ତର୍ଜାତିକ ସୌର ମେଣ୍ଟରେ ସାମିଲ ହେବା ନେଇ ନ୍ୟୁଜିଲାଣ୍ଡର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ। ଦୁଇ ପ୍ରଧାନମନ୍ତ୍ରୀ ବହୁପକ୍ଷୀୟ ମଞ୍ଚରେ ସହଯୋଗକୁ ଅଧିକ ମଜବୁତ୍ କରିବା ନେଇ ନିଜ ନିଜର ପ୍ରତିବଦ୍ଧତା…

Read More

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଚଳିତ ବର୍ଷ ନଭେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ କରିବ। ନଭେମ୍ବର ୨୨ ତାରିଖରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। କ୍ୟାପଟେନ ରୋହିତ ଶର୍ମା ଏହି ସିରିଜର ପ୍ରଥମ ମ୍ୟାଚ୍ ରେ ଖେଳିନପାରନ୍ତି। ଏକ ରିପୋର୍ଟ ଅନୁଯାୟୀ, ରୋହିତ ବ୍ୟକ୍ତିଗତ କାରଣରୁ ପ୍ରଥମ ମ୍ୟାଚରୁ ଓହରି ଯାଇପାରନ୍ତି। କିନ୍ତୁ ଏହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ପାରିବାରିକ କାରଣରୁ ସେ ପ୍ରଥମ ମ୍ୟାଚ୍ ଛାଡିବାକୁ ନିଷ୍ପତ୍ତି ନେଇପାରନ୍ତି। ଟିମ୍ ଇଣ୍ଡିଆ ପର୍ଥରେ ପ୍ରଥମ ମ୍ୟାଚ୍ ଖେଳିବ। ‘ଟାଇମ୍ସ ଅଫ୍ ଇଣ୍ଡିଆ’ର ଏକ ଖବର ଅନୁଯାୟୀ ରୋହିତ ପ୍ରଥମ ଟେଷ୍ଟ ଛାଡି ପାରନ୍ତି। ଏହା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ବିସିସିଆଇ ସୂତ୍ରରୁ ପ୍ରକାଶ ଯେ, ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହା ପରିସ୍ଥିତି ଉପରେ ନିର୍ଭର କରିବ। ତେବେ ରୋହିତ ଏହି ବିଷୟରେ ଭାରତରେ କ୍ରିକେଟ୍ ବୋର୍ଡକୁ…

Read More

ନୂଆଦିଲ୍ଲୀ: ଦିଲ୍ଲୀର ରମେଶ ନାଗର ଅଞ୍ଚଳରେ ତଳ ମହଲାରେ ନିର୍ମିତ ଏକ ଛୋଟ ଗୋଦାମରୁ ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ପ୍ରାୟ 200 କିଲୋଗ୍ରାମ କୋକେନ ଉଦ୍ଧାର କରିଛି। ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ 2000 କୋଟି ଟଙ୍କା। ପ୍ରକୃତରେ, 5000 କୋଟି ଟଙ୍କା ମୂଲ୍ୟର ନିକଟରେ ଜବତ ହୋଇଥିବା ଡ୍ରଗ୍ ମାମଲାର ଯାଞ୍ଚ ସମୟରେ ଏହି ସମ୍ପୂର୍ଣ୍ଣ ପୁନରୁଦ୍ଧାର ଘଟିଛି। କିଛି ଦିନ ପୂର୍ବରୁ ଦିଲ୍ଲୀ ପୋଲିସ ମହିପାଲପୁର ଅଞ୍ଚଳର ଗୋଦାମ ଉପରେ ଚଢାଉ କରି 567 କିଲୋଗ୍ରାମ କୋକେନ ଜବତ କରିଥିଲା। ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ 5 ହଜାର କୋଟି ଟଙ୍କା ଥିଲା। ସେତେବେଳେ ପୋଲିସ ଏହି ସିଣ୍ଡିକେଟର ନେତା ତୁଶାର ଗୋୟଲଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିଲା। ସୂଚନାନୁସାରେ, ଏହି ଡ୍ରଗ୍ସ ଉଭୟ ସାମଗ୍ରୀ ଦୁବାଇରେ ବସିଥିବା ବିରେନ୍ଦ୍ର ବସୋୟା ପଠାଇଥିଲେ। ଏଥିପାଇଁ ଦୁଇ ଜଣଙ୍କୁ ଲଣ୍ଡନରୁ ପଠାଯାଇଥିଲା। ପ୍ରଥମ 567 କିଲୋଗ୍ରାମ…

