Author: SM Network

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବୁଧବାର ପୂର୍ବାହ୍ନରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ବିଭାଗ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ପଞ୍ଚାୟତ ସ୍ତରୀୟ ୱାର୍ଡ଼ ସଦସ୍ୟଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଚିଲିକା ବ୍ଲକ ଉନ୍ନୟନ ଅଧିକାରୀ ହଳଧର ଶବରଙ୍କ ନେତୃତ୍ୱରେ ଏହି ଶିବିରରେ ରାଜ୍ୟ ପଞ୍ଚାୟତରାଜ ଓ ପାନୀୟଜଳ ପ୍ରଶିକ୍ଷକ ଆକବର ଅଲ୍ଲୀ ଖାଁ, ଏସଆଇଆରଡି ପ୍ରଶିକ୍ଷକ ପ୍ରଣତି ମିଶ୍ରଙ୍କ ସମେତ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି ଶିବିରରେ ବ୍ଲକ ଅନ୍ତର୍ଗତ ପାଞ୍ଚଟି ଗ୍ରାମପଞ୍ଚାୟତର ସମସ୍ତ ୱାର୍ଡ଼ ସଦସ୍ୟ/ସଦସ୍ୟା ମାନେ ଯୋଗ ଦେଇଥିଲେ। ଏହିପରିପ୍ରେକ୍ଷୀରେ ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲା, ବଡ଼କୁଳ, ଡୁଙ୍ଗମାଳ, ନିମିକ୍ଷେତା, ଅଠରବାଟିଆ ପଞ୍ଚାୟତର ସମସ୍ତ ୱାର୍ଡ଼ ସଭ୍ୟ/ସଭ୍ୟାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା। ଗ୍ରାମାଞ୍ଚଳରେ ରାସ୍ତାଘାଟ, ପାନୀୟଜଳ, ଶିକ୍ଷା, ବିଜୁଳି, ରାସନ କାର୍ଡ, ଭତ୍ତା, ମହିଳା ଓ ଶିଶୁ ବିକାଶ ଆଦି…

Read More

ମେଷ : ବିବାହ ପ୍ରସ୍ତାବ ଗ୍ରହଣ କରାଯାଇପାରେ । ସରକାରଙ୍କ ସହାୟତାରେ କୌଣସି କାର୍ଯ୍ୟ ଶେଷ ହେବ। ବ୍ୟବସାୟ ଅନୁକୂଳ ଲାଭ ଦେବ। ଜରୁରୀ ଜିନିଷକୁ ଠିକ୍ ସମୟରେ ନ ପାଇବାରୁ ଦୁଃଖ ଆସିବ । ବିନିଯୋଗ ଭଲ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଆୟ ବୃଦ୍ଧି ପାଇବ । ସମୟ ଅନୁକୂଳ ହେବ । ଅଳସୁଆତା ଜିତିବ । ଘରେ ସୁଖ ଏବଂ ଶାନ୍ତି ରହିବ । ଉପକୃତ ହେବ । ବୃଷ : ପ୍ରଗତିର ରାସ୍ତା ଖୋଲାଯିବ । ଭୋଜି ଖାଇବା ଠାରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ । ଜମି ଏବଂ ନିର୍ମାଣ ସଂପର୍କିତ କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ । ବିନିଯୋଗ ଭଲ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଥାନା ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ମହୁଲି ଜବତ ହୋଇଛି।  ସୂଚନା ମୁତାବକ ଶାଳିଆ ଡ୍ୟାମ ନିକଟସ୍ଥ ପଣସଡିହ ଗ୍ରାମର ଅଭିଯୁକ୍ତ ରବି ଶବର ନିଜ ଘରେ ବେଆଇନ ଭାବେ ମହୁଲି କାରବାର କରୁଥିବାର ଖବର ପାଇ ଆଜି ମଧ୍ୟାହ୍ନରେ ଉଭୟ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ସମୁଦାୟ ୧୦ କୁଇଣ୍ଟାଲ ମହୁଲି ଜବତ ହୋଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ବାଲୁଗାଁ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା ଜଣାପଡିଛି। ଉକ୍ତ ଚଢ଼ାଉରେ ବାଣପୁର ଆଇଆଇସି ରମେଶ କୁମାର ଦେବତ୍ତା ଏବଂ ବାଲୁଗାଁ ଅବକାରୀ ଅଧିକାରିଣୀ ସ୍ମିତା ପଣ୍ଡା ସାମିଲ ଥିଲେ।

