Author: SM Network

ଭୁବନେଶ୍ଵର: ପ୍ରକାଶ ଫିଲ୍ମସ ଏବଂ ମୁନ୍ ଟିଭି ମୁଭିଜ୍ ର ମିଳିତ ପ୍ରଯୋଜନା ରେ ଆସୁଛି ଦୁଇଟି ବିଗ ବଜେଟର ଓଡ଼ିଆ ଚଳଚ୍ଚିତ୍ର। ପ୍ରକାଶ ଫିଲ୍ମସ ର ପ୍ରଯୋଜକ ପ୍ରଶାନ୍ତ ବେହେରା ଏବଂ ସୁନୀଲ କୁମାର ୟାଦବ ପୂର୍ବରୁ ପ୍ରାୟ ୫ ଟି ଓଡିଆ ଚଳଚ୍ଚିତ୍ର ପ୍ରଯୋଜନା କରିଥିବା ବେଳେ ଏକ ହଜାର ଓଡ଼ିଆ, ହିନ୍ଦୀ, ଇଂରାଜୀ ଏବଂ ତେଲୁଗୁ ଫିଲ୍ମ ର ବିତରକ ଭାବେ ବେଶ ଜଣାଶୁଣା। ବାହୁବଳୀ ଭଳି ବଡ଼ ସିନେମାର ସାରା ଓଡ଼ିଶା ପାଇଁ ବିତରକ ଥିଲା ପ୍ରକାଶ ଫିଲ୍ମସ। ସେହିଭଳି ମୁନ୍ ଟିଭି ମୁଭିଜ୍ ର ପ୍ରଯୋଜକ ସଚ୍ଚିକାନ୍ତ ଜେନା ଆଜକୁ ପ୍ରାୟ ୧୭ ଟିରୁ ଅଧିକ ହିଟ୍ ସିନେମା ଓଡ଼ିଆ ଦର୍ଶକଙ୍କୁ ଭେଟି ଦେଇ ଅନେକ କଳାକାର ସୃଷ୍ଟି କରିଛନ୍ତି। ଓଡିଶା ମାଟିର ଦୁଇଟି ବଡ଼ ପ୍ରଡ଼କସନ୍ ସଂସ୍ଥା ମିଳିତ ଭାବେ ଏକା ସାଙ୍ଗରେ ଦୁଇଟି ବଡ଼ ବଜେଟ ର ସିନେମା କରିବା ପାଇଁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୋବେଲ ବିଜେତା ତଥା ଅଷ୍ଟ୍ରିଆର ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ ମିଃ ଆଣ୍ଟୋନ ଜେଲିଙ୍ଗରଙ୍କୁ ସାକ୍ଷାତ କରିଛନ୍ତି। ଶ୍ରୀ ଜେଲିଙ୍ଗର କ୍ୱାଣ୍ଟମ ମେକାନିକ୍ସ ଉପରେ ତାଙ୍କ କାର୍ଯ୍ୟ ପାଇଁ ପ୍ରସିଦ୍ଧ ଏବଂ ୨୦୨୨ ରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପାଇଥିଲେ। ପ୍ରଧାନମନ୍ତ୍ରୀ ଭାରତର ଜାତୀୟ କ୍ୱାଣ୍ଟମ ମିଶନ ଉପରେ ଏହି ବିଶିଷ୍ଟ ପଦାର୍ଥ ବିଜ୍ଞାନୀଙ୍କ ସହ ମତ ବିନିମୟ କରିଥିଲେ। ସମସାମୟିକ ସମାଜରେ କ୍ୱାଣ୍ଟମ କମ୍ପ୍ୟୁଟିଂ ଏବଂ କ୍ୱାଣ୍ଟମ ପ୍ରଯୁକ୍ତିର ଭୂମିକା ଏବଂ ଭବିଷ୍ୟତ ପାଇଁ ଏହାର ପ୍ରତିଶ୍ରୁତି ଉପରେ ସେ ଓ ମିଃ ଜେଲିଙ୍ଗର ମତ ବିନିମୟ କରିଥିଲେ।

