ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋଟ୍ ୧୩,୯୬୬ କୋଟି ଟଙ୍କାର ବ୍ୟୟବରାଦ ସହିତ ଚାଷୀଙ୍କ ଜୀବନ ଓ ଜୀବିକାରେ ସୁଧାର ପାଇଁ ସାତଟି ପ୍ରମୁଖ ଯୋଜନାକୁ ମଞ୍ଜୁର କରାଯାଇଛି। ଡିଜିଟାଲ କୃଷି ମିଶନ: ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ଢାଞ୍ଚା ଉପରେ ଆଧାରିତ, ଡିଜିଟାଲ କୃଷି ମିଶନ କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବ। ଏହି ମିଶନ ପାଇଁ ମୋଟ ୨,୮୧୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ଦୁଇଟି ମୂଳଦୁଆ ଉପରେ ଆଧାରିତ -କୃଷି ଷ୍ଟାକ୍ -ଚାଷୀ ରେଜିଷ୍ଟ୍ରୀ -ଗାଁ ଜମି ମାନଚିତ୍ର ରେଜିଷ୍ଟ୍ରୀ -ଫସଲ ବୁଣା ରେଜିଷ୍ଟ୍ରୀ -କୃଷି ନିର୍ଣ୍ଣୟ ସହାୟତା ପ୍ରଣାଳୀ -ଭୂସ୍ଥାନିକ ତଥ୍ୟ -ମରୁଡ଼ି/ବନ୍ୟା ନିରୀକ୍ଷଣ -ପାଣିପାଗ/ଉପଗ୍ରହ ତଥ୍ୟ -ଭୂତଳ ଜଳ/ଜଳ ଉପଲବ୍ଧତା ତଥ୍ୟ -ଫସଲ ଉତ୍ପାଦନ ଏବଂ ବୀମା ପାଇଁ ମଡେଲିଂ ଏହି ମିଶନରେ ନିମ୍ନ ବ୍ୟବସ୍ଥା ରହିଛି -ମୃତ୍ତିକା ପ୍ରୋଫାଇଲ୍ -ଡିଜିଟାଲ…
Author: SM Network
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ବିଶ୍ୱବ୍ୟାଙ୍କ ପ୍ରତିନିଧି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ସହ ଆଲୋଚନା କରିଛନ୍ତି। ଆଲୋଚନାବେଳେ ସେ ଓଡ଼ିଶାର ଭୌଗୋଳିକ ସ୍ଥିତି, ଜଳବାୟୁ, ମୃତ୍ତିକା ସରଂକ୍ଷଣ ଓ ପରିବେଶ ଅନୁକୂଳ ଜୈବିକ ଚାଷକୁ ନେଇ ପ୍ରଶଂସା କରିଥିଲେ। ଏହାଛଡ଼ା ଆଲୋଚନା ବେଳେ ରିୱାର୍ଡ (REWRD) ଯୋଜନା ଅଧୀନରେ ଜଳାଶୟ ଖନନ ପ୍ରସଙ୍ଗରେ ମଧ୍ୟ ଓଡିଶାକୁ ପ୍ରଶଂସା କରିଥିଲେ। ବିଶ୍ଵବ୍ୟାଙ୍କ ବିଗତ ବର୍ଷ ମାନଙ୍କରେ ଓଡ଼ିଶାରେ କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଆସିଛି। ଏବଂ ଏହି ସହଭାଗିତା ଆଗକୁ ମଧ୍ୟ ଜାରି ରହିବ । ଓଡ଼ିଶାର ପାରମ୍ପରିକ ଚାଷ ପଦ୍ଧତି ଓ ବିହନ ସରଂକ୍ଷଣ ଆଗାମୀ ଦିନରେ କୃଷି କ୍ଷେତ୍ରକୁ ଆହୁରି ସଶକ୍ତ ତଥା ବିଶ୍ୱରେ ଅଗ୍ରଣୀ ଦେଶ ରୂପେ ପରିଚିତ କରାଇବ। ଅଧିକରୁ ଅଧିକ ମହିଳା କୃଷି କ୍ଷେତ୍ରରେ ନିଜର କ୍ୟାରିଅର ଗଢ଼ିବା ପାଇଁ…
ଭୁବନେଶ୍ୱର: ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଡିଜିଟାଲ ଫସଲ ସର୍ବେକ୍ଷଣର ସମୀକ୍ଷା ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦ ଯୋଗଦେଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲାପାଳମାନେ ଭିଡ଼ିଓ କନଫରେନ୍ସ ଜରିଆରେ ଯୋଗଦେଇଥିଲେ। ଇ- ଚାଷ ଆପ୍ ଜରିଆରେ ଡିଜିଟାଲ ଫସଲର ସର୍ବେକ୍ଷଣ କରାଯାଉଛି, ଯେଉଁଥିରେ କୃଷକଙ୍କ ଫସଲ ଓ ଚାଷଜମିର ତଥ୍ୟ ସରକାରଙ୍କ ପାଖରେ ପହଂଚି ପାରୁଛି। ଏହି ସର୍ବେକ୍ଷଣ ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସର୍ବେକ୍ଷଣ ଆଧାରରେ ଚାଷୀମାନେ ସିଏମ୍- କିଷାନ ତଥା ଅନେକ ଅନ୍ଯ ଯୋଜନା ଅନ୍ତର୍ଗତ ଆର୍ଥିକ ସୁବିଧା ପାଇ ପାରିବେ। ଏବଂ ଏହାର ପ୍ରଥମ କିସ୍ତି ଆସନ୍ତା ସେପ୍ଟେମ୍ବର ୮ ତାରିଖ…