Read More

ନୂଆଦିଲ୍ଲୀ: କୋଲକାତାର ଜଣେ ଜୁନିଅର ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଡ ବିବୃତ୍ତି ଆସିଛି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ମୁଁ ବହୁତ ନିରାଶ ଏବଂ ଭୟଭୀତ ଅଟେ। ଏବେ ବହୁତ ହୋଇଗଲା, ଝିଅମାନଙ୍କ ବିରୁଦ୍ଧରେ ଅପରାଧକୁ ବରଦାସ୍ତ କରାଯିବ ନାହିଁ। ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ, ଏବେ ବହୁତ ହୋଇଗଲା। ସେ କହିଛନ୍ତି ଯେ, “ଯେତେବେଳେ କୋଲକାତାରେ ଛାତ୍ର, ଡାକ୍ତର ଏବଂ ନାଗରିକମାନେ ବିରୋଧ ପ୍ରଦର୍ଶନ କରୁଥିଲେ, ଅପରାଧୀମାନେ ଅନ୍ୟ ସ୍ଥାନରେ ଅପେକ୍ଷା କରି ରହିଥିଲେ। କୋଲକାତାରେ ଘଟିଥିବା ଏହି ଘଟଣାରେ ଦୁଃଖ ପ୍ରକାଶ କରି ରାଷ୍ଟ୍ରପତି କହିଛନ୍ତି ଯେ, କୌଣସି ସଭ୍ୟ ସମାଜରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଅନୁମତି ଦିଆଯାଇପାରିବ ନାହିଁ। ସମାଜ ମଧ୍ୟ ସଚ୍ଚୋଟ, ନିରପେକ୍ଷ ଏବଂ ଆତ୍ମନିରୀକ୍ଷଣ ହେବା ଉଚିତ୍। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ, ଅନେକ…

Read More

ନୂଆଦିଲ୍ଲୀ: ୨୮ ଅଗଷ୍ଟ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମଜେଡିୱାଇ)ର ସଫଳ ରୂପାୟନର ଆଜି ଏକ ଦଶନ୍ଧି ପୂରଣ ହୋଇଛି। ପିଏମଜେଡିୱାଇ ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପଦକ୍ଷେପ ହୋଇଥିବାରୁ ଅର୍ଥ ମନ୍ତ୍ରଣାଳୟ ଏହାର ଆର୍ଥିକ ଅନ୍ତର୍ଭୁକ୍ତୀକରଣ ହସ୍ତକ୍ଷେପ ମାଧ୍ୟମରେ ଅବହେଳିତ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କୁ ସହାୟତା ପ୍ରଦାନ କରିବାକୁ ନିରନ୍ତର ପ୍ରୟାସ କରୁଛି।  ଏହି ଅବସରରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବାର୍ତ୍ତାରେ କହିଛନ୍ତି, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ସଶକ୍ତୀକରଣ ହାସଲ ପାଇଁ ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ୍ ସେବାର ସାର୍ବଜନୀନ ଏବଂ ସୁଲଭ ଉପଲବ୍ଧତା ଜରୁରୀ। ଏହା ଗରିବମାନଙ୍କୁ ଅର୍ଥନୈତିକ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଅବହେଳିତ ସମ୍ପ୍ରଦାୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ବ୍ୟାଙ୍କ ଆକାଉଣ୍ଟ, କ୍ଷୁଦ୍ର ସଞ୍ଚୟ ଯୋଜନା, ବୀମା ଓ…

