Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚ଼ିଲିକାର ପୁନର୍ବିକାଶ ଓ ଉନ୍ନତିକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା: ଡିପିଆର ପ୍ରସ୍ତୁତ କରିବାର ପ୍ରକ୍ରିୟା ଆରମ୍ଭ
ଆଜିର ଖବର

ଚ଼ିଲିକାର ପୁନର୍ବିକାଶ ଓ ଉନ୍ନତିକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା: ଡିପିଆର ପ୍ରସ୍ତୁତ କରିବାର ପ୍ରକ୍ରିୟା ଆରମ୍ଭ

January 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିଲିକାର ପୁନର୍ବିକାଶ ଓ ଉନ୍ନତିକରଣ
ଚିଲିକାର ପୁନର୍ବିକାଶ ଓ ଉନ୍ନତିକରଣ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ଠାରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ପୁରୀ ସାଂସଦ ଡ଼ାଃ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବରିଷ୍ଠ ଅଧିକାରୀମାନଙ୍କ ସହିତ ବୈଠକରେ ଚ଼ିଲିକାର ପୁନର୍ବିକାଶ ଓ ଉନ୍ନତିକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।

ଚ଼ିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଆଇଆଇଟି ମାଡ୍ରାସ ମଧ୍ୟରେ ଏମଓୟୁ ମୁତାବକ ଚ଼ିଲିକାର ପୁନର୍ବିକାଶ ଓ ଉନ୍ନତିକରଣ ପାଇଁ ଯାହା ଯାହା ପ୍ରକ୍ରିୟା ଆବଶ୍ୟକତା ଅଛି ସେନେଇ ଏକ ଡିପିଆର ପ୍ରସ୍ତୁତ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପଙ୍କ ଜମିବା ଦ୍ୱାରା ଚିଲିକାର କ୍ଷେତ୍ରଫଳ ସଂକୁଚିତ ହେବା ସହ ଚିଲିକାର କିଛି ମୁହାଁଣ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି ଏବଂ କିଛି ନୂତନ ମୁହାଣ ଅନ୍ୟ ଜାଗାରେ ସୃଷ୍ଟି ହେଉଛି। ଚିଲିକା ଜଳରାଶିର ପ୍ରାକୃତିକ ଗତିପଥକୁ ରକ୍ଷା କରିବା ସହ, ଜୀବନ ଜୀବିକା ପାଇଁ ଜଳରାଶିର ଗୁଣବତ୍ତା ଓ ଗଭୀରତାକୁ ସଠିକ କରିବା ଦିଗରେ ବିଭିନ୍ନ ପଦକ୍ଷେପ ନେବା ନେଇ ବୈଠକରେ ବିସ୍ତୃତ ହୋଇଛି। ଜୀବଜନ୍ତୁ ସଂରକ୍ଷଣ ଏବଂ ଚିଲିକାରେ ପଡିଥିବା ନଦୀମାନଙ୍କର ପର୍ଯ୍ୟଟନ ବିକାଶ ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏହି ସବୁକୁ ଦୃଷ୍ଟିରେ ରଖି ଆଇଆଇଟି ମାଡ୍ରାସ ଦ୍ୱାରା ଆଜି ଏକ ପ୍ରାରମ୍ଭିକ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ କରାଯାଇଥିଲା।

ଚିଲିକାର ସଂରକ୍ଷଣ ଏବଂ ପୁନର୍ବିକାଶକୁ ରାଜ୍ୟ ସରକାର ଗମ୍ଭୀରତାର ସହ ବିଚାର କରୁଛନ୍ତି । ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ନିକଟରେ ମଧ୍ୟ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରାଯିବ। ଡବଲ ଇଞ୍ଜିନ ସରକାରରେ ଚିଲିକାର ସଂରକ୍ଷଣ ଏବଂ ପୁନର୍ବିନ୍ୟାସ ଓ ବିକାଶକୁ ଅଗ୍ରାଧିକାର ମିଳିବ।

ଏହି ବୈଠକରେ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା, ଚ଼ିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍. ଯୋଗଜୟାନନ୍ଦ, ଚ଼ିଲିକା ଉନ୍ନୟନ କର୍ତ୍ତୃପକ୍ଷର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଅଜିତ ପଟ୍ଟନାୟକ, ଆଇଆଇଟି ମାଡ୍ରାସ ମହାସାଗର ଇଞ୍ଜିନିୟରିଂ ବିଭାଗର ଡକ୍ଟର ନୀଳଞ୍ଜନ ସାହା ଏବଂ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଚିଲିକା ଡିପିଆର ପ୍ରସ୍ତୁତ ପୁନର୍ବିକାଶ ଓ ଉନ୍ନତିକରଣ
Share. Facebook Twitter LinkedIn Email WhatsApp Copy Link

Related Posts

ପବିତ୍ର ରଥଯାତ୍ରା ଉପଲକ୍ଷେ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

July 16, 2026

ରଥଯାତ୍ରା ସେବା ୨୦୨୬: ଭକ୍ତମାନଙ୍କୁ ଅନ୍ନସେବା ସହିତ ବିଭିନ୍ନ ସହାୟତାର ହାତ ବଢାଇଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ

July 16, 2026

ପ୍ରତିବର୍ଷ ଇସ୍ରୋ ଛାଡି ଯାଉଛନ୍ତି ୧୦୦ ରୁ ୧୨୦ ବୈଜ୍ଞାନିକ: ଜାଣନ୍ତୁ ଇସ୍ତଫା ପଛର କାରଣ 

July 16, 2026

ବଦଳିଲା ଭାରତ ବନାମ ଇଂଲଣ୍ଡ ଦ୍ୱିତୀୟ ଦିନିକିଆର ସମୟ: ଜାଣନ୍ତୁ ସମସ୍ତ ବିବରଣୀ

July 16, 2026
Latest News

ପବିତ୍ର ରଥଯାତ୍ରା ଉପଲକ୍ଷେ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

July 16, 2026

ରଥଯାତ୍ରା ସେବା ୨୦୨୬: ଭକ୍ତମାନଙ୍କୁ ଅନ୍ନସେବା ସହିତ ବିଭିନ୍ନ ସହାୟତାର ହାତ ବଢାଇଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ

July 16, 2026

ପ୍ରତିବର୍ଷ ଇସ୍ରୋ ଛାଡି ଯାଉଛନ୍ତି ୧୦୦ ରୁ ୧୨୦ ବୈଜ୍ଞାନିକ: ଜାଣନ୍ତୁ ଇସ୍ତଫା ପଛର କାରଣ 

July 16, 2026

“ଚମ୍ପତ ରାୟଙ୍କୁ ସୁରକ୍ଷା ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି”: ଶଙ୍କରାଚାର୍ଯ୍ୟଙ୍କ ଗୁରୁତର ଅଭିଯୋଗ

July 16, 2026

ବଦଳିଲା ଭାରତ ବନାମ ଇଂଲଣ୍ଡ ଦ୍ୱିତୀୟ ଦିନିକିଆର ସମୟ: ଜାଣନ୍ତୁ ସମସ୍ତ ବିବରଣୀ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.