Read More

ସ୍ୱାସ୍ଥ୍ୟ ଟିପ୍ସ: ପାଣିପାଗ ବଦଳିବା ସହିତ ଡେଙ୍ଗୁ ରୋଗ ବୃଦ୍ଧି ପାଇଥାଏ। ଏହି ସମୟରେ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍। କାରଣ ଯଦି ଆପଣ ଡେଙ୍ଗୁ ସମୟରେ ଆପଣଙ୍କ ଖାଦ୍ୟର ଯତ୍ନ ନିଅନ୍ତି ନାହିଁ, ତେବେ ଏହା ଆପଣଙ୍କ ପାଇଁ ବହୁତ ସମସ୍ୟା ହୋଇପାରେ। ତେଣୁ, ସେହି ସମୟ ମଧ୍ୟରେ କିଛି ଜିନିଷକୁ ଏଡାଇବା ଉଚିତ୍। ମଶା କାମୁଡ଼ା ଦ୍ୱାରା ଡେଙ୍ଗୁ ହୁଏ। ଏହି କାରଣରୁ ପ୍ଲେଟଲେଟ୍ ଶରୀରରେ କମିବା ଆରମ୍ଭ କରେ। ଏପରି ପରିସ୍ଥିତିରେ ଆପଣ ଆପଣଙ୍କର ଖାଦ୍ୟର ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତୁ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଠାରୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା। ଏହି ସମୟରେ କେଉଁ ଜିନିଷ ଖାଇବା ଉଚିତ୍ ଏବଂ କେଉଁ ଜିନିଷ ଖାଇବା ଉଚିତ୍ ନୁହେଁ? ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍: ଡେଙ୍ଗୁ ରୋଗୀମାନେ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ନୁହେଁ। ଏହି କାରଣରୁ…

Read More

ମେଷ- ଆଜିର ଦିନଟି ଶୁଭ ଅଟେ। ଚାକିରି କିମ୍ବା ବ୍ୟବସାୟରେ ଆପଣ ସଫଳତା ପାଇବେ ଏବଂ ଉଚ୍ଚ ଅଧିକାରୀମାନେ ଆପଣଙ୍କ ଉପରେ ଖୁସି ହେବେ। ଏହା ସହିତ ଆପଣଙ୍କର ଖୁସି ମଧ୍ୟ ବୃଦ୍ଧି ପାଇବ। ଆପଣ ବ୍ୟବସାୟରେ ଫସି ରହିଥିବା ଟଙ୍କା ପାଇପାରିବେ। ବୟସ୍କ ଏବଂ ପିତାଙ୍କ ଦ୍ୱାରା ଲାଭ ହେବ। ପାରିବାରିକ ସୁଖରେ ଆପଣ ଖୁସି ହେବ। ବୃଷ- ଆଜି ଉପଲବ୍ଧ ଲାଭ ଦ୍ୱାରା ଆପଣଙ୍କ ଉପଭୋଗ ଦ୍ୱିଗୁଣିତ ହେବ। ନୂତନ କାର୍ଯ୍ୟ ଆୟୋଜନ ପାଇଁ କାର୍ଯ୍ୟ ଆରମ୍ଭ ଶୁଭ ହେବ। ବାଣିଜ୍ୟରେ ବ୍ୟବସାୟୀମାନେ ବିଶେଷ ସୁବିଧା ପାଇବେ। ଆପଣ ସାମାଜିକ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିବେ। ସନ୍ତାନମାନଙ୍କ ସହିତ ଯୋଗାଯୋଗ କରିବା ଭଲ ହେବ। ଆୟ ବୃଦ୍ଧି ପାଇବ। ସ୍ଥାନାନ୍ତରଣ ହେବ। ମିଥୁନ- ଆଜି ମନ ଅସୁସ୍ଥ ରହିବ। ଧାର୍ମିକ, ସାମାଜିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ। ପରିବାର ଏବଂ ସାଙ୍ଗମାନଙ୍କ ସହିତ ପାର୍ଥକ୍ୟ ରହିବ। ବଦନାମ ହେବାର ଯୋଗ ଅଛି। ଆଜି…