Read More

ଭୁବନେଶ୍ୱର: ଡିଜିଟାଲ୍ ଅନ୍ତର୍ଭୂକ୍ତିକରଣକୁ ତ୍ୱରାନ୍ୱିତ କରିବା ଏବଂ ଡିଜିଟାଲ୍ ବୈଷମ୍ୟକୁ ଦୂର କରିବା ପାଇଁ ଏହାର ନିରନ୍ତର ଉଦ୍ୟମର ଅଂଶସ୍ୱରୂପ ରିଲାଏନ୍ସ ଜିଓ ଏହାର ୪ଜି / ୫ଜି ନେଟୱାର୍କ ସହିତ ଓଡିଶାର ହଜାର ହଜାର ଦୁର୍ଗମ ଗ୍ରାମଗୁଡିକୁ ଡିଜିଟାଲ ସେବା ସହିତ ସଂଯୁକ୍ତ କରିଛି। ସମସ୍ତ ସ୍ଥାନରେ ବିଶ୍ୱ ସ୍ତରୀୟ ଡାଟା ସେବା ଉପଲବ୍ଧ କରାଇବା ପାଇଁ ଏହାର ପ୍ରତିବଦ୍ଧତା ସ୍ୱରୂପ ପୂର୍ବରୁ ଆଧୁନିକ ଯୋଗାଯୋଗ ଭିତ୍ତିଭୂମିର ଅଭାବ ରହିଥିବା ଅଂଚଳଗୁଡିକରେ ଜିଓ ଦ୍ରୁତ ଗତିରେ ୪ଜି / ୫ଜି ନେଟୱାର୍କ ସ୍ଥାପନ ଜାରି ରଖିଛି। ବିବିଧ ଭୌଗଳିକ ଆହ୍ୱାନ ଓ ବାଧାବିଘ୍ନ ଅତିକ୍ରମ କରି ଜିଓ ସଫଳତାର ସହିତ ଏହାର ବିଶ୍ୱସ୍ତରୀୟ ନେଟୱାର୍କକୁ ଓଡିଶାର ୪୭୦୦୦ ରୁ ଅଧିକ ଗ୍ରାମକୁ ବିସ୍ତାର କରିଛି ଏବଂ ଏବେବି ଅପହଞ୍ଚ ରହିଥିବା ରାଜ୍ୟର ଅନ୍ୟାନ୍ୟ ସୁଦୂର ତଥା ଦୁର୍ଗମ ଗ୍ରାମଗୁଡ଼ିକରେ ଦ୍ରୁତ ଗତିରେ ନେଟୱାର୍କ ସ୍ଥାପନ କରିବା ଦିଗରେ କାର୍ଯ୍ୟ କରୁଛି।…

Read More

ଭୁବନେଶ୍ୱର: ଭାରତ ସରକାରଙ୍କ ଷ୍ଟାର୍ସ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ପାଞ୍ଚ ଦିବସୀୟ ତାଲିମ କର୍ମଶାଳା ଆୟୋଜିତ ହୋଇଯାଇଛି। ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଇଲେକ୍‌ଟ୍ରୋନିକ୍ସ ଓ ହାର୍ଡୟୋର କର୍ମବିଦ୍ୟା ପଢ଼ୁଥିବା ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନେଇ ଏହି କର୍ମଶାଳା ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଆୟୋଜିତ କରାଯାଇଛି। ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଆଜିର ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ ହେବାର ଆବଶ୍ୟକତା ରହିଛି। ଏଦି ଦିଗରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ଏହି କର୍ମବିଦ୍ୟା ଓ ବିଶ୍ୱ ଦକ୍ଷତା କେନ୍ଦ୍ରର ତାଲିମ ପୂର୍ଣ୍ଣ ରୂପରେ ସହଯୋଗ କରିବ ବୋଲି ସେ କହିଛନ୍ତି। ଏଥିସହିତ ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ଯୋଜନା ସମ୍ବନ୍ଧରେ ମଧ୍ୟ ଆଲୋକପାତ କରିଥିଲେ। ଅନ୍ୟପକ୍ଷେ ବିଶ୍ୱ ଦକ୍ଷତା କେନ୍ଦ୍ରରେ…

Read More

ଭୁବନେଶ୍ଵର: ଚଳିତ ବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶାର ଦୁଇ ଜଣ ଶିକ୍ଷକ। କଳାହାଣ୍ଡି ଜିଲ୍ଲାର ନର୍ଲାସ୍ଥିତ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲାର ବିଲେସୁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ବିତି ଚନ୍ଦ୍ର ସାହୁଙ୍କୁ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ସେପ୍ଟେମ୍ବର ୫, ୨୦୨୪ ରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ଠାରେ ୫୦ ଜଣ ମନୋନୀତ ପୁରସ୍କାର ବିଜେତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପ୍ରଦାନ କରିବେ। ପ୍ରତ୍ୟେକ ପୁରସ୍କାରରେ ମେରିଟ୍ ସାର୍ଟିଫିକେଟ୍‌, ନଗଦ ୫୦ ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରାଯିବ।

