Author: SM Network

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗଗନଯାନ କାର୍ଯ୍ୟକ୍ରମର ପରିସରକୁ ବିସ୍ତାର କରି ଭାରତୀୟ ଅନ୍ତରୀକ୍ଷ ଷ୍ଟେସନର ପ୍ରଥମ ୟୁନିଟ୍ ନିର୍ମାଣ କୁ ମଞ୍ଜୁରୀ ମିଳିଛି। ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ (ବିଏଏସ-୧)ର ପ୍ରଥମ ମଡ୍ୟୁଲର ବିକାଶ ଏବଂ ବିଏଏସ ନିର୍ମାଣ ଓ ପରିଚାଳନା ପାଇଁ ବିଭିନ୍ନ ଜ୍ଞାନକୌଶଳ ପ୍ରଦର୍ଶନ ଓ ପ୍ରମାଣିତ କରିବା ପାଇଁ ମିଶନ ହାତକୁ ନେବା ପାଇଁ ମଧ୍ୟ କ୍ୟାବିନେଟ ମଞ୍ଜୁରି ଦେଇଛି। ଗଗନଯାନ କାର୍ଯ୍ୟକ୍ରମର ପରିସର ଓ ପାଣ୍ଠି ବିନିଯୋଗରେ ସଂଶୋଧନ କରି ବିଏଏସ୍ ଓ ପୂର୍ବଅଭିଯାନ ଅଭିଯାନ ନିମନ୍ତେ ନୂତନ ବିକାଶ ଏବଂ ବର୍ତ୍ତମାନର ଗଗନଯାନ କାର୍ଯ୍ୟକ୍ରମ ପୂରଣ ପାଇଁ ଅତିରିକ୍ତ ଆବଶ୍ୟକତା ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। ବିଏଏସ୍ ପାଇଁ ବିକାଶ ଓ ପୂର୍ବ ଅଭିଯାନର ପରିସରଭୁକ୍ତ କରିବା, ଏକ ଅତିରିକ୍ତ ମାନବବିହୀନ ମିଶନ କାର୍ଯ୍ୟକାରୀ କରିବା ଏବଂ ବର୍ତ୍ତମାନର ଗଗନଯାନ କାର୍ଯ୍ୟକ୍ରମର ବିକାଶ ପାଇଁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଆନିମେସନ୍, ଭିଜୁଆଲ ଇଫେକ୍ଟସ, ଗେମିଂ, କମିକ୍ସ ଆଣ୍ଡ ଏକ୍ସଟେଣ୍ଡେଡ୍ ରିଆଲିଟି (ଏଭିଜିସି-ଏକ୍ସଆର) ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର (ଏନସିଓଇ) ପ୍ରତିଷ୍ଠା କୁ ମଞ୍ଜୁର କରାଯାଇଛି। କମ୍ପାନୀ ଆଇନ ୨୦୧୩ର ଧାରା ୮ ଅଧୀନରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବାକୁ ଥିବା ବେଳେ ଭାରତ ସରକାରଙ୍କ ସହିତ ଶିଳ୍ପ ସଂସ୍ଥାଗୁଡ଼ିକର ପ୍ରତିନିଧି ଭାବେ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ ଏବଂ କନଫେଡରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରୀ ଏଥିରେ ସହଭାଗୀ ରହିବେ। ଏନସିଓଇ ମହାରାଷ୍ଟ୍ରର ମୁମ୍ବାଇଠାରେ ପ୍ରତିଷ୍ଠା କରାଯିବ। ଦେଶରେ ଏକ ଏଭିଜିସି ଟାସ୍କ ଫୋର୍ସ ଗଠନ ପାଇଁ ୨୦୨୨-୨୩ ବର୍ଷ ପାଇଁ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀଙ୍କ ବଜେଟ୍ ଘୋଷଣା ଅନୁଯାୟୀ ଏହା କରାଯାଇଛି। ଏଭିଜିସି-ଏକ୍ସଆର କ୍ଷେତ୍ର ଆଜି ଚଳଚ୍ଚିତ୍ର ନିର୍ମାଣ, ଓଭର ଦ ଟପ୍ (ଓଟିଟି) ପ୍ଲାଟଫର୍ମ, ଗେମିଂ, ବିଜ୍ଞାପନ ଏବଂ ସ୍ୱାସ୍ଥ୍ୟ, ଶିକ୍ଷା…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ବେଆଇନ କେନ୍ଦୁପତ୍ର ଚୋରା ଚାଲାଣ ବଢ଼ିବାରେ ଲାଗିଛି। ବାରମ୍ବାର ଏମିତି କେନ୍ଦୁପତ୍ର ଚାଲାଣ ହେଉଥିବାରୁ ବନ ବିଭାଗର ମୁଣ୍ଡବ୍ୟଥାର କାରଣ ହେଉଛି। ବନ ବିଭାଗ ବୁଧବାର ରାତି ୧୨.