Read More

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସିଙ୍ଗେଶ୍ୱର ପଞ୍ଚାୟତ ଅନ୍ତର୍ଗତ କିମ୍ଭିରିପଡାସ୍ଥିତ ବରିଷ୍ଠ ନାଗରିକ ଆବାସ ସେବାଶ୍ରମ, ବିଶ୍ୱଜୀବନ ସେବା ସଙ୍ଘ ଠାରେ ବାଣପୁର ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମେରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଚାରପତି ଶ୍ରୀ ମହାପାତ୍ର ମାନସିକ ଅନଗ୍ରସର, ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସରକାରୀ ସହାୟତା ସମ୍ବନ୍ଧୀୟ ବିଭିନ୍ନ ଆଇନ ବିଷୟରେ ଆଲୋଚନା କରିଥିଲେ। ଅପରାହ୍ନରେ ବରିଷ୍ଠ ନାଗରିକ ଆବାସରେ ବାସ କରୁଥିବା ଅନ୍ତେବାସୀଙ୍କୁ ମିଳିମିଶି ପରିବାର ପରି ଚଳିବା ପାଇଁ ବିଚାରପତି ପରାମର୍ଶ ଦେଇଥିଲେ। ଆଇନ ଅନୁଯାୟୀ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ତଥା ତାଙ୍କ ଥଇଥାନ କରିବା ଦାୟିତ୍ୱ ସରକାରଙ୍କ ଏବଂ ଏଥିନିମନ୍ତେ ସମସ୍ତ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ଦାଇତ୍ୱ ଦିଆଯାଇଛି।…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପବିତ୍ର ମହାଷ୍ଟମୀ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ଦର୍ଶନ କରି ମା’ ଙ୍କ ଆଶୀର୍ବାଦ ଲାଭ କରିଛନ୍ତି ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଭଗବତୀ ମନ୍ଦିର ସମ୍ମୁଖରେ ଦଳୀୟ କର୍ମକର୍ତ୍ତା ଓ ଜନସାଧାରଣ ମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ। ମନ୍ତ୍ରୀ ମା’ଙ୍କ ପୂଜାର୍ଚ୍ଚନା କରିବା ସହ ମନ୍ଦିର ବେଢାରେ ଦୀର୍ଘ ସମୟ ଅତିବାହିତ କରିଥିଲେ। ଉକ୍ତ ସମୟରେ ସେବାୟତ ମାନଙ୍କ ସହ ମନ୍ଦିର ଉନ୍ନତି ବିଷୟରେ ଆଲୋଚନା କରିଥିଲେ ମନ୍ତ୍ରୀ। ମା’ ଙ୍କ ଶାରଦୀୟ ଦଶହରା ପର୍ବ କିପରି ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହେବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ ମନ୍ତ୍ରୀ। ଏହାପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମା’ ଙ୍କ ସାତବଖରା ଘରେ ପହଞ୍ଚି ଉଭୟ ମା’ ଭଗବତୀ ଓ ମା’ ବିରଜାଈଙ୍କ ଚଳନ୍ତି ପ୍ରତିମା ରୂପକ କାଠି…

Read More

ନୂଆଦିଲ୍ଲୀ: ୨୧ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀ ୧୦ ଅକ୍ଟୋବର ୨୦୨୪ରେ ଲାଓ ପିଡିଆରର ଭିଏଣ୍ଟିଆନେଠାରେ ଅନୁଷ୍ଠିତ ହୋଇଛି। ଭାରତର ଆକ୍ଟ ଇଷ୍ଟ ନୀତିର ଏକ ଦଶନ୍ଧି ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଆନ୍ ନେତାଙ୍କ ସହ ମିଶି ଆସିଆନ୍-ଭାରତ ବ୍ୟାପକ ରଣନୈତିକ ଭାଗିଦାରୀର ଅଗ୍ରଗତି ସମୀକ୍ଷା କରିବା ସହ ସହଯୋଗର ଭବିଷ୍ୟତ ଦିଗ ନିର୍ଦ୍ଧାରଣ କରିଥିଲେ। ଏହି ଶିଖର ସମ୍ମିଳନୀରେ ଏହା ପ୍ରଧାନମନ୍ତ୍ରୀଙ୍କ ୧୧ତମ ଅଂଶଗ୍ରହଣ ଥିଲା। ୨. ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଆସିଆନ ଏକତା, ଆସିଆନ୍ କେନ୍ଦ୍ରୀୟତା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆସିଆନ୍ ଦୃଷ୍ଟିକୋଣ ପ୍ରତି ଭାରତର ସମର୍ଥନକୁ ଦୋହରାଇଥିଲେ। ଏକବିଂଶ ଶତାବ୍ଦୀକୁ ଏସୀୟ ଶତାବ୍ଦୀ ବୋଲି ଅଭିହିତ କରି ସେ ଉଲ୍ଲେଖ କରିଥିଲେ ଯେ ଏସିଆର ଭବିଷ୍ୟତକୁ ମାର୍ଗଦର୍ଶନ କରିବା ପାଇଁ ଭାରତ-ଆସିଆନ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ। ଭାରତର ଆକ୍ଟ ଇଷ୍ଟ ନୀତିର ଜୀବନ୍ତତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଗତ ଦଶ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ନୂତନ ଖୋର୍ଦ୍ଧା ଏସପି ସାଗରିକା ନାଥ କାର୍ଯ୍ୟରେ ଯୋଗ ଦେଉ ଦେଉ ଜିଲ୍ଲାରେ ନିଶା କାରବାର ବନ୍ଦ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ପୋଲିସ ଦାମିଆ ବରବରା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ଜିଞ୍ଜର ବୋତଲ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ମନ୍ଦାର ଗ୍ରାମର ସୁରେନ୍ଦ୍ର ଶବର (୪୨) ବୋଲି ଜଣାପଡିଛି। ସୂଚନା ମୁତବକ ଉକ୍ତ ଅଞ୍ଚଳରେ ବେଆଇନ ଭାବେ ଜିଞ୍ଜର କାରବାର ହେଉଥିବାର ଖବର ପାଇ ବାଲୁଗାଁ ଏସଡିପିଓଙ୍କ ନିର୍ଦେଶକ୍ରମେ ବାଣପୁର ଆଇଆଇସି ରମେଶ କୁମାର ଦେବତା ଏକ ଟିମ ଗଠନ କରି ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଅଭିଯୁକ୍ତଙ୍କ ନିକଟରୁ ୩୩୦ ବୋତଲ ଜିଞ୍ଜର ଏବଂ ୧୦ ଲିଟର ଦେଶୀ ମଦ ଜବତ ହୋଇଛି।

Read More

ସମୀର ପଣ୍ଡିତ, ନିର୍ଦ୍ଦେଶକ, ବି.ଇ.ଇ. ୨୦୭୦ ମସିହା ପର୍ଯ୍ୟନ୍ତ କାର୍ବନ ଉତ୍ସର୍ଜନକୁ ଶୂନ୍ୟ କରିବା ହେଉଛି ଭାରତର ଲକ୍ଷ୍ୟ। ସେଥିପାଇଁ ଇଲେକ୍ଟ୍ରିକ୍ ଯାନ (ଇ.ଭି.) ପରିବହନ କ୍ଷେତ୍ରକୁ କାର୍ବନ ମୁକ୍ତ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସମ୍ପ୍ରତି ଇଲେକ୍ଟ୍ରିକ୍ ଯାନକୁ ବ୍ୟାପକ ଆକାରରେ ଆପଣାଇବା ଏକ ବିଶ୍ୱସନୀୟ ଏବଂ ସୁଲଭ ଚାର୍ଜିଂ ଭିତ୍ତିଭୂମି ଉପରେ ନିର୍ଭରଶୀଳ। ଏହାକୁ ଅଧିକ ସୁବିଧାଜନକ କରିବା ନିମନ୍ତେ ଭାରତ ସରକାର ଇଲେକ୍ଟ୍ରକ୍ ବାହନ ଚାର୍ଜିଂ ସଂସାଧନର ସ୍ଥାପନା ଏବଂ ସଂଚାଳନ ନିମନ୍ତେ ମାର୍ଗ ଦର୍ଶିକା ୨୦୨୪ ଜାରି କରିଛନ୍ତି। ଏହା ଦେଶବ୍ୟାପୀ ଚାର୍ଜିଂ ଷ୍ଟେସନମାନ ସ୍ଥାପନାରେ କ୍ଷିପ୍ରତା ଆଣିବା ଦିଗରେ ଡିଜାଇନ୍ ପ୍ରସ୍ତୁତ କରିବା ସକାଶେ ଏକ ଢାଞ୍ଚା ଭାବେ କାର୍ଯ୍ୟ କରିବ। ଏକ ମଜଭୁତ ଇ. ଭି ଚାର୍ଜିଂ ନେଟୱାର୍କର ନିର୍ମାଣ କେବଳ ଲୋକମାନଙ୍କ ସୁବିଧା ନିମନ୍ତେ ନୁହେଁ, ଅପରନ୍ତୁ ଶକ୍ତି, ସୁରକ୍ଷା, ନବୀକରଣ ଶକ୍ତିର ଲାଭ ଉଠାଇବା ଏବଂ ବାୟୁର…

Read More

ଭୁବନେଶ୍ବର: ଭାରତୀୟ ସୂଚନା ସେବା (ଆଇଆଇଏସ) ୨୦୨୨ ଓ ୨୦୨୩ ବ୍ୟାଚର ୯ ଜଣ ଶିକ୍ଷାନବୀସ ପ୍ରଶିକ୍ଷଣ ଭ୍ରମଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେମାନେ ଭୁବନେଶ୍ବରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ଭୁବନେଶ୍ବର ଏନଏବିଏମ ପରିସରରେ ଥିବା ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) କାର୍ଯ୍ୟାଳୟ ପରିଦର୍ଶନ କରିବା ସହିତ ସେଠାକାର କାର୍ଯ୍ୟଧାରା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ମତବିନିମୟ କରିଛନ୍ତି।