Read More

ଭୁବନେଶ୍ୱର: ରାଜ୍ୟରେ ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କ ସଶକ୍ତିକରଣ ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ସେଣ୍ଟର ଫର ଡେଭଲପ୍‌ମେଣ୍ଟ ଅଫ୍‌ ଆଡଭାନ୍ସଡ୍‌ କମ୍ପୁ୍ୟଟିଂ (ସି-ଡାକ୍‌), କୋଲକାତା ଓ ସ୍କିଲ୍‌ କାଉନ୍‌ସିଲ୍‌ ଫର ପର୍ସନସ୍‌ ଉଇଥ୍‌ ଡିଜେବିଲିଟି ସହ ବିଭାଗ ପକ୍ଷରୁ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଉପସ୍ଥିତ ଥିଲେ। ପ୍ରଥମ ବୁଝାମଣାପତ୍ର ଅନୁଯାୟୀ ସ୍କିଲ୍‌ କାଉନ୍‌ସିଲ୍‌ ଫର ପର୍ସନସ୍‌ ଉଇଥ୍‌ ଡିଜେବିଲିଟି ରାଜ୍ୟର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ନିମନ୍ତେ ଏକ ବର୍ଷ ପର୍ଯ୍ୟନ୍ତ ପ୍ରଶିକ୍ଷଣ ହେବ। ଏହି ପ୍ରଶିକ୍ଷଣ…

Read More

ମେଷ : ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଗୃହିଣୀମାନେ ଅତିରିକ୍ତ ଯତ୍ନବାନ ହେବା ଉଚିତ୍ । ରୋଷେଇ ଘରେ ଆଘାତ ହୋଇପାରେ । ଆଶା ବିଳମ୍ବ ହୋଇପାରେ। ବ୍ୟବସାୟ ଭଲ ହେବ । ଆୟ ଜାରି ରହିବ । ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ସତର୍କ ରୁହନ୍ତୁ । ବିବାଦ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବୃଷ : ବ୍ୟବସାୟ ଲାଭଦାୟକ ହେବ । ଚାକିରିରେ ଶାନ୍ତି ରହିବ । ଟଙ୍କା ପାଇବା ସହଜ ହେବ । ଘରୋଇ କାର୍ଯ୍ୟ ଠିକ୍ ସମୟରେ କରାଯିବ । ଆଜି ଶାନ୍ତି ଏବଂ ସୁଖ ରହିବ । ଥକ୍କା ଏବଂ ଦୁର୍ବଳତା ଦେଖାଯିବ । ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ । ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । କୋର୍ଟରେ ସୁସଙ୍ଗତତା ରହିବ । ମିଥୁନ : ଜମି କ୍ରୟ ଏବଂ ବିକ୍ରୟ ପାଇଁ ଏକ ଯୋଜନା ପ୍ରସ୍ତୁତ ହେବ । ସେଠାରେ ବହୁତ ଲାଭ ଅଛି ।…

Read More

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ଥାନା ଅନ୍ତର୍ଗତ ସିଙ୍ଗେଶ୍ୱର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ସାପ କାମୁଡ଼ାରେ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଭାଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି। ଖବର ମୁତାବକ ସିଙ୍ଗେଶ୍ୱର ଗ୍ରାମର ରୂପାଲି ବାରିକ (୧୦) ଓ ଭାଇ ଆୟୁଷ୍ମନ ବାରିକ (୭) ଗତକାଲି ରାତିରେ ଘରେ ଶୋଇଥିବା ବେଳେ ସକାଳୁ ଉଠିବା ବେଳକୁ ଉଭୟଙ୍କ ମୁଣ୍ଡ ବୁଲାଇବା ଓ ପାଟିରୁ ଫେଣ ବାହାରୁଥିବା ଦେଖି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ଚିକିତ୍ସା ପରେ ବିଷଧର ସାପ କାମୁଡିଥିବା ଜାଣି ପ୍ରାଥମିକ ଚିକିତ୍ସା କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିଲେ। ମାତ୍ର ମେଡ଼ିକାଲରେ ରୂପାଲିର ମୃତ୍ୟୁ ହୋଇଥିବା ବେଳେ ଆୟୁଷ୍ମନ ଅବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି।