ଭୁବନେଶ୍ୱର: ବିଜେପିର ନୂଆ ସରକାରକୁ ନେଇ ଓଡିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି। ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି। ବିଜେପି ସରକାର ଉପରେ ଓଡିଶାବାସିଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା କାଲି ରାଜ୍ୟରେ ସଦସ୍ୟତା ଅଭିଯାନର ଶୁଭାରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଆଜି ଖଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତମପୁର ଏନଏସିର ୧୦ ଜଣ କାଉନସିଲର ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ପୁରୁଷୋତମପୁର ବିଜେଡିର ସୁସଂଗଠକ ତଥା ବରିଷ୍ଠ ନେତା ବାସୁଦେବ ମହାପାତ୍ରଙ୍କ ନେତୃତ୍ୱରେ ଏନଏସିର ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ୱାର୍ଡ ୧ କାଉନସିଲର ଭବାନୀ ଶଂକର ନାହାକ, ୱାର୍ଡ ୨ କାଉନସିଲର ଭାସ୍କର ବେହେରା, ୱାର୍ଡ ୩ କାଉନସିଲର କେ.ପ୍ରମୋଦ କୁମାର ଆଚାର୍ଯ୍ୟ, ୱାର୍ଡ ୫ କାଉନସିଲର ସୁଜାତା ବେହେରା, ୱାର୍ଡ ୭ କାଉନସିଲର ଯମୁନା ବେହେରା, ୱାର୍ଡ ୯ କାଉନସିଲର ଲିଙ୍ଗରାଜ ବେହେରା, ୱାର୍ଡ ୧୦…
ମେଷ : ଲାଭ ପାଇଁ ସୁଯୋଗ ଆସିବ । ରୋଜଗାର ବୃଦ୍ଧି ପାଇବ । ଆପଣ ସାଙ୍ଗମାନଙ୍କୁ ସାହାଯ୍ୟ କରିପାରିବେ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ବ୍ୟବସାୟ ଲାଭଦାୟକ ହେବ । ସେୟାର ବଜାରରେ ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ । ଯନ୍ତ୍ରଣା, ଭୟ, ଚିନ୍ତା ଏବଂ ଟେନସନର ପରିବେଶ ସୃଷ୍ଟି ହୋଇପାରେ । ଅସଦାଚରଣ ହେତୁ କ୍ଷତି ହେବ । କମ୍ ପରିଶ୍ରମ ସହିତ ସଫଳତା ଆସିବ । ବୃଷ : ରିସ୍କ ନେବାକୁ ସାହସ କରିବେ । ଆୟ ଜାରି ରହିବ । ଭାଇମାନେ ସମର୍ଥନ ପାଇବେ। ବିନିଯୋଗ ଭଲ ହେବ । ଆସନ୍ତାକାଲି ପାଇଁ ଆଜିର କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ। ନିଜ ବିବେକ ବ୍ୟବହାର କରନ୍ତୁ । ବିଭିନ୍ନ କ୍ଷେତ୍ରରେ ଉପକୃତ ହେବ । ଦୁଷ୍ଟ ଲୋକମାନଙ୍କ ପ୍ରତି ସାବଧାନ ରୁହ, ସେମାନେ କ୍ଷତି କରିପାରନ୍ତି । ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ ।…