Read More

ନୂଆଦିଲ୍ଲୀ: ଚାନ୍ସେଲର କାର୍ଲ ନେହମାରଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଜୁଲାଇ ୯ରୁ ୧୦ ତାରିଖ ମଧ୍ୟରେ ଅଷ୍ଟ୍ରିଆ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆର ରାଷ୍ଟ୍ରପତି ମହାମହିମ ଆଲେକଜାଣ୍ଡର ଭାନ ଡର ବେଲେନଙ୍କୁ ସାକ୍ଷାତ କରିବା ସହ ଚାନ୍ସେଲର ନେହମାରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ପ୍ରଥମ ଅଷ୍ଟ୍ରିଆ ଗସ୍ତ ଏବଂ ୪୧ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ପ୍ରଥମ ଅଷ୍ଟ୍ରିଆ ଗସ୍ତ ଥିଲା। ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂରଣ ହେଉଛି। ଗଣତନ୍ତ୍ର, ସ୍ୱାଧୀନତା, ଅନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତାର ମିଳିତ ମୂଲ୍ୟବୋଧ, ଜାତିସଂଘ ଚାର୍ଟର୍ ସହିତ ଏକ ନିୟମ ଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥା, ମିଳିତ ଐତିହାସିକ ସମ୍ପର୍କ ଏବଂ ଦୁଇ ଦେଶ ମଧ୍ୟରେ ଦୀର୍ଘଦିନ ଧରି ଚାଲି ଆସୁଥିବା ସମ୍ପର୍କ ବୃଦ୍ଧି ପାଉଥିବା ଭାଗିଦାରୀର କେନ୍ଦ୍ରବିନ୍ଦୁ ବୋଲି ପ୍ରଧାନମନ୍ତ୍ରୀ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଏନା ଠାରେ ଅଷ୍ଟ୍ରିଆ ରାଷ୍ଟ୍ରପତି ମହାମହିମ ମିଃ. ଆଲେକ୍‌ଜାଣ୍ଡାର ଭନ୍‌ ଡର୍‌ ବେଲେନ୍‌ଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ଭନ୍‌ ଡର୍‌ ବେଲେନ୍‌ ପ୍ରଧାନମନ୍ତ୍ରୀଙ୍କୁ ତୃତୀୟ ଥର ଐତିହାସିକ ଦାୟିତ୍ୱ ଗ୍ରହଣ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଦୁଇ ଦେଶ ନିଜର କୂଟନୀତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ତାଙ୍କର ଅଷ୍ଟ୍ରିଆ ଗସ୍ତ ଏହାକୁ ଐତିହାସିକ ଏବଂ ସ୍ୱତନ୍ତ୍ର କରିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଉଭୟ ନେତା ପାରସ୍ପରିକ ହିତ ସମ୍ବନ୍ଧୀୟ ଦ୍ୱିପାକ୍ଷିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ସେମାନେ ପରିବେଶ ସଂରକ୍ଷଣ ଓ ବିଶ୍ୱ ଉତ୍ତାପନ ମୁକାବିଲା ଉପରେ ମତ ବିନିମୟ କରିଥିଲେ। ଏହି ପରିପ୍ରେକ୍ଷୀରେ ଉଭୟ ନେତା ଅକ୍ଷୟ ଶକ୍ତି, ବିଶେଷକରି ସୌର, ଜଳ ଏବଂ ଜୈବ ଇନ୍ଧନ ଭଳି କ୍ଷେତ୍ରରେ ସହଯୋଗର ପାରସ୍ପରିକ ଲାଭଦାୟକ ସୁଯୋଗ ବିଷୟରେ ଆଲୋଚନା କରିଥିଲେ। ରାଷ୍ଟ୍ରପତି ଭନ୍ ଡର୍ ବେଲେନଙ୍କୁ…

Read More

ନୂଆଦିଲ୍ଲୀ: ଶିଳ୍ପ ଓ ଅନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ଅତିରିକ୍ତ ସଚିବ ରାଜୀବ ସିଂହ ଠାକୁରଙ୍କ ଅଧ୍ୟକ୍ଷତାରେ ପିଏମ୍ ଗତିଶକ୍ତି ଅଧୀନରେ ନେଟୱର୍କ ପ୍ଲାନିଂ ଗ୍ରୁପ୍ (ଏନପିଜି)ର ୭୪ତମ ବୈଠକ ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ହୋଇଯାଇଛି। ରେଳ ମନ୍ତ୍ରଣାଳୟ (ଏମଓଆର), ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (ଏମଓଆରଟିଏଚ) ଏବଂ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ)ର ୫ଟି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ପିଏମ୍ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ୍ (ଏନଏମପି)ରେ ଦର୍ଶାଯାଇଥିବା ସମନ୍ୱିତ ଯୋଜନାର ସିଦ୍ଧାନ୍ତ ସହ ସମନ୍ୱୟ ପାଇଁ ଏହି ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥିଲା। ଓଡ଼ିଶାରେ ବଳରାମ – ତେନ୍ତୁଲୋଇ ନୂଆ ରେଳ ଲାଇନ (ଏମସିଆରଏଲ୍ ଫେଜ୍ ୨) ଏହି ନୂତନ ପ୍ରକଳ୍ପରେ ଅନୁଗୁଳ ଜିଲ୍ଲାରେ ୧୪୦୪ କୋଟି ଟଙ୍କା ବ୍ୟୟରେ ୪୯.୫୮ କିଲୋମିଟର ରେଳ ଲାଇନ ନିର୍ମାଣ କରାଯାଇ ୧୧ଟି କୋଇଲା ବ୍ଲକ ପାଇଁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରିଆର ଚାନ୍ସେଲର ମହାମହିମ କାର୍ଲ ନେହାମର ଭିତ୍ତିଭୂମି, ଅଟୋମୋବାଇଲ, ଶକ୍ତି, ଇଞ୍ଜିନିୟରିଂ ଏବଂ ଷ୍ଟାର୍ଟ ଅପ୍ ସମେତ ବିଭିନ୍ନ କ୍ଷେତ୍ରର ଅଗ୍ରଣୀ ଅଷ୍ଟ୍ରୀୟ ଏବଂ ଭାରତୀୟ ସିଇଓମାନଙ୍କର ଏକ ଗୋଷ୍ଠୀକୁ ମିଳିତ ଭାବେ ସମ୍ବୋଧିତ କରିଛନ୍ତି। ଉଭୟ ନେତା ଭାରତ ଏବଂ ଅଷ୍ଟ୍ରିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ କରିବାରେ ଶିଳ୍ପ ନେତାଙ୍କ ଭୂମିକାକୁ ସ୍ୱୀକାର କରିଥିଲେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ପାଉଛି ବୋଲି ନେତାମାନେ ଉଲ୍ଲେଖ କରିଥିଲେ ତଥା ଅଧିକ ସହଯୋଗ ମାଧ୍ୟମରେ ଭାରତ-ଅଷ୍ଟ୍ରିଆ ଭାଗିଦାରୀର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଲବ୍ଧ କରିବାକୁ ଆହ୍ୱାନ ଦେଇଥିଲେ। ଆଗାମୀ କିଛି ବର୍ଷ ମଧ୍ୟରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ଭାରତରେ ଦ୍ରୁତ ଗତିରେ ଉଭା ହେଉଥିବା ସୁଯୋଗ ଉପରେ ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀ…

