ନୂଆଦିଲ୍ଲୀ: ଭାରତୀୟ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି)ଙ୍କ ପକ୍ଷରୁ ନୂଆଦିଲ୍ଲୀରେ ମଙ୍ଗଳବାର ଦିନ ପ୍ରଥମ ଥର ଲାଗି ରାଜ୍ୟ ଅର୍ଥ ସଚିବ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଭାରତର ସିଏଜିଙ୍କ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ସଚିବ (ବ୍ୟୟ), ରାଜ୍ୟମାନଙ୍କର ଅତିରିକ୍ତ ମୁଖ୍ୟ ଶାସନ ସଚିବ/ପ୍ରମୁଖ ସଚିବ/ସଚିବ (ଅର୍ଥ), ରିଜର୍ଭ ବ୍ୟାଙ୍କର ପ୍ରତିନିଧି, କେନ୍ଦ୍ର ସରକାର ଓ ଅର୍ଥ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଗଠିତ ଆକାଉଣ୍ଟିଂ ସେବା ଅଧିକାରୀ, ରାଜ୍ୟମାନଙ୍କର ଆକାଉଣ୍ଟ ଏବଂ ଅଧିକାର କାର୍ଯ୍ୟ ସମ୍ପାଦନ କରୁଥିବା ଆକାଉଣ୍ଟାଣ୍ଟ ଜେନେରାଲ ଓ ବରିଷ୍ଠ ପ୍ରବନ୍ଧନ ଅଧିକାରୀ ଏବଂ ଭାରତର ସିଏଜିଙ୍କ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ସାଧାରଣ ସୂତ୍ର ଭାବରେ କାର୍ଯ୍ୟ କରୁଥିବା ସଂଘୀୟ ବିତ୍ତୀୟ କ୍ଷେତ୍ରରେ ଭାରତର ସିଏଜି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସିଏଜି କେବଳ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ…
Author: SM Network
ଭୁବନେଶ୍ୱର: ବିଶିଷ୍ଟ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀକୁ ରାଜ୍ୟ ସ୍ତରରେ ବ୍ୟାପକ ଭାବରେ ପାଳନ କରାଯିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଏହାକୁ ଚତୁର୍ଥ ଜନ ଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବ। ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ସ୍ତରରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ୨୦୨୧ରୁ ଜନ ଜାତୀୟ ଗୌରବ ଦିବସ ଭାବେ ପାଳିତ ହୋଇ ଆସୁଅଛି। ଏହି ନିଷ୍ପତ୍ତି ଅନୁଯାୟୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଚଳିତ ବର୍ଷ ନଭେମ୍ବର ୧୫ ତାରିଖରୁ ୨୦୨୫ ନଭେମ୍ବର ୧୫ ପର୍ଯ୍ୟନ୍ତ ବର୍ଷ ବ୍ୟାପୀ ପାଳନ କରାଯିବ। ଆଦିବାସୀ କଳା, ସଂସ୍କୃତି, ଐତିହ୍ୟ, ଇତିହାସର ପ୍ରଚାର ପ୍ରସାର, ଶିକ୍ଷା ଓ ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ସଚେତନତା ସଂପର୍କିତ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ସେମାନଙ୍କ ଜୀବିକାର ସୁରକ୍ଷା ଓ ଆର୍ଥିକ ବିକାଶ…