Read More

ଭୁବନେଶ୍ୱର: 2024-25 ଆର୍ଥିକ ବର୍ଷର 26 ଅଗଷ୍ଟ ପର୍ଯ୍ୟନ୍ତ ମାତ୍ର 148 ଦିନ ମଧ୍ୟରେ ପୂର୍ବତଟ ରେଳପଥ ପଣ୍ୟ ପରିବହନ କ୍ଷେତ୍ରରେ 100.57 ନିୟୁତ ଟନ୍ (MT) ପଣ୍ୟ ବୋଝେଇ କରି ଏକ ନୂତନ ମାନଦଣ୍ଡ ହାସଲ କରିବା ସହିତ ପଣ୍ୟ ପରିବହନରେ ଦ୍ରୁତତମ ବୋଝେଇ ହାସଲ କରିଛି। 2023-24 ଆର୍ଥିକ ବର୍ଷର ସମାନ ସମୟ ଅବଧି ମଧ୍ୟରେ ଏହି ରେଳପଥ 100 ନିୟୁତ ଟନ୍ ପଣ୍ୟ ପରିବହନ ପାଇଁ 152 ଦିନ ସମୟ ନେଇଥିଲା। ଅଗଷ୍ଟ 26, 2024 ସୁଦ୍ଧା, ପୂର୍ବତଟ ରେଳପଥ ପଣ୍ୟ ପରିବହନରେ 3.37% ବୃଦ୍ଧି ରେକର୍ଡ କରିଛି, ଯାହା ପୂର୍ବ ବର୍ଷର ସମାନ ସମୟ ତୁଳନାରେ 3.282 ନିୟୁତ ଟନ୍ ଅଧିକ ଅଟେ। ପୂର୍ବ ଆର୍ଥିକ ବର୍ଷର ସମାନ ସମୟ ଅବଧି ମଧ୍ୟରେ ପୂର୍ବତଟ ରେଳପଥ 97.288 ନିୟୁତ ଟନ୍ ପଣ୍ୟ ବୋଝେଇ କରିଥିଲା। ଏହି ଅତୁଳନୀୟ ସଫଳତାକୁ ପୂର୍ବତଟ ରେଳପଥର ତିନୋଟି ରେଳ ମଣ୍ଡଳ…

Read More

ଭୁବନେଶ୍ୱର: ଚଳିତ ନଭେମ୍ବର ୧୦ ତାରିଖ ଦିନ ଅନ୍ତର୍ଜାତୀୟ ଶ୍ରୀ-ଅନ୍ନ ସମ୍ମିଳନୀ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ହଜିଯାଉଥିବା ପାରମ୍ପରିକ ଖାଦ୍ୟ ଏବଂ ଗୁରୁତ୍ୱ ହରାଉଥିବା ଫସଲଗୁଡ଼ିକୁ ପ୍ରୋତ୍ସାହନ ଦେବା ଏହି ଅନ୍ତର୍ଜାତୀୟ ଶ୍ରୀ-ଅନ୍ନ (ମାଣ୍ଡିଆ) ଦିବସ ପାଳନର ଉଦ୍ଦେଶ୍ୟ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଲେ ଯେ ଖାଦ୍ୟାଭାସରେ ନିରନ୍ତରତା ବଜାୟ ରଖିବା ସହ ଯୁବପିଢ଼ିଙ୍କୁ ପାରମ୍ପରିକ ଖାଦ୍ୟ ପ୍ରତି ଆକୃଷ୍ଟ କରାଯାଇପାରିଲେ ବିଲୁପ୍ତପ୍ରାୟ ଶସ୍ୟଗୁଡ଼ିକୁ ପୁନର୍ଜୀବିତ କରାଯାଇପାରିବ। ଏହା ଦ୍ୱାରା ଆମର କୃଷକମାନଙ୍କ ଆୟବୃଦ୍ଧି ସହ ଆମର ଖାଦ୍ୟ-ଐତିହ୍ୟର ସୁରକ୍ଷା ହୋଇପାରିବ। ସମ୍ମିଳନୀରେ ଓଡ଼ିଶାର ସବୁ ଜିଲ୍ଲାରୁ ଗୋଟିଏ କିମ୍ବା ତତୋଧିକ ପାରମ୍ପରିକ ଶସ୍ୟ/ପନିପରିବା/ଫଳ ବଛାଯାଇ ପ୍ରଦର୍ଶନ କରାଯିବ। ଏହା ଦ୍ୱାରା ସଂପୃକ୍ତ ଫଳ/ପନିପରିବାର ଚାହିଦା ବୃଦ୍ଧି ପାଇବ ଏବଂ ରାଜ୍ୟର ଚାଷୀଭାଇମାନେ…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ଅଂଚଳରେ ଦିନକୁଦିନ ଜନ୍ତୁ ଶିକାର ବଢ଼ିବାରେ ଲାଗିଛି। ବନବିଭାଗ ଶିକାରୀ ମାନଙ୍କୁ ମଧ୍ୟ ଧରିବାରେ ସଫଳ ହେଉଛି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ହୀରାଲୋଇ ଗ୍ରାମରେ ସୋମବାର ରାତିରେ ଚଢାଉ କରାଯାଇ ଏକ କଲରାପତରିଆ ବାଘର ଚମଡା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ବନ ବିଭାଗ। ଏଥିରେ ସମ୍ପୃକ୍ତ ୩ ଜଣ ଶିକାରୀଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ହୀରାଲୋଇ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ କଲରାପତରିଆ ବାଘ ଶିକାର କରାଯାଇ ହୀରାଲୋଇ ଗ୍ରାମର କିଛି ଶିକାରୀ ଘରେ ମୃତ ବାଘର ଚମଡା ରଖିଥିଲେ। ଏ ସମ୍ପର୍କରେ ସୂଚନା ପାଇ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଏବଂ ଫରେଷ୍ଟର ପ୍ରବୀଣ କୁମାର ସାହୁ ପ୍ରମୁଖ ସଦଳବଳେ ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ହୀରାଲୋଇ ଗ୍ରାମର ସମ୍ପୃକ୍ତ ଶିକାରୀମାନଙ୍କ ଘରେ ଚଢାଉ…