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଓଡିଶା ସରକାରଙ୍କ ମାନସିକ ସ୍ୱାସ୍ଥ୍ୟ ଉପଦେଷ୍ଟା ପ୍ରଫେସର (ଡାକ୍ତର) ନୀଳମାଧବ ରଥ ଯୋଗଦେଇ ଉତମ ମାନସିକ ସ୍ୱାସ୍ଥ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଚଳିତ ବର୍ଷର ଥିମ୍‌-“ଏଥର କର୍ମକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଅନ୍ତୁୂ” ଉପରେ ଡାକ୍ତର ରଥ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅନୁଷ୍ଠାନର ଉପ କୁଳପତି ପ୍ରଫେସର (ଡାକ୍ତର) ପ୍ରସନ୍ନଜିତ୍ ମହାନ୍ତି, ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଡାକ୍ତର ଅରକ୍ଷିତ ସ୍ୱାଇଁ, ଆସିଷ୍ଟାଂଟ ମେଡିକାଲ୍ ସୁପରିଟେଣ୍ଡେଂଟ ଡଃ ସିଦ୍ଧାର୍ଥ ଗୌତମ ପ୍ରମୁଖ ଯୋଗଦେଇ କର୍ମକ୍ଷେତ୍ରରେ ସୁସ୍ଥ ମାନସିକତା ସହ ସଠିକ୍ ଭାବେ ନିଜ ମାନସିକ ସ୍ୱାସ୍ଥ୍ୟର ଯତ୍ନ…

Read More

ନୂଆଦିଲ୍ଲୀ: ମେହବୁବା ମୁଫତିଙ୍କ ଝିଅ ଇଲ୍ତିଜା ମୁଫତି ଏନସି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଇଲ୍ତିଜା କହିଛନ୍ତି ଯେ, ବିଜବେହରାରେ ସ୍ଥାନୀୟ ପିଡିପି କର୍ମୀମାନଙ୍କୁ ଏନସିରେ ଲୋକମାନେ ହଇରାଣ କରୁଛନ୍ତି। ଗୁଣ୍ଡା ରାଜ ଫେରି ଆସିଲା କି? ଏକ ସାମ୍ବାଦିକ ସମ୍ମିଳନୀରେ ଇଲ୍ତିଜା କହିଛନ୍ତି ଯେ, ଏନସିର ମସ୍ତିସ୍କ ଢିଲା ହୋଇଯାଇଛି, ଆମେ ସେମାନଙ୍କର ମସ୍ତିସ୍କ ଠିକ କରିଦେବୁ।” ଇଲ୍ତିଜା କହିଛନ୍ତି ଯେ, “ଏନସି ଓମାର ଅବଦୁଲ୍ଲାଙ୍କୁ ବିଧାନସଭା ଦଳର ନେତା ଭାବରେ ମନୋନୀତ କରିଛି। ୧୯୭୭ ପରେ ଏନସିର ଏତେ ସଂଖ୍ୟାଗରିଷ୍ଠତା ସହିତ କ୍ଷମତାକୁ ଆସିଛି। କିନ୍ତୁ ମୁଁ ଓମାର ସାହେବଙ୍କୁ ପଚାରିବାକୁ ଚାହେଁ ଯେ, ଏହି ସଂଖ୍ୟାଗରିଷ୍ଠତା ଗୁଣ୍ଡାଗର୍ଦ୍ଦି ଏବଂ ବିନାଶ ସୃଷ୍ଟି କରିବାକୁ ଆସିଛି କି? ଆମ କର୍ମୀମାନଙ୍କ ଘର ଭାଙ୍ଗି ଦିଆଯାଉଛି। ସେମାନଙ୍କର ଛେଳି ଚୋରି କରାଯାଉଛି। ଆପଣ ମୋର କର୍ମୀମାନଙ୍କୁ ଛୁଇଁବେ ନାହିଁ। ଆପଣ ସେମାନଙ୍କୁ ସ୍ପର୍ଶ କରିବେ ନାହିଁ। ଇଲ୍ତିଜା ବିଜବେହାରରୁ ସେ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧାର ନୂତନ ଏସପି ସାଗରିକା ନାଥ ବାଣପୁର ଥାନା ଗସ୍ତରେ ଆସି ପ୍ରଥମେ ମା’ ଭଗବତୀଙ୍କ ଦର୍ଶନ କରିଥିଲେ। ମା’ଙ୍କୁ ଦର୍ଶନ କରିବା ସହ ମନ୍ଦିରରେ ସେ ପୂଜାର୍ଚ୍ଚନା କରିଥିଲେ। ବେଢାରେ କିଛି ସମୟ ଅତିବାହିତ କରିବା ସହ ମନ୍ଦିରର ସୁରକ୍ଷା ବିଷୟରେ ଏସପି ତଦାରଖ କରିଥିଲେ। ଶାରଦୀୟ ପୂଜା ଉପଲକ୍ଷେ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବାକୁ ଥିବା ବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦେବା ସହ ଏଦିଗରେ ନିଆଯାଇଥିବା ପଦକ୍ଷେପ ବିଷୟରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କଠାରୁ ସେ ପଚାରି ବୁଝିଥିଲେ। ଏହାପରେ ଏସପି ବାଣପୁର ଥାନାକୁ ଯାଇ ବିଭିନ୍ନ ବ୍ୟବସ୍ଥା ପରଖିଥିଲେ। ଏହି ଅବସରରେ ଥାନାର ସମସ୍ତ ପୋଲିସ କର୍ମଚାରୀମାନେ ନୂତନ ଏସପିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ। ବାଣପୁର ଥାନାର ଆଇନ ଶୃଙ୍ଖଳା ସ୍ଥିତି ଉପରେ ଏକ ଛୋଟ ବୈଠକରେ ଏସପି ଭାଗ ନେଇଥିଲେ। ତତସହିତ ଥାନାକୁ ଆସୁଥିବା…