ମେଷ ରାଶି: ଆୟ ଏବଂ ପ୍ରଗତି ବୃଦ୍ଧି ଅନୁକୂଳ ହେବ। ଲାଭ ସୁଯୋଗ ଆସିବ। ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବିପୁଳ ଲାଭ ଦେଇପାରେ। ବେକାରୀ ହଟାଇବା ପାଇଁ ପ୍ରୟାସ ସଫଳ ହେବ। ସହଭାଗୀମାନଙ୍କର ସହଯୋଗ ଠିକ୍ ସମୟରେ ପ୍ରାପ୍ତ ହେବ। ଭ୍ରମଣ ଯୋଜନା ପ୍ରସ୍ତୁତ ହୋଇପାରେ। ଘର ବାହାରେ କିଛି ଟେନସନ ହେବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବୃଷ ରାଶି: ଚାକିରିରେ ସୁବିଧା ବଢିପାରେ। ପାର୍ଟି ଏବଂ ପିକନିକର ଏକ କାର୍ଯ୍ୟକ୍ରମ ହେବ। ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିପାରନ୍ତି। ବ୍ୟବସାୟ ଅନୁକୂଳ ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। କାମରେ ମନ ଲାଗିବ। ସେୟାର ବଜାରରେ ଲାଭ ହେବ। ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନପ୍ରାପ୍ତି ହେବାର ସୁଯୋଗ ମିଳିବ। ମିଥୁନ ରାଶି: କାମ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ। ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ଚିନ୍ତା ଏବଂ ଟେନସନ ହେବେ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବ୍ୟବସାୟ ଭଲ ହେବ। ଆୟରେ ନିଶ୍ଚିତତା…
ଭୁବନେଶ୍ୱର: ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗ୍ରାଚୁଇଟିର ସୀମା ୧୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ମୃତ୍ୟୁ ତଥା ଅବସର କାଳୀନ ଗ୍ରାଚ୍ୟୁଟି (DCRG)କୁ 15 ଲକ୍ଷ ରୁ 20 ଲକ୍ଷ ଟଙ୍କାକୁ ତା 01.01.2024 ରୁ ପିଛିଲା ଭାବରେ ଲାଗୁ କରାଗଲା। ରାଜ୍ୟର ବିଭିନ୍ନ ସେବା ସଙ୍ଗଠନ ଗୁଡିକ ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର 01.01.2024ରୁ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ପେନ୍ସନ୍) ନିୟମ ଅନୁଯାୟୀ ମୃତ୍ୟୁ ତଥା ଅବସର କାଳୀନ ଗ୍ରାଚ୍ୟୁଟିକୁ ବୃଦ୍ଧି କରିଛନ୍ତି।
ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟର ମନସ୍ତତ୍ଵ ବିଭାଗ ପକ୍ଷରୁ ପ୍ରାକ୍ତନ ବିଭାଗୀୟ ମୁଖ୍ୟ ତଥା ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମନୋବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପିକା କ୍ରୀଷ୍ଣା ସେଠୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେବା ପରେ ବିଭାଗର ଛାତ୍ର ଛାତ୍ରୀମାନେ ଡକ୍ଟର କଳ୍ପନା ଦାଶ ଙ୍କର ଦୀର୍ଘ ଛତିଶ ବର୍ଷର କର୍ମମୟ ଜୀବନ, ଶିକ୍ଷାଦାନ ଶୈଳୀ, ଛାତ୍ର ବତ୍ସଳତା, ଗଠନମୂଳକ କାର୍ଯ୍ୟ, ଜାତୀୟ ସେବା ଯୋଜନାରେ ସମ୍ପୃକ୍ତି, ଛାତ୍ର କଲ୍ୟାଣ ସମେତ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିବାର ଅଭିନଵ ଶୈଳୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନେକ ପୁରାତନ ଛାତ୍ର ଛାତ୍ରୀ ଯୋଗଦେଇ ଡଃ କଳ୍ପନା ଦାଶ ଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱ ଓ ମହାନୁଭବତାର କଥା ଅବତାରଣା କରିଥିଲେ। ଭିଡିଓ ବାର୍ତ୍ତାରେ ଦୂର ଦୂରlନ୍ତର ଶିକ୍ଷାର୍ଥୀମାନେ ସେମାନଙ୍କର କର୍ମମୟ…
ବାଣପୁର (ସିତାରାମ ଅଗ୍ରୱାଲ): ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଏହାର ସୁଯୋଗ ନେଉଛନ୍ତି ଜୁଆଡ଼ି। ବିଭିନ୍ନ ସ୍ଥାନରେ ଜୁଆ ଖେଳରେ ମାତୁଛନ୍ତି ଜୁଆଡ଼ି, ଯାହାଲାଗି ବହୁ ପରିବାର ନଷ୍ଟ ମଧ୍ୟ ହେଉଛି। ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଏକାଧିକ ଜୁଆଡ଼ିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ମୁତାବକ ଆଜି ଏକଡାଳିଆ ଗ୍ରାମରେ ବେଆଇନ ଜୁଆ ଆଡ୍ଡା ଚାଲିଥିବାର ଖବର ପାଇ ବାଣପୁର ଆଇଆଇସି ରମେଶ କୁମାର ଦେବତ୍ତା ସଦଳବଳେ ଉକ୍ତ ଗ୍ରାମରେ ଚଢ଼ାଉ କରି ୬ ଜୁଆଡ଼ି ଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୧୭ ହଜାର ୭୧୫ ଟଙ୍କା, ତାସ ପାଲି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ବେଆଇନ ବାଣ ବିକ୍ରି ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତକୁ ବାଲୁଗାଁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ହରପ୍ରସାଦ ତ୍ରିପାଠୀ ଓ ନରେନ୍ଦ୍ର ମହାରଣା। ହରପ୍ରସାଦ ନିଜ ଭେରାଇଟି ଷ୍ଟୋରରେ ଏବଂ ନରେନ୍ଦ୍ର ନିଜ ହୋଟେଲରେ ବାଣ ରଖି ବ୍ୟବସାୟ କରୁଥିବା ପୋଲିସ କୌଣସି ସୂତ୍ରରୁ ଖବରପାଇ ଅଚାନକ ଚଢ଼ାଉ କରିଥିଲା।ଚଢ଼ାଉ ସମୟରେ ଉଭୟଙ୍କ ନିକଟରୁ ବିପୁଳ ବାଣ ଜବତ କରିବାସହ ଉଭୟଙ୍କ ବିରୁଦ୍ଧରେ ପୃଥକ ଭାବେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଜବତ ବାଣର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆଇଆଇସି ଜୟ ପ୍ରକାଶ ପରିଡା ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ବାୟୁସେନା ଦିବସରେ ଭାରତର ବୀର ବାୟୁ ସୈନିକ ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ଆମର ବୀର ବାୟୁ ଯୋଦ୍ଧା ମାନଙ୍କୁ ବାୟୁସେନା ଦିବସର ଅଭିନନ୍ଦନ। ସାହସ ଓ ପେସାଦାର ମନୋବୃତ୍ତି ପାଇଁ ଆମ ବାୟୁସେନା ପ୍ରଶଂସାର ପାତ୍ର। ଦେଶକୁ ରକ୍ଷା କରିବା ଦିଗରେ ସେମାନଙ୍କ ଭୂମିକା ପ୍ରଶଂସନୀୟ।”