Read More

ରଣପୁର: ଆଡପ ମଣ୍ଡପରେ ତିନି ଠାକୁର। ରତ୍ନବେଦୀ ଛାଡି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହ ଜନ୍ମବେଦିକୁ ବିଜେ କରିଛନ୍ତି। ଜନ୍ମ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି ଠାକୁରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ସୋମବାରଠାରୁ ରଥ ଉପରୁ ଗୋଟି ପହଣ୍ଡିରେ ଯ୍ଧବ ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ବିଜେ କରିଥିଲେ ଶ୍ରୀ ଜୀଉ। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ ଭାଇ ବଳଭଦ୍ର, ତା ପରେ ଭଉଣୀ ସୁଭଦ୍ରା ଓ ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ। ମହାପ୍ରଭୁଙ୍କ ଆଡପ ବିଜେ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଙ୍ଗମ ଦେଖିବାକୁ ମିଳିଥିଲା। ଆଜି ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କୁ ହଜାର ହଜାର ଭକ୍ତ ଦର୍ଶନ କରୁଛନ୍ତି।

Read More

ମେଷ: ଧାର୍ମିକ ଯାତ୍ରା ହେଉଛି ଦେବ ଦର୍ଶନଙ୍କର ସମଷ୍ଟି । ବୈବାହିକ କାର୍ଯ୍ୟର ଡିଜାଇନ୍ ଘରେ କରାଯିବ। କାର୍ଯ୍ୟ ବ୍ୟବସାୟରେ ମଧ୍ୟ ଦିନଟି ଲାଭଦାୟକ ହେବ । ପୁରୁଣା ପରିଚିତମାନଙ୍କୁ ଭେଟିବେ । ଛୋଟ ଜିନିଷକୁ ଅଣଦେଖା କରନ୍ତୁ । ବୃଷ: ଆଜି ଅର୍ଥର ଖର୍ଚ୍ଚ ଆୟଠାରୁ ଅଧିକ ହେବ, ତଥାପି ଦିନସାରା ମାନସିକ ସ୍ତରରେ ଖୁସି ରହିବ। ଘରେ ଅବିବାହିତ ସମ୍ପର୍କ ବିଷୟରେ ଆଲୋଚନା ଚାଲିବ। ମୂଲ୍ୟବାନ ଜିନିଷ କିଣିବାରେ ଖର୍ଚ୍ଚ ହେବ। ଆଜି କାର୍ଯ୍ୟ କ୍ଷେତ୍ରରୁ ସୀମିତ ଲାଭ ମିଳିବ। ମିଥୁନ: ଅବହେଳା ହେତୁ, କରାଯାଇଥିବା କାର୍ଯ୍ୟରେ ବାଧା ଆସିବ। ଲାଭର ଚୁକ୍ତି ହେବାର ସମ୍ଭାବନା ଅଛି, କିନ୍ତୁ ଗୋଡରେ ବାଧା ସୃଷ୍ଟି ହେତୁ ଦ୍ୱନ୍ଦ୍ୱରେ ପଡ଼ିବେ। କର୍କଟ: ସରକାରୀ କାର୍ଯ୍ୟ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିବ, କିନ୍ତୁ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟରେ ଏହାର ସମାଧାନ ମିଳିବ। ଆଜି କାର୍ଯ୍ୟକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇପାରେ। ଏଥିପାଇଁ ମଧ୍ୟ ଖର୍ଚ୍ଚ ହେବ । ସିଂହ: କାର୍ଯ୍ୟ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରରେ ଅବସ୍ଥିତ ଜଟେଶ୍ଵର ପୋଖରୀ ମଣ୍ଡପରେ ବସିଥିବା ସମୟରେ ତ୍ରିନାଥ ମଳିକ ନାମକ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବନ୍ଧୁକଧାରୀ ଜଣଙ୍କ ଅତି