୩୦ରେ ରେଢ଼ାଖୋଲ ବନଖଣ୍ଡ ଶିମିଳିପାଳ ଛକ ନିକଟରେ ଚଢାଉ କରି ପିକ ଅପ ଗାଡ଼ି( ଓଡି୨୮ଡି୩୯୩୭)ସହ ୧୯୨ବଣ୍ଡଲ ( ୯.୦୮ କ୍ଵିଣ୍ଟାଲ) କେନ୍ଦୁପତ୍ର ଜବ କରିଛି। କେନ୍ଦୁପତ୍ର ଚୋରା ଚାଲାଣ ଅଭିଯୋଗରେ ବନ ବିଭାଗ ୨ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଘୁଣ୍ଟେଲିପଶି ଗ୍ରାମର ଦୁଶ୍ମନ୍ତ ବଘାର (୨୭) ଓ କୃଷ୍ଣ ସାହୁ (୨୭) ଙ୍କୁ ଗିରଫ କରିଛି ବନବିଭାଗ। ପିକଅପ ଗାଡ଼ିରେ ବେଆଇନ ଭାବେ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଶିମିଳିପାଳ ଗ୍ରାମ ଛକ ନିକଟରେ ଛକି ରହିଥିଲା।…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ଏକ ପୋଖରୀରୁ ଭାସୁଥିବା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ସଦର ପୋଲିସ ଏସ୍ ଡି ପି ଓ ଶୁଭ୍ରାଂଶୁ ପରିଡାଙ୍କ ନେତୃତ୍ୱରେ ସଦର ଥାନା ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ସାଇଣ୍ଟିଫିକ୍ ଟିମ୍ ସହ ମିଶି ତଦନ୍ତ ଆରମ୍ଭ କରିଛନ୍ତି। ଶବ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇ ମୃତ ଯୁବକଙ୍କ ବାପା ରାମକୃଷ୍ଣ ଚୌଧୁରୀ ଠାରୁ ଅଭିଯୋଗ ଗ୍ରହଣ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ମୃତ ଯୁବକ ଜଣକ ଲାଞ୍ଜିଆ ଗ୍ରାମର ସୁବାଶିସ୍ ଚୌଧୁରୀ। ଗତ ସୋମବାର ରାତିରେ କିଛି ସାଙ୍ଗ ସହିତ ମିଶି ବାହାରକୁ ଯାଇ ଘରକୁ ଆସିନଥିଲେ। ମଙ୍ଗଳବାର ସକାଳୁ ତାଙ୍କର ମୃତ ଦେହ ଉକ୍ତ ପୋଖରୀରେ ଭାସୁଥିବା ଗାଁ ଲୋକେ ଦେଖି…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନଳୀହାଡ ଗ୍ରାମର ପିଣ୍ଟୁ ସ୍ବାଇଁ ଓ ପୁତୁରା ନାରାୟଣ ସ୍ୱାଇଁଙ୍କୁ ଆକ୍ରମଣ ଘଟଣାକୁ ନେଇ ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଜି ଆପନ୍ନା କେ ବରାଡୁ ପାତ୍ର ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ମାନ୍ୟବର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ୩ ବର୍ଷ କାରାଦଣ୍ଡ ଆଦେଶ ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଗତ ୨୦୧୮ ମସିହାରେ ଜି ଆପନ୍ନା ପିଣ୍ଟୁ ସ୍ବାଇଁ ଠାରୁ ନଗଦ ୬ ଲକ୍ଷ ଟଙ୍କା କରଜ ନେଇଥିଲେ ଓ ଶୀଘ୍ର ଫେରାଇବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଦିନ ପରେ ଦିନ ଗଡି ଚାଲିବାକୁ ଲାଗିଲା, ଆପନ୍ନା ଧାର ଟଙ୍କା ନ ଫେରାଇବାରୁ ପିଣ୍ଟୁ ଓ ନାରାୟଣ ତାକୁ ସାକ୍ଷାତ କରି ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରିଥିଲେ ଓ ଉଭୟଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟ ଦାଦା ଓ ପୁତୁରା ନିଜ ଗ୍ରାମ…

