Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରତନ ଟାଟାଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ରଦ୍ଦ, ଜାଣନ୍ତୁ କ’ଣ କହିଲେ ସିଏମ ସିନ୍ଦେ?
ଜାତୀୟ ଖବର

ରତନ ଟାଟାଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ରଦ୍ଦ, ଜାଣନ୍ତୁ କ’ଣ କହିଲେ ସିଏମ ସିନ୍ଦେ?

October 10, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଦେଶର ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟା ବୁଧବାର ରାତିରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ ଦେହାନ୍ତ କରିଛନ୍ତି। ତାଙ୍କୁ ଚେକଅପ୍ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ପାଇବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଶିଳ୍ପପତି ମୁକେଶ ଅମ୍ବାନୀ ବିଳମ୍ବିତ ରାତିରେ ଡାକ୍ତରଖାନାରେ ପହଞ୍ଚିଥିଲେ।

ରତନ ଟାଟାଙ୍କ ପାର୍ଥିବ ଶରୀରକୁ କୋଲାବାସ୍ଥିତ ତାଙ୍କ ଘରକୁ ନିଆଯାଇଥିଲା। ଏହା ପରେ ସକାଳ ୯.୪୫ ରେ ତାଙ୍କ ପାର୍ଥିବ ଶରୀର କୋଲାବା ଠାରୁ ନରିମନ ପଏଣ୍ଟରେ NCPA କୁ ନିଆଯିବ। ରତନ ଟାଟାଙ୍କ ପାର୍ଥିବ ଶରୀର ଏଠାରେ ଶେଷ ଦର୍ଶନ ପାଇଁ ସକାଳ ୧୦ ଟାରୁ ୪ ଟା ପର୍ଯ୍ୟନ୍ତ ରଖାଯିବ। ଏହା ପରେ ୱର୍ଲିରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଆଜି ମହାରାଷ୍ଟ୍ରର ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ ହୋଇଛି।

ମୁଖ୍ୟମନ୍ତ୍ରୀ କ’ଣ କହିଲେ?:

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, “ଭାରତର ରତ୍ନ ରତନ ଟାଟା ଆଉ ନାହାଁନ୍ତି, ଏହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଖବର। ବହୁ ସଂଖ୍ୟାରେ ଲୋକ ତାଙ୍କ ଦ୍ଵାରାରା ଅନୁପ୍ରାଣିତ ହୋଇଥିଲେ ଏବଂ ଉତ୍ସାହିତ ହୋଇଥିଲେ। ସେ ମହାରାଷ୍ଟ୍ରର ଗର୍ବ। ସେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥିଲେ। ରତନ ଟାଟା ଆମ ଦେଶର କୋହିନୂର ଥିଲେ। ସେ ଦେଶ ପାଇଁ ବଡ ଯୋଗଦାନ ଦେଇଥିଲେ। ସେ ଜଣେ ଦେଶ ଭକ୍ତ ଏବଂ ଦେଶ ପ୍ରେମୀ ଥିଲେ।

eknath shinde Maharashtra News Mumbai News ratan tata
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ା-୨୦୨୬: ସେପ୍ଟେମ୍ବର ୧୭ରୁ ଭାରତର ଅଭିଯାନ, ଜାଣନ୍ତୁ କାର୍ଯ୍ୟସୂଚୀ

September 15, 2026

ରାସନ କାର୍ଡଧାରୀମାନଙ୍କୁ ମାଗଣା ଏସି: କ’ଣ ନୂତନ ଯୋଜନା ଆଣିଲେ ମୋଦି ସରକାର?

September 15, 2026

ସଜନା ଶାଗ ତୋଳିବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

September 15, 2026

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

September 15, 2026
Latest News

ଏସୀୟ କ୍ରୀଡ଼ା-୨୦୨୬: ସେପ୍ଟେମ୍ବର ୧୭ରୁ ଭାରତର ଅଭିଯାନ, ଜାଣନ୍ତୁ କାର୍ଯ୍ୟସୂଚୀ

September 15, 2026

ରାସନ କାର୍ଡଧାରୀମାନଙ୍କୁ ମାଗଣା ଏସି: କ’ଣ ନୂତନ ଯୋଜନା ଆଣିଲେ ମୋଦି ସରକାର?

September 15, 2026

ସଜନା ଶାଗ ତୋଳିବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

September 15, 2026

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

September 15, 2026

ଜେଡିୟୁ ଏବଂ ଚିରାଗ ପାସୱାନଙ୍କ ପରେ ଏବେ ୟୁସିସି ଉପରେ ପ୍ରତିକ୍ରିୟା ପ୍ରକାଶ କଲା ଟିଡିପି

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.