ଭୁବନେଶ୍ବର: ରେଳ ମନ୍ତ୍ରଣାଳୟ ଗର୍ବର ସହିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଘୋଷଣା କରିଛି ଯାହା ପୂର୍ବ ଭାରତରେ ରେଳ ସଂଯୋଗ ବୃଦ୍ଧି ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଭଦ୍ରକ-ବିଜୟନଗରମ ରେଳ ସେକ୍ସନ (385 କିଲୋମିଟର) ମଧ୍ୟରେ ରଣନୀତିକ ତୃତୀୟ ଲାଇନ ବିସ୍ତାରର ଏକ ଅଂଶ ଭାବରେ ନିର୍ଗୁଣ୍ଡି ଏବଂ ବାରଙ୍ଗ ରେଳ ସେକ୍ସନ ମଧ୍ୟରେ ମହାନଦୀ, ବିରୁପା, କାଠଯୋଡ଼ି ଏବଂ କୁଆଖାଇ ନଦୀ ଉପରେ ଚାରିଟି ଗୁରୁତ୍ୱପୂର୍ଣ୍ଣ ରେଳ ବ୍ରିଜ ନିର୍ମାଣ ଆରମ୍ଭ ହେବାକୁ ଯାଉଛି। ନିର୍ଗୁଣ୍ଡି ଏବଂ ବାରଙ୍ଗ ମଧ୍ୟରେ 22 କିଲୋମିଟର ଦୈର୍ଘ୍ୟ ରେଳ ସେକ୍ସନ ମଧ୍ୟରେ 04 ଟି ଗୁରୁତ୍ୱପୂର୍ଣ୍ଣ ନଦୀ ସେତୁ ନିର୍ମାଣ ପାଇଁ ଟେଣ୍ଡର ଆମନ୍ତ୍ରଣ କରାଯାଇଛି। ଏହି ପ୍ରକଳ୍ପଟି ଏକ ଇପିସି (ଇଞ୍ଜିନିୟରିଂ, ପ୍ରୋକ୍ୟୁରିମେଣ୍ଟ, ଏବଂ କନଷ୍ଟ୍ରକସନ) ମୋଡରେ ଜଟିଳ ସେତୁ ନିର୍ମାଣ ସହିତ ଜଡିତ ରହିଛି ଯାହା ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସମ୍ପତ୍ତିକୁ ବିତରଣ କରିବା ପାଇଁ ସର୍ବୋତ୍ତମ ଇଞ୍ଜିନିୟରିଂ ଅଭ୍ୟାସ ଅନୁସରଣ…
ଭୁବନେଶ୍ୱର: ଢେଙ୍କାନାଳ ଓ ଗନ୍ଦିଆ ବ୍ଲକର ଦୁଇ ଅଧ୍ୟକ୍ଷଙ୍କ ସମେତ ପଂଚାୟତ ପ୍ରତିନିଧି ମାନେ ପୂର୍ବତନ ବିଧାୟକ ଶ୍ରୀ ସୁଧୀର ସାମଲ ଙ୍କ ନେତୃତ୍ୱ ରେ ଆଜି ନବୀନ ନିବାସ ଆସି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏହି ଅବସରରେ ବ୍ଲକମାନଙ୍କରେ ବିକାଶ କାମରେ ସରକାରୀ କଳର ଅସହଯୋଗ ଓ ସ୍ଥାନୀୟ ବିଜେପି ନେତାଙ୍କ ବିରୋଧ ସମ୍ପର୍କରେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ବିଷୟ ସେ ସରକାର ଙ୍କ ଦୃଷ୍ଟି କୁ ଆଣିବେ ବୋଲି କହିବା ସହ ସୁଭଦ୍ରା ଯୋଜନା ଓ ମାଗଣା ବିଜୁଳି ପ୍ରତିଶ୍ରୁତି ବିଷୟରେ ବିଜେପି ର ମିଛ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଆଜି ମଧ୍ୟ ବାଣପୁର ଏନଏସି ର ଅଧ୍ୟକ୍ଷ ଓ କାଉନସିଲରମାନେ ମଧ୍ୟ ବିରୋଧୀ ଦଳ ନେତାଙ୍କୁ ଭେଟିଥିଲେ।
ରଣପୁର: ଜନ୍ମ-ମୃତ୍ୟ ଯେପରି ସତ୍ୟ, ସେହିପରି ଚାକିରୀରେ ଯୋଗ ଦେବା ଓ ଚାକିରୀରୁ ଅବସର ନେବା ସେହିପରି ସତ୍ୟ। ସରକାରୀ ନିୟମ ଅନୁଯାୟୀ ସମସ୍ତଙ୍କୁ ନିୟମ ଅନୁଯାୟୀ ଚାକିରୀରୁ ଅବସର ନେବାକୁ ପଡିଥାଏ। ନୟାଗଡ ଜିଲ୍ଲା ରଣପୁର ବ୍ଲକ ରଜସୁନାଖଳା ସ୍ଥିତ ଗୋପୀନାଥପୁର ସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସରୋଜିନୀ ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଶିକ୍ଷକ ସଙ୍ଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ, ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ ମିଳିତ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ ବିଶ୍ୱାଳ, ଉପଦେଷ୍ଟା ଜଗନ୍ନାଥ ଦାଶ, ସମ୍ପାଦକ ଜ୍ୟୋତି ରଞ୍ଜନ କର, ମିଡ଼ିଆ କୋର୍ଡିନେଟର ତଥା ନରସିଂହପୁର କ୍ଲଷ୍ଟର ସି.ଆର.ସି.ସି. ସୁଶୀଲ କୁମାର ରଣା, ରାଜସୁନାଖଳା କ୍ଲଷ୍ଟର ସି.ଆର.ସି.ସି. ପବିତ୍ର ମୋହନ ସାମନ୍ତରାୟ, ନୟାଗଡ ଜିଲ୍ଲା…