ନୁଆଦିଲ୍ଲୀ: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟପ୍ରଦେଶର ଭୈରୁଣ୍ଡାଠାରେ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟର ଗ୍ରାମୀଣ ଆତ୍ମନିଯୁକ୍ତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆବାସ ସଖୀ ମୋବାଇଲ୍ ଆପ୍ ଉନ୍ମୋଚନ କରିବା ସହ ୧୮ଟି ରାଜ୍ୟରେ ୧୦୦ଟି ଗୋଷ୍ଠୀ ପରିଚାଳିତ ପ୍ରଶିକ୍ଷଣ କେନ୍ଦ୍ର- ସିଏମଟିସିର ଉଦଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ୫୦୦ କିଲୋମିଟର ନୂତନ ପକ୍କା ରାସ୍ତାର ଶିଳାନ୍ୟାସ କରିବା ସହ ଗ୍ରାମ ସଡ଼କ ସର୍ବେକ୍ଷଣ ଓ ଯୋଜନା ଉପକରଣର ଶୁଭାରମ୍ଭ କରିଥିଲେ। ସେହିପରି ମଧ୍ୟପ୍ରଦେଶରେ ୫ଟି ନୂଆ ଆରଏସଇଟିଆଇ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି। ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ କମଲେଶ ପାସୱାନ, ମଧ୍ୟପ୍ରଦେଶର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରହ୍ଲାଦ ପଟେଲ, ଗ୍ରାମ୍ୟ ଉନ୍ନୟନ ସଚିବ ଶୈଳେଶ କୁମାର ଏବଂ ମନ୍ତ୍ରଣାଳୟ ତଥା ରାଜ୍ୟ ସରକାରଙ୍କ ଅନେକ ଅଧିକାରୀ ଉପସ୍ଥିତ…
ଭୁବନେଶ୍ୱର: ପୂର୍ବତଟ ରେଳପଥ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଭୁବନେଶ୍ୱରର ରାଜ୍ୟ ମୁଖ୍ୟାଳୟରେ ଏହାର ଷ୍ଟେଟ୍ ଲେଭଲ୍ ରୋଭର୍ସ ଆଣ୍ଡ ରେଞ୍ଜର୍ସ ମିଟ୍ ଆୟୋଜନ କରିଅଛି କରୁଛି। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ୱାଲଟିୟର ରେଳମଣ୍ଡଳର ସ୍ବେଛାସେବୀ ମାନେ ଅଂଶଗ୍ରହଣ କରିଥିବାବେଳେ ଏହାର ମୁଖ୍ୟାଳୟ ଓ ମଞ୍ଚେଶ୍ୱର ରେଳ ଡ଼ବା ମରାମତି କାରଖାନା ଏବଂ ପୁରୀ ୟୁନିଟ ସହିତ ରେଳପଥର ସମସ୍ତ କୋଣ ଅନୁକୋଣରୁ ସ୍ୱେଚ୍ଛାସେବୀମାନେ ଏକତ୍ରିତ ହୋଇଛନ୍ତି। ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା ଆଜି ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ (ନୁକ୍କଡ ନାଟକ) ପ୍ରଦର୍ଶନ କରାଯାଇ ସ୍ୱଚ୍ଛତା ଏବଂ ଦୁର୍ନୀତି ବିରୋଧରେ ଲଢେଇ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି ଯାହାକି ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା। ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ରୋଭର୍ସ ଏବଂ ରେଞ୍ଜର୍ସ ମାନଙ୍କ ଦ୍ୱାରା ଆକର୍ଷଣୀୟ ପଥପ୍ରାନ୍ତ ନାଟକ ମାଧ୍ୟମରେ ସେମାନେ ସଫଳତାର ସହ…