ନିକଟରୁ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ହିଁ ତ୍ରିନାଥଙ୍କ ମୃତ୍ୟୁ ଘଟିଛି। କବିସୂର୍ଯ୍ୟନଗର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ୨୦୨୩-୨୪ ଆର୍ଥିକ ବର୍ଷରେ ଉତ୍ପାଦନ, ବିକ୍ରୟ ଏବଂ ନୂତନ ନିଯୁକ୍ତି ସୃଷ୍ଟିରେ ଏକ ନୂତନ ରେକର୍ଡ ସ୍ଥାପନ କରିଛି। କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର ଆଜି ଏଠାରେ ୨୦୨୩-୨୪ ଆର୍ଥିକ ବର୍ଷର ଅସ୍ଥାୟୀ ତଥ୍ୟ ପ୍ରକାଶ କରି କହିଛନ୍ତି ଯେ ପୂର୍ବ ସମସ୍ତ ତଥ୍ୟକୁ ଅତିକ୍ରମ କରି ୨୦୧୩-୧୪ ଆର୍ଥିକ ବର୍ଷ ତୁଳନାରେ ନୂତନ ନିଯୁକ୍ତି ସୃଷ୍ଟିରେ ୩୯୯.୬୯ ପ୍ରତିଶତ (ପାଖାପାଖି ୪୦୦%), ଉତ୍ପାଦନରେ ୩୧୪.୭୯ ପ୍ରତିଶତ (ପ୍ରାୟ ୩୧୫%) ଏବଂ ନୂତନ ନିଯୁକ୍ତି ସୃଷ୍ଟିରେ ୮୦.୯୬ ପ୍ରତିଶତ (ପ୍ରାୟ ୮୧%) ବୃଦ୍ଧି ଘଟିଛି। ୨୦୧୩-୧୪ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ବିକ୍ରିରେ ୩୩୨.୧୪%, ଉତ୍ପାଦନରେ ୨୬୭.୫୨% ଏବଂ ନୂତନ ନିଯୁକ୍ତି ସୃଷ୍ଟିରେ ୬୯.୭୫% ବୃଦ୍ଧି ଘଟିଛି। ଶ୍ରୀ କୁମାର କହିଥିଲେ ଯେ କେଭିଆଇସିର ଏହି ଉଲ୍ଲେଖନୀୟ ପ୍ରଦର୍ଶନ…

Read More

ଭୁବନେଶ୍ୱର: ପରିଚାଳନା କ୍ଷେତ୍ରରେ କର୍ମଚାରୀ/ଶ୍ରମିକମାନଙ୍କ ଅଂଶଗ୍ରହଣର ଏକ ଅଂଶ ଭାବରେ ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ, ରେଳ ସଦନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ମିଳିତ ଭାବରେ ଅଧିକ ପ୍ରଭାବଶାଳୀ ମାଧ୍ୟମରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିବା ଏହି ବୈଠକରେ ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନ/ଟ୍ରେଡ ୟୁନିଅନ, ଅଧିକାରୀ ସଂଘ ଏବଂ ଆରପିଏଫ ସଂଗଠନର ପ୍ରତିନିଧୀଙ୍କ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ପରିଚାଳନା କ୍ଷେତ୍ରରେ କର୍ମଚାରୀଙ୍କ ଅଂଶଗ୍ରହଣ ବୈଠକର ଧାରଣା ରେଳବାଇ ପାଇଁ ଅତୁଳନୀୟ ଏବଂ ସଂଗଠନର ଜୀବନ୍ତ ତଥା ପରିପକ୍ୱ ଶିଳ୍ପ ସମ୍ପର୍କର ଏକ ପ୍ରମାଣ ଭାବରେ ଛିଡା ହୋଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଏହି ବୈଠକରେ ଅଧ୍ୟକ୍ଷତା କରି ରେଳ ଚଳାଚଳ ବୃଦ୍ଧିରେ ସହଯୋଗୀ ପ୍ରୟାସର ପ୍ରମୁଖତା ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ। ରେଳ ବ୍ୟବସ୍ଥାରେ ବିଭିନ୍ନ ପରିଚାଳନଗତ ଅଞ୍ଚଳରେ କୃତିମ ବୁଦ୍ଧିମାତାର ବ୍ୟବହାରକୁ ଆକଳନ କରିବା ପାଇଁ ଏକ ସମ୍ପୂର୍ଣ୍ଣ ବିଚାର ବିମର୍ଶ କରାଯାଇଥିଲା। ଏହି…