Read More

ନୂଆଦିଲ୍ଲୀ: କେବଳ ଦେଶର ଲୋକ ନୁହଁନ୍ତି ପଡୋଶୀ ଦେଶର ଲୋକମାନେ ମଧ୍ୟ ଭାରତରେ ଅନୁଷ୍ଠିତ କୌଣସି ନିର୍ବାଚନରେ ​​ବହୁତ ଆଗ୍ରହ ଦେଖାଉଛନ୍ତି। ସୀମା ପାର୍ଶ୍ୱରେ ଥିବା ଅନେକ ବିଶେଷଜ୍ଞ ମଧ୍ୟ ସେମାନଙ୍କର ମତାମତ ଦିଅନ୍ତି। ଏହି ପରିପ୍ରେକ୍ଷୀରେ ନିକଟରେ ହରିୟାଣା ଏବଂ ଜାମ୍ମୁ କାଶ୍ମୀର ନିର୍ବାଚନକୁ ନେଇ ପାକିସ୍ତାନରେ ଅନେକ ଚର୍ଚ୍ଚା ହୋଇଛି। ବିଶେଷକରି ଜାମ୍ମୁ କାଶ୍ମୀର ନିର୍ବାଚନକୁ ନେଇ ସେମାନଙ୍କ ମଧ୍ୟରେ କୌତୁହଳ ଦେଖିବାକୁ ମିଳିଛି। ଏହି ସମୟରେ ପାକିସ୍ତାନୀ ବିଶେଷଜ୍ଞ ତଥା ୟୁଟ୍ୟୁବର କମର ଚିମା ମଧ୍ୟ ଫଳାଫଳ ସମ୍ପର୍କରେ ନିଜର ମତ ପ୍ରକାଶ କରିଛନ୍ତି। ଜାମ୍ମୁ କାଶ୍ମୀରରେ ପରାଜୟର ସମ୍ମୁଖୀନ ହେଇଥିବାବେଳେ ହରିୟାଣାରେ ବିଜେପି ସଫଳ ହେବାରେ କେଉଁ କାରଣ ରହିଛି ତାହା ସେ କହିଛନ୍ତି। ଜାମୁ-କାଶ୍ମୀର ଏବଂ ହରିୟାଣାର ନିର୍ବାଚନ ଫଳାଫଳ ସମ୍ପର୍କରେ କମର ଚିମା ତାଙ୍କର ଏକ ଭିଡିଓରେ ସେୟାର କରିଛନ୍ତି, ଯେଉଁଥିରେ ସେ ଭାରତୀୟ ଜନତା ପାର୍ଟି (ବିଜେପି) ର ପ୍ରଦର୍ଶନକୁ ଉଭୟ…