Read More

ନୂଆଦିଲ୍ଲୀ: ବିସିସିଆଇ ସଚିବ ଜୟ ଶାହା ଆଇସିସିର ଚେୟାରମ୍ୟାନ୍ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଆଇସିସିର ଚେୟାରମ୍ୟାନ୍ ହେବାରେ ସର୍ବକନିଷ୍ଠ ଭାରତୀୟ ହେବେ। ଜୟ ଶାହା ୩୬ ବର୍ଷ ବୟସରେ ଏହି ଦାୟିତ୍ଵ ଗ୍ରହଣ କରିବେ। ଜୟ ଶାହାଙ୍କ ପୂର୍ବରୁ ଭାରତର ଅନ୍ୟ ହେଭିୱେଟ ମାନେ ଏହି ପଦବୀରେ ରହିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜୟ ଶାହା ବିନା ନିର୍ବାଚନରେ ​​ଚେୟାରମ୍ୟାନ୍ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ବର୍ତ୍ତମାନ ଡିସେମ୍ବର ୧ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ। ଏଥିପାଇଁ ଜୟ ଶାହାଙ୍କୁ ବିସିସିଆଇ ସଚିବ ପଦ ଛାଡିବାକୁ ପଡିବ। ଆଇସିସିର ବର୍ତ୍ତମାନର ଚେୟାରମ୍ୟାନ୍ ହେଉଛନ୍ତି ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲେ। ତାଙ୍କର କାର୍ଯ୍ୟକାଳ ନଭେମ୍ବର ୩୦ ତାରିଖରେ ଶେଷ ହେବ। ଏହା ପରେ ଜୟ ଶାହା ଏହି ପଦ ଗ୍ରହଣ କରିବେ। ଅଗଷ୍ଟ ୨୦ ତାରିଖରେ ଆଇସିସି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲା। କ୍ରମାଗତ ତୃତୀୟ ଥର ପାଇଁ ଅଧ୍ୟକ୍ଷ ରହିବେ ନାହିଁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ୨୨ତମ ଭାରତ-ରୁଷ୍ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଗତ ମାସରେ ତାଙ୍କର ସଫଳ ରୁଷ୍‍ ଗସ୍ତକୁ ସ୍ମରଣ କରିଥିଲେ। ଉଭୟ ନେତା ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗର ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଭାରତ ଏବଂ ରୁଷ ମଧ୍ୟରେ ସ୍ୱତନ୍ତ୍ର ଓ ବିଶେଷାଧିକାର ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ। ଉଭୟ ନେତା ଚାଲିଥିବା ରୁଷିଆ-ୟୁକ୍ରେନ ବିବାଦ ଉପରେ ମତ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ନିକଟରେ ୟୁକ୍ରେନ ଗସ୍ତ ସମ୍ପର୍କରେ ସୂଚନା ସେୟାର କରିଥିଲେ। ବିବାଦର ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ହାସଲ କରିବା ପାଇଁ ଆଲୋଚନା ଏବଂ…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ନାକଟିଦେଉଳ ପଂଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବହୁ ଅଧିକାରୀ ଯୋଗ ଦେଉ ନ ଥିବାରୁ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କ୍ଷୋଭ ପ୍ରକାଶ କରିଥିଲେ। ପ୍ରତି ଗାଁ କୁ ପାଣି ଆସିବା ପାଇଁ ଗାଁ ଗାଁ ରେ ରାସ୍ତା ଉପରେ ପାଇପ ବିଛା ଯାଉଥିବାରୁ ଖାଲ ଖମା ହେବା, ନଳକୂପ ଦାୟିତ୍ୱ ପୂର୍ବ ଭଳି ପଂଚାୟତକୁ ନ୍ୟସ୍ତ କରିବା, ଶିହିଳିଆ ନୂତନ ଅଙ୍ଗନୱ।ଡି କେନ୍ଦ୍ର ବହୁଦିନ ହେଲା ତାଲା ପଡ଼ିଥିବା, ମାନକୁଣ୍ଡା, ପାଣ୍ଡୁରିଶୀଳା ଗ୍ରାମ ରେ ନୂତନ ଅଙ୍ଗନୱାଡି କେନ୍ଦ୍ର ଖୋଲିବା, ରେଙ୍ଗାଲିପଞ୍ଚୁ ଓ କୁଡାନାଲି ଗ୍ରାମରେ ବନ୍ଦ ଥିବା ପ୍ରାଥମିକ ବିଦ୍ୟାଳୟକୁ ପୁନଃ ଖୋଲିବା, ସାହେବି ଓ ଗୋଗୁଆରେ ନୂତନ ସବ ସେଣ୍ଟର ଖୋଲିବାରେ ସରକାରୀ ଜାଗା ନ ମିଳିବା, ବ୍ଲକରେ ଆର ଡି ଓ ପି ଡବ୍ଲୁ ଡି ତରଫରୁ ହେଉଥିବା ପିଚୁ ରାସ୍ତା…