Read More

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସ୍ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ରିକି ପଣ୍ଟିଂଙ୍କୁ ୨୦୨୫ ଆଇପିଏଲ୍ ପାଇଁ ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ପଣ୍ଟିଂ ବର୍ତ୍ତମାନ ଟ୍ରେଭର୍ ବୋଲିସଙ୍କ ସ୍ଥାନ ନେବେ, ଯିଏକି ଗତ କିଛି ବର୍ଷ ଧରି ପଞ୍ଜାବର କୋଚ୍ ଥିଲେ। ପଣ୍ଟିଂ ବିଷୟରେ କହିବାକୁ ଗଲେ ସେ ପ୍ରାୟ ୨ ମାସ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ସେ ପଞ୍ଜାବ କିଙ୍ଗସ୍ ଫ୍ରାଞ୍ଚାଇଜ୍ ସହିତ ୪ ବର୍ଷର ଚୁକ୍ତି ସ୍ୱାକ୍ଷର କରିଛନ୍ତି, ଯାହା ୨୦୨୮ ରେ ଶେଷ ହେବ। ଅନୁମାନ କରାଯାଉଛି ଯେ, ପଞ୍ଜାବ କିଙ୍ଗ୍ସର କୋଚିଂ ଏବଂ ସପୋର୍ଟ ଷ୍ଟାଫଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରିକି ପଣ୍ଟିଂଙ୍କ ହାତରେ ଦିଆଯାଇପାରେ। କିନ୍ତୁ ବର୍ତ୍ତମାନ ପୁରୁଣା କୋଚିଂ କର୍ମଚାରୀଙ୍କ ଉପରେ କ’ଣ ନିଷ୍ପତ୍ତି ନିଆଯିବ ସେନେଇ କୌଣସି ସ୍ପଷ୍ଟତା ନାହିଁ। ପଞ୍ଜାବର ପୁରୁଣା କୋଚିଂ କର୍ମଚାରୀଙ୍କ ମଧ୍ୟରେ ଟ୍ରେଭର୍ ବୋଲିସ୍ (ହେଡ୍ କୋଚ୍), ସଞ୍ଜୟ…

Read More

ଭୁବନେଶ୍ଵର: ସ୍ଵଭାଵ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା ବୈଶିଷ୍ଟ୍ୟ କୁ ଆଧାରକରି ଭାରତୀୟ ରେଳ 14 ସେପ୍ଟେମ୍ବରରୁ 1 ଅକ୍ଟୋବର 2024 ପର୍ଯ୍ୟନ୍ତ ସ୍ୱଚ୍ଛତା ହିଁ ସେବା ପଖୱାଡା ଅଭିଯାନ ପାଳନ କରୁଥିବା ବେଳେ ଅକ୍ଟୋବର 2 ରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ପାଳନ ଉତ୍ସବକୁ ସ୍ୱଚ୍ଛ ଭାରତ ଦିବସ ଭାବେ ପାଳନ କରିବାକୁ ଯୋଜନା କରିଛି। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ରେଳ ଷ୍ଟେସନ ପରିସର, ଟ୍ରେନ୍, ଅଫିସ୍, କର୍ମଶାଳା, ରକ୍ଷଣାବେକ୍ଷଣ ଡିପୋ, ରେଳ ଡାକ୍ତରଖାନା ଏବଂ ରେଳବାଇ ଆବାସିକ ଅଞ୍ଚଳରେ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେଇ ସ୍ୱଚ୍ଛତା ହିଁ ସେବା ପଖୱାଡା ଆରମ୍ଭ କରିଛି। ନୂଆଦିଲ୍ଲୀରୁ ଏହି ଅଭିଯାନ ଆରମ୍ଭ କରି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ରେଳ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସତୀଶ କୁମାର କହିଛନ୍ତି ଯେ ଏହି ଅଭିଯାନ ସାମୂହିକ କାର୍ଯ୍ୟ ତଥା ସ୍ୱଚ୍ଛତା ପ୍ରୟାସରେ ବ୍ୟାପକ ଭାବେ ନାଗରିକଙ୍କ…