ଭୁବନେଶ୍ୱର: ଜଣେ ବ୍ୟକ୍ତି କେତେ ଦିନ ବଞ୍ଚିବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ; ବରଂ ଗୁରୁତ୍ୱପୂର୍ଣ୍ଣ ହେଉଛି ସେ କେଉଁ ପ୍ରକାରର ଜୀବନ ଯାପନ କରନ୍ତି। ଅର୍ଥାତ୍ ଜଣେ ବ୍ୟକ୍ତିର ସମାଜ ଓ ଦେଶ ପ୍ରତି ଅବଦାନକୁ ଆଧାର କରି ତାଙ୍କର ଖ୍ୟାତିର ମୂଲ୍ୟାଙ୍କନ କରାଯାଏ। ଅର୍ଥାତ ସେବାହିଁ ବ୍ୟକ୍ତିତ୍ୱର ପରିଚୟ ତୋଳିଥାଏ ବୋଲି ଆଜି ଉତ୍କଲିୟମ ଫାଉଣ୍ଡେସନ ଟ୍ରଷ୍ଟର ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀରେ ଵକ୍ତା ମାନେ କହିଛନ୍ତି। ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାକକ୍ଷରେ ଅନୁଷ୍ଠିତ ସଭାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କ ସ୍ୱଳ୍ପ ଜୀବନକାଳ ମଧ୍ୟରେ କେତେ ଭଲ କାମ କରିଛନ୍ତି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ସେ କହି ସମାଜସେବା, ସାହିତ୍ୟ, ଶିକ୍ଷା ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଅବଦାନ ଅବିସ୍ମରଣୀୟ ବୋଲି ସେ…
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟ ଏକ ରାଷ୍ଟ୍ରୀୟ ପାର୍ଟି। ଏହି ଦଳ ରାଷ୍ଟ୍ରର ଚିନ୍ତାଧାରା ଉପରେ ପର୍ଯ୍ୟବେଷିତ। ଜାତୀୟତାବାଦ, ଦେଶ ଭକ୍ତି, ରାଷ୍ଟ୍ରୀୟ ଚେତନାକୁ ଜାଗ୍ରତ କରୁଥିବା ଏହି ଦଳର ବିଚାରଧାରା ହିଁ ଅନ୍ୟ ରାଜନୈତିକ ଦଳଠାରୁ ଭିନ୍ନ ପରିଚୟ ଦେଇଥାଏ। ସଂପୂର୍ଣ୍ଣ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ କରୁଥିବା ଭାରତୀୟ ଜନତା ପାର୍ଟିର ମୁଳ ମନ୍ତ୍ର ହେଉଛି “ସେବା ହିଁ ସଂଗଠନ” ଏବଂ ସଂଗଠନର ଆତ୍ମା ହେଉଛି ପ୍ରାଥମିକ ସଦସ୍ୟତା। ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରତି ୬ ବର୍ଷରେ ଥରେ ପ୍ରାଥମିକ ସଦସ୍ୟତା ଅଭିଯାନ ହୋଇଥାଏ। ସଦସ୍ୟତା ଅଭିଯାନ -୨୦୨୪ ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଆଜି ରାଷ୍ଟ୍ରୀୟ ସ୍ତରରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି ଏବଂ ଦିଲ୍ଲୀ କାର୍ଯ୍ୟାଳୟଠାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଜୀ ସଦସ୍ୟତା ଗ୍ରହଣ କରିବା ପରେ ଦେଶବ୍ୟାପୀ ଏହି ଅଭିଯାନ ଶୁଭାରମ୍ଭ…
ନୂଆଦିଲ୍ଲୀ: ଭାରତୀୟ ଟି -୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦୁଲିପ ଟ୍ରଫି ୨୦୨୪-୨୫ ର ପ୍ରଥମ ପର୍ଯ୍ୟାୟରୁ ବାହାରିଛନ୍ତି। ଗତ ସପ୍ତାହରେ ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ପାଇଁ ଖେଳୁଥିବା ବେଳେ ତାଙ୍କ ହାତରେ ଆଘାତ ଲାଗିଥିଲା। ବର୍ତ୍ତମାନ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି ଏବଂ ଫିଟନେସ୍ ପ୍ରକ୍ରିୟା ଅତିକ୍ରମ କରିବାକୁ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ରେ ଉପସ୍ଥିତ ଅଛନ୍ତି। ପ୍ରକାଶ ଯୋଗ୍ୟ ଯେ, ସୂର୍ଯ୍ୟକୁମାର ଗତ ସପ୍ତାହରେ TNCA