Read More

ଭୁବନେଶ୍ୱର: ଭୁବନେଶ୍ୱର କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଜୁଲାଇ ୫ତାରିଖରୁ ୧୧ତାରିଖ ଯାଏଁ ସାତଦିନ ବ୍ୟାପୀ “ଦିବ୍ୟକଳା ମେଳା” କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ, ଭାରତ ସରକାର, ଜାତୀୟ ଭିନ୍ନକ୍ଷମ ଅର୍ଥ ଓ ବିକାଶ ନିଗମ (ଏନ୍‌.ଡି.ଏଫ୍‌.ଡି.ସି.) ଙ୍କ ସହାୟତାରେ ଏବଂ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥା (ଏସ.ଭି.ନିରତାର) ମାଧ୍ୟମରେ ଏହାକୁ ଆୟୋଜନ କରାଯାଉଛି। ବହୁ ପ୍ରତୀକ୍ଷିତ ଏହି ଦିବ୍ୟକଳା ମେଳା ଅନେକ ଉତ୍ସାହ ଓ କଳାନୈପୁଣ୍ୟର ଚମତ୍କାର ପ୍ରଦର୍ଶନ ସହ ସଫଳତାର ସହ ଆରମ୍ଭ ହୋଇଥିଲା। ପ୍ରତିଦିନ ଏହି ମେଳାରେ ବହୁ ଲୋକଙ୍କର ସମାଗମ ହେବାର ପରିଲକ୍ଷିତ ହେଉଛି। ଏହି ମେଳାରେ ଦିବ୍ୟାଙ୍ଗମାନେ ନିଜ ପ୍ରସ୍ତୁତ ବହୁ ସାମଗ୍ରୀ ଯଥା ପୋଷାକ, ଖେଳନା, ଘରସଜ୍ଜା ଉପକରଣ, ଖାଦ୍ୟଦ୍ରବ୍ୟ, ଉପହାର, ଚିତ୍ରପଟ, ଖେଳନା ଆଦି ନାନାଦୀ ସାମଗ୍ରୀ ବିକ୍ରି କରୁଛନ୍ତି। ଯାହାକୁ କ୍ରୟ କରିବା ଲାଗି ଆଗ୍ରହୀ…

Read More

ନୂଆଦିଲ୍ଲୀ: ୨୦୨୪ ଜୁଲାଇ ୯ ତାରିଖରେ ‘ଷଷ୍ଠ, ନବମ ଓ ଏକାଦଶ ଶ୍ରେଣୀ ପାଇଁ ସଂଶୋଧିତ ଏନସିଇଆରଟି ପାଠ୍ୟପୁସ୍ତକକୁ ନେଇ ଦ୍ୱନ୍ଦ୍ୱ’ ଶୀର୍ଷକରେ ଦ ହିନ୍ଦୁରେ ପ୍ରକାଶିତ ଖବର ସମ୍ପର୍କରେ ସ୍ପଷ୍ଟ କରାଯାଇଛି ଯେ ଏହି ଖବରଟି ତଥ୍ୟଗତ ଭାବେ ଭୁଲ୍ ଏବଂ ବିଭ୍ରାନ୍ତିକର। ଖବରରେ ଉଲ୍ଲେଖ ଅଛି ଯେ: ୧- ଷଷ୍ଠ ଶ୍ରେଣୀ ଏନସିଇଆରଟି ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବାକୁ ଆଉ ୨ ମାସ ଲାଗିବ। ୨- କେବଳ ତୃତୀୟ ଓ ଷଷ୍ଠ ଶ୍ରେଣୀକୁ ସଂଶୋଧିତ ପାଠ୍ୟପୁସ୍ତକ ମିଳିବ ନା ନବମ ଓ ଏକାଦଶ ଶ୍ରେଣୀକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ସେ ନେଇ ସିବିଏସ୍ଇ ପକ୍ଷରୁ ସଠିକ୍ ଭାବେ ସୂଚନା ଦିଆଯାଇନାହିଁ। ୩- ନବମ ଶ୍ରେଣୀ ଇଂରାଜୀ ଓ ଭୂଗୋଳ ଏବଂ ଏକାଦଶ ଶ୍ରେଣୀ ର କମ୍ପ୍ୟୁଟର ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଇତିହାସ ପାଠ୍ୟପୁସ୍ତକ ଛପା ଯାଇନାହିଁ। କୌଣସି ସନ୍ଦେହ ଦୂର କରିବା ପାଇଁ ଏବଂ ଅଧିକ ସ୍ପଷ୍ଟତା ପାଇଁ,…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲାରେ ଏକ ଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୁର୍ମୁଷୁ ଅବସ୍ଥାରେ ପଡ଼ିଥିବା ଜଣେ ମହିଳାଙ୍କୁ କବିସୂର୍ଯ୍ୟନଗର ଥାନା ପୋଲିସ୍ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପଠାଇଛି। ଖବରରୁ ଜଣାପଡିଛି ଯେ, ବୁଗୁଡ଼ା ଅଞ୍ଚଳର ଜନୈକ ମହିଳାଙ୍କୁ ୪ ଜଣ ନିଶାସକ୍ତ ଯୁବକ ଜୋର୍ ଜବରଦସ୍ତ ଉଠାଇ ଆଣିଥିଲେ। କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖଇରପଲୀ ଗ୍ରାମ ହଜ ନିକଟରେ ଯୁବତୀଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ସହିତ ଜଣେ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ ଓ ଶେଷରେ ତାର ଯୌନାଙ୍ଗ ମଧ୍ୟରେ ମଦ ବୋତଲ ପୁରାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇଥିଲା। ଏବଂ ପୀଡ଼ିତାଙ୍କୁ ପଚରାଉଚରା ବେଳେ ସବିଶେଷ ତଥ୍ୟ ହାସଲ କରିଥିଲା। ଗଞ୍ଜେଇ ବ୍ୟବସାୟ ଘଟଣାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଯୁବତୀଙ୍କ ଠାରୁ ପ୍ରକାଶ।…