Read More

ଭୁବନେଶ୍ୱର: ଗବେଷକମାନଙ୍କୁ ଗବେଷଣା ନିମନ୍ତେ ଉପଯୁକ୍ତ ବିଷୟବସ୍ତୁ, ସାହାଯ୍ୟ ଓ ମଂଚ ଯୋଗାଇବାରେ ସହାୟକ ହେଉଥିବା ବିଶ୍ୱସ୍ତରୀୟ ପ୍ରକାଶନ ସଂସ୍ଥା ସ୍ପ୍ରିଞ୍ଜର ନେଚର ଦ୍ୱାରା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ମଙ୍ଗଳବାର ‘ରିସର୍ଚ୍ଚ ଇନ୍‌ଟିଗ୍ରିଟି ଇନ୍ ସାଇନ୍ସ ଆଣ୍ଡ ଏଜୁକେସନ୍‌’ (ରାଇଜ୍‌) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି ପରିପ୍ରେକ୍ଷୀରେ ‘ରାଇଜ୍ କନ୍‌କ୍ଲେଭ୍‌’ ମଧ୍ୟ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣାକୁ ଆହୁରି ଉଚ୍ଚତର ସୋପାନକୁ ନେବ ବୋଲି କହିଛନ୍ତି। ସାରା ଦେଶରେ ଗବେଷଣା କ୍ଷେତ୍ରରେ ସଚ୍ଚୋଟତା ନିମନ୍ତେ ଗବେଷକମାନଙ୍କ କାର୍ଯ୍ୟକୁ ସୁଗମ ଓ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରି ଏଭଳି ପଦକ୍ଷେପ ନିଆଯାଇଛି। ଆସନ୍ତା ମାସଠାରୁ ସ୍ପ୍ରିଞ୍ଜର ନେଚର ଇଣ୍ଡିଆ ରିସର୍ଚ୍ଚ ଟୁର-୨୦୨୪ କାର୍ଯ୍ୟକ୍ରମ ଦ୍ୱାରା ଗବେଷକମାନଙ୍କ ନିମନ୍ତେ ସାରା ଦେଶରେ ‘ରାଇଜ୍ ରୋଡ୍‌ଶୋ’, କର୍ମଶାଳା ଏବଂ ବିଭିନ୍ନ ଜ୍ଞାନଭିତିକ କାର୍ଯ୍ୟକ୍ରମ…