ମୟୂରଭଞ୍ଜ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ବଡ଼ ଆହ୍ୱାନ ସୃଷ୍ଟି କରିଛି। ମୌସୁମୀ ବର୍ଷାରେ ଅନିୟମିତତା ଏବଂ ଜନସଂଖ୍ୟା ବୃଦ୍ଧି ଫଳରେ ଭୂତଳ ଜଳର ବ୍ୟବହାର ବଢ଼ି ଚାଲିଛି। ଏହି ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ପାଇଁ ବର୍ଷାଜଳ ସଂରକ୍ଷଣ ଓ ଭୂତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ ଆଦିବାସୀ ବହୁଳ ତଥା ଖଣି ଜିଲ୍ଲା ମୟୂରଭଞ୍ଜରେ ବର୍ଷାଜଳ ସଂରକ୍ଷଣ ଓ ଭୂତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ ଲାଗି ବିଭିନ୍ନ ପ୍ରକଳ୍ପ କରାଯାଉଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ଆର୍ଥିକ ସହାୟତା ଯୋଗାଇ ଦେଉଛି। ଆୟତନ ଦୃଷ୍ଟିରୁ ଓଡ଼ିଶାର ଏକ ବୃହତମ ଜିଲ୍ଲା ହେଉଛି ମୟୂରଭଞ୍ଜ। ବଣ ପାହାଡ଼ଘେରା ଏହି ଜିଲ୍ଲାରେ ବିଭିନ୍ନ ବନଖଣ୍ଡ ଅଧୀନରେ ବର୍ଷାଜଳ ସଂରକ୍ଷଣ ପାଇଁ ଚେକଡ୍ୟାମ ନିର୍ମାଣ କରାଯାଇଛି।…
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ଜିତିବାକୁ ଯାଉଛି ବୋଲି କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରିଥିଲା। ଏକଜିଟ୍ ପୋଲ୍ ମଧ୍ୟ କଂଗ୍ରେସର ବିଜୟ ଦର୍ଶାଉଥିଲା, କିନ୍ତୁ ଫଳାଫଳ ଦିନ ଏହି ପରିସ୍ଥିତି ବଦଳିଗଲା, କିନ୍ତୁ ହରିୟାଣାରେ ବିଜେପିର ବିଜୟ ପଛରେ ଦଳର ଏପରି ତିନିଜଣ ନେତା ଅଛନ୍ତି, ଯାହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ହରିୟାଣା ବିଧାନସଭା ନିର୍ବାଚନରେ ରାଜ୍ୟ ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉଭୟ ସହ-ପ୍ରଭାରୀ ବିପ୍ଲବ ଦେବ ଏବଂ ସୁରେନ୍ଦ୍ରଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଜବରଦସ୍ତ ଥିଲା। ପାର୍ଟି ଟିକେଟ୍ ବଣ୍ଟନ କରିଥିଲା, ତଥାପି ଧର୍ମେନ୍ଦ୍ର ପ୍ରଧାନ ଚର୍ଚ୍ଚାକୁ ନଆସି ଛୋଟ ବୈଠକ କରିଥିଲେ। ଅସନ୍ତୁଷ୍ଟ ନେତା ଓ କର୍ମୀମାନଙ୍କୁ ଶାନ୍ତ କରିବା ପାଇଁ ଅନେକ ବୈଠକ କରିଥିଲେ। ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ବୈଠକର ଫଳାଫଳ ହେଲା ଯେ ଦଳ ବିରୋଧରେ ନିର୍ବାଚନ ଲଢିବାକୁ ସ୍ଥିର କରିଥିବା ଅଧାରୁ ଅଧିକ ଲୋକଙ୍କ ନାମାଙ୍କନ ପ୍ରତ୍ୟାହାର କରାଯାଇଥିଲା…
ନୂଆଦିଲ୍ଲୀ: ରାମବିଳାସ ପାଶ୍ୱାନ ଜୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀ ରାମବିଳାସ ପାଶ୍ୱାନ ଜୀ ଜଣେ ଅସାଧାରଣ ନେତା ଥିଲେ। ଏକ ଦୃଢ଼ ଓ ବିକାଶିତ ଭାରତ ଗଠନ ସହ ଗରିବଙ୍କୁ ସଶକ୍ତ କରିବା ଦିଗରେ ସେ ନିଜକୁ ଉତ୍ସର୍ଗ କରିଥିଲେ। ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ମୋର ପ୍ରିୟବନ୍ଧୁ ତଥା ଭାରତର ଜଣେ ପ୍ରମୁଖ ନେତା ଶ୍ରୀ ରାମ ବିଳାସ ପାଶ୍ୱାନ ଜୀଙ୍କୁ ତାଙ୍କ ଜନ୍ମ ତିଥିରେ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସେ ଜଣେ ଅସାଧାରଣ ନେତା ଥିଲେ ଏବଂ ଦୃଢ଼ ତଥା ବିକଶିତ ଭାରତ ଗଠନ ସହ ଗରିବଙ୍କୁ ସଶକ୍ତ କରିବା ଦିଗରେ ସେ ନିଜକୁ ଉତ୍ସର୍ଗ କରିଥିଲେ। ଅନେକ ବର୍ଷ ତାଙ୍କ ସହ କାମ କରିବାର ସୁଯୋଗ ମିଳିବା ମୋର ସୌଭାଗ୍ୟ। ଅନେକ ପ୍ରସଙ୍ଗରେ ତାଙ୍କ ଦୂରଦୃଷ୍ଟିକୁ ମୁଁ ଏବେ ବହୁତ…