Read More

ନୂଆଦିଲ୍ଲୀ: ପରବର୍ତ୍ତୀ ପିଢ଼ିର ପ୍ରକ୍ଷେପଣ ଯାନ Next Generation Launch Vehicle (NGLV)ର ବିକାଶ ପାଇଁ ଏକ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି। ଭାରତୀୟ ଅନ୍ତରୀକ୍ଷ ଷ୍ଟେସନର ପ୍ରତିଷ୍ଠା ଓ ପରିଚାଳନା ଏବଂ ୨୦୪୦ରେ ଚନ୍ଦ୍ରପୃଷ୍ଠକୁ ମାନବ ପଠାଇବା ସକାଶେ ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏଲଭିଏମ୩ ପେଲୋଡ କ୍ଷମତା ତୁଳନାରେ ଏନଜିଏଲଭି ପେଲୋଡ କ୍ଷମତା ତିନିଗୁଣା ଅଧିକ ଏବଂ ଖର୍ଚ୍ଚ ହିସାବରେ ମାତ୍ର ଦେଢ଼ଗୁଣା ଅଧିକ। ଏଥିସହ ଏହା ପରିବେଶ ଅନୁକୂଳ ପ୍ରକ୍ରିୟାରେ ପୁନଃବ୍ୟବହାରକ୍ଷମ ଭାବେ ମହାକାଶକୁ କମ୍ ଖର୍ଚ୍ଚରେ ଯାଇପାରିବ। ଅମୃତ କାଳରେ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ ପାଇଁ ଏକ ନୂତନ ପିଢ଼ିର ପ୍ରକ୍ଷେପଣ ଯାନର ଆବଶ୍ୟକତା ଥିଲା, ଯାହାକି ଅଧିକ ପେଲୋଡ ସହ ପୁନଃବ୍ୟବହାରକ୍ଷମ ହୋଇଥିବା ଏବଂ ମାନବ ପରିବହନ ସକାଶେ ସକ୍ଷମ ହୋଇଥିବ। ତେଣୁ ଏଜିଏଲଭିର ବିକାଶ ନିଷ୍ପତ୍ତି…

Read More

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ମତଦାନ ମଧ୍ୟରେ ରାହୁଲ ଗାନ୍ଧୀ ‘INDIA’ ମେଣ୍ଟ ପାଇଁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ, ଆପଣ ‘INDIA’ କୁ ଭୋଟ୍ ଦିଅନ୍ତୁ, ଆମେ ଦେଶକୁ ଅନ୍ୟାୟ ଯୁଗରୁ ବାହାର କରିଦେବୁ। ରାହୁଲ ଗାନ୍ଧୀ କହିଛନ୍ତି ଯେ, ଜାମ୍ମୁ କାଶ୍ମୀରର ମୋର ଭାଇ ଓ ଭଉଣୀମାନେ ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରୁଛନ୍ତି। ଦେଶର ଇତିହାସରେ ପ୍ରଥମ ଥର ପାଇଁ ଏକ ରାଜ୍ୟର ସ୍ଥିତି ଛଡ଼ାଇ ନିଆଯାଇଛି ଏବଂ ଏହାକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଣତ କରାଯାଇଛି। ଏହା ଆପଣ ସମସ୍ତଙ୍କର ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ, ଜାମ୍ମୁ କାଶ୍ମୀର ପାଇଁ ଅପମାନ।

Read More

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ମଙ୍ଗଳବାର ଦିନ ରାସ୍ତାର ମରାମତି କରୁଥିବା ଏଜେନ୍ସି ଏବଂ କଣ୍ଟ୍ରାକ୍ଟରମାନଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଖରାପ ପ୍ରଦର୍ଶନ କରୁଥିବା ‘ଅପରେଟର’ଙ୍କୁ ବାହାରର ରାସ୍ତା ଦେଖାଯିବ। ‘ସ୍ଵଚ୍ଛତା ହିଁ ସେବା ୨୦୨୪ – ସ୍ଵଭାବ ସ୍ଵଚ୍ଛତା – ସଂସ୍କାର ସ୍ଵଚ୍ଛତା’ ଅଭିଯାନ ଅଧୀନରେ ବୃକ୍ଷରୋପଣ ଅଭିଯାନ ‘ଏକ ପେଡ୍ ମା କେ ନାମ’ ଉଦ୍ଘାଟନ କରିବା ପାଇଁ ଗାଜିଆବାଦରେ ପହଞ୍ଚିଥିବା ଗଡକରୀ ‘ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସୱେ (ଇପିଏ)’ ଯାଞ୍ଚ କରିଥିଲେ। ଏହି ସମୟରେ, ଯେତେବେଳେ ସେ ତ୍ରୁଟି ପାଇଲେ, ସେ ଦାୟୀବାନ ଲୋକଙ୍କୁ ଭର୍ତ୍ସନା କରିଥିଲେ। ଶ୍ରୀ ଗଡକରୀ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ, ‘ମୁଁ ଦୀର୍ଘ ଦିନ ପରେ ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସୱେ ବ୍ୟବହାର କରିଛି। ବହୁତ କାମ କରାଯାଇଛି। ବର୍ତ୍ତମାନ ମୋର ଇଚ୍ଛା ଯେ, ମୋ ହାତରୁ ‘ଅବସର’ ନିଅନ୍ତୁ, ଯେଉଁମାନେ କାମ କରୁନାହାଁନ୍ତି।…