XI ପାଇଁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିପାରିନଥିଲେ। ମ୍ୟାଚର ତୃତୀୟ ଦିନରେ ସେ ହାତରେ ଆଘାତ ପାଇଥିଲେ ଏବଂ ଏହା ପରେ ସେ ପଡ଼ିଆକୁ ମଧ୍ୟ ଆସି ନଥିଲେ। ସେତେବେଳେ ମୁମ୍ବାଇ ଦଳ ସ୍ଵୀକାର କରିଥିଲା ଯେ, ଗୁରୁତର ଆହତ ହେବାରୁ ରକ୍ଷା ପାଇବା ପାଇଁ ସୂର୍ଯ୍ୟଙ୍କୁ ଫିଲ୍ଡ ଓ ବ୍ୟାଟିଂକୁ ପଠାଯାଇ ନାହିଁ। ନିକଟରେ ସୁର୍ଯ୍ୟକୁମାର ଯାଦବ ଟେଷ୍ଟ ଦଳକୁ ଫେରିବାର ଆଶା ପ୍ରକାଶ…
ନୂଆଦିଲ୍ଲୀ: ପାରାଲିମ୍ପିକ୍ସ 2024 ରେ ନୀତିଶ କୁମାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ସିଙ୍ଗଲ୍ସ SL3 ବର୍ଗରେ ବ୍ୟାଡମିଣ୍ଟନରେ ଗ୍ରେଟ ବ୍ରିଟେନର ଡାନିଏଲ ବେଥେଲକୁ 21-14, 18-21, 23-21 ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ପ୍ୟାରିସ୍ ପାରାଲିମ୍ପିକ୍ସ 2024 ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଦ୍ୱିତୀୟ ଭାରତୀୟ ଆଥଲେଟ୍ ହୋଇଛନ୍ତି। ମୋଟ ଉପରେ, 2024 ପାରାଲିମ୍ପିକ୍ ଗେମ୍ସରେ ଏହା ହେଉଛି ଭାରତର ନବମ ପଦକ। ନୀତେଶ ପ୍ରଥମ ଥର ପାଇଁ ପାରାଲିମ୍ପିକ୍ ଗେମ୍ସରେ ଅଂଶଗ୍ରହଣ କରିଥିଲେ ଏବଂ ପ୍ରଥମ ପ୍ରୟାସରେ ସ୍ୱର୍ଣ୍ଣ ପଦକ ହାସଲ କରି ସେ ଇତିହାସ ସୃଷ୍ଟି କରିଛନ୍ତି। ସେ ବର୍ତ୍ତମାନ ପାରାଲିମ୍ପିକ୍ସର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ତୃତୀୟ ଭାରତୀୟ ଆଥଲେଟ୍ ହୋଇପାରିଛନ୍ତି। ତାଙ୍କ ପୂର୍ବରୁ ପ୍ରମୋଦ ଭାଗବତ ଏବଂ କୃଷ୍ଣ ନାଗର ଟୋକିଓ ପାରାଲିମ୍ପିକ୍ସରେ ପୁରୁଷ ଏକକ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଥିଲେ।
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ ର ଡାଇବେଟିସ୍ ଓ ଏଣ୍ଡୋକ୍ରିନୋଲଜି ବିଭାଗକୁ ଅଭିନବ ଗବେଷଣା ନିମନ୍ତେ ନିକଟରେ ଲକ୍ଷେ୍ମା ଠାରେ ଅନୁଷ୍ଠିତ ଆମେରିକାନ୍ କଲେଜ ଅଫ୍ ଫିଜିସିଆନସ୍ର ଇଣ୍ଡିଆ ଚ୍ୟାପ୍ଟର ସମ୍ମିଳନୀରେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି। ‘ଆସେସମେଂଟ ଅଫ୍ ହାଇପୋଗୋନାଡିଜମ ଆଣ୍ଡ ଇଟସ ଡିଟରମିନାଂଟସ୍ ଆମଙ୍ଗ ଆଡଲଟ ମେନ ଉଇଥ ଟାଇପ-୨ ଡାଇବେଟିସ୍ ମେଲିଟସ’ ଶୀର୍ଷକ ଏହି ଗବେଷଣା ପ୍ରସୂତ ସନ୍ଦର୍ଭକୁ ଏହି ସମ୍ମାନ ମିଳିଛି। ବିଭାଗର ପ୍ରଫେସର ଜୟଶ୍ରୀ ସ୍ୱାଇଁଙ୍କ ତତ୍ୱାବଧାନରେ ଡିଏମ୍ ଏଣ୍ଡୋକ୍ରିନୋଲଜି ରେସିଡେଂଟ ଡାକ୍ତର ଜସ୍ପ୍ରୀତ ସିଂହ ଏହି ସନ୍ଦର୍ଭ ପ୍ରସ୍ତୁତ କରିଥିଲେ। ଏହି ବିଭାଗ ଗତବର୍ଷ ମଧ୍ୟ ସବୁଠାରୁ ଶ୍ରେଷ୍ଠ ସନ୍ଦର୍ଭ ନିମନ୍ତେ ଏହି ସମ୍ମିଳନୀରେ ସମ୍ମାନିତ ହୋଇଥିଲା ବୋଲି ପ୍ରଫେସର ସ୍ୱାଇଁ କହିଛନ୍ତି। ବିଭାଗ ପକ୍ଷରୁ ଡାଇବେଟିସ ସଂକ୍ରାନ୍ତିୟ ଅନେକ ଗୁଡିଏ ଗବେଷଣା ପ୍ରସୂତ ସନ୍ଦର୍ଭ ପ୍ରସ୍ତୁତ କରାଯାଇଥିଲା ଯାହା…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଭାରତୀୟ ଜୀବନ ବୀମା ନିଗମ ବାଲୁଗାଁ ଶାଖା କାର୍ଯ୍ୟାଳୟରେ ୬୮ ତମ ବୀମା ସପ୍ତାହ ଦିବସ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶାଖା ପରିଚାଳକ ଅନୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଅତିଥି କ୍ରୀଷ୍ଣା ଶୀକାରି ସିକୋକାଇ କରାଟି ଜାତୀୟ ପଦାଧିକାରୀ, ରଜତ କୁମାର ମହନ୍ତ ବିଶିଷ୍ଟ କ୍ରୀଡାବିତ୍, ଦେବଦତ୍ତ ପାତ୍ର ବିଶିଷ୍ଟ ବ୍ୟବସାୟୀ, ଶାଖା ପରିଚାଳକ ଅନୟ କୁମାର ମହାନ୍ତି, ଉପ ଶାଖା ପରିଚାଳକ ଆଲୋକ ତୀକ୍ରୀ, ଉନ୍ନୟନ ଅଧିକାରୀ ଉମାକାନ୍ତ ପଟ୍ଟନାୟକ, ପ୍ରମୋଦ ସାହୁ, ସିଏଲଆଇ ସଭାପତି ଅମିତାଭ ପଟ୍ଟନାୟକ, ଭବାନୀ ଶଙ୍କର ସୁବୁଦ୍ଧି, ଲିଆଫି ସଂଘର ସଭାପତି ତ୍ରିଲୋଚନ ସାହୁ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ଶିବଶକ୍ତି ଶାସମଲ, ଦିଲ୍ଲିପ କୁମାର ସ୍ବାଇଁ, ତୃତୀୟ ଶ୍ରେଣୀ କର୍ମଚାରୀ ସଂଘର ସଭାପତି ପ୍ରଦୀପ ବଳବନ୍ତରାୟ, ଆସ୍ତିକ କୁମାର ଦଳେଇ। ନିଗମର ସୁଗମ ସଂଗିତ ସମୂହ ଗାନ…
ନୂଆଦିଲ୍ଲୀ: ଏକ ଗତିଶୀଳ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ବିକଶିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୁଜରାଟର ସାନନ୍ଦ ଠାରେ ଏକ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ପାଇଁ କାଏନ୍ସ ସେମିକନ୍ ପ୍ରାଇଭେଟ୍ ଲିମିଟେଡ୍ ର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ପ୍ରସ୍ତାବିତ ୟୁନିଟ୍ ୩,୩୦୦ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ହେବ। ଏହି ୟୁନିଟରେ ଦୈନିକ ୬୦ ଲକ୍ଷ ଚିପ୍ସ ନିର୍ମାଣ କରାଯିବ। ଏଠାରେ ଉତ୍ପାଦିତ ଚିପ୍ ଗୁଡ଼ିକ ଶିଳ୍ପ, ଅଟୋମୋଟିଭ୍, ବିଦ୍ୟୁତ ଚାଳିତ ଯାନ, ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ, ଦୂରସଞ୍ଚାର, ମୋବାଇଲ୍ ଫୋନ୍ ଇତ୍ୟାଦି ବିଭାଗ ଭଳି ବିଭିନ୍ନ ପ୍ରକାର ସାମଗ୍ରୀରେ ପ୍ରୟୋଗ କରାଯିବ। ଭାରତରେ ସେମିକଣ୍ଡକ୍ଟରଏବଂ ଡିସପ୍ଲେ ମ୍ୟାନୁଫାକ୍ଚରିଂ ଇକୋସିଷ୍ଟମର ବିକାଶ ପାଇଁ ବିଶେଷ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ୨୧.୧୨.୨୦୨୧ ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ମୋଟ ୭୬,୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ଜୁନ୍ ୨୦୨୩ରେ କେନ୍ଦ୍ର କ୍ୟାବିନେଟ୍ ଗୁଜରାଟର ସାନନ୍ଦରେ ସେମିକଣ୍ଡକ୍ଟର…