Read More

ନୂଆଦିଲ୍ଲୀ: ମୁଲତାନରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଜୋ ରୁଟ୍ ଦ୍ଵିଶତକୀୟ ପାଳି ଖେଳିଛନ୍ତି। ପାକିସ୍ତାନୀ ବୋଲରମାନେ ରୁଟ୍ ସାମ୍ନାରେ ସମ୍ପୂର୍ଣ୍ଣ ଫ୍ଲପ୍ ଦେଖାଯାଉଥିଲେ। ରୁଟ୍ ୧୪ ଚୌକା ଓ ୪ ଛକା ସହାୟତାରେ ୩୦୫ ବଲରେ ୨୦୦ ରନ୍ ପୂରଣ କରିଛନ୍ତି। ଇଂରାଜୀ ବ୍ୟାଟ୍ସମ୍ୟାନ୍ ଏହି ଦ୍ଵିଶତକ ସହ ବିରାଟ କୋହଲିଙ୍କ ଅତି ନିକଟତର ହୋଇଛନ୍ତି। ଟେଷ୍ଟରେ ଏହା ରୁଟ୍ ଙ୍କ ଷଷ୍ଠ ଦ୍ଵିଶତକ ଥିଲା। ବିରାଟ କୋହଲି ଏପର୍ଯ୍ୟନ୍ତ ଟେଷ୍ଟରେ ସାତଟି ଦ୍ୱିଶତକ ହାସଲ କରିଛନ୍ତି। ଏପରି ପରିସ୍ଥିତିରେ କୋହଲିଙ୍କ ରେକର୍ଡ ସହ ସମାନ ହେବା ପାଇଁ ରୁଟ୍ ଙ୍କୁ ଆଉ କେବଳ ଗୋଟିଏ ଦ୍ୱିଶତକ ଆବଶ୍ୟକ। ଯେତେବେଳେ ରୁଟ୍ ୧୯୦ରନ୍ ସ୍କୋରରେ ବ୍ୟାଟିଂ କରୁଥିଲେ, ସେତେବେଳେ ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜାମ ତାଙ୍କ କ୍ୟାଚ୍ ଛାଡିଥିଲେ। ରୁଟ୍ ଙ୍କୁ ଜୀବନଦାନ ମିଳିବା ଯୋଗୁଁ ସେ ଦ୍ଵିଶତକ ପୂରଣ କରିଥିଲେ। ପ୍ରକାଶ ଯେ, ଦ୍ଵିଶତକ ସହିତ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ସହରକୁ ନିଶା ମୁକ୍ତ ଜିଲ୍ଲା କରିବା ପାଇଁ ନୂଆ ଆରକ୍ଷୀ ଅଧିକ୍ଷକଙ୍କ ପ୍ରୟାସ ଆରମ୍ଭ ହୋଇଛି। ଏଥର ଜିଲ୍ଲାରେ ନିଶା ବେପାରୀମାନେ ସାବାଡ଼ ହେବେ। ସେମାନଙ୍କୁ ସାବାଡ଼ କରିବା ପାଇଁ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥଙ୍କ ଦ୍ଵାରା ଆଣ୍ଟି ନାର୍କୋଟିକ୍ସ ସ୍କ୍ବାଡ ଗଠନ କରାଯାଇଛି। ତେବେ ସାଗରିକା ନାଥ ଜନସାଧାରଣଙ୍କୁ ଏଅଭିଯାନରେ ସାମିଲ ହେବା ପାଇଁ ନିବେଦନ କରିଛନ୍ତି। ଏଭଳି କୌଣସି ଗତିବିଧି ଦେଖିଲେ କିମ୍ବା ସୂଚନା ମିଳିଲେ ତୁରନ୍ତ ହେଲ୍ପଲାଇନ ନମ୍ବରରେ ଜଣାଇବା ପାଇଁ ନିବେଦନ କରାଯାଇଛି। ଯାହାର ୯୪୩୮୯ ୧୬୫୧୭ ନମ୍ବରକୁ ଫୋନ କରି ନିଶା କାରବାର ଉପରେ ସୂଚନା ଦେବା ପାଇଁ ଜନସାଧାରଣଙ୍କୁ ଆରକ୍ଷୀ ଅଧିକ୍ଷକ ପରାମର୍ଶ ଦେଇଛନ୍ତି। ତେବେ ନବ ଗଠିତ ଆଣ୍ଟି ନାର୍କୋଟିକ୍ସ ସ୍କ୍ବାଡ ଟିମକୁ ପ୍ରଥମ ସଫଳତା ମିଳିଛି। ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବରୁଣେଇ ରାସ୍ତା ଶାଗୁଆନ ଜଙ୍ଗଲରେ ବ୍ରାଉନସୁଗାର କାରବାର ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଏହି ମାମଲାରେ…