Read More

ନୂଆଦିଲ୍ଲୀ: AAP ନେତା ତଥା ଦିଲ୍ଲୀର ପ୍ରସ୍ତାବିତ ମୁଖ୍ୟମନ୍ତ୍ରୀ ଆତିଶି କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଦଳ ଏବଂ ଦିଲ୍ଲୀର ଲୋକଙ୍କ ପାଇଁ ଏହା ଏକ ଭାବପ୍ରବଣ ମୁହୂର୍ତ୍ତ। ଏଥିସହ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଦିଲ୍ଲୀବାସୀ ପ୍ରତିଶ୍ରୁତି ଦେଉଛନ୍ତି। ନିର୍ବାଚନ ନହେବା ପର୍ଯ୍ୟନ୍ତ ମୁଁ ଦିଲ୍ଲୀର ଯତ୍ନ ନେବି। ଆତିଶି ଆହୁରି ମଧ୍ୟ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲଙ୍କ ପଛରେ ଗୋଟିଏ ପରେ ଗୋଟିଏ ଏଜେନ୍ସିକୁ କେନ୍ଦ୍ର ସରକାର ଲଗାଇଛନ୍ତି। ଏକ ମିଥ୍ୟା ମାମଲାରେ ତାଙ୍କୁ ୬ ମାସ ଜେଲରେ ରଖାଯାଇଥିଲା। ସୁପ୍ରିମକୋର୍ଟ କେବଳ ଅରବିନ୍ଦ କେଜ୍ରିୱାଲଙ୍କୁ ନିର୍ଦ୍ଦୋଷରେ ଖଲାସ କରିନାହାଁନ୍ତି ବରଂ କେନ୍ଦ୍ର ସରକାରଙ୍କ ଏଜେନ୍ସି ଉପରେ ମଧ୍ୟ କଡା ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, କେନ୍ଦ୍ରୀୟ ଏଜେନ୍ସି ଏକ ପିଞ୍ଜରା ଭିତର ପାରା ପରି ଏବଂ କେଜ୍ରିୱାଲ ଜୀଙ୍କୁ ଗିରଫ କରିବା ଭୁଲ ଉଦ୍ଧେଶ୍ୟରେ କରାଯାଇଥିଲା। ସେ…

Read More

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ ଦିଲ୍ଲୀ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦାଖଲ କରିଛନ୍ତି। ଏହା ସହିତ ଆତିଶି ଏଲଜି ସାମ୍ନାରେ ସରକାର ଗଠନ ପାଇଁ ଦାବି କରିଛନ୍ତି। ଆତିଶି ଏବଂ ଅରବିନ୍ଦ କେଜ୍ରିୱାଲ ସମାନ କାରରେ ଏଲଜି କାର୍ଯ୍ୟାଳୟରେ ପହଞ୍ଚିଥିଲେ। କିନ୍ତୁ ଇସ୍ତଫା ଦେବା ପରେ କେଜ୍ରିୱାଲ ଏକୁଟିଆ ଚାଲିଗଲେ। ଏବେ ପ୍ରଶ୍ନ ହେଉଛି ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଖାଲି କରିବେ କି? ଏହା ଉପରେ ଆମ୍ ଆଦମୀ ପାର୍ଟିର ନେତାମାନେ ସିଧାସଳଖ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଗ୍ରହଣ କରିବା ପରେ ଯଦି ବଙ୍ଗଳା ଖାଲି କରିବାକୁ PWD ନୋଟିସ୍ ସେମାନଙ୍କ ପାଖରେ ପହଞ୍ଚେ, ତେବେ ସେମାନେ ଏହାକୁ ଖାଲି କରିବେ। ବାସ୍ତବରେ ଏହା ପଛର ଉଦ୍ଦେଶ୍ୟ ହେଉଛି ବିଜେପି ଦ୍ୱାରା ନିର୍ମିତ କାହାଣୀର ଉତ୍ତର ଦେବା, ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ…

Read More

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ୨୦୨୪-୨୫ରେ ଘୋଷଣା ଅନୁଯାୟୀ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ଏନପିଏସ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ସ୍କୁଲ ପିଲାମାନେ ମଧ୍ୟ ସାମିଲ ହେବେ। କେନ୍ଦ୍ର ଅର୍ଥମନ୍ତ୍ରୀ ଏନପିଏସ ବାତ୍ସଲ୍ୟକୁ ସବସ୍କ୍ରାଇବ୍‌ ବା ଗ୍ରାହକ ପଞ୍ଜୀକରଣ, ଯୋଜନା ପ୍ରଚାର ପୁସ୍ତିକା ଜାରି କରିବା ଏବଂ ନୂତନ ଅପ୍ରାପ୍ତ ବୟସ୍କ ଗ୍ରାହକଙ୍କୁ ସ୍ଥାୟୀ ଅବସର ଖାତା ନମ୍ବର (ପ୍ରାନ୍‌) କାର୍ଡ ବଣ୍ଟନ ପାଇଁ ଏକ ଅନଲାଇନ୍ ପ୍ଲାଟଫର୍ମର ଶୁଭାରମ୍ଭ କରିବେ। ନୂଆଦିଲ୍ଲୀରେ ଏହାର ଶୁଭାରମ୍ଭ ଅବସରରେ ଦେଶର ପ୍ରାୟ ୭୫ଟି ସ୍ଥାନରେ ଏକକାଳୀନ ଏନପିଏସ୍ ବାତ୍ସଲ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଭିଡିଓ କନଫରେନ୍ସିଂ ଜରିଆରେ ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ଏବଂ ସେହିସବୁ ସ୍ଥାନରେ ନୂତନ ଅପ୍ରାପ୍ତ ବୟସ୍କ ଉପଭୋକ୍ତାଙ୍କୁ ପ୍ରାନ୍‌ ସଦସ୍ୟତା ବିତରଣ କରାଯିବ। ଏନପିଏସ ବାତ୍ସଲ୍ୟ ଦ୍ୱାରା ଅଭିଭାବକମାନେ ପେନସନ ଆକାଉଣ୍ଟରେ ନିବେଶ କରି ନିଜ ପିଲାଙ୍କ ଭବିଷ୍ୟତ ପାଇଁ ସଞ୍ଚୟ କରିପାରିବେ ଏବଂ ଚକ୍ରବୃଦ୍ଧି ସୁବିଧା ସହିତ…

Read More

ମେଷ: – ନୂତନ ଯୋଜନା ପ୍ରସ୍ତୁତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ପାଇପାରିବେ। ବ୍ୟବସାୟ କାର୍ଯ୍ୟରେ ଉନ୍ନତି ହେବ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ। ସମ୍ମାନ ପାଇବେ । ଟଙ୍କା ମିଳିବା ସହଜ ହେବ। ଆଘାତ ଏବଂ ରୋଗ ହେତୁ ବାଧା ହେବାର ସମ୍ଭାବନା ଅଛି। ବୃଷ: – ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବ ଚାକିରି କ୍ଷେତ୍ରରେ ପଡିବ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। ମିଥୁନ: – ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଆର୍ଥିକ ପରିସ୍ଥିତି ଆହୁରି ଖରାପ ହୋଇପାରେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତତ୍ପର…