ପୁରୀ: ଆନ୍ତର୍ଜାତୀୟ ତଥା ଜାତୀୟ ସମ୍ମାନରେ ସମ୍ମାନିତ ଓଡିଶା ନିବାସୀ ବରିଷ୍ଟ ପୋଲିସ ଅଧିକାରୀ ଏବଂ ପୁରୀ ସିଟି ଡିଏସପି ଭାବରେ କାର୍ଯ୍ୟରତ ପ୍ରଶାନ୍ତ କୁମାର ସାହୁଙ୍କୁ ଆନ୍ତର୍ଜାତୀୟ କଳ୍କୀ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ସାହୁଙ୍କୁ ନିଜର କାର୍ଯ୍ୟ ଦକ୍ଷତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୨୪ ବର୍ଷ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଉଲ୍ଲେଖନୀୟ ଅବଦାନ ପାଇଁ ନୋଏଡା, ଉତ୍ତରପ୍ରଦେଶର କଳ୍କୀ ଫାଉଣ୍ଡେସନ୍ ଟ୍ରଷ୍ଟ ଦ୍ଵାରା ଏହି ସମ୍ମାନ ପ୍ରଦାନ କରାଯାଇଛି। ଫାଉଣ୍ଡେସନର ପ୍ରତିଷ୍ଠାତା ବରୁଣ ରାସ୍ତୋଗୀଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ପ୍ରଶାନ୍ତ କୁମାର ସାହୁ କୃତଜ୍ଞତା ଜଣାଇଛନ୍ତି ଏବଂ କହିଛନ୍ତି ଯେ, ଏହି ପୁରସ୍କାର ସେମାନଙ୍କୁ ଅଧିକ କାର୍ଯ୍ୟ କରିବାକୁ ଉତ୍ସାହିତ କରିବ।
ନୂଆଦିଲ୍ଲୀ: ସାରା ଦେଶରେ ବୁଲଡୋଜର ଆକ୍ସନର ମାମଲା ଆଜି ସୁପ୍ରିମକୋର୍ଟରେ ପହଞ୍ଚିଛି। ଉଦୟପୁରରେ ଛୁରାମାଡ଼ ଅଭିଯୋଗରେ ଅଭିଯୁକ୍ତ ନାବାଳକର ପିତାଙ୍କ ଘରେ ବୁଲଡୋଜର ଚାଲୁଥିବା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ମ୍ୟୁନିସିପାଲିଟି ନିୟମ ଅନୁଯାୟୀ, କେବଳ ନୋଟିସ ଦେଇ ବେଆଇନ ନିର୍ମାଣକୁ ଭାଙ୍ଗି ଦିଆଯାଇପାରେ। ଏହା ଉପରେ କୋର୍ଟ କହିଛନ୍ତି ଯେ, ଏ ବାବଦରେ କିଛି ନିର୍ଦ୍ଦେଶାବଳୀ ସ୍ଥିର କରିବାର ଆବଶ୍ୟକତା ରହିଛି, ଯାହାକୁ ସମସ୍ତ ରାଜ୍ୟ ଅନୁସରଣ କରିବା ଉଚିତ୍। ୟୁପି ସରକାରରେ ହାଜର ହୋଇଥିବା ତୁଷାର ମେହେଟ୍ଟା କହିଛନ୍ତି ଯେ, ଅଧିକାଂଶ କ୍ଷେତ୍ରରେ ବେଆଇନ ନିର୍ମାଣ ବିରୋଧରେ ନୋଟିସ ଦିଆଯାଇସାରିଛି। ଏହା ଉପରେ କୋର୍ଟ କହିଛନ୍ତି ଯେ, ଆମେ ମଧ୍ୟ ବେଆଇନ ନିର୍ମାଣକୁ ସଂରକ୍ଷଣ କରିବା ସପକ୍ଷରେ ନାହୁଁ, କିନ୍ତୁ ତାଙ୍କ ଭୁଲ ହେତୁ ପୁଅର ବାପାଙ୍କ ଘର ଭାଙ୍ଗିବା ଠିକ୍…
ନୂଆଦିଲ୍ଲୀ: ଏବେ ଚାଲିଥିବା ପ୍ୟାରିସ ପାରାଅଲିମ୍ପିକ୍ସରେ ଟ୍ରାକ୍୍ ଆଣ୍ଡ ଫିଲ୍ଡରେ କ୍ରୀଡ଼ାବିତ ପ୍ରୀତି ପାଲ ଦ୍ୱିତୀୟ ପଦକ ଜିତିଥିବାରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ମହିଳା ୨୦୦ ମିଟର ଟି୩୫ ରେ ୨୩ ବର୍ଷୀୟା ବ୍ରୋଞ୍ଜ ପଦକ ଜିତିଛନ୍ତି ଏବଂ ପାରାଅଲିମ୍ପିକ୍ସ ଟ୍ରାକ୍୍ ଆଣ୍ଡ ଫିଲ୍ଡରେ ଦୁଇଟି ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା କ୍ରୀଡ଼ାବିତ ହୋଇପାରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ପ୍ରୀତି ପାଲଙ୍କ ଦ୍ୱାରା ଐତିହାସିକ କୃତିତ୍ୱ। ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ #Paralympics2024 ରେ ସେ ତାଙ୍କର ଦ୍ୱିତୀୟ ପକଦ ଜିତିଛନ୍ତି। ମହିଳା ୨୦୦ ମିଟର ଟି୩୫ରେ ବ୍ରୋଞ୍ଜ ପଦକ ସହ ଏହି କୃତିତ୍ୱ ପାଇଛନ୍ତି। ଭାରତର ଲୋକଙ୍କ ପାଇଁ ସେ ପ୍ରେରଣା । ତାଙ୍କର ଉତ୍ସର୍ଗୀକୃତ ମନୋଭାବ ପ୍ରଣିଧାନଯୋଗ୍ୟ।
ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶାସକ ଦଳ ପ୍ରସ୍ତୁତ ହୋଇଛି। ଆଜିକାଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା, ବିଜେପି ଏବଂ ଅଜିତ ପାୱାରଙ୍କ ଏନସିପି ମଧ୍ୟରେ ଆସନ ଉପରେ ଆଲୋଚନା ଚାଲିଛି। ଏହି ସମୟରେ, ନାଗପୁରର ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ସରକାରୀ ବାସଭବନ ରାମଗିରିରେ ଶନିବାର ରାତି ପ୍ରାୟ ୮ ଟା ସମୟରେ ଆରମ୍ଭ ହୋଇ ବିଳମ୍ବିତ ରାତି ୧.୩୦ ପର୍ଯ୍ୟନ୍ତ ଚାଲିଥିଲା। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଏହି ବିଷୟରେ ନେତାମାନେ କହିଛନ୍ତି ଯେ ତିନି ଦଳ ମଧ୍ୟରେ ପ୍ରାୟ ଏକ ଚୁକ୍ତି ହୋଇଛି। ଏହି ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି) ମହାରାଷ୍ଟ୍ର ପ୍ରଦେଶ ସଭାପତି ଚନ୍ଦ୍ରଶେଖର ବାୱାନକଲେ ରବିବାର ଦିନ କହିଛନ୍ତି ଯେ ବିଧାନସଭା ନିର୍ବାଚନ ପାଇଁ ଶାସକ ସହଯୋଗୀ ଦଳ ମଧ୍ୟରେ ଆସନ ବାଣ୍ଟିବା ନେଇ ଆଲୋଚନା 10 ଦିନ ମଧ୍ୟରେ ଶେଷ ହେବ। ନାଗପୁରରେ ସେ କହିଛନ୍ତି ଯେ ସିଟ୍ ବଣ୍ଟନ ପାଇଁ ମାନଦଣ୍ଡ…
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀତୀଶ ରାଣେଙ୍କ ବିବୃତ୍ତିକୁ ନେଇ ବିବାଦ ଉପୁଜିଛି। ଅହମ୍ମଦନଗରରେ କଣକୱଲି ବିଧାୟକ ଏକ ଧମକପୂର୍ଣ୍ଣ ଢଙ୍ଗରେ କହିଛନ୍ତି ଯେ, ତୁମେ ଯେଉଁ ଭାଷାରେ ବୁଝୁଛ, ମୁଁ ତୁମକୁ ସେହି ଭାଷାରେ ଧମକ ଦେଇ ଯାଉଛି। ଯଦି ତୁମେ ଆମର ରାମଗିରି ମହାରାଜାଙ୍କ ବିରୁଦ୍ଧରେ କିଛି କର, ତେବେ ମସଜିଦ ଭିତରକୁ ଆସି ତୁମକୁ ଖୋଜି ଖୋଜି ହତ୍ୟା କରିବୁ, ଏକଥା ମନେରଖ। ଅହମ୍ମଦନଗରର ସକଲ ହିନ୍ଦୁ ସମାଜ ଆନ୍ଦୋଳନରେ ନୀତୀଶ ରାଣେ କହିଛନ୍ତି ଯେ, ଯଦି ଆପଣ ସମ୍ପ୍ରଦାୟ ବିଷୟରେ ଚିନ୍ତା କରୁଛନ୍ତି, ତେବେ ଆମର ରାମଗିରି ମହାରାଜଙ୍କ ବିରୋଧରେ କିଛି କୁହନ୍ତୁ ନାହିଁ, ନଚେତ୍ ଆମେ ସେହି ଜିଭକୁ କୌଣସି ସ୍ଥାନରେ ରଖିବୁ ନାହିଁ। ଶ୍ରୀ ରାଣେ ତାଙ୍କ ବିବୃତ୍ତି ପାଇଁ ପ୍ରାୟତଃ ହେଡଲାଇନରେ ରହିଥା’ନ୍ତି। ସାରା ହିନ୍ଦୁ ସମ୍ପ୍ରଦାୟ ତଥା ବାଂଲାଦେଶର ହିନ୍ଦୁମାନଙ୍କ…
ନୂଆଦିଲ୍ଲୀ: ରାୱଲପିଣ୍ଡିରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ବାବର ଆଜାମଙ୍କ ଦଳ ମଧ୍ୟ ଦ୍ଵିତୀୟ ଟେଷ୍ଟରେ ପରାଜୟ ସ୍ଥିତିରେ ପହଞ୍ଚିଛି। ଦ୍ୱିତୀୟ ଇନିଂସରେ ମଧ୍ୟ ପାକିସ୍ତାନୀ ବ୍ୟାଟ୍ସମ୍ୟାନମାନେ ଧରାଶାୟୀ ହୋଇଛନ୍ତି। ଦଳ ମାତ୍ର ୧୧୭ ରନ୍ ରେ ୬ ଟି ୱିକେଟ୍ ହରାଇଛି ଏବଂ ମୋଟ ଅଗ୍ରଣୀ ଏପର୍ଯ୍ୟନ୍ତ ୧୨୯ ରନ୍ ହୋଇଛି। ବାଂଲାଦେଶ ପାଇଁ ନାହିଦ ରାଣା ୩ ୱିକେଟ୍ ନେଇଛନ୍ତି ଏବଂ ହସନ ମହମୁଦ ଦୁଇଟି ୱିକେଟ୍ ନେଇଛନ୍ତି। ଯେଉଁଠାରେ ତସ୍କିନ୍ ଅହମ୍ମଦ ଗୋଟିଏ ୱିକେଟ୍ ପାଇଛନ୍ତି। ଆଜି ଏହି ଟେଷ୍ଟର ଚତୁର୍ଥ ଦିନ। ଏଭଳି ପରିସ୍ଥିତିରେ ବାଂଲାଦେଶ ଏହି ମ୍ୟାଚ୍ ଜିତି ପାକିସ୍ତାନକୁ ଧୁଳି ଚଟାଇବାକୁ ଯାଉଛି ବୋଲି କହିବା ଭୁଲ ହେବ ନାହିଁ। ଯଦି ଏହା ଘଟେ ତେବେ ଅନ୍ତର୍ଜାତୀୟ କ୍ରିକେଟ୍ ରେ ଏହା ସବୁଠାରୁ ବଡ ବିପର୍ଯ୍ୟୟ ହେବ। ବାଂଲାଦେଶ ଏପର୍ଯ୍ୟନ୍ତ…