ନୁଆଦିଲ୍ଲୀ: ନବରାତ୍ରୀର ଷଷ୍ଠ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବୀ କାତ୍ୟାୟନୀଙ୍କୁ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ନବରାତ୍ରୀର ଷଷ୍ଠୀରେ ମା’ କାତ୍ୟାୟନୀଙ୍କୁ ବିଶେଷ ପ୍ରାର୍ଥନା। ମାତାଙ୍କ ଆଶୀର୍ବାଦରେ ତାଙ୍କର ସବୁ ଭକ୍ତଙ୍କ ଜୀବନରେ ଶକ୍ତି, ସାମର୍ଥ୍ୟ ଏବଂ ସାହସର ସଞ୍ଚାର ହେଉ, ଏହି ପ୍ରାର୍ଥନା।”
ମୁମ୍ବାଇ: ରିଲାଏନ୍ସ ରିଟେଲର ଓମିନି ଚାନେଲ ସୌନ୍ଦର୍ଯ୍ୟ ପ୍ଲାଟଫର୍ମ ‘ଟିରା’ ପକ୍ଷରୁ ଭାରତରେ ବିଶ୍ୱର ଅଗ୍ରଣୀ ବିଳାସପୂର୍ଣ୍ଣ ସ୍କିନ କେୟାର ଏବଂ ହେୟାର କେୟାର ବ୍ରାଣ୍ଡ ‘ଅଗଷ୍ଟିନସ୍ ବେଡ଼ର୍’ ର ଶୁଭାରମ୍ଭ କରାଯାଇଛି। ଏହି ବ୍ରାଣ୍ଡ ଏହାର ଅତ୍ୟାଧୁନିକ ବିଜ୍ଞାନଆଧାରିତ ସୂତ୍ର ପାଇଁ ଜଣାଶୁଣା, ଯାହା ୩୦ ବର୍ଷର ଅନୁସନ୍ଧାନ ଏବଂ ଟିଏଫସି ୮ ଜ୍ଞାନକୌଶଳ ଉପରେ ଆଧାରିତ। ଏହି ଜ୍ଞାନକୌଶଳ ଶରୀରର ପ୍ରାକୃତିକ ଦକ୍ଷତାକୁ ସକ୍ରିୟ କରି ତ୍ୱଚାକୁ ଠିକ କରିବା ଏବଂ ପୁନର୍ଜୀବିତ କରିବାରେ ସହାୟକ ହୋଇଥାଏ। ଟିରାର ସହ-ପ୍ରତିଷ୍ଠାତା ଭକ୍ତି ମୋଦୀ କହିଛନ୍ତି ଯେ, “ଆମର ପ୍ଲାଟଫର୍ମର ଉଦ୍ଦେଶ୍ୟ ହେଉଛି ଭାରତୀୟ ଗ୍ରାହକମାନଙ୍କୁ ଉଭୟ ବିଶ୍ୱ ଏବଂ ଘରୋଇ କ୍ଷେତ୍ରର ଶ୍ରେଷ୍ଠ ବ୍ରାଣ୍ଡଗୁଡିକ ଉପଲବ୍ଧ କରାଇବା। ‘ଅଗଷ୍ଟିନସ୍ ବେଡ଼ର୍ ର ଶୁଭାରମ୍ଭ ଭାରତରେ ଆମର ବିଳାସପୂର୍ଣ୍ଣ ସ୍କିନ କେୟାର ପୋର୍ଟଫୋଲିଓକୁ ଅଧିକ ସଶକ୍ତ କରିବ। ଏହା ଆମ ଗ୍ରାହକମାନଙ୍କ ପାଇଁ ଏକ ଖାସ ସୁଯୋଗ।” ଅଗଷ୍ଟିନସ୍ ବେଡ଼ର୍ ର ସିଇଓ ଚାର୍ଲ୍ସ ରୋସିୟର୍ କହିଛନ୍ତି ଯେ, “ଟିରା ସହ ଏହି ସହଭାଗୀତା ଆମ…
ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ପ୍ରଥମ ଟି -20 ମ୍ୟାଚରେ ମୟଙ୍କ ଯାଦବ ଡେବ୍ୟୁ କରିଥିଲେ। ତାଙ୍କର ଡେବ୍ୟୁ ମ୍ୟାଚରେ ମୟଙ୍କ 149.9 କିଲୋମିଟର ବେଗରେ ବଲ ଫିଙ୍ଗି ସମସ୍ତଙ୍କୁ ଚକିତ କରିଥିଲେ। ମୟଙ୍କ ଯିଏ ଆଇପିଏଲ୍ 2024 ରେ ଦ୍ରୁତତମ ବଲ୍ ବୋଲିଂ କରିଥିଲେ। ଆଇପିଏଲରେ ଦ୍ରୁତ ବୋଲିଂ କରି ଚକିତ କରିଥିବା ଏହି ବୋଲର ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ବଲ ଫିଙ୍ଗି ବ୍ୟାଟ୍ସମ୍ୟାନମାନଙ୍କୁ ଅସୁବିଧାରେ ପକାଇବାରେ ସଫଳ ହୋଇଛନ୍ତି। ମୟଙ୍କ ଯେଉଁଭଳି ଭାବରେ ଆରମ୍ଭ କରିଛନ୍ତି। ତାଙ୍କୁ ଦେଖିଲେ ଅନୁମାନ କରାଯାଇପାରେ ଯେ ଆଗାମୀ ସମୟରେ ଭାରତର ଏହି ଯୁବ ବୋଲର 156 କିଲୋମିଟର ବେଗଠାରୁ ଅଧିକ ଦ୍ରୁତ ଗତିରେ ବଲ୍ ଫିଙ୍ଗିବାରେ ସଫଳ ହୋଇପାରିବେ। ଏଭଳି ପରିସ୍ଥିତିରେ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ଶ୍ରେଷ୍ଠ 10 ଦ୍ରୁତ ବୋଲରଙ୍କ ବିଷୟରେ ଜାଣିବା…. ଉମ୍ରାନ ମଲିକ- 157 କିମି/ଘଣ୍ଟା ଭାରତୀୟ କ୍ରିକେଟ୍ ଇତିହାସରେ ଭାରତର ଉମ୍ରାନ ମଲିକ୍ ଦ୍ରୁତତମ…
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଡ଼ଗାମ ଆସନରୁ ଜିତିଛନ୍ତି ଏବଂ ଏହି ସମୟରେ ଏନସି ନେତା ଡକ୍ଟର ଫାରୁକ୍ ଅବଦୁଲ୍ଲା ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଫାରୁକ୍ ଅବଦୁଲ୍ଲା କହିଛନ୍ତି ଜେ, “ଲୋକମାନେ ସେମାନଙ୍କର ନିଷ୍ପତ୍ତି ଦେଇଛନ୍ତି, ଜାମ୍ମୁ କାଶ୍ମୀରର ସମସ୍ୟାର ସମାଧାନ କରିବାକୁ ପଡିବ। ନିର୍ବାଚନରେ ଭାଗ ନେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଫଳାଫଳ ଆପଣଙ୍କ ସାମ୍ନାରେ ଥିବାରୁ ଆଲ୍ଲାଙ୍କୁ ଧନ୍ୟବାଦ। ସେ ଏହା ମଧ୍ୟ କହିଛନ୍ତି ଯେ, ”ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ।” ବଡ଼ଗାମ ଆସନରେ ୫୮.୯୭ ପ୍ରତିଶତ ଭୋଟ୍ ଦିଆଯାଇଥିଲା। ଏହି ଆସନ ୧୯୭୭ ପରଠାରୁ ଏନସିର ଏକ ଗଡ଼ ହୋଇଆସୁଛି।
ନୂଆଦିଲ୍ଲୀ: ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଜାରି ରହିଛି। ଏହି ଧାରାରେ ଭାରତୀୟ ଜନତା ପାର୍ଟି ୪୮ ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୩୭ ଟି ଆସନରେ ଆଗୁଆ ରହିଛି। ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି ଏବଂ କଂଗ୍ରେସ ନେତା ଭୁପେନ୍ଦ୍ର ସିଂ ହୁଡା ନିଜ ନିଜ ଆସନରେ ଆଗୁଆ ଅଛନ୍ତି। ଏହି ଟ୍ରେଣ୍ଡ ମଧ୍ୟରେ ଏକ ମଜାଦାର ଚିତ୍ର ଉଭା ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ବିଜେପି ପାଇଁ ଟ୍ରମ୍ପ କାର୍ଡ ବୋଲି ପ୍ରମାଣିତ କରିଛନ୍ତି। ଏଥି ସହ ରାହୁଲ ଗାନ୍ଧୀ କଂଗ୍ରେସ ପାଇଁ କୌଣସି ବିଶେଷ ଚମତ୍କାର କରିପାରି ନାହାଁନ୍ତି। ହରିୟାଣାରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦୀ ମୋଟ ୫ ଟି ରାଲି କରିଥିଲେ। ଏହି ସମାବେଶର ପ୍ରଭାବ ହରିୟାଣାର ୧୭ ଟି ବିଧାନସଭା ଆସନ ଉପରେ ପଡିଥିଲା। ଏଥିମଧ୍ୟରୁ ବିଜେପି ୧୦ ଟି ଆସନରେ ଆଗୁଆ ରହିଛି। ଏହା ବ୍ୟତୀତ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କୁକୁଡାଖଣ୍ଡି ବ୍ଲକ ସମ୍ମୁଖ ଏକ ଭଡାଘରେ ରହୁଥିବା ଜନୈକ ଯୁବତୀ ଶରୀରରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ସୋମବାର ଦିନ ରାଣୀ ପ୍ରଧାନ (୨୧) ନାମକ ଜଣେ ଯୁବତୀ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ନିଆଁରେ ଜଳି ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ସମୟରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଆତ୍ମହତ୍ୟାର କାରଣ ବାପା ଝିଅର କଳି ଯୋଗୁଁ ବୋଲି ଶୁଣିବାକୁ ମିଳୁଛି। ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: ଆଜି ହରିୟଣା ଓ ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଜାରି ରହିଛି। ଉଭୟ ରାଜ୍ୟର ୯୦ ଟି ଆସନ ପାଇଁ ଭୋଟ ଗଣନା ଜାରି ରହିଥିବା ବେଳେ ନିର୍ବାଚନ ଆୟୋଗଙ୍କ ଦ୍ଵାରା ପ୍ରାରମ୍ଭିକ ଟ୍ରେଣ୍ଡରେ କେଉ ଦଳ କେତେ ଆସନରେ ଅଗ୍ରଣୀ କରୁଛି, ତାହା ଘୋଷଣା କରାଯାଉଛି। ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ, ବର୍ତ୍ତମାନ ହରିୟଣାରେ ବିଜେପି ୪୯ ଟି ଆସନରେ ଅଗ୍ରଣୀ ଥିବା ବେଳେ କଂଗ୍ରେସ ୩୫ ଟି ଆସନ, ଆଇଏନଏଲଡି ୧ ଟି, ବିଏସପି ୧ ଟି ଏବଂ ସ୍ଵାଧୀନ ପ୍ରାର୍ଥୀ ୪ ଟି ଆସନରେ ଆଗୁଆ ରହିଛନ୍ତି। ସେହିଭଳି ଜାମ୍ମୁକାଶ୍ମୀରରେ ୯୦ ଟି ଆସନରେ ଏନସି ୪୨ ଆସନରେ ଆଗୁଆ ଥିବା ବେଳେ ବିଜେପି ୨୬ ଟି ଆସନ, ଭାରତୀୟ ଜାତୀୟ କଂଗ୍ରେସ ୧୦ ଟି ଆସନ, ପିଡିପି ୩ ଟି ଆସନ, ଜେପିସି ୨ ଟି, ବାମଦଳ ୧ ଟି ଏବଂ…
ନୂଆଦିଲ୍ଲୀ: ହରିୟାଣା, ଜାମ୍ମୁ କାଶ୍ମୀରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗଣନା ଜାରି ରହିଛି। ପ୍ରାରମ୍ଭିକ ଧାରା ଅନୁଯାୟୀ, ହରିୟାଣାରେ ବିଜେପି ଆଗରେ ଅଛି ଏବଂ ଜାମ୍ମୁ କାଶ୍ମୀରରେ ଭାରତୀୟ ଜନତା ପାର୍ଟି (ବିଜେପି) କଡ଼ା ସଂଘର୍ଷର ସମ୍ମୁଖୀନ ହୋଇଛି। ଏଥି ସହିତ ବିଧାନସଭା ନିର୍ବାଚନର ଫଳାଫଳ ପୂର୍ବରୁ ଜନ ସୁରାଜ ପାର୍ଟିର ସଂଯୋଜକ ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଥିଲେ ଯେ, ନଅ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାରଙ୍କ ଦିଗ ଏବଂ ସ୍ଥିରତା ସ୍ଥିର କରିବ। ପ୍ରଶାନ୍ତ କିଶୋରଙ୍କ ବଡ ଦାବି: ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରଜ ପାର୍ଟିର ସଂଯୋଜକ ପ୍ରଶାନ୍ତ କିଶୋର ସେପ୍ଟେମ୍ବରରେ ଇଣ୍ଡିଆ ଟିଭିକୁ ଏକ ସାକ୍ଷାତକାର ଦେଇଥିଲେ। ଏହି ସମୟରେ ସେ କହିଥିଲେ, “୯ ଟି ରାଜ୍ୟ (ଜାମ୍ମୁ-କାଶ୍ମୀର, ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର,ଝାଡଖଣ୍ଡ,…