Read More

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଆମେରିକା ଗସ୍ତରେ ଥିବା ସମୟରେ ସୋମବାର ଦିନ (ୱାଶିଂଟନ ଡିସିର ସ୍ଥାନୀୟ ସମୟ) କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନୂତନ ସରକାରର ପ୍ରଥମ ୧୦୦ ଦିନରେ ବିଗତ ୧୦ ବର୍ଷ ମଧ୍ୟରେ କରାଯାଇଥିବା କାର୍ଯ୍ୟକୁ ଜାରି ରଖା ଯାଇଥିଲା ଏବଂ ଏହାର ଲକ୍ଷ୍ୟ ୨୦୪୭ ସୁଦ୍ଧା ବିକଶିତ ଭାରତ ରହିଛି। ବିଗତ ୧୦ ବର୍ଷ ମଧ୍ୟରେ ଯେଉଁ ଭଳି କାମ ହୋଇଛି, ୧୯୪୭ ପରେ ସେଭଳି କାମ କେବେ ହୋଇ ନାହିଁ। ୨୦୦୪ ରୁ ୨୦୧୪ ମଧ୍ୟରେ ସହରାଞ୍ଚଳ ପାଇଁ ଖର୍ଚ୍ଚର ପରିମାଣ ୧,୫୭,୦୦୦ କୋଟି ଟଙ୍କା ଥିବା ବେଳେ ଏବେ ଏହା ୧୧ ଗୁଣରୁ ଅଧିକ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆମେ ୪ କୋଟିରୁ ଅଧିକ ଘର ନିର୍ମାଣ କରିଛୁ। ସବୁ କ୍ଷେତ୍ରରେ କାମ ବୃଦ୍ଧି ପାଉଛି। ଉଜ୍ଜ୍ୱଳା ଯୋଜନାରେ, ଏପରିକି ଗ୍ରାମାଞ୍ଚଳରେ ମଧ୍ୟ ଗ୍ୟାସ ସିଲିଣ୍ଡର…

Read More

ନୂଆଦିଲ୍ଲୀ: ୨୦୧୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ଅଭିଯାନର ଶୁଭାରମ୍ଭ କରିଥିଲେ, ସେତେବେଳେ ଏହାର ପରିବର୍ତ୍ତନକାରୀ ପ୍ରଭାବ ବିଷୟରେ କିଛି ଲୋକ ପୂର୍ବାନୁମାନ କରିଥିଲେ। ଆଚରଣ ପରିବର୍ତ୍ତନର ଆହ୍ୱାନ ଭାବରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଏକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ପଦକ୍ଷେପରେ ପରିଣତ ହୋଇଛି, ଯାହା ଶିଶୁ ମୃତ୍ୟୁ ହାର ଏବଂ ରୋଗକୁ ହ୍ରାସ କରିବା, ଝିଅମାନଙ୍କ ପାଇଁ ବିଦ୍ୟାଳୟରେ ଉପସ୍ଥାନ ବୃଦ୍ଧି କରିବା, ମହିଳାଙ୍କ ବିରୋଧରେ ଅପରାଧ ହ୍ରାସ କରିବା ଏବଂ ଜୀବନ ଜୀବିକାରେ ଉନ୍ନତି ଆଣିଛି। ସ୍ୱଚ୍ଛ ଭାରତ ଅଭିଯାନ ଏହାର ୧୦ମ ବାର୍ଷିକୀ ପାଳନ କରୁଥିବା ବେଳେ ଚଳିତ ବର୍ଷର ସ୍ୱଚ୍ଛତା ହିଁ ସେବା (ଏସଏଚଏସ) ୨୦୨୪ ଅଭିଯାନରେ ‘ସ୍ୱଭାବ ସ୍ୱଚ୍ଛତା – ସଂସ୍କାର ସ୍ୱଚ୍ଛତା’ ଶୀର୍ଷକ ରହିଛି। ରାଜସ୍ଥାନର ଝୁନଝୁନୁଠାରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଉପରାଷ୍ଟ୍ରପତି ଜଗଦୀପ ଧନକଡ, କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ପ୍ରଥମ ୧୦୦ ଦିନର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ନିଷ୍ପତ୍ତି ଏବଂ ଉପଲବ୍ଧି ଉପରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଅମିତ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଗତ ୧୦୦ ଦିନର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିକୁ ଦର୍ଶାଉଥିବା ଏକ ସ୍ୱତନ୍ତ୍ର ପୁସ୍ତିକା ‘ବିକଶିତ ଭାରତର ମାର୍ଗ ପ୍ରଶସ୍ତ’ ଏବଂ ଆଠଟି କଳାକୃତି ଉନ୍ମୋଚନ କରିଥିଲେ। ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଥିଲେ ଯେ ମୋଦି ଜୀ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ, ସେ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶା ଆସି ରାଜ୍ୟ ବିଜେପି ସରକାରର ବହୁ ପ୍ରତିକ୍ଷୀତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିବା ବେଳେ ବାଣପୁର ବ୍ଲକରେ ୨୦୦୦ ମହିଳା ତାହାର ସିଧା ପ୍ରସାରଣ ଦେଖିଥିଲେ। ବାଣପୁର ପଲଟନ ପଡିଆ ସହିଦ କୃତିବାସ ଭବନ ପଡିଆରେ ବାଣପୁର ବ୍ଲକ ତରଫରୁ ସୁଭଦ୍ରା ଯୋଜନାର ସୁଫଳ ସମ୍ପର୍କରେ ଅବଗତ ପାଇଁ ପ୍ରାୟ ୨୦୦୦ ମହିଳାଙ୍କର ଏକ ସମାବେଶ ହୋଇଥିଲା। ମହିଳ ମାନେ ପ୍ରଧାନମନ୍ତ୍ରୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଏଲଇଡ଼ି ମାଧ୍ୟମରେ ଦେଖିଥିବା ବେଳେ ସୁଭଦ୍ରା ଯୋଜନାର ରୂପରେଖ, ସୁଫଳ ଏବଂ କାର୍ଯ୍ୟକାରିତା ସମ୍ପର୍କରେ ବିଭିନ୍ନ କଳା ପରିଷଦର କଳାକାରମାନଙ୍କ ଦ୍ୱାରା ଓଡିଶୀ ଓ ପାଲା ମାଧ୍ୟମରେ ମହିଳାମାନଙ୍କୁ ଅବଗତ କରାଯାଇଥିଲା। ଉକ୍ତ ସମାବେଶରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଡିଓ ଶୀତଲ ଅଗ୍ରୱାଲ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ଏନଏସି ଅଧ୍ୟକ୍ଷ, ସମସ୍ତ ସରପଞ୍ଚ ଓ ମହିଳା ନେତ୍ରୀମାନେ ଯୋଗ ଦେଇଥିଲେ।