Read More

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ବ୍ଲକ ଆଙ୍କୁଲା ପଞ୍ଚାୟତରେ କିଛି ଦିନ ହେବ ଦେଖା ଦେଇଛି ଚାଉଳ ବଣ୍ଟନ ରାଜନୀତି। ଚାଉଳ ବାଣ୍ଟିବାପାଇଁ ଯୋଗାଣ ସହାୟକ ଥିବାବେଳେ ଅନ୍ୟ ଦୁଇଜଣଙ୍କୁ ସରପଞ୍ଚ ରଖିଛନ୍ତି। ବିଜେପିର କିଛି ଲୋକଙ୍କୁ ରଖିବାପାଇଁ ବିଜେପି କର୍ମୀ ଅନୁରୋଧ କରିଥିଲେ। କିଛି ଫଳପ୍ରଦ ନହେବାରୁ ଗତ ଛ ଦିନ ହେବ ପଞ୍ଚାୟତ ଅଫିସରେ ବିଜେପି କର୍ମୀ ତାଲା ପକାଇଥିବା ଅଭିଯୋଗ କରୁଛନ୍ତି ବିଜେଡି ନେତା। ଏଥିରେ ପ୍ରଶାସନକୁ ଅବଗତ କରେଇବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଆଜି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସମେତ ବିଜେଡି ନେତା ଓ କର୍ମୀ ୧୬ ନଂ ଜାତୀୟ ରାଜପଥ ବ୍ରାହ୍ମଣ କୁଶଡିହ ଛକ ଅବରୋଧ କରିଛନ୍ତି। ଦୀର୍ଘ ଏକଘଣ୍ଟା ଧରି ରାସ୍ତା ବନ୍ଦ ଥିବାରୁ ଦୁଇ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା। ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ପୋଲିସ…