Read More

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ବାଲୁଗାଁରେ ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଛି। ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳଙ୍କ ନେତୃତ୍ୱରେ ଉକ୍ତ ଅଭିଯାନରେ ବିଭାଗ ପକ୍ଷରୁ ଖାଦ୍ୟ ପରୀକ୍ଷା ଲାବରୋଟରୀ ଯୁକ୍ତ ଭ୍ରାମ୍ୟମାଣ ଗାଡି ବୁଲିବା ସହ ୧୫ ଟି ହୋଟେଲରୁ ୨୫ ଗୋଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଥିଲା। ବିଶେଷ କରି ହୋଟେଲ, ରେଷ୍ଟୁରାଣ୍ଟ, ଢାବା ମାନଙ୍କରେ ଖାଦ୍ୟରେ କେମିକାଲ, ରଙ୍ଗ ଆଦି ନିଷିଦ୍ଧ ଏବଂ ବାସି ଖାଦ୍ୟ ବିକ୍ରି ନକରିବା ନେଇ ତାଗିଦ କରିବାସହ ସଚେତନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ଖାଦ୍ୟ ନମୁନା ସଂଗ୍ରହ କରି ଉକ୍ତ ଭ୍ରାମ୍ୟମାଣ ଗାଡିରେ ଖାଦ୍ୟ ନିରୀକ୍ଷକଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା। ତେବେ ପ୍ରାୟତଃ ହୋଟେଲରେ ଖାଦ୍ୟର ମାନ ଠିକ ରହିଥିବା ବେଳେ ଜନସାଧାରଣ ଓ ହୋଟେଲ ମାଲିକଙ୍କୁ ସଚେତନ କରିବା ମୂଳ ଲକ୍ଷ୍ୟ ବୋଲି ଖାଦ୍ୟ ଓ…

Read More

ନୂଆଦିଲ୍ଲୀ: ହରିୟାଣାରେ ରାଜ୍ୟସଭା ଉପ-ନିର୍ବାଚନରେ ​​ବିଜେପିର କିରଣ ଚୌଧୁରୀ ନିର୍ବିରୋଧ ବିଜୟୀ ହୋଇଛନ୍ତି। କିରଣ ଚୌଧୁରୀ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ବଂଶୀ ଲାଲଙ୍କ ବୋହୂ। ଗତ ଜୁନ୍ ମାସରେ କିରଣ ଏବଂ ତାଙ୍କ dଝିଅ ଶ୍ରୁତି ଚୌଧୁରୀ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ରାଜ୍ୟସଭା ପ୍ରାର୍ଥୀ ହୋଇଥିବାରୁ କିରଣ ଚୌଧୁରୀ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା, ଜେପି ନଡ୍ଡା, ମନୋହରଲାଲ ଖଟ୍ଟର ଏବଂ ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଥିଲେ ଯେ, ସମସ୍ତଙ୍କ ଉଦ୍ୟମରେ ଆମେ ହରିୟାଣାରେ ପୁନର୍ବାର ବିଜେପି ସରକାର ଗଠନ କରିବୁ ଏବଂ ଦୁର୍ନୀତି ମୁକ୍ତ କରିବୁ। ଅଗଷ୍ଟ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନିଙ୍କ ଉପସ୍ଥିତିରେ କିରଣ ଚୌଧୁରୀ ନାମାଙ୍କନ ପତ୍ର ପୂରଣ କରିଥିଲେ।

Read More

ନୂଆଦିଲ୍ଲୀ: ୨୦୨୪ ଦୁଲିପ ଟ୍ରଫି ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଉମ୍ରାନ ମଲିକ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି। ଏ ସମ୍ପର୍କରେ ବିସିସିଆଇ ସୂଚନା ଦେଇଛି। ଜାଡେଜା ଟିମ୍ ବି ପାଇଁ ଖେଳିବାକୁ ଯାଉଥିଲେ। କିନ୍ତୁ ତାଙ୍କୁ ମୁକ୍ତ କରାଯାଇଛି। ଅସୁସ୍ଥତା ହେତୁ ସିରାଜ ଏବଂ ଉମରନ୍ ଖେଳିବାକୁ ସମର୍ଥ ହେବେ ନାହିଁ। ତେଣୁ ନବଦୀପ ସାଇନି ଏବଂ ଗୌରବ ଯାଦବଙ୍କୁ ସେମାନଙ୍କ ସ୍ଥାନରେ ସୁଯୋଗ ଦିଆଯାଇଛି। ଦ୍ରୁତ ବୋଲର ସିରାଜ ଟିମ୍ ବିରେ ଥିଲେ। କିନ୍ତୁ ଏବେ ସେ ଅସୁସ୍ଥତା କାରଣରୁ ଖେଳିବାକୁ ସକ୍ଷମ ହେବେ ନାହିଁ। ଟିମ୍ ବିରେ ସିରାଜଙ୍କ ସ୍ଥାନରେ ନବଦୀପ ସାଇନିଙ୍କୁ ସୁଯୋଗ ଦିଆଯାଇଛି। ନବଦୀପ ଜଣେ ଅଭିଜ୍ଞ ବୋଲର ଏବଂ ଅନେକ ଥର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଭିମନ୍ୟୁ ଇଶ୍ଵରନଙ୍କ ଅଧିନାୟକତ୍ୱରେ ନବଦୀପ…

Read More