Read More

ଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ପ୍ରମୁଖ ସଚିବ ଡ.ପି.କେ ମିଶ୍ରଙ୍କ ନେତୃତ୍ୱରେ ‘ମାଆଙ୍କ ନାମରେ ଗୋଟିଏ ଗଛ’ ଆନ୍ଦୋଳନରେ ଆଜି ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ ହୋଇଛି: “ଏକ ସ୍ଥିର ଭବିଷ୍ୟତ ଦିଗରେ ମିିଳିତ ଭାବେ କାମ କରୁଛୁ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପିକେ ମିଶ୍ର ଜୀଙ୍କ ନେତୃତ୍ୱରେ ଆଜି ସକାଳେ ‘ମାଆଙ୍କ ନାମରେ ଗୋଟିଏ ଗଛ’ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ୍‌ କରିଛନ୍ତି; “ଚା’ ପିଇବା ସହ ଆନନ୍ଦଦାୟକ ବାର୍ତ୍ତାଳାପ! ପିଏମ ଆବାସ ଯୋଜନାର ହିତାଧିକାରୀଙ୍କ ସହ ବସି ସେମାନଙ୍କ ଜୀବନ ଯାତ୍ରା ବିଷୟରେ ଶୁଣିଲି। ବିଶେଷ କରି ବହୁ ସଂଖ୍ୟକ ମହିଳା ଏହି ଯୋଜନାରେ ଉପକୃତ ହେଉଥିବା ଦେଖି ଖୁସି ଲାଗୁଛି। ଏହି ଯୋଜନା ଏବଂ ଏଭଳି ଅନ୍ୟ ଯୋଜନା କିପରି ଜୀବନରେ ପରିବର୍ତ୍ତନ ଆଣିଛି ସେ ବିଷୟରେ ସେମାନେ କହିଥିଲେ।”

Read More

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅସୁସ୍ଥତା ବଶତଃ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆନ୍ଧ୍ର ପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ସହିତ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିବା ସହ ସେ ଯେପରି ଶୀଘ୍ର ଆରୋଗ୍ୟ ଲାଭ କରିବେ ସେଥିପାଇଁ ଧ୍ୟାନ ଦେବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସାକ୍ଷାତ ସମୟରେ ଶ୍ରୀ ହରିଚନ୍ଦନଙ୍କ ପୁତ୍ର ତଥା ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲେ।

Read More