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ପଞ୍ଚାୟତ ଗ୍ରାମୀଣ ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ PRO ଆତ୍ମହତ୍ୟା କରିଛନ୍ତି। ଜନସମ୍ପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ ପୂଜା ଥାପକଙ୍କ ଆତ୍ମହତ୍ୟା ହେବାର କାରଣ ସମ୍ପୂର୍ଣ୍ଣ ଭାବେ ପ୍ରକାଶ କରାଯାଇ ନାହିଁ। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ତେବେ ପାରିବାରିକ କାରଣରୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି। ବାସ୍ତବରେ ମଧ୍ୟପ୍ରଦେଶ ସରକାରୀ ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ PRO ପୂଜା ଥାପକ ଗତକାଲି ରାତି ୧୨ ଟା ସମୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। କୁହାଯାଉଛି ଯେ, ପୂଜା ଥାପକଙ୍କ ସ୍ୱାମୀଙ୍କ ସହ ବିବାଦ ହୋଇଥିଲା। ସ୍ୱାମୀ ମଧ୍ୟ ଜଣେ ସହକାରୀ ନିର୍ଦ୍ଦେଶକ ସ୍ତରର ଅଧିକାରୀ। ପୂଜା ଥାପକ ମଙ୍ଗଳବାର ରାତି ୯ ଟାରେ ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ବିଭାଗ ସମ୍ବନ୍ଧୀୟ ଖବର ପଠାଇଥିଲେ। ଗୋବିନ୍ଦପୁରା ପୋଲିସର ସୂଚନାନୁସାରେ, ପୂଜା ଥାପକ ତାଙ୍କ ପରିବାର ସହ ସାକେତ ନଗର ଅଞ୍ଚଳରେ ରହୁଥିଲେ। ମଙ୍ଗଳବାର ରାତିରେ ତାଙ୍କ ସ୍ୱାମୀଙ୍କ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରି ଏଥିରେ ଗ୍ରହଣ କରାଯାଇଥିବା ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି। ଆଜିର ବୈଠକରେ କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି, ଶ୍ରମିକଙ୍କ ଜୀବନ ଜୀବିକାର ଉନ୍ନତି, ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରସାର, ଏବଂ ମୌଳିକ ଶିକ୍ଷାର ଗୁଣାତ୍ମକ ମାନର ବିକାଶ ପାଇଁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ନିଷ୍ପତ୍ତି ଗୁଡିକ ହେଲା– ୧- ସର୍ବନିମ୍ନ ମଜୁରୀ ହାରରେ ବୃଦ୍ଧି। ପୂର୍ବରୁ ଅଣ-କୁଶଳୀ, ଅର୍ଦ୍ଧ-କୁଶଳୀ, କୁଶଳୀ ଓ ଉଚ୍ଚ-କୁଶଳୀ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀ ଯଥାକ୍ରମେ- ୩୫୨ ଟଙ୍କା, ୩୯୨ ଟଙ୍କା, ୪୪୨ ଟଙ୍କା ଓ ୫୦୨ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ଯଥାକ୍ରମେ- ୪୫୦ ଟଙ୍କା, ୫୦୦ ଟଙ୍କା, ୫୫୦ ଟଙ୍କା ଓ ୬୦୦ ଟଙ୍କା କୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।…

Read More

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଲୋକୋ ପାଇଲଟଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଲୋକୋ ପାଇଲଟମାନେ ରେଳ ପରିବାରର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଅଟନ୍ତି। ଗତ ୧୦ ବର୍ଷ ମଧ୍ୟରେ ଲୋକୋମୋଟିଭ୍ ପାଇଲଟଙ୍କ କାର୍ଯ୍ୟସ୍ଥିତିରେ ବଡ଼ ଧରଣର ଉନ୍ନତି ଘଟିଛି। ପାଇଲଟମାନେ ଯେତେବେଳେ ଯାତ୍ରା ଶେଷ କରନ୍ତି, ସେମାନେ ମୁଖ୍ୟାଳୟରୁ ବାହାରେ ରହିଲେ ବିଶ୍ରାମ ପାଇଁ ରନିଙ୍ଗ ରୁମକୁ  ଆସନ୍ତି। ୨୦୧୪ ପୂର୍ବରୁ ବିଶ୍ରାମ ଗୃହ ବା ରନିଙ୍ଗ ରୁମଗୁଡିକ ଅତ୍ୟନ୍ତ ଖରାପ ଅବସ୍ଥାରେ ଥିଲା। ଆଜି ଚାଲୁଥିବା ବିଶ୍ରାମ କୋଠରୀଗୁଡ଼ିକରେ ଯଥେଷ୍ଟ ଉନ୍ନତି ଘଟିଛି। ପ୍ରାୟ ସମସ୍ତ (୫୫୮) ଚାଲୁଥିବା ରନିଙ୍ଗ ରୁମ ଏବେ ଏସି ବ୍ୟବସ୍ଥା ହୋଇଛି। ଅନେକ ବିଶ୍ରାମ କୋଠରୀରେ ପାଦ ମସାଜର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। ଲୋକୋ ପାଇଲଟଙ୍କ କାର୍ଯ୍ୟ ଅବସ୍ଥାକୁ ନ ବୁଝି ସମାଜର କିଛି ବର୍ଗ ଏହାକୁ…

Read More

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକାରେ ଦିନକୁ ଦିନ ଅବାଧ ପକ୍ଷୀ ଶିକାର ବଢ଼ିବାରେ ଲାଗିଛି। ନିକଟରେ ଦୁଇ ଜଣ ପକ୍ଷୀଶିକାରୀ ଗିରଫ ହୋଇଥିବା ବେଳେ ଆଜି ପୁଣି ଆଉଜଣେ ପକ୍ଷୀଶିକାରୀ ଗିରଫ ହୋଇଛନ୍ତି। ଚିଲିକା ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକଙ୍କ ସୂଚନା ମୁତାବକ ଆଜି ପୂର୍ବାହ୍ନରେ ଭୂଷଣ୍ଡପୁର ବନ୍ୟପ୍ରାଣୀ ସେକ୍ସନ କର୍ମଚାରୀ ମାନେ ବିଧାରପୁର ସାହିର ଭାଗିରଥି ସ୍ୱାଇଁ (୪୮) ନାମକ ପକ୍ଷୀ ଶିକାରୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ୧୮ ଗୋଟି ମୃତ ବିଦେଶୀ ପକ୍ଷୀ ଜବତ କରିଛନ୍ତି। ତେବେ ପକ୍ଷୀମାନଙ୍କୁ ବିଷ ଦେଇ ମାରିଦିଆଯାଇଥିବା ଅନୁମାନ କରୁଛି ବନ ବିଭାଗ। ମୃତ ପକ୍ଷୀଙ୍କ ନମୁନା ଫରେନସିକ ଲାବକୁ ଅଧିକ ପରୀକ୍ଷା ପାଇଁ ପଠାଯିବ ବୋଲି ଡ଼ିଏଫଓ କହିଛନ୍ତି। ସୂଚନା ଥାଉକି ପୁର୍ବରୁ କେବଳ ଶୀତ ଋତୁରେ ଵଦେଶୀ ପକ୍ଷୀ ଶିକାର ଚିଲିକାରେ ବଢୁଥିବା ବେଳେ ଚଳିତ ବର୍ଷ ଏହା ସ୍ୱାଭାବିକ ଭାବେ ବର୍ଷ ତମାମ ଜାରି ରହିଛି…

Read More

ନୂଆଦିଲ୍ଲୀ: ଭାରତୀୟ ଦଳ ଆଜି ଜିମ୍ବାୱେ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ତୃତୀୟ ମ୍ୟାଚ୍ ଖେଳିବ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶରେ ପରିବର୍ତ୍ତନ ହେବା ନିଶ୍ଚିତ। ଦଳର ଗୋଟିଏ ପରିବର୍ତ୍ତନ ନିଶ୍ଚିତ ହୋଇଛି କାରଣ ତୃତୀୟ ମ୍ୟାଚ୍ ଠାରୁ ତିନି ଜଣ ଖେଳାଳି ଦଳରେ ଯୋଗଦେବେ, ଯେଉଁମାନେ ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଉପଲବ୍ଧ ନଥିଲେ। ଏଭଳି ପରିସ୍ଥିତିରେ ଆଜି ଶୁଭମାନ ଗିଲଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶରେ ମୋଟ ତିନୋଟି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏହାପୂର୍ବରୁ ଜିମ୍ବାୱେ ସିରିଜ୍ ପାଇଁ ଶିବମ୍ ଦୁବେ, ସଞ୍ଜୁ ସାମସନ୍ ଏବଂ ଯଶସ୍ଵୀ ଜୟସ୍ଵାଲଙ୍କୁ ମଧ୍ୟ ଚୟନ କରାଯାଇଥିଲା, କିନ୍ତୁ ତିନିଜଣ ଖେଳାଳି ୨୦୨୪ ଟି -୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ସହିତ ଥିଲେ। ବିଶ୍ୱକପ ଦଳ ଭାରତ ଠିକ୍ ସମୟରେ ଘରକୁ ଫେରିପାରିଲା ନାହିଁ, ଏହି କାରଣରୁ ଜିମ୍ବାୱେ ବିପକ୍ଷ ପ୍ରଥମ ଦୁଇଟି…

Read More

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଯୋଗ ଦିବସ ୨୦୨୪ର ପ୍ରଚାର ପ୍ରସାରରେ ଗଣମାଧ୍ୟମର ସକାରାତ୍ମକ ଭୂମିକା ଓ ଦାୟିତ୍ୱକୁ ସ୍ୱୀକାର କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତୃତୀୟ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଗଣମାଧ୍ୟମ ସମ୍ମାନ (ଏୱାଇଡିଏମ୍ଏସ୍) ୨୦୨୪ ପାଇଁ ଆବେଦନ ଦାଖଲର ଶେଷ ତାରିଖକୁ ଜୁଲାଇ ୧୫, ୨୦୨୪ (ସୋମବାର) ପର୍ଯ୍ୟନ୍ତ ବୃଦ୍ଧି କରିଛି। ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ (ଏୱାଇଡିଏମ୍ଏସ୍) ତୃତୀୟ ସଂସ୍କରଣ – ୨୦୨୪ ପାଇଁ ସେମାନଙ୍କ ଆବେଦନ ଏବଂ ବିଷୟବସ୍ତୁ ଜୁଲାଇ ୧୫, ୨୦୨୪ ସୁଦ୍ଧା aydms2024.mib[at]gmail[dot]com କୁ ପଠାଇପାରିବେ। ଏଥିରେ ଅଂଶଗ୍ରହଣ ପାଇଁ ବିସ୍ତୃତ ମାର୍ଗଦର୍ଶିକା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (https://mib.gov.in/) ଏବଂ ପତ୍ର ସୂଚକା କାର୍ଯ୍ୟାଳୟ (https://pib.gov.in)ର ୱେବସାଇଟ୍ ରେ ମିଳିପାରିବ।

Read More