Read More

ନୂଆଦିଲ୍ଲୀ: ୫୪ ବର୍ଷୀୟ ପାକିସ୍ତାନୀ ଇମାମ ଜୁଲଫିକାର ଖାନଙ୍କୁ ଚରମପନ୍ଥୀ, ପାଶ୍ଚାତ୍ୟ ବିରୋଧୀ, ଇହୁଦୀ, ସମଲିଙ୍ଗି-ବିରୋଧୀ ବିବୃତ୍ତି କାରଣରୁ ଦେଶରୁ ବହିଷ୍କାର କରିବାକୁ ଇଟାଲୀ ନିର୍ଦ୍ଦେଶ ଜାରି କରିଛି। ଖାନ ୧୯୯୫ ରେ ଇଟାଲୀରେ ବାସ କରିବା ଆରମ୍ଭ କରିଥିଲେ, କିନ୍ତୁ ୨୦୨୩ ରୁ ତାଙ୍କର ଆଦର୍ଶ ଏବଂ କାର୍ଯ୍ୟକଳାପ ଉଗ୍ରବାଦ ଆଡକୁ ଗତି କରୁଥିଲା। ସେ ଖୋଲାଖୋଲି ଭାବରେ ହମାସକୁ ପ୍ରଶଂସା କରିଥିଲେ ଏବଂ ପାଶ୍ଚାତ୍ୟ ଦେଶ ବିରୁଦ୍ଧରେ ଘୃଣ୍ୟ ଭିଡିଓ ପୋଷ୍ଟ କରିଥିଲେ। ଇଟାଲୀ ତାଙ୍କୁ ଏକ ସମ୍ଭାବ୍ୟ ସୁରକ୍ଷା ବିପଦ ଭାବରେ ଦେଖୁଥିଲା ଏବଂ ତାଙ୍କ ପରମିଟ ପ୍ରତ୍ୟାହାର କରାଯାଇଥିଲା। ଇଟାଲୀରେ, ଜର୍ଜିଆ ମେଲୋନିଙ୍କ ନେତୃତ୍ୱାଧୀନ ସରକାର ଜୁଲଫିକାର ଖାନଙ୍କ ସହ ଜଡିତ କାଗଜପତ୍ରରେ ଅକ୍ଟୋବର ୮ ତାରିଖ ୨୦୨୪ରେ ଦସ୍ତଖତ କରିଛନ୍ତି, ଯାହା ପରେ ତାଙ୍କୁ ଦେଶରୁ ବାହାର କରିଦେବା ସହଜ ହେବ। ଜୁଲଫିକାର ଖାନ କ୍ରମାଗତ ଭାବରେ ଏପରି ବିବୃତ୍ତି ଦେଉଥିଲେ, ଯାହା ଇଟାଲୀ…

Read More

ନୂଆଦିଲ୍ଲୀ: 2024 ମହିଳା ଟି -20 ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରିଛି। ହରମାନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ଦଳ 82 ରନ୍ ବ୍ୟବଧାନରେ ବିପୁଳ ବିଜୟ ହାସଲ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ଏହାର ସେମିଫାଇନାଲ ଆଶାକୁ ଅକ୍ଷୁର୍ଣ୍ଣ ରଖିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ 20 ଓଭରରେ 3 ୱିକେଟ୍ ବିନିମୟରେ 172 ରନ୍ ସଂଗ୍ରହ କରିଥିଲା। ଏହିପରି ଭାବରେ ଶ୍ରୀଲଙ୍କାର 173 ରନ୍ ଲକ୍ଷ୍ୟ ଥିଲା, କିନ୍ତୁ ଚାମାରି ଅଟପାଟ୍ଟୁଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ଦଳ 19.5 ଓଭରରେ ମାତ୍ର 90 ରନ୍ ରେ ସୀମିତ ରହିଥିଲା। ଶ୍ରୀଲଙ୍କା ପାଇଁ କବିସ୍କା ଦିଲହରୀ ସର୍ବାଧିକ 21 ରନ୍ ସଂଗ୍ରହ କରିଥିଲେ। ଅନୁଷ୍କା ସଞ୍ଜୀବନୀ 22 ଟି ବଲରେ 20 ରନ୍ ସଂଗ୍ରହ କରିଥିଲେ। ଅମା କଞ୍ଚାନା 22 ବଲରେ 19 ରନ୍ ଯୋଗଦାନ କରିଥିଲେ, କିନ୍ତୁ ଏହା ବ୍ୟତୀତ…

Read More

ମୁମ୍ବାଇ: ଦେଶର ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟା ବୁଧବାର ରାତିରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ ଦେହାନ୍ତ କରିଛନ୍ତି। ତାଙ୍କୁ ଚେକଅପ୍ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ପାଇବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଶିଳ୍ପପତି ମୁକେଶ ଅମ୍ବାନୀ ବିଳମ୍ବିତ ରାତିରେ ଡାକ୍ତରଖାନାରେ ପହଞ୍ଚିଥିଲେ। ରତନ ଟାଟାଙ୍କ ପାର୍ଥିବ ଶରୀରକୁ କୋଲାବାସ୍ଥିତ ତାଙ୍କ ଘରକୁ ନିଆଯାଇଥିଲା। ଏହା ପରେ ସକାଳ ୯.୪୫ ରେ ତାଙ୍କ ପାର୍ଥିବ ଶରୀର କୋଲାବା ଠାରୁ ନରିମନ ପଏଣ୍ଟରେ NCPA କୁ ନିଆଯିବ। ରତନ ଟାଟାଙ୍କ ପାର୍ଥିବ ଶରୀର ଏଠାରେ ଶେଷ ଦର୍ଶନ ପାଇଁ ସକାଳ ୧୦ ଟାରୁ ୪ ଟା ପର୍ଯ୍ୟନ୍ତ ରଖାଯିବ। ଏହା ପରେ ୱର୍ଲିରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଆଜି ମହାରାଷ୍ଟ୍ରର ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ ହୋଇଛି। ମୁଖ୍ୟମନ୍ତ୍ରୀ କ’ଣ କହିଲେ?: